spot_img
Home Blog Page 6532

ଖାଇବା ପରେ ଥଣ୍ଡାପାଣି ପିଇବାକୁ କାହିଁକି ବାରଣ କରାଯାଏ? ପଢନ୍ତୁ

ଅଧିକାଂଶ ଖାଇବା ପରେ ପାଣି ପିଇଥାନ୍ତି । ଆଉ କେହି ସଚେତନତାକୁ ନଜରରେ ରଖି ଏହାକୁ ବାଦ୍‌ ଦିଅନ୍ତି  । ଉଭୟଙ୍କ ମଧ୍ୟରେ ଶୋଷକୁ ଅଟକାଇ ନପାରି ଖାଇବା ପରେ ପାଣି ପିଉଥିବା ଲୋକଙ୍କ ହାର ଅଧିକ । କିନ୍ତୁ ଖାଇବା ପରେ ହଠାତ୍‌ ପାଣି ପିଉଥିବା ବ୍ୟକ୍ତିଙ୍କୁ ଅଧିକାଂଶ ସମୟରେ ସଚେତନ କରାଯାଏ । କୁହାଯାଏ ଏଭଳି କରିବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ତେବେ ଏହାକୁ କାହିଁକି ବାରଣ କରାଯାଇଛି ଆସନ୍ତୁ ନଜର ପକାଇବା ।

ଏପରି କରିବା ଅନୁଚିତ, କାରଣ ଏହି ଖରାପ ଅଭ୍ୟାସ ହୃଦୋରାଗର କାରଣ ହୋଇପାରେ ।
ଆମ ଶରୀରର ସାଧାରଣ ତାପମାତ୍ରା ହେଉଛି ୩୭ ଡିଗ୍ରୀ ସେଲିସିୟସ୍‌। ଏଥିପାଇଁ ଆମେ ୨୦ ରୁ ୨୨ ଡିଗ୍ରୀ ସେଲସିୟସ ତାପମାତ୍ରାର ପାଣି ପିଇବା ଉଚିତ । ମନେ ରଖନ୍ତୁ ଖାଦ୍ୟ ଗ୍ରହଣ ପରେ ପରେ ଯଦି ଥଣ୍ଡା ପାଣି ପିଇବେ,  ଖାଦ୍ୟ ଠିକ୍‌ଭାବେ ହଜମ ହୁଏନି ।

ଖାଲି ସେତିକି ନୁହେଁ ଖାଇବା ପରେ ଥଣ୍ଡା ଜଳ ପିଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ ବୋଲି କୁହାଯାଏ । ଏକ ଗବେଷଣାରେ କୁହାଯାଇଛି ଯେ ଖାଦ୍ୟ ଗ୍ରହଣ ପରେ ଥଣ୍ଡା ଜଳ ପିଇଲେ ପାଚନ କ୍ରିୟା ଶିଥିଳ ହୋଇଯାଏ ଏବଂ ପେଟରେ ଥିବା ଅମ୍ଳ ସଂପର୍କରେ ଆସି ଏହି ଥଣ୍ଡା ଜଳ ଶରୀର ମୋଟାପାର କାରଣ ହୋଇଥାଏ । ତେଣୁ ଖାଇବାର କିଛି ସମୟ ପୂର୍ବରୁ ପାଣି ପିଇ ପାରିବେ ।

ଏହି ସିଜିନ ପରେ IPLଠୁ ବିଦାୟ ନେବେ ଧୋନି !

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନରେ ଖରାପ ପ୍ରଦର୍ଶନ ଯୋଗୁଁ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫ ରେସ ରୁ ବାହାରିଥିବା ପ୍ରଥମ ଦଳ । CSK ର ନିରାଶାଜନକ ପ୍ରଦର୍ଶନ ପରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଧୋନି ଏହି ସିଜିନ ପରେ ଆଇପିଏଲକୁ ବିଦାୟ ଦେବେ ବୋଲି କୁହାଯାଉଛି । ବାସ୍ତବରେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି, ପରାଜୟ ପରେ ଧୋନି ନିଜ ଜର୍ସି ପାଣ୍ଡ୍ୟା ଭାଇଙ୍କୁ ଉପହାର ଭାବେ ଦେଇଥିଲେ। ଏହା ପରେ ପ୍ରଶଂସକଙ୍କ ମନରେ ଧୋନିଙ୍କ କ୍ରିକେଟ୍ ଛାଡିବା ନେଇ ପ୍ରଶ୍ନ ଉଠିଥିଲା ​​ ।

ଗତ ବର୍ଷ ବିଶ୍ୱକପ ପରଠୁ ମହେନ୍ଦ୍ର ସିଂ ଧୋନି କ୍ରିକେଟରୁ ବ୍ରେକ୍ ନେଇଥିଲେ । ଆଇପିଏଲର ୧୩ ତମ ସିଜିନ ଆରମ୍ଭ ହେବାର ଠିକ ପୂର୍ବରୁ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସନ୍ତୋଷ ନାମକ ଜଣେ ବ୍ୟକ୍ତି ଧୋନିଙ୍କ ଜର୍ସିର ଫଟୋ ଟ୍ୱିଟରରେ ସେୟାର କରିବା ଲେଖିଛନ୍ତି ଯେ, ବୋଧହୁଏ ମାହିଙ୍କୁ ଶେଷ ଥର ପାଇଁ ଆଇପିଏଲରେ ଖେଳିବାର ଦେଖିବାକୁ ମିଳିବ ।

ଏହି ସିଜିନରେ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ ପରେ ବିପକ୍ଷ ଦଳର ଖେଳାଳିଙ୍କୁ ଧୋନି ନିଜ ଜର୍ସି ଉପହାର ରୂପେ ଦେଇଛନ୍ତି । ଡାନିଏଲ୍ ନାମକ ଉପଭୋକ୍ତା କହିଛନ୍ତି ଯେ, ଏହି ସିଜିନରେ ଅନେକ ଖେଳାଳି ଧୋନିଙ୍କ ଜର୍ସି ଏବଂ ଅଟୋଗ୍ରାଫ୍ ପାଇଛନ୍ତି। କିଛି ଉପଭୋକ୍ତା ଭାବୁକ ହୋଇପଡିଛନ୍ତି ଏବଂ କହିଛନ୍ତି ଯେ, ମାହି ତାଙ୍କ ହୃଦୟରେ ସର୍ବଦା ଏକ ନମ୍ବର ଅଧିନାୟକ ରହିବେ।

ପୂରା ରାଜ୍ୟକୁ ଟିକା ଦିଆଗଲେ ୨ ବର୍ଷ ଲାଗିଯିବ ପ୍ରକ୍ରିୟା ଶେଷ କରିବାକୁ…

ଭୁବନେଶ୍ୱର: କୋଭିଡ ଟିକା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦୁଇ ଦିନ ତଳେ ଚିଠି ଆସିଛି । ୨୯ ଅକ୍ଟୋବର ସୁଦ୍ଧା ତାଲିକା ଦେବାକୁ ହେବ । ଏତେ କମ ସମୟ ଭିତରେ ତାଲିକା ପ୍ରସ୍ତୁତ କରିବା କଷ୍ଟ ହେବ । ହେଲେ ଏ ନେଇ ଏକ ସପ୍ତାହ ଭିତରେ ଆମେ କାର୍ଯ୍ୟକାରିଣୀ ବୈଠକ ଡ଼ାକି ଆଲୋଚନା କରିବୁ କି କେଉଁ ପ୍ରକ୍ରିୟାରେ ତାଲିକା ପ୍ରସ୍ତୁତ ହେବ । ଖୁବ ଶୀଘ୍ର ୪ଟି ଟିକା ଓଡ଼ିଶା ଆସିବ । ହେଲେ ପୂରା ରାଜ୍ୟକୁ ଟିକା ଦିଆଗଲେ ୨ ବର୍ଷ ଲାଗିଯିବ ପ୍ରକ୍ରିୟା ଶେଷ କରିବାକୁ । ଯେଉଁମାନେ ବି କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଅଛନ୍ତି, ସ୍ୱାସ୍ଥ୍ୟ କର୍ମୀ ହୁଅନ୍ତୁ ବା ଡାକ୍ତର, ସମସ୍ତେ ଟିକା ନେବା କଥା ।

ପ୍ରଥମ ପର୍ଯ୍ୟାୟରେ ସମସ୍ତେ ଟିକା ନେଇ ପାରିବେ କି ନାହିଁ ତାହା ଅନୁଧ୍ୟାନ କରାଯାଉଛି । ଯଦି ଦ୍ଵିତୀୟ ପର୍ଯ୍ୟାୟରେ ବି ହୋଇ ପାରିବ, ସେହି ଅନୁସାରେ ତାଲିକା ପ୍ରସ୍ତୁତ କରିବୁ ବୋଲି କହିଛନ୍ତି ଭାରତୀୟ ମେଡିକାଲ ସଂଗଠନ-ଆଇଏମଏ ସଭାପତି ଡାକ୍ତର ମାଗୁଣି ବେହେରା । ଖୁବ୍ ଶୀଘ୍ର କୋଭିଡ ୧୯ ଟିକା ଆସୁଥିବାରୁ ପ୍ରାଥମିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ ।

ସେଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ସଂଘଗୁଡିଙ୍କୁ ପତ୍ର ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ତଥ୍ୟ ଜିଲ୍ଲାପାଳ, ପୌର କମିଶନର, ସିଡିଏମଓ, ପିଏଚଓ କିମ୍ବା ଅତିରିକ୍ତ ଜିଲ୍ଲା ପିଏଚଓଙ୍କ ପାଖରେ ଆସନ୍ତା ଅକ୍ଟୋବର ୨୯ ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ସରକାରୀ ଓ ଘରୋଇସ୍ତରରେ ନୂତନ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାଇରାଲ ହେଲା କପିଲ ଦେବଙ୍କ ହସ୍ପିଟାଲ ଫଟୋ, ଏବେ ଏମିତି ଅଛି ଅବସ୍ଥା…

ନୂଆ ଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ ଜିତାଇଥିବା ପୂର୍ବତନ କ୍ୟାପଟେନ କପିଲ ଦେବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । କପିଲ ଦେବଙ୍କ ଆଞ୍ଜିଓପ୍ଲାଷ୍ଟି ସଫଳ ହୋଇଛି ଏବଂ ଏବେ ଏହି ଖେଳାଳି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ହସ୍ପିଟାଲରୁ କପିଲ ଦେବଙ୍କ ପ୍ରଥମ ଫଟୋ ଭାଇରାଲ ହେଉଛି । ଶୁକ୍ରବାର ଦିନ କପିଲ ଦେବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସମସ୍ତେ କପିଲ ଦେବଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଥିଲେ । ଏଥିପାଇଁ କପିଲସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଲେଖିଛନ୍ତି ଯେ, ସେ ଏବେ ସମ୍ପୂର୍ଣ୍ଣ ଭାବେ ଭଲ ଅଛନ୍ତି । ସେ ଗଲ୍ଫ ଖେଳିବା ଅପେକ୍ଷାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, କପିଲ ଦେବ ଦକ୍ଷିଣ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲରେ ଏକ ସଫଳ ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଗୁରୁବାର ରାତିରେ ହୃଦଘାତ ପରେ ୬୧ ବର୍ଷିୟ କପିଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କପିଲଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଥିବାରୁ ଆସନ୍ତା କିଛି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

କପିଲ ଦେବଙ୍କ ସାଥୀ, ଖେଳାଳି ଚେତନ ଶର୍ମା ହସ୍ପିଟାଲରୁ ଫଟୋ ସେୟାର କରିଛନ୍ତି । ଫୋର୍ଟିସ୍ ଏସ୍କର୍ଟସ୍ ହସ୍ପିଟାଲର ହୃଦରୋଗ ବିଭାଗର ନିର୍ଦ୍ଦେଶକ ଡ. ଅତୁଲ ମାଥୁରଙ୍କ କହିବାନୁସାରେ, କପିଲଙ୍କୁ  ଦିନ ୧ଟାରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ରେକର୍ଡ କରିଥିବା କପିଲ ଦେବ ୧୯୯୪ ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେ ୬ ବର୍ଷ ଧରି ସର୍ବାଧିକ ଟେଷ୍ଟ ୱିକେଟ୍ ରେକର୍ଡ କରିଥିଲେ। କପିଲଙ୍କ ପରେ ଇଂଲଣ୍ଡର କର୍ଟନି ୱାଲ୍ସ ତାଙ୍କ ରେକର୍ଡ ଭାଙ୍ଗିଥିଲେ ।

୧୯୮୩ ମସିହାରେ ଯେବେ କପିଲ ଦେବ ଅଧିନାୟକ ଥିଲେ ସେତେବେଳେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । କପିଲ ଭାରତ ପାଇଁ ୧୩୧ ଟେଷ୍ଟ ଏବଂ ୨୨୫ ଟି ୱାନ ଡେ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୫୨୪୮ ଏବଂ ୩୭୮୩ ରନ ସ୍କୋର କରିଛନ୍ତି । ଏହା ବ୍ୟତୀତ ସେ ୨୭୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୩୧୦ ଲିଷ୍ଟ-ଏ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ।

ତଳମୁହାଁ ହେଉଛି କରୋନା ଗ୍ରାଫ୍‌, ରାଜ୍ୟରେ ୧୬୯୫ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ଦିନକୁ ଦିନ କରୋନା ଗ୍ରାଫ ତଳମୁହାଁ ହେଉଛି । ଆଜି ଦିନକରେ ୧୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୭୦୯ । ତବେ ରାଜ୍ୟରେ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ହେଉଛି ୨ଲକ୍ଷ ୭୯ହଜାର ୫୮୨ । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୫୯ହଜାର ୪୧୮ । ଆକ୍ଟିଭ କେସ୍ ରହିଛି ୧୮ହଜାର ୮୮୨ । ସେପଟେ  ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କେରାନା ମୃତ୍ୟୁସଂଖ୍ୟା ୧୨୨୯ରେ ପହଞ୍ଚିଛି ।

ଖୋର୍ଦ୍ଧାରୁ ୧୮୩, ବାଲେଶ୍ୱରରୁ ୧୨୮, ସୁନ୍ଦରଗଡ଼ରୁ ୧୧୦, କଟକରୁ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮୩, ବରଗଡ଼ରୁ ୫୬, ଭଦ୍ରକରୁ ୩୫, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୧୧, ଦେବଗଡ଼ରୁ ୧୧, ଢ଼େଙ୍କାନାଳରୁ ୨୩, ଗଜପତିରୁ ୭, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୭୭, ଯାଜପୁରରୁ ୫୭, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୨, କେନ୍ଦୁଝରରୁ ୭୩, କୋରାପୁଟରୁ ୪୫, ମାଲକାନାଗିରିରୁ ୩୭,  ମୟୂରଭଞ୍ଜରୁ ୪୫, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୯୨, ପୁରୀରୁ ୫୧, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୪୨, ସୋନପୁରରୁ ୨୪, ସୁନ୍ଦରଗଡ଼ରୁ ୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିସର୍ଜନ ନେଇ ନିର୍ଦ୍ଦେଶନାମକୁ ଅବମାନନା କଲେ ହେବ ଦୃଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ସମସ୍ତ ପେଣ୍ଡାଲରେ ପୂଜା ପାଉଛନ୍ତି ମା’ । ପର୍ବଣର ମହକ କରୋନା ପାଇଁ ଫିକା ପଡ଼ିଛି । ପୂଜାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ପରେ ଏବେ ବିସର୍ଜନ ଉପରେ ବି ଲାଗିଛି କଟକଣା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା କଟକଣାକୁ ପାଳନ କରିବାକୁ ଆଡଭାଇଜରି ଜାରି କରିଛି ବିଏମ୍ସି । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଥର ମଧ୍ୟ ଭୁବନେଶ୍ୱରର ସମସ୍ତ ମୃଣ୍ମୟ ମୂର୍ତ୍ତିଗୁଡିକି କମିଟିମାନେ ନିଜ ଇଛା ମୁତାବକ ବିସର୍ଜନ କରିପାରିବେ ନାହିଁ । ଏଥିପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୁତ୍ରିମ ପୋଖରୀରେ ବା ଜଳାଶୟରେ ବିସର୍ଜନ କରିବାକୁ ନିର୍ଦେଶନାମା ଜାରି କରାଯାଇଛି ।

ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରି ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କୁ ସଚେତନ କରାଯାଇଛି । ସେହିଭଳି ଏହି କଟକଣା କିଭଳି ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ବିଏମସି, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । ତେବେ ଏହି ନିର୍ଦ୍ଦେଶନାମକୁ ଅବମାନନା କଲେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦେଶରେ କମୁଛି କରୋନାର କାୟା…୨୪ ଘଣ୍ଟାରେ ଆଉ ୫୩ ହଜାର ୩, ୭୦ ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଗ୍ରାଫ୍ । ଲଗାତାର ଭାବେ ୬୦ ହଜାର ତଳକୁ ରହୁଛି ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୫୩,୩୭୦ ନୂଆ ପଜିଟିଭ ଚିହନ୍ଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬ଶହ ୮୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କରୋନାରେ ଆଉ ୬୫୦ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ରେ ପହଞ୍ଚିଛି । ଏବେବି ଦେଶରେ ୬ଲକ୍ଷ ୮୦ ହଜାର ୬ଶହ ୮୦ ସକ୍ରିୟ ମାମଲା ଥିବା ବେଳେ, ୭୦ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହେଲେଣି ।

Another 2377 Covid patients have recovered and are being discharged

ଦେଶର ୨୨ ଟି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ୨୦,୦୦୦ ରୁ କମ୍ ସକ୍ରିୟ ମାମଲା ରହିଛି । କେବଳ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୫୦,୦୦୦ରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ କରାଯାଉଛି। ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି । ସକ୍ରିୟ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ । ICMR ଅନୁଯାୟୀ, ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ୧୦ କୋଟି ୧୩ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୨,୦୬୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

KBCର ଏହି ପ୍ରଶ୍ନରେ ଲୁଚି ରହିଥିଲା ସ୍ୱାମୀଙ୍କ ନାଁ, ଏମିତି ଉତ୍ତର ଦେଇଥିଲେ ରେଣୁକା

ମୁମ୍ବାଇ: କୌନ୍ ବନେଗା କରୋଡ଼ପତୀର ୧୨ତମ ସିଜିନ୍ ଚାଲୁଛି । କରୋନା ଯୋଗୁଁ ଏହି ଶୋ’ରେ କିଛି ପରିବର୍ତ୍ତନ କରାଯାଇଛି । ତେବେ କରୋନା ସଙ୍କଟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଉତ୍ସାହ କମିନାହିଁ କି ଶୋ’ର ହୋଷ୍ଟ ଅମିତାଭଙ୍କ ଆତ୍ମବିଶ୍ୱାସ ମଧ୍ୟ କମିନାହିଁ । ଏହି ଶୋ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜିତ କରିଥାଏ । କେବିସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରମବୀର ଏପିସୋଡରେ ସମାଜସେବୀ ଫୁଲବାସନ ଭାଗ ନେଇଛନ୍ତି। ଏବଂ ଅଭିନେତ୍ରୀ ରେଣୁକା ଶହାଣେ ତାଙ୍କୁ ସମର୍ଥନ କରୁଥିଲେ। ଖେଳ ସମୟରେ ଏକ ପ୍ରଶ୍ନର ଉତ୍ତରର କନେକସନ୍ ରେଣୁକାଙ୍କ ସ୍ୱାମୀ ତଥା ଅଭିନେତା ଆଶୁତୋଷ ରାଣାଙ୍କ ନାମ ଥିଲା  । ତେବେ ନିକଟରେ ଏନେଇ ରେଣୁକାଙ୍କ ପ୍ରତିକ୍ରିୟା ସାମ୍ନକୁ ଆସିଛି । ​

କେବିସି କରମବୀର ସ୍ୱତନ୍ତ୍ର ଏପିସୋଡ ସମୟରେ ଅମିତାଭ ବଚ୍ଚନ ଓ ଛତିଶଗଡ ମହିଳା ଫୁଲବାସନ ଦେବୀଙ୍କ ସାମ୍ନା ସାମ୍ନି ହୋଇ ବସିଥିଲେ । ତାଙ୍କୁ ସମର୍ଥନ ଓ ଉତ୍ସାହିତ କରିବା ପାଇଁ ଅଭିନେତ୍ରୀ ରେଣୁକା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଖେଳରେ, ତୃତୀୟ ପ୍ରଶ୍ନ ରେଣୁକାଙ୍କ ସହ କନେକ୍ଟେଡ୍ ଥିଲା ଏବଂ ସେ ଏହାର ଉତ୍ତର ଦେବାକୁ ଅଧିକ ସମୟ ନେଇନଥିଲେ । ବିଗ୍ ବିଙ୍କ ପ୍ରଶ୍ନ ପଢ଼ିବା ପରେ ରେଣୁକା ଅପସନ୍ ରଖିବାକୁ ମଧ୍ୟ ସମୟ ନେଇ ନଥିଲେ । ସେ ହସି ହସି ଉତ୍ତରରେ କହିଥିଲେ ଯେ, ‘ଏହା ମୋର ସ୍ୱାମୀଙ୍କ ନାଁ’ ।

ସେହି ପ୍ରଶ୍ନଟି ହେଉଛି: ଭଗବାନ ଶିବଙ୍କର ଏମିତି କେଉଁ ନାଁ ରହିଛି ଯାହାର ଅର୍ଥ ହେଉଛି ଯିଏ ଶୀଘ୍ର ଖୁସି ହୁଏ? ଅପସନ ଗୁଡ଼ିକ ହେଉଛି ମନମୋହନ, ଆଶୁତୋଷ, କେଶବ ଏବଂ ମାଧବ । ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଆଶୁତୋଷ । ରେଣୁକାର ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବା ସମୟରେ ଖୁବ ଖୁସି ଅନୁଭବ କରୁଥିଲେ ।  ଅମିତାଭ ବଚ୍ଚନ ମଧ୍ୟ ଏହି ପ୍ରଶ୍ନ ପଚାରି ଖୁସି ଥିଲେ । ପ୍ରତିଷ୍ଠିତ ଅଭିନେତ୍ରୀ ରେଣୁକା ହମ ଆପକେ ହୈଁ କୌନ ଫିଲ୍ମରେ ଅଭିନୟ କରିବା ପରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ଉଭୟଙ୍କ ବଣ୍ଡିଂ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଛି ।

ମା’ ବିମଳାଙ୍କ ସହ ଅଷ୍ଟଶକ୍ତି ପୀଠ ଓ ସମସ୍ତ ଗୋଷାଣୀଙ୍କ ଆଜି ପବିତ୍ର ମହନବମୀ

ପୁରୀ: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ସହ ଅଷ୍ଟଶକ୍ତି ପୀଠ ଓ ସମସ୍ତ ଗୋଷାଣୀଙ୍କ ଆଜି ପବିତ୍ର ମହନବମୀ । ଗତକାଲି ରାତିରେ ମା ବିମଳାଙ୍କ ସନ୍ଧି ପୂଜା ଆଦି ଗୁପ୍ତ ରୀତିନିତୀ ଅନୁଷ୍ଠିତ ହୋଇଥିବ ବେଳେ ଶ୍ରୀକ୍ଷେତ୍ରରେ ଅନ୍ୟାନ୍ୟ ଦେବୀପୀଠ ଓ ଗୋଷାଣୀଙ୍କ ନିକଟରେ କାକୁଡି, ପାଣିକଖାରୁ ଓ ପୋଡାମାଛ ବଳି ଦିଆଯାଇଥିଲା । ତେବେ ଆଜି ନବମୀ ତିଥିରେ ଷୋଡଶ ଉପଚାରରେ ଦେବୀମାନଙ୍କର ପୂଜାର୍ଚନା ଚାଲିଥିବା ବେଳେ ଅନ୍ୟାନ୍ୟ ଗୋଶାଣୀ ଦେବୀ ପୀଠରେ ମଧ୍ୟ ଅନୁରୂପ ପୂଜା ଚାଲିଛି । ଆଜି ମା କାକୁଡିଖାଇଙ୍କ ପାଖରେ ଶୀତଳ ଭୋଗ ଲାଗି ହେବ ।

ଅନ୍ୟପଟେ ଏକାଦଶୀରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ହେବାକୁ ଥିବା ଦେବୀସଭା ପାଇଁ ବଡ଼ଦାଣ୍ଡରେ ପ୍ରତ୍ୟକ ଗୋଶାଣୀ ପାଇଁ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ । ସେମାନଙ୍କୁ ପରିଚୟ ପତ୍ର ଦିଆଯିବ । ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ବିଭିନ୍ନ ଗୋଷାଣୀ ମୂର୍ତି ଗୁଡିକ ପରମ୍ପରା ଅନୁସାରେ ସିଂହଦ୍ୱାରକୁ ଆସିବା ପରେ ଭଷାଣ ଅନୁଷ୍ଠିତ ହେବ । ତେବେ କେହି ଭକ୍ତ ବଡଦାଣ୍ଡକୁ ଆସିବେନି ।

ସେପଟେ ବାଲୁକା କଳା ମାଧ୍ୟମରେ ଶାରଦୀୟ ଦୁର୍ଗା ପୂଜାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୪ଟନ ବାଲି ସାହାର୍ଯ୍ୟରେ ସୁନ୍ଦର କଳାକୃତି ନିର୍ମାଣ କରି ସେ ଏହି ବାର୍ତ୍ତା ସାରା ବିଶ୍ୱକୁ ବାଣ୍ଟିଛନ୍ତି । ଏବଂ ଏଥିସହ ସମସ୍ତଙ୍କୁ କୋଭିଡ ଗାଇଡ଼ ଲାଇନକୁ ଅନୁପାଳନ କରି, ହାତକୁ ସାନିଟାଈଜ କରିବା ସହ, ମୁହଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷାକରି ପୂଜାକୁ ଖୁବ ସୁନ୍ଦର ଭାବେ ପାଳନ କରିବାକୁ ବାର୍ତ୍ତା ବାଣ୍ଟିଛନ୍ତି ସୁଦର୍ଶନ ।

ଲକଡାଉନରେ ଗଲା ୧୦ ହଜାର ଟଙ୍କିଆ ଚାକିରି, ଏବେ ମାସକୁ ରୋଜଗାର କରୁଛନ୍ତି ୮୦ ହଜାର

ମହାରାଷ୍ଟ୍ରର: କରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ସେହି ସମୟରେ ଅଧିକାଂଶ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ଚାକିରି ଯିବା ପରେ ବହୁ ସଂଖ୍ୟକ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଏହି ସମସ୍ୟା ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲକଡାଉନ ପୂର୍ବରୁ ମାସକୁ କେବଳ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ହେଲେ ଲକଡାଉନରେ ଚାକିରି ହରାଇବା ପରେ ସେ ବର୍ତ୍ତମାନ ମାସକୁ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଲକଡାଉନର ଖାଲି ସମୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇଦେଲା । ଲକଡାଉନ୍ ପୂର୍ବରୁ ଚିତ୍ରାଙ୍କନ ଶିକ୍ଷକ ଭାବେ ମହେଶ କାପସେ କାମ କରୁଥିଲେ । ଲକଡାଉନ୍ ଘୋଷଣା ହେବା ପରଠୁ ସେ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଚିତ୍ରଗୁଡ଼ିକ ବହୁ ଲୋକପ୍ରିୟ ହୋଇଥିଲା । ତାଙ୍କ ଚିତ୍ରର ପ୍ରଶଂସକ ଦିନକୁ ଦିନ ବଢିବାକୁ ଲାଗିଲେ । ଏମିତିକି ବଲିଉଡ ଅଭିନେତା ରିତେଶ ଦେଶମୁଖ ମଧ୍ୟ ତାଙ୍କ ପେଣ୍ଟିଂ ଦେଖି ତାଙ୍କର ଖୁବ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ମହେଶ ମାସକୁ ପ୍ରାୟ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସ ପୂର୍ବରୁ ମହେଶଙ୍କୁ କେହି ଜାଣି ନଥିଲେ । ମହାରାଷ୍ଟ୍ରର ସ୍ଥିତ ଔରଙ୍ଗାବାଦର ଗୋଟେ ବିଦ୍ୟାଳୟରେ ଚିତ୍ରାଙ୍କନ ଶିକ୍ଷକ ଥିଲେ। କରୋନା ସଙ୍କଟର କିଛି ଦିନ ପରେ ତାଙ୍କର ଚାକିରି ଚାଲିଗଲା । ମହେଶ ମଧ୍ୟ ସେହି ସମୟରେ ନିଜ ଗାଁକୁ ଫେରିଯାଇଥିଲେ। ସେତେବେଳେ ମହେଶ ଖାଲି ସମୟରେ ଚିତ୍ର କରି ଟିକଟକରେ ଭିଡିଓ କରିବାର ଯୋଜନା କରିଥିଲେ। ତାଙ୍କ ମନରେ ଏହି ଧାରଣା ଆସିବା ପରେ ମହେଶଙ୍କ ଜୀବନ ବଦଳିଗଲା ।

ଧିରେ ଧିରେ ମହେଶ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଲାଗିଲେ । କିନ୍ତୁ ତା’ପରେ ସେ ସେଲିବ୍ରିଟିମାନେ ମଧ୍ୟ ତାଙ୍କ କଳାର ପ୍ରଶଂସକ ହୋଇଥିଲେ । ମହେଶଙ୍କୁ ଆନ୍ତର୍ଜାତୀୟ ଫେମ୍ ମଧ୍ୟ ମିଳିଲା । କ୍ରିକେଟର ଡେଭିଡ ୱାର୍ନର, କେଭିନ ପିଟରସେନ ମଧ୍ୟ ତାଙ୍କ ଭିଡିଓ ସେୟାର କରିଛନ୍ତି। ଏପରିକି ମରାଠୀ କଳାକାରମାନେ ମଧ୍ୟ ତାଙ୍କର ଫ୍ୟାନ୍ ହୋଇଥିଲେ ।

ମହେଶଙ୍କ କହିବା ଅନୁସାରେ, ସେ ପ୍ରଥମେ ସେହିମାନଙ୍କ ପେଣ୍ଟିଂ କରିଥିଲେ ଯେଉଁମାନେ ତାଙ୍କ ସହିତ ଡ୍ୟୁଟି କରୁଥିଲେ । ତାଙ୍କ ଚିତ୍ର ଧିରେ ଧିରେ ଭାଇରାଲ ହୋବାକୁ ଲାଗିଲା । ଗୋଟେ ଦିନରେ ୨-୩ଟି ଅର୍ଡର ଆସିଲା । ବର୍ତ୍ତମାନ ମହେଶ ମାସକୁ ୪୦ରୁ ଅଧିକ ଅର୍ଡର ପାଆନ୍ତି । ଏବଂ ସେ ଗୋଟେ ପେଣ୍ଟିଂ ପାଇଁ ୨ ହଜାର ଟଙ୍କା ନିଅନ୍ତି । ଗୋଟେ ପେଣ୍ଟିଂ କରିବାକୁ ତାଙ୍କୁ ମାତ୍ର ୧୦ମିନିଟ୍ ସମୟ ଲାଗେ । ମହେଶଙ୍କ ଚିତ୍ର କଳା ଯୋଗୁଁ ତାଙ୍କ ପରିବାର ଲୋକେ ବହୁତ ଗର୍ବିତ ଏବଂ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।