spot_img
Home Blog Page 6463

ପରାଜୟ ସ୍ୱୀକାର କରିନାହାନ୍ତି ଟ୍ରମ୍ପ, ଭାଙ୍ଗିପାରେ ୧୨୪ ବର୍ଷର ପରମ୍ପରା

ଓ୍ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ରେ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟ୍‌ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏମିତିକି ଯେତେବେଳେ ଜୋ ବାଇଡେନ୍‌ ବିଜୟର ନିକଟବର୍ତ୍ତି ହେଲେ ସେତେବେଳେ ଟ୍ରମ୍ପ ନିର୍ବାଚନ ଚୋରି ଅଭିଯୋଗ ମଧ୍ୟ ଆଣିଲେ । ଖାଲି ସେତିକି ନୁହେଁ ଅନେକ ବାଦ ବିବାଦ ମଧ୍ୟ ଏହି ନିର୍ବାଚନରେ ଦେଖିବାକୁ ମିଳିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା ପରାଜିତ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବେ ନା ନାହିଁ ?

Joe Biden

କାରଣ ବାଇଡେନ୍‌ଙ୍କ ପ୍ରତି ଟ୍ରମ୍ପ ଯେଉଁଭଳି ଆଭିମୁଖ୍ୟ ରଖିଛନ୍ତି, ତାହା ଆମେରିକା ଇତିହାସରେ ଦେଖିବା ବିରଳ । ଚଳିତ ନିର୍ବାଚନରେ ଯେଉଁଭଳି ବାଦ ବିବାଦ ଦେଖାଦେଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ଏମିତିକି ଟ୍ରମ୍ପ ନିଜେ ମଧ୍ୟ କହିଛନ୍ତି, ଏଥର ନିର୍ବାଚନ ଚୋରି କରିବାକୁ ଚେଷ୍ଟା କରାଯାଇଛି । ଖାଲି ସେତିକି ନୁହେଁ, ନିର୍ବାଚନ ଚୋରି ଅଭିଯୋଗ କରି ଟ୍ରମ୍ପ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ମେଲ୍‌ ବାଲାଟ୍‌ରେ ଭୋଟିଂ ଅନୀୟମିତତା ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ବାଇଡେନ୍‌ଙ୍କ ବିଜୟର ଦୃଢ଼ ସମ୍ଭାବନା ପରେ ମଧ୍ୟ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଖାଲି ସେତିକି ନୁହେଁ ବାଇଡେନ୍‌ଙ୍କ ବିଜୟ ଘୋଷଣା ପରେ ମଧ୍ୟ ଟ୍ରମ୍ପ ପରାଜୟକୁ ସ୍ୱୀକାର କରିବାକୁ ନାରାଜ । ବିଜୟ ଘୋଷଣାର ୫ ଘଣ୍ଟା ପରେ ଟ୍ରମ୍ପ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ୭ କୋଟି ୧୦ ଲକ୍ଷ ଭୋଟ ପାଇଛନ୍ତି । ଏହା ପୂର୍ବରୁ କୌଣସି ପ୍ରାର୍ଥୀ ଏତେ ସଂଖ୍ୟାରେ ଭୋଟ ପାଇନାହାନ୍ତି ।

ତେବେ ଜୋ ବାଇଡେନ୍‌ ଓ ଟ୍ରମ୍ପଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଥିବା କାରଣରୁ, ଯଦି ଟ୍ରମ୍ପ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବେ ନାହିଁ ତେବେ ଗତ ୧୨୪ ବର୍ଷର ପରମ୍ପରା ଭାଙ୍ଗିଯିବ ।

