spot_img
Home Blog Page 6486

ପୋଲିସ ଓ ବାଲିମାଫିଆ ଅଡିଓ ଭାଇରାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଏସପି

ଭଦ୍ରକ: ନନ୍ଦିଘୋଷ ଟିଭି ପ୍ରଭାବ । ପୋଲିସ ଓ ବାଲିମାଫିଆ ଅଡିଓ ଭାଇରାଲ ଘଟଣା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଏସପି । ଧାମନଗର ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି । ଟ୍ୱିଟ ଯୋଗେ ସୂଚନା ଦେଲେ ଭଦ୍ରକ ଏସପି । ତେବେ ପୋଲିସ ବାବୁଙ୍କ ଜାଣତରେ ଚାଲିଥିଲା ବେଆଇନ ବାଲି ଚାଲାଣ । ଅଡିଓ ଭାଇରାଲ ହେବା ପରେ ଜଣାଡ଼ିଲା ପୋଲିସ ଏବଂ ବାଲି ମାଫିଆଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରୀକା ।

କେମିତି ବାଲି ଚାଲାଣ ହେବ ସେନେଇ ଫୋନ ମାଧ୍ୟମରେ ହେଉଥିଲା ଡିଲ । ଯାହାର ଅଡିଓ ଏବେ ଭାଇରାଲ ହେଉଛି । ଯଦି ଡିଲ ପକ୍କା ନହୁଏ ତେବ ପୋଲିସ ଚଢ଼ାଉ କରୁଛି କିନ୍ତୁ ଯଦି ଡିଲ ପକ୍କା ହୁଏ ତେବେ ଚଢାଉ କରୁନି ପୋଲିସ । ଭଦ୍ରକ ଜିଲ୍ଲାର ଜଣେ ଥାନା ଅଧିକାରୀ ଓ ବାଲି ମାଫିଆଙ୍କ ଫୋନ କଲ ଭାଇରାଲ ହେବା ପରେ ପଦାରେ ପଡିଛି ପୋଲିସ ବାବୁ ଓ ବାଲି ମାଫିଆଙ୍କ ଘନିଷ୍ଟ ସମ୍ପର୍କ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୪ ଜଣଙ୍କର କରାଯିବ ଲାଏଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି ମୃତ୍ୟୁର ରହସ୍ୟ । ରେଲଓ୍ୱେ ପୋଲିସ ତଦନ୍ତରେ କୌଣସି ପ୍ରକାରର ସନ୍ଧାନ ପାଇନଥିଲା । ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ହସ୍ତାନ୍ତର କରିଥିଲା ରେଲଓ୍ୱେ ପୋଲିସ । କ୍ରାଇମବ୍ରାଞ୍ଚ ପୂର୍ବରୁ ସମସ୍ତଙ୍କୁ ଜେରା କରିବା ପରେ ଆଦିତ୍ୟଙ୍କ ସୁଇସାଇଡାଲ ନୋଟର ମଧ୍ୟ ହଣ୍ଡରାଇଟିଂ ଜାଞ୍ଚ କରିଥିଲା । ସେଥିରୁ କୌଣସି ପ୍ରକାରର ସୁରାକ ନପାଇବା ପରେ ଏବେ କରିବାକୁ ଯାଉଛି ଲାଏଡିଟେକ୍ସନ ଟେଷ୍ଟ ।

ଲୁଚି ରହିଥିବା ସତର ପର୍ଦାଫାସ କରିବ ଏହି ଟେଷ୍ଟ । ତେବେ  ୪ ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଲାଏ ଡିଟେକ୍ସନ କରିବା ପାଇଁ ଫରେନସିକ ଲ୍ୟାବକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ଫରେନସିକ ଲ୍ୟାବ ପକ୍ଷରୁ ତାରିଖ ମିଳିଲେ ହେବ ଲାଇ ଡିଟେକ୍ସନ ଟେଷ୍ଟ । ମୃତ ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ପପୁ, ବିକାଶ ସହ ଆଉ ଜଣଙ୍କ ହେବ ଟେଷ୍ଟ । ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

କଂଗ୍ରେସ ପାଇଁ ନୂଆ ମୁଣ୍ଡବିନ୍ଧା, ଟ୍ୱିଟରରେ ଆସୁଛି CWC ବୈଠକର ଧାରା ବିବରଣୀ

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ୱକୁ ନେଇ ଯୁଦ୍ଧ ଚାଲିଛି । ପୁରୁଣା ସିପାହୀ ଚାହୁଁଛନ୍ତି ଏମିତି ଜଣେ ନେତା ଯିଏ ସବୁବେଳେ ଦଳକୁ ସମୟ ଦେଇ ପାରିବ । ରାହୁଲ ଓଲ୍ଡ ଗାର୍ଡଙ୍କୁ ଏଥିପାଇଁ ଟାର୍ଗେଟ୍ କରିଥିବା ଖବର ଆସୁଛି । କିଛି ବରିଷ୍ଠ ନେତା ବିଜେପି ପାଇଁ କାମ କରୁଥିବା ରାହୁଲ ଅଭିଯୋଗ କରିବା ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ତୀବ୍ର ପ୍ରତିକ୍ରିୟା ଆସୁଛି । ଫଳରେ ମିଟିଂର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଲିକ୍ ଆଶଙ୍କା କରି କଂଗ୍ରେସ ଆଜିର ଭର୍ଚୁଆଲ ମିଟିଂ ଜୁମ୍ ଆପରେ କରିନଥିଲା । ଏଥିପାଇଁ କଂଗ୍ରେସ Cisco WebEX ଆପ୍ ବ୍ୟବହାର କରୁଛି । ଏହି ଆପ୍ ଜରିଆରେ ମିଟିଂରେ ଭାଗ ନେଇଥିବା ବ୍ୟକ୍ତି କେବଳ ନିଜ ଭିଡିଓ ରେକର୍ଡ କରିପାରିବେ । ପୁରା ମିଟିଂର ଆଲୋଚନାକୁ ରେକର୍ଡ କରିପାରିବେ ନାହିଁ । କାଳେ ପୁରା ମିଟିଂର ଭିଡିଓ ଲିକ୍ ହୋଇଯିବ,ଏହି ଭୟରେ କଂଗ୍ରେସ ଜୁମ୍ ଆପ୍ ବ୍ୟବହାର କରିନଥିଲା । କିନ୍ତୁ ଏବେ ଯେଉଁ ଭୟ ଥିଲା ତାହା ସତ ହେବାରେ ଲାଗିଛି । ଏବେ କଂଗ୍ରେସ ଭିତରେ ଚାଲିଥିବା ଘର କଳି ଦାଣ୍ଡକୁ ଆସି ସାରିଲାଣି ।

divya-spandana

କଂଗ୍ରେସର ପୂର୍ବତନ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟ ସ୍ପନ୍ଦନା ଅଭିଯୋଗ କରିଛନ୍ତି ଯେ, ନେତୃତ୍ୱ ପରିବର୍ତ୍ତନ ପାଇଁ ପତ୍ର ଲେଖିଥବା ନେତା ମାନେ କେବଳ ମିଡିଆକୁ ଚିଠି ଲିକ୍ କରିନଥିଲେ ,ସେମାନେ ଏବେ ଚାଲୁଥିବା କାର୍ଯ୍ୟସମିତି ବୈଠକର ପ୍ରତି ମିନଟ୍ ତଥ୍ୟ ମିଡିଆକୁ ଦେଉଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କେବଳ ଗୋଟିଏ ଭୁଲ କରିଛନ୍ତି । ଏହି ନେତା ମାନଙ୍କର ବିଜେପି ସହ ସଂପର୍କ ଅଛି ବୋଲି ରାହୁଲ ନକହି ସେମାନଙ୍କର ମିଡିଆ ସହ ମଧ୍ୟ ସଂପର୍କ ରହିଛି ବୋଲି ରାହୁଲ କହିବାର ଥିଲା ।

inc cwc

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୦ ତାରିଖ ଦିନ ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ୧ ବର୍ଷ ପୁରଣ କରିଛନ୍ତି । ଏହା ମଧ୍ୟରେ କଂଗ୍ରେସର କିଛି ବରିଷ୍ଠ ନେତା ଏକ ପତ୍ର ଲେଖିଥିଲେ । ପତ୍ରରେ ଦଳ ଜଣେ ପୂର୍ଣ୍ଣକାଳିକ ଅଧ୍ୟକ୍ଷ ଆବଶ୍ୟକ କରେ ବୋଲି ଉଲ୍ଲେଖ ଥିଲା । ଯାହାକୁ ନେଇ ଆଜି ବୈଠକ ଆରମ୍ଭରୁ ହଙ୍ଗାମା ହୋଇଥିଲା ।  ବୈଠକରେ ରାହୁଲ ପତ୍ର ଲେଖିଥିବା ୨୩ ଜଣ ବରିଷ୍ଠ ନେତାଙ୍କର ବିଜେପି ସହିତ ସଂପର୍କ ରହିଛି ବୋଲି ଅଭିଯୋଗ କରିଥିଲେ । ଏହା ସହିତ ସେ ପତ୍ରର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ବେଳେ ଏଭଳି ପତ୍ର ଲେଖାଯିବା ଉଚିତ  ନଥିଲା ବୋଲି ସେ କହିଥିଲେ । ଯାହାକୁ ନେଇ କପିଲ ସିବଲ ଓ ଗୁଲାମ ନବୀ ଆଜାଦ କଡା ଯବାବ ଦେଇଛନ୍ତି । ଗୁଲାମ ନବୀ କହିଛନ୍ତି ଯେ, ଯଦି ତାଙ୍କର ବିଜେପି ସହିତ ସଂପର୍କ ଅଛି ତେବେ ସେ ତୁରନ୍ତ ଇସ୍ତଫା ଦେବେ ।

 

 

ସୁପ୍ରିମ କୋର୍ଟରେ ବୟାନ ଦାଖଲ କଲେ ପ୍ରଶାନ୍ତ ଭୂଷଣ, କହିଲେ ମାଗିବି ନାହିଁ କ୍ଷମା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ତାଙ୍କ ବୟାନ ଦାଖଲ କରିଛନ୍ତି । ସେ ତାଙ୍କର ବୟାନରେ କିଛି ପରିବର୍ତ୍ତନ କରିଛନ୍ତି । ପ୍ରଶାନ୍ତ ଭୂଷଣ ବିନା ସର୍ତ୍ତରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି । ଅବମାନନା ମାମଲାରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣ ଆଜି ପର୍ଯ୍ୟନ୍ତ ସମୟ ଦେଇଥିଲେ ।

ତେବେ ଅବମାନନା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ । ଅଦାଲତ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କ ବିବୃତ୍ତି ଉପରେ ବିଚାର କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ ଅଗଷ୍ଟ ୨୪ ସୁଦ୍ଧା ପ୍ରଶାନ୍ତ ଭୂଷଣ ଚାହିଁଲେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିପାରିବେ । ଯଦି ସେମାନେ ତାହା ନକରନ୍ତି ତେବେ କୋର୍ଟ ଅଗଷ୍ଟ ୨୫ରେ ଏହାର ଦଣ୍ଡ ଘୋଷଣା କରିବେ । ସୁପ୍ରିମକୋର୍ଟଙ୍କ ପ୍ରତି ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ କୋର୍ଟରେ ଚାଲିଥିଲା ବିଚାର । ଏହାର ଆଜି ପକ୍ଷ ରଖିଛନ୍ତି ବରିଷ୍ଠ ଆଇନଜିବୀ ପ୍ରଶାନ୍ତ ଭୂଷଣ ।

କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ହଙ୍ଗାମା,ରାହୁଲଙ୍କ ଅଭିଯୋଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ଖପ୍ପା

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଆଜି ଓଲ୍ଡ ଗାର୍ଡ୍ ବନାମ ୟଙ୍ଗ୍ ଗାର୍ଡଙ୍କ ମଧ୍ୟରେ ଜମେଇକି  ହଙ୍ଗାମା ହୋଇଛି । କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠିକୁ ନେଇ ଆଜି ହଙ୍ଗାମା ହୋଇଛି । ଏହି ଚିଠିକୁ ଆଧାର କରି ରାହୁଲ କଂଗ୍ରେସର ପୁରୁଣା ନେତାଙ୍କୁ ଟାର୍ଗେଟକୁ ନେଇଥିଲେ । ଯେଉଁମାନେ ବର୍ତ୍ତମାନ ପରିସ୍ଥିତିରେ ଚିଠି ଲେଖିଛନ୍ତି ସେମାନେ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ । ରାହୁଲଙ୍କ ଏଭଳି ଆରୋପକୁ ସହଜରେ ନେଇ ନାହାନ୍ତି ଓଲ୍ଡ ଗାର୍ଡ ।  କଂଗ୍ରେସର ବରିଷ୍ଠ ନେତା ଏହି ଅଭିଯୋଗକୁ ନେଇ ରାହୁଲଙ୍କୁ ଘେରିଛନ୍ତି । ଏପରିକି ମିଟିଂ ମଝିରୁ ହିଁ କପିଲ ସିବଲ ଏନେଇ ଟ୍ୱିଟ୍ କରିଛନ୍ତି ।

kapil tweet

କପିଲ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ରାହୁଲ କହୁଛନ୍ତି କି ଆମେ ବିଜେପି ସହିତ ହାତ ମିଳାଇଛୁ । ମୁଁ ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସ ପାର୍ଟି ପକ୍ଷ ରଖିଥିଲି,ମଣିପୁରରେ କଂଗ୍ରେସ ସରକାରକୁ ବଂଚାଇଥିଲି । ଗତ ୩୦ ବର୍ଷ ମଧ୍ୟରେ ଏଭଳି କୌଣସି ବୟାନ ଦେଇ ନାହିଁ ଯାହା ବିଜେପିକୁ ଲାଭ ପହଂଚାଇବ । ତଥାପି କୁହାଯାଉଛି ଯେ, ଆମେ ଭାରତୀୟ ଜନତା ପାର୍ଟି ସହିତ ଅଛୁ ।

ତେବେ ପରେ କପିଲ ନିଜ ଟ୍ୱିଟକୁ ହଟାଇ ଦେଇଛନ୍ତି । ସେ କହିଛନ୍ତି ଯେ, ରାହୁଲ ବ୍ୟକ୍ତିଗତ ଭାବେ ମୋତେ ଏହା କହିନଥିବା କହିଥିବାରୁ ମୁଁ ମୋ ଟ୍ୱିଟକୁ ହଟାଇ ଦେଇଛି ।

କପିଲଙ୍କ ବ୍ୟତିତ ଗୁଲାମ ନବି ଆଜାଦ ମଧ୍ୟ କହିଛନ୍ତି ଯେ, ଯଦି ସେ କୌଣସି ପ୍ରକାରେ ବିଜେପି ସହିତ ହାତ ମିଳାଇଛନ୍ତି ତେବେ ସେ ନିଜ ଇସ୍ତଫା ଦେଇଦେବ । ଆଜାଦ କହିଛନ୍ତି ଯେ,ଚିଠି ଲେଖିବା କାରଣ ହେଉଛି କଂଗ୍ରେସ କାର୍ଯ୍ୟସମିତି ବୈଠକ । ସୂଚନାଯୋଗ୍ୟ ଯେ, କପିଲ ଓ ଗୁଲାମ ନବିଙ୍କ ସହ କଂଗ୍ରେସର ୨୩ ଜଣ ବରିଷ୍ଠ ନେତା କାର୍ଯ୍ୟସମିତି ବୈଠକ ପୂର୍ବରୁ ଚିଠି ଲେଖିଥିଲେ । ପତ୍ରରେ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ନେଇ ପ୍ରଶ୍ନ କରାଯାଇଥିଲା । ପତ୍ରରେ ଏହି ନେତା ମାନେ ଏଭଳି ଜଣେ କଂଗ୍ରେସ ଅଧ୍ୟକ୍ଷ ଦାବି କରିଥିଲେ ଯିଏ ନିଜର ସବୁ ସମୟ ଦଳକୁ ଦେଇ ପାରିବ ।

ସୋମବାର ଦିନ ଆରମ୍ଭ ହୋଇଥିବା ବୈଠକରେ ଏହି ଚିଠିକୁ ନେଇ ହଙ୍ଗାମା ହୋଇଥିଲା । ସୋନିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଛା ପ୍ରକାଶ କରିଥିଲେ । କିନ୍ତୁ ଦଳ ତାକୁ ଗ୍ରହଣ କରିନଥିଲା । ଏହାପରେ ରାହୁଲ ଚିଠି ଲେଖିଥିବା ନେତାଙ୍କ ଉପରେ ବର୍ଷିଥିଲେ । ଚିଠିର ଟାଇମିଂ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ପତ୍ର ଲେଖିବା ଟାଇମିଂ ଠିକ୍ ନୁହେଁ ବୋଲି ରାହୁଲ କହିଥିଲେ । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ସଂଘର୍ଷ କରୁଥିବା ବେଳେ ଓ ସୋନିଆଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ବେଳେ ପତ୍ର ଲେଖିବା ଉଚିତ ନଥିଲା ବୋଲି ସେ କହିଥିଲେ ।

 

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ସୋମବାରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ମଧ୍ୟ ଶିଞ୍ଜୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ କ୍ଷମତାରେ ରହିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଶିଞ୍ଜୋଙ୍କ ଦାୟୀତ୍ୱଭାର ସମ୍ଭାଳିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ଖବର ଅନୁସାରେ ଶିଞ୍ଜୋ ଆବେ ୨୦୧୨ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ଦାୟୀତ୍ୱଭାର ଗ୍ରହଣ କରିଥିଲେ । ପ୍ରଥମେ ୨୦୦୭ରେ ଶିଞ୍ଜୋ ଆବେଙ୍କୁ ଅଲସରଯୁକ୍ତ କୋଲାଇଟିସ ରୋଗ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ରୋଗ କାରଣରୁ ତାଙ୍କୁ ବାରମ୍ବାର ଚେକ ଅପ କରିବାକୁ ପଡ଼ୁଛି ଏବଂ ଏଥିପାଇଁ ସେ ଚିକିତ୍ସାଧୀନ ଅଛନ୍ତି । ଜାପାନ ସରକାରଙ୍କ ମୁଖପାତ୍ର ଯୋଶୀହିଦେ ସୁଗାଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ଆବେ ଏକ ସପ୍ତାହ ପୂର୍ବରୁ ଯାଞ୍ଚ ପାଇଁ ହସ୍ପିଟାଲ ଯାଇଥିଲେ । ସେହି ସମୟରେ ତାଙ୍କ ମେଡିକଲ ଚେକ ଅପ ପ୍ରାୟ ୭ରୁ ୮ ଘଣ୍ଟା ଧରି ହୋଇଥିଲା । ଏବେ ଅଧିକ ଗୁରୁତ୍ୱର ସହିତ ଆବେଙ୍କ ଚିକିତ୍ସା ଚାଲୁଥିବା କହିଛନ୍ତି ଯୋଶୀହିଦେ ।

ହସ୍ପିଟାଲରେ ଭର୍ତ୍ତି ହେବାପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସୁଦ୍ଧା କାମକୁ ଫେରିଯିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ତେବେ ଦୀର୍ଘ ଦିନ ଧରି ଆବେ ଜାପାନର ସେବା କରି ଆସୁଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ… ପ୍ରଭାବରେ ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ… ପ୍ରଭାବରେ ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା

ରାଜ୍ୟରେ ବଢୁଛି ଟେଷ୍ଟିଂ, ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ … ଦିନକରେ ୨୯ଶହ ୪୯ ପଜିଟିଭ, ୧୦ ମୃତ

ରାଜ୍ୟରେ ବଢୁଛି ଟେଷ୍ଟିଂ, ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ … ଦିନକରେ ୨୯ଶହ ୪୯ ପଜିଟିଭ, ୧୦ ମୃତ

ସୁଶାନ୍ତ ସିଂ ମୃତ୍ୟୁ ମାମଲା ନେଇ ବଢୁଛି ସସପେନସ… ରିୟା ଖୋଲିବେ କି ରହସ୍ୟ, ପଚରାଉଚରା କରିପାରେ ସିବିଆଇ

ସୁଶାନ୍ତ ସିଂ ମୃତ୍ୟୁ ମାମଲା ନେଇ ବଢୁଛି ସସପେନସ… ରିୟା ଖୋଲିବେ କି ରହସ୍ୟ, ପଚରାଉଚରା କରିପାରେ ସିବିଆଇ

କାହା ହାତକୁ ଯିବ କଂଗ୍ରେସ କମାଣ… ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ଗାନ୍ଧିଙ୍କ ପ୍ରସ୍ତାବ

କାହା ହାତକୁ ଯିବ କଂଗ୍ରେସ କମାଣ… ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ଗାନ୍ଧିଙ୍କ ପ୍ରସ୍ତାବ