spot_img
Home Blog Page 6533

କୋଭିଡ୍ କରୋନା ଆକ୍ରାନ୍ତ ମହିଳାଙ୍କଠାରୁ ଜନ୍ମ ହେଲେ ୨୦୦ ନିରୋଗୀ ଶିଶୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ କୋଭିଡ ମାମଲା ବୃଦ୍ଧି ହେଉଥିବା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ନିରୋଗୀ ଶିଶୁ ଜନ୍ମ ନେଇଛନ୍ତି । ବେଙ୍ଗାଲୁରୁରୁ ଏଭଳି  ଖୁସି ଖବର ଆସିଛି । କର୍ଣ୍ଣାଟକରେ କରୋନା ତାଣ୍ଡବ ଜାରି ରହିଛି । ହେଲେ ଏହି ଚିନ୍ତା ଜନକ ପରିସ୍ତିତି ଭିତରେ ମଙ୍ଗଳବାର ଆସିଥିବା  ଖୁସିଖବର ପୁଣି ସାରା ଦେଶବାସୀଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି । ସହରରେ ଥିବା ଭିକ୍ଟୋରିଆ ଏବଂ ଭାନିଭିଲାସ ହସ୍ପିଟାଲରେ ଦୁଇ ଶହ କରୋନା ଆକ୍ରାନ୍ତ ମହିଳାଙ୍କ ଠାରୁ ଦୁଇ ଶହ ଶିଶୁ ଜନ୍ମ ନେଇଛନ୍ତି । ଶିଶୁ ମାନଙ୍କୁ ବି କରୋନା ଆଶଙ୍କାରେ କୋଭିଡ୍ ପରୀକ୍ଷା କରାଯାଇଥିଲା ।

ହେଲେ ସମସ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ଦେଇଛନ୍ତି ଦୁଇ ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଭଳି ସଙ୍କଟ ସମୟରେ ସୁରକ୍ଷିତ ଭାବେ ପ୍ରସବ କରାଇବା ନିଜ ପାଇଁ ଏକ ମାଇଲଖୁଣ୍ଟ ବୋଲି ମଧ୍ୟ ଦୁଇ ମେଡିକାଲ ପକ୍ଷରୁ ପ୍ରକାଶ କରାଯାଇଛି  । ସେପଟେ ଦୁଇ ମେଡିକାଲର ଏଭଳି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କର୍ଣ୍ଣାଟକ ସ୍ୱାସ୍ଥ୍ୟ ଶୀକ୍ଷା ମନ୍ତ୍ରୀ କାକ୍ତର କେ ସୁଧାକର ମିଶ୍ର  । ଗତ କିଛି ସପ୍ତାହ ମଧ୍ୟରେ କର୍ଣ୍ଣାଟକରେ କରୋନା ମାମଲା ବଢୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧.୮୨ ଲକ୍ଷରୁ ଅଧିକ ମାମଲା ରହିଛି । ସେଥିମଧ୍ୟରୁ ପ୍ରାୟ ୮୦,୦୦୦ସକ୍ରିୟ ମାମଲା ରହିଛି। କେବଳ ରାଜଧାନୀ ବେଙ୍ଗାଲୁରୁରେ ୭୫,୦୦୦ରୁ ଅଧିକ ଲୋକେ କରୋନାଭାଇରସ୍ ସଂକ୍ରମିତ ବୋଲି ଜଣା ପଡିଛି । ତେବେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

କୋରାନା ଭ୍ୟାକ୍ସିନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ନୀତି ଆୟୋଗ ଏକ୍ସପୋର୍ଟ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ: ମହାମାରୀ କରୋନା ନେଇ ସାରା ବିଶ୍ୱରେ ହାହାକାର ପଡିଛି । ଆଉ ଏତିକି ବେଳେ ଋଷର ଭ୍ୟାକ୍ସିନ୍ ନୂଆ ଆଶା ସଂଚାର କରିଛି । ଗତକାଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟିକା ପ୍ରସ୍ତୁତି ନେଇ ଘୋଷଣା ପରେ ୨୦ଟି ଦେଶ ଟିକା ପାଇଁ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ଭ୍ୟାକ୍ସିନର ଏକ ମିଲିୟନ ଡୋଜ୍ ପ୍ରସ୍ତୁତ ହେବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି ମୁଖ୍ୟ କିରିଲ ଡିମିଟ୍ରିଏଭ । ଏଥିସହ ବିଦେଶୀ ଭାଗିଦାରୀ ସହ ମିଶି ଋଷ ପାଞ୍ଚଟି ଦେଶରେ ବାର୍ଷିକ ୫୦୦ ନିୟୁତ ଡୋଜ୍ ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବୁଧବାର ଠାରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ସୁଦ୍ଧା ଏହା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି ।

ତେବେ ଭାରତକୁ କୋରାନା ଭ୍ୟାକ୍ସିନ ମିଳିବା ନେଇ ପ୍ରସ୍ତୁତି ଜାରି ରହିଛି ।  ଏ ନେଇ ଆଜି ଏକ ଗୁରୁତ୍ୱପୂର୍ଣ ବୈଠକ ବସିବ । ଯେଉଁଥିରେ ନୀତି ଆୟୋଗର ଏକ୍ସପୋର୍ଟ କମିଟିର ଅଧ୍ୟକ୍ଷ  ଭିକେ ପଲ୍ (v k poul) ସାମିଲ ହେବେ । ବୈଠକରେ କୋଭାକସିନ ପ୍ରସ୍ତୁତ କରୁଥିବା ସଂସ୍ଥା  ଭାରତ ବାଓଟେକ୍ ଇଣ୍ଡିଆ ଲିମିଟେଡ଼ର ବରିଷ୍ଠ ଅଧିକାରୀ, ICMR ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ ମଧ୍ୟ ସାମିଲ ହେବେ । ବୈଠକରେ ଭ୍ୟାକ୍ସିନକୁ ନେଇ ଆଲୋଚନା ହେବ ।

ଏହାର ଭିତିଭୂମି, ନିର୍ମାଣ, ପ୍ରସ୍ତୁତି ଉପରେ ଆଲୋଚନା କରିବେ ଉପସ୍ଥିତ ଅଧିକାରୀ ମାନେ । କିଭଳି ଭାବେ ଏବେ ଏହା ଫଳପ୍ରଦ ହେବ, କେତେ ଦୂର କୋରାନାକୁ ମାତ ଦେଇ ପାରିବ ସେ ନେଇ ଆଲୋଚନା ହେବ । ଏବେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜାରି ରହିଛି । ଦେଶର ଏବେ ୧୨ଟି ମେଡିକାଲ କଲେଜରେ ପରୀକ୍ଷଣ ଜାରି ରହିଛି । ଆଗକୁ କିଭଳି ଭାବେ ଏହାର ବିନିଯୋଗ କରା ଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହେବ ।

ଆଜି ବି ଭିଜିବ ଓଡ଼ିଶା, ଲଘୁଚାପ ସହ ଟ୍ରଫ୍‌ଲାଇନ ପ୍ରଭାବରେ ରାଜ୍ୟରେ ୪ଦିନ ହେବ ବର୍ଷା ଜାରି

ଆଜି ବି ଭିଜିବ ଓଡ଼ିଶା, ଲଘୁଚାପ ସହ ଟ୍ରଫ୍‌ଲାଇନ ପ୍ରଭାବରେ ରାଜ୍ୟରେ ୪ଦିନ ହେବ ବର୍ଷା ଜାରି

କୋରାନା ଭ୍ୟାକ୍ସିନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ… ଯୋଗ ଦେବେ ନୀତି ଆୟୋଗ ଏକ୍ସପୋର୍ଟ କମିଟି ଅଧ୍ୟକ୍ଷ

କୋରାନା ଭ୍ୟାକ୍ସିନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ… ଯୋଗ ଦେବେ ନୀତି ଆୟୋଗ ଏକ୍ସପୋର୍ଟ କମିଟି ଅଧ୍ୟକ୍ଷ

ବିଭ୍ରାନ୍ତିକର ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ମୁଖା ଖୋଲିଲେ ହରିନଗର ବସ୍ତି ବାସିନ୍ଦା

ବିଭ୍ରାନ୍ତିକର ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ମୁଖା ଖୋଲିଲେ ହରିନଗର ବସ୍ତି ବାସିନ୍ଦା

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ: ଆଜି ମଧ୍ୟାହ୍ନ ୧୨:୩୦ ରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର: କରୋନା ଯୋଗୁଁ ସ୍କୁଲ, କଲେଜରେ ଏବେ ଅନଲାଇନ୍ ପାଠପଢା ଚାଲିଛି । ପୂର୍ବରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତା ଦେଖା ନେଇ ଅନେକ ସମସ୍ୟା ହୋଇଥିଲା । ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖାତା ମୂଲ୍ୟାୟନ ସ୍ଥଗିତ ରଖାଯାଇଥିଲା । ବିଭିନ୍ନ ଜିଲ୍ଲାରେ ସଟଡାଉନ୍ ଘୋଷଣା ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନଥିଲେ । ହେଲେ ସମସ୍ୟାର ସମାଧାନ ପରେ ଖାତା ଦେଖା ହୋଇଥିଲା । ଜୁଲାଇ ମାସ ୨୯ ତାରିକରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା ।

ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଥିଲା । ଚଳିତ ବର୍ଷ ଏସଏମଏସରେ ବି ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଏନେଇ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଥିଲା। ତେବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ ଆଜି ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟା ୩୦ରେ ରେଜଲ୍ଟ  ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବ  । ୧୪ରୁ ୨୨ ତାରିଖ ମଧ୍ୟରେ ଯୁକ୍ତ ୨ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ୧୪ରୁ ୨୪ ତାରିଖ ମଧ୍ୟରେ ଓପନଲର୍ଣ୍ଣିଂ ପରୀକ୍ଷା ହେବ  ।  ସେହିପରି ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ଯୋଜନା କରାଯାଇଛି  । ଏସବୁ ପ୍ରକ୍ରିୟା ସବୁକୁ ଅଗଷ୍ଟ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି  । 

ସଞ୍ଜୟ ଦତ୍ତଙ୍କୁ କ୍ୟାନସର୍ , କରୋନା ରିପୋର୍ଟ ନେଗେଟିଭ୍

0

ମୁମ୍ୱାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସ କର୍କଟ ରୋଗ ହୋଇଥିବା ଜଣାପଡିଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ସେ ଲିଲାଭାଟୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଭିନେତାଙ୍କୁ ସୋମବାର ମେଡିକାଲରୁ ଡିସଚାର୍ଜ କରାଯାଇଛି। ଏହାପୂର୍ବରୁ ଆଜି ଅଭିନେତା ଟ୍ୱିଟରରେ ଏକ ବିବୃତ୍ତି ପୋଷ୍ଟ କରି ଘୋଷଣା କରିଛନ୍ତି ଯେ ଡାକ୍ତରୀ ଚିକିତ୍ସା ଉପରେ ଧ୍ୟାନ ଦେବା ପାଇଁ ସେ ବୃତ୍ତିଗତ କାର୍ଯ୍ୟରୁ “ସ୍ୱଳ୍ପ ବିରତି” ଗ୍ରହଣ କରିବେ। ଏଥିସହ ସେ ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତା ନକରିବାକୁ କିମ୍ବା ଅନାବଶ୍ୟକ କଳ୍ପନା ନକରିବାକୁ ଅନୁରୋଧ କରି କହିଛନ୍ତି ଯେ ଲୋକଙ୍କ ପ୍ରେମ ଏବଂ ସମର୍ଥନ ସହିତ ସେ ଶୀଘ୍ର ଫେରିବେ।

“ମୁଁ କିଛି ଚିକିତ୍ସା ପାଇଁ କାମରୁ ଅଳ୍ପ ସମୟ ବିରତି ନେଉଛି। ମୋର ପରିବାର ଏବଂ ବନ୍ଧୁମାନେ ମୋ ସାଥିରେ ଅଛନ୍ତି ଏବଂ ମୁଁ ମୋର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ଚିନ୍ତା କର ନାହିଁ କିମ୍ବା ଅନାବଶ୍ୟକ କଳ୍ପନା କର ନାହିଁ। ତୁମର ପ୍ରେମ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ଫେରି ଆସିବି!” ଗତ ୮ ତାରିଖରେ ଲୀଳାବତୀ ହସପିଟାଲରେ ଭର୍ତ୍ତି ହୋଇଥିଲେସଞ୍ଜୟ କରୋନା ସଂକ୍ରମିତ ହୋଇଥିବା ଡାକ୍ତର ସନ୍ଦେହ କରୁଥିଲେ ସଞ୍ଜୟଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି ।

 

 

Odisha Corona Updates : ଆଜି ସୁସ୍ଥ ହେଲେ ୧୭୮୫, ୩୫ ହଜାର ପାଖେଇଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ୧୭୮୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଟ୍ୱିଇଟ୍ କରି ଏନେଇ ସୂଚନା ଦିଆଯାଇଛି । ତେବେ ସୁସ୍ଥ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଥିବା ବେଳେ ଆଜି ୪୦୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାର ୨୬୩, କଟକର ୧୨୬, ସମ୍ୱଲପୁରର ୧୨୬, କେନ୍ଦୁଝରର ୧୦୧, ମାଲକାନଗିରିର ୯୧, କନ୍ଧମାଳର ୮୪, ରାୟଗଡ଼ା ୮୧, ଗଜପତି ୮୦, ଢେଙ୍କାନାଳର ୬୦, ମୟୂରଭଞ୍ଜର ୫୦ ଜଣ ସୁସ୍ଥ ହୋଇଛନ୍ତି ।

 

