spot_img
Home Blog Page 6525

AIIMSରେ କରୋନା ରୋଗୀଙ୍କ ଆତ୍ମହତ୍ୟା ସନ୍ଦେହ, ବାଥରୁମରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାଟଣା: ଆଜି ପାଟଣା ଏମ୍ସ ହସ୍ପିଟାଲରେ କରୋନା ପଜିଟିଭ ରୋଗୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଯୁବକଙ୍କର ମୃତଦେହ AIIMS କୋଭିଡ୍-୧୯ ୱାର୍ଡର ବାଥରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ସୂଚନାନୁସାରେ, ଯୁବକ ଜଣକ ଗାମୁଛାରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଉଦ୍ଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସିୱାନର ବାସିନ୍ଦା ବିରେନ୍ଦ୍ର ଶାହାଙ୍କ ପିତା ମୁନିଲାଲ ଶାହାଙ୍କୁ ଚିକିତ୍ସା ପାଇଁ ଅକ୍ଟୋବର ୭ ତାରିଖରେ ପାଟଣା AIIMSରେ ଭର୍ତ୍ତି କରାଯାଇଥିଲା। ତେବେ ବାପାଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ ବିରେନ୍ଦ୍ର । ଏବଂ ପରେ ସେଠାରେ  ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରାୟ ୧୩ ଦିନରୁ ପାଟଣା AIIMSରେ ତାଙ୍କ ଚିକିତ୍ସା କରାଯାଉଥିଲା । AIIMS ଡାକ୍ତରଖାନାର ମ୍ୟାନେଜର ତାଙ୍କ ଆତ୍ମହତ୍ୟା ନେଇ ଥାନାକୁ ସୂଚନା ଦେଇଥିଲେ ।

ଥାନାକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପରେ ଫୁଲୱାରୀ ପୋଲିସ ପାଟଣା AIIMSରେ ଯାଞ୍ଚ ଜାରି ରଖିଛି । ବିରେନ୍ଦ୍ର ଶାହାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ କେଉଁ ପରିସ୍ଥିତିରେ ପଡ଼ି ସେ AIIMS ବାଥରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ କରାଯାଉଛି।

ହଟିଲା ବର୍ଷା ଆଶଙ୍କା, ବିଦାୟ ନେବ ମୌସୁମୀ

ଭୁବନେଶ୍ୱର: ଓଡ଼ିଶାରୁ ବିଦାୟ ନେବ ମୈାସୁମୀ । ରାଜ୍ୟରୁ ଫେରିବ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଆଜି ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜରେ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଏହାପରେ ଆସନ୍ତା ୪-୫ ଦିନ ଯାଏ ରାଜ୍ୟର ପାଗ ଶୁଖିଲା ରହିବ । ସେପଟେ ଆସନ୍ତା ୩୦ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ତେବେ ରାଜ୍ୟର କେଉଁ କେଉଁ ସ୍ଥାନରେ ବର୍ଷା ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନି ।

ଆଜିଠୁ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ, ଯୋଗଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମା ସ୍ଥିତି ସମୀକ୍ଷା ପାଇଁ ଆଜିଠୁ ବସୁଛି ସେନାର କମାଣ୍ଡରସ୍ତରୀୟ ବୈଠକ । ଚାରି ଦିନ ଧରି ହେବାକୁ ଥିବା ଆଭ୍ୟନ୍ତରୀଣ ସୀମା ସ୍ଥିତି ସମୀକ୍ଷା ବୈଠକରେ ଯୋଗଦେବେ CDSଙ୍କ ସମେତ ତିନି ସେନା ମୁଖ୍ୟ । ଏହି ବୈଠକରେ ସେନାବାହିନୀର ବରିଷ୍ଠ ଅଧିକାରୀ, ଭାରତୀୟ ସେନାର ସମସ୍ତ କମାଣ୍ଡର, ଆର୍ମି ମୁଖ୍ୟାଳୟର ପ୍ରିନ୍ସିପାଲ୍ ଷ୍ଟାଫ୍ ଅଫିସର (PSO) ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବେ।

