ଆମ୍ୱୁଲାନ୍ସ ଅବହେଳାରେ ଶିଶୁମୃତ, ଅବହେଳା ସ୍ୱୀକାର କଲେ କର୍ତ୍ତୃପକ୍ଷ
ମୟୁରଭଞ୍ଜ : ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ। ଡାକ୍ତରଖାନା ପରିସରରେ ଉନେଜନା। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଆମ୍ବପୋତା ଗ୍ରାମର ନିଶାରଞ୍ଜନ ବେହେରାଙ୍କର ଏକ ବର୍ଷର ଶିଶୁ ପୁତ୍ର ଦେହ ଅସୁସ୍ଥ ହେବାରୁ ରବିବାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ସୋମବାର କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ବାଟରେ ପିଲାଟି ନିସ୍ତେଜ ହୋଇଯିବାରୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଡାକ୍ତରଙ୍କୁ ଦେଖାଇଥିଲେ।

ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ ଶିଶୁଟିକୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରୁ କଟକ ବଡ଼ ମେଡିକାଲକୁ ୧୦୮ ଆମ୍ବୁଲାନସରେ ନେବା ରାସ୍ତାରେ ଆମ୍ବୁଲାନସ୍ କର୍ମଚାରୀ ଏକ ହୋଟେଲରେ ପାଖାପାଖି ୨ଘଣ୍ଟା ସମୟ ଧରି ଖାଦ୍ୟ ଖାଇଥିଲେ। ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଶିଶୁକୁ କୌଣସି ଚିକିତ୍ସା ବ୍ୟବସ୍ତା ଆମ୍ବୁଲାନ୍ସ କର୍ମଚାରୀ ପ୍ରଦାନ କରି ନ ଥିଲେ।

ଯାହା ଫଳରେ ପିଲାଟି ଗୁରୁତ୍ତର ହୋଇ ପଡ଼ିଥିଲା। ପରିବାର ଲୋକେ ନ୍ୟାୟ ଅପେକ୍ଷାରେ ଆମ୍ବୁଲାନ୍ସ ଭିତରେ ନିଜ ମୃତ ଶିଶୁକୁ ଧରି ବସି ରହିଥିବା ବେଳେ ବେତନଟୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି। ସେପଟେ କର୍ମଚାରୀଙ୍କ ଅବହେଳା ସ୍ବୀକାର କଲେ 108 ଆମ୍ବୁଲାନ୍ସ କର୍ତ୍ତୃପକ୍ଷ । ଘଟଣାରେ ସମ୍ପୃକ୍ତ ଫାର୍ମାସିଷ୍ଟକୁ ବରଖାସ୍ତ କରାଯାଇଥିବା ସୂଚନା ଦେଇଛନ୍ତି 108 ଆମ୍ବୁଲାନ୍ସ କର୍ତ୍ତୃପକ୍ଷ ।
ଲଳିତ କଳା ଏକାଡେମୀ ଦେଲା ଧର୍ମପଦ ପୁରସ୍କାର, ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତର ଶ୍ରେଷ୍ଠ ଶିଳ୍ପୀ ପୁରସ୍କୃତ……..
ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ’ ପୁରସ୍କାର ପ୍ରଦାନ କରାଯାଇଛି । ୭ ଜଣ ବିଶିଷ୍ଟ ଶିଳ୍ପୀଙ୍କୁ ସେମାନଙ୍କ ଘରକୁ ଯାଇ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରତି ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା ସହ ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯାଇଛି ।

୨୦୦୯ ବର୍ଷ ପାଇଁ ଗୋକୁଳି ବିହାରୀ ପଟ୍ଟନାୟକ, ୨୦୧୦ ବର୍ଷ ପାଇଁ ସ୍ୱର୍ଗତ ଅସୀମ ବସୁ, ୨୦୧୧ ବର୍ଷ ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସ, ୨୦୧୨ ବର୍ଷ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ବର୍ଷ ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ସ୍ୱର୍ଗତ ଦିନନାଥ ପାଠୀ ଓ ୨୦୧୫ ବର୍ଷ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ଅସୀମ ବସୁ, ଦିନନାଥ ପାଠୀ ଓ ଗୋକୁଳି ପଟ୍ଟନାୟକଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ଏହି ପୁରପସ୍କାର ।
ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୨୩୬, ସମୁଦାୟ ସୁସ୍ଥତା ସଂଖ୍ୟା ୩୩ ହଜାର ଡେଇଁଲା…..
ଭୁବନେଶ୍ୱର : ରାଜ୍ୟରେ ଆଜି ୧୨୩୬ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ସୁସ୍ଥ ସଂଖ୍ୟାରେ ଖୋର୍ଦ୍ଧା ସବୁଠାରୁ ଆଗରେ ରହିଛି । ଖୋର୍ଦ୍ଧାରେ ୪୬୧ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୮୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟଗୁଡିକ ମଧ୍ୟରେ ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନଗୁଳ ୩୯, କୋରାପୁଟ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪, ଜଗତସିଂହପୁରରୁ ୩୨, ସୁନ୍ଦରଗଡ଼ରୁ ୩୨,ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବୌଦ୍ଧରୁ ୯, ଝାରସୁଗୁଡ଼ାରୁ ୮, ନୟାଗଡ଼ରୁ ୬, କଟକରୁ ୩, କେନ୍ଦ୍ରାପଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ସାରା ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢୁଥିଲେ ମଧ୍ୟ ସୁସ୍ଥତା ହାର ସନ୍ତୋଷଜନକ ରହିଛି । ଏଯାବତ୍ ରାଜ୍ୟରେ ୩୩ ହଜାର ୨୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଲେନି ।
ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର କରୁଛନ୍ତି ସରକାର
ଭୁବନେଶ୍ୱର: କରୋନା ବ୍ୟାପିବା ପରେ ସରକାର ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ । ସାଧାରଣ ଲୋକଙ୍କ ବିନା ପ୍ରବେଶରେ କେବଳ ସୀମିତ ସେବାୟତଙ୍କ ସହାୟତାରେ ମନ୍ଦିର ପରିଚାଳିତ ହେଲା । ନୀତିକାନ୍ତି ଯେତିକି ସେବାୟତ ଯିବା କଥା ସେତିକି ହିଁ ମନ୍ଦିର ପ୍ରବେଶ କଲେ । ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ସମ୍ୱଲପୁର ସମଲେଇ ପର୍ଯ୍ୟନ ସମାନ ନ୍ୟାୟରେ କାମ ଚାଲିଲା । ତେବେ ସଂକ୍ରମଣର ୬ ମାସ ପରେ ଏବେ ମନ୍ଦିର ଖୋଲିବା ନେଇ ସରକାର ବିଚାର କରୁଛନ୍ତି ।

ବାସ୍ତବରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ଲଦିବା ପରେ ସରକାର ମାନସ ମନ୍ଥନ କଲେଣି । ସରକାର ଏବେ କେବଳ କଣ୍ଟେନମେଣ୍ଟ ଜୋନ ବାଦ ସବୁ ଅଞ୍ଚଳର ମନ୍ଦିର ଖୋଲିବାକୁ ନିଷ୍ପତ୍ତି ଉପରେ ବିଚାର କରୁଛନ୍ତି । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । କରୋନା ସଂକ୍ରମଣର ସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ସଂକ୍ରମଣ ଯେପରି ନବ୍ୟାପିବ, ଗାଇଡ୍ଲାଇନ ପାଳନ ପୂର୍ବକ ମନ୍ଦିର ଖୋଲିବା ନେଇ ଧ୍ୟାନ ଦିଆଯିବ







