spot_img
Home Blog Page 6566

ବିଶେଷଜ୍ଞଙ୍କ ମତ: ସାନିଟାଇଜର ଅପେକ୍ଷା ସାବୁନରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ, ଜାଣନ୍ତୁ କାହିଁକି ?

କରୋନା ଭାଇରସ କାରଣରୁ ଲୋକମାନେ ଏବେ ହାତ ଧୋଇବା ପ୍ରତି ଅଧିକ ଜାଗ୍ରତ ହୋଇଯାଇଛନ୍ତି । ଲୋକଙ୍କୁ ବାରମ୍ବାର ହାତ ଧୋଇବା ସହ ହାଣ୍ଡ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ବିଶେଷଜ୍ଞ କହିବା ଅନୁଯାୟୀ ହାଣ୍ଡ ସାନିଟାଇଜର ବ୍ୟବହାର କରିବା ପରିବର୍ତ୍ତେ ସାବୁନର ବ୍ୟବହାର ଅଧିକ ଲାଭଦାୟକ ।  ତେବେ ଆସନ୍ତୁ ଜାଣିବା କେମିତି ?

ଆମେରିକାର ସିମନ୍ସ ବିଶ୍ୱବିଦ୍ୟାଳୟର ହୋମ ଏଣ୍ଡ କମ୍ୟୁନିଟି ହାଇଜିନ ପ୍ରୋଫେସର ଏଲିଯାବେଥ ସ୍କାଟଙ୍କ କହିବା ଅନୁଯାୟୀ, ସାବୁନ ଏବଂ ପାଣିରେ ହାତ ଧୋଇବା ପରେ ଏକ ସଫା ତଉଲିଆରେ ହାତ ପୋଛିବା ହିଁ ଗୋଲ୍ଡ ଷ୍ଟାଣ୍ଡର୍ଡ ଅଟେ । ହାତରେ ଥିବା ବ୍ୟାକଟେରିଆ ଏବଂ ଭାଇରସକୁ ସବୁନ ନଷ୍ଟ କରିଥାଏ । ସାବୁନ ଦ୍ୱାରା ହାତ ଧୋଇବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଇଥାଏ, ଏହାଦ୍ୱାରା ହାତରେ ଜୀବାଣୁ ଲାଗିନଥାଏ ଏବଂ ରୋଗରେ ପଡ଼ିବାର ସମ୍ଭାବନା କମ ରହିଥାଏ ।

ସାବୁନ ଦ୍ୱାରା ହାତ ଧୋଇବାର ଫାଇଦା

ସାବୁନ ଜୀବାଣୁ ମାନଙ୍କୁ ତୁରନ୍ତ ନଷ୍ଟ କରିଥାଏ । ବାର ସାବୁନ ବ୍ୟତୀତ ଲିକ୍ୱିଡ ସାବୁନ ବ୍ୟବହାର କରିବା ଅଧିକ ଲାଭଦାୟକ । କାଶିବା ବା ଛିଙ୍କିବା ଦ୍ୱାରା ଏହାର ପାଟିରୁ ବାହାରିଥିବା ତରଳ ପଦାର୍ଥ କୌଣସି ଜିନିଷ ଉପରେ ଦୀର୍ଘ ଘଣ୍ଟା ଯାଏ ରହିଥାଏ ଏବଂ ହାତ ମାଧ୍ୟମରେ ଏହା ଆମ ଶରୀରରେ ପ୍ରବେଶ କରିଥାଏ । ସାବୁନ୍ ଏହି ମାଇକ୍ରୋବ ଗୁଡିକର ସ୍ତରକୁ ଦୂର କରିବାରେ ସାହାଯ୍ୟ କରେ, ଯାହା ସେମାନଙ୍କର ସଂକ୍ରମଣ କ୍ଷମତାକୁ ହ୍ରାସ କରିଥାଏ ।

ସାବୁନରେ ଆମ୍ଫିଫାଇଲ୍ ପଦାର୍ଥ ମିଳିଥାଏ ଯାହା ଜୀବାଣୁକୁ ନିଷ୍କ୍ରିୟ କରିଥାଏ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ବାର୍ ସାବୁନ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ । କେବଳ ଘରେ ବ୍ୟବହାର ପାଇଁ ସାବୁନ ରଖିବା ଉଚିତ ଏବଂ