ପୂର୍ବ ଲଦାଖରେ ଲାଗି ରହିଥିବା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା ହେବ । ଏଥିସହ ଶୀତ ଦିନ ଆସୁଥିବାରୁ ଆଗାମି ଦିନରେ କଣ ରହିବ ରଣନୀତି ସେନେଇ ନିଷ୍ପତ୍ତି ନିଆଯାଇପାରେ । ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୮ ତାରିଖରେ, ବିଭିନ୍ନ ସେନା କମାଣ୍ଡରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବିଭିନ୍ନ ଏଜେଣ୍ଡା ନେଇ ମଧ୍ୟ ଆଲୋଚନା ହେବ ।

ଲଦାଖ ସମେତ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଗତ କିଛି ଦିନ ଧରି ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶ ପକ୍ଷରୁ ପ୍ରାୟ ୫୦ ହଜାର ସୈନ୍ୟ ମୁତୟନ କରାଯାଇଛି । ଚୀନକୁ ଉଚିତ୍ ଯବାବ ଦେବାକୁ ତୟାର ରହିଛନ୍ତି ଭାରତୀୟ ଯବାନ ।

ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ପାଞ୍ଚ ଜଣକ ବିରୋଧରେ ହେବ ଦଣ୍ଡ ଶୁଣାଣି । ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀପଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ ।

୧୯୯୯ରେ କାଷ୍ଟ୍ରନ୍ ଟେକ୍ନୋଲୋଜିକୁ ଝାଡଖଣ୍ଡ ବ୍ରହ୍ମଡିହା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ ।

ଦିଲ୍ଲୀପଙ୍କ ସମେତ ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗତମାସ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣି ତାରିଖ ଆଜି ପାଇଁ ଘୁଞ୍ଚାଇ ଦିଆଯାଇଥିଲା ।

ବିବାଦୀୟ କାର୍ଯ୍ୟରେ ଅସଫଳ ହେବେ ଆଜି ଏହି ରାଶିର ଲୋକେ, ଜାଣନ୍ତୁ…

୨୬ ଅକ୍ଟୋବର,୨୦୨୦ , ସୋମବାର

ତୁଳା ମାସ ୧୦ ଦିନ

୧୯୪୨ ଶକାଦ୍ଦ,୧୪୨୮ ସାଲ.୨୦୭୭ ସମ୍ବତ

ଆଶ୍ୱିନମାସ, ଶୁକ୍ଳପକ୍ଷ, ଦଶମୀ ତିଥି,

ଶତଭିଷା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ଦିନ ୯ଟା ୦୨ ମିନିଟ୍ ପର୍ଯ୍ୟନ୍ତ ଉତ୍ତର ଦିଗରେ ରହିବେ

ଏହା ପରେ ଅଗ୍ନି ପୂର୍ବ ଦିଗରେ ଅବସ୍ଥାନ କରିବେ

ଆଜି ପୂର୍ବ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶି ପୁରୁଷଙ୍କପାଇଁ ଘାତଚନ୍ଦ୍ର

ଘାତବାର- ମିଥୁନ ରାଶି ପାଇଁ ଘାତବାର

ଶୁଭ ସମୟ- ସକାଳ ୮ଟା୫୦ ମିନିଟ୍ ଠାରୁ ସକାଳ ୧୦ଟା ୨୫ ମିନିଟ୍

ଦିନ ୧୨ଟା ୩୫ ମିନିଟ୍ ଠାରୁ ଦିନ ୨ଟା ୫୫ ମିନିଟ୍ ପର୍ଯ୍ୟନ୍ତ

ଅଶୁଭ ସମୟ-ସକାଳ ୭ଟା ଠାରୁ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ

ମେଷ ରାଶି –

ଅଶ୍ୱିନୀ- କାର୍ଯ୍ୟ ସଫଳ ହେବ, ଆର୍ଥିକସ୍ଥିତି ଭଳ ରହିବ, ପାରିବାରିକ ସ୍ଥିତି ଭଲ ରହିବ

ଦ୍ୱିଜା- ଆୟ ଅପେକ୍ଷା ବ୍ୟୟ ବଢିବ, ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ଖରାପ ରହିବ

କୃତ୍ତିକା- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବ, ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ଲାଲ ଫୁଲ ମାଆ ଅର୍ପଣ କରନ୍ତୁ, ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା- ପରିବାର ପାଇଁସମୟ ଦିଅନ୍ତୁ, ଶୁଭ କାର୍ଯ୍ୟରେ ସମୟ କଟିବ

ରୋହିଣୀ- ସ୍ୱାସ୍ଥ୍ୟକୁ ନେଇ ମନରେ ଚିନ୍ତା ବଢିବ, ଅର୍ଥ କାର୍ଯ୍ୟରେ ବାଧା ସୃଷ୍ଟି କରିବ

ରୋହିଣୀ- କର୍ମକ୍ଷେତ୍ରକୁ ନେଇ ନୂଆନୂଆ ଭାବନା ମନରେ ଜାଗ୍ରତ ହେବ

ମା ଙ୍କୁ ଆଜି ଅପରାଜିତା ଫୁଲ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା- ପ୍ରତୀକ୍ଷାର ଅନ୍ତ ହେବ,ସ୍ଥଗିତ ଥିବା କାମ ତ୍ୱାରାନ୍ୱିତ ହେବ

ଆର୍ଦ୍ରା- ଛୋଟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ

ପୁନର୍ବସୁ- ବ୍ୟବସାୟରେ ଆଶାଜନକ ଫଳ ମିଳିବ, ନିଜ କାମକୁ ନେଇ ଖୁସି ରହିବେ

ପାନ ପତ୍ରରେ ହ୍ରୀଂ ଲେଖି ମା ଙ୍କୁ ଅର୍ପଣ କରନ୍ତୁ

କର୍କଟ ରାଶି-

ପୁନର୍ବସୁ- ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ, ଧାର୍ମିକ କାର୍ଯ୍ୟରେ ସମୟ କଟିବ

ପୁଷ୍ୟା- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ,ନିଷ୍ଠାପର ଭାବରେ ନିଜ କାମ କରିଚାଲନ୍ତୁ

ଅଶ୍ଲେଷା- ଅନ୍ୟକୁ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଠକାମିରେ ପଡିପାରନ୍ତି

ବୁଲା କୁକୁରକୁ ପେଟ ପୁରା ଖାଇବାକୁ ଦିଅନ୍ତୁ

ସିଂହ ରାଶି-

ମଘା- ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, କର୍ମକ୍ଷେତ୍ରରେ ସହଯୋଗ ପାଇବେ

ପୂର୍ବାଫାଲଗୁନି- ପାରିବାରିକ ସୁଖ ରହିବ, ମହିଳାମାନଙ୍କ ପାଇଁ ଦିନଟି ଭଲ ରହିବ

ଉତ୍ତରାଫାଲଗୁନି- ସନ୍ତାନଙ୍କୁ ନେଇଖୁସି ରହିବେ, ପୂର୍ବରୁ ଥିବା ସମସ୍ୟାରେ ସୁଧାର ଆସିବ

ଗରିବ ବ୍ୟକ୍ତିକୁ କିଛି ଦାନ କରନ୍ତୁ

କନ୍ୟା ରାଶି –

ଉତ୍ତରାଫାଲଗୁନି- ମାନସମ୍ମାନ ରହିବ,କର୍ମକ୍ଷେତ୍ରରେ ବଡ ନିଷ୍ପତ୍ତି ନେଇ ସଫଳ ରହିବେ

ହସ୍ତା- ପରିବାର ମଧ୍ୟରେ କାହାର ସ୍ୱାସ୍ଥ୍ୟ ସମସ୍ୟାକୁନେଇ ଚିନ୍ତା ରହିବ

ଚିତ୍ରା- ଅନେକ ଦିନର ଆଶା ସଫଳ ରହିବ, ଖୁସି ଖବର ପାଇବେ

ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ, କର୍ମରେ ପରିବର୍ତ୍ତନ ଆସିବ

ତୁଳା ରାଶି-

ଚିତ୍ରା- ନିଜ କାମକୁ ନେଇ ସମାଜରେ ପ୍ରତିଷ୍ଠା ବଢିବ

ସ୍ୱାତୀ- ନିଜ ଲୋକ ଶତ୍ରୁ ହେବେ,କୌଣସି ସମସ୍ୟାକୁ ନେଇସମାଲୋଚିତ ହୋଇପାରନ୍ତି

ବିଶାଖା- ପୂର୍ବରୁ ଥିବା ସମସ୍ୟା ଦୁର ହେବ, ମହିଳାମାନେ ପରିବାରକୁ ନେଇ ଖୁସି ରହିବେ

ବିଛା ରାଶି-

ବିଶାଖା-ମାନସିକ ଶାନ୍ତି, ସ୍ୱାସ୍ଥ୍ୟରେ ଉନ୍ନତି, ନିଜ କାମକୁ ନେଇ ଖୁସି ରହିବେ

ଅନୁରାଧା- ବନ୍ଧୁଙ୍କର ସାକ୍ଷାତକୁ ନେଇ ଉତ୍ସାହ ରହିବ,ନିଜ ଚେଷ୍ଟାରେ ସଫଳ ରହିବ

ଜ୍ୟୋଷ୍ଠା- କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ଧୀରସ୍ଥିର ହୋଇ କାମ କରନ୍ତୁ

ଓଁ ହ୍ରୀଂ ଦୁର୍ଗାୟୈ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ଧନୁ ରାଶି-

ମୂଳା- ନିଜ ଚେଷ୍ଟାରେ ସଫଳ ରହିବେ, ଆଶା ପୂରଣ ହେବ

ପୂର୍ବାଷାଢା- ପିଲାଙ୍କ ଶିକ୍ଷା ଏବଂ କର୍ମକୁ ନେଇ ଚିନ୍ତା ବଢିବ

ଉତ୍ତରାଷାଢା- କର୍ମ ଓ ବ୍ୟବସାୟରେ ପୂର୍ବରୁ ଥିବା ସମସ୍ୟା ଦୁର ହେବ

ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ପରିବାରକୁ ନେଇ ଖୁସି ରହିବେ, ଲକ୍ଷ୍ୟ ପୂରଣ ହେବ

ଶ୍ରବଣା- ଗଚ୍ଛିତ ଅର୍ଥ ଖର୍ଚ୍ଚ ହେବ, ପୂର୍ବ ନିଷ୍ପତ୍ତିକୁ ନେଇ ପରିବର୍ତ୍ତନ କରନ୍ତୁ

ଧନିଷ୍ଠା- ସ୍ୱାସ୍ଥ୍ୟରେ ସୁଧାର ଆସିବ,ପରିବାର ସହିତ ସମୟ କଟିବ

ଅପରାଜିତା ସ୍ତୋତ୍ର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଅନୁକୁଳ ପରିବେଶରେ ସମୟ କଟିବ,କିଛି ଆଶା ପୂରଣ ହେବ

ଶତଭିଷା- ପ୍ରଫେସନକୁ ନେଇ କିଛି ଚିନ୍ତା ମନକୁ ଦୁର୍ବଳ କରିପାରେ

ପୂର୍ବଭାଦ୍ର- ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଲାଭ ମିଳିବ

ଗ୍ରହବିପ୍ରଙ୍କୁ ଶ୍ରଦ୍ଧାର ସହିତ କିଛି ଉପହାର ନେଇ ଆଶିର୍ବାଦ ନିଅନ୍ତୁ

ମୀନ ରାଶି-

ପୂର୍ବଭାଦ୍ର- ନିଜ କାମକୁ ନେଇ ପ୍ରଶଂସା ମିଳିବ,କର୍ମକୁ ନେି ଶୁଭ ଖବର ପାଇବେ

ଉତ୍ତରଭାଦ୍ର- ପରିଶ୍ରମ ସାର୍ଥକ ହେବ, ଖୁସି ପରିବେଶ ମଧ୍ୟରେ ସମୟ କଟିବ

ରେବତୀ- କିଛଇ କାମକୁ ନେଇ ମନ ଅସ୍ଥିର ରହିବ

ଗୋ-ମାତାଙ୍କୁ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

ମୌସୁମୀ ଫେରିବା ପୂର୍ବରୁ ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ଓଡ଼ିଶାରୁ ଫେରିବ ମୈାସୁମୀ । ଆଉ ଗୋଟିଏ ଦିନ ପରେ ରାଜ୍ୟରୁ ଫେରିବ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏହାପରେ ଆସନ୍ତା ୪-୫ ଦିନ ଯାଏ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ଓ କଟକରେ ଆଂଶିକ ବର୍ଷା ହେବାର ସମ୍ଭବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲକା ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ସର୍ବାଧିକ ୨୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ପୀଠେ ଦଶହରା: ଅପରାଜିତା ମନ୍ତ୍ରରେ ମା’ଙ୍କ ପୂଜାର୍ଚ୍ଚନା

0

ପୀଠେ ଦଶହରା । ରାଜ୍ୟରେ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇଛି । ଅପରାଜିତା ମନ୍ତ୍ରରେ ମାଆଙ୍କ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମାଆ ବିଶ୍ରାମ ନେବା ପରେ ହୋଇଛି ସନ୍ଧିପୂଜା । ତେବେ କୋଭିଡ କଟକଣା ଥିବାରୁ ଭକ୍ତଙ୍କ ଦର୍ଶନରେ ଲାଗିଛି ବାରଣ । ତେଣୁ ବିନା ଭକ୍ତରେ ପୂଜା ପାଉଛନ୍ତି ମାଆ । ପୀଠରେ ଦଶହରା ।

କରୋନା କଟକଣାରେ ମାଆଙ୍କ ପୂଜା । ଖାଁ ଖାଁ ମନ୍ଦିର ପରିବେଶ । ମାଆଙ୍କ ବିଶ୍ରାମ ପରେ ସନ୍ଧିପୂଜା । ଆରେଡିର ଆଖଣ୍ଡଳମଣୀ ପ୍ରାଙ୍ଗଣରେ ପୀଠଦେବୀ ଜୟଦୁର୍ଗାଙ୍କ ବିଜୟାଦଶମୀ ପୂଜା ଅନୁଷ୍ଠିତ ହୋଇଛି । ଚଣ୍ଡିପାଠ, ପଞ୍ଚ ଉପଚାର ପୂଜା ପରେ ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମାଙ୍କର ବିଶ୍ରାମ ପୂଜା ସହିତ ହୋଇଛି ସନ୍ଧିପୂଜା । ସେପଟେ କୋଭିଡ଼ କଟକଣା ମଧ୍ୟରେ  ଯାଜପୁର ଅଧିଷ୍ଟାତ୍ରୀ ଦେବୀ ବିରଜାଙ୍କ ପୀଠରେ ନବଦିନ ଚାଲିଥିବା ଶୋଡଶୀୟ ଦିବସୀୟ ପୂଜାର ଅନ୍ତଘଟିଛି । ନଅ ଦିନ ଧରି ଚାଲିଥିଲା ମାଆଙ୍କ ବିଜୟା ରଥ । ଘଟ ବିର୍ସଜନ ପରେ ପାର୍ବଣ ଶେଷ ହେବ ।

ଖୋର୍ଦ୍ଧା ର ଉଗ୍ରତାରା ପୀଠରେ ମାଆଙ୍କ ଦଶହରା ପୂଜା ଅବସରରେ ଭୋରରୁ ମାଆଙ୍କ ପୂଜା ବିଧି ଯଥା ରୀତି ଭାବେ ସମ୍ପନ କରାଯାଇଛି । କୋଭିଡ ନିୟମ ଯୋଗୁ ମନ୍ଦିର ଫାଟକ ବନ୍ଦ ରହିଛି । ତେଣୁ ଖୁବ କମ ସଂଖ୍ୟକ ଶ୍ରଦ୍ଧାଳୁ ବାହାରୁ ଦୀପ ଲଗାଇ ମାଆଙ୍କ ଆଶିଷ କାମନା କରିଥିଲେ । କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ପୂଜା ପାଇଛନ୍ତି ମାଆ । ଏଥିପାଇଁ ବିଭିନ୍ନ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।

ଦୁଷ୍କର୍ମ ପୀଡ଼ିତା ଫେରାର୍ ଘଟଣା: ଝୁରମୁର ଗାଁ ପାଖରୁ ଉଦ୍ଧାର କଲା ପୋଲିସ

ରାଉରକେଲା:  ଏସ୍‌ଓଏସ୍‌ ଭିଲେଜ୍‌ରୁ ଫେରାର ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ପରେ ଏବେ ତନାଘନା୍ । କ’ଣ ପାଇଁ ନାବାଳିକା ପାଚେରି ଡେଇଁ ଫେରାର ହୋଇଯାଇଥିଲେ ସେନେଇ ପୋଲିସ ଓ ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳିକାଙ୍କୁ ପୁଣି ଏସ୍‌ଓଏସ୍‌ ଭିଲେଜରେ ରଖାଯାଇଛି  । କାହିଁକି ଫେରାର ହେଲେ ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା? ସୁରକ୍ଷା ବଳୟକୁ ଭାଙ୍ଗିବାରେ କେମିତି ସଫଳ ହେଲେ? ଫେରାର ପଛରେ ରହିଛି କି କାହାର ହାତ?

ଶିଶୁ ମଙ୍ଗଳ କମିଟି ଓ ସୁନ୍ଦରଗଡ଼ ଛେଣ୍ଡ ଥାନା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ  । ଫେରାର ପଛର ରହସ୍ୟରୁ ପରଦା ଉଠାଇବାକୁ ଯାଇ ପୀଡିତାଙ୍କୁ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପଚରାଉଚରା କରୁଥିବା ସୂଚନା ରହିଛି  । ଗଣଦୁଷ୍କର୍ମ ଅଭିଯୋଗ ପରେ ରାଉରକେଲା ଏସ୍‌ଓଏସ୍‌ ଭିଲେଜରେ ଗତ ଜୁଲାଇ ମାସ ୧୧ ତାରିଖରୁ ନାବାଳିକାଙ୍କୁ ରଖାଯାଇଥିଲା  । ତେବେ ଗତ ୨୩ ତାରିଖ ରାତିରେ ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତନାଘନା  । ନାବାଳିକାଙ୍କୁ ଝୁରମୁର ଗାଁ ପାଖରୁ ଉଦ୍ଧାର କରିଥିଲା ପୋଲିସ । ଗଣଦୁଷ୍କର୍ମରେ ସମ୍ପୃକ୍ତ ଦର୍ଶାଇ ଵୀରମିତ୍ରପୁର ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ସହ ସାବତ ବାପା ଏବଂ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା ।

ପ୍ଲାଷ୍ଟିକ ମୁକ୍ତ ହେବ ଐତିହ୍ୟ ସହର ପୁରୀ, ଆରମ୍ଭ ହେବ ‘ମୋ ଧାମ, ମୋ ଗର୍ବ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ପୁରୀକୁ ସ୍ୱଚ୍ଛ ଓ ଐତିହ୍ୟ ସହର ଭାବେ ବିକଶିତ କରାଯିବ । ଏଥିପାଇଁ ଆରମ୍ଭ ହେବାକୁ ଯାଉଛି ନୂଆ ଅଭିଯାନ  । ଯାହାର ନାମ ରଖା ଯାଇଛି ‘ ମୋ ଧାମ, ମୋ ଗର୍ବ’ । ପ୍ଲାଷ୍ଟିକ ବର୍ଜନ ସହ ପରିଚ୍ଛନ୍ନତାକୁ ସଂକଳ୍ପ ଭାବେ ଗ୍ରହଣ କରାଯାଇ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯିବ । ପୁରୀ ପରିବେଶକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସବୁ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଛନ୍ତି ।

ସେହିପରି ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ହେଲେ ଏ ନେଇ ଆତ୍ମସନ୍ତୋଷ ନ କରି ସଚେତନ ହେବାକୁ ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ସେହିପରି ପ୍ରତିଦିନ ଜନସାଧାରଣଙ୍କ ସେବାରେ ନିୟୋଜିତ ଥିବା କୋଭିଡ଼ ଯୋଦ୍ଧାଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ରବିବାର ରାୟଗଡ଼ା ଜିଲାର ଯୁବ ସ୍ୱେଚ୍ଛାସେବୀ ପାର୍ବତୀ ହିକକାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପାର୍ବତୀ ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ମଧ୍ୟରେ ଆଞ୍ଚଳିକ କୁଇ ଭାଷାରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ଆଶାକର୍ମୀ ସୁଜାତା ମିଶ୍ର ଓ ଅଙ୍ଗନବାଡ଼ି କର୍ମୀ ସବିତା ପାଢୀଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ସୁଜାତା ଏବଂ ସବିତା ଉଭୟ ଆଞ୍ଚଳିକ ଭାଷାରେ ସଂଗୀତ ପରିବେଷଣ କରି ଲୋକମାନଙ୍କ ମଧ୍ୟରେ କୋଭିଡ଼ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି ।

ସେହିପରି ବରଗଡ଼ କଟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଲୋଟସ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ କୋଭିଡ଼ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ଲୋଟସ୍ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ରାଜ୍ୟରେ କୋଭିଡ଼-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅକ୍ଟୋବର ୨୪ରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ଟି ମାମଲା ଦାୟର କରାଯାଇଛି ।

ରାଜ୍ୟରେ ୨୦୭୧ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୭୧ କରୋନା ସଂକ୍ରମିତ ସୁସ୍ଥ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୧, ସୁନ୍ଦରଗଡ଼ରୁ ୨୧୨, କଟକରୁ ୧୮୨, ମୟୂରଭଞ୍ଜରୁ ୯୬, ଅନୁଗୁଳରୁ ୯୦, ଝାରସୁଗୁଡ଼ାରୁ ୮୦, ନୂଆପଡ଼ାରୁ ୭୮, କେନ୍ଦ୍ରାପଡ଼ାରୁ ୭୨, ବରଗଡ଼ ୭୧, ଯାଜପୁର ୬୯, ବଲାଙ୍ଗୀର ୬୭, ପୁରୀ ୬୬, ସୋନପୁର ୬୬, ଜଗତସିଂହପୁର ୫୯, ବାଲେଶ୍ୱର ୫୮, କେନ୍ଦୁଝର ୫୮, କଳାହାଣ୍ଡି ୫୧, ସମ୍ୱଲପୁର ୫୦, କନ୍ଦମାଳ ୪୩, ଢେଙ୍କାନାଳ ୩୮, ମାଲକାନଗିରି ୩୩, କୋରାପୁଟ ୩୦, ଗଞ୍ଜାମ ୨୪, ନବରଙ୍ଗପୁର ୨୦, ବୌଦ୍ଧ ୧୯, ଦେବଗଡ଼ ୧୨, ରାୟଗଡ଼ା ୧୨, ଗଜପତିରୁ ୫ ଜଣ ସୁସ୍ଥ ହୋଇଛନ୍ତି  । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୦୨ରେ ପହଞ୍ଚିଛି ।

ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