spot_img
Home Blog Page 6555

ନୂଆ ଶିକ୍ଷାନୀତି କେବଳ ସର୍କ୍ୟୁଲାର ନୁହେଁ,ଏହା ଦେଶର ନିଅଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ନୂଆ ଜାତୀୟ ଶିକ୍ଷାନୀତି ଉପରେ ନିଜ ମତ ରଖିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସଭାକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସର୍କ୍ୟୁଲାର ନୁହେଁ ,ଏହା ହେଉଛି ଦେଶର ମୁଳଦୁଆ ।  ତିନି ଚାରି ବର୍ଷର ବିଚାର ମନ୍ଥନ ପରେ ନୂଆ ଶିକ୍ଷାନୀତିକୁ ଅଣା ଯାଇଛି । ଆଜି ସବୁ ବିଚାରଧାରାର ଲୋକ ଏହାକୁ ନେଇ ଆଲୋଚନା କରୁଛନ୍ତି  । ଆଜି କେହି ମଧ୍ୟ ଏହାକୁ ବିରୋଧ କରୁନାହାନ୍ତି କାରଣ ଏଥିରେ କିଛି ମଧ୍ୟ ଏକତରଫା ନାହିଁ । ଏବେ ଲୋକ ଭାବୁଛନ୍ତି ଯେ,ଏତେବଡ ସୁଧାରକୁ କେମିତି ଲାଗୁ କରାଯିବ ?

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁଧାରକୁ ତୃଣମୁଳ ସ୍ତରରେ ଲାଗୁ କରିବା ପାଇଁ ଯାହା କରିବା ଆବଶ୍ୟକ ତାକୁ କରାଯିବ । ପିଏମ୍ କହିଛନ୍ତି ଯେ, ଆପଣଙ୍କୁ ଏଥିପାଇଁ ଯାହା ସବୁ ସାହାଯ୍ୟ ଆବଶ୍ୟକ ତାହା କରିବାକୁ ମୁଁ ଆପଣଙ୍କ ସହ ରହିଛି ।  ଦେଶର ଲକ୍ଷ୍ୟକୁ ଧ୍ୟାନରେ ରଖି ନୂତନ ଶିକ୍ଷନୀତି ପ୍ରଣୟନ କରାଯାଇଛି । ଯେମିତିକି ଭବିଷ୍ୟତର ପୀଢିକୁ ପ୍ରସ୍ତୁତ କରାଯିବ । ଏହି ନୀତି ନୂଆ ଭାରତର ମୁଳଦୂଆ ରଖିବ ।  ଭାରତକୁ ଶକ୍ତିଶାଳୀ କରିବା ପାଇଁ ଏହାର ନାଗରିକଙ୍କ ଶସକ୍ତିକରଣ ଲାଗି ଉତ୍ତମ ଶିକ୍ଷାନୀତିର ଆବଶ୍ୟକତା ରହିଛି ।

ଥର ମିଳିବ ସୃଜନାତ୍ମକ ଶିକ୍ଷା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ଆଜି ଯେତେବେଳେ ନର୍ସରି ପିଲା ନୂଆ ଟେକନିକ୍ ବାବଦରେ ପଢିବ ସେତେବେଳେ ଭବିଷ୍ୟର ପ୍ରସ୍ତୁତି ସହଜ ହେବ ।  ଅନେକ ବର୍ଷ ଧରି ଶିକ୍ଷାନୀତିରେ ପରିବର୍ତ୍ତନ ହୋଇନଥିଲା ତେଣୁ ସମାଜରେ ମେଣ୍ଢାଚାଲି(ଅନୂସରଣ)କୁ ପ୍ରୋତ୍ସାହନା ମିଳିଥିଲା ।  କେବେ ଡାକ୍ତର,ଇଂଜିନିୟର ହେବା ପାଇଁ ପ୍ରତିଯୋଗିତା ହେଉଥିଲା ।ଏବେ ପିଲା କ୍ରିଏଟିଭ୍ ବିଚାରକୁ ଆଗକୁ ବଢାଇବେ । ଏବେ କେବଳ ପାଠପଢା ନୁହେଁ ୱାର୍କିଂ କଲଚର ମଧ୍ୟ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମାତୃଭାଷା ଉପରେ ଗୁରୁତ୍ୱ

ନୂଆ ଶିକ୍ଷାନୀତିରେ ମାତୃଭାଷା ଉପରେ ଗୁରୁତ୍ୱ ଦିଆଯିବାର କାରଣ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ,ଏବେ ପିଲା ଘରେ ଯେଉଁ ଭାଷାରେ କଥା ହୁଅନ୍ତି ସେହି ଭାଷାରେ ଶିକ୍ଷାଲାଭ କରିବେ । ଯେମିତିକି ପିଲାଙ୍କ ପକ୍ଷରେ ଶିକ୍ଷାଲାଭ ସହଜ ହୋଇପାରିବ । ଏବେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ । ଏପର୍ଯ୍ୟନ୍ତ ଶିକ୍ଷାନୀତି ୱାଟ୍ ଟୁ ଥିଙ୍କ୍ ଉପରେ ଆଧାରିତ ଥିଲା । ଏବେ ଆମେ ହାଓ ଟୁ ଥିଙ୍କ୍ ଉପରେ ଜୋର ଦେବୁ ।  ଆଜି ପିଲାଙ୍କୁ ଏହି ମୌକା ମିଳିବା ଆବଶ୍ୟକ ଯେ,ସେମାନେ ନିଜ କୋର୍ସ ଉପରେ ଫୋକସ କରିପାରିବେ ।  ଗୋଟିଏ କୋର୍ସରେ ଯଦି ମନ ନଲାଗେ ତେବେ ସେମାନେ କେବେ ମଧ୍ୟ ସେହି କୋର୍ସରୁ ବାହାରି ପାରିବେ ଓ ନୂଆ କୋର୍ସ ନେଇ ପାରିବେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜିର ସମୟରେ ଜଣେ ବ୍ୟକ୍ତି ଗୋଟିଏ ପ୍ରଫେସନରେ ରହିନଥାନ୍ତି ।  ଏମିତିରେ ତାଙ୍କୁ କ୍ରମାଗତ ଭାବେ କିଛି ନୂଆ ଶିଖିବାର ଅବସର ମିଳିବା ଆବଶ୍ୟକତା ରହିଛି ।  ଦେଶରେ ଛୋ଼ଟ ବଡର ହୀନ ଭାବନା କାହିଁକି ଉତ୍ପନ ହେଲା  । ଆଜି ପିଲିଙ୍କ ପକ୍ଷରେ ଦେଶର ବାସ୍ତବିକତା ଜାଣିବାର ସମୟ ଆସିଥି । ସେମାନଙ୍କୁ ବାସ୍ତବିକତା ଜାଣିବା ପାଇଁ ସୁଯୋଗ ମିଳିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ Conclave on Transformational Reforms in Higher Education under National Education Policy କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ।

 

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ED କାର୍ଯ୍ୟାଳୟରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ପହଞ୍ଚିଛନ୍ତି । ଜଣାଇ ରଖୁଛୁ ଯେ, ଇଡି  ମନି ଲଣ୍ଡରିଂ ମାମଲା ଦାୟର କରିଛି ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପଚରାଉଚରା ହେବାର ଥିଲା ଏବଂ ଏଥିପାଇଁ ଅଭିନେତ୍ରୀଙ୍କୁ ଡକାଯାଇଥିଲା କିନ୍ତୁ ସେ ଏହାକୁ ସ୍ଥଗିତ ରଖିବାକୁ ଇଡିଙ୍କୁ କହିଥିଲେ । ରିୟାଙ୍କ ତରଫରୁ କୁହାଯାଇଥିଲା ଯେ ଯେହେତୁ ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ତଦନ୍ତ ସ୍ଥଗିତ କରାଯିବା ଉଚିତ କିନ୍ତୁ ଏହା ଜାଣିବାକୁ ମିଳିଛି ଯେ ରିୟାଙ୍କ ଅନୁରୋଧକୁ ଇଡି ପ୍ରତ୍ୟାଖ୍ୟାନ କରିଛି, ଏହା ପରେ ରିୟା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ରିୟା ସୁଶାନ୍ତଙ୍କୁ ଔଷଧର ଓଭରଡୋଜ୍ ଦେଉଥିଲେ,ଏମିତି ଅଭିଯୋଗ ଆଣିଲା ବିହାର ପୋଲିସ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା। ଗାର୍ଲଫ୍ରେଣ୍ଡ ରିୟା ଗଢିଥିଲେ ସୁଶାନ୍ତଙ୍କ ଡିପ୍ରେସନରେ ଥିବା ନେଇ ମିଛ କାହାଣୀ । ରିୟାଙ୍କ ନାଁରେ ଏଭଳି ସଂଗୀନ୍ ଅଭିଯୋଗ ଆଣିଛି ବିହାର ପୋଲିସ । ସୁଶାନ୍ତଙ୍କୁ ରିୟା ଔଷଧର ଓଭରଡୋଜ୍ ଦେଉଥିବା ଅଭିଯୋଗ ଆସିଛି । ବିହାର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ କୁହାଯାଇଛି ଅର୍ଥ ଲୋଭ ପାଇଁ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କ ଜୀବନରେ ଆସିଥିଲେ ବୋଲି । ପରେ ସୁଶାନ୍ତଙ୍କ ମାନସିକ ରୋଗର ମିଛ ଚିତ୍ର ପ୍ରସ୍ତୁତ କରିଥିଲେ ।

ସେପଟେ ରିୟାଙ୍କ ଆବେଦନକୁ ଖାରଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିରେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ ରିୟା । ସୁପ୍ରିମକୋର୍ଟରେ ଶୁଣାଣି ସରିବା ପର୍ଯ୍ୟନ୍ତ ସେ ସମୟ ମାଗିଥିଲେ । ତେବେ ଏହି ଆବେଦନକୁ ଖାରଜ କରିଛି ଇଡି । ଆର୍ଥିକ କାରବାର ନେଇ ଇଡି ସ୍କାନର୍‌ରେ ଅଛନ୍ତି ରିୟା । ରିୟାଙ୍କ ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚ ବିବରଣୀ ନେଇ ଖୋଳତାଡ଼ କରିପାରେ ଇଡି । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆର୍ଥିକ କାରବାର ଲିଙ୍କ୍‌ ନେଇ ତଦନ୍ତ କରୁଥିବା ଇଡି ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ।

ସୁଶାନ୍ତଙ୍କ ୪ଟି ଆକାଉଣ୍ଟରୁ ୨ଟିରୁ ରିୟାଙ୍କୁ ଟଙ୍କା ଟ୍ରାନ୍‌ସଫର କରାଯାଇଛି । ନିକଟରେ ମୁମ୍ବାଇର ପ୍ରାଇମ ଲୋକେସନରେ ରିୟା ଓ ତାଙ୍କ ପରିବାର ୨ଟି ଦାମୀ ବଙ୍ଗଳା କିଣିଛନ୍ତି । ଏହାର କାଗଜପତ୍ର ଦେଖାଇବାକୁ ଇଡି ପକ୍ଷରୁ ରିୟାଙ୍କୁ କୁହାଯାଇଛି । ସେହିପରି ତଦନ୍ତ ବେଳେ ମୁମ୍ବାଇ ଉପକଣ୍ଠ ପାବନିରେ ସୁଶାନ୍ତଙ୍କର ଏକ ଫାର୍ମ ହାଉସ୍ ଓ ଗୋରେଗାଓଁରେ ଏକ ଆପାର୍ଟମେଣ୍ଟ ଥିବା ଜଣାପଡିଛି । ସୁଶାନ୍ତ ୨ଟି କାର କିଣିଥିବା ବେଳେ ଆଉ ଏକ କାର ପାଇଁ ଲୋନ୍ ଦେଉଥିବା ଜଣାପଡିଛି ।

ସେପଟେ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଗାର୍ଲଫ୍ରେଣ୍ଡ ରିୟାଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ରିୟାଙ୍କ ସହ ସୌଭିକ ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସଂଧ୍ୟା ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦିଙ୍କ ନାଁ ରହିଛି । ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ସେପଟେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁର କନେକ୍ସନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପାର୍ଟି, ଫୋନ୍ କଲ, ଆର୍ଥିକ କାରବାର ଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିପାରେ ସିବିଆଇ । ସେପଟେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଥିବା ବିହାରର ଆଇପିଏସ୍‌ ଅଧିକାରୀ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନରୁ ଛଡ଼ାଯାଇଛି ।

ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ, ୨୪୭ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରୁ ୩, ବ୍ରହ୍ମପୁରରୁ ୩, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା , ଢେଙ୍କାନାଳ , ଗଜପତି , ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୪୭ରେ ପହଞ୍ଚିଛି । ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫ । ଖୋର୍ଦ୍ଧାରୁ ସର୍ବାଧିକ ୨୯୮, ଗଞ୍ଜାମରୁ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ ।

ରାଜ୍ୟରେ ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫ । ଖୋର୍ଦ୍ଧାରୁ ସର୍ବାଧିକ ୨୯୮, ଗଞ୍ଜାମରୁ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ ଆକ୍ରାନ୍ତ ।

ସେହିପରି ଅନୁଗୁଳରୁ ୯, ବାଲେଶ୍ୱରରୁ ୬୯, ବଗରଡ଼ରୁ ୮, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୩୪, ଢେଙ୍କାନାଳରୁ ୪୩, ଗଜପତିରୁ ୩୫, ଜଗତସିଂହପୁରରୁ ୧୬, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୩୪, କେଉଁଝରରୁ ୧୬, କୋରାପୁଟରୁ ୪୭, ମାଲକାନଗିରିରୁ ୩୬, ମୟୁରଭଞ୍ଜ ୩୪ । ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୬୧, ନୂଆପଡ଼ାରୁ ୧, ପୁରୀରୁ ୬୭, ସମ୍ବଲପୁରରୁ ୩୯, ସୋନପୁର ୩୩ ଜଣ ଚିହ୍ନଟ ହୋଇଛନ୍ତି ।

ସୁପ୍ରିମକୋର୍ଟ ପହଞ୍ଚିଲା IPS ବିନୟ ତିୱାରୀଙ୍କୁ କ୍ୱାରେଣ୍ଟିନରେ ରଖିବା ମାମଲା, ୮ ଅଗଷ୍ଟ ପୂର୍ବରୁ ମହାରାଷ୍ଟ୍ର ଛାଡ଼ିବାକୁ କହିଲା BMC

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବିହାର ପୋଲିସ ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ  କ୍ୱାରେଣ୍ଟାଇନରେ ରଖାଯିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ମୁମ୍ବାଇରେ ବିନୟ ତିୱାରୀଙ୍କ କ୍ୱାରେଣ୍ଟାଇନ୍ ବିରୋଧରେ ଗୁରୁବାର ରାତିରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ଆଇପିଏସ୍ ଅଧିକାରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରାଯାଇଛି । କିନ୍ତୁ ବିଏମସି ଶୁକ୍ରବାର ସକାଳେ ବିନୟ ତିୱାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛି, ହୋଇଥାଏ ପାରେ ସୁଶାନ୍ତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦ୍ୱାରା ଅଧିକାରୀଙ୍କୁ ପଚରାଉଚରା କରିବା ପ୍ରଶ୍ନ ଉଠିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ହାବିଆସ୍ କର୍ପସ ପିଟିସନରେ ଦର୍ଶାଯାଇଛି ଯେ, ସୁଶାନ୍ତ ସିଂଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରିବା ପାଇଁ ପାଟନାରୁ ମୁମ୍ବାଇ ଆସିଥିବା ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ଯାହାକି ଅବୈଧ ଅଟେ । ଏହି ଆବେଦନରେ କୁହାଯାଇଛି ଯେ, ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଇପିଏସ୍ ଅଧିକାରୀଙ୍କ “ଭର୍ଚୁଆଲ୍ ହାଉସ୍ ଗିରଫ” ତାଙ୍କ ମୌଳିକ ଅଧିକାରୀଙ୍କ ଉଲ୍ଲଂଘନ ଅଟେ । କାରଣ ୧୪ ଦିନ କ୍ୱାରେଣ୍ଚିନ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ସାମାଜିକ କର୍ମୀ ନଲିନ ଏମ ମିଶ୍ର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ଅନ୍ୟପକ୍ଷରେ ବିଏମସି ଆଜି ଆଇପିଏସ୍ ବିନୟ ତିୱାରୀଙ୍କୁ ୭ ଦିନ ମଧ୍ୟରେ ମୁମ୍ବାଇରୁ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ଲେଖା ହୋଇଛି ଯେ ସେ ତାଙ୍କ କ୍ୱାରେଣ୍ଟାଇନ ସପ୍ତମ ଦିନ ଅର୍ଥାତ୍ ଅଗଷ୍ଟ ୮ ସୁଦ୍ଧା ପାଟନାକୁ ଫେରିପାରିବେ ।

ଜଣାଇ ରଖୁଛୁ ଯେ ଅଗଷ୍ଟ ୫ ରେ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ନିବେଦନ ଶୁଣାଣିବବେଳେ କହିଛନ୍ତି ଯେ, ବିହାର ପୋଲିସ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରେ ରଖିବା ଏକ ଭଲ ବାର୍ତ୍ତା ନୁହେଁ । ମୁମ୍ବାଇ ପୋଲିସର ବୃତ୍ତିଗତ ଭାବେ ଭଲ ଭାବମୂର୍ତ୍ତି ରହିଛି । ଜଣାଇ ରଖୁଛୁ ଯେ ରିୟା ଚକ୍ରବର୍ତ୍ତୀ ପାଟନାରେ ରହୁଥିବା ଏଫଆଇଆର ମୁମ୍ବାଇକୁ ସ୍ଥାନାନ୍ତର ଦାବିରେ ସର୍ବୋଚ୍ଚ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏଫଆଇଆରରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ହୋଇଛି।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବିହାର, ମହାରାଷ୍ଟ୍ର ସରକାର ଏବଂ କେନ୍ଦ୍ର ସରକାରଙ୍କଠାରୁ ଅନୁସନ୍ଧାନର ସ୍ଥିତି ରିପୋର୍ଟ ନିଆଯାଇଛି ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି । ସମସ୍ତ ପକ୍ଷଙ୍କୁ ତିନି ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ପଡିବ। ଆସନ୍ତା ସପ୍ତାହରେ ଏହି ପିଟିସନର ଶୁଣାଣି ହେବ।

 

ଲଗାଣ ବର୍ଷାରେ ବେହାଲ୍ ଯାଜପୁର: ବଢିଛି ଖରସ୍ରୋତା ଓ ତନ୍ତୀ ନଦୀ ଜଳସ୍ତର, ୨ଟି ପଞ୍ଚାୟତ ପାଣି ଘେରରେ

ଯାଜପୁରରେ ଜଳାର୍ଣ୍ଣବ ସ୍ଥିତି । ରାସ୍ତାରେ ଲହଡି ମାରୁଛି ପାଣି । ନଦୀ ରାସ୍ତା ସବୁ ଏକାକାର ହୋଇଯାଇଛି । କିଛିଦିନର ଲଗାତାର ବର୍ଷାରେ ବରୀ ବ୍ଲକ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ଓ ଶାଖା ନଦୀ ତନ୍ତୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ସ୍ଥାନୀୟ ୨ ପଞ୍ଚାୟତ ପାଣି ଘେରେର । ଭଅଁରା ଓ ବୋଦୁଆର ମୁଖ୍ୟ ରାସ୍ତାରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଲୋକେ । ବନ୍ୟା ଜଳ ଦେଖି ନଦୀ କୁଳିଆ ଲୋକମାନେ ଭୟଭିତ ଅଛନ୍ତି। ଏମିତିକି ରାସ୍ତା ଯାଆସ ପାଇଁ ଟ୍ରାକ୍ଟର ଉପରେ ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଲୋକେ ।

ରାସ୍ତାକୁ ବନ୍ୟାଜଳ ଆସିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅନ୍ୟପଟେ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନେ ଟ୍ରକ ଡାଲା କିମ୍ବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯିବା ଆସିବା କରୁଛନ୍ତି । ବନ୍ୟାଜଳର ସ୍ରୋତ ଧୀରେ ଧୀରେ ବଢ଼ୁଥିବାରେ ଲୋକମାନଙ୍କର ଯାଆସରେ ମଧ୍ୟ ବିପଦ ଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଗୁଡ଼ିକର ମରାମତି କାମ ସରିନାହିଁ । ତେଣୁ ନଦୀକୂଳରେ ରହୁଥିବା ଲୋକମାନଙ୍କର ଜୀବନ ବିପଦ ସଙ୍କୁଳ । ତେବେ ଭବିଷ୍ୟତରେ ଯଦି ବଡ଼ ଧରଣର ବର୍ଷା କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ଅନେକ ଗାଁ ଜଳାର୍ଣ୍ଣବ ହେବାର ସମ୍ଭାବନା ରହିଛି ।