spot_img
Home Blog Page 6461

BIHAR EXIT POLL : ବିହାର ଦେଲା ଉତ୍ସାହ, ଆଗାମୀ ଦିନରେ ପଶ୍ଚିମବଙ୍ଗ ଓ ୟୁପିରେ ଦେଖିବାକୁ ମିଳିପାରେ ନୂଆ ସମୀକରଣ

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ଆସିଥିବା ବୁଥ ବାହୁଡା ମତ ମହାମେଣ୍ଟ ସପକ୍ଷରେ ମତ ପ୍ରଦାନ କରିଛି । ତେଣୁ ବିରୋଧୀ ଏକଜୁଟ୍ ହେଲେ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇହେବ ବୋଲି ପ୍ରମାଣିତ ହୋଇଛି । ସାରା ଭାରତରେ ଗତ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ସବୁ ରାଜ୍ୟରେ ସମ୍ଭବ ହୋଇ ନ ଥିଲା । ତେଣୁ ଭାଜପା ଏବଂ ଏନ଼ଡିଏ ଏକତରଫା ଭାବେ ବିଜୟୀ ହୋଇଥିଲା ।

No Alliance To Get Absolute Majority Predicts Exit Poll Bihar Election 2020

ହେଲେ ଏହି ବିହାର ଫଳାଫଳ ପରେ ୭ ମାସ ପରେ ହେବାକୁ ଥିବା ପଶ୍ଚିମବଙ୍ଗ ଓ ୨୦୨୨ରେ ୟୁପି ନିର୍ବାଚନ ହେବ । ତେଣୁ ପଶ୍ଚିମବଙ୍ଗରେ ତୃତୀୟ ମେଣ୍ଟ ଗଢି ଉଠିବାର ସମ୍ଭାବନା ରହିଛି । ସେଠାରେ ବହୁ ପୂର୍ବରୁ ତୃଣମୂଳ କଂଗ୍ରେସ ରହିଛି । ବିଜେପି ତାହାର ଏକୁଟିଆ ନିର୍ବାଚନ ଲଢୁଛି । ତେଣୁ କଂଗ୍ରେସ-ବାମ- ଆରଜେଡି ଓ ଅନ୍ୟ ଆଞ୍ଚଳିକ ଦଳଗୁଡିକୁ ନେଇ ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା କରାଯାଉଛି । ଅବଶ୍ୟ ମମତାଙ୍କ ତୃଣମୂଳ କଂଗ୍ରେସ ଏବଂ ତୃତୀୟ ସାମ୍ମୁଖ୍ୟର ମୁଖ୍ୟ ଉଦ୍ଦେଶ୍ୟ ଭାଜପାକୁ କ୍ଷମତାରୁ ଦୂରେଇ ରଖିବା । ତେଣୁ ଉଭୟ ଦଳ ମଧ୍ୟରେ ଟ୍ୟାକ୍ଟିକାଲ ବୁଝାମଣାକୁ ଅଣଦେଖା କରା ଯାଇ ନ ପାରେ ।

୨୦୧୯ରେ ମୋଦିଙ୍କ ସମ୍ମୁଖରେ ବିରୋଧୀ ଅଲଗା ଅଲଗା ହୋଇ ଲଢୁଥିବାର ମନେ ହେଉଥିଲା । ହେଲେ ମାତ୍ର ବର୍ଷକ ପରେ ବିହାର ନିର୍ବାଚନରେ ବିରୋଧୀ ଅଧିକ ଏକଜୁଟ୍ ହୋଇଥିବା ମନେ ହୋଇଥିଲା । ଏନଡିଏ ଏକଜୁଟ ନ ହୋଇ ଏଲଜେପିକୁ ଅଲଗା ଲଢିବାକୁ ଛାଡି ଦେଇଥିଲା । ଯାହାର କୁପରିଣାମ ଭାଜପା-ଜେଡିୟୁ-ଏଲଜେପିକୁ ଭୋଗିବାକୁ ପଡିଲା ।

ସେହିପରି ୨୦୨୨ରେ ୟୁପିରେ ନିର୍ବାଚନ ହେବାକୁ ରହିଛି । ହେଲେ ସେଠାରେ ବିରୋଧୀ ଦଳ ସଙ୍ଗଠିତ ନାହାନ୍ତି । ଏସପି-ବିଏସପି ମେଣ୍ଟ ୨୦୧୯ରେ ଫେଲ ମାରିଥିଲା ।ତେଣୁ ଭାଜପାକୁ ଦେଶର ସବୁଠୁ ବଡ଼ ରାଜ୍ୟରେ ହରାଇବାକୁ ହେଲେ ପ୍ରସଙ୍ଗ ସହ ସାମାଜିକ ସମୀକରଣକୁ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ୨୦୨୨ରେ ଏକାକୀ ନିର୍ବାଚନ ଲଢିବା ପାଇଁ ଉଭୟ କଂଗ୍ରେସ-ଏସପି ଏବେଠୁ କହିଲେଣି । ହେଲେ ଆଗାମୀ ଦିନର ରାଜନୈତିକ ପାଣିପାଗ ଏହି ସମୀକରଣରେ ପରିବର୍ତ୍ତନ ଆଣିବ ବୋଲି ପୂର୍ବାନୁମାନ କରାଯାଉଛି ।

 

ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର

କଟକ: ଗରିବ, ଅଭାବୀ ଲୋକଙ୍କ ପାଇଁ Piece of cloth, lots of warmth ( ଖଣ୍ଡିଏ କପଡ଼ା, ଢେର ସାର ଉଷ୍ମତା) ନାଁରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ସେ ଗରିବ, ଅଭାବୀ ଲୋକଙ୍କ ପାଇଁ ବିଭିନ୍ନ ଇଚ୍ଛୁକ ଲୋକଙ୍କ ଠାରୁ ପୁରୁଣା ବସ୍ତ୍ର ସଂଗ୍ରହ କରିଛନ୍ତି । ସ୍ୱେଚ୍ଛାକୃତଭାବେ ଗରିବଙ୍କ ଉଦ୍ଦେଶ୍ୟରେ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଟକରେ ୨ଟି ସ୍ଥାନ ଚିହ୍ନଟ ହୋଇଥିଲା । ଯେଉଁଠିକୁ ଲୋକେ ଆସି କପଡ଼ା ରଖିବା ପାଇଁ ଉଦ୍ଧିଷ୍ଟ ବାକ୍ସରେ ଲୁଗାପଟା ରଖିଥିଲେ । ଯାହାକୁ ନିଜେ ବର୍ଷା ନିଜ ଟିମ୍ ସହ ମିଶି ସଂଗ୍ରହ କରିଥିଲେ । ଏବଂ ଲୁଗାପଟା ଦାନ କରିଥିବା କିଛି ବଦାନ୍ୟ ବ୍ୟକ୍ତିଙ୍କୁ ମିଶିବା ସହ ଧନ୍ୟବାଦ ଜଣାଇଥିଲେ ଅଭିନେତ୍ରୀ ।

Image

ଏଭଳି ଅନେକ ଗରୀବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ପିନ୍ଧିବାକୁ ଭଲ ଲୁଗାପଟା ନାହିଁ । ଅବା ମାତ୍ର ହଳେ କପଡ଼ାରେ ଚଳିବାକୁ ପଡ଼ୁଛି । ଏବେ ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ଆଗକୁ ପାରଦ ଆହୁରି ଅଧିକ ତଳକୁ ଖସିବାର ସମ୍ଭାବନା ରହିଛି । ଏଣୁ ଗରିବ ଅଭାବୀ ଲୋକଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପାରେ ଯାହାକୁ ହୃଦୟଙ୍ଗମ କରିପାରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଣୁ ଓଲିଉଡର ଆାଗଧାଡ଼ିର ଏହି ସେଲିବ୍ରିଟି ଜଣଙ୍କ ଏବେ ସାମାଜିକ କର୍ମୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏବଂ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଇଚ୍ଛୁକ ଲୋକଙ୍କ ଠାରୁ ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ବସ୍ତ୍ର ସଂଗ୍ରହ କରିଛନ୍ତି । ଏ ସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଯାହାକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଉଛି ।

Image

US Election 2020: ଟ୍ରମ୍ପଙ୍କ ଭୋଟ୍ ଜାଲିଆତି ଦାବିକୁ ଉଭୟ ଦଳର ଖଣ୍ଡନ

ୱାଶିଂଟନ୍: ଆମେରିକାରେ ବାଜି ମାରିଛନ୍ତି ଜୋ ବାଇଡେନ୍ । ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଡମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ସରିଛି ହେଲେ ସରିନି ଅଭିଯୋଗ ରାଜନୀତି । ହ୍ୱାଇଟ୍ ହାଉସରେ ୪ ବର୍ଷ କ୍ଷମତା ଉପଭୋଗ କରିଥିବା ଡୋନାଲ୍ଡ ଟ୍ରମ୍ପ ଭୋଟରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ।

Donald Trumps Claims Voter Fraud Draw Criticism Both Parties

୨୧୪ ଇଲେକ୍ଟ୍ରୋରାଲ୍ ଭୋଟ୍ ପାଇଥିବା ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି- ମତଦାନକୁ କ୍ୟାପଚର କରାଯାଇଛି । ଡେମୋକ୍ରାଟିକ ଦଳର ଉପସଭାପତି ଦୁର୍ନୀତିଗ୍ରସ୍ତ ଓ ସେ ଭୋଟକୁ ଚୋରାଇ ନେଇଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଖୋଦ୍ ଦଳ ଭିତରୁ ବିରୋଧ କରାଯାଇଛି । ପେନସିଲଭାନିଆରୁ ରିପବ୍ଲିକାନ୍ ସିନେଟର୍ ଥିବା ପଟ୍ ଟୁମି କହିଛନ୍ତି- ଟ୍ରମ୍ପଙ୍କ ଅଭିଯୋହ ପ୍ରମାଣବିହୀନ । ଏଭଳି ପ୍ରତିକ୍ରିୟା ବିଚଳିତ କରୁଛି ।

Donald Trumps Claims Voter Fraud Draw Criticism Both Parties

ରିପବ୍ଲିକିଆନ୍ ପାର୍ଟିର ଅନ୍ୟଜଣେ ସିନେଟର ମିତ୍ତ ରୋମନି କହିଛନ୍ତି- ଟ୍ରମ୍ପଙ୍କ ଅଧିକାର ରହିଛି ସେ ଭୋଟ୍ ପୁନଃଗଣତି ଓ ତଦନ୍ତ ପାଇଁ କହିପାରିବେ । ଯେତେବେଳେ ସିଏ ପ୍ରମାଣ ବିନା କହୁଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ । ଟ୍ରମ୍ପଙ୍କ ଏଭଳି ବାଚଳାମୀର କଡ଼ା ଜବାବ ଦେଇଛି ଡେମୋକ୍ରାଟିକ୍ ପାର୍ଟି ।

୧୨୦ ମହିଳାଙ୍କୁ ନିଜ ଅଶ୍ଳୀଳ ଫଟୋ ପଠାଇଲେ ୫୪ ବର୍ଷୀୟ ବ୍ୟକ୍ତି, ଭୋଗିଲେ ଏମିତି !

କର୍ଣ୍ଣାଟକା: ଶୁକ୍ରବାର ଦିନ କର୍ଣ୍ଣାଟକ ପୋଲିସ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୋଗ ରହିଛି ଯେ ଉକ୍ତ ବ୍ୟକ୍ତି ଜଣଙ୍କ ୬ ମାସ ମଧ୍ୟରେ ୧୨୦ ମହିଳା ସମେତ ୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ନିଜ ଅଶ୍ଳୀଳ ଫଟୋ ପଠାଇଛନ୍ତି ।

ଚିତ୍ରଦୁର୍ଗର ଚଲ୍ଲକେରେରେ ବାସ କରୁଥିବା ୫୪ ବର୍ଷିୟ ରାମକୃଷ୍ଣ, କଥିତ ରୂପରେ ୬ ମାସ ଭିତରେ ୧୨୦ ମହିଳାଙ୍କ ସମେତ ୨୦୦ ଜଣ ବ୍ୟକ୍ତିଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇଛି । ଏକ ସପ୍ତାହ ପୂର୍ବରୁ କିଛି ଲୋକ ପୋଲିସରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଏକ ଅଜଣା ନମ୍ବରରୁ ଅଶ୍ଳୀଳ ଫଟୋ ପଠାଯାଉଛି । ‘ଦ ନ୍ୟୁଜ ମିନଟ’ର ଏକ ରିପୋର୍ଟ ମୂତାବକ ପୋଲିସ ସୂଚନା ଦେଇଛି ଯେ, ମିଳିଥିବା ତଥ୍ୟ ଆଧାରରେ ରାମକୃଷ୍ଣଙ୍କୁ ଖୋଜାଖୋଜି ଚାଲିଛି । ରାମକୃଷ୍ଣଙ୍କ ମୋବାଇଲ ଫୋନକୁ ଟ୍ରାକ କରାଯାଇଥିଲା ଏବଂ ଶୁକ୍ରବାର ଦିନ ତାଙ୍କୁ ଚଲ୍ଲକେରେ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଛି ।

ପୋଲିସ ତାଙ୍କୁ ଗିରଫ କରିବା ପରେ ରାମକୃଷ୍ଣ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗକୁ ସ୍ୱୀକାର କରିଛନ୍ତି । ପୋଲିସ ସୂଚନା ଅନୁଯାୟୀ, ରାମକୃଷ୍ଣ ସେହି ନମ୍ବରକୁ ମଧ୍ୟ ଫଟୋ ପଠାଇଥିଲେ ଯାହାଙ୍କୁ ସେ ଚିହ୍ନି ନଥିଲେ । ଚଲ୍ଲକେରେର ପ୍ରାୟ ୫୦ ମହିଳାଙ୍କ ପାଖକୁ ମଧ୍ୟ ସେ ,ସେହି ଫୋଟ ପଠାଇଥିଲେ ।  କେବଳ ସେତିକି ନୁହେଁ କିଛି ମହିଳାଙ୍କୁ ମଧ୍ୟ ସେ ଫଟୋ ପଠାଇବାକୁ କହୁଥିଲେ । ବର୍ତ୍ତମାନ ରାମକୃଷ୍ଣଙ୍କୁ ଗିରଫ କରି ଚିତ୍ରଦୁର୍ଗର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଛି । ଏହା ପରେ ୧୪ ଦିନର ନାୟିକ ହେପାଜତରେ ପଠାଯାଇଛି ।

କାର ସେଲ୍ସମ୍ୟାନଙ୍କ ପୁଅ ଏବେ ମହାଶକ୍ତି ଆମେରିକାର ମୁଖିଆ, ଜାଣନ୍ତୁ ବାଇଡେନଙ୍କ ଇତିହାସ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦ ଅନେକ ବାଦ ବିବାଦ ଦେଇ ଗତି କରିଛି । ଜୋ ବାଇଡେନ୍‌ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଶେଷରେ ବାଇଡେନ୍‌ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଇଡେନ୍‌ଙ୍କ ଖାତାରେ ୨୯୦ ଇଲେକ୍ଟୋରାଲ ଭାେଟ ପଡ଼ଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଭୋଟ ସାମିଲ ଥିଲା ।

ତେବେ ସବୁଠୁ ବଡ଼ କଥା ହେଲା ଜଣେ କାର୍‌ ସେଲ୍‌ସ ମ୍ୟାନ୍‌ଙ୍କ ପୁଅ ଆମେରିକାର ବସ୍‌ ହୋଇପାରିଛି । ଆଉ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ହସ୍ତୀଙ୍କୁ ହରାଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପଦବୀରେ ନିଜକୁ ବସାଇ ପାରିଛି । ତେବେ କେମିତି ଥିଲା ତାଙ୍କର ଏହି ଯାତ୍ରା ? ଯୁକ୍ତ ରାଷ୍ଟ୍ର ଆମେରିକାରେ ଲୋକଙ୍କ ହୃଦୟରେ କେମିତି ବସିଲେ ଜୋ ବାଇଡେନ୍‌ ? କୁହାଯାଉଛି ୫ଟି ମୁଖ୍ୟ କାରଣ ଯୋଗୁଁ ବାଇଡେନ୍‌ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ହୋଇପାରିଛନ୍ତି ।

କୋଭିଡ୍ ମୁକାବିଲା

କୋଭିଡ୍-୧୯ ବା ମହାମାରୀ କରୋନା ଭାଇରସ୍‌ । ‌କରୋନା ଭାଇରସ୍‌ ଆମେରିକାରେ ବେଶୀ କ୍ଷତି ପହଞ୍ଚାଇଛି । ପ୍ରାୟ ୨ ଲକ୍ଷ ୩୦ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି । ଯାହାକି ଆମେରିକା ରାଜନୀତିକୁ ଓଲଟପାଲଟ କରି ଦେଇଛି । କରୋନା ଯୋଗୁଁ ଆମେରିକାର ଅନେକ କ୍ଷତି ହୋଇଥିବା ନେଇ ନିର୍ବାଚନ ପ୍ରଚାରର ଶେଷ ଆଡ଼କୁ, ଖୋଦ୍‌ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି ।

ଚଳିତ ନିର୍ବାଚନ ପ୍ରଚାର ସମୟରେ କରୋନା ଏକ ମୁଖ୍ୟ ପ୍ରସଙ୍ଗ ଥିଲା । ଲୋକଙ୍କ ଫୋକସ୍‌ରେ ନିର୍ବାଚନ ନଥିଲା ବରଂ ତା’ଠାରୁ ଢ଼େର ଅଧିକ ଫୋକସ୍‌ରେ‌ ଥିଲା କରୋନା ମହାମାରୀ । ବିଭିନ୍ନ ଗଣମାଧ୍ୟମ ମଧ୍ୟ କରୋନାକୁ ହିଁ ଫୋକସ୍‌ କରିଥିଲା । ସେହିଭଳି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ କହୁଛନ୍ତି ତା’ଉପରେ ଲୋକଙ୍କ ଯେତିକି ଗୁରୁତ୍ୱ ନଥିଲା, ତା’ଠାରୁ ଢ଼େର ଅଧିକ ଗୁରୁତ୍ୱ ଥିଲା କରୋନା ସହ ଟ୍ରମ୍ପ କିଭଳି ମୁକାବିଲା କରୁଛନ୍ତି । ଏଭଳି ପରିସ୍ଥିତିରେ ଟ୍ରମ୍ପଙ୍କ କରୋନା ମୁକାବିଲା ଫର୍ମୁଲା ଲୋକଙ୍କୁ ପସନ୍ଦ ଆସିନଥିଲା ବୋଲି କୁହାଯାଉଛି । ଯାହା ଦ୍ୱାରା ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା ।

How A Car SalesMan Son Become US President Joe Biden

ଖାଲି ସେତିକି ନୁହେଁ ନିର୍ବାଚନ ପୂର୍ବରୁ ପିଉ ରିସର୍ଚ୍ଚ ସେଣ୍ଟର ଏକ ପୋଲ କରିଥିଲା । ଯେଉଁଥିରେ କରୋନା ମହାମାରୀ ମୁକାବିଲାକୁ ନେଇ ଲୋକଙ୍କ ମତ ନିଆଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ ବାଇଡେନ୍‌ଙ୍କ ଲୋକପ୍ରିୟତା ଟ୍ରମ୍ପଙ୍କଠାରୁ ୧୭ ପଏଣ୍ଟ ଅଧିକ ରହିଥିଲା । ଲୋକଙ୍କ ମନରେ ଟ୍ରମ୍ପ କରୋନା ମୁକାବିଲା ପାଇଁ ଅନ୍‌ଫିଟ୍ ବୋଲି ବସା ବନ୍ଧି ସାରିଥିଲା‌ । ଆଉ ଲୋକଙ୍କ ଏଭଳି ମାନସିକତା ହିଁ ବାଇଡେନ୍‌ଙ୍କ ପାଇଁ ଅସ୍ତ୍ର ପାଲଟିଥିଲା । ଟ୍ରମ୍ପଙ୍କ ନିର୍ବାଚନୀ ମୁଦ୍ଦା ବିକାଶ ରହିଥିବା ବେଳେ ବାଇଡେନ୍‌ଙ୍କ ନିର୍ବାଚନୀ ମୁଦ୍ଦା ଥିଲା ଟ୍ରମ୍ପଙ୍କ ବିଫଳତା ।

ବିବାଦୀୟ ବୟାନରୁ ଦୂରରେ

ବାଇଡେନ୍‌ଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଥର ସମସ୍ୟାରେ ପଡ଼ିଛନ୍ତି । ଆଉ ଅଧିକାଂଶ ସମସ୍ୟା ସେ ତାଙ୍କ ନିଜ ବୟାନ ପାଇଁ ଉପୁଜିଥାଏ । ଯେଉଁ କାରଣରୁ ସେ ପ୍ରଥମ ଥର ୧୯୮୭ରେ ରାଷ୍ଟ୍ରପତି ନିର୍ବାଚନ ହାରିଥିଲେ । ଏହା ପରେ ୨୦୦୭ରେ ମଧ୍ୟ ସେ ଜିତି ପାରି ନଥିଲେ । ଏହି ସବୁର କାରଣ ସେ ନିଜେ ହିଁ । ତେବେ ତୃତୀୟ ଥର ଅର୍ଥାତ୍ ଚଳିତ ଥର ବାଇଡେନ୍‌ଙ୍କ ପାଇଁ କିଛି କମ୍‌ ସମସ୍ୟା ଉପୁଜିଥିଲା ତାହା ନୁହେଁ ବରଂ ଚଳିତ ଥର କୌଣସି ବି ସମସ୍ୟା ବଡ଼ ମୁଦ୍ଦା ହୋଇନଥିଲା ।

କାରଣ ଚଳିତ ନିର୍ବାଚନ ସମୟରେ ଅନେକ ବଡ଼ ବଡ଼ ଘଟଣା ଚର୍ଚ୍ଚାରେ ଥିଲା । ଗୋଟିଏ ପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀ ମଧ୍ୟ ଚର୍ଚ୍ଚାରେ ଥିଲା । ଏମିତିକି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ହୋଇଥିବା ପ୍ରଦର୍ଶନ ମଧ୍ୟ ଗଣମାଧ୍ୟମକୁ ବ୍ୟସ୍ତ ରଖିଲା । ଯାହା ଦ୍ୱାରା ବାଇଡେନ୍‌ ନିଜ ନିର୍ବାଚନୀ ପ୍ରଚାର ସମୟରେ ଯେତିକି ଜରୁରୀ ସେତିକି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଫଳରେ ବାଇଡେନ୍‌ଙ୍କ ପାଟିରୁ ବିବାଦୀୟ ବୟାନ୍‌ ଆସିବା ବନ୍ଦ ହୋଇଗଲା ଆଉ ସେ ଅନେକ ସମସ୍ୟାରୁ ବର୍ତ୍ତି ଗଲେ ।

ଆମେରିକା ଚାହେଁ ଶାନ୍ତିପ୍ରିୟ ନେତା

ନିର୍ବାଚନର ଠିକ୍‌ ଏକ ସପ୍ତାହ ପୂର୍ବରୁ ବାଇଡେନ୍‌ଙ୍କ ଟିମ୍‌ ପକ୍ଷରୁ ଟିଭିରେ ବିଜ୍ଞାପନ ଆସିଥିଲା । ଏଥିରେ ଯେଉଁ ବାର୍ତ୍ତା ଦିଆଯାଇଥିଲା ତାହା ସେ ଅଗଷ୍ଟରେ ନିର୍ବାଚନରେ ଆକ୍ସେପ୍ଟାନ୍ସ ମିଟିଂରେ ନିଜ ଅଭିଭାଷଣରେ କହିଥିଲେ । ସେ ଆମେରିକାବାସୀ ଜଣେ ଶାନ୍ତିପ୍ରିୟ ନେତା ଚାହୁଁଛନ୍ତି । କିନ୍ତୁ ଟ୍ରମ୍ପ ଜଣେ ଭଡ଼କାଉ ନେତା, ତାଙ୍କ ଭାଷାରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଥାଏ । ସେ ଏଥିରେ ପାର୍ଥକ୍ୟ ଚାହାନ୍ତି ବୋଲି ନିଜ ଭାଷଣରେ କହିଥିଲେ ବାଇଡେନ୍‌ ।

How A Car SalesMan Son Become US President Joe Biden

ତେବେ ଚଳିତ ନିର୍ବାଚନରେ ଡେମୋକ୍ରାଟ ସମର୍ଥକଙ୍କ ମନରେ ଏକ ବଡ଼ ଚର୍ଚ୍ଚା ଥିଲା ଯେ, ବିଡେନ୍‌ ଜିତିଲେ କମ୍‌ ସେ କମ୍‌ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜନୀତି ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି କଥା ହସ୍ୟାସ୍ପଦ ଥିଲେ ମଧ୍ୟ କେଉଠି ନା କେଉଁଠି ଏଥିରେ ସତ୍ୟତା ଥିଲା । ଟ୍ରମ୍ପ ଓ ବାଇଡେନ୍‌ଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଲୋକ ଯେମିତି ହେଲେ ନିଜର ମତ ସାବ୍ୟସ୍ତ କରିବେ ବୋଲି ଆଗ୍ରହୀ ଥିଲେ ।

ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା

ବିଭିନ୍ନ ଦିଗରୁ ନିର୍ବାଚନୀ ଚାଲ ଖେଳା ଯାଉଥିବା ବେଳେ ବାଇଡେନ୍‌ ନ୍ୟୁଟ୍ରାଲ ରହି ଟ୍ରମ୍ପଙ୍କୁ ଡେଣା କାଟିବାକୁ ଚେଷ୍ଟା କରିଥିଲେ । ସେ ଆମେରିକାର ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଏବଂ ଅର୍ଥନୀତିକୁ ମୁଦ୍ଦା କରିଥିଲେ । ଯାହାକି ଟ୍ରମ୍ପଙ୍କ ବିଫଳତା ବୋଲି କୁହାଯାଉଛି । ଲୋକଙ୍କ ପାଖରେ ସେ ଟ୍ରମ୍ପଙ୍କ ବିଫଳତାକୁ ସଫଳତା ପୂର୍ବକ ରଖିପାରିଥିଲେ ।

How A Car SalesMan Son Become US President Joe Biden

ଖାଲି ସେତିକି ନୁହେଁ ବାଇଡେନ୍‌ ବାମପନ୍ଥୀଙ୍କ ସମର୍ଥନ ପାଇବା ପାଇଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହ୍ୟାରିସ୍‌ଙ୍କୁ ବାଛିଥିଲେ । ଯାହାକି ତାଙ୍କୁ ଆରମ୍ଭରୁ ସଫଳତାର ଗୋଟିଏ ପାହାଚ ଚଢ଼ାଇଥିଲା । ତେବେ ପର୍ଯ୍ୟାବରଣ ଓ ପ୍ରଦୂଷଣ କଥା ମଧ୍ୟ ନିର୍ବାଚନୀ ପ୍ରଚାରର ଏକ ମୁଦ୍ଦା ଭାବେ ସେ ଗ୍ରହଣ କରିଥିଲେ । ଯାହାକି ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିଥିଲା ।

ଅର୍ଥ ନଥାଇ ଲଢ଼ିଥିଲେ ନିର୍ବାଚନ

ନିର୍ବାଚନ ଆରମ୍ଭରୁ ବାଇଡେନ୍‌ଙ୍କ ପାଖରେ ଟଙ୍କା ନଥିଲା । ଆଉ ଟ୍ରମ୍ପଙ୍କ ଭଳି ବିଜ୍‌ନେସ୍‌ ମ୍ୟାନ୍‌ଙ୍କ ବିରୋଧରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନେଇଥିଲେ । ତେବେ ଏହି ନିଷ୍ପତି ତାଙ୍କୁ ସଫଳତା ଆଡ଼କୁ ଟାଣି ନେଇଥିଲା । ଏପ୍ରିଲ୍‌ରୁ ସେ ନିଜ ନିର୍ବାଚନୀ ଅଭିଯାନକୁ ଅର୍ଥ ସଂଗ୍ରହ ଅଭିଯାନରେ ପରିଣତ କରିଥିଲେ । ଆଉ ଟ୍ରମ୍ପଙ୍କ ଖାମ୍‌ଖିଆଲ ମନୋଭାବ ଯୋଗୁଁ ବାଇଡେନ୍‌ ବିପୁଳ ଅର୍ଥ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ ।  ଏମିତିକି ଟ୍ରମ୍ପଙ୍କଠାରୁ ସେ ବହୁତ ଅଧିକ ଟଙ୍କା ଜମା କରି ନେଇଥିଲେ ।

How A Car SalesMan Son Become US President Joe Biden

ଅକ୍ଟୋବର ଶେଷ ସୁଦ୍ଧା ବାଇଡେନ୍‌ ନିର୍ବାଚନୀ ଅଭିଯାନ ପାଖରେ ଟ୍ରମ୍ପଙ୍କ ଫଣ୍ଡଠାରୁ ପ୍ରାୟ ୧୪.୪ କୋଟି ଡଲାର ଅଧିକ ଥିଲା । ଯାହାଦ୍ୱାର ସେ ସବୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଟିଭିରେ ନିଜର ବଜ୍ଞାପନ କରିବାରେ ସମର୍ଥ ହୋଇଥିଲେ । ଯାହା କି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପ କରିପାରି ନଥିଲେ ।

CHIRAG DUMPS NITISH: ଘର ଢିଙ୍କି ହୋଇ କୁମ୍ଭୀର ସାଜିଲେ କି ଚିରାଗ, ସମୀକ୍ଷକ ମାନେ ଦେଲେ ଏପରି ମତ…ଜାଣନ୍ତୁ

ପାଟନା: ଆଉ ୪୨ ଘଣ୍ଟାର ପ୍ରତୀକ୍ଷା । ବିହାରୀ ଭୋଟର ଆଗାମୀ ୫ ବର୍ଷର ନେତୃତ୍ୱ କାହାକୁ ଦେବାକୁ ଯାଉଛନ୍ତି, ତାହା ସ୍ପଷ୍ଟ ହୋଇଯିବ । ହେଲେ ଭୋଟ ଗଣତିର ୩ ଦିନ ପୂର୍ବରୁ ଆସିଥିବା ଜନମତ ସର୍ଭେ କେତେକଙ୍କୁ ଚକିତ କରିଦେଇଛି । ଅଧିକାଂଶ ସର୍ଭେ ମହାଗଠବନ୍ଧନ ବିଜୟୀ ହେବାର ସମ୍ଭାବନା ଅଧିକ ଥିବା ଦର୍ଶାଇଛନ୍ତି । ହେଲେ ଏକ୍ସିଟ ପୋଲ , ଯେବେ ଯାଏ ଏଜ୍କାଟ ହୋଇନି, ସେ ପର୍ଯ୍ୟନ୍ତ କୌଣସି ରାଜନୈତିକ ନିର୍ଯ୍ୟାସରେ ପହଞ୍ଚିବା ଉଚିତ ନୁହେଁ ।

ଏହି ନିର୍ବାଚନରେ ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢୁଥିବା ଏଲଜେପି ହିଁ ଭୋଟ ବିଭାଜନର କାରଣ ବୋଲି କେତେକ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ଇଣ୍ଡିଆ-ଟୁଡେ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ୟୁପିଏ ତଥା ମହାମେଣ୍ଟ ୧୩୯-୧୬୧ ଆସନ ପାଇବ ବୋଲି କୁହାଯାଇଛି । ସେହିପରି ଏନଡିଏ ମେଣ୍ଟ୬୯ରୁ ୯୧ ଆସନରେ ସୀମିତ ରହିବ ବୋଲି କୁହାଯାଇଛି । ଏନଡିଏରୁ ଅଲଗା ହୋଇ ଏକୁଟିଆ ଲଢିଥିବା ଚିରାଗ ପାଶୱାନଙ୍କ ଦଳ ମାତ୍ର ୩ରୁ ୫ ଆସନ ପାଇବ ବୋଲି କୁହାଯାଇଛି । ଏଥିସହିତ ମହାମେଣ୍ଟ ୪୪ ପ୍ରତିଶତ, ୟୁପିଏ ୩୯ ପ୍ରତିଶତ ଏବଂ ଏଲଜେପି ୭ ପ୍ରତିଶତ ଭୋଟ ପାଇଛି । ଏହି ଭୋଟ ପ୍ରତିଶତ ହିଁ ଶାସକ ମେଣ୍ଟକୁ ବିଚଳିତ କରିଛି ।

ଯଦି ନିର୍ବାଚନ ପୂର୍ବରୁ ଏନଡିଏରେ ଏଲଜେପିକୁ ରଖାଯାଇ ନିର୍ବାଚନ ଲଢାଯାଇଥାଆନ୍ତା । ତେବେ ୪୫ରୁ ୪୮ ପ୍ରତିଶତ ଭୋଟ ମିଳିଥାଆନ୍ତା । ଏଲଜେପିକୁ ନେଇ ଖେଳାଯାଇଥିବା ରାଜନୈତିକ ଦାଓପେଞ୍ଚ ଆତ୍ମଘାତୀ ସାବ୍ୟସ୍ତ ହୋଇଥିବା ପ୍ରତୀୟମାନେ ହେଉଛି । ଏଲଜେପି ମେଣ୍ଟରେ ରହି ୩୫ରୁ ୪୨ ଆସନରେ ନିର୍ବାଚନ ଲଢିଥିଲେ, ଏହା ଅନୁକୂଳ ହୋଇ ଥାଆନ୍ତା ବୋଲି କୁହାଯାଉଛି । ପାଶୱାନ ଉପଜାତିର ଭୋଟର ମାନେ ଏନଡିଏ ସହ ୩୧ ପ୍ରତିଶତ ଏବଂ ଏଲଜେପି ସହ ୩୦ ପ୍ରତିଶତ ଭାବେ ବାଣ୍ଟି ହୋଇଗଲେ । ଯଦି ଏହା ଏକୀକୃତ ହୋଇ ଥାଆନ୍ତା , ତେବେ ହୁଏତ ୩୦ରୁ ୪୦ ଆସନରେ ଉପରେ ଏହାର ଅନୁକୂଳ ପ୍ରଭାବ ପଡିଥାଆନ୍ତା ।

ବିହାରର ଗୋବିନ୍ଦଗଞ୍ଜ, ଲାଏଗଞ୍ଜ, ଭାଗଲପୁର, ରାଘୋପୁର,ରାମୋଡା ଏବଂ ନରକଟିଆଗଂଜରେ ଏନଡିଏ ଭୋଟ ବିଭାଜନ ଲକ୍ଷ୍ୟ କରାଯାଇଛି । ଏକ୍ସିସ ଇଣ୍ଡିଆର ସିଏମଡି ପ୍ରଦୀପ ଗୁପ୍ତାଙ୍କ କହିବାନୁଯାୟୀ, ଯଦି ଏଲଜେପି ଏନଡିଏ ସହ ଯାଇଥାଆନ୍ତା । ତେବେ ଜେଡିୟୁ ଅଧିକ ଆସନ ଜିତିଥାନ୍ତା । ଏନଡିଏକୁ ସିଧାସଳଖ ୩ ପ୍ରତିଶତ ଭୋଟର ଫାଇଦା ହୋଇ ଥାଆନ୍ତା । ହେଲେ ସେପରି ହେଲା ନାହିଁ । ଏଲଜେପି ଜେଡିୟୁର କ୍ଷତି କରିବା ସହ ନିଜ ଦଳର ଏବଂ ବୃହତ୍ତର ଭାବେ ଭାଜପାର ମଧ୍ୟ କ୍ଷତି କଲା ।

ବିହାରୀଫାଷ୍ଟବିହାରଫାଷ୍ଟର ସ୍ଲୋଗାନ ଚିରାଗଙ୍କୁ ସୋସିଆଲ ମିଡିଆରେ ଲୋକପ୍ରିୟ କଲା । ନୀତିଶ କୁମାର ତଥା ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିରୋଧରେ ଚିରାଗ ପ୍ରଚାର ସରକାରୀ ବିରୋଧୀ ରାଜନୈତିକ ବାତାବରଣ ସୃଷ୍ଟି କଲା । ସେହି ସମୟରେ ସଙ୍ଗଠିତ ହୋଇ ଆରଜେଡି-କଂଗ୍ରେସ-ବାମଦଳ ଲଢିଲେ । ରୋଜଗାର ଏବଂ ସରକାରୀ ଚାକିରୀର ପ୍ରସ୍ତାବ ତେଜସ୍ୱୀଙ୍କ ଲୋକପ୍ରିୟ କରାଇଲା । ଅଧିକ ଆସନରେ ଲଢୁଥିବା ଆରଜେଡି ଏହାର ଫାଇଦା ଉଠାଇଲା ବୋଲି ସମୀକ୍ଷକ ମତ ଦେଇଛନ୍ତି ।

Bihar Election

ସେହିପରି ରାମବିଳାସ ପାଶୱାନ ଅଧିକାଂଶ ସମୟ କେନ୍ଦ୍ର ରାଜନୀତିରେ ସମୟ ବିତାଇଥିଲେ । ନିଜ ଜାତିର ଭୋଟରଙ୍କୁ ବାଦ୍ ଦେଲେ ଅନ୍ୟ ଦଳିତ ଜାତିରେ ତାଙ୍କର ଆଧିପତ୍ୟ ନ ଥିଲା । ହେଲେ ଚିରାଗଙ୍କ ଅଧିକ ରାଜନୈତିକ ମହତ୍ତ୍ୱକାଂକ୍ଷା ତାଙ୍କ ପାଇଁ ବୀପରିତ ସାବ୍ୟସ୍ତ ହେଲା । ତେଣୁ  ଆଲୋକର ପ୍ରତିଶବ୍ଦ ଚିରାଗ ଶେଷରେ ଏନଡିଏର ରାଜନୈତିକ ବିହାର ସାମ୍ରାଜ୍ୟରେ ନିଆଁ ଲଗାଇବାର କାମ କଲା ବୋଲି କୁହାଯଆଉଛି ।

 

ଅକ୍ଷୟ କୁମାର ପିନ୍ଧିଲେ ‘ସମାନତାର ଟିକିଲି’, ଇନଷ୍ଟା ପୋଷ୍ଟରେ ଲୋକଙ୍କୁ ଏମିତି କଲେ ଅପିଲ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀର ଘୋଷଣା ପରଠାରୁ ହିଁ ଏହା ଖୁବ ଚର୍ଚ୍ଚାରେ ସାଉଣ୍ଟୁଛି । ଫିଲ୍ମରେ ଅକ୍ଷୟ କୁମାର ଲିଡ ରୋଲରେ ଥିବା ବେଳେ କିୟାରା ଆଡଭାନୀ ଫିମେସ ଲିଡରେ ନଜର ଆସିବେ । ଫିଲ୍ମ ରିଲିଜ ହେବାକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଅକ୍ଷମ ଫିଲ୍ମର ପ୍ରମୋଶନରେ ଲାଗିପଡ଼ିଛନ୍ତି ।

ନିକଟରେ ସେ ଫିଲ୍ମର ପ୍ରମୋଶନକୁ ଆଗକୁ ବଢ଼ାଇ ଏକ ଇନଷ୍ଟା ଫିଲଟର ଲଞ୍ଚ କରିଛନ୍ତି । ଏହି ଫିଲଟର ଜରିଆରେ ଆପଣ ନିଜ ଫଟୋ ଉପରେ ଏକ ଲାଲ ଟିକିଲି ଲଗାଇପାରିବେ । ଅକ୍ଷୟ କୁମାର ନିଜର ଏକ ଫଟୋ ସେୟାର କରି ଏହି ଫିଲଟର ବିଷୟରେ ସୂଚନା ଦେଇଥିଲେ ।

ଅକ୍ଷୟ କୁମାର ନିଜର ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମଥାରେ ଏକ ବଡ଼ ଲାଲା ଟିକିଲି ଲାଗିଛି । ଫଟୋଟି ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି ଯେ, ‘ଭଲପାଇବା ଓ ସମାନତାର ଲାଲ ଟିକିଲି ମୁଁ ପିନ୍ଧି ସାରିଛି । ତୃତୀୟ ଲିଙ୍ଗ ପାଇଁ ଭଲପାଇବା ଏବଂ ସମାନତାର ପ୍ରତୀକ ଭାବରେ ‘ ଏବେ ଆପଣଙ୍କ ପାଳି’ ଫିଲଟର ବ୍ୟବହାର କରି ଏମିତି କରିବାକୁ ମୁଁ ଅପିଲ କରୁଛି ।’

ଅକ୍ଷୟ କୁମାର ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଫିଲଟରର ଲିଙ୍କ ବାୟୋରେ ଦିଆଯାଇଛି, ଯାହାକୁ ଲୋକମାନେ ବ୍ୟବହାର କରିପାରିବେ । ଅକ୍ଷୟଙ୍କ ଏହି ଫଟୋ ସେୟାର ହେବାର କିଛି ସମୟ ମଧ୍ୟରେ ୧୬ ଲକ୍ଷରୁ ଅଧିକ ୟୁଜର୍ସ ଏହାକୁ ଲାଇକ ଓ ସେୟାର କରିଥିଲେ ।

କାଶ୍ମୀର କୁପୱାଡ଼ାରେ ସେନାର ଅପରେସନ୍; ୩ ଆତଙ୍କବାଦୀ ସଫା, ୩ ଯବାନ ସହିଦ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ୍ ଜାରି ରହିଛି । ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ LoC ନିକଟରେ ଅପରେସନ୍ ବେଳେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଅପରେସନ୍ ବେଳେ ସେନାର ୨ ଜଣ ଓ ଅନ୍ୟଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଏହା ପୂର୍ବରୁ ସୁରକ୍ଷାବଳ ଏଲଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଥିଲେ । ଏଥିରେ ୨ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ ।

ଅନ୍ୟ ଏକ ରିପୋର୍ଟ ପ୍ରକାରେ କନେଷ୍ଟବଳ ସୁଦୀପ ସରକାର ମାଚ୍ଛିଲ ସେକ୍ଟରରେ ଅପରେସନ୍ ବେଳେ ପ୍ରାଣ ହରାଇଛନ୍ତି । ଭାରତୀୟ ସେନା ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ସାମିଲ୍ ହୋଇଛି । ସୀମା ସୁରକ୍ଷା ବଳ (ବିଏସଏଫ) ଅଧିକାରୀଙ୍କ ସୂଚନା ଅନୁସାରେ- ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଅଭିଯାନ ଏବେବି ଜାରି ରହିଛି । ତାଜା ସୂଚନା ଅନୁସାରେ ୩ ଆତଙ୍କୀଙ୍କୁ ନିପାତ କରାଯାଇଛି ।

Jawan Martyred Operation Near LOC Keran Sector Of Kupwara District North Kashmir Infiltration

ଶନିବାର ରାତିରେ ମାଚ୍ଛିଲ ସେକ୍ଟରରେ ଏଲଓସିରେ ସନ୍ଦିଗ୍ଧ ଗତିବିଧି ଦେଖା ଯାଇଥିଲା । ଆତଙ୍କବାଦୀ ଅନୁପ୍ରବେଶ କରିବା ବେଳେ ଜଣଙ୍କୁ ନିପାତ କରାଯାଇଥିଲା । ଘଟଣାସ୍ଥଳରୁ ରାଇଫଲ ସହ ୨ଟି ବ୍ୟାଗ୍ ମିଳିଥିଲା । ଆତଙ୍କବାଦୀଙ୍କ ବିରୋଧରେ ଏବେବି ସେନାର ଅପରେସନ୍ ଚାଲିଛି । ଗୁଇନ୍ଦା ଓ ସୁରକ୍ଷାବଳର ବରିଷ୍ଠ ଅଫିସରଙ୍କ ଅନୁଯାୟୀ- ଜମ୍ମୁ-କାଶ୍ମୀରରେ ପ୍ରବଳ ଥଣ୍ଡାରେ ବରଫ ପଡ଼ିବାକୁ ଥିବାରୁ ଘାଟି ପାର କରିବା ସମ୍ଭାବନା କମ୍ ହେବା ପୂର୍ବରୁ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ।

ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ମୁଖ୍ୟ ଭୂମିକା ରହିଛି । ଆଜି ତାଙ୍କର ୯୩ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଲ.କେ ଆଡଭାନୀ ଦଳର ଲକ୍ଷ ଲକ୍ଷ କର୍ମୀ ତଥା ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରେରଣାର ସ୍ରୋତ ।

ଏଲ.କେ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିଜେପିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଲକ୍ଷ ଲକ୍ଷ ଦଳୀୟ କର୍ମୀ ତଥା ଦେଶବାସୀଙ୍କ ପାଇଁ ସେ ପ୍ରତ୍ୟକ୍ଷ ପ୍ରେରଣା । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନେକ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଅଭିନନ୍ଦନ ଜଣାଇ ଲେଖିଛନ୍ତି- ଜନସଂଘ, ବିଜେପିର ମହାନ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଶ୍ରୀ ଏଲ.କେ ଆଡଭାନୀ ସୁସ୍ଥ ରୁହନ୍ତୁ । ତାଙ୍କ ଜନ୍ମଦିନରେ ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା । ଏଥିସହ ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ଆମର ମାର୍ଗଦର୍ଶକ ଶ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।

ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଶାହ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି- ‘ସମ୍ମାନିତ ଆଡଭାନୀ ଜୀ ନିଜର ପରିଶ୍ରମ ଏବଂ ନିସ୍ୱାର୍ଥପର ସେବା ଦ୍ୱାରା ଦେଶର ବିକାଶରେ କେବଳ ସହଯୋଗ କରିନାହାଁନ୍ତି ବରଂ ବିଜେପିର ରାଷ୍ଟ୍ରବାଦୀ ବିଚାଧାରାର ବିସ୍ତାରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁଁ ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ପାଖରେ ତାଙ୍କର ଦୀର୍ଘାୟୁ କାମନା କରୁଛି ।’

Drugs Case: NCB ଜାଲରେ ‘ଫିର ହେରା ଫେରୀ’ ଫିଲ୍ମର ପ୍ରଯୋଜକ, ବାସଭବନରେ ଛାନବିନ୍ ଜାରି

ମୁମ୍ବାଇ: ମୁମ୍ବାଇରେ ଡ୍ରଗ୍ସ ମାମଲାକୁ ନେଇ NCBର ଯୋରଦାର ତଦନ୍ତ ଚାଲିଛି । ବର୍ତ୍ତମାନ ଆସିଥିବା ସୂଚନା ଅନୁଯାୟୀ NCBର ଟିମ ଫିଲ୍ମ ପ୍ରଡ୍ୟୁସର ଫିରୋଜ ନାଡିୟାଡୱାଲାଙ୍କ ଘରେ ଛାନବିନ କରୁଛି । ସୂଚନା ଅନୁଯାୟୀ ମୁମ୍ବାଇର ପୋଶ ଅଞ୍ଚଳରେ ଛାନବିନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ।

୭-୮ ନଭେମ୍ବର ରାତିରେ NCB ଅନେକ ଡ୍ରଗ୍ସ ପେଡେଲାରଙ୍କ ଘରେ ରେଡ ମାରୁଥିଲା । ଏହି ମାମଲାରେ ଏଯାବତ NCB ୫ ଡ୍ରଗ ପେଡେଲାରଙ୍କୁ ହେପାଜତକୁ ନେଇ ସାରିଛି । ସୂଚନା ଅନୁଯାୟୀ ଡ୍ରଗ୍ସ ମାମଲାରେ ଧରା ପଡ଼ିଥିବା ପେଡେଲର୍ସଙ୍କ ସହ ପଚରାଉଚରା ବେଳେ ଏହି ପ୍ରଡ୍ୟୁସରଙ୍କ ନାଆ ସାମ୍ନାକୁ ଆସିଥିଲା । ଶନିବାର ଦିନ ସନ୍ଧ୍ୟାରେ NCB ନୂଆ ମୁମ୍ବାଇ ଏବଂ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରେଡ କରୁଥିଲା, ଯେଉଁଠି ଏଜେନ୍ସିକୁ ବାଣିଜ୍ୟିକ ପରିମାଣର ଗଞ୍ଜେଇ ଏବଂ  MD ମିଳିଥିଲା । ରେଡ ବେଳେ NCB ୪ ଜଣଙ୍କୁ ଧରିଥିଲା, ସେମାନଙ୍କ ସହ ପଚରାଉଚରା ଜାରି ରହିଛି ।

ପ୍ରଡ୍ୟୁସର ଫିରୋଜ ମାଡିୟାଡୱାଲା ଏଯାବତ ଅନେକ ହିଟ ଫିଲ୍ମର ପ୍ରଡକ୍ସନରେ ଯୋଗଦାନ ଦେଇଛନ୍ତି । ଏଥିରେ ୨୦୦୬ ମସିହାରେ ରିଲିଜ ହୋଇଥିବା ଫିର ହେରା ଫେରୀ, ଆୱାରା ପାଗଲ ଦିୱାନା, ଆନ: ମେନ ଆଟ ୱାର୍କ, ଫୁଲ ଏଣ୍ଡ ଫାଇନାଲ, ୱେଲକମ, କାରତୁଶ ଆଦି ଫିଲ୍ମ ସାମିଲ ରହିଛି ।

ପୂର୍ବ ସପ୍ତାହରେ NCB ସାଉଥ ଆଫ୍ରିକାନ ମୂଳ ଆଗିସିଲାଓସ ଡେମୋଟ୍ରିଏଡସଙ୍କୁ ଗିରଫ କରିଥିଲା । ଆଗିସିଲାଓସ, ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲ ଡେମୋଟିରଏଡସଙ୍କ ଭାଇ ଅଟନ୍ତି ।

ଏହା ବ୍ୟତୀତ ଧର୍ମା ପ୍ରଡକସନର ପୂର୍ବ କର୍ମଚାରୀ କ୍ଷିତିଜ ପ୍ରସାଦଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ଦୁହିଁଙ୍କ ଉପରେ ମୁମ୍ବାଇକୁ କୋକେନ ସପ୍ଲାଇ କରୁଥିବା ନାଇଜେରିଆନ ବ୍ୟକ୍ତିଙ୍କ ସହ ସଂପର୍କ ଥିବା ଅଭିଯୋଗ ରହିଛି । ନାଇଜେରିଆନ ମୂଳ ଓମେରା ଗାଡବିନ ପଚରାଉଚରା ବେଳେ ଦୁହିଁଙ୍କ ବିଷୟରେ କହିଥିଲେ ।