spot_img
Home Blog Page 6464

ଚାଇନା ବାଣରେ ଅଧିକ ପ୍ରଦୂଷଣ, ଦେଶୀ ବାଣରେ ରୋକ୍‌ ନିଷ୍ପତି ଭୁଲ୍‌: ଅଶ୍ୱିନୀ ମହାଜନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଏକ ସହାୟକ ସଂଘ ସ୍ୱଦେଶୀ ଜାଗରଣ ମଞ୍ଚ, ଶନିବାର କହିଛି ଯେ, ଚୀନ୍‌ରୁ ବେଆଇନ୍‌ ଭାବେ ଆସୁଥିବା ବାଣରେ ଅଧିକ ପ୍ରଦୂଷଣ ହୋଇଥାଏ । ତେଣୁ ଚୀନ୍‌ ବାଣ ଉପରେ ରୋକ ଲଗାଯାଉ କିନ୍ତୁ ଦେଶୀ ସବୁଜ ବାଣ ଉପରେ କଟକଣା କୋହଳ କରାଯାଉ । କାରଣ ଭାରତୀୟ ସବୁଜ ବାଣ ଦ୍ୱାରା ଅପେକ୍ଷାକୃତ କମ୍‌ ପ୍ରଦୂଷଣ ହୋଇଥାଏ । ତେଣୁ ରାଜ୍ୟ ସରକାରମାନେ ଦେଶୀ ବାଣ ପ୍ରତି ରୋକ ଲଗାଇବାଠାରୁ ଦୂରେଇ ରୁହନ୍ତୁ ବୋଲି ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି ।

Aswini mahajan

ଏସ୍‌ଜେଏମ୍‌ର ସହ-ସଂଯୋଜକ ଅଶ୍ୱିନୀ ମହାଜନ କହିଛନ୍ତି ଯେ, ପ୍ରାୟ ୧୦ ଲକ୍ଷ ଲୋକ ଏହି ବାଣ ପ୍ରସ୍ତୁତ କରି ଦୀପାବଳିରେ ବିକ୍ରି କରିବାକୁ ଅପେକ୍ଷା କରିଥାନ୍ତି । ଏହି ବାଣ ବିକ୍ରିରୁ ହିଁ ସେମାନଙ୍କ ଗୁଜୁରାଣ ମେଣ୍ଟାଇଥାନ୍ତି । ହଠାତ୍‌ ବାଣ ବିକ୍ରି ଉପରେ ରୋକ ଲାଗିବା ପରେ ଏହି ୧୦ ଲକ୍ଷ ପରିବାର ନିଜର ପ୍ରତିପୋଷଣ କିଭଳି କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସବୁଜ ବାଣକୁ ବ୍ୟାନ୍‌ କରାଯିବା ଉଚିତ୍‌ ନୁହେଁ । ସବୁଜ ବାଣରୁ ପ୍ରଦୂଷଣ ଅପେକ୍ଷାକୃତ କମ୍‌ ହୋଇଥାଏ । କିନ୍ତୁ ଚାଇନା ବାଣରେ ଅଧିକ ପ୍ରଦୂଷଣ ରହିଥାଏ । ତେଣୁ କେବଳ ଚାିନା ବାଣକୁ ବ୍ୟାନ୍‌ କରାଯାଉ । ଦେଶୀ ସବୁଜ ବାଣ ଉପରୁ କଟକଣା ହଟାଯାଉ । ଅଶ୍ୱିନୀ ଆହୁରି କହିଛନ୍ତି ଯେ, କୌଣସି ଠୋସ୍‌ ତଥ୍ୟ ନଥାଇ ରାଜ୍ୟ ସରକାରମାନେ ବାଣ ଉପରେ ରୋକ ଲାଗାଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ଭୁଲ ପଦକ୍ଷେପ ।

ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ କାମ କରିବେ ଅମିତାଭ୍

ମୁମ୍ବାଇ: କରୋନା କାଳରେ ଦୀର୍ଘ ଦିନ ଧରି ସିନେମା ହଲରେ କୌଣସି ନୂଆ ଫିଲ୍ମ ରିଲିଜ୍ ହୋଇନାହିଁ । କିନ୍ତୁ ଏବେ ବଲିଉଡ ଦ୍ୱାରା ଏକ ବଡ ଘୋଷଣା କରାଯାଉଛି  । ଯାହାକୁ ଶୁଣି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡିଛନ୍ତି । ଅନେକ ବଡ ସେଲିବ୍ରେଟ୍ ବର୍ତ୍ତମାନ ମେଗା ବଜେଟ୍ ଚଳଚ୍ଚିତ୍ରରେ କାମ କରିବାକୁ ପସନ୍ଦ କରୁଛନ୍ତି । ଆସନ୍ତା ବର୍ଷ ସମସ୍ତେ ସେମାନଙ୍କ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏବେ ଖବର ଆସୁଛି ଯେ ସୁପରଷ୍ଟାର ଅମିତାଭ ବଚ୍ଚନ ଅଜୟ ଦେବଗନଙ୍କ ସହ କାମ କରିବାକୁ ଯାଉଛନ୍ତି ।

