spot_img
Home Blog Page 6543

ଆଜି ସାରା ଦେଶରେ ବାଜି ଉଠିଥିଲା ଇଂରେଜ ଭାରତ ଛାଡ଼ ଆନ୍ଦୋଳନର ରଣହୁଙ୍କାର ଧ୍ୱନି

ଆଜି ହେଉଛି ଅଗଷ୍ଟ ୯  । ଏହି ଦିନ ପୁରା ଦେଶ ପାଳନ କରିଥାଏ କ୍ରାନ୍ତି ଦିବସ । ଭାରତରୁ ଇଂରେଜୀଶାସନ ହଟେଇବା ପାଇଁ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଗଢ଼ିଉଠିଥିଲା ଦୁର୍ବାର ଆନ୍ଦୋଳନ । ଏହି ଆନ୍ଦୋଳନର ଶେଷ ତୂର୍ଯ୍ୟନାଦ ୧୯୪୨ ଅଗଷ୍ଟ ମାସରେ ବାଜିଥିଲା । ଅଗଷ୍ଟ ୦୯ରେ ଆରମ୍ଭ ହେଲା ଭାରତ ଛାଡ଼ ଆନ୍ଦୋଳନ । ସେଥିପାଇଁ ଏହି ବିଶେଷ ଦିନକୁ ସାରା ଦେଶରେ ଆମେ କ୍ରାନ୍ତି ଦିବସ ଭାବରେ ପାଳନ କରିଥାଉ ।

ଇତିହାସ କହେ ଭାରତର ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିବା ଜାତୀୟତା ଆନ୍ଦୋଳନ, ୧୯୪୨ ମସିହା ବେଳକୁ ବ୍ୟାପକ ଗଣ ବିପ୍ଳବର ରୂପ ନେଇଥିଲା । ଆଦିବାସୀ, ଚାଷୀ,ମୂଲିଆଙ୍କ ଠାରୁ ଆରମ୍ଭ କରି ସହରର ଶ୍ରମିକ, ଛାତ୍ର ସବୁ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ । ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ଅଗଷ୍ଟ ୦୯ ସକାଳେ ଅଧିକାଂଶ ଦେଶସେବୀ, ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା । ଏହି ନେତାଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ ଓ ବିଶ୍ୱନାଥ ଦାସଙ୍କ ପରି ବହୁ ସଂଗ୍ରାମୀ ।

୧୯୪୨ ଅଗଷ୍ଟ ୨୬ ତାରିଖରେ କାଇପଦା ଠାରେ ପୋଲିସ ଗୁଳିରେ ୪ଜଣ ସହିଦ ହୋଇଥିଲେ । କୋରାପୁଟର ମାଥିଲି ଠାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ମଧ୍ୟ ଦିଆଯାଇଥିଲା । ସେହିପରି ପାପଡ଼ାହାଣ୍ଡି, ନୀଳଗିରି, ଇରମ୍‌ ଠାରେ ଆନ୍ଦୋଳନକାରୀମାନେ ପୋଲିସ ଗୁଳିକୁ ଭ୍ରୁକ୍ଷେପ ନ କରି ସହିଦ ହୋଇଥିଲେ ।

କ୍ରାନ୍ତି ଦିବସରେ ଆରମ୍ଭ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ, କରୋନା ପାଇଁ ହେବ ସହାୟକ

ଭୁବନେଶ୍ୱର: ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ । ‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଏହି ଅଭିଯାନ ସପ୍ତାହ ବ୍ୟାପି ଚାଲିବ । କରୋନା ସମୟରେ ରକ୍ତ ସଂକଟ ଦୂର କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଚାଲିବ ଏହି ଅଭିଯାନ । ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସକାଳ ସାଢେ ୯ଟାରେ ରକ୍ତଦାନ ଶିବିରର ଶୁଭାରମ୍ଭ ହୋଇଛି ।

ଓଡିଶା-ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଶିବିରର ଉଦଘାଟନ । ରକ୍ତଦାନ ଶିବରରେ ବିଧାୟକ ଦେବୀ ପ୍ରସାଦ ମିଶ୍ର,  ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଏବଂ ଦଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରୁଛନ୍ତି । ସପ୍ତାହ ଧରି ଚାଲିବ ଏହି ରକ୍ତଦାନ ଶିବିର । ତେବେ ଏହି ସିବିରରୁ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଦେଶରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସୁସ୍ଥତା ହାର, ସୁସ୍ଥ ସଂଖ୍ୟା ୧୪ ଲକ୍ଷ ପାର

ନୂଆଦିଲ୍ଲୀ: ଭାରତରେ ରେକର୍ଡ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତ ମୋଟ ସଂଖ୍ୟା ୨୧ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୫୩ ହଜାର ୦୧୧ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪୩,୩୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୬୪ ହଜାର ୩୯୯ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା  ବେଳେ ୮୬୧ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁ ହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

ଗଣେଶ ପୂଜା ପାଇଁ କଟକଣା, କରୋନା ପାଇଁ ସର୍ବସାଧାରଣରେ ହେବ ନାହିଁ ଗଣେଶ ପୂଜା

କଟକ: କରୋନା କହରରେ ପୁରା ଦେଶ । ବନ୍ଦ ହେବାକୁ ଲାଗିଛି ଗୋଟିଏ ପରେ ଗେଟିଏ ପର୍ବ । କରୋନାର ନାଲି କିଟମିଟ ଆଖି ଏବେ ଆମ ସଂସ୍କୃତି ଏବଂ ପରମ୍ପରା ଉପରେ ପଡ଼ିବାକୁ ଲାଗିଲାଣି । ଦେଶରେ ବିଭିନ୍ନ ପ୍ରକାରର ପୂଜା ପାର୍ବଣ ଏବେ ଧିରେ ଧିରେ ହୋଇ କରୋନା ଡ଼ରରେ ବନ୍ଦ ହେଲାଣି । ପୂର୍ବରୁ ମୁମ୍ବାଇରେ ବିଶ୍ୱ ପ୍ରସିଦ୍ଧ ଗଣେଶ ପୂଜା ହେବ ନାହିଁ ବୋଲି ସୁଚନା ମିଳିଥିଲା  । ଆଉ ଏବେ କଟକରେ ।

କଟକରେ ପୂଜା ହେବ କିନ୍ତୁ ସର୍ବସାଧାରଣର ହେବ ନାହିଁ ଗଣେଶ ପୂଜା । କ୍ଲବ କିମ୍ବା ଶିକ୍ଷାନୁଷ୍ଠାନରେହ କରାଯାଇପାରିବନି ପୂଜା । ପୂଜକଙ୍କୁ ନଡାକି ନିଜ ଘର ଭିତରେ ରହି ପୂଜା କରିବାକୁ କଟକଣା ଜାରି କରିଛି କଟକ ପ୍ରଶାସନ । ସେହିଭଳି ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ମୃତ୍ତି ପାଇଁ କଟକଣା ଭିତରେ ଉଠାପାରିବେ ମାଟି । ପାର୍ବଣରେ ପୂଜାକୁ ନେଇ  ଶାନ୍ତି କମିଟି, ଓ ପୂଜା କମିଟି ସହ ଆଲୋଚନା ପରେ ଏହି ନିସ୍ପତି ନିଆଯାଇଛି  । ତେବେ ଶାରଦୀୟ ଦୂର୍ଗାପୂଜା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତି ନିଆଯିବ ବୋଲି ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ

ଜମ୍ମୁ କଶ୍ମୀର ସୀମାରେ ଅସ୍ତ୍ରବିରତି ଉଲଂଘନ, ବୁଡଗାମରେ ଆତଙ୍କୀ ଗୁଳିର ଶିକାର ହେଲେ ବିଜେପି ନେତା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅସ୍ତ୍ରବିରତୀ ଉଲଙ୍ଘନ କଲା ପାକିସ୍ତାନ । ପୁଞ୍ଚ ଜିଲ୍ଲା ମାନକୋଟ ସେକ୍ଟରରେ ସିଜଫାୟାର ଚାଲିଥିବା ବେଳେ ଭାରତୀୟ ସେନା ସଜାଗ ରହିଛନ୍ତି । ସେପଟେ ବୁଡଗାମରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହେଲେ ବିଜେପି ନେତା । ବୁଡଗାମ ଜିଲ୍ଲା ବିଜେପି ସଭାପତି ଓବିସ ମୋର୍ଚ୍ଚା ଅବଦୁଲ ହମିଦ ନଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କାରଯାଇଛି । ବୁଡଗାମ ଏସଏସପି ଓ ଜମ୍ମୁ କଶ୍ମୀର ପୋଲିସ ହମିଦଙ୍କୁ ମେଡିକାଲ ସ୍ଥାନାନ୍ତର କରିଛନ୍ତି । ଆତଙ୍କୀଙ୍କ ସାମ୍ନା କରିବାକୁ ଯବାନ ପ୍ରସ୍ତୁତ ଥିବା ଦେଖିବାକୁ ମିଲିଛି । ପୁରା ଅଞ୍ଚଳରେ ସେନା ଛାଉଁଣୀ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଛି।

ପୂର୍ବରୁ ମଧ୍ୟ ଅଗଷ୍ଟ ୪ ରେ, ଧାରା ୩୭୦ ଏବଂ ୩୫ଏ ହଟାଇବାର ପ୍ରଥମ ବାର୍ଷିକୀ ପୂର୍ବରୁ ଆତଙ୍କବାଦୀମାନେ କୁଲଗାମର ମିର ବଜାରରେ ବିଜେପି ସରପଞ୍ଚ ଆରିଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଥିଲେ ଯେଉଁଥିରେ ସେ ପ୍ରଥମେ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ଭାରତୀୟ ଜନତା ପାର୍ଟି କର୍ମୀ ୱାସିମ ବରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ୱାସିମଙ୍କ ବ୍ୟତୀତ ତାଙ୍କ ପିତା ବଶିର ଅହମ୍ମଦ ଏବଂ ଭାଇ ଉମର ବଶୀରଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା । ତିନିଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।

ହୋଟେଲରେ ଥିବା କୋଭିଡ କେୟାରରେ ଲାଗିଲା ନିଆଁ, ୭ ଜଣଙ୍କର ମୃତ୍ୟୁ ୩୦ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଜୟୱାଡାର ଏକ କୋଭିଡ କେୟାର ହୋଟେଲରେ ନିଆଁ ଲାଗିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ହୋଟେଲ ଭିତରୁ ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏପର୍ଯ୍ୟନ୍ତ ୩୦ଜଣଙ୍କୁ ଉଦ୍ଧାର କାରଯାଇଥିବା ବେଳେ ପ୍ରାୟ ୭ଜଣଙ୍କ ଜୀବନ ଯାଇଥିବା ସୂଚନା ମିଲିଛି । ନିଆଁ ଲାଗିଥିବା ହୋଟେଲରେ ହସ୍ପିଟାଲ ତରଫରୁ କୋଭିଡ୧୯ ସୁବିଧା ମିଳୁଥିଲା । ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ହୋଟେଲ ଗୋଲଡେନ୍ ପ୍ୟାଲେସରେ ଏହି ଦୁର୍ଘଟଣା ଘଟିଛି । ହୋଟେଲରେ ୩୦ ଜଣ କରୋନା ରୋଗୀ ଏବଂ ୧୦ ଜଣ ଡାକ୍ତରଖାନାର କର୍ମଚାରୀ ଥିଲେ।

ବିଜୟୱାଡା ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବହୁ ପରିଶ୍ରମ ପରେ ନିଆଁକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିଜେ ସମଗ୍ର ଦୁର୍ଘଟଣା ଉପରେ ନଜର ରଖିଛନ୍ତି ଏବଂ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପରେ ସମଗ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି ଏବଂ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ସେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କହିଛନ୍ତି ଯେ ହୋଟେଲକୁ ଏକ ଘରୋଇ ଡାକ୍ତରଖାନା ଭଡାରେ ନେଇଥିଲା, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ରୋଗୀଙ୍କୁ ଏଠାରେ ଚିକିତ୍ସା ପାଇଁ ରଖାଯାଇଥିଲା ।

କଳହ ପରେ ସାନ ଭାଇର ଆତ୍ମହତ୍ୟା, ମୃତ ଦେହ ଦେଖି ବଡ଼ ଭାଇ ନିଜ ଦେହରେ ଲଗାଇଲା ନିଆଁ

ଧର୍ମଗଡ଼: ଘରୋଇ କଳହକୁ ନେଇ ଉନ୍ମତ କାଣ୍ଡ । ଦୁଇ ଭାଇଙ୍କ ମଧ୍ୟରେ କଳହ ପରେ ସାନ ଭାଇର ଆତ୍ମହତ୍ୟା । ସାନ ଭାଇର ମୃତ ଦେହ ଦେଖି ବଡ଼ ଭାଇ କଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ କିରୋସିନ ପକାଇ ଲଗାଇଲା ନିଆଁ । ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛି ବଡ଼ ଭାଇ । ତେବେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଯେତେବେଳେ ସୀମା ଲଙ୍ଘିଥିଲା ସେତେବେ ଦେଖା ଦେଇଥିଲା ଏମିତି କିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଥାନା ରଜମୋଟେ ର ଗାଁରେ । ମୃତକ ସାନ ଭାଇର ନାମ ହେଉଛି ଲିଙ୍ଗ ଗହିର ଏବଂ ଗରୁତର ବଡ଼ ଭାଇର ନାମ ହେଉଛି ରବିନ ଗହିର ।

ସୂଚନା ଅନୁଯାୟୀ, ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ଅନେକ ବାର ଝଗଡ଼ା ହୋଇଛି । ତେବେ ଗତ ରାତିରେ ଝଗଡ଼ା ତାର ସୀମା ଲଙ୍ଘିଥିଲା । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସାନ ଭାଇ ଘରୁ ସାଇକେଲ ନେଇ ରାତିରେ ଚାଲିଯାଇଥିଲା । ଘରଠୁ ଦୁରରେ ଥିବା ତାଙ୍କର ଚାଷ ଜମିରେ ବେକରେ ଦଉଡ଼ି ଲଗାଇ ଆତ୍ମ ହତ୍ୟା କରିଛି । ତେବେ ଘର ଲୋକ ବହୁ ଖୋଜେଖୋଜି କରିବା ପରେ ତାଙ୍କୁ ମୃତ ଅବସ୍ଥାରେ ଚାଷ ଜମିରେ ପାଇଥିଲେ । ଏହା ଦେଖି ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି ବଡ଼ ଭାଇ । ତେବେ ବଡ଼ଭାଇ ଏବେ ଗରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଇଡିର ଶିକାର ହେଲେ ରିୟାଙ୍କ ଭାଇ ଶୋଭିକ, ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ଶୋଭିକଙ୍କୁ ୧୮ ଘଣ୍ଟାର ଜେରା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଦିନକୁ ଦିନ ଜଟିଳ ରହସ୍ୟରେ ପରିଣତ ହେଉଛି । ସିବିଆଇ ତାର ତଦନ୍ତକୁ ଯୋର କରିଛି । ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣଙ୍କ ପରେ ଜଣଙ୍କୁ ଇଡି ତାର ତଦନ୍ତ ଆଢ଼ୁଆଳକୁ ନେବାରେ ଲାଗିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କକୁ ମାରାଥନ ଜେରାରେ ପ୍ରଶ୍ନ କରିଛି । ବିଭିନ୍ନ କ୍ଷେତ୍ରକୁ ନେଇ ଅର୍ଥ ହେରଫେର ମାମଲାରେ ଇଡି ଶୋଭିକଙ୍କୁ ୧୮ ଘଣ୍ଟା ଧରି ପ୍ରଶ୍ନ କରିଛି ।

ଏହାପୂର୍ବରୁ ଶୁକ୍ରବାର ଦିନ ଇଡି ଶୋଭିକଙ୍କୁ ୨ ଘଣ୍ଟା ଜେରା କରିଥିଲା । ଏଥି ସହ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଦିନ ୯ ଘଣ୍ଟା ଧରି ଇଡି ପଚରାଉଚରା କରିଥିଲା। ଇଡି ଏପର୍ଯ୍ୟନ୍ତ ଶୋଭିକ୍, ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦୀ ଏବଂ CA ରିତେଶ ଶାହାଙ୍କ ସହ ରିୟାଙ୍କୁ ପ୍ରଶ୍ନ କରିଛନ୍ତି । ସୁଶାନ୍ତଙ୍କ ପିତା ରିୟା ଏବଂ ତାଙ୍କ ପରିବାରକୁ ୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି ।

ଶନିବାର ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଏବଂ ତାଙ୍କ ଭଉଣୀ ରାନୀ ସିଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି । ସୁଶାନ୍ତଙ୍କ ପିତା କେ.କେ ସିଂଙ୍କୁ ସମବେଦନା ଜଣାଇଥିବା ବେଳେ ସିଏମ ଖଟ୍ଟର କହିଛନ୍ତି ଯେ ସମଗ୍ର ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ସେ ବର୍ତ୍ତମାନ ନ୍ୟାୟ ପାଇବେ। ସୁଶାନ୍ତ ସିଂଙ୍କ ଭାଉଜ ଓପି ସିଂ ହେଉଛନ୍ତି ଫରିଦାବାଦର ପୋଲିସ କମିଶନର।

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ସରକାର ଶନିବାର ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରିଛନ୍ତି । ଏଥିରେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି । ମହାରାଷ୍ଟ୍ର ପୋଲିସ କହିଛି ଯେ ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ସେତେବେଳେ ସିବିଆଇ ଏହି ମାମଲା ଦାୟର କରି ନଥାନ୍ତା କିମ୍ବା ତଦନ୍ତକାରୀ ଦଳ ଗଠନ କରି ଆଗକୁ ବଢ଼ିବା ଉଚିତ୍ ନୁହେଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ସିବିଆଇ ରହିବା ଉଚିତ୍ ବୋଲି ମୁମ୍ବାଇ ପୋଲିସ କହିଛି ।

ଗୁରୁତର ହେଲ ସଞ୍ଜୟ ଦତ୍ତ, ଛାତିରେ ଯନ୍ତ୍ରଣା ଯୋଗୁ ମୁମ୍ବାଇ ଲୀଲାବତୀ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି । ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସଞ୍ଜୟ ଦତ୍ତ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି । ଯଦିଓ ତାଙ୍କର କରୋନା ପରୀକ୍ଷା ନକାରାତ୍ମକ ଆସିଛି ।  ସଞ୍ଜୟ ଦତ୍ତଙ୍କୁ ଅଣ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି । ଯଦି ସବୁ ଠିକ୍ ହୁଏ, ତେବେ ଆସନ୍ତାକାଲି ସେମାନଙ୍କୁ ଡିସଚାର୍ଜ କରାଯିବ ।

ସଞ୍ଜୟ ଦତ୍ତ ଏହି ସମୟରେ ପରିବାରଠାରୁ ଦୂରରେ ଅଛନ୍ତି । ଲକଡାଉନ ପୂର୍ବରୁ ମାନ୍ୟତାଙ୍କ ସହ ତାଙ୍କର ଦୁଇ ପିଲା ଦୁବାଇରେ ଅଛନ୍ତି ଏବଂ ସେଠାରୁ ଫେରି ନାହାଁନ୍ତି । ସଞ୍ଜଜୟ ଦତ୍ତ କିଛି ସମୟ ଧରି ତାଙ୍କ ପରିବାରକୁ ହରାଇ ଆସୁଛନ୍ତି । ସୋସିଆଲ ମିଡିଆରେ ପରିବାର ସହ ଫଟୋ ଲଗାଇ ସେମାନେ ନିଜର ଭାବନା ମଧ୍ୟ ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବରୁ ସେ ତାଙ୍କ ପତ୍ନୀ ମାନିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ବର୍ତ୍ତମାନ ସମୟରେ, ଚିନ୍ତା କରିବାର ଅଧିକ ନାହିଁ କାରଣ ଅଭିନେତାଙ୍କ କରୋନା ରିପୋର୍ଟ ନକାରାତ୍ମକ ଆସିଛି ଏବଂ ସେ ଶୀଘ୍ର ହସ୍ପିଟାଲରୁ ଆରାମ ପାଇପାରିବେ ।

ବାଉଁଶ ମଞ୍ଜି ପୋତୁଛି ଆଠଗଡ଼ ବନଖଣ୍ଡ, କମିବ ହାତୀ-ମଣିଷ ଲଢ଼େଇ

0

କମିବ ହାତୀ – ମଣିଷ ଲଢ଼େଇ । ଖାଦ୍ୟ ପାଇବେ ଗଜରାଜ । ବାଉଁଶ ମଞ୍ଜି ପୋତୁଛି ଆଠଗଡ଼ ବନଖଣ୍ଡ । ବୋମା ଫିଙ୍ଗିଲେ ଉଠୁଛି ଗଛ । ତେବେ ବାରୁଦ ବୋମା ନୁହେଁ, ସାଳିଆ ବାଉଁଶ ଗଛ ପାଇଁ ମାଟି ବୋମା । ଏଥିରେ ମଞ୍ଜି ଖଞ୍ଜାଯାଇଛି । ହାତୀର ପ୍ରିୟ ଖାଦ୍ୟ ବାଉଁଶ ଜଙ୍ଗଲ ସୃଷ୍ଟି କରାଯାଉଛି । ମାଟି ବୋମାରୁ ଉଠୁଛି ମେଞ୍ଚାମେଞ୍ଚା ବାଉଁଶ ଗଛ । ଆଠଗଡ଼ ବନଖଣ୍ଡର ୩୮ ସଂରକ୍ଷିତ ଜଙ୍ଗଲରେ ଏପରି କରାଯାଉଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଜଙ୍ଗଲରୁ ୧ କ୍ବିଣ୍ଟାଲ ବାଉଁଶ ମଞ୍ଜି ଆଣିଛି ଆଠଗଡ଼ ବନଖଣ୍ଡ । ଜୁଲାଇ- ଅଗଷ୍ଟ ମାସରେ ମଞ୍ଜି ବୁଣିଲେ ୬-୭ ମାସରେ ଲମ୍ବାଲମ୍ବା ବାଉଁଶ ଗଛ ଠିଆ ହୋଇଯାଏ ।

ଉର୍ବର ମାଟି, ଖତ ଓ ଗାମାକ୍‌ସିନ ଔଷଧ ମିଶାଇ ଚିକ୍କଣ ଭାବେ ଚକଟି ଗୋଲ ପିଣ୍ଡୁଳା କରାଯାଏ । ମାଟି ପିଣ୍ଡୁଳା ଭିତରେ ବିଶୋଧିତ ବାଉଁଶ ମଞ୍ଜିକୁ ପୁର ଭଳି ଦିଆଯାଇ ଶୁଖାଯାଏ । ଶୁଖିବା ପରେ ବୋମା ପରି ଜଙ୍ଗଲରେ ଫିଙ୍ଗାଯାଏ । ଯାହା ୧୫ ଦିନରେ ଗଜା ହୁଏ ।ଚନ୍ଦକାରୁ ଖାଦ୍ୟ ସନ୍ଧାନରେ ହାତୀପଲ ଆଠଗଡ଼ ଓ ଖୁଣ୍ଟୁଣି ଯାଆନ୍ତି । ସେଠାରେ ଖାଦ୍ୟ ନପାଇଲେ ଜନବସତି -ମୁହାଁ ହୁଅନ୍ତି । କେତେବେଳ ମଣିଷକୁ ଦନ୍ତା ଦଳିଦିଏ ତ ଆଉ କେବେ ହାତୀ ହୋଇଥାଏ ମଣିଷର ରୋଷର ଶିକାର । ଗତବର୍ଷ ଆଠଗଡ଼ ବନଖଣ୍ଡରେ ୯ କିଲେ ୫୦୦ ଗ୍ରାମ୍‌ ବାଉଁଶ ମଞ୍ଜି ପୋତା ଯାଇଥିଲା ।