୧୮୯୬ରେ ଆରମ୍ଭ ହୋଇଥିଲା ପରମ୍ପରା

ଆମେରିକା ରାଜନୀତି ଇତିହାସରେ ୧୮୯୬ରେ ​​ପ୍ରଥମ ଥର ପାଇଁ ହାରିଥିବା ପ୍ରାର୍ଥୀ ବିଜେତା ପ୍ରାର୍ଥୀଙ୍କୁ କୋହ ଭରା ଅଭିନନ୍ଦନ ଜଣାଇଥିଲେ । ସେବେଠାରୁ ଏହି ପରମ୍ପରା ଆମେରିକା ରାଷ୍ଟ୍ରପତି ନିର୍ବାଚନ ସହ ଯୋଡ଼ି ହୋଇ ରହିଯାଇଛି । ସେହି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟିର ୱିଲିୟମ୍ ମ୍ୟାକକିନ୍ଲି ଏବଂ ଡେମୋକ୍ରାଟିକ୍ ପାର୍ଟିର ୱିଲିୟମ୍ସ ଜେନିଙ୍ଗସ୍ ବ୍ରାଇନ୍ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ସମୟରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଯୁଦ୍ଧ ହୋଇଥିଲା। କିନ୍ତୁ ଯେତେବେଳେ ୱିଲିୟମ୍ସ ଫଳାଫଳରେ ବ୍ରାଏନ୍ ଜେନିଙ୍ଗ୍ସଙ୍କୁ ହରାଇଲେ, ସେତେବେଳେ ସେ ତାଙ୍କ ପ୍ରତିଦ୍ୱନ୍ଦୀ ୱିଲିୟମ୍ ମ୍ୟାକକିନ୍ଲିଙ୍କୁ ଏକ ଭାବପ୍ରବଣ ଅଭିନନ୍ଦନ ବାର୍ତ୍ତା ପଠାଇଲେ | ଏହି ପରମ୍ପରା କେବଳ ଏହା ପରେ ଆରମ୍ଭ ହୋଇଥିଲା |

ଟଙ୍କା ୩ଶହରେ ବି ଫୁଲ ହେଉନାହିଁ ବ୍ୟାଗ୍‌, ପିଆଜ ପରେ ଏବେ ହୁ ହୁ ହୋଇ ବଢ଼ି ଚାଲିଛି ପନିପରିବା ଦର

ରାଉରକେଲା/ ଗଞ୍ଜାମ: ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବାରେ ଲାଗିଛି ପରିବା ଦର । ପରିବା ଦର ବୃଦ୍ଧି କାରଣରୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଧିରେ ଧିରେ ରୋଷେଇ ଘରୁ ଗାଏବ ହେବାରେ ଲାଗିଲାଣି ପନିପରିବା । ପୂର୍ବରୁ ପିଆଜ ଦର ବୃଦ୍ଧି କାରଣରୁ ଲୋକେ ପନିପରିବା କିଣି ସେଥିରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଏବେ ପରିବା ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଲାଣି । ମଧ୍ୟବିତ ଶ୍ରେଣିର ଲୋକେ ପରିବାରେ ହାତ ମାରିବାକୁ ମଧ୍ୟ ଭୟ କରୁଛନ୍ତି । ଯେଉଁ ପରିବାରେ ହାତ ମାରିଲେ ତାହା ୬୦ ସେପଟେ ରହୁଛି । ସେଥିପାଇଁ ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି ।

ରାଉରକେଲା ସହରରରେ ବଢିଚାଲିଛି ପନିପରିବା ଦର । ଖୁଚୁରା ବଜାରରେ ଆଳୁ କେଜି ୪୫ ଟଙ୍କା ଥିବା ବେଳେ  ପିଆଜ କେଜି ୬୦ଟଙ୍କାରୁ ୬୫ ଟଙ୍କା ରହିଛି । ରାଉରକେଲା ସହରର ଖୁଚୁରା ବଜାରରେ  ଫୁଲକୋବି ୬୦ରୁ ୭୦ ଟଙ୍କା, ଵନ୍ଦାକୋବି  ୪୦ରୁ ୫୦ଟଙ୍କା, ଟମାଟର ୫୦ ରୁ ୬୦  ଟଙ୍କା, ପୋଟଳ ୫୦ରୁ ୬୦  ଟଙ୍କା, ବାଇଗଣ ୪୦ରୁ ୫୦  ଟଙ୍କା, କଦଳୀ ୪୦ଟଙ୍କା, ମାଟିଆଳୁ ୪୦ ରୁ ୫୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି କରାଯାଉଛି । ରାଉରକେଲା ସହରରେ ପରିବା ସହିତ ଆଳୁ ଓ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ଦାବି ହେଉଛି । ପନିପରିବା ଦର ବଢୁଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

ସପଟେ ବ୍ରହ୍ମପୁରରେ ପନିପରିବା ଦର ଏବେ ଆକାଶ ଛୁଆଁ । ଲାଗୁଛି ଯେପରି ପରିବା ଦରରେ ଲାଗିଛି ନିଆଁ। ସାଧାରଣ ଖାଉଟି ହୁ ହୁ ହୋଇ ବଢିଚାଲିଥିବା ପରିବା ଦରକୁ ନେଇ ଘୋର ଚିନ୍ତାରେ। ଗୋଟିଏ ପଟେ କାର୍ତ୍ତିକ ମାସ ଭଳି ଏକ ପୂଣ୍ୟ ମାସ ତାଲିଥିବା ବେଳେ ପନିପରିବା ଉପରେ ସଂପୂର୍ଣ୍ଣ ନିର୍ଭର କରିଆସୁଥିବା ବେଳେ ପରିବା ମାର୍କଟକୁ ଯିବାପାଇଁ ପକେଟରେ ଥିବା ବଜେଟ୍ ସୁହାଉନାହିଁ ।

ବାଇଡେନ୍‌ଙ୍କ ପ୍ରଥମ ଅଭିଭାଷଣ: ‘ମୁଁ ଆମେରିକାର ରାଷ୍ଟ୍ରପତି, ଏଥିପାଇଁ ଗର୍ବିତ’

ଓ୍ୱାସିଂଟନ୍‌: ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ହେବା ପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି ଜୋ ବାଇଡେନ୍‌ । ସେ ନିଜ ବିଜୟକୁ ଐତିହାସିକ ବୋଲି ସମ୍ବାେଧନ କରିଛନ୍ତି । ଏହା ସହ ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ଆମେରିକା ତାଙ୍କୁ ନତୃତ୍ୱ ଭାବେ ବାଛିଥିବାରୁ ଏବଂ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ । ସଂଯୁକ୍ତ ଆମେରିକାକୁ ବାଂଟିବା ନୁହେଁ ଯୋଡିବା ହେବ ତାଙ୍କ ପ୍ରାଥମ ଲକ୍ଷ୍ୟ । ସେ ଆହୁରି କହିଛନ୍ତି ‘ମୁଁ ଆମେରିକାର ରାଷ୍ଟ୍ରପତି, ମୋ ପାଇଁ ସମସ୍ତେ ସମାନ । ଯେଉଁମାନେ ମତେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ମୁଁ ରାଷ୍ଟ୍ରପତି । ସେମାନଙ୍କ ଦାୟିତ୍ୱ ମଧ୍ୟ ମୋର ।

ଆମେରିକାବାସୀ ମୋ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ମୁଁ ସେମାନଙ୍କ ବିଶ୍ୱାସକୁ କେବେ ବି ଆଘାତ ଦେବି ନାହିଁ । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି । ଦେଶକୁ ଆମେ ଆଗକୁ ନେଇ ପାରିବା । ଏଥିପାଇଁ ଦେଶକୁ ଏକଜୁଟ୍‌ ହୋଇ ଆଗକୁ ବଢିବାକୁ ହେବ । ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ-ଏବଂ ରେଡ୍‌ ଷ୍ଟେଟ୍‌ ଭାବେ ଦେଖିବେ ନାହିଁ ବରଂ ସମ୍ପୂର୍ଣ୍ଣ ଆମେରିକାକୁ ସେ ସମାନ ନଜରରେ ଦେଖିବେ ।

ସୂଚନାଯୋଗ୍ୟ, ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଣ୍ଡନ କରିଛନ୍ତି ଜୋ ବାଇଡେନ୍‌ । ମ୍ୟାଜିକ୍ ନମ୍ୱର ୨୭୦କୁ ଅତିକ୍ରମ କରି ୨୯୦ ଇଲେକ୍ଟୋରଲ୍ସ ଭୋଟ ପାଇଛନ୍ତି । ଏହା ଦ୍ୱାରା ସେ ହ୍ୱାଇଟ୍ ହାଉସରେ ସ୍ଥାନ ପକ୍କା କରିଛନ୍ତି । ବାଇଡେନ୍‌ଙ୍କ ସହ କମଲା ହ୍ୟାରିସ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଭାରତୀୟ ବଂଶଦ୍ଭୋବ ହୋଇଥିବା ହେତୁ ଏଥରର ନିର୍ବାଚନର କେନ୍ଦ୍ର ବିନ୍ଦୁରେ ମଧ୍ୟ ରହିଥିଲେ ।

ପରାଜୟ ସ୍ୱୀକାର କରିବାକୁ ନାରାଜ ! ‘ରେକର୍ଡ ସଂଖ୍ୟକ ଭୋଟ ପାଇଛି, ମୁଁ ଜିତିଛି’

ୱାସିଂଟନ୍: ଗୋଟିଏ ପଟେ ଡେମୋକ୍ରାଟ୍ ଦଳର ଜୋ ବାଇଡେନ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସାରା ଆମେରିକା ଖୁସି ମନାଉଛି । ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ‌ ବି ନିର୍ବାଚନରେ ପରାଜୟକୁ ସ୍ୱୀକାର କରୁନାହାନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ତାଙ୍କୁ ୭୧ ହଜାର ଲିଗାଲ ଭୋଟ୍‌ ମିଳିଛି । ତେଣୁ ସେ ହାରି ନାହାନ୍ତି । ବାଇଡେନଙ୍କ ବିଜୟ ଘୋଷଣାର ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ନୀରବ ରହିବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ବଡ଼ ଧରଣର ଅନୀୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ‘ପର୍ଯ୍ୟବେକ୍ଷକଙ୍କୁ ଗଣନା କକ୍ଷରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ । ଏହି ନିର୍ବାଚନ ମୁଁ ହିଁ ​​ଜିତିଛି । ମୋତେ ୭ କୋଟି ୧୦ ଲକ୍ଷ ଭୋଟ ମିଳିଛି । ଏହି ସମସ୍ତ ପ୍ରକ୍ରିୟା ସମୟରେ ଅନେକ ଅନୀୟମିତତା ହୋଇଛି, ପର୍ଯ୍ୟବେକ୍ଷକମାନଙ୍କୁ ସେଥିପାଇଁ ଗଣନା କକ୍ଷରୁ ଦୂରେଇ ରଖାଗଲା । ଆମେରିକା ନିର୍ବାଚନ ଇତିହାସରେ ଏଭଳି ଘଟଣା ପୂର୍ବରୁ ଘଟିନଥିଲା ।

ମେଲ-ଇନ୍ ବାଲାଟ୍ ମାଧ୍ୟମରେ ଜାଲିଆତି ହୋଇଥିବା କଥା ଟ୍ରମ୍ପ ପୁଣି ଦୋହରାଇଛନ୍ତି । ଟୁଇଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କୁ ମେଲ-ଇନ୍ ବାଲାଟ୍ ପଠାଯାଇଥିଲା, ଯାହାକୁ ସେମାନେ କେବେ ମାଗିନଥିଲେ । ଟ୍ରମ୍ପ ଅନ୍ୟ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ସେ ୭ କୋଟି ୧୦ ଲକ୍ଷ ଭୋଟ ପାଇଛନ୍ତି । ଯାହାକି ଆମରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ଏକ ରେକର୍ଡ । ପୂର୍ବରୁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀ ଏତେ ସଂଖ୍ୟାରେ ଭୋଟ୍‌ ପାଇ ନାହାନ୍ତି ।

ଦୁଇ ଦିନ ପୂର୍ବରୁ ନିଜକୁ ବିଜୟ ଘୋଷଣା କରିଥିଲେ ଟ୍ରମ୍ପ

ଦୁଇ ଦିନ ପୂର୍ବରୁ ଟ୍ରମ୍ପ ନିଜେ ନିଜକୁ ବିଜୟ ଘୋଷଣା କରିଥିଲେ । ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ବିଜୟ ଦାବି କରିବା ସହ ଫର୍ଜି ଭୋଟ୍‌ ଦ୍ୱାରା ନିର୍ବାଚନକୁ ଚୋରି କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଟ୍ରମ୍ପ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ଲିଗାଲ ଭାବେ ଭୋଟ ଗଣତି କରାଯାଏ ତେବେ ସେ ନିଶ୍ଚୟ ବିଜୟ ହାସଲ କରିବେ । କିନ୍ତୁ ଯଦି ଆପଣ ମେଲ୍ ବାଲାଟ୍‌ ଗଣତି କରିବେ ତେବେ ଡେମୋକ୍ରାଟ୍‌ ମାନେ ବିଜୟ ଛଡ଼ାଇନେବାକୁ ଚେଷ୍ଟା କରିବେ । ସେ କହିଛନ୍ତି, ଆଶ୍ଚର୍ଯ୍ୟର କଥା, ମେଲ ଇନ୍‌ ବାଲାଟରେ ଏକ ପାଖିଆ ଭାବେ ଭୋଟ୍‌ କିଭଳି ଆସିବ ? ଏଥିପାଇଁ ତାଙ୍କ ମନରେ ସନ୍ଦେହ ଉପୁଜିଛି । ଏହା ଏକ ଭ୍ରଷ୍ଟାଚାର ପ୍ରଥା, ଏହା ଦ୍ୱାରା ଲୋକ ମଧ୍ୟ ଭ୍ରଷ୍ଟାଚାରୀ ହୋଇଯିବେ ।

ସ୍ୱାଭିମାନ ଅଞ୍ଚଳରେ ଚାଲିଛି ମାଓମୁକ୍ତ ଅଭିଯାନ, ଗୋରସେତୁରେ ପହଞ୍ଚିଲେ ଡିଜିପି

ମାଲକାନାଗିରି: ଦିନିକିଆ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି ଅଭୟ । ଗୋରସେତୁରେ ପହଞ୍ଚିଲେ ଡିଜିପି । ଗତ କିଛିଦିନ ଧରି ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ କରିବା ଲାଗି ପୋଲିସ ଓ ସୁରକ୍ଷା ବାହିନୀ ପଦକ୍ଷେପ ନେବା ଆରମ୍ଭ କରିଦେଇଛି । ପୋଲିସ ଲୋକଙ୍କ ନିକଟତର ହେବା ଲାଗି ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ ଥାନା, ବିଏସଏଫ କ୍ୟାମ୍ପ ଆଦି ପ୍ରତିଷ୍ଠା କରାଯାଇଛି ।

ଗତ କିଛି ଦିନ ପୂର୍ବେ ଗୋରାସେତୁ ନିକଟରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା । ଇତି ମଧ୍ୟରେ ମାଓ ଦମନ ଅଭିଯାନ କରି ପୋଲିସ ଅନେକ ସଫଳତା ମଧ୍ୟ ହାସଲ କରିଛି । ଆନ୍ଧ୍ର, ଓଡିଶା ଓ ବିଏସଏଫ ମିଳିତ ଭାବେ ସର୍ଚ୍ଚ ଓ କୁମ୍ବିଂ ଅପରେସନ ଜାରି ରଖିଛନ୍ତି । ମାଓ ଦମନ ନେଇ ଚାଲିଥିବା ବିଭିନ୍ନ ନୀତି ତଥା ଉନ୍ନୟନ ଯୋଜନାର କାର୍ଯ୍ୟକାରୀ ନେଇ ସମୀକ୍ଷା କରିବେ ଆଜି ପୋଲିସ ଡିଜି।

ଉପ-ରାଷ୍ଟ୍ରପତି ହେବା ପରେ ନିଜ ମାଆଙ୍କୁ ମନେପକାଇ କିଛି ଏମିତି କଥା କହିଲେ କମଳା ହ୍ୟାରିସ…

ୱାସିଂଟନ: ଆମେରିକା ଉପ-ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କମଲା ହ୍ୟାରିସ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛିନ୍ତି । କମଲା ହ୍ୟାରିସ୍ କହିଛନ୍ତି ଯେ, ମୋର କିମ୍ବା ଜୋ ବିଡେନଙ୍କ ନିର୍ବାଚନଠାରୁ ବଡ଼ କଥା ହେଉଛି,  ଆମେରିକୀୟ ଭରଷା, ଯେଉଁମାନେ ଆମକୁ ନିର୍ବାଚିତ କରିଛନ୍ତି । ଏବେ ଦେଶପାଇଁ ଆମକୁ ଆଗକୁ ବହୁତ କାମ କରିବାକୁ ଅଛି । ଏହି ଅବସରରେ କମଲା ହ୍ୟାରିସ୍ ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କୁ ସ୍ମରଣ କରିଛନ୍ତି । କମଳା କହିଛନ୍ତି ଯେ, ଆଜି ମୁଁ ଯାହାଙ୍କ ପାଇଁ ଏଠାରେ ଉପସ୍ଥିତି ଅଛି ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଉ ସେହି ମହିଳା ହେଉଛନ୍ତି ତାଙ୍କ ମାଆ ଶ୍ୟାମଳା ଗୋପାଳନ ।

କମଳା ତାଙ୍କ ମାଆଙ୍କ ବିଷୟରେ କହିଥିଲେ ଯେ, ଯେତେବେଳେ ସେ ୧୯ ବର୍ଷ ବୟସରେ ଭାରତରୁ ଏଠାକୁ ଆସିଥିଲେ, ସେତେବେଳେ ସେ ହୁଏତ ଏହି ମୁହୂର୍ତ୍ତ ବିଷୟରେ କେବେ ବି ଚିନ୍ତା କରିନଥିବେ , କିନ୍ତୁ ସେ ଆମେରିକାର ମୂଲ୍ୟବୋଧ ଉପରେ ଗଭୀର  ବିଶ୍ୱାସ କରୁଥିଲେ, ଯେଉଁଠାରେ ଏପରି ସୁଯୋଗ ସମ୍ଭବ ଥିଲା । ଏହାସହ ସେ ତାଙ୍କ ମା ଏବଂ ତାଙ୍କ ପିଢିର ମହିଳାଙ୍କ ବିଷୟରେ କହିଥିଲେ ଯେ, ସେ କୃଷ୍ଣକାୟ ମହିଳା, ଏସିୟାନ, ହ୍ୱାଇଟ, ଲାଟିନ୍ ଏବଂ ସ୍ଥାନୀୟ ଆମେରିକୀୟ ମହିଳାଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଯେଉଁମାନେ ଆମେରିକାର ଇତିହାସରେ କ୍ରମାଗତ ଭାବରେ ଏହି ମୁହୂର୍ତ୍ତ ପାଇଁ ସଂଘର୍ଷ କରିଆସୁଛନ୍ତି ।

ନିର୍ବାଚିତ କମଳା ହ୍ୟାରିସ୍ କହିଛନ୍ତି ଯେ, ହୁଏତ ସେ ନିଜ ସମ୍ପ୍ରଦାୟର ପ୍ରଥମ ମହିଳା ହୋଇପାରନ୍ତି ଯିଏ କି ଉପ ରାଷ୍ଟ୍ରପତି ପଦରେ ବସିଛନ୍ତି । କିନ୍ତୁ ଏହି ପଦବୀର ବସିଥିବା ସେ ଶେଷ ମହିଳା ବୋଲି ହେବେ ନାହିଁ । କାରଣ ଆଜି ଏହାକୁ ଦେଖୁଥିବା ପ୍ରତ୍ୟେକ ଛୋଟ ଝିଅ ଜାଣନ୍ତି ଯେ ଏହି ଦେଶ ଅସୀମ ସମ୍ଭାବ୍ୟ ଦେଶ ଅଟେ ।

କମଲା ହ୍ୟାରିସଙ୍କ ବିଜୟ ପରେ ତାମିଲନାଡୁର ତିରୁବର୍ ଜିଲ୍ଲାର ଥୁଲେସେନ୍ଦ୍ରାପୁରମ୍ ଗାଁରେ ଉତ୍ସବ ପାଳନ କରାଯାଉଛି । କମଳା ହ୍ୟାରିସଙ୍କ ମାଆ ଶ୍ୟାମଲା ଗୋପାଳନ ଏହି ଗାଁର ବାସିନ୍ଦା ଥିଲେ । ଏବେ ସେହି ଗାଁରେ ଏକ ପ୍ରକାର ଉତ୍ସବର ପରିବେଶ ସୃଷ୍ଟି ହୋଇଛି । ରଙ୍ଗ ବେରଙ୍ଗର ରଙ୍ଗୋଲିରେ କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଉଛି । ୫୬ ବର୍ଷୀୟ କାଲିଫର୍ନିଆ ସିନେଟର କମଳା ହ୍ୟାରିସ୍ ତିନି ଜଣ ଏସୀୟ ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ । ସେ ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ସିନେଟର ଯିଏ କି ଏହି ଚାମ୍ବରକୁ ଆସିଛନ୍ତି ।

ଦିନକରେ ୪୫ ହଜାର ୬୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଲଗାତର ୫୦ ହଜାର ତଳେ କରୋନା ସଂକ୍ରମଣ । ଗୋଟିଏ ଦିନରେ ନୂଆ ୪୫ ହଜାର ୬୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ୨୪ ଘଣ୍ଟାରେ  କରୋନାରେ ୫୫୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪ ଥିବାବେଳେ ସକ୍ରିୟ ମାମଲା ହେଉଛି ୫ ଲକ୍ଷ ୧୨ ହଜାର ୬୬୫ । ସେହିଭଳି ଗୋଟିଏ ଦିନରେ ୪୯ ହଜାର ୮୨ ଜଣ କରୋନାରେ ସୁସ୍ଥ ହୋଇଛନ୍ତି  । ମୋଟ ସୁସ୍ଥ ସଂଖ୍ୟା ୭୮ ଲକ୍ଷ ୬୮ ହଜାର ୯୬୮କୁ ବୃଦ୍ଧି ପାଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ ଲୋକେ ସଚେତନ ରହିବା ସହ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଜୋର୍ ଦେଉଛନ୍ତି ସରକାର ।

ସେହିପରି କରୋନା ମହାମାରୀ କାରଣରୁ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ଶୀର୍ଷରେ ରହିଛି । ଆମେରିକାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ଆମେରିକା ତୁଳନାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଭାରତରେ ୮୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୬୭୪ଜଣ ଜଣ ଆରକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଦ୍ୱାରା ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ହେଉଛି ବ୍ରାଜିଲ ।

ନାକ ତଳେ ମାସ୍କ ଥିବାରୁ ୫ଶହ ଟଙ୍କା ଜରିମାନା ମାଗିଲେ, ନ ଦେବାରୁ ବିଚ୍‌ ରାସ୍ତାରେ ନିରିହ ଚାଷୀଙ୍କୁ ଉଠବସ କରାଇଲେ ତହସିଲଦାର

ଅନୁଗୁଳ: ଚାଷୀଙ୍କ ପାଇଁ ଆମେ ପେଟକୁ ଦାନା ମୁଠାଏ ଖାଇବାକୁ ପାଉଛେ । ଆମ ଦେଶରେ ଚାଷୀଙ୍କୁ ଭଗବାନଙ୍କର ସମ୍ମାନ ଦିଆଯାଇଥାଏ । ହେଲେ ଅନେକ ସମୟରେ ନିରିହ ଚାଷୀ ମାନେ ଅତ୍ୟାଚାରୀ ଲୋକଙ୍କ ଦ୍ୱାରା ପ୍ରତିଟି ସମୟରେ କଠୋର ଅତ୍ୟାଚାରର ଶିକାର ହେଉଛନ୍ତି । ଅନେକ ସମୟରେ ଚାଷୀ ଅତ୍ୟାଚାରର ଶିକାର ହୋଇ ଆତ୍ମହତ୍ୟା କରୁଛି । ତେବେ ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଚାଷୀଙ୍କୁ ଉଠବସ କରାଇବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି  । କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଵିରୁଦ୍ଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ତେବେ ଏହି ଉଠବସ୍‌ ଭିଡ଼ିଓ ଏବେ ଗୋଟିଏ ଫୋନରୁ ଆଉଗୋଟିଏ ଫୋନଙ୍କୁ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ମାକ୍ସ ଯାଞ୍ଚ କରୁଥିବା ସମୟରେ  ଦୁଇ ଜଣ ଚାଷୀ ତାଙ୍କ ବିଲରୁ ଚାଷ କାର୍ଯ୍ୟ ସାରି ଫେରୁଥିବା ସମୟରେ ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ହାବୁଡ଼ରେ ପଡିଯାଇଥିଲେ । ତହସିଲଦାର ଦୁଇ ଚାଷୀଙ୍କୁ ମାସ୍କ କାହିଁକି ନାକ ତଳକୁ ହୋଇଛି ବୋଲି ୫ ଶହ ଟଙ୍କା ଲେଖାଏଁ ଜରିମାନା କରିଥିଲେ  । ଚାଷୀଙ୍କ ପାଖରେ ଟଙ୍କା ନ ଥିବା ଦର୍ଶାଇ ଫାଇନ ଦେବାରେ ନିଜର ଅକ୍ଷମତା ଦର୍ଶାଇଥିଲେ । କିନ୍ତୁ ପାୱାର ଫୁଲ ତହସିଲଦାର ନିଜର ପାୱାର ନିଶାରେ ମସଗୁଲ ଚାଷୀଙ୍କୁ ଉଠ୍ ବସ୍ କରାଇ ଥିଲେ ଓ କିଛି ଅସ୍ରାବ୍ୟ ଭାଷାରେ ବ୍ୟବହାର କରିଥିଲେ ବୋଲି ଚାଷୀଙ୍କ ଏକ ସଙ୍ଗୀନ ଅଭିଯୋଗ ଆସିଛି  । କିଶୋର ନଗର ବ୍ଲକ ଅଂଚଳରେ ଏପରି ଘଟଣା କୁ ନିନ୍ଦା କରିଛନ୍ତି ଚାଷିମାନେ ।

ରାସ୍ତା ଉପରେ ଜଗି ବସିଥିଲା ମୃତ୍ୟୁ, ଟ୍ରକ୍ ପଛରେ ସ୍କୁଟି ପିଟି ସାନ ଭଉଣୀର ମୃତ୍ୟୁ ବଡ଼ ଭଉଣୀ ଗୁରୁତର

ଚଣ୍ଡିଖୋଲ: ରାସ୍ତାରେ ଉପରେ ଜଗି ବସିଥିଲା ମୃତ୍ୟୁ । ଘରୁ ହସ ଖୁସିରେ ବାହାରିଥିଲେ । ଶୀତୁଆ ସକାଳରେ କୋଚିଂ ପାଇଁ ବାହାରିଥିଲେ ଟ୍ୟୁସନ । ହେଲେ ତାଙ୍କ ବିଧିର ବିଧାନରେ ବୋଧେ କିଛି ଅଲଗା ଲେଖାଥିଲା । କିଏବା ଜାଣିଥିଲା ଟ୍ୟୁସନ ବଦଳରେ ସେ ଆରପାରିରେ ପହଞ୍ଚିଯିବେ ବୋଲି । ଏମିତି ଏକ ଘଟଣା ଯାହା ଚଣ୍ଡିଖୋଲରେ ଦେଖିବାକୁ ମିଳିଛି । ଟ୍ରକ ପଛପଟୁ ପିଟିଲା ସ୍କୁଟି ଘଟଣା ସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ।

NH ୧୬ ରଥିଆ ଛକ ନିକଟରେ ଦୁର୍ଘଟଣା ହୋଇଛି । ଦୁଇ ଭଉଣୀ ଜାରକା ଯାଉ ଥିବା ସମୟ ରେ ଦୁର୍ଘଟଣା । ପୂର୍ବରୁ ଏଠାରେ  ପୂର୍ବରୁ ଅଟକି ରହିଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ, ବଡ଼ ଭଉଣୀ ଗୁରୁତର ହୋଇଥିବା ଜଣାଯାଇଛି। ମୃତ ଛାତ୍ରୀ ହେଉଛନ୍ତି ନେଉଳପୁର ଗାଁର ସନ୍ତୋଷ କୁମାର ବେହେରାଙ୍କ ମଝିଆଁ ଝିଅ ଶ୍ୱେତା ଏବଂ ଆହତ ବଡ଼ ଝିଅ ସଂଗୀତା । ଉଭୟ ଏକ ନୂଆ ଆକ୍ଟିଭା ୬ଜି ସ୍କୁଟିରେ ଜାରକାକୁ ଟିଉସନ ହେବା ପାଇଁ ଆସୁଥିଲେ ।

ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନୂଆ ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି ମଜ୍‌ଭୁତ୍‌ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ଆଶା କରୁଛି ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଭାରତ-ଆମେରିକା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବେ ।’

ସେହିଭଳି ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ କମଲା ହାରିସଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି । ସେ କମଲା ହ୍ୟାରିସଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମର ସଫଳତା ଏକ ନୂଆ ରାସ୍ତା ଦେଖାଇବାକୁ ଯାଉଛି ଏବଂ ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବ ଅନୁଭବ କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜୋ ବାଇଡେନ, ଆପଣଙ୍କ ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ । ଉପରାଷ୍ଟ୍ରପତି ଥିବା ସମୟରେ, ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍‌ କରିବାରେ ଆପଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଅମୂଲ୍ୟ ଥିଲା । ଭାରତ-ଆମେରିକା ସମ୍ପର୍କକୁ ଅଧିକ ଉଚ୍ଚତାକୁ ନେବା ପାଇଁ ମୁଁ ପୁଣି ଥରେ ଏକାଠି କାମ କରିବାକୁ ଆଗ୍ରହୀ ।’

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଲେ ଅଭିନନ୍ଦନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଡେମୋକ୍ରାଟ୍ ନେତା ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ କହିଛନ୍ତି ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ତାଙ୍କ ସହ କାମ କରିବାକୁ ଆଗ୍ରହୀ ।