ଅମିତାଭ ବଚ୍ଚନଙ୍କ ସହ କାମ କରିବେ ଅଜୟ

ଅଜୟ ଦେବଗନ୍ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଭାବେ ବଲିଉଡ଼ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ପ୍ରଥମ ନିର୍ଦ୍ଦେଶନା ସେ ଅମିତାଭଙ୍କୁ ଦେବାକୁ ଯାଉଛନ୍ତି । ଫିଲ୍ମ ସମାଲୋଚକ ତାରନ ଆର୍ଦଶ ସୋସିଆଲ ମିଡିଆରେ କହିଛନ୍ତି ଯେ, ଅଜୟ ଦେବଗନ ତାଙ୍କ ଆଗାମୀ ଫିଲ୍ମ ମେଡେ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଅଜୟ ଦେବଗନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି, ଏହା ବ୍ୟତୀତ ତାଙ୍କୁ ଏହି ଫିଲ୍ମରେ ପାଇଲଟ୍ ଭୂମିକାରେ ମଧ୍ୟ ଦେଖଇବାକୁ ମିଳିବ । ଟ୍ୱିଟରେ ଲେଖିଛନ୍ତି ଯେ, ଅଜୟ ଦେବଗନ ଅମିତାଭଙ୍କୁ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏବଂ ଫିଲ୍ମର ନାଁ ହେଉଛି ମେଡେ । ତେବେ ଅଜୟ ଦେବଗନଙ୍କୁ ପାଇଲଟ ଭୂମିକାରେ ଦେଖିବାକୁ ମିଳିବ । ଯଦିଓ ଅଜୟ ଓ ଅମିତାଭଙ୍କ ବ୍ୟତୀତ ଫିଲ୍ମରେ କିଏ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଡିସେମ୍ବରରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ଅଜୟ ଅମିତାଭଙ୍କ ଫିଲ୍ମର ନିର୍ଦ୍ଦେଶନା ଦେବେ

ଅଜୟ ଦେବଗନ୍ ମେଡେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଏବଂ ସେମାନେ ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ, ଅଜୟ ଭୁଜ୍ ଦି ପ୍ରାଇଡ୍ ଅଫ୍ ଇଣ୍ଡିଆର ସୁଟିଂ ପରେ ସେ ତାଙ୍କର ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ । ଅମିତାଭ ବଚ୍ଚନଙ୍କ ସହ କାମ କରି ସେ ବହୁତ ଖୁସି । କିନ୍ତୁ ପ୍ରଶଂସକ ଅମିତାଭ-ଅଜୟ ଯୋଡି ଦେଖିବାକୁ ଉତ୍ସାହିତ ଅଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଜୟ ଦେବଗନଙ୍କ ନିର୍ଦ୍ଦେଶ ବିଷୟରେ କହିବାକୁ ଗଲେ ମେଡେଙ୍କ ପୂର୍ବରୁ ଅଜୟ ଶିବାୟରେ ମଧ୍ୟ ତାଙ୍କ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହାରାହାରି ଭଲ ପ୍ରଦର୍ଶନ କରିଥିଲା । ଅଜୟଙ୍କ ଆକ୍ସନ୍ ସିନ୍ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା, କିନ୍ତୁ ଅଜୟ ଦର୍ଶକଙ୍କ ଠାରୁ କିଛି ବି ପ୍ରତିକ୍ରିୟା ପାଇନପାରିଥିଲେ । ଏଭଳି ପରିସ୍ଥିତିରେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ମେଡେ ମାଧ୍ୟମରେ ସେହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ।

ସାରୁଅ ଷ୍ଟୁଡିଓ ଆଗରେ ଅଷ୍ଟମ ଦିନରେ ଧାରଣା, ନ୍ୟାୟ ଦାବିରେ ଠିକା କର୍ମଚାରୀ

ଖୋର୍ଦ୍ଧା: ଅଷ୍ଟମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ଖରା କାକର ରେ ପଡ଼ି ରହିଛନ୍ତି କମର୍ଚାରୀ । ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ଧାରଣା ରେ ବସିଥିବା ୩୨ ଜଣ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ ।

ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା  । ହେଲେ ଠିକା କର୍ମଚାଚାରୀ ଏବେବି ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି  । ସେପଟେ ରବି ସେଠିକୁ ଜମି ବିକିଥିବା ୨୨ ଜଣଙ୍କୁ କ୍ରାଇମବ୍ରାଞ୍ଚ EOW ନୋଟିସ । ଆସନ୍ତାକାଲି ସେମାନେ ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟ ରେ ହାଜର ହୋଇ ପକ୍ଷ ରଖିବେ । ସେପଟେ ନ୍ୟାୟ ନ ମିଳିଲେ ପର୍ଯ୍ୟନ୍ତ ଧାରଣ ଚାଲୁ ରହିବ ବୋଲି ଶ୍ରମିକ ମାନେ କହିଛନ୍ତି ।

ଆଜିର ଦିନକୁ ମୋଦୀ ସରକାରଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ଦିବସ ଭାବେ ପାଳନ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ଆଜି ବିମୁଦ୍ରିକରଣ ବା ନୋଟବନ୍ଦୀକୁ ପୂରିଲା ଚାରି ବର୍ଷ । ୨୦୧୬ ମସିହା ନଭେମ୍ବର ୮ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ  । ଦେଶରେ ପ୍ରଚଳିତ ୧ହଜାର ଓ ୫ଶହ ଟଙ୍କିଆ ନୋଟକୁ ଅଚଳ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର  । କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ମୋଦି ସରକାର ବଡ ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଥିଲେ  ।

ପୁରୁଣା ୫ଶହ ଓ ୧ହଜାର ବଦଳରେ ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା  । ନୋଟବନ୍ଦୀ ଘୋଷଣା ପରେ ବ୍ୟାଙ୍କଗୁଡିକରେ ଅଚଳ ନୋଟ ବଦଳାଇବାକୁ ପ୍ରବଳ ଭିଡ ଲାଗିଥିଲା  ।  କିନ୍ତୁ ପରବର୍ତ୍ତି ସମୟରେ ଏହାର କୌଁଣସି ଆଖିଦୃଶିଆ ସଫଳତା ଦେଶ ପାଇନଥିଲା  ।  ବିମୁଦ୍ରିକରଣ ପାଇଁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା  । ଜିଏସଟି ଉପରେ ଗୁରୁତର ଭାବେ ପ୍ରଭାବ ପକାଇଥିଲା  । ସରକାରଙ୍କର ଏଭଳି ପଦକ୍ଷେପକୁ କଡା ସମାଲୋଚନା କରିଥିଲେ ବିରୋଧି । ସରକାର କୌଁଣସି ପ୍ରସ୍ତୁତି ନକରି ତରବରିଆଭାବେ ନିୟମ ଲାଗୁକରିଥିବା ଅଭିଯୋଗ ହୋଇଥିଲା  ।

ସେପଟେ ବିମୁଦ୍ରୀକରଣ ଚାରି ବର୍ଷର ପୂରା ହେବା ପରେ କଂଗ୍ରେସ ନଭେମ୍ବର ୮ କୁ ମୋଦୀ ସରକାରଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ଦିବସ ଭାବେ ପାଳନ କରିବ । ମହାସଚିବ ସଂଗଠନ କେସି ବେନୁଗୋପାଲ କହିଛନ୍ତି ଯେ, ଅନଲାଇନ୍ ପ୍ଲାଟଫର୍ମ ସହିତ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନ କରି ବିମୁଦ୍ରୀକରଣର ସତ୍ୟତା ଜନସାଧାରଣଙ୍କ ନିକଟରେ ଜଣାଇବେ । କିପରି ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଥଣ୍ଡା ପବନ ଯୋଗୁଁ ଥରିଲାଣି ଉତ୍ତର ଓଡ଼ିଶା, ୯ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ପାରଦ । ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ଥରିଲାଣି ଉତ୍ତର ଓଡ଼ିଶାର ଅନେକ ଜିଲ୍ଲା । ଉତ୍ତର ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୁତ ହେଉଛି ଶୀତ । ଉତ୍ତର ଓଡ଼ିଶାରେ ୨ ରୁ ୩, ଦକ୍ଷିଣରେ ୩ ରୁ ୪ ଡିଗ୍ରୀ ପାରଦ ଖସିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୧୧.୮ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ପାଲଟିଛି । ରାଜଧାନୀ ଭୁବେନଶ୍ୱର ୨୦.୬ଡିଗ୍ରୀ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି କମିବ ବୋଲି ଆକଳନ କରାଯାଇଛି ।

ପୂର୍ବ ବଙ୍ଗୋପସାଗରରୁ ତରଙ୍ଗାୟିତ ପବନ ପ୍ରଭାବରେ ଉପକୂଳ ଜିଲ୍ଲା ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ଖସିବାରେ ଲାଗିଛି ପାରଦ । ଘନ କୁହୁଡ଼ି ସାଙ୍ଗକୁ ହାଲକା ଶୀତରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ । ଦିନ ୯ଟା ପର୍ଯ୍ୟନ୍ତ କୁହୁଡିର ରାଜ ଚାଲୁଥିବାରୁ ଯାତାୟାତରେ ସାମାନ୍ୟ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି  ।

ଉପକୂଳ ଓଡ଼ିଶାର ପାରଦସ୍ତର ଖସିଥିଲେ ମଧ୍ୟ ଅଧିକ ଥଣ୍ଡା ପଡ଼ିନାହିଁ। ଏବେ ରାଜ୍ୟକୁ ଉତ୍ତର ଭାରତରୁ ପବନ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନରେ ତାପମାତ୍ରା ଆଉ ଟିକେ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ପରେ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରି ଓ ଧୀରେଧୀରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପୂର୍ବାନୁମାନ ମୁତାବକ ରାଜ୍ୟରେ ୪ ତାରିଖଠାରୁ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯାଇଛି । ଅନୁମାନ କରାଯାଉଛି ରାଜଧାନୀ ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୮ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି କମିପାରେ । ତା’ପର ଦୁଇ ଦିନ କ୍ରମଶଃ ବଢ଼ିବ । ବିଶେଷ ଭାବେ ୧୧ ଓ ୧୨ ତାରିଖ ରାତିର ତାପମାତ୍ରା ବିଶେଷ ବଢ଼ିବା ଯୋଗୁଁ ଥଣ୍ଡା କମିବ ।

ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ଭାରତକୁ କରିଥିଲେ କଡ଼ା ସମାଲୋଚନା !

ଓ୍ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍‌ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବା କରି ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ବାଇଡେନ୍‌ଙ୍କ ଖାତାରେ ୨୯୦ ଭୋଟ ଜମା ହୋଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ୨୧୪ଟି ଇଲେକ୍ଟୋରାଲ ଭୋଟ୍ ଆସିଥିଲା ।

ଏଥି ସହିତ, କମଲା ହ୍ୟାରିସ୍ ଆମେରିକାର ନିର୍ବାଚନ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କୃଷ୍ଣକାୟ ଏବଂ ଦକ୍ଷିଣ ଏସୀୟ ମହିଳା ଭାବେ କମଲା ହ୍ୟାରିସ୍ ପ୍ରଥମ ଉପରାଷ୍ଟ୍ରପତି ପଦରେ ସମ୍ଭାଳିବାକୁ ଯାଉଛନ୍ତି । ଆମେରିକା ରାଜନୀତି ଇତିହାସରେ ଏହା ପ୍ରଥମ ଥର ।  ଗତ ଅଗଷ୍ଟରେ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ କମଲାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ । କାଲିଫର୍ନିଆର ଆମେରିକୀୟ ସିନେଟର ସାନ ଫ୍ରାନ୍ସିସ୍କୋର ପ୍ରଥମ ମହିଳା ଜିଲ୍ଲା ଅର୍ଟନୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଟର୍ଣ୍ଣି ଜେନେରାଲ ଭାବରେ ନିର୍ବାଚିତ ହୋଇଥିବା, କାଲିଫର୍ଣ୍ଣିଆର ସେ ପ୍ରଥମ ମହିଳା ଥିଲେ । ଖାଲି ସେତିକି ନୁହେଁ କମଲା ହ୍ୟାରିସ୍ ଜଣେ ଭଲ ବକ୍ତା ଭାବେ ଜଣାଶୁଣା ।

kamala harris

କମଲା ହ୍ୟାରିସଙ୍କ ପରିବାର ସହ ଭାରତର ଗଭୀର ସମ୍ପର୍କ ରହିଛି । ତାଙ୍କ ମା’ ତାମିଲନାଡ଼ୁର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ଗାଁଟି ଚେନ୍ନାଇଠାରୁ ପ୍ରାୟ ୩୫୦ କିଲୋମିଟର ଦୂର । ତେବେ ଏହି ଗାଁରେ କମଲା ହ୍ୟାରିସ୍‌ଙ୍କ ବିଜୟ ପାଇଁ ପୂଜା ଅର୍ଚ୍ଚନା କରାଯାଇଥିଲା ।

CAA-NRC ପ୍ରସଙ୍ଗ

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କମଲା ହ୍ୟାରିସ ଏନେଇ ପ୍ରତିକ୍ରିୟା ରଖିଥିଲେ । ନେତାମାନଙ୍କୁ ନଜର ବନ୍ଦୀ ରଖାଯିବା ଘଟଣାକୁ ସେ ନିନ୍ଦା କରିଥିଲେ । ସେ କହିଥିଲେ ଏହା ଦ୍ୱାରା ମାନବିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏମିତିକି ସିଏଏ – ଏନ୍‌ଏଆର୍‌ସି ଲାଗୁ କରିବା ନେଇ ସେ ବିରୋଧ କରୁଥିଲେ । ଏହି କାରଣରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଆମେରିକା ଗସ୍ତରେ ଥିବାବେଳେ ସିନେଟର କମ୍‌ଲା ହ୍ୟାରିସ୍‌ଙ୍କୁ ଭେଟିବାକୁ ମନା କରିଥିଲେ । ତେବେ ଏନେଇ ମଧ୍ୟ କମଲା ହ୍ୟାରିସ୍‌ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ ।

ଶିକ୍ଷା ଓ ପ୍ରଫେସନକୁ ନେଇ କୌଣସି ସମସ୍ୟା ଥିଲେ ଜପ କରନ୍ତୁ ଏହି ମନ୍ତ୍ର

ଆଜିର ପଞ୍ଚାଙ୍ଗ:

୮ ନଭେମ୍ବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୨୩ ଦିନ,  କାର୍ତ୍ତିକ ମାସ,  କୃଷ୍ଣପକ୍ଷ, ଅଷ୍ଟମୀ ତିଥି

ସକାଳ ୮ଟା ୪୭ ପର୍ଯ୍ୟନ୍ତ ପୁଷ୍ୟା ନକ୍ଷତ୍ର

ଏହା ପରେ ଅଶ୍ଳେଷା ନକ୍ଷତ୍ର

କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି ।ଯୋଗିନୀ ଐଶାନ୍ୟ କୋଣରେ ଅବସ୍ଥାନ କରିଥିବାରୁ ଐଶାନ୍ୟ କୋଣକୁ ଯାତ୍ରା କରିବା ନିଷେଧ । କୌଣସି ରାଶି ପାଇଁ ଘାତଚନ୍ଦ୍ର ନାହିଁ । ମେଷ ରାଶି ପାଇଁ ଘାତବାର ।

ଶୁଭ ସମୟ-  ସକାଳ ୬ଟା ରୁ ସକାଳ ୮ଟା୪୮ ମିନିଟ୍

ଦିନ ୧୧ଟା ୫୫ ମିନିଟ୍ ଠାରୁ ଦିନ ୨ଟା ୧୫ ମିନିଟ୍

ଅଶୁଭ ସମୟ- ଅପରାହ୍ନ ୪ଟା ୩୦ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ – ନଡିଆ ଖାଇବା ନିଷେଧ ରହିଛି

ମେଷ –

ଅଶ୍ୱିନୀ ନକ୍ଷତ୍ର –ବ୍ୟବସାୟରେ ଲାଭାବାନ ହେବେ, ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇବେ ।

ଦ୍ୱିଜା ନକ୍ଷତ୍ର – ଅର୍ଥ ଲାଭର ସୁଯୋଗ ରହିଛି ।

କୃତ୍ତିକା ନକ୍ଷତ୍ର –ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ ।

ହନୁମାନ ଚାଳିଶା ୫ ଥର ପାଠ କରନ୍ତୁ, ସମସ୍ୟା ଦୁର ହୋଇଯିବ ।

ବୃଷ –

କୃତ୍ତିକା ନକ୍ଷତ୍ର – ପାରିବାରିକ ଖର୍ଚ୍ଚ ବଢିବା ସହ ମନ ଭାରାକ୍ରାନ୍ତ ରହିବ, ଦିନଟି ସାମାନ୍ୟ ରହିବ ।

ରୋହିଣି ନକ୍ଷତ୍ର – ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, ମନରେ ଶାନ୍ତି ଅନୁଭବ କରିବେ ।

ମୃଗଶିରା ନକ୍ଷତ୍ର -ମାନସିକ ଅଶାନ୍ତି ଯୋଗୁ ଆଶା ଅନୁଯାୟୀ ସଫଳତା ମିଳିବ ନାହିଁ ।

ମିଥୁନ –

ମୃଗଶିରା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ, କାର୍ଯ୍ୟ ପ୍ରତି ଆଗ୍ରହ ରହିବ ନାହିଁ ।

ଆଦ୍ରା ନକ୍ଷତ୍ର – ଖୁସିର ବାତାବରଣରେ ପରିବାର ସହିତ ସମୟ କଟିବ, ଅନେକ ଦିନର ଆଶା ପୂରଣ ହେବ ।

ପୂନର୍ବସୁ ନକ୍ଷତ୍ର – ପରିବାରରେ ଅଶାନ୍ତି ଲାଗି ରହିବ, ନିଜ ଲୋକ ଶତ୍ରୁ ପରି ବ୍ୟବହାର କରିବେ ।

ଉପାୟ- ମା’ଦୁର୍ଗାଙ୍କୁ ୧୧ ଗୋଟି ଲାଲ ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

କର୍କଟ –

ପୁନର୍ବସୁ ନକ୍ଷତ୍ର – କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ, ମାନସିକ ଶାନ୍ତି ଅନୁଭବ କରିବେ ।

ପୁଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ନୂଆ ସୁଯୋଗ ଆସିବ, ବନ୍ଧୁଙ୍କର ସହଯୋଗ ପାଇବେ ।

ଅଶ୍ଲେଷା ନକ୍ଷତ୍ର – କର୍ମ ଅନୁସାରେ ମିଳିବ ସଫଳତା, ପରିବାର ମଧ୍ୟରେ ଶାନ୍ତି ରହିବ ।

ଉପାୟ- ବୁଲା କୁକୁରକୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ସିଂହ –

ମଘା ନକ୍ଷତ୍ର – ଅନ୍ୟକୁ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି ବି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ଲାଭବାନ ରହିବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର -ଦ୍ରବ୍ୟହାନୀର ଯୋଗ ରହିଛି,ଦାୟିତ୍ବହୀନ ଭାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ଉପାୟ- ଗୋ-ମାତାଙ୍କୁ ଅରୁଆ ଚାଉଳ,ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ

କନ୍ୟା –

ଉତ୍ତରାଫାଲଗୁନୀ ନକ୍ଷତ୍ର- ପ୍ରତିଯୋଗିତା କାର୍ଯ୍ୟରେ ସଫଳ ହେବେ, କର୍ମକ୍ଷେତ୍ରକୁ ନେଇ  ଶୁଭ ସମ୍ବାଦ ମିଳିବ ।

ହସ୍ତା ନକ୍ଷତ୍ର –ପାରିବାରିକ ସାମଞ୍ଜସ୍ୟ ଭଲ ରହିବ, ହସଖୁସିରେ ସମୟ କଟିବ ।

ଚିତ୍ରା ନକ୍ଷତ୍ର –ସଂଯମତା ରଖି କଥା କୁହନ୍ତୁ, ନଚେତ ବିପଦ ରହିଛି ।

ତୁଳା –

ଚିତ୍ରା ନକ୍ଷତ୍ର – ସନ୍ତାନଙ୍କ ପାଠପଢା ଓ କାର୍ଯ୍ୟକୁ ନେଇ ମନ ଖରାପ ରହିବ ।

ସ୍ୱାତୀ ନକ୍ଷତ୍ର – ଅନେକ ଦିନର ଅଭିଳାଷ ପୂରଣ ହେବ, ଭାଗ୍ୟରେ ହେବ ବଡ ପରିବର୍ତ୍ତନ ।

ବିଶାଖା ନକ୍ଷତ୍ର – ସମୟ ଭଲ ନାହିଁ, ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଉପାୟ- ବେଲପତ୍ର,ସମୀପତ୍ର ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ, ଗାଡି ଧିରେ ଚଳାଇବେ ।

ବିଛା –

ବିଶାଖା ନକ୍ଷତ୍ର – ସମୟ ସପକ୍ଷରେ ରହିଥିବାରୁ ସବୁ କାମରେ ସଫଳତା ମିଳିବ ।

ଅନୁରାଧା ନକ୍ଷତ୍ର – ଆକସ୍ମିକ ଭାବରେ ଅର୍ଥ ସମ୍ବନ୍ଧୀୟ ସୂଚନା ମିଳିବ ।

ଜ୍ୟେଷ୍ଠା ନକ୍ଷତ୍ର- ଲୋକସଂପର୍କ ବଢିବ, ବନ୍ଧୁଙ୍କର ସହଯୋଗ ପାଇବେ ।

ଉପାୟ- ପିତା-ମାତାଙ୍କୁ ପ୍ରଣାମ କରି ଆଶିର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ ରାଶି –

ମୂଳା ନକ୍ଷତ୍ର – ପ୍ରତୀକ୍ଷା କରିଥିବା ଖବର ପାଇଁ ମନ ଖୁସି ରହିବ ।

ପୂର୍ବାଷାଢା ନକ୍ଷତ୍ର – ଦାମ୍ପତ୍ୟ ଜୀବନରେ ବୁଝାମଣା ଭଲ ରହିବ, ନିଜ ଚେଷ୍ଟାରେ ସଫଳ ହେବେ ।

ଉତ୍ତରାଷାଢା ନକ୍ଷତ୍ର – ଅନ୍ୟମନସ୍କ ହେବା ଦ୍ୱାରା ଅଘଟଣ ହୋଇପାରେ, ଗାଡି ଧିରେ ଚଳାଇବା ସମୟରେ ସର୍ତକ ରହିବେ ।

ଉପାୟ- ମିଠା ଖାଇ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆସିବ, ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିବ ।

ଶ୍ରବଣା ନକ୍ଷତ୍ର – ସବୁ କାର୍ଯ୍ୟ କରିବା ପାଇଁ ସହଯୋଗ ମିଳିବ ।

ଧନିଷ୍ଠା ନକ୍ଷତ୍ର – କର୍ମ ଓ ନିଜ ବ୍ୟବହାରକୁ ନେଇ ପ୍ରଶଂସିତ ହେବେ, ଉଚିତ୍ ପରାମର୍ଶ ଯୋଗୁ ସଫଳ ରହିବେ ।

ଉପାୟ- ପାନପତ୍ରରେ ଓଁ ଗଂ ଗଣପତାୟ ନମଃ ଲେଖି ଗଣେଶ ଭଗବାନଙ୍କୁ ଅର୍ପଣ କରନ୍ତୁ ।

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର –  ନୂଆ ସଂପର୍କକୁ ନେଇ ଖୁସି ଅନୁଭବ କରିବେ ।

ଶତଭିଷା ନକ୍ଷତ୍ର – ପରିବାରରେ ଥିବା ଅଶାନ୍ତି ଦୁର ହେବ, ସାମାଜିକସ୍ତରରେ ପ୍ରତିଷ୍ଠା,ମାନସମ୍ମାନ ବଢିବ ।

ପୂର୍ବଭାଦ୍ର ନକ୍ଷତ୍ର – ସନ୍ତାନଙ୍କର ସଫଳତାକୁ ନେଇ ଖୁସି ରହିବେ, ପାରିବାରିକସ୍ଥିତି ଭଲ ରହିବ ।

ଉପାୟ- ୧୧ଟି ଲବଙ୍ଗକୁ ଲାଲ କପଡାରେ ଗୁଡାଇ ନିଜ ପାଖରେ ରଖନ୍ତୁ ।

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – କର୍ମ ଅପେକ୍ଷା ପରିବାର ପାଇଁ ଅଧିକ ସମୟ ଦେଇପାରନ୍ତି, ମନରେ ଥିବା ସନ୍ଦେହ ଦୁର ହେବ ।

ଉତ୍ତରଭାଦ୍ର ନକ୍ଷତ୍ର – ବନ୍ଧୁଙ୍କ ସାହାଯ୍ୟ,ସହଯୋଗ ଆପଣଙ୍କୁ ବହୁତ ଖୁସି ଆଣିଦେବ ।

ରେବତୀ ନକ୍ଷତ୍ର – ନୂତନ ଯୋଜନା ଲାଭବାନ୍ କରିବ, ନିଜ ଚେଷ୍ଟାରେ ଆଗକୁ ବଢିବେ ।

ଉପାୟ- ଗାୟତ୍ରୀ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ମହାଉପାୟ

ଆଜି ପବିତ୍ର ସର୍ବସିଦ୍ଧି ଯୋଗ ରବିପୁଷ୍ୟା ଯୋଗ । ସମସ୍ତ ୨୭ ନକ୍ଷତ୍ର ମଧ୍ୟରେ ପୁଷ୍ୟା ନକ୍ଷତ୍ରର ପ୍ରଭାବ ରହିଥାଏ । ଅତ୍ୟନ୍ତ ପ୍ରଭାବଶାଳୀ  ଓ ସିଦ୍ଧିପ୍ରଦ ଅଟେ । ରବିବାର ପୁଷ୍ୟା ନକ୍ଷତ୍ର । ରବି ଓ ଶନିଙ୍କର ମହାସଂଯୋଗ ଯୋଗୁ ଶିକ୍ଷା ଓ କ୍ୟାରିଅର କ୍ଷେତ୍ରରେ ଆସୁଥିବା ସମସ୍ୟା, କର୍ମ ଓ ପ୍ରଫେସନକୁ ନେଇ ଥିବା ସମସ୍ୟା ଦୂର ପାଇଁ ଉପାୟ । ଶିକ୍ଷା ଓ ପ୍ରଫେସନକୁ ନେଇ କୌଣସି ସମସ୍ୟା ଦୂର ପାଇଁ ଆଜି ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ୧୧ଟି ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ । ଏହା ଆଜି ଠାରୁ ପ୍ରତିଦିନ କରିଚାଲନ୍ତୁ ଏକବର୍ଷ ପର୍ଯ୍ୟନ୍ତ । କର୍ମକ୍ଷେତ୍ରରେ ପ୍ରମୋସନ ପାଇଁ କିମ୍ବା ନୂତନ କର୍ମ ନିଯୁକ୍ତି ପାଇଁ ଆଜି ଠାରୁ ପ୍ରତି ରବିବାର ଦିନ ୭ ପ୍ରତାର ଡାଲିକୁ ଲାଲ କପଡ଼ାରେ ବାନ୍ଧି ରାତି ସମୟରେ ମୁଣ୍ଡ ପାଖରେ ରଖନ୍ତୁ । ସେହି ଡାଲିକୁ ପରଦିନ ସକାଳେ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ । ନିୟମିତ ଭାବରେ ଏହି କାର୍ଯ୍ୟ କରି ଚାଲନ୍ତୁ । ସଫଳତା ନିଶ୍ଚିତ ଭାବରେ ମିଳିବ ।

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌, ବସ୍‌ରେ ଥିଲେ ୫୦ ରୁ ଅଧିକ ଯାତ୍ରୀ

ଭଦ୍ରକ: ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଓଲଟିଲା ଯାତ୍ରୀବାହୀ ବସ । ପୋଲ ବାଡ଼ରେ ଅଟକି ରହିବାରୁ ଅଧିକ ସଂଙ୍କଟରୁ ବର୍ତ୍ତିଲେ ଯାତ୍ରୀ । ୧୧ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ସୂଚନା ଅନୁସାରେ ଯାତ୍ରୀବାହି ବସଟି ୫୦ରୁ ଉର୍ଧ୍ଵ ଲୋକଙ୍କୁ ନେଇ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଓଲଟି ପଡିଥିଲା । ସୌଭାଗ୍ୟ ବଶତଃ ବସଟି ଓଲଟି ଗୋଟିଏ ପୋଲ ବାଡରେ ଅଟକି ରହିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।  ଦୁର୍ଘଟଣାରେ ଆହତ ହୋଇଥିବା ୧୧ ଜଣଙ୍କୁ  ଅଗ୍ନିଶମ ବାହିନୀ ଉଦ୍ଧାର କରି  ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ।

ଆମେରିକାର ନୂଆ ବସ୍ ହେଲେ ଜୋ ବିଡେନ୍…ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ହ୍ୱାଇଟ ହାଉସକୁ ମାରିଲେ ଏଣ୍ଟ୍ରି

ୱାଶିଙ୍ଗଟନ୍ : ଜୋ ବାଇଡେନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ରିପବ୍ଲିକନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପକୁ ହରାଇ ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଣ୍ଡନ କରିବେ । ବିଦ୍ଧବଦ୍ଧ ଘୋଷଣା ହେଇନଥିଲେ ମଧ୍ୟ ବାଇଡେନ୍ ମ୍ୟାଜିକ୍ ନମ୍ୱର ୨୭୦କୁ ସ୍ପର୍ଶ କରିସାରିଛନ୍ତି ଓ ହ୍ୱାଇଟ୍ ହାଉସରେ ସ୍ଥାନ ପକ୍କା କରିଛନ୍ତି । ଆମେରିକାର ଇତିହାସର ଏକ ବିବାଦୀୟ ନିର୍ବାଚନ ଭାବେ ଉଭା ହୋଇଥିବା ଏହି ନିର୍ବାଚନକୁ କିଏ ଜିତିବ ସେନେଇ ଅନେକ ଆଲୋଚନା ଲାଗି ରହିଥିଲା । ଶେଷରେ ଜନମତ ବାଇଡେନଙ୍କ ପକ୍ଷକୁ ଯାଇଛି । ପେନସିଲଭେନିଆରେ ଡୋନାଲ୍ଡ ଟ୍ରମ୍ପକୁ ପଛରେ ପକାଇ ସେ ହାସଲ କରିଛନ୍ତି ସର୍ବଶକ୍ତି ରାଷ୍ଟ୍ରର ମୁଖ୍ୟ ହେବାର ଗୌରବ । ତେବେ ତାଙ୍କ ସହ କମଲା ହାରିସ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଭାରତୀୟ ବଂଶଦ୍ଭୋବ ହୋଇଥିବା ହେତୁ ଏଥରର ନିର୍ବାଚନର କେନ୍ଦ୍ର ବିନ୍ଦୁରେ ମଧ୍ୟ ରହିଥିଲେ ।

ଡେମୋକ୍ରେଟିକ୍ ପ୍ରାର୍ଥୀ ଜୋ ବିଡେନ୍ ୨୭୩ ଟି ଇଲେକ୍ଟୋରାଲ ଭୋଟ୍ ପାଇଥିବାବେଳେ ରି ପବ୍ଲିକାନ ପାର୍ଟିର ଡୋନାଲ୍ଟ ଟ୍ରମ୍ପ ୨୧୪ଟି ଇଲେକ୍ଟୋରାଲ ଭୋଟ୍ ପାଇଛନ୍ତି । ମୋଟ୍ ୫୩୮ଟି ଆସନରୁ ୨୭୦ଟି ଆସନ ବିଜୟ ପାଇଁ ଆବଶ୍ୟକ ଥିବାବେଳେ ଏହି ସଂଖ୍ୟା ଅତିକ୍ରମ କରିଛନ୍ତି ବିଡେନ୍ । ଏହି ବିଜୟ ସହ ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସକୁ ନିର୍ବାଚିତ ହୋଇଛନ୍ତି ଡେମୋକ୍ରେଟିକ୍ ପ୍ରାର୍ଥୀ ଜୋ ବିଡେନ୍ । ନିର୍ବାଚନରେ ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ବିଶେଷକରି ନ୍ୟୁହାମ୍ପସାୟାର, ପେନସିଲଭେନିଆ, ଜର୍ଜିଆ, ଓ୍ବିସକନସିନ, ମିଚିଗାନ, ଫ୍ଲୋରିଡା, ନର୍ଥ କାରୋଲିନା, ଓହିଓ, ଟେକ୍ସାସ, ମିନେସୋଟା, ଆରିଜୋନା, ନାଭେଡା ଓ ଲୋଆରେ ଉଭୟ ମଧ୍ୟରେ କାଣ୍ଟେ କି ଟକ୍କର ହୋଇଥିଲା ।

ବିଡେନ୍ ରାଷ୍ଟ୍ରପତି ହେବା ନେଇ ଚିତ୍ର ସ୍ପଷ୍ଟ ହୋଇ ସାରିଥିବାବେଳେ ଭାରତୀୟ ବଂଶୋଭାବ କମଳା ହାରିସ ଉପରାଷ୍ଟ୍ରପତି ହେବା ନେଇ ନିଶ୍ଚିତ ହୋଇଛି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ଥିଲା ସାରା ବିଶ୍ୱବାସୀଙ୍କ ନଜର । ଭୋଟ ଗଣତିରେ ବିଳମ୍ବ ହେଉଥିଲେ ମଧ୍ୟ ଶେଷରେ ବିଜୟର ତାଜ୍ ପିନ୍ଧିଛନ୍ତି ଜୋ ବିଡେନ୍ । ବିଡେନଙ୍କ ବିଜୟ ପରେ ଭାରତ କଣ ପଡିପାରେ ଏହାର ପ୍ରଭାବ । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଭାରତ – ଆମେରିକା ସମ୍ପର୍କରେ ଆହୁରି ଉନ୍ନତି ଆଶା କରାଯାଉଛି । ଟ୍ରମ୍ପଙ୍କ ସମୟରେ କଟକଣା ଲଗାଯାଇଥିବା H1B ଭିସା ଉପରେ ଭାରତର ନଜର ରହିଛି । କାରଣ ଆମେରିକାରେ ସର୍ବାଧିକ ଭାରତୀୟ କାର୍ଯ୍ୟ କରୁଛନ୍ତି । କମଳା ହ୍ୟାରିସ୍ ଉପରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଭାରତ ପାଇଁ ସେପରି କିଛି କ୍ଷତି ନହେବାର ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୧୬୮୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ଆଉ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ରାଜ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୮୫୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ, ମୟୂରଭଞ୍ଜରୁ ୮୦ ଜଣ, ଜଗତସିଂହପୁରରୁ ୫୫ ଜଣ, କଟକରୁ ୧୦୪ ଜଣ, ଅନୁଗୁଳରୁ ୬୪ ଜଣ, ସୁନ୍ଦରଗଡ଼ରୁ ୧୧୩ ଜଣ, ବଲାଙ୍ଗିରରୁ ୪୬ ଜଣ, ବାଲେଶ୍ୱରରୁ ୭୮ ଜଣ, କେନ୍ଦ୍ରାପଡ଼ାରୁ ୫୨ ଜଣ, କେନ୍ଦୁଝରରୁ ୫୯ ଜଣ, ମାଲକାନଗିରିରୁ ୩୩ ଜଣ, କୋରାପୁଟରୁ ୬୧ ଜଣ, କଳାହାଣ୍ଡିରୁ ୮୩, ନୂଆପଡ଼ାରୁ ୭୬, ପୁରୀରୁ ୭୬ ଜଣ, ନବରଙ୍ଗପୁରରୁ ୩୨ ଜଣ, ବରଗଡ଼ରୁ ୩୨ ଜଣ, ନୟାଗଡ଼ରୁ ୩୪ ଜଣ, ଢେଙ୍କାନାଳରୁ ୫୨, ଗଞ୍ଜାମରୁ ୨୬, ଝାରସୁଗୁଡ଼ାରୁ ୨୭, ସମ୍ବଲପୁରରୁ ୨୦, ଭଦ୍ରକରୁ ୪୦ ଜଣ, ଯାଜପୁରରୁ ୩୪ ଜଣ, ସୋନପୁରରୁ ୨୩ ଜଣ, ବୌଦ୍ଧରୁ ୯୧ ଜଣ, ଦେବଗଡ଼ରୁ ୭, କନ୍ଧମାଳରୁ ୧୨ ଜଣ, ରାୟଗଡ଼ାରୁ ୧୪ ଜଣ, ଗଜପତିରୁ ୭ ଜଣ ଓ ଷ୍ଟେଟପୁଲରୁ ୩୫ ଜଣ ଆରୋଗ୍ୟ ହୋଇଛନ୍ତି ।

ଅନ୍ୟପଟେ କ୍ରାମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି  । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ମୋଟ ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୫୭୬ ରହିଛି । ଏହାସହ ରାଜ୍ୟରେ ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା ।