ମାଲକାନଗିରି : ନକ୍ସଲଙ୍କ ବର୍ବରକାଣ୍ଡ। ୩ ଜଣଙ୍କୁ ହତ୍ୟା ସହ ୧୨ ଜଣଙ୍କୁ ଅପହରଣ କଲେ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଜଣେ ଆତ୍ମସମର୍ପଣକାରୀ ନକ୍ସଲ ନେତାଙ୍କ ପରିବାରର ୩ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବିଜାପୁରର ପେଡ୍ଡାକୋର୍ମା ଗାଁରେ ନକ୍ସଲମାନେ ଜଣେ ଛାତ୍ର ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ଝିଙ୍ଗୁ ମୋଡିୟମ୍, ସୋମା ମୋଡିୟମ୍ ଏବଂ ଅନିଲ ମାଡଭି ବୋଲି ଜଣାପଡିଛି। ଏମାନଙ୍କ ବ୍ୟତୀତ ନକ୍ସଲମାନେ ୭ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ମାଡ଼ ମାରି ଆହତ କରିଛନ୍ତି। ନକ୍ସଲମାନେ ୧୨ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି। ନକ୍ସଲମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଦୁଇ ଜଣ ଗ୍ରାମବାସୀ ଆତ୍ମସମର୍ପଣକାରୀ ନକ୍ସଲ ନେତା ଦିନେଶ ମୋଡିୟମଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ନକ୍ସଲ ନେତା ଭେଲା ଏବଂ ତାଙ୍କ ଦଳ ଏହି ଘଟଣା ଘଟାଇଥିବା ସୂଚନା ମିଳିଛି। ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଜି ଉତକ୍ଷେପଣ ହେବ ନାସା ଓ ଇସ୍ରୋର ସାଟେଲାଇଟ
ନନ୍ଦିଘୋଷ ବ୍ୟୁରୋ : ଆଜି ଉତକ୍ଷେପଣ ହେବ ଆମେରିକା ମହାକାଶ ଗବେଷଣା ସଂସ୍ଥା- ନାସା ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ ପକ୍ଷରୁ ଆର୍ଥ ମନିଟରିଂ ସାଟେଲାଇଟ। ଏହି ହେବ ନାସା ଓ ଇସ୍ରୋର ମିଳିତ ସାଟେଲାଇଟ ମିଶନ, ଯାହାର ନାମ ରହିଛି ନିସାର। ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଏହି ସାଟେଲାଇଟ ଉତକ୍ଷେପଣ ହେବ। ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ପରିମାଣ ରହିଛି ୧ ଦଶମିକ ୫ ବିଲିୟନ ଡଲାର। ଏହି ସାଟେଲାଇଟର ଓଜନ ୩ ଟନ ହୋଇଥିବାବେଳେ ଏହାର ରହିଛି ୧୨ ମିଟର ରାଡାର ଆଣ୍ଟେନା। ଏହା ଜରିଆରେ ଭୂପୃଷ୍ଠରେ ଘଟୁଥିବା ପରିବର୍ତ୍ତନ ଅବଲୋକନ କରାଯାଇପାରିବ। ଏହି ସାଟେଲାଇଟ ଜରିଆରେ ରାଡାର ସିଗନାଲ ପଠାଯାଇପାରିବ। ଉଭୟ ରାତି ଓ ଦିନରେ ଏହି ସାଟେଲାଇଟ ଇମେଜ ପଠାଇପାରିବ। ପ୍ରତି ୧୨ ଦିନରେ ଦୁଇଥର ଇମେଜ ଆସିପାରିବ।
ଆଜିଠାରୁ ଅରମ୍ଭ ଭାରତ ଓ ଫ୍ରାନ୍ସ ମିଳିତ ସମରାଭ୍ୟାସ
ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଅରମ୍ଭ ହେବ ଭାରତ ଓ ଫ୍ରାନ୍ସ ମଧ୍ୟରେ ମିଳିତ ସମରାଭ୍ୟାସ। ଆସନ୍ତା ଜୁଲାଇ ୧ ଯାଏ ଚାଲିବ ମିଳିତ ସମରାଭ୍ୟାସ। ଏନେଇ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା ସୂଚନା। ଫ୍ରାନ୍ସର ଲା କାଭାଲେରିରେ ଦୁଇ ଦେଶର ପକ୍ଷରୁ ଆୟୋଜିତ ହେବ ସମରାଭ୍ୟାସ ଶକ୍ତି ୨୦୨୫। ଭାଗନେବେ ଦୁଇଦେଶର ସେନା ସମେତ ବିଭିନ୍ନ ଯୁଦ୍ଧାସ୍ତ୍ର। ଶକ୍ତି ସମରାଭ୍ୟାସର ଏହା ହେବ ଦୁଇ ଦେଶ ମଧ୍ଯରେ ଅଷ୍ଟମ ସଂସ୍କରଣ। ଦୁଇ ଦେଶ ମଧ୍ଯରେ ସାମରିକ ସାମର୍ଥ୍ୟ ବୃଦ୍ଧି ତଥା ବହୁମୁଖୀ ସହଭାଗିତା ଉଦ୍ଦେଶ୍ୟରେ ଏହି ସମରାଭ୍ଯାସ କରାଯିବ। ଦୁଇ ଦେଶର ସେନାବାହିନୀର ଦକ୍ଷତା ବୃଦ୍ଧି, ଆତ୍ମବିଶ୍ବାସ ବଢାଇବା ଲାଗି ଏହି ସମରାଭ୍ଯାସ କରାଯିବ। ସାମରିକ ଓ କୌଶଳଗତ କ୍ଷେତ୍ରରେ ସହଭାଗିତା ଲାଗି ଏହା ଉଦ୍ଦିଷ୍ଟ।
ରାଜ୍ୟରେ ଲାଗି ରହିଛି ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ଯୋଡ଼ା ଲଘୁଚାପ ପ୍ରଭାବରେ ରାଜ୍ଯରେ ମୌସୁମୀ ସକ୍ରିୟ ରହିଛି I ଦେଶର ଉଭୟ ପଶ୍ଚିମ ଏବଂ ପୂର୍ବ ଭାଗରେ ଦୁଇଗୋଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ତୀବ୍ର ରୁପ ନେବାର ସମ୍ଭାବନା ରହିଛି । ଦେଶର ପୂର୍ବ ଏବଂ ପଶ୍ଚିମ ଭାଗରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ତେବେ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ କରାଇଲା ବିଭାଗ । ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପକୁଳରେ ୩୦ – ୪୦ କିମି ବେଗରେ ପବନ ବହିବା ସହିତ ଝଡ଼ ବର୍ଷା ବହିବାର ସମ୍ଭାବନା ଥିବା କାରଣରୁ ସମୁଦ୍ର ଅଶାନ୍ତ ରହିବ, ଯେଉଁଥିପାଇଁ ଗଭୀର ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।
ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋଅର୍ସ । ଜୀବନ ଚାଲିଗଲା କେହି ପାଖ ମାଡ଼ିଲେନି ।
ପଞ୍ଜାବ : ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋଅର୍ସ । ଜୀବନ ଚାଲିଗଲା କେହି ପାଖ ମାଡ଼ିଲେନି । ଏମିତିକି ସମ୍ପର୍କୀୟ ଲୋକ ମଧ୍ୟ ଆସିଲେନି । ଅନ୍ତିମ ସଂସ୍କାରରେ ଯୋଗ ଦେଲେ ମାତ୍ର ୩ ଜଣ । ଏଭଳି ଘଟଣା ହୁଏତ ଆପଣ କେବେ ଦେଖିନଥିବେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ସୋସିଆଲ ମିଡିଆର ଷ୍ଟାର୍ କାଞ୍ଚନ କୁମାରୀ ଓରଫ କମଲ କୌର ଭାବୀଙ୍କୁ ହତ୍ୟା କରାଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। କାଞ୍ଚନ କୁମାରୀଙ୍କ ଅନ୍ତିମ ସଂସ୍କାରରେ କେହି ଯୋଗ ଦେଇ ନଥିଲେ। କାଞ୍ଚନ କୁମାରୀ ଓରଫ କମଲ କୌର ଭାବୀଙ୍କର ସୋସିଆଲ ମିଡିଆରେ ହଜାର ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି। ଏହା ସତ୍ତ୍ୱେ, ତିନି ଜଣଙ୍କ ବ୍ୟତୀତ, କୌଣସି ଚତୁର୍ଥ ବ୍ୟକ୍ତି ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନଥିଲେ। ଏପରିକି ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନଥିଲେ।
କେବଳ ତାଙ୍କ ଭାଇ, ଭଉଣୀ ଓ ମାଆ କାଞ୍ଚନ କୁମାରୀଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ଇନଷ୍ଟାଗ୍ରାମରେ କାଞ୍ଚନର ପ୍ରାୟ ଚାରି ଲକ୍ଷ ଫଲୋଅର୍ସ ରହିଛନ୍ତି । କିନ୍ତୁ ଜଣେ ହେଲେ ଫଲୋଅର୍ସ ତାଙ୍କୁ ଶେଷ ବିଦାୟ ଦେବାକୁ ଆସି ନଥିଲେ। ପରିବାର ପକ୍ଷରୁ ସାହାରା ଜନସେବା ସଂସ୍ଥା ସହାୟତାରେ ବଟିଣ୍ଡାର ଶ୍ମଶାନରେ ମୃତକଙ୍କ ଶେଷକୃତ୍ୟ କରାଯାଇଥିଲା। ତେବେ କମଲ କୌରଙ୍କ ହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ହତ୍ୟାର ମାଷ୍ଟରମାଇଣ୍ଡ ନିହାଙ୍ଗ ଅମୃତପାଲ ସିଂହ ମହରୋଣ ଏବେ ବି ଫେରାର ଅଛି।
କମଲ କୌର ଭାବୀଙ୍କ ହତ୍ୟା ମାମଲାରେ ଏକ ନୂଆ ଖୁଲାସା କରିଛନ୍ତି ବଟିଣ୍ଡା ଏସଏସପି । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ନିହାଙ୍ଗ ଅମୃତପାଲ ସିଂହ ମହରୋଣ, ଯିଏ ଫେରାର ଅଛି, ହତ୍ୟାର ମାତ୍ର କିଛି ଘଣ୍ଟା ପରେ ବିଦେଶ ପଳାଇଛି। ଏସଏସପି କହିଛନ୍ତି ଯେ ଅନ୍ୟ ଅଭିଯୁକ୍ତକୁ ପଚରାଉଚରା ସମୟରେ ଅଭିଯୁକ୍ତମାନେ କହିଛନ୍ତି ଯେ କାଞ୍ଚନଙ୍କୁ ହତ୍ୟା କରିବା ପରେ ଅମୃତପାଲ ମହରୋଣ, ରଞ୍ଜିତ ସିଂହ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ସହିତ ସିଧାସଳଖ ସେମାନଙ୍କ କାର୍ରେ ଅମୃତସର ବିମାନବନ୍ଦରକୁ ଯାଇଥିଲେ ଏବଂ ସେଠାରୁ ଜୁନ୍ ୧୦ ସକାଳ ୯.୧୫ ରେ ଏକ ବିମାନ ନେଇ ୟୁଏଇ ପଳାଇ ଯାଇଥିଲେ। ପୋଲିସ ଯେତେବେଳେ ଅମୃତପାଲଙ୍କ ପାସପୋର୍ଟର ବିବରଣୀ ପାଇଲା, ସେତେବେଳେ ଜଣାପଡିଲା ଯେ ସେ ୟୁଏଇ ପଳାଇଯାଇଛନ୍ତି।
କୌଣସି କଥାକୁ ଭାବୁ-ଭାବୁ ଅଚାନକ ହାର୍ଟବିଟ୍ ବଢ଼ିଯାଏ କାହିଁକି? ଏହା କ’ଣ ଏକ ରୋଗ…
ଗୋଟିଏ ସାଧାରଣ କଥାକୁ ନେଇ କିଛି ଲୋକ ଅଧିକ ଭାବିବାରେ ଲାଗିଥାନ୍ତି । ତେବେ ଭାବୁ-ଭାବୁ ଅନେକ ସମୟରେ ଆମର ହାର୍ଟବିଟ୍ ତେଜ୍ ହୋଇଯାଇଥାଏ । ତାହା ପୁରୁଣା କଥାକୁ ନେଇ ହେଉ କି ଭବିଷ୍ୟତକୁ ନେଇ ଚିନ୍ତା ହେଉ, ଏପରି ସ୍ଥିତିରେ ହୃଦ ସ୍ପନ୍ଦନ ଅଚାନକ ବଢ଼ିଯାଇଥାଏ । ସାମାନ୍ୟ ସ୍ଥିତିରେ ଜଣେ ଆଡଲ୍ଟ ବ୍ୟକ୍ତିଙ୍କ ହାର୍ଟ ରେଟ ପାଖାପାଖି ୬୦ରୁ ୧୦୦ ବିଟ୍ ପ୍ରତି ମିନିଟ (BPM) ହୋଇଥାଏ । ମାତ୍ର ଯେତେବେଳେ ହାର୍ଟ ରେଟ ୧୦୦ ବିପିଏମରୁ ଅଧିକ ହୋଇଥାଏ ଓ କୌଣସି ଶାରୀରିକ ପରିଶ୍ରମ ହୁଏ ନାହିଁ, ତେବେ ସେ କ୍ଷେତ୍ରରେ ଏହାକୁ ’ଟେକୀକାର୍ଡିୟା’ କୁହାଯାଇଥାଏ । ଭାବିବା ସମୟରେ ହାର୍ଟବିଟ ବଢ଼ିବା ଏକ ମାନସିକ ଓ ଶାରୀରିକ ପ୍ରତିକ୍ରିୟା ହୋଇପାରେ । ତେବେ ଏହା କ’ଣ କୌଣସି ରୋଗର ଲକ୍ଷଣ, ଆସନ୍ତୁ ଜାଣିବା ଏହା ବିଷୟରେ ।
ଯେତେବେଳେ ଆମେ କୌଣସି ଚିନ୍ତା, ଡର, ଚାପକୁ ନେଇ ଚିନ୍ତାରେ ଡୁବିଯାଉ, ସେହି ସ୍ଥିତିରେ ଶରୀରର ଷ୍ଟ୍ରେସ ହରମୋନ୍ ବା କାର୍ଟିସୋଲ ଓ ଏଡ୍ରେନାଲିନର ସ୍ତର ବଢ଼ିବାରେ ଲାଗିଥାଏ । ଫଳରେ ହାର୍ଟର ଧଡ଼କନ ତେଜ ହୋଇଯାଇଥାଏ । ଏହା ଶରୀରର ଏକ ସ୍ବାଭାବିକ ପ୍ରକ୍ରିୟା, ଯାହା ଆପଣଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ କରିଥାଏ । ତେବେ ଏହି ବିପଦ ବାସ୍ତବରେ ହୋଇନଥାଏ, ମାତ୍ର ମନରେ ଚାଲୁଥିବା କଳ୍ପନା ଶରୀରକୁ ସେପରି ଅନୁଭବ କରାଇ ଦେଇଥାଏ । ଭାବୁ-ଭାବୁ ନାଡ଼ି ତେଜ ହେବା ଏକ ମାନସିକ ଚାପର ସଙ୍କେତ ମଧ୍ୟ ହୋଇପାରେ, ଯାହାକି ଶରୀର ଉପରେ ଶାରୀରିକ ଭାବେ ମଧ୍ୟ ପ୍ରଭାବ ପକାଇଥାଏ ।
ଏନେଇ କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ମୁତାବକ, ପ୍ରତି ଥର ଭାବିବା ସମୟରେ ସ୍ପନ୍ଦନ ତେଜ ହେବା କୌଣସି ଗମ୍ଭୀର ବିମାରୀର ଲକ୍ଷଣ ହୋଇନଥାଏ । ମାତ୍ର ଏହା ସାଇକୋଲୋଜିକଲ ବା କାର୍ଡିୟକ ଡିଜଅର୍ଡରର ସଙ୍କେତ ହୋଇପାରେ । ଯଦି ଏହା ଅଧିକାଂଶ ସମୟରେ ହୋଇଥାଏ, ତେବେ ଏଞ୍ଜାଇଟି ଡିସଅର୍ଡର, ପ୍ୟାନିକ ଆଟାକ ପରି ସ୍ଥିତିର ଅଂଶ ହୋଇପାରେ । ଅନେକ ସମୟରେ ଏହା ଥାଇରଏଡ ବା କ୍ୟାଫିନର ଅଧିକ ସେବନର ପରିଣାମ ମଧ୍ୟ ହୋଇପାରେ । ଯଦି ଚକ୍କର, ଘବରାହଟ, ଛାତି ଯନ୍ତ୍ରଣା, ଛାତି ବା ଗଳା ଫୁଲିବା ପରି ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବା ଜରୁରୀ । ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଗମ୍ଭୀର ହାର୍ଟ ସମ୍ବନ୍ଧୀୟ ବିମାରୀର ଆଶଙ୍କାକୁ ଜନ୍ମ ଦେଇପାରେ ।
ଏହି ସମସ୍ୟାରୁ ମୁକ୍ତି ପାଇବେ କିପରି?
ଦୈନିକ ଧ୍ୟାନ ଓ ମେଡିଟେସନ କରନ୍ତୁ, ପୂରା ନିଦ୍ରା ନିଅନ୍ତୁ, କ୍ୟାଫିନ ଓ ନିକୋଟିନର ସେବନ କମ୍ କରନ୍ତୁ, ଦିନଚର୍ଯ୍ୟାରେ ବ୍ୟାୟାମ କରନ୍ତୁ, ନିଜର ବିଚାରକୁ ପଜିଟିଭ୍ ରଖନ୍ତୁ, ଅତ୍ୟଧିକ ଭାବନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ ମନୋଚିକିତ୍ସକ ବା କାଉନସେଲରଙ୍କ ସହ ପରାମର୍ଶ କରନ୍ତୁ ।
ଫ୍ୟାମିଲି ସହିତ ଜମାରୁ ଦେଖନ୍ତୁ ନାହିଁ ଏହିସବୁ ବଲିଉଡ୍ ଫିଲ୍ମ, ଖାଲି ଇଣ୍ଟିମେଟ୍ ସିନ୍….
ବଲିଉଡରେ ଆକ୍ସନ ଠାରୁ ଆରମ୍ଭ କରି ରୋମାଣ୍ଟିକ, କମେଡ଼ି ଡ୍ରାମା ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ସେଥିମଧ୍ୟରୁ କିଛି ଫିଲ୍ମରେ ଷ୍ଟାରମାନେ ଇଣ୍ଟିମେଟ ସିନ୍ସ ଦେବାର ସୀମା ପାର କରିସାରିଛନ୍ତି । ତେବେ କିଛି ଲୋକ ନିଜର ପରିଜନଙ୍କ ସହ ଏକାଠି ମିଶି ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । ତେଣୁ ଏଭଳି ଇଣ୍ଟିମେଟ୍ ସିନ ଥିବା ଫିଲ୍ମକୁ ପିଲାଙ୍କ ସହ ବସି ଦେଖିହେବ ନାହିଁ । ଛୋଟ ପିଲାଙ୍କ ମାନସିକତା ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଫିଲ୍ମ ଠାରୁ ପିତାମାତା ଦୂରେଇ ରହିବା ଜରୁରୀ ।
୧- କାମସୂତ୍ର: ୧୯୯୬ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଇଣ୍ଟିମେଟ୍ ସିନ୍ସ ଭରି ରହିଛି । ବଲିଉଡର ଏଭଳଗ୍ରୀନ ଅଭିନେତ୍ରୀ ରେଖାଙ୍କର ବୋଲ୍ଡ ଅବତାର ଫିଲ୍ମରେ ଦେଖିବାକୁ ମିଳିବ ।

୨- ମର୍ଡର: ଅନୁରାଗ ବସୁଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ମଲ୍ଲିକା ଶେରାଓ୍ବତ ଓ ଇମ୍ରାନ ହାସମୀଙ୍କ ସିଜଲିଂ କେମିଷ୍ଟ୍ରି ଦେଖିବାକୁ ମିଳିବ । ଏହି ଫିଲ୍ମକୁ ପରିବାର ସଦସ୍ୟଙ୍କ ସହ ବସି ଦେଖିହେବ ନାହିଁ ।

୩- ଜିସ୍ମ: ଜନ ଆବ୍ରାହମ ଓ ବିପାଶା ବସୁଙ୍କ ଏହି ଫିଲ୍ମରେ ଇଣ୍ଟିମେଟ ସିନ୍ସ ଭରି ରହିଛି । ପ୍ରାଇମ୍ ଭିଡିଓରେ ଏହି ଫିଲ୍ମକୁ ଆପଣମାନେ ଦେଖିପାରିବେ ।

୪- ବିଏ ପାସ: ଶିଳ୍ପା ଶୁକ୍ଲା, ଶାଦାବ କମାଲ, ରାଜେଶ ଶର୍ମା ଓ ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କ ଏହି ଫିଲ୍ମ ଯୁବବର୍ଗଙ୍କୁ ଆକୃଷ୍ଟ କରିବ । ଫିଲ୍ମଟି ୟୁଟ୍ୟୁବରେ ମାଗଣାରେ ଦେଖିପାରିବେ ।

୫- ଦି ଡର୍ଟି ପିକଚର: ବଲିଉଡ ଅଭିନେତ୍ରୀ ବିଦ୍ୟା ବଲାନଙ୍କ ଫିଲ୍ମ ’ଦି ଡର୍ଟି ଫିକଚର’ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି । ୨୦୧୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଇମ୍ରାନ ହାସମୀ, ନସୀରୁଦ୍ଦୀନ ଶହ ଓ ତୁଷାର କପୁର ଅଭିନୟ କରିଛନ୍ତି । ଫିଲ୍ମରେ ବିଦ୍ୟାଙ୍କ ବୋଲ୍ଡ ଓ ଗ୍ଲାମରସ ଅବତାର ରହିଛି ।

ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ଭୁବନେଶ୍ୱର : ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ମଦ ପିଇ ଦୁଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର କଟକ ପୁରୀ ରୋଡ ଷ୍ଟେସନ ବଜାରରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ବିରୋଧରେ ଆସିଛି ଏହି ସଂଘାତିକ ଅଭିଯୋଗ । ଲକ୍ଷ୍ମୀ ସାଗର ଅଞ୍ଚଳର ଦୁଇ ଯୁବକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ଆଉ ୩ ଜଣ ଗୁରୁତର ହୋଇ ICU ରେ ଭର୍ତ୍ତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଏସପି ଟିମ୍ ସହ ଆସି ସଂପୃକ୍ତ ମଦ ଦୋକାନ କୁ ସିଲ୍ କରିଛନ୍ତି । ମୃତ ଯୁବକ ଦ୍ଵୟ ହେଉଛନ୍ତି ଲକ୍ଷ୍ମୀ ସାଗର ଅଞ୍ଚଳର ସନ୍ତୋଷ ନାୟର ଏବଂ ବିଶ୍ୱଜିତ୍ ବେହୁରା । ସନ୍ତୋଷଙ୍କ ମୃତ୍ୟୁ ଗତ ୫ ଦିନ ତଳେ ହୋଇଥିବା ବେଳେ ଆଜି ବିଶ୍ୱଜିତ୍ ଙ୍କ ମୃତ୍ୟୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଭୋଜି ବେଳେ ଏହି ଦୋକାନରୁ ମଦ କିଣି ନେଇଥିଲେ । ଆଉ ମଦ ପିଇବା ପରେ ପେଟ ଓ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ହସପିଟାଲ ରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ହିଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆଜି ବିଶ୍ୱଜିତ୍ ଅନ୍ତିମ ସଂସ୍କାର ପରେ ସ୍ଥାନୀୟ ଅଂଚଳରେ ବଡ଼ ଉତ୍ତେଜନା ଦେଖିବାକୁ ମିଳିଛି ।
ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ସରକାର ଚାଷୀଙ୍କୁ ଠକି ଦେଇଛନ୍ତି। ଚାଷୀଙ୍କୁ ଘୋଷଣା କରିଥିବା ବୋନସ ଦେଇନଥିବାରୁ ନବରଙ୍ଗପୁର ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ଭୁବନେଶ୍ୱରରେ ନବରଙ୍ଗପୁର ରାଇଘର ବ୍ଲକ ଚାଷୀଙ୍କ ଆନ୍ଦୋଳନକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି । ମଣ୍ଡିରେ ଧାନ ଉଠୁନି, ଚାଷୀମାନଙ୍କୁ ପ୍ରତାରଣା ଦେଇ ସରକାର ଚାଷୀ ସମାବେଶ କରୁଛନ୍ତି ବୋଲି କଂଗ୍ରେସ କହିଛି । ଯାହାର ଜବାବ ରଖିଛି ବିଜେପି ।
ଚାଷୀଙ୍କୁ ଠକିଲେ ସରକାର । ବୋନସ ଟଙ୍କା ଦେବାରେ କଲେ ପାତରଅନ୍ତର । କାହାକୁ ଦେଲେ, ପୁଣି କାହାକୁ ଦେଲେନି । ବିଜେପି ସରକାର ଚାଷୀ ସମାବେଶ କରୁଛନ୍ତି । ହେଲେ ଧାନ ଟଙ୍କା ପ୍ରାପ୍ୟ ପାଇବାକୁ ରାଜଧାନୀରେ ୧୨ ଦିନ ଅହୋରାତ୍ର ଧାରଣା ପରେ ନବରଙ୍ଗପୁର ଚାଷୀଙ୍କୁ ମିଳିଛି ପ୍ରତିଶ୍ରୁତି । ଚାଷୀ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବାକୁ ବିଜେଡି କଲା ଦାବି । ସେପଟେ ବର୍ଷିଲା କଂଗ୍ରେସ । ରାଜ୍ୟର ଅଧିକାଂଶ ଚାଷୀ ୮୦୦ ଟଙ୍କା ଲେଖାଏଁ ଇନପୁଟ୍ ସହାୟତା ପାଇନାହାନ୍ତି । ମାତ୍ର ହାତଗଣତି ଚାଷୀଙ୍କୁ ଇନପୁଟ ସହାୟତା ଦେଇ ବାହାବା ସାଉଁଟୁଛନ୍ତି ରାଜ୍ୟ ସରକାର । ଏବେ ଚାଷୀ ସମାବେଶ କରି ପିଟୁଛନ୍ତି ଡିଣ୍ଡିମ ।
ବିରୋଧୀଙ୍କ ଅଭିଯୋଗ ନବରଙ୍ଗପୁର ରାଇଘର ୩୪୪ ଜଣ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ରାଜଧାନୀରେ ଖରାବର୍ଷାରେ ହନ୍ତସନ୍ତ ହେଲେ । ଟଙ୍କା ପ୍ରଦାନ ନେଇ ପ୍ରତିଶ୍ରୁତି ମିଳିବା ପରେ ଏବେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ଚାଷୀ । ହେଲେ ଧାନ ଏମଏସ୍ପି ସହିତ ଇନପୁଟ ସହାୟତା ମିଳିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନି । ଯଦି ଏକାସଙ୍ଗେ ଇନ୍ପୁଟ ସହାୟତା ନ ମିଳେ ତାହେଲେ ନବରଙ୍ଗପୁରରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ କଂଗ୍ରେସ ଅଭିଯୋଗ କରିଛି ମଣ୍ଡିରେ ଚାଷୀଙ୍କ ଧାନ ପଡ଼ିରହିଛି । ୭୫ ପ୍ରତିଶତ ଚାଷୀ ସରକାର ଘୋଷଣା କରିଥିଲା ଇନପୁଟ ସହାୟତା ପାଇନାହାନ୍ତି । ରାଜ୍ୟରେ ଚାଷୀ ହତାଶରେ ଥିବାବେଲେ ସରକାରଙ୍କ ଚାଷୀ ସମାବେଶ ହାସ୍ୟାସ୍ପଦ । ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।
ନବରଙ୍ଗପୁର ରାଇଘର ଚାଷୀ ୪ମାସ ହେଲା ଧାନ ବିକି ଟଙ୍କା ପାଇଲେନି । ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରି ଫେଲ ମାରିଲେ । ଶେଷରେ ରାଜଧାନୀରେ ଚାଷୀଙ୍କୁ ଅହୋରାତ୍ର ଧାରଣା ଦେବାକୁ ପଡ଼ିଲା । ଆଜି ଆନ୍ଦୋଳନ କରିଥିବା ଚାଷୀଙ୍କ ସହ ସାମିଲ ହୋଇଥିଲେ ବିଜେଡି ଓ ଆପ୍ ନେତା। ଗତକାଲି ସରକାର ମାତ୍ର ୧୫ ଜଣ ଚାଷୀଙ୍କୁ ଟଙ୍କା ଦେଇଥିବା ପ୍ରକ୍ରିୟା ଆରମ୍ଭ କରିଥିବାରୁ ଚାଷୀ ସାମୟିକ ଭାବେ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୫ଦିନ ଭିତରେ ସମସ୍ତ ଚାଷୀଙ୍କୁ ଯଦି ସେମାନଙ୍କ ପ୍ରାପ୍ୟ ନମିଳିବ । ତାହେଲେ ପୁଣି ଥରେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଚାଷୀ ହନ୍ତସନ୍ତ ଓ ହତାଶ । ସେପଟେ ସରକାର କରୁଛନ୍ତି ଚାଷୀ ସମାବେଶ । ନିର୍ବାଚନ ପ୍ରତିଶୃତିକୁ ମଧ୍ୟ ଠିକଭାବେ ପାଳନ କରୁନାହାନ୍ତି । କଟନି ଛଟନି ଏବେ ବି ଜାରି ରହିଛି । ଟାର୍ଗେଟ ଅନୁସାରେ ଧାନ ଉଠୁନଥିବାରୁ ଚାଷୀଙ୍କ ସହ ବିରୋଧୀ ମଧ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
ଯୋଗ କଲେ କେଶ ଝଡ଼ିବା କମ୍ ହେବ କି, କ’ଣ କହୁଛନ୍ତି ଏକ୍ସପର୍ଟ…
କେଶ ଝଡ଼ିବା ଆଜିକାଲିର ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହାକୁ କମ୍ କରିବା ପାଇଁ ଆଜିକାଲିର ଯୁବକ, ଯୁବତୀମାନେ ମହଙ୍ଗା ହେୟାର ପ୍ରଡକ୍ଟର ଉପଯୋଗ କରୁଥିବା ଦେଖାଯାଉଛି । ମାତ୍ର ଏହାର ଫାଇଦା କିଛି ମିଳୁନଥିବା ଦେଖାଯାଉଛି । ଅନେକ ସମୟରେ ଏହା ସ୍ବାସ୍ଥ୍ୟ ସମସ୍ୟାର ମଧ୍ୟ କାରଣ ସାଜିପାରେ । ଯଦି ବିନା କାରଣରେ କି ପାଣିପାଗ ପରିବର୍ତ୍ତନ କାରଣରୁ ଆପଣଙ୍କର କେଶ ଝଡ଼ୁଛି, ତେବେ ଏଥିପାଇଁ ଲାଇଫଷ୍ଟାଇଲ ଓ ଡାଏଟରେ ପରିବର୍ତ୍ତନ କରିବା ସହ ହେୟାର କେୟାର କରିବାକୁ ପରାମର୍ଶ ଦିଆଯାଇଥାଏ । ଯୋଗ ଦ୍ବାରା ହେୟାର ଫଲକୁ କମ୍ କରାଯାଇପାରିବ ବୋଲି ସୋସିଆଲ ମିଡ଼ିଆରେ କିଛି ଇନଫ୍ଲୁଏନ୍ସର କହିଥାନ୍ତି । ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ ଆସନ୍ତୁ ଜାଣିବା ।
ଯୋଗ ଏକ୍ସପର୍ଟ କହିଛନ୍ତି, ଯୋଗ କେଶକୁ ସୁସ୍ଥ ରଖିବା ସହ ହେୟାର ଫଲକୁ କମ କରିବାରେ ସହାୟକ ହୋଇପାରେ । ଯେତେସବୁ ଫୋରହେଡ ବେଣ୍ଡିଙ୍ଗ ଯୋଗାସନ ରହିଛି, ସେଥିରେ ଶରୀରକୁ ଆଗକୁ ଝୁକିବାକୁ ପଡ଼ିଥାଏ । ଏହି ଅଭ୍ୟାସ କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ । ଯେପରିକି ଶୀର୍ଷାସନ, ବଜ୍ରାସନ, ପର୍ବତାସନ ଓ ଅର୍ଦ୍ଧ ଉତ୍ତନାସନ କେଶ ପାଇଁ ଭଲ ହୋଇଥାଏ । ଏଥିସହିତ ଡାଇଡ ଓ ସଠିକ୍ ଖାଦ୍ୟ ମଧ୍ୟ ଜରୁରୀ । ଏଥିପାଇଁ ଷ୍ଟ୍ରେସକୁ କମ୍ କରିବା ପାଇଁ ଅନୁଲୋମ-ବିଲୋମ ପରି ପ୍ରାଣାୟମ କରିପାରନ୍ତି । ଏହାଦ୍ବାରା ଷ୍ଟ୍ରେସ କମ୍ ହେବ, ଫଳରେ କେଶ ଝଡ଼ିବା କମ୍ କରିବାରେ ସହାୟତା ମିଳିପାରେ ।
ଯୋଗାସନ ସହିତ ଲାଇଫଷ୍ଟାଇଲକୁ ଠିକରେ ରଖିବା ଓ ଡାଇଟକୁ ହେଲଦୀ ରଖିବା ବହୁତ ଜରୁରୀ । ଏଥିପାଇଁ ଓମେଗା-ଫ୍ୟାଟି ଏସିଡ, ପ୍ରୋଟିନ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଡି, ଭିଟାମିନ ଇ, ବାୟୋଟିନ, ଜିଙ୍କ ଓ ଆଇରନ ପରି ପୋଷକ ତତ୍ତ୍ବରେ ଭରପୂର ଥିବା ଡାଇଟ୍ ନିଅନ୍ତୁ । ଦୈନିକ ୭-୮ ଘଣ୍ଟା ନିଦ୍ରା ନିଅନ୍ତୁ, ଷ୍ଟ୍ରେସକୁ ମ୍ୟାନେଜ କରନ୍ତୁ ଓ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସଠିକ୍ ମାତ୍ରାରେ ପାରି ପିଅନ୍ତୁ ।

