spot_img
Home Blog Page 6544

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୭୧୬ କରୋନା ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ହଜାର ୭୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୫୪ ହଜାର ୯୧୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୬ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୦୬, ଅନୁଗୁଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡ଼ାରୁ ୧୦୬, ବଲାଙ୍ଗୀରରୁ ୧୦୫, ସମ୍ବଲପୁରରୁ ୯୮, କେନ୍ଦ୍ରାପଡ଼ାରୁ ୭୧, ଝାରସୁଗୁଡ଼ାରୁ ୭୦, ଢେଙ୍କାନାଳରୁ ୬୬, ପୁରୀରୁ ୬୫, କଳାହାଣ୍ଡିରୁ ୬୧, ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ୱରରୁ ଓ ନବରଙ୍ଗପୁରରୁ ୪୮ ଜଣ ଲେଖାଏଁ, ମାଲକାନଗିରି ଓ ସୋନପୁରରୁ ୪୫ ଜଣ ଲେଖାଏଁ, କେନ୍ଦୁଝରରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪, ନୟାଗଡ଼ରୁ ୩୦, କୋରାପୁଟରୁ ୨୯, ରାୟଗଡ଼ା ୨୭, ଦେବଗଡ଼ ୧୬, ଗଜପତି ୮, ବୌଦ୍ଧ ୫ ଓ ଷ୍ଟେଟ ପୁଲରୁ ୮୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

https://twitter.com/HFWOdisha/status/1318917391758184450

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୭୪ ହଜାର ୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୧୮୧ ଜଣଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷ ୫୪ ହଜାର ୯୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୧୮ ହଜାର ୩୪ ଜଣଙ୍କ ଚିକିତ୍ସା ଚାଲିଛି । ସଂକ୍ରମଣରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ଏଥିସହ ପଢ଼ନ୍ତୁ- ରାଜ୍ୟର ଏହି ଜିଲ୍ଲାରେ କରୋନା ସଂକ୍ରମଣ ସବୁଠୁ କମ୍, ଜାଣନ୍ତୁ କେଉଁ ଜିଲ୍ଲା…

ଭଙ୍ଗାଘରେ ଖରା ବର୍ଷାରେ ବିତୁଛି ୪ ପ୍ରାଣୀଙ୍କ ଜୀବନ

ଚଣ୍ଡିଖୋଲ: ନାହିଁ ଖଣ୍ଡେ ଘର, ଭଙ୍ଗା ଚାଳଘରେ ବିତୁଛି ୪ ପ୍ରାଣୀଙ୍କ ଜୀବନ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର । ପାଲଟିଛି ତାଙ୍କ ପାଇଁ ସାତ ସପନ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏନେଇ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଘର ଖଣ୍ଡେ ବଦଳରେ ମିଳିଛି ଖାଲି ପ୍ରତିଶ୍ରୁତି ହିଁ ପ୍ରତିଶ୍ରୁତି ।

Helpless Family Seeking Government Assistance In Jajpur

ଭାଙ୍ଗି ଯାଇଛି ଚାଳଘର, ପଲିଥିନ୍‌ ବାନ୍ଧି ଦୟନୀୟ ଅବସ୍ଥାରେ ରହୁଛନ୍ତି ୪ ପ୍ରାଣୀ । ଯାଜପୁରର ବଡ଼ଚଣା ବ୍ଲକ ମଙ୍ଗରାଜପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନୂଆଁଣିଆ ଚାଳଘର ଉପରେ ପଡ଼ି ରହିଛି ପଲିଥିନ୍‌ । ଆଉ ପଲିଥିନ୍‌ ତଳେ ରହୁଛନ୍ତି ପ୍ରମୋଦ ସାମଲ, ତାଙ୍କ ରୋଗୀଣା ପତ୍ନୀ ଓ ଦୁଇ ଝିଅ । ପ୍ରମୋଦ ହେଉଛନ୍ତି ପେସାରେ ଶ୍ରମିକ । ତାଙ୍କର ସ୍ୱଳ୍ପ ରୋଜଗାରରେ ପତ୍ନୀଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ କଷ୍ଟେମଷ୍ଟେ ଚଳାଇ ନେଉଛନ୍ତି ପରିବାର । ହେଲେ ଘର ଖଣ୍ଡେ ତିଆରି ପାଇଁ ନାହିଁ ଶକ୍ତି କି ସାମର୍ଥ୍ୟ ।

Helpless Family Seeking Government Assistance In Jajpur

ପ୍ରମୋଦଙ୍କ କହିବା ଅନୁଯାୟୀ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରିଥିଲେ ସୁଦ୍ଧା କେହି କରୁନାହାନ୍ତି କର୍ଣ୍ଣପାତ । ଏବଂ ଘରଟି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ବିପଦସଂକୁଳ ଅବସ୍ଥାରେ ରହିଛି । ଏ ନେଇ ଆମେ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଦୃଷ୍ଟି ଗୋଚର କରିବାରୁ ଖୁବ୍‌ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି  ବିଧାୟକ ।

ସଂକ୍ରମଣ କମୁଛି, ହେଲେ ଆତ୍ମସନ୍ତୋଷ ହେବାର ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି। ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି   । ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ତଥାପି  ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବୁଧବାର ସମସ୍ତଙ୍କୁ ସତର୍କ କରାଇଛନ୍ତି।

Naveen Pandian

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରାଯିବ ।  କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି  ରଖାଯିବ । ଏହି ଅବରରରେ Co-Morbidity ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଶିଳ୍ପ ସଂସ୍ଥା ଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଓ ସେମାନଙ୍କ ପରିବାରକୁ ଶାରଦୀୟ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ  ହ୍ରାସ ଘଟୁଥିବା ସତ୍ତ୍ବେ ପ୍ରଶାସନ ସଂପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସ୍ପଷ୍ଟ ସୂଚନା ଦେଇଛନ୍ତି । ଦଶହରା ଓ ଦୀପାବଳୀ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସୁରେଶ କହିଥିଲେ ।  ବର୍ତ୍ତମାନ ରାଜ୍ୟରେ ୫ଟି ଜିଲ୍ଲା – ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ମୟୁରଭଂଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ, ଅନ୍ୟ ଜିଲ୍ଲାମାନଙ୍କରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି ବୋଲି ଉନ୍ନୟନ କମିଶନର ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ,  ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ, ଆରୋଗ୍ୟ ହାର ୯୩ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାର ଠାରୁ ଅଧିକ ଅଟେ ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦିଆଯାଉଛି ବୋଲି ମହାପାତ୍ର କହିଥିଲେ । ରାଜ୍ୟରେ ସଂକ୍ରମଣ ହାରରେ ହ୍ରାସ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି  । ସେମାନେ ଏଥିପାଇଁ ଅଧିକ ପରିଶ୍ରମ କରି ରୋଗୀସେବା ଜାରି ରଖିଛନ୍ତି ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ । ଯେହେତୁ positivity rate କମିଛି, ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ବୈଠକରେ ଅନୁରୋଧ କରାଯାଇଥିଲା।

ସେହିପରି ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି । ବର୍ତ୍ତମାନ ଏହା ୧୮୦୫୦ରେ ଅଛି । ୧୫,୫୧୫ ରୋଗୀ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି  ବୋଲି ଏହି ସମୀକ୍ଷା ବୈଠକରୁ ଜଣାପଡିଛି ।

ସେହିପରି ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ, ପାର୍ବଣ ଋତୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଏସପି ମାନଙ୍କ ସହିତ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ଅଧିକ ପୋଲିସ ମୁତୟନ ପାଇଁ ବନ୍ଦୋବସ୍ତ କରାଯିବା ସହିତ ସମ୍ବେଦନଶୀଳ ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ଡିଜିପି କହିଥିଲେ । ବିଭିନ୍ନ ସହରର ସ୍ଥାନୀୟ ପୂଜା କମିଟି ଗୁଡିକୁ ସଚେତନ କରାଯାଇଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ଆଲୋଚନାରୁ ଜଣାଯାଇଛି ଯେ ରାଜଧାନୀରେ ସେରୋ ସର୍ଭେ ଶେଷ ହୋଇଛି । ଦଶହରା ପରେ କଟକ ଓ ପୁରୀରେ ସର୍ଭେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ ଏହି ସମୀକ୍ଷା ବୈଠକକୁ  ସଞ୍ଚାଳନ କରିଥିଲେ।

୨୩ ଜଣଙ୍କୁ ସାଙ୍ଗରେ ନେଇ ଡେଟରେ ଯାଇଥିଲେ ଯୁବତୀ, ବିଲ ଦେଖି ବଏଫ୍ରେଣ୍ଡ ଫେରାର

ଆଜିକାଲି ଡେଟରେ ଯିବା କଥା କିଛି ନୂଆ ନୁହେଁ । ଆଧୁନିକ ଯୁଗରେ ଏହା ଏକ ଟ୍ରେଣ୍ଡ । କିନ୍ତୁ ଏହି ଡେଟକୁ ନେଇ ଆସିଛି ଏଭଳି ଏକ ଖବର ଯାହାକୁ ପଢିବା ପରେ ଆପଣ ହସକୁ ଅଟକାଇ ପାରିବେନି । ଏହା ଚୀନର ଏକ ପ୍ରେମୀ ଯୁଗଳଙ୍କର କାହାଣୀ । ଖବର ଅନୁସାରେ ଗର୍ଲଫ୍ରେଣ୍ଡକୁ ଡେଟରେ ଡାକିବା ଉକ୍ତ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବତୀ ଜଣକ ଡେଟରେ ତ ଆସିଥିଲେ, କିନ୍ତୁ ଏକାନୁହେଁ, ବରଂ ସାଙ୍ଗରେ ନେଇ ଆସିଥିଲେ ୨୩ ଜଣ ବାନ୍ଧବୀଙ୍କୁ ।

ସୂଚନା ଅନୁସାରେ ଉଭୟ ଝେଜିୟାଙ୍ଗରରେ ସୋସିଆଲ ମିଡିଆ ଏବଂ ଫୋନ ମାଧ୍ୟମର ନିକଟତର ହୋଇଥିଲେ । ଏହାପରେ ଦୁଇଜଣ ଏକ ବ୍ଲାଇଣ୍ଡ ଡେଟର ଯୋଜନା କରିଥିଲେ । ଏଥିପାଇଁ ରେଷ୍ଟୁରାଣ୍ଟ ମଧ୍ୟ ଚୟନ କରାଗଲା । ତେବେ ଏହି ରେଷ୍ଟୁରାଣ୍ଟରେ ଦୁଇଜଣଙ୍କର ପ୍ରଥମ ସାକ୍ଷାତ ହୋଇଥାନ୍ତା । ଧାର୍ଯ୍ୟ ହୋଇଥିବା ସମୟ ଅନୁସାରେ ଯୁବକ ଜଣକ ରେଷ୍ଟୁରାଣ୍ଟରେ ପହଞ୍ଚିଗଲେ ଏବଂ ପ୍ରେମିକାକୁ ସାକ୍ଷାତ କରିବା ପାଇଁ ଉତ୍ସାହର ସହିତ ପ୍ରସ୍ତୁତି ଆରମ୍ଭ କରିଦେଲେ । କିନ୍ତୁ ଯୁବତୀ ଏକା ଆସିବା ପରିବର୍ତ୍ତେ ୨୩ଜଣ ସଂପର୍କୀୟଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଉଭୟ ପରସ୍ପରକୁ ସାକ୍ଷାତ କଲେ ଏବଂ ସାଙ୍ଗ ହୋଇ ଖାଦ୍ୟ ମଧ୍ୟ ଖାଇଲେ । ପରେ ଯେତେବେଳେ ରେଷ୍ଟୁରାଣ୍ଟ ଓ୍ୱେଟର ବିଲ ଆଣି ହାତରେ ଧରାଇଦେଲେ ଯୁବକଙ୍କ ମୁଣ୍ଡ ଘୁରାଇ ଦେଲା, ଆଉ ସେ ସେଠାରୁ କେହି କିଛି ଭାବିବା ପୂର୍ବରୁ ତତକ୍ଷଣାତ୍ଫେରାର ହୋଇଗଲେ ।

ବାସ୍ତବରେ ଯୁବକଙ୍କୁ ୨ ଲକ୍ଷ ୧୭ ହଜାର ବିଲ ଭରଣ କରିବାର ଥିଲା । ଯାହାକୁ ଦେଖି ଯୁବକଙ୍କ ପାଦ ତଳୁ ମାଟି ଖସିଗଲା ।
ଯୁବତୀଙ୍କ କହିବା ଅନୁସାରେ ସେ ଯୁବକଙ୍କ ଉଦାରତା ଗୁଣକୁ ଯାଞ୍ଚ କରିବା ପାଇଁ ଏଭଳି କରିଥିଲେ, କିନ୍ତୁ ଯୁବକ ଫେରାର ହୋଇଗଲେ । ଏହାପରେ ଯୁବତୀ ଉକ୍ତ ବିଲ ପୈଠ କରିଥିଲେ । ଏହାପରେ ଯୁବତୀ ଜଣକ ଯୁବକଙ୍କ ନାମରେ ଅଭିଯୋଗ ଦାଖଳ କଲେ ଏବଂ ଯୁବକ କେବଳ ଦୁଇଟି ଟେବୁଲର ବିଲ ଦେବାପାଇଁ ରାଜି ହେଲେ ।

ଗୋରି କନ୍ୟା ପାଇଁ ‘ଶିଳ୍ପପତି’ ଦେଲେ ବିଜ୍ଞାପନ, ଲୋକେ ଧରିଲେ ବଡ଼ ଭୁଲ୍

ନୂଆଦିଲ୍ଲୀ: ଦେଶ ବଦଳୁଛି, ଲୋକଙ୍କ ଚିନ୍ତାଧାରା ବଦଳୁଛି । ଜନସାଧାରଣ ପ୍ରଗତିଶୀଳ ହେଉଛନ୍ତି! ତଥାପି, ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ଆଜି ବି ଗୋରି,  ଘରୋଇ ଏବଂ ପତଳା ସ୍ତ୍ରୀ ଦରକାର । ତେବେ ଏଭଳି ଚିନ୍ତାଧାରା ରଖୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଖବରକାଗଜରୁ ଜାଣିବାକୁ ମିଳିଛି । ଖବରକାଗଜରେ ଜଣେ ବ୍ୟକ୍ତି ବିବାହ ପାଇଁ ବିଜ୍ଞାପନ ଦେଇଛନ୍ତି । ସୋସିଆଲ ମିଡିଆରେ ଏମିତି ଏକ ବିଜ୍ଞାପନ ଖୁବ ଭାଇରାଲ ହୋଇଛି ।ଏହି ବିଜ୍ଞାପନ ଦେଖିବା ପରେ ଲୋକେ ବିଜ୍ଞାପନ ଦେଇଥିବା ସେହି ବ୍ୟକ୍ତିଙ୍କର ମଜା ଉଡାଉଛନ୍ତି ।

ଏହି ବିଜ୍ଞାପନ ଟୁଇଟର ୟୁଜର ନାମକ@suitcaseindian ଦ୍ୱାରା ସେୟାର କରାଯାଇଥିଲା । ସେ କ୍ୟାପସନରେ ଲେଖିଛନ୍ତି, ଶିଳ୍ପପତିଙ୍କୁ କନ୍ୟା ଦରକାର ହେଲେ ତାଙ୍କୁ ସଠିକ୍ ସ୍ପେଲିଂ ଜଣା ନାହିଁ । ବିଜ୍ଞାପନ ଦେଇଥିବା ବ୍ୟକ୍ତି ଧନୀ Affluent ଇଫ୍ଲୁଏଣ୍ଟ ବଦଳରେ Effluent ଛାପିଛନ୍ତି । ଯାହା ପରେ ଟ୍ୱିଟରରେ ଜନସାଧାରଣ ଏହି ଶିଳ୍ପପତିଙ୍କୁ ନେଇ ଖୁବ ପରିହାସ କରିଛନ୍ତି । ଏହି ସ୍ୱତନ୍ତ୍ର ବିବାହ ବିଜ୍ଞାପନର କଟିଙ୍ଗକୁ ଆଇଏଏସ୍ ନିତିନ ସାଙ୍ଗୱାନ ସେୟାର କରିଥିଲେ । ଏହି ବିଜ୍ଞାପନ ସମସ୍ତଙ୍କ ମୁହଁରେ ନିହାତି ଭାବରେ ହସ ଆଣିବ।

‘ଏ’ ସ୍ଥାନରେ ‘ଇ’ ଲାଗିଯିବାରୁ ଶବ୍ଦ Effluent ହୋଇଯାଇଥିଲା । ଯାହାର ଅର୍ଥ ହେଉଛି କଚରା ବା ମଇଳା । ଯାହାକୁ ନେଇ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିବା ଶିଳ୍ପପତିଙ୍କ ମଜାକ ଉଡୁଛି । ଶିଳ୍ପପତି ଓ ତାଙ୍କ ପରିବାର ଲୋକ ପ୍ରକୃତରେ କଚରା ବୋଲି ୟୁଜର୍ସ କହୁଛନ୍ତି ।

ଦଶହରାରେ ଚୀନ୍ ସୀମାରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଚୀନ ସୀମାରେ ମୁତୟନ ସୈନିକମାନଙ୍କର ମନୋବଳ ବଢାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଦଶହରାରେ ଅସ୍ତ୍ର ପୂଜା କରିବେ । ଏହା ବ୍ୟତୀତ ସିକ୍କିମରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ପରିଦର୍ଶନ ମଧ୍ୟ କରିବେ। ସେନା ଅନୁସାରେ , ପ୍ରତିରକ୍ଷା ମନ୍ତ୍ରୀ ଅକ୍ଟୋବର ୨୩ ଓ ୨୪ ତାରିଖରେ ସିକ୍କିମ ସେକ୍ଟରରେ LAC ପରିଦର୍ଶନ କରିବେ ଏବଂ ସେଠାରେ ଅସ୍ତ୍ର ପୂଜା ମଧ୍ୟ କରିବେ ।

ସୂଚନା ଅନୁସାରେ LAC ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ଅନେକ ସେତୁ ଉଦଘାଟନ ଓ ଶୁଭଆରମ୍ଭ କରିବେ । ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସରେ ରାଫେଲ ଯୁଦ୍ଧ ବିମାନର ଅସ୍ତ୍ର ପୂଜା କରିଥିଲେ ଏବଂ ଚଳିତ ବର୍ଷ ସେ ଚୀନ୍ ସୀମାରେ ଅସ୍ତ୍ର ପୂଜା କରିବେ।

ରାଜନାଥ ସିଂହଙ୍କର ଏହି ଯାତ୍ରା ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ସମୟରେ ହୋଇଛି । LAC ଉପରେ ଉଭୟ ପାର୍ଶ୍ୱରୁ ଗୁଳି ଚଳାଇବାର ଘଟଣା ମଧ୍ୟ ହୋଇସାରିଛି । ଏବଂ ଏହି ହିଂସାକାଣ୍ଡରେ ଉଭୟ ଦେଶର ସୈନିକ ପ୍ରାଣ ହରାଇଛନ୍ତି। ତେବେ ବିହାର ନିର୍ବାଚନ ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧି ଦେଶର ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ରାଜନାଥ ସିଂ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ରାହୁଲ କହୁଛନ୍ତି ଯଦି ତାଙ୍କ ସରକାର ଶାସନକୁ ଆସେ ତାହେଲେ ସେ ତିନି ଘଣ୍ଟା ମଧ୍ୟରେ ଚୀନ୍ ସେନାକୁ ତଡିଦେବେ । ସେ ତାଙ୍କ ସରକାରକୁ ନିନ୍ଦା କରିବାକୁ ଚାହାନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପୂର୍ବରୁ ଯେତେବେଳେ ସେମାନେ ଶାସନ କରୁଥିଲେ ଦେଶ ପାଇଁ କ’ଣ କରିଥିଲେ । ମୋଦୀ ସରକାର ଦେଶର ଗୋଟେ ଇଞ୍ଚ ଜମି ମଧ୍ୟ କାହାକୁ ଦଖଲ କରିବାକୁ ଦେବେ ନାହିଁ।

ଷ୍ଟେଜରେ ନୁହେଁ ମଇଦାନରେ ଭୋଟ୍ ମାଗିବେ ଜଲିଉଡ୍ କୁଇନ୍ ରାଣୀ ପଣ୍ଡା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । କେତେବେଳେ ଅଶ୍ଲୀଳ ନୃତ୍ୟ ତ ଆଉ କେବେ ବିବାଦୀୟ ବୟାନ । ଏସବୁକୁ ନେଇ ଆଗରୁ ଚର୍ଚ୍ଚା ପରିସରରେ ରହୁଥିବା ରାଣୀ ପଣ୍ଡା ଏବେ ପ୍ରଂଶସା ସାଉଣ୍ଟୁଛନ୍ତି । ମହାମାରୀ କରୋନା କାଳରେ ଅସହାୟ ଗରିବଙ୍କୁ ସହାୟତା ଦେଇଥିବା ରାଣୀ ଏବେ ରାଜନୀତି ମୁହାଁ । ଉପନିର୍ବାଚନରେ ରାଣୀ ପଣ୍ଡା ପ୍ରଚାର କରିବେ । ତେବେ, କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ରାଜନୀତି ମଇଦାନକୁ ଓହ୍ଲାଇବେ ରାଣୀ ।

Jollywood Queen Rani Panda Will Campaigning For Independent Candidates In Balasore By Poll

ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ନିଜ ହଟ୍ ଡ୍ୟାନ୍ସରେ ମଞ୍ଚ ଥରାଉଥିବା, ଦର୍ଶକଙ୍କୁ ଉଲ୍ଲସିତ କରୁଥିବା ରାଣୀ ଏଥର ଭୋଟରଙ୍କୁ ମନାଇବେ । ବାଲେଶ୍ୱର ଉପନିର୍ବାଚନରେ ପ୍ରଚାର କରିବେ ରାଣୀ ପଣ୍ଡା । ମିଳିଥିବା ସୂଚନା ମୁତାବକ ବାଲେଶ୍ୱର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୮୦ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ରାଣୀ ପଣ୍ଡା ଭୋଟ୍ ଭିକ୍ଷା କରିବେ । ତେବେ, ବେଣୁଧରଙ୍କ ଲାଗି ପ୍ରଚାର ପାଇଁ ରାଣୀ ପଣ୍ଡା କିଛି ପ୍ରାପ୍ୟ ନେବେ ନାହିଁ । ସମ୍ପୂର୍ଣ୍ଣ ମାଗଣାରେ ବେଣୁଙ୍କ ପାଇଁ ରାଣୀ ମାଗିବେ ଭୋଟ୍ ।

Jollywood Queen Rani Panda Will Campaigning For Independent Candidates In Balasore By Poll

୮୦ ବୟସ୍କ ବେଣୁଧର ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି । ତାଙ୍କ ଚିହ୍ନ ହେଉଛି କେଟିଲ୍ । ଚୁଟି କାଟିବାକୁ ପେସା କରିଥିବା ବେଣୁଧର ସମାଜରେ ପରିବର୍ତ୍ତନ ଆଣିବା ଲାଗି ବାଲେଶ୍ୱର ସଦର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ- ପେସା ତାଙ୍କର ଚୁଟି କାଟିବା, ସମାଜ କଲ୍ୟାଣ ପାଇଁ ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ; ବୟସ ୮୦ !

ମହାପ୍ରଭୁଙ୍କ ପାଇଁ ନିର୍ମାଣ ହେବ ଆଉ ଏକ ସେଟ୍ ସ୍ୱର୍ଣ୍ଣ ଅଳଙ୍କାର

ପୁରୀ:  ଶ୍ରୀଅଙ୍ଗେ ଲାଗିବ ସ୍ୱର୍ଣ୍ଣ ଅଳଙ୍କାର  ।  ଜଗତରନାଥ ଜଗନ୍ନାଥଙ୍କ ପାଇଁ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର | ଏନେଇ ଜଣେ ଭକ୍ତ ପ୍ରଦାନ କରିବେ ସ୍ୱର୍ଣ୍ଣ | ପୂର୍ବରୁ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କର ରହିଛି । ତେବେ ଦାନସୂତ୍ରରେ ମିଳିବାକୁ  ଏହି ସ୍ୱର୍ଣ୍ଣରେ ଆଉ ଏକ ଅଳଙ୍କାର ସେଟ୍ ନିର୍ମାଣ କରାଯିବ ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାପ୍ରଭୁଙ୍କ ପାଇଁ ନୂତନ କରି ଶ୍ରୀମୁଖ ପଦ୍ମ, ଝୋବା, ତଡ଼ଖି ନିର୍ମାଣ  ହେବ |  ଏନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ  ଏକ ବୈଠକ ଅନୁଷ୍ଠିତ ହୋଇଛି  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ନୀତି ପ୍ରଶାସକଙ୍କ ଅଧକ୍ଷତାରେ ହୋଇଥିଲା ବୈଠକ | ବୈଠକରେ  ପାଟଯୋଶୀ ମହାପାତ୍ର, ଦେଉଳ କରଣ, ତଢା଼ଉ କରଣ, କମାଣ୍ଡର, ପରିଚାଳନା କମିଟି ଉପସ୍ଥିତ ରହିଥିଲେ ।

ଏହି ଦେଶରେ ଫ୍ଲୁ ଟିକାର ଖରାପ ପ୍ରଭାବ, ୫ ମୃତ୍ୟୁ ପରେ…

ସିୟୋଲ୍ : ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଲଢୁଛି । ଲୋକଙ୍କୁ ଏହି ବିପଦରୁ କାଢିବା ପାଇଁ ଅନେକ ଦେଶର ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତି ନେଇ ଦିନରାତି କାମ କରୁଛନ୍ତି । ଏହି ସମୟରେ ଦକ୍ଷିଣ କୋରିଆରୁ ଆସିଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏଠାରେ ଋତୁକାଳିନ ଫ୍ଲୁ ର ଟୀକା ପ୍ରୟୋଗ କରିବା ପରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।  ଏହି ଘଟଣା ଘଟିବା ପରେ ସ୍ଥାନୀୟ ସରକାର ସେଠାରେ ଟୀକା ପ୍ରୟୋଗ କାର୍ଯ୍ୟକ୍ରମ ସ୍ଥଗିତ ରଖିଛନ୍ତି।

ଗୋଟିଏ ସପ୍ତାହ ମଧ୍ୟରେ ଗଲା ୫ ଜୀବନ

ଦକ୍ଷିଣ କୋରିଆର ଜଣେ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ସେଠାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ଟୀକାକରଣ ନିରାପତ୍ତାକୁ ନେଇ ଚିନ୍ତା ବଢୁଛି । ପାରମ୍ପରିକ ମୌସୁମୀ ଟୀକାକରଣ କାର୍ଯ୍ୟକ୍ରମରେ କରୋନା ଟିକା ପ୍ରୟୋଗ ପାଇଁ ବିସ୍ତାର କରାଯାଇଥିଲା ।

ଟିକା ଯୋଗୁଁ ମୃତ୍ୟୁ !

ଅଧିକାରୀମାନେ କହିଛନ୍ତି ଯେ, ଟୀକା ଯୋଗୁଁ ଏହି ମୃତ୍ୟୁ ଘଟିଛି ବୋଲି ଏଯାଏଁ କୌଣସି ପ୍ରମାଣ ମିଳିନାହିଁ । ତଥାପି ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଜରୁରୀ ଯାଞ୍ଚ କରାଯାଉଛି । ଯାହାଫଳରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିବ।

ଟୀକାକରଣ କାର୍ଯ୍ୟକ୍ରମ ଉପରେ ଲାଗିଲା ରୋକ୍

ମୃତ୍ୟୁ ନେଇ ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟମନ୍ତ୍ରୀ କିମ ଗାଙ୍ଗ-ଲିପ କହିଛନ୍ତି ଯେ, ଏବେ କୌଣସି ସ୍ପଷ୍ଟ ବକ୍ତବ୍ୟ ଦେବା କଷ୍ଟକର । କାରଣ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ବ୍ୟତୀତ ୧୭ ବର୍ଷର ବାଳକ ମଧ୍ୟ ଅଛନ୍ତି । ସେଥିପାଇଁ ଏହି ଟୀକାକରଣ କାର୍ଯ୍ୟକ୍ରମ ଉପରେ ବର୍ତ୍ତମାନ ରୋକ ଲଗାଯାଇଛି।

କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଭାବ

କିଛି ସପ୍ତାହ ପୂର୍ବରୁ ଦକ୍ଷିଣ କୋରିଆରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରେ ପାଞ୍ଚ ଜଣଙ୍କ ମୃତ୍ୟୁ ସମଗ୍ର କାର୍ଯ୍ୟକ୍ରମରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର କରୋନା ଭାଇରସ ଟିକା ବଣ୍ଟନ ମଧ୍ୟ କରିଥାନ୍ତେ । ହେଲେ ଏବେ ଟିକା ନେଇ ଅଲଗା ଯୋଜନା କରିବାକୁ ପଡ଼ିବ।

ରାଜ୍ୟର ଏହି ଜିଲ୍ଲାରେ କରୋନା ସଂକ୍ରମଣ ସବୁଠୁ କମ୍, ଜାଣନ୍ତୁ କେଉଁ ଜିଲ୍ଲା…

ଦେବଗଡ଼: ୨୦୨୦ ମାର୍ଚ୍ଚ ୧୬ । ରାଜ୍ୟରେ ପବନ ବେଗରେ ବ୍ୟାପିଗଲା ଭୂତାଣୁ ଖବର । ତା’ପରେ କେତେ କଣ କଟକଣା । ଦେଖୁ ଦେଖୁ ୭ ମାସ ବିତିଗଲାଣି । ଏହାରି ଭିତରେ ରାଜ୍ୟରେ ସଂକ୍ରମଣ ଶିଖର ଛୁଇଁଛି । ଅକ୍ଟୋବର ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୭୪ ହଜାର ୧୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ପାଇଁ ଏଯାଏଁ କୌଣସି ଭ୍ୟାକ୍ସିନ୍ ଆସିନଥିବାରୁ ଭୂତାଣୁ ବିରୋଧରେ ଯୁଦ୍ଧ ସରିନି । ଅଦୃଶ୍ୟ ଶତ୍ରୁ ସହ ଚାଲିଛି ଅନବରତ ଲଢ଼େଇ ।

Deogarh One And Only District Having Less Than One Thousand Covid Infected In Odisha

୩୦ ଜିଲ୍ଲାରୁ ପ୍ରାୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪ ଅଙ୍କ ଛୁଇଁଥିବା ବେଳେ ଏମିତି ଏକ ଜିଲ୍ଲା ରହିଛି ଯେଉଁଠି କରୋନା ହଜାର ଡେଇଁନି । ଏହି ଜିଲ୍ଲାର ଲୋକସଂଖ୍ୟା ୪ ଲକ୍ଷରୁ ଊର୍ଦ୍ଧ୍ୱ । କରୋନାରେ ଅତ୍ୟଧିକ ପ୍ରଭାବିତ ଅନୁଗୁଳ ଓ ସୁନ୍ଦରଗଡ଼କୁ ଲାଗି ରହିଥିଲେ ବି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସୀମିତ ରହିଛି । ୩ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳକୁ ନେଇ ଗଠିତ ଏହି ଜିଲ୍ଲା ଦେବଗଡ଼ । ଜିଲ୍ଲାରେ ଏଯାବତ୍ ୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Deogarh One And Only District Having Less Than One Thousand Covid Infected In Odisha

ରାଜ୍ୟରେ ଦେବଗଡ଼ ଜିଲ୍ଲାରେ କେବଳ ସଂକ୍ରମିତଙ୍କ ସଂଖ୍ୟା କମ୍ ତାହା ନୁହେଁ । ଏହି ଜିଲ୍ଲାରେ ସବୁଠୁ କମ୍ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ଏଯାବତ୍ ୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସେଥିମଧ୍ୟରୁ କେବଳ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ଏବେ ୧୦୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

କୋଭିଡ୍ ଯୁଦ୍ଧରେ ଦେବଗଡ଼

Deogarh One And Only District Having Less Than One Thousand Covid Infected In Odisha

ମାର୍ଚ୍ଚ ଅଧାରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ପରେ ପରେ ମାର୍ଚ୍ଚ ୨୫ ବେଳକୁ ସାରା ରାଜ୍ୟରେ ଲାଗୁ ହୋଇଥିଲା ଲକଡାଉନ୍ । ସେବେଠାରୁ କରୋନା ଯୁଦ୍ଧକୁ ଶାଣିତ କରିଥିଲା ଦେବଗଡ଼ । ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନକୁ ମାର୍ଚ୍ଚ ୨୦ରୁ ଶ୍ରଦ୍ଧାଳୁଙ୍କୁ ପାଇଁ ବନ୍ଦ କରି ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ମାର୍ଚ୍ଚ ଶେଷ ବେଳକୁ ମହାମାରୀ ସହ ଲଢ଼ିବାକୁ ଜିଲ୍ଲା କଣ୍ଟ୍ରୋଲ୍ ରୁମ୍ ସହ ସର୍ବସାଧାରଣଙ୍କ ପାଇଁ ମେଡିକାଲ କଣ୍ଟ୍ରୋଲ୍ ରୁମ୍ ଖୋଲିଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଜିଲ୍ଲାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା ।

ହେଲଥ ସ୍କ୍ରିନିଂ

Deogarh One And Only District Having Less Than One Thousand Covid Infected In Odisha

ଏପ୍ରିଲ୍ ୧୪ ବେଳକୁ ଜିଲ୍ଲାରେ ପ୍ରସ୍ତୁତ ହୋଇ ସାରିଥିଲା ୨୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର । ପ୍ରଶାସନ ଅଙ୍ଗନୱାଡ଼ି କର୍ମୀ, ଏନଏମ, ଆଶାଦିଦିଙ୍କ ସହାୟତାରେ ସପ୍ତାହକୁ ୨ ଥର ଲୋକଙ୍କ ସ୍ୱାସ୍ଥ୍ୟ ତଥ୍ୟ ନେଇଥିଲା । ସଂଗୃହୀତ ତଥ୍ୟକୁ ଜିଲ୍ଲା ପ୍ରଶାସନର ଡାକ୍ତରୀ ଦଳ ଫୋନରେ ଫଲୋଅପ୍ କରୁଥିଲେ । ଜଙ୍ଗଲ ଓ ପାହାଡ଼ରେ ପରିପୂର୍ଣ୍ଣ ଦେବଗଡ଼ ଜିଲ୍ଲାରେ କୋଭିଡ୍ ଲଢ଼େଇରେ ସାମିଲ୍ ହୋଇଥିଲା ବନ ବିଭାଗ । ଜିଲ୍ଲାରେ ବନ ବିଭାଗ କର୍ମଚାରୀ ବିଭିନ୍ନ ଭିଏସଏସ୍ ଅଞ୍ଚଳରେ ଲୋକଙ୍କୁ କରୋନା ଠାରୁ ବର୍ତ୍ତିବା ଲାଗି ସଚେତନ କରାଇଥିଲେ ।

ସହାୟତାର ହାତ ବଢ଼ାଇଲେ ମାଆ

Deogarh One And Only District Having Less Than One Thousand Covid Infected In Odisha

ଏପ୍ରିଲ୍ ୨୮ ତାରିଖରେ ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିକିତ୍ସାର କିଛି ଦିନ ପରେ ମେ ୧୧ରେ ସେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ । କରୋନା କାୟା ବଢ଼ୁଥିବା ବେଳେ ସ୍ଥାନୀୟ ସ୍ୱୟଂ ସହାୟକ ଗ୍ରୁପର ମାଆମାନେ ମାସ୍କ ତିଆରି ଆରମ୍ଭ କରିଥିଲେ । ହାତ ତିଆରି ମାସ୍କକୁ ସେମାନେ ସୁଲଭ ଦରରେ ଲୋକଙ୍କୁ ବିକ୍ରି କରିଥିଲେ । ପ୍ରଶାସନ ପକ୍ଷରୁ ଲୋକଙ୍କୁ ମୋବାଇଲକୁ ସଚେତନତା ବାର୍ତ୍ତା ପଠା ଯାଉଥିଲା ।

୫ ସୂତ୍ରୀ ନିୟମ

ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ସୂତ୍ରୀ ନିୟମ ଲାଗୁ ହୋଇଥିଲା । ସାମାଜିଦ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଓ କ୍ୱାରେଣ୍ଟାଇନ୍ ଗାଇଡଲାଇନ୍ ଉପରେ ପ୍ରଶାସନ ବେଶ୍ ଗୁରୁତ୍ୱ ଦେଇଥିଲା ।

ପ୍ରଶାସନର କଡ଼ା ପ୍ରହରା

Deogarh One And Only District Having Less Than One Thousand Covid Infected In Odisha

ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଲୋକଙ୍କୁ ଧରାଯାଉଥିଲା । ଏଥିସହ ମାର୍ଚ୍ଚ ୩୦ରୁ ଆରମ୍ଭ ହୋଇଥିବା ଘର ଘର ବୁଲି ସ୍ୱାସ୍ଥ୍ୟ ତଦାରଖ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିଲା । ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନର ବିଭିନ୍ନ ବଜାର, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ନଜର ରଖାଯାଇଥିଲା । ଗାଁ ସ୍ତରରେ କୋଭିଡ୍ ପରିଚାଳନା ବୈଠକ ବସୁଥିଲା ।

Deogarh One And Only District Having Less Than One Thousand Covid Infected In Odisha

କୋଭିଡ୍ ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ବିଭାଗର ସଚିବ ବିଷ୍ଣୁପ୍ରଦ ସେଠୀ ଜିଲ୍ଲା ଗସ୍ତ କରି କରୋନା ପରିଚାଳନାର ତଦାରଖ କରୁଥିଲେ । ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରଶାସନ ମୋଟିଭେସନ୍ କ୍ୟାମ୍ପ କରୁଥିଲା । ଏଭଳି ଭାବେ ଶିଳ୍ପବିହୀନ ଜିଲ୍ଲା ଦେବଗଡ଼ କରୋନ ସଂକ୍ରମଣକୁ କାବୁରେ ରଖିଛି ।

ଦେବଗଡ଼ରେ କୋଭିଡ୍ ଭିତ୍ତିଭୂମି

Deogarh One And Only District Having Less Than One Thousand Covid Infected In Odisha

ଜିଲ୍ଲାରେ ଗୋଟିଏ କୋଭିଡ୍ ହସ୍ପିଟାଲ ସହ ୨ଟି କୋଭିଡ୍ କେୟାର ସେଣ୍ଟର ରହିଛି । ସରକାରୀ ପଲିଟେକନିକ୍ କଲେଜରେ ହୋଇଥିବା କୋଭିଡ୍ ହସ୍ପିଟାଲରେ ୧୯୪ଟି ବେଡ୍ ରହିଛି । ସେହିଭଲି ପଲିଟେକନିକ୍ କଲେଜ ସିସିସି ଓ ମଡେଲ ଡିଗ୍ରୀ କଲେଜ ସିସିସିରେ ଯଥାକ୍ରମେ ୨୦୬ ଓ ୧୫୦ ବେଡ୍ ସୁବିଧା ରହିଛି ।