ଦେଶର କରଦାତାଙ୍କ ପାଇଁ ଶୁଭାରମ୍ଭ ହେଲା ନୂଆ ପ୍ଲାଟଫର୍ମ
ଶୂନ୍ୟ ଫଳାଫଳ ଥିବା ୧୫ ଯୁକ୍ତ ଦୁଇ ବିଜ୍ଞାନ ସ୍କୁଲକୁ ନୋଟିସ
ଶୂନ୍ୟ ଫଳାଫଳ ଥିବା ୧୫ ଯୁକ୍ତ ଦୁଇ ବିଜ୍ଞାନ ସ୍କୁଲକୁ ନୋଟିସ
ମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଚାପିବାକୁ ପୋଲିସ ବିରୋଧରେ ଅଭିଯୋଗ ଆଣିଲା ପିପୁଲ ଫର ସେବା
ମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଚାପିବାକୁ ପୋଲିସ ବିରୋଧରେ ଅଭିଯୋଗ ଆଣିଲା ପିପୁଲ ଫର ସେବା
ମୋଦି ଆଣିଲେ ଆୟକର ସଂସ୍କାର : ଫେସଲେସ୍ ପଲିସିରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟ….
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ୍ – ଇମାନଦାରୀ କେ ଲିୟେ ସମ୍ମାନ’ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଆଜି ଦିନ ୧୧ଟାରେ ଭିଡିଓ ବାର୍ତ୍ତା ଜାରି କରି ଏଭଳି ସୂଚନା ଦେଇଛନ୍ତି । କର ବ୍ୟବସ୍ଥାରେ ସୁଧାର ଆଣିବା ସହ ଏହାକୁ କର ଦେୟକୁ ସରଳ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ କର ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲଗାତର ପ୍ରଚେଷ୍ଟା ବିଗତ ସମୟରେ ମଧ୍ୟ ହୋଇଛି ମାତ୍ର କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୁଗାନ୍ତକାରୀ ବୋଲି ମୋଦି କହିଛନ୍ତି । ତେବେ ଏହି ନୂଆ ପ୍ଲାଟଫର୍ମ ବିଶେଷ ଭାବେ କର ବ୍ୟବସ୍ଥାର ତିନୋଟି ଦିଗ ପ୍ରତି ଗୁରୁତ୍ୱ ଦେଇଛି । ଫେସଲେସ୍ ଆସେସମେଣ୍ଟ(ମୁଖବିହୀନ କର ମୂଲ୍ୟାଙ୍କନ), ଫେସଲେସ୍ ଅପିଲ୍ ଓ ଟ୍ୟାକ୍ସପେୟର୍ସ ଚାର୍ଟର ନାମକ ୩ଟି ସୁବିଧା କର ବ୍ୟବସ୍ଥା ସହ ଯୋଡ଼ି ହୋଇଛି । ତେବେ ଫେସଲେସ୍ ଆସେସମେଣ୍ଟ ଓ କରଦାତାଙ୍କ ଚାର୍ଟର ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯାଇଥିବା ବେଳେ ଫେସଲେସ୍ ଅପିଲ ସୁବିଧା ଆସନ୍ତା ୨୫ ଡିସେମ୍ୱରରେ ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ ଭିଡ଼ିଓ ବାର୍ତ୍ତାରେ ଜଣାଇଛନ୍ତି ।

ଫେସଲେସ୍ ଆସେସମେଣ୍ଟ କ’ଣ ?
ସରଳ ଭାଷାରେ କହିଲେ ଆୟକର ଦେଉଥିବା ବ୍ୟକ୍ତିର ପରିଚୟ ସହ ଆୟକର ଅଧିକାରୀଙ୍କର କୌଣସି ସମ୍ପର୍କ ରହିବ ନାହିଁ । ଠିକ୍ ସେହିଭଳି ଓଲଟା କଥାଟି ମଧ୍ୟ ଧାର୍ଯ୍ୟ । ଅର୍ଥାତ୍ ଆୟକର ନେଉଥିବା ଅଧିକାରୀଙ୍କ ପରିଚୟ ଆୟଦାତା ଜାଣି ପାରିବେ ନାହିଁ । ଆୟକର ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରିବା ପାଇଁ ପୂର୍ବରୁ ରାଜ୍ୟର ପ୍ରତି ସହରରେ ନିର୍ଦ୍ଦିଷ୍ଟ ଆୟକର ଅଧିକାରୀ ରହୁଥିଲେ । ତାଙ୍କ କାମ, କେବଳ ଉକ୍ତ ସହର କିମ୍ୱା ତାଙ୍କ ପରିଧି ଭିତରେ ଥିବା ଅଞ୍ଚଳର କରଦାତାଙ୍କ ଉପରେ ନଜର ରଖିବା ମଧ୍ୟରେ ସୀମିତ ଥିଲା । ଏବେ ମୋଦି ସରକାର ପରିଧିକୁ ବିସ୍ତୃତ କରିବା ସହ ସବୁ କରାଦାତାଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିଛନ୍ତି । ଅର୍ଥାତ୍ ରାଜ୍ୟର କରଦାତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆୟକର ଅଧିକାରୀ ନିଯୁକ୍ତ ହେବ ନାହିଁ । ରାଜ୍ୟର ଯେକୌଣସି ଅଧିକାରୀ ଯେକୌଣସି ବ୍ୟକ୍ତିର ଆୟକର ସମ୍ୱନ୍ଧୀତ କାର୍ଯ୍ୟ କରିବେ । କରର ହିସାବ କରିବା ବେଳେ ତାଙ୍କୁ କରଦାତାଙ୍କ ପରିଚୟ ନେଇ ସୂଚନା ରହିବ ନାହିଁ । ସେହିଭଳି ପୁନଃ ମୂଲ୍ୟାଙ୍କନ ପାଇଁ ନିଯୁକ୍ତ ହେଉଥିବା ଆୟକର ଅଧିକାରୀଙ୍କ ପରିଚୟକୁ ମଧ୍ୟ ଉହ୍ୟ ରଖାଯିବ । ଭାରତରେ ଟ୍ୟାକ୍ସର ମୂଲ୍ୟାଙ୍କନ ହେବା ବେଳେ ହିଁ ସବୁଠାରୁ ବଡ଼ ଦୁର୍ନୀତି ହୋଇଥାଏ । ସାଧାରଣ ଭାବେ ଆୟକର ଅଧିକାରୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ଆୟଦାତାମାନେ ଆୟ ଫାଙ୍କିଥାନ୍ତି । ମାତ୍ର ନୂଆ ଆୟକର ବ୍ୟବସ୍ଥା ଆସିବା ପରେ ଆୟକର ଫାଙ୍କିବା ସମ୍ଭବ ହେବ ନାହିଁ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଫେସଲେସ୍ ଅପିଲ୍ କ’ଣ ?
ଫେସଲେସ୍ ଅପିଲ ଏକ ଭଲ ଓ ସମୟ ଉପଯୋଗୀ ପ୍ରକ୍ରିୟା । ସରକାରୀ ବ୍ୟବସ୍ଥାରେ କରକୁ ନେଇ ହୋଇଥିବା ଆକଳନ କିମ୍ୱା ମୂଲ୍ୟାଙ୍କନକୁ ଯାଞ୍ଚ କରିବା ପାଇଁ କରଦାତାଙ୍କ ପାଖରେ ସୁବିଧା ରହିଛି । ଏସବୁ ଜାଣିବା କରଦାତାଙ୍କ ଅଧିକାରୀ ବୋଲି ଆୟକର କୋଡ୍ ଅଫ୍ କଣ୍ଡକ୍ଟରେ ଲେଖାଅଛି । ମୋଦି ସରକାର ଡିସେମ୍ୱର ୨୫ରୁ ଏହି ବ୍ୟବସ୍ଥାକୁ ମଧ୍ୟ ଫେସଲେସ୍ କରିବା ନେଇ ଘୋଷଣା କରିଛି । କରଦାତା ଆୟକର ସମ୍ୱନ୍ଧିତ କୌଣସି ଅପିଲ କରିବା ବେଳେ ସେମାନଙ୍କ ପରିଚୟକୁ ଉହ୍ୟ ରଖାଯିବ । ମୁଖ୍ୟତଃ କରଦାତା ଅଧିକାରୀମାନେ ଏଭଳି ସ୍ଥଳରେ କରଦାତାଙ୍କ ପରିଚୟ ନେଇ କୌଣସି ସୂଚନା ପାଇପାରିବେ ନାହିଁ । ଯାହା ଦ୍ୱାରା ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବା ସହ କରଦାତାଙ୍କର ବ୍ୟବସ୍ଥା ଉପରେ ବିଶ୍ୱସନୀୟତା ବଢ଼ିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

ଟ୍ୟାକ୍ସପେୟରର୍ସ ଚାର୍ଟର କ’ଣ ?
ମୋଟାମୋଟୀ ଭାବେ କହିଲେ ସରକାରଙ୍କ ପ୍ରସ୍ତାବିତ ଏହି ନୂଆ ଘୋଷଣା ପତ୍ରକୁ ଚାର୍ଟର (ଘୋଷଣା ପତ୍ର) ବୋଲି କୁହାଯାଇଛି । କରଦାତା ଓ କର ଅଧିକାରୀଙ୍କ ମଧ୍ୟରେ ଥିବା ଗଳାବାଟକୁ ବନ୍ଦ କରି ସରକାର କରଦାତାଙ୍କୁ ସ୍ୱଚ୍ଛତା ରାସ୍ତା ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କରଦାତାଙ୍କ ଭୂମିକାକୁ ଦେଶଗଠନରେ ପ୍ରମୁଖ ବୋଲି କହିଛନ୍ତି । କରଦାତାମାନେ ନିଜ କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ କିଭଳି ଭାବେ ସନ୍ତୁଳନ ରକ୍ଷା କରି ପାରିବେ ସେନେଇ ସଚେତନ ହେବା ପାଇଁ ସେ ଅପିଲ କରିଛନ୍ତି । ଦେଶ ଏଭଳି ସଂସ୍କାର ଆଣିବା ପଛର ଉଦ୍ଦେଶ୍ୟ ମଧ୍ୟ କେବଳ କର ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା । ଏହା ଆଗାମୀ ସମୟରେ କରଦାତାଙ୍କୁ ସୁରକ୍ଷିତ କରିବା ସହ ଦୁର୍ନୀତିକୁ ମଧ୍ୟ ରୋକିବ । ରାଷ୍ଟ୍ରର ଅଗ୍ରଗତି ପାଇଁ କରଦାତାମାନଙ୍କର ଏକ ସନ୍ତୁଳିତ ଅବଦାନ ଓ ଦାୟିତ୍ୱବୋଧ ରହିଥାଏ । ଏହା ପ୍ରତିବଦଳରେ ବିଶ୍ୱର ସମସ୍ତ ପ୍ରମୁଖ ଓ ପ୍ରଭାବଶାଳୀ ଦେଶ ନିଜ ନିଜର କରଦାତାମାନଙ୍କୁ ସମ୍ନାନ ଓ ସୁରକ୍ଷା ଉଭୟ ଦେଇଛନ୍ତି । ଯାହା ଫଳରେ କରଦାତାମାନେ ପ୍ରୋତ୍ସାହିତ ହେବା ସହ ଦେଶଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସନ୍ତି । ବ୍ୟବସ୍ଥାରେ ଏଭଳି ସଂସ୍କାର ଆଣି ସରକାର ଟ୍ୟାକ୍ସ ପେୟରଙ୍କୁ ଅଧିକ ସୁରକ୍ଷିତ କରିବା ସହ ନିଜ ଦାୟିତ୍ୱବୋଧକୁ ପ୍ରମାଣିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେହିଭଳି ଟ୍ୟାକ୍ସ ଦେବା କିମ୍ୱା ନେବା କାହାରି ହକ୍ ନୁହେଁ, ବରଂ ଦେଶ ପ୍ରତି ଦାୟିତ୍ୱବୋଧ । ଏହି ଚାର୍ଟର କରଦାତାମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କଠାରୁ ଉପେକ୍ଷା ମଧ୍ୟ ରଖିବ ବୋଲି ମୋଦି କହିଛନ୍ତି ।
ନୂଆଖାଇ : ମା’ ସମଲେଇଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କଲା ପଣ୍ଡିତ ମହାସଭା
ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ନୂଆଖାଇ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଡ଼େ । ଏଇ ତିଥି ପାଇଁ ଏଥର ଲଗ୍ନ ମିଳିଛି ସକାଳ ୯ଟା ୩୫ରୁ ୯ଟା ୫୦ । ଗତକାଲି ବ୍ରହ୍ମପୁରା ମନ୍ଦିର କମିଟି ପକ୍ଷରୁ ପଣ୍ଡିତ ମହାସଭା ଏହି ଲଗ୍ନ ଧାର୍ଯ୍ୟ କରିଛି । ଏହି ଲଗ୍ନକୁ ସମଲେଇ ମନ୍ଦିରକୁ ପ୍ରଦାନ କରାଯିବ । ଲଗ୍ନ ଅନୁସାରେ ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବ ।

ଅନ୍ୟପକ୍ଷରେ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ସରକାରଙ୍କୁ ଆଇନ କୋହଳ କରିବା ପାଇଁ ନିବେଦନ କରିଛି । ଆସନ୍ତା ୨୩ ତାରିଖର ନୂଆଖାଇ ରବିବାର ପଡ଼ୁଛି । କିଛି ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର ଥିବା ହେତୁ ଲୋକେ ନୂଆଖାଇ ପାଳିବାରେ ବାଧା ଉପୁଜୁଛି । ଏଣୁ ପଶ୍ଚିମ ଓଡ଼ିଶାର ଲୋକେ ନୂଆଖାଇ ଦିନ ଚଳପ୍ରଚଳକୁ ସ୍ୱାଭାବିକ କରି ସଟଡାଉନକୁ ଅନ୍ୟ ଦିନକୁ ପରିବର୍ତ୍ତିତ କରିବା ପାଇଁ ଦାବି କରୁଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିଦ୍ଧବଦ୍ଧ ଘୋଷଣା କରିନି । ଝାରସୁଗୁଡ଼ା, ସମ୍ୱଲପୁର, ବଲାଙ୍ଗିର ଓ ବରଗଡ଼ ଭଳି ପ୍ରାୟ ସବୁ ପଶ୍ଚିମ ଓଡ଼ିଶା ଜିଲ୍ଲାର ଲୋକେ ଏବେ ନୂଆଖାଇ ଦିନକୁ ସ୍ୱାଭାବିକ କରିବା ପାଇଁ ଦାବି କରୁଛନ୍ତି । ଜିଲ୍ଲାପାଳମାନେ ଏନେଇ ବିଚାର କରୁଛନ୍ତି ଓ ଖୁବ୍ ଶୀଘ୍ର ଏନେଇ ବିଦ୍ଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି, ଆଶା ।
ଦର୍ଶକଙ୍କ ରାଗର ଶୀକାର ହେଲା ସଡ଼କ ୨, ପସନ୍ଦ ଠାରୁ ବଳିଗଲା ନାପସନ୍ଦ
ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ବୁଧବାର ସକାଳେ ରିଲିଜ୍ ହୋଇଯାଇଛି । କିଛି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ନାପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଇଣ୍ଟରନେଟରେ ଅନେକ ଲୋକ ଏହି ଟ୍ରେଲରକୁ ଟ୍ରୋଲ କରିବା ସହିତ ସଞ୍ଜୟ ଦତ୍ତଙ୍କ ନିକଟରେ କ୍ଷମା ମଧ୍ୟ ମାଗିଛନ୍ତି । କାରଣ ଟ୍ରେଲରରେ ସଞ୍ଜୟ ଦତ୍ତଙ୍କ ଭୂମିକ ଦମଦାର ରହିଛି ଯାହାକୁ ଦର୍ଶକ ପସନ୍ଦ କରିବାକୁ ଚାହିଁଲେ ବି ନାପସନ୍ଦ କରିଛନ୍ତି କାରଣ ଫିଲ୍ମରେ ଭଟ୍ଟ ପରିବାରର ଭୂମିକା ଅଧିକ ରହିଛି । ଯାହା ପାଇଁ ଏହି ଟ୍ରେଲର ଇଣ୍ଟରନେଟରେ ଟ୍ରେଣ୍ଡିଂ କରୁଥିଲେ ବି ଏହାକୁ ସବୁଠୁ ଅଧିକ ଡିସଲାଇକ୍ ବା ନାପସନ୍ଦ କରାଯାଇଛି ।

ମହେଶ ଭଟ୍ଟଙ୍କ ଏହି ଫିଲ୍ମରେ ତାଙ୍କ ୨ ଝିଅ ପୂଜା ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଆଦିତ୍ୟ ରୟ କାପୁର ମଧ୍ୟ ଅଭିନୟ କରିଛନ୍ତି । ଆଦିତ୍ୟ, କପୁର ପ୍ରଯୋଜକ ସିଦ୍ଧାର୍ଥ ରୟ କପୁରଙ୍କ ସାନ ଭାଇ । ଆପଣଙ୍କୁ କହି ରଖୁଛୁ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ଚଳଚ୍ଚିତ୍ରଟି ସୋସିଆଲ ମିଡିଆରେ ବଲିଉଡରେ ଚାଲିଥିବା ପରିବାରବାଦ ବା ନେପୋଟିଜିମର ଉଦାହରଣ ଭାବରେ ପରିଚିତ ହୋଇଥିଲା ।

ଏହା ବ୍ୟତୀତ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହ ମହେଶ ଭଟ୍ଟଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ନେଇ ତାଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ବାପା କେ.କେ ସିଂ ।

ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଦର୍ଶକଙ୍କ ରାଗ ଏତେ ଅଧିକ ରହିଛି ଯେ, ସେମାନେ ବଲିଉଡ଼ରେ କଥିତ ଭାବେ ଚାଲିଥିବା ପରିବାରବାଦକୁ ହଟାଇବାକୁ ଖୁବ୍ ପ୍ରୟାସ କରିଛନ୍ତି । ଯାହାର ଝଲକ ଫିଲ୍ମ ସଡ଼କ ୨ ଟ୍ରେଲରରେ ନଜର ଆସିଛି । ଆପଣଙ୍କୁ କହି ରଖୁଛୁ ଯେ, ‘ସାଡକ ୨’ ର ଟ୍ରେଲର ‘ଫକ୍ସ ଷ୍ଟାର ହିନ୍ଦୀ’ ନିଜର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରିଛି । ଯାହାକୁ ବର୍ତ୍ତମାନ ସୁଧା ୩ଲକ୍ଷ ଦର୍ଶକ ପସନ୍ଦ କରିଥିଲେ ଏବଂ ୫୦ଲକ୍ଷ ହଜାର ଦର୍ଶକ ନାପସନ୍ଦ କରିସାରିଲେଣି ।
ସଂକ୍ରମଣ ଭୟରେ ବୁର୍ଲା ଥାନାରେ ତାଲା, ଅସ୍ଥାୟୀ କ୍ୟାମ୍ପରେ ଚାଲିଛି ଥାନା…
ବୁର୍ଲା : ସଂକ୍ରମଣ ଭୟରେ ବୁର୍ଲା ଥାନାକୁ ବନ୍ଦ କରାଯାଇଛି । ଦୁଇ ଦିନ ତଳେ ବୁର୍ଲା ଭିମସାର ଫାଣ୍ଡିର ଅଧିକାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ଫାଣ୍ଡିକୁ ସାମୟିକ ସମୟ ପାଇଁ ବନ୍ଦ କରିଥିଲା । ଫାଣ୍ଡିର କର୍ମଚାରୀମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ବୁର୍ଲା ଥାନାକୁ ବନ୍ଦ କରାଯାଇଛି ।

ଫାଣ୍ଡି କର୍ମଚାରୀମାନେ ଅନେକ ସମୟରେ ଥାନାକୁ ଯାତାୟାତ କରୁଥିଲେ । ତେବେ ଥାନାର କର୍ମଚାରୀମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇଥିବା ସୂଚନା ମିଳିଛି । ଥାନା ବନ୍ଦ ହେବା ପରେ ଏବେ କାମଚଳା ଅସ୍ଥାୟୀ କ୍ୟାମ୍ପ ତିଆରି ହୋଇଛି । ଥାନାର ଯାବତୀୟ କାମ ସେଇଠି ହେଉଛି ।