ସେହିଭଳି ଯାଜପୁରର ୪୯, କଳାହାଣ୍ଡିର ୪୮, ବାଲେଶ୍ୱରର ୩୨, ନୟାଗଡ଼ର ୩୧, ସୁନ୍ଦରଗଡ଼ର ୩୦, ଭଦ୍ରକର୨୮, କେନ୍ଦ୍ରାପଡ଼ା ୨୪, ପୁରୀର ୨୨, ବରଗଡ଼ର୧୦, ନୂଆପଡ଼ାର ୧୦, ନବରଙ୍ଗପୁରର୮, ଜତଗସିଂହପୁର ଓ କୋରାପୁଟର ୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗିରର ୫, ବୌଦ୍ଧର ୪, ଝାରସୁଗୁଡ଼ାର ୩ ଓ ଦେଓଗଡ଼ର ଜଣେ  ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ  କରୋନା ସଂକ୍ରମଣର ମାତ୍ରା ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ଏଯାବତ୍ ରାଜ୍ୟରେ ୩୪ ହଜାର ୮୦୫ ବ୍ୟକ୍ତି ସୁସ୍ଥ ହୋଇ ସାରିଲେଣି ।

ଭୁବନେଶ୍ୱର କୋଭିଡ୍ ଅପଡେଟ୍ : ୧୦୯ ନୂଆ ସଂକ୍ରମିତ, ୧୩୪ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୧୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଚାଇନ ସେଣ୍ଟରରୁ ୬୦ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ରାଜଧାନୀରେ ଗତ କିଛି ଦିନ ହେବ ସଂକ୍ରମଣର ମାତ୍ରା କମିଥିବା ନଜରକୁ ଆସୁଛି ।

ଅନ୍ୟପକ୍ଷରେ ସୁସ୍ଥତା ହାର ସହରରେ ବଢୁଛି । ଗତ ଦୁଇ ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ଆଜି ଭୁବନେଶ୍ୱରରେ ୧୩୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରରେ ଏଯାବତ୍ ସମୁଦାୟ ୪୧୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୮୦୭ ସୁସ୍ଥ ହୋଇ ସାରିଲେଣି । ୧୩୩୯ ଜଣ ସକ୍ରିୟ ସଂକ୍ରମିତ ଭୁବନେଶ୍ୱର ମହାନଗର ନିଗମରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୨ ଜଣ ବ୍ୟକ୍ତି ମୃତ୍ୟୁ ହେଲେଣି ।

ଏଥର କଟକଣାରେ ସ୍ୱାଧୀନତା ଦିବସ, ଉପସ୍ଥିତ ରହିବେ କୋଭିଡ୍ ଯୋଦ୍ଧା

0

ଭୁବନେଶ୍ୱର: କରୋନା କଟକଣାରେ ପାଳନ ହେବ ସ୍ଵାଧୀନତା ଦିବସ । ଏ ନେଇ ଆଜି ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପରେଡ଼ ରିହରସେଲ ଆୟୋଜିତ ହୋଇଛି । ଏହି ରିହରସେଲରେ ଏସଏସବି, ଓଡ୍ରାଫ , ଓଏସଏପି, ଏବଂ ୭ମ ବଟାଲିୟନ ବ୍ରାସବ୍ୟାଣ୍ଡ ଭାଗ ନେଇଛନ୍ତି । ଏହି ରିହରସେଲରେ ଭୁବନେଶ୍ଵର କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଉମାଶଙ୍କର ଦାସ, ଏସଓଜି ବଟାଲିୟନ କମାଣ୍ଡାଣ୍ଟ ଅଜୟ ପ୍ରଧାନ , ୭ମ ବଟାଲିୟନର ବିଜୟ ସାହୁଙ୍କ ଭଳି ଅନେକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଥର କୋଭିଡ ନିୟମ ଭିତରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେ ନେଇ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଗୋଟିଏ କିମ୍ବା ଦୁଇଟି ପୋଲିସ ବାହିନୀ ମୁଖ୍ୟ ଅତିଥିଙ୍କ ସ୍ୱାଗତ ପାଇଁ ନିୟୋଜିତ ହେବେ । ଚଳିତବର୍ଷ ମହାମାରୀ ସ୍ଥିତିକୁ ନଜରରେ ରଖି ପରେଡ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି । ଚଳିତବର୍ଷ ସ୍ୱାଧିନତା ଦିବସ ପାଳନରେ ସାଧାରଣ ଲୋକେ ସାମିଲ ହେବେ ନାହିଁ ।

ଅତିଥି ସଂଖ୍ୟା ୫୦ରୁ ୭୫ ରହିବ । ସେମାନଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ୍ ଯୋଦ୍ଧା ରହିବେ । ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ । ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ଅନଲାଇନ କୁଇଜ, ରଚନା ପ୍ରତିଯୋଗିତା ହୋଇପାରିବ। ବୃକ୍ଷ ରୋପଣ ବି ହୋଇପାରିବ। ଏହି ନିୟମ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି।