spot_img
Home Blog Page 6509

ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା, କେହି ବି ବଞ୍ଚିତ ରହିବେନି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କରୋନା ଟିକାକୁ ନେଇ ରାଜନୀତି କରିବା ଆବଶ୍ୟକ ନାହିଁ । ସମସ୍ତ ଭାରତୀୟଙ୍କୁ କରୋନା ଟିକା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତି ମଧ୍ୟ କରୋନା ଟିକା ପାଇବ । ସେନେଇ ବ୍ୟବସ୍ଥା କରାଯାଉଛି । ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା କରଣ କରାଯିବ । ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅଧିନରେ କରୋନା ଟିକା ପ୍ରଦାନ କରାଯାଇପାରେ ।

ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, କରୋନା ଟିକା ଆସିବାପରେ ପ୍ରଥମେ ସେହିମାନଙ୍କୁ ମିଳିବ, ଯେଉଁମାନଙ୍କୁ ଏହି ମାହାମାରୀର ଅଧିକ ଭୟ ରହିଛି । ଗୁରୁତର ରୋଗୀଙ୍କୁ ପ୍ରଥମେ ଏହି ତାଲିକାରେ ସାମିଲ କରାଯିବ ଏବଂ ସେମାନଙ୍କୁ ପ୍ରଥମେ ଟିକା ଦେବାକୁ ଚେଷ୍ଟା କରାଯିବ ।

ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ପରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଟିକା ଦିଆଯିବ ବୋଲି ମୋଦି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ଓ ଭୟ ମଧ୍ୟ​‌ରେ ଟିକାକୁ ଦେଶବାସୀ ବଡ଼ ଉଦବିଗ୍ନ ସହ ଅପେକ୍ଷା କରିଛନ୍ତି ।

Jitendra Singh Said Male Employees Of The Government Are Also Now Entitled To Child Care Leave

ଏଭଳି ପରିସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଆଶା ଦେଖାଇଛନ୍ତି ଯେ, ଅକ୍ସଫୋର୍ଡ଼ କରୋନା ଭାଇରସ୍ ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୧ ଦ୍ୱିତୀୟ ତ୍ରୟମାସିକ ଅର୍ଥାତ୍ ଜୁନ୍ ସୁଦ୍ଧା ଉପଲବ୍ଧ ହେବ । କେବଳ ସେତିକି ନୁହେଁ, ସେରମ ଇନଷ୍ଟିଚ୍ୟୁଟ୍ ପ୍ରଥମ ପର୍ଯ୍ୟାୟରେ ୧୦୦ ନିୟୁତ ଟୀକା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି । ସେ ଆହୁରି କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ପରୀକ୍ଷା ପ୍ରକ୍ରିୟା ଶେଷ ହେବ ଏବଂ ଯଦି ସବୁ ଠିକ୍ ହୁଏ ତେବେ ଜାନୁଆରୀରେ ଆମେ ଟିକା ପାଇପାରିବା । କିନ୍ତୁ ଏହାର ପୂର୍ଣ୍ଣ ଉପଲବ୍ଧ ହେବା ବେଳକୁ ୨୦୨୧ର ଦ୍ୱିତୀୟ ତ୍ରୟମାସିକ ହୋଇପାରେ ।

Not Enough Coronavirus Vaccine Until 2024 Serum Institute India

୩୦ ବର୍ଷ ବୟସ ପରେ ଯୁବକ ଭଳି ଦେଖାଯିବାକୁ ଚାହୁଁଥିଲେ,ଏସବୁ ଖାଦ୍ୟଠାରୁ ଦୂରେଇ ରହୁନ୍ତୁ

୩୦ ବର୍ଷ ବୟସ ପରେ ଶରୀରରେ ପୁର୍ବଭଳି ସତେଜତା ଅନୁଭବ ହୁଏ ନାହିଁ । ଉଭୟ ମହିଳା ଏବଂ ପୁରୁଷଙ୍କ ଶରୀରରେ କେତେକ ପରିବର୍ତ୍ତନ ଦେଖାଦିଏ । ଯେଉଁଥିପାଇଁ ଫ୍ରେଶ ଅନୁଭବ କରିବା ଏକ ଚ୍ୟାଲେଞ୍ଜ ହୋଇଯାଏ । ହରମୋନରେ ଆସିଥିବା ପରିବର୍ତ୍ତନ କାରଣରୁ ଆଖି ସମସ୍ୟା, କେଶ ଧଳା ହେବା ଏବଂ ମୁଁହଁରେ ଦାଗ ଆଦି ଦେଖାଦେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ପଛର କାରଣ ଆମର ନିତିଦିନିଆ ଖାଦ୍ୟପେୟ । ତେଣୁ ୩୦ ବର୍ଷ ବୟସ ପରେ ଡାଇଟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ । କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟର ଏକ ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତିକୁ ଦିନରେ ୨୩୦୦ ମିଲିଗ୍ରାମରୁ ଅଧିକ ସୋଡିୟମ ନେବା ଅନୁଚିତ୍। ଏହାଦ୍ୱାରା ସ୍କିନ ଏଜିଙ୍ଗ ସମସ୍ୟା ଏବଂ ରକ୍ତଚାପ ଭଳି ସମସ୍ୟା ଦେଖାଦିଏ ।

୩୦ ବର୍ଷ ବୟସ ହେବାମାତ୍ରେ ଅଧିକ ଚିନି ଏବଂ କାର୍ବୋହାଇଡ୍ରେଟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚି୍ତ । କାରଣ ବୟସ ବଢିବା ସହିତ ନିଦ ଧୀରେ ଧୀରେ କମ ହୋଇଯାଏ ଏବଂ ଓଜନ ବୃଦ୍ଧି ହୋଇଥାଏ ବୋଲି କୁହନ୍ତି ଡାଇଟିସିଆନ ମାର୍ଥା ମ୍ୟାକଟ୍ରିକ ।

ଦିନରେ ଅଲଟ୍ରା ଭାଓଲେଟ ରଶ୍ମି ସମ୍ପର୍କରେ ଆସିବା ଦ୍ୱାରା ତ୍ୱଚାକୁ କ୍ଷତି ପହଞ୍ଚିଥାଏ । କିନ୍ତୁ ଶୋଇବା ପରେ ରାତିରେ ଆମ ସେଲ୍ସ ଏହାକୁ ରିପେୟାର କରିଦିଏ ।

ହ୍ୱାଇଟ ବ୍ରେଡ ଶରୀର ପାଇଁ କ୍ଷତିକାରକ । ଏହା ପେଟଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହି ବୟସରେ ଫ୍ରାଏଡ ଫୁଡ ଏବଂ ଜଙ୍କ୍ଫୁଡ ଠାରୁ ଦୂରେଇ ରହିବା ଉଚିତ୍। କାରଣ ଏହାର କୁପ୍ରଭାବ କେଶ ଏବଂ ତ୍ୱଚା ଉପରେ ବହୁଳ ପରିମାଣରେ ପଡ଼ିଥାଏ ।

ସବୁଠାରୁ ଖାସ କଥା ହେଉଛି ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ ।

ଏହାଦ୍ୱାରା ଲିଭର ଖରାପ ହେବା ସହିତ ଓଜନ ବୃଦ୍ଧି ଏବଂ ମଧୁମେହ ଭଳି ସମସ୍ୟା ଦେଖାଦିଏ । କେବଳ ସେତିକି ନୁହେଁ ଲାଲ ମାଂସ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ବଦଳରେ ଆପଣ ଖାଦ୍ୟରେ ସାଲମନ ଫିସ ସାମିଲ କରିପାରିବେ ।

ଡ୍ୟୁଟିକୁ ଯାଇ ଜଙ୍ଗଲରୁ ନିଖୋଜ ଫରେଷ୍ଟ ଗାର୍ଡ

କଳାହାଣ୍ଡି: ଡ୍ୟୁଟି କରିବାକୁ ଯାଇ ନିଖୋଜ ବନ ବିଭାଗ କର୍ମଚାରୀ । କଳାହାଣ୍ଡି ଜିଲ୍ଲା ସିକେରୁପାରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସୁହାଗ ରଞ୍ଜନ ପଣ୍ଡା ନିଖୋଜ ଅଛନ୍ତି । ଘଟଣାକୁ ୮ ଦିନ ବିତିଥିବା ବେଳେ ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ । ଗତ ୨୧ ତାରିଖ ଦିନ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଖିକସାଭଟ୍ଟା ବିଟ୍ ଧାନବାହାଲି ଠାରେ ସ୍ଥାନୀୟ ଲୋକ ତାଙ୍କୁ ଶେଷ ଥର ପାଇଁ ଦେଖିଥିଲେ । ସେବେଠୁ ସୁହାଗଙ୍କ ସନ୍ଧାନ ଜାରି ରହିଥିଲେ ମଧ୍ୟ କିଛି ପତ୍ତା ମିଳୁନାହିଁ ।

Kalahandi Forest Guard Suhag Ranjan Panda Missing Since Last Week From His Duty

ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ନେଇ ନର୍ଲା ଥାନାରେ ବନ ବିଭାଗ ପକ୍ଷରୁ ଏତଲା ଦାଇଯାଇଛି । ନିଖୋଜ ନେଇ ଅଭିଯୋଗ ହେବାର ସପ୍ତାହେରୁ ଅଧିକ ସମୟ ବିତିଲାଣି । ହେଲେ ପୋଲିସ ସୁହାଗଙ୍କ ସନ୍ଧାନ ପାଇନି । ଏହି ଅଞ୍ଚଳରେ ମାଓ ଗତିବିଧି ଥିବାରୁ ଲାଲବାହିନୀ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି ।

‘ପାକିସ୍ତାନ ଜାଣିଥିଲା, ଅଭିନନ୍ଦନଙ୍କୁ ନଛାଡ଼ିଲେ ପୁରା ବ୍ରିଗେଡ୍‌ ଧ୍ୱଂସ କରିଥାନ୍ତା ଭାରତ’: ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ୨୬ ଫେବୃଆରୀ ୨୦୧୯ । ଏବେ ବି ସେହି ଦିନ କଥା ସମସ୍ତଙ୍କୁ ମନେଥିବ ନିଶ୍ଚୟ । କାରଣ ଏହି ୨୬ ତାରିଖରେ ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ମୁକ୍ତ କରିଥିଲା । ଅଭିନନ୍ଦନଙ୍କ ମୁକ୍ତି ପାଇଁ ସାରା ଦେଶ ସତେ ଯେମିତି ଚାତକ ଭରି ଚାହିଁ ରହିଥିଲା । କାରଣ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ପକ୍ଷରୁ ବନ୍ଦୀ କରାଗଲା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ତୁରନ୍ତ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ସେହି ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିଦେଇଥିଲା ।

ହେଲେ ଏହାରି ଭିତରେ ଗୋଟିଏ ଛୋଟିଆ କାହାଣି ରହିଛି । ଯାହାକି ସେତେବେଳର ବାୟୁସେନା ମୁଖ୍ୟ ବିଏସ୍‌ ଧନ୍‌ଓ୍ୱା ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ‘ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ ଥିବା ବେଳେ ପୁରା ପାକିସ୍ତାନ ଭୟରେ ଥରୁଥିଲା । ଏକଥା ଯେଉଁ ପାକିସ୍ତାନ ସାଂସଦ କହିଛନ୍ତି ତାହା ସତ । କାରଣ ସେ ଜାଣିଥିଲେ ଭାରତୀୟ ବାୟୁସେନାର ଆଭିମୁଖ୍ୟ କ’ଣ ଥିଲା ଭାରତୀୟ ବାୟୁସେନା ଯେଉଁଭଳି ଆଗ୍ରେସିଭ୍‌ ମୁଡ୍‌ରେ ଥିଲା ଏବଂ ଯେଉଁ ପୋଜିସନ୍‌ରେ ଥିଲା ତାକୁ ଦେଖି ପାକିସ୍ତାନ ଭୟଭୀତ ହେବା ସ୍ୱାଭାବିକ୍‌ । ପାକିସ୍ତାନର ପୁରା ବ୍ରିଗେଡ୍‌କୁ ଧ୍ୱଂସ କରିବା ପାଇଁ ଭାରତୀୟ ବାୟୁସେନା ସେତେବେଳେ ପ୍ରସ୍ତୁତ ଥିଲା । ଏହି କଥା ପାକିସ୍ତାନ ସେନା ମୁଖ୍ୟ ଜାଣିପାରିଥିଲେ । ତେଣୁ ସେ ଗଭୀର ଚିନ୍ତାରେ ପଡ଼ିଯାଇଥିଲେ’ । 

ଅନ୍ୟପଟେ ୧୯୯୯ରେ ପାକିସ୍ତାନ ଠିକ୍‌ ଏଭଳି ଏକ ମାମଲାରେ ଭାରତ ସହ ବିଶ୍ୱାସଘାତ କରିଥିଲା । ସେହି ଦୃଷ୍ଟିରୁ ଭାରତୀୟ ବାୟୁସେନା ମଧ୍ୟ ସମ୍ପୂର୍ଣ୍ଣ ସତର୍କ ଥିଲା । ଯଦି ଅଭିନନ୍ଦନଙ୍କୁ ମୁକ୍ତ କରିନଥାନ୍ତ ପାକିସ୍ତାନ ତେବେ ଆକ୍ରମଣ ସୁନିଶ୍ଚିତ ଥିଲା ବୋଲି କହିଛନ୍ତି ବିଏସ୍‌ ଧନଓ୍ୱା । ପାକିସ୍ତାନ ଭଲ ଭାବେ ଜାଣିଛି ଭାରତର ଶକ୍ତି କେତେ ଆଉ ସେ ପାକିସ୍ତାନର କ’ଣ କ୍ଷତି କରିପାରେ ! ତେଣୁ ଅଭିନନ୍ଦନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଖାଲି ସେତିକି ନୁହେଁ ବିଏସ୍‌ ଧନଓ୍ୱା ଆହୁରି କହିଛନ୍ତି ଯେ, ସେ ଅଭିନନ୍ଦନଙ୍କ ପିତାଙ୍କୁ ଜବାବ ଦେଇଥିଲେ ତାଙ୍କ ପୁଅକୁ ସେ ନିଶ୍ଚୟ ଫେରାଇ ଆଣିବେ ।

ସୂଚନାଯୋଗ୍ୟ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଥିଲା । ପାକିସ୍ତାନର ବାଲାକୋଟ୍‌ରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିଥିଲା ଓ ଏଥିରେ ଅନେକ ଆତଙ୍କବାଦୀ ଅଡ୍ଡା ଧ୍ୱଂସ ହୋଇଥିଲା । ଏହାର ଠିକ୍‌ ପରଦିନ ପାକିସ୍ତାନ ପକ୍ଷରୁ ଭାରତ ଆଡ଼କୁ ଯୁଦ୍ଧ ବିମାନ ପଠାଯାଇଥିଲା । ଯାହାକୁ ମୁକାବିଲା କରିବାକୁ ଯାଇ ଭାରତୀୟ ବାୟୂସେନାର ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲେ । ଏହି ସମୟରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲା । ହେଲେ ଭାରତର ଚେତାବନୀ ପରେ ମାତ୍ର ୪୮ ଘଣ୍ଟା ଭିତରେ ଅଭିନନ୍ଦନଙ୍କୁ ସସମ୍ମାନେ ଭାରତକୁ ହସ୍ତାନ୍ତର କରିଥିଲା ।

ବଢିଛି ଭରସା, ଅନଲାଇନ୍ ପଞ୍ଜିକରଣ କରିଛନ୍ତି ଅଧିକ ଚାଷୀ

ଭୁବନେଶ୍ୱର: ସରକାରଙ୍କ ଖରିଫ ଧାନ ସଂଗ୍ରହ ଚିନ୍ତା । ୨୦୧୯-୨୦ ବର୍ଷରେ ୧୨ ଲକ୍ଷ ୩୫ ହଜାର ଚାଷୀ ଅନଲାଇନରେ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଏଥିରେ ଆଉ ଅଢେଇ ଲକ୍ଷ ବୃଦ୍ଧି ପାଇଛି । ମୋଟ ୧୪.୯୭ ଲକ୍ଷ ଚାଷୀ ୨୦୨୦-୨୧ ବର୍ଷ ପାଇଁ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ସରକାରଙ୍କ ଉପରେ ଚାଷୀଙ୍କ ଭରସା ବଢ଼ିଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ଟୋକନ ବ୍ୟବସ୍ଥାରେ ସମସ୍ତେ ଉପକୃତ ହୋଇଛନ୍ତି । ଏଥର ବି ଟୋକନ ବ୍ୟବସ୍ଥାରେ ସୁଧାର ଅଣାଯାଇଛି ।

Farmer Online Registration For Paddy Procurement Increased In Odisha

ଅଗ୍ରୀମ ଟୋକନ ମେସେଜ ଫୋନକୁ ଆସିବ । ଯେଉଁ ଦିନ ପାଇଁ ଟୋକନ ହୋଇଥିବ ସେ ମେସେଜ ଫୋନକୁ ୭ ଦିନ ପୂର୍ବରୁ ଆସିବ । କେଉଁ ଦିନ କେଉଁ ଚାଷୀ ପିପିସି ଯିବେ, ସେ କଥା ମେସେଜରେ ରହିବ । ସେହିପରି PPC ନୋଟିସ୍ ବୋର୍ଡରେ ବି ଉଲ୍ଲେଖ ରହିବ କେଉଁ ତାରିଖରେ ଚାଷୀ ଆସିବେ ଏବଂ ଧାନ ବିକିବେ । ଟୋକନ ନ ପାଇଲେ ୧୯୬୭ ଟୋଲ ଫ୍ରି ନମ୍ବରକୁ ଫୋନ କଲେ ଚାଷୀ ସୂଚନା ପାଇପାରିବେ । ଜଳ ସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବ । କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର ପରି ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲା ଯେଉଁଠି ଅଧିକ ଅମଳ ହୁଏ, ସେଠି DLPC ନଭେମ୍ବର ୧୫ ଭିତରେ ସ୍ଥିର କରିବେ । କେବେଠାରୁ ଧାନ ସଂଗ୍ରହ ହେବ ।

Farmer Online Registration For Paddy Procurement Increased In Odisha

୫୦ଟି ବ୍ଲକରେ ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ, ସେଠି ଅଫଲାଇନ ଧାନ ସଂଗ୍ରହ ହେବ । ଗତ ବର୍ଷ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା । ଚଳିତ ଋତୁରେ ଖରିଫ୍ ଓ ରବିରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏ ଖରିଫ୍ ଧାନ ସଂଗ୍ରହ ହେବ । କିପରି ଓ କେମିତି ସଂଗ୍ରହ ହେବ ସେଥିପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

‘ଲକ୍ଷ୍ମୀ ବମ୍’କୁ ମୁକେଶ ଖାନ୍ନାଙ୍କ ବିରୋଧ !

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ନାଁ ଆସିଫ ହୋଇଥିବାରୁ ଅନେକ ଦର୍ଶକ ଫିଲ୍ମକୁ ନିନ୍ଦା କରୁଛନ୍ତି । ଏବେ  ଫିଲ୍ମର ନାଁକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଯାଉଛି । ଅଭିନେତା ମୁକେଶ ଖାନ୍ନା ଏନେଇ ପ୍ରଶ୍ନ କରିଛନ୍ତି । ମୁକେଶ ଖାନ୍ନା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ସେୟାର କରି ସେ ଫିଲ୍ମର ନାମକୁ ବିରୋଧ କରିଛନ୍ତି । ମୁକେଶ ଖାନ୍ନା ତାଙ୍କ ପୋଷ୍ଟରେ ଫିଲ୍ମ ବ୍ୟାନ ହେବା ଉଚିତ୍ ବୋଲି ଲେଖିଛନ୍ତି ।

Shaktimaan Actor Mukesh Khanna Is Against Akshay Kumar Film Laxmi Bomb For Title

ଫିଲ୍ମର ଟାଇଟଲ ନେଇ ମୁକେଶ କହିଛନ୍ତି ଯେ, ଲକ୍ଷ୍ମୀଙ୍କ ନାଁ ସହ ବମ୍ ଯୋଡ଼ିବା ଅନୁଚିତ୍ । ଏଭଳି ନାଁ ପାଇଁ ଅନୁମତି ମିଳିବା ଅନୁଚିତ୍ । କିଏ ଆଲ୍ଲା କିମ୍ବା ଜିସୁଙ୍କ ନାଁ ପୂର୍ବରୁ ବମ୍ ଲଗାଇପାରିବ କି ? ଉତ୍ତରରେ ସେ ନିଜେ ନା ବୋଲି ଲେଖିଛନ୍ତି । ଏବଂ ଲକ୍ଷ୍ମୀଙ୍କ ସହ କେମିତି ବମ୍ ଲଗାଯାଇଛି ବୋଲି ପଚାରିଛନ୍ତି । ଏଭଳି ଫିଲ୍ମର ନାଁ ନେଇ ଅନେକ ସମାଲୋଚନା କରିବେ କିନ୍ତୁ ରିଲିଜ୍ ହେବା ପରେ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ’ ନିହାତି ଦେଖିବେ ।

Shaktimaan Actor Mukesh Khanna Is Against Akshay Kumar Film Laxmi Bomb For Title

ଏହାକୁ ବନ୍ଦ କରିବାକୁ ପଡ଼ିବ ଏବଂ ଏହା କେବଳ ଜନସାଧାରଣ ହିଁ କରିପାରିବେ । ମୁକେଶ ଖାନ୍ନା ଶେଷରେ ଲେଖିଛନ୍ତି ଯେ, ‘କିଛି ଲୋକ ଏହାକୁ ଲଭ୍ ଜିହାଦ୍ କିମ୍ବା ଇସଲାମିକ୍ ଫଣ୍ଡିଂ ବୋଲି କହୁଛନ୍ତି। ଏହା ସତ୍ୟ ହୋଇପାରେ କିମ୍ବା ନ ହୋଇପାରେ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୦ ବର୍ଷ ବିତାଇବା ପରେ, ସେ ଦାବି ସହିତ କହିଛନ୍ତି- ପ୍ରତ୍ୟେକ ନିର୍ମାତା ତାଙ୍କ ଚଳଚ୍ଚିତ୍ରକୁ ହିଟ୍ ଭାବେ ଦେଖିବାକୁ ଚାହାଁନ୍ତି । ଲକ୍ଷ୍ମୀ ବମ୍ ନେଇ ଲେଖାଯାଇଥିବା ମୁକେଶ ଖାନ୍ନାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ନିଖୋଜ ସୀମାଞ୍ଚଳ ମୃତ

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆସିଲା DNA ରିପୋର୍ଟ । ବିସ୍ଫୋରଣ ପରେ ମିଳିଥିବା ମାଂସ ଖଣ୍ଡ ଓ ହାଡ଼କୁ ଜବତ କରି ଫରେନସିକ ଲାବକୁ ପଠାଯାଇଥିଲା । ନିଖୋଜ ସୀମାଞ୍ଚଳ ପରିଡାଙ୍କ ପରିବାର ଲୋକଙ୍କ ସାମ୍ପୁଲ ବି ନିଆଯାଇଛି । ତେବେ ଗୁରୁବାର ଆସିଛି ଡିଏନ୍‌ଏ ରିପୋର୍ଟ । ନିଖୋଜ ସୀମାଞ୍ଚଳ ହିଁ ମୃତକ ବୋଲି ସ୍ପଷ୍ଟ ହୋଇଛି । ଏ ନେଇ ପୋଲିସ କମିଶନର ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଏଥିସହିତ ଡିଏନ୍ଏ ରିପୋର୍ଟ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଗ୍ୟାସ୍‌ ଚୁଲି କିମ୍ବା ନିଆଁ ଲଗାଇବାକୁ ମନା, ସନ୍ଧ୍ୟା ଯାଏଁ ଘରୁ ବାହାରିବାକୁ ବାରଣ..

ସୂଚନା ଯୋଗ୍ୟ, ଗତ ୭ ତାରିଖରେ ଗଭର୍ଣ୍ଣର ହାଉସ୍‌ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ । ଅଘଟଣରେ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମାଂସ ଖଣ୍ଡ ପଡ଼ିଥିଲା । ଅପରପକ୍ଷରେ ସୀମାଞ୍ଚଳ ପରିଡ଼ା ନାମକ ଘଟଣା ପରଠୁ ନିଖୋଜ ଥିଲେ । ଏଣୁ ସେହି ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡ ତାଙ୍କର ହୋଇଥିବ ବୋଲି ସନ୍ଦେହ ଉପୁଜିଥିଲା । ଏବଂ ସେହି ମାଂସ ଖଣ୍ଡ ସହ ତାଙ୍କ ପରିବାର ଲୋକଙ୍କ ନମୁନା ସଂଗ୍ରହ କରାଯାଇ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ଡିଏନ୍ଏ ଟେଷ୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଛି । ଏଥିସହିତ ଅଘଟଣରେ ମୋଟ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଅପରପକ୍ଷରେ ପୁଅର ଫେରିବା ବାଟକୁ ଅନାଇ ନିରାଶ ହେବା ପରେ ପ୍ରତିକାତ୍ମକ ଭାବେ ଶବ ସତ୍କାର କରିଥିଲେ ପରିବାର ।

ସେଦିନ ରାତି ୯ଟାରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥାନ୍ତା !

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୯ରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମୁକ୍ତିକୁ ନେଇ ଭାରତ କେଉଁଭଳି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଥିଲା ସେନେଇ ପାକିସ୍ତାନ ମୁସଲିମ ଲିଗ୍-ଏନର ସାଂସଦ ଅୟାଜ ସାଦିକ ବଡ କଥା କହିଛନ୍ତି । ପାକିସ୍ତାନ ସଂସଦରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ଅୟାଜ ବୁଧବାର ଦିନ କହିଥିଲେ ଯେ, ପାକିସ୍ତାନ ସରକାର ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଭୟଭୀତ ଥିଲେ । ଅଭିନନ୍ଦନଙ୍କୁ ମୁକ୍ତ ନକଲେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ମୋର ସେହି ମିଟିଂ କଥା ମନେ ଅଛି ଯେଉଁଥିରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମନା କରିଦେଇଥିଲେ । ସେହି ମିିଟିଂରେ ବୈଦେଶିକ ମନ୍ତ୍ରୀ ମହମୁଦ କୁରୈସୀଙ୍କ ସହ ପାକ୍ ସେନା ମୁଖ୍ୟ ଜେନରାଲ କମର ଜାବେଦ ବାଜବା ମଧ୍ୟ ସାମିଲ ଥିଲେ । ଅୟାଜଙ୍କ ଅନୁସାରେ ବୈଠକରେ ନିଜ କଥା ରଖିବା ବେଳେ କୁରୈସୀଙ୍କ ପାଦ ଥରୁଥିଲା । କୁରୈସୀ ଡରି ଡରି କହିଥିଲେ ଯେ, ‘ଆଲ୍ଲାଙ୍କ ପାଇଁ ତାକୁ(ଅଭିନନ୍ଦନ)କୁ ଛାଡି ଦିଆଯାଉ । କାରଣ ତାକୁ ନଛାଡିଲେ ରାତି ୯ଟା ସୁଧା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଦେବ’ ।

ଅୟାଜଙ୍କ ଅନୁସାରେ ଏହା କହିବା ବେଳେ କୁରୈସୀ ଥରୁଥିଲେ ଓ ତାଙ୍କ ଦେହରୁ ଝାଳ ବୋହୁଥିଲା । ଅବଶ୍ୟ ପରେ ଅୟାଜ ନିଜ କଥା ସହ ଏହା ମଧ୍ୟ ଯୋଡିଛନ୍ତି ଯେ, ଭାରତ କେବେ ମଧ୍ୟ ଆକ୍ରମଣ କରିନଥାନ୍ତା କିନ୍ତୁ ଆମ ସରକାର ଆଣ୍ଠୁ ଭାଙ୍ଗି ଆତ୍ମସମର୍ପଣ କରିବାକୁ ମନସ୍ଥ କରି ସାରିଥିଲେ । ତେଣୁ ସେମାନ ଅଭିନନ୍ଦନଙ୍କୁ ଛାଡି ଦେଲେ ।

ଅୟାଜଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓକୁ ଟ୍ୱିଟ୍ କରି ରାହୁଲ ଗାନ୍ଧୀଙ୍କୁ ନିଶାନାକୁ ନେଇଛନ୍ତି । ସେ ଲେଖିଛନ୍ତି ଯେ, କଂଗ୍ରେସର ରାଜକୁମାରଙ୍କୁ ଭାରତର କୌଣସି ବି ଜିନିଷ ଉପରେ ବିଶ୍ୱାସ ନାହିଁ ସେ ସୁନା ହେଉ କି ସରକାର କଂଗ୍ରେସର କାହା ଉପରେ ବି ବିଶ୍ୱାସ ନାହିଁ । ତେଣୁ ସେମାନେ ଏବେ ନିଜର ‘ସବୁଠାରୁ ବିଶ୍ୱସ୍ଥ ଦେଶ’ ପାକିସ୍ତାନଠାରୁ ହିଁ ଶୁଣନ୍ତୁ । ଆଶା କରାଯାଏ ଯେ, ସେମାନେ ଏବେ ତାଙ୍କ ଆଖି ଖୋଲିବେ..’ ଏହାସହ ନାଡ୍ଡା କଂଗ୍ରେସ ଉପରେ ସୀମାର ରକ୍ଷା କରୁଥିବା ସେନାକୁ ଦୁର୍ବଳ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ।

ସେ ଲେଖିଛନ୍ତି, ‘କଂଗ୍ରେସ ନିଜର ସଶସ୍ତ୍ର ବାହିନୀକୁ ଦୁର୍ବଳ କରିବାରେ ଲାଗିଛି । କେବେ ସେମାନଙ୍କୁ ଉପହାସ କରିଛି ତ କେତେବେଳେ ସେମାନଙ୍କ ସାହାସିକତା ଉପରେ ସନ୍ଦେହ କରିଛି । ଯେମିତିକି ସେନାଙ୍କୁ ଅତ୍ୟାଧୁନିକ ରାଫେଲ ମିଳି ପାରିବ ନାହିଁ ସେଥିପାଇଁ ସମସ୍ତ ପ୍ରକାର ଚାଲାକି କରିଛନ୍ତି ସେମାନେ । କିନ୍ତୁ ଦେଶବାସୀ ଏଭଳି ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ କଠୋର ଶିକ୍ଷା ଦେଇଛନ୍ତି।

 

ରାଜ୍ୟରେ ଆଉ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୬୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୪୧, ଲୋକାଲ୍ କେସ୍ ୬୭୬ । ଖୋର୍ଦ୍ଧାରୁ ସର୍ବାଧିକ ୨୨୨, କଟକରୁ ୧୨୮, ସୁନ୍ଦରଗଡ଼ରୁ ୯୩, ମୟୂରଭଞ୍ଜରୁ ୮୫, ଜଗତସିଂହପୁରରୁ ୮୦, ବାଲେଶ୍ୱରରୁ ୭୬, ଅନୁଗୁଳରୁ ୭୫, ବଲାଙ୍ଗୀରରୁ ୬୮, ନୂଆପଡାରୁ ୫୯, କେନ୍ଦ୍ରାପଡାରୁ ୫୪, ଢେଙ୍କାନାଳରୁ ୪୫, ନୟୀଗଡ଼ରୁ ୪୦, ଝାରଗସୁଗୁଡ଼ାରୁ ୩୯, ନବରଙ୍ଗପୁରରୁ ୩୩, କୋରାପୁଟରୁ ୩୨, ସମ୍ବଲପୁରରୁ ୨୨, ଗଞ୍ଜାମରୁ ୨୦, ବୌଦ୍ଧରୁ ୧୯, ମାଲକାନିଗିରିରୁ ୧୭, ରାୟଗଡ଼ାରୁ ୧୫, ଗେଓଗଡ଼ରୁ ୧୧, ସୋନପୁର ଓ ଗଜପତିରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୨୯୭କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୭ହଜାର ୯୯ରେ ପହଞ୍ଚିଛି । ସୁସ୍ଥ ହେଲେଣି ୨ଲକ୍ଷ ୭୦ହଜାର ୧୩୦, ଆକ୍ଟିଭ କେସ୍ ୧୫ହଜାର ୬୧୯ ।

ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

 

ସାରୁଅ ଜମି କେଳେଙ୍କାରୀ ମାମଲା: କ୍ରାଇମବ୍ରାଞ୍ଚର ସରଜମିନ୍ ତଦନ୍ତ ଆରମ୍ଭ

ଖୋର୍ଦ୍ଧା: ସାରୁଅ ଜମି ମହାଲୁଟର ମୁଖା ଖୋଲିବ କ୍ରାଇମବ୍ରାଞ୍ଚ। ନିଜ ସଂସ୍ଥାର ଅଭାବି ଡ୍ରାଇଭରଙ୍କୁ ମୋହରା କରି କେମିତି ଜମି ଲୁଟର ପ୍ଲାନ୍ ପ୍ରସ୍ତୁତ ହୋଇଥିଲା, ସେନେଇ ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ପରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ସାରୁଅରେ ପ୍ରଥମ ଥର ପାଇଁ ପହଞ୍ଚିଛି କ୍ରାଇମବ୍ରାଞ୍ଚ  । ସାରୁଅର ମଲ୍ଲିକ ସାହିରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଆରମ୍ଭ କରିଛି ସରଜମିନ ତଦନ୍ତ  । ମଲ୍ଲିକ ସାହି ପୋଖରୀ ପାଖରେ ପହଞ୍ଚି ବିବାଦୀୟ ଜାଗା ବୁଲିବା ସହିତ ପୋଖରୀ ବି ବୁଲି ଦେଖିଛି  । ସ୍ଥାନୀୟ ବାସିନ୍ଦାଙ୍କୁ ଏ ନେଇ ପଚରାଉଚରା କରୁଛି ଟିମ  ।

କ୍ରାଇମବ୍ରାଞ୍ଚ ଟିମ ସହ ଡିଏସପି ଓ ଏଏସପି ଉପସ୍ଥିତ ଅଛନ୍ତି  । ତେବେ ଅନୁସୂଚିତଙ୍କ ଜମି ହଡପ ନେଇ ୩ଟି ମାମଲାରୁ ଗୋଟିଏ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜମି କିଣାବିକାର ଜଗିଙ୍କ ମୋହରା ଥିଲେ ରବୀନ୍ଦ୍ର କୁମାର ସେଠୀ । ରବୀନ୍ଦ୍ରଙ୍କ ଜରିଆରେ ହାଲୁରୀ ପାହାଡସିଂଙ୍କ ଠାରୁ ଓଡ଼ିଶା ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି । ହାଲୁରୀ ପାହାଡସିଂ ଅନୁସୂଚିତ ଜାତି ବର୍ଗର। ସେଲ୍ ଡିଡ୍‌ରେ ବିକ୍ରେତା ଓ କ୍ରେତା ଉଭୟଙ୍କ ସମାନ ଠିକଣା ରହିଛି । ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶା ଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଥିଲା । ହାଲୁରୀ ପାହାଡ଼ସିଂଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି। ସ୍ୱଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ସଂସ୍ଥା ଦର୍ଶାଇଥିଲା ।

ଗରିବ ଅନୁସୂଚିତ ଜାତି ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା । ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଅଭାବି ରବୀନ୍ଦ୍ରଙ୍କୁ ଧନୀ ଜମି ମାଲିକ ବୋଲି ଏଥିରେ ପରିଚିତ କରାଯାଇଛି । ଆଉ ତାଙ୍କୁ ମାଧ୍ୟମ କରି ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି ମାରି ନେଇଛି । ସାରୁଅ ଜମି ମାମଲାରେ ଦୁଇଟି ପିଟିସନ୍ ହୋଇଛି । ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡସିଂଙ୍କ ଘର ସାରୁଅରେ । ରବୀନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ । ଆଉ ରବୀନ୍ଦ୍ରଙ୍କୁ ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିବା ଅଭିଯୋଗ ଆଣିଛନ୍ତି ହାଲୁରୀ ପାହାଡସିଂ । ହାଲୁରୀଙ୍କ ଜମି ଉପରେ ଓଟିଭି ପାଚେରୀ ଛିଡ଼ା କରିଛି । ପାଚେରୀ ଯୋଗୁଁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି ।

ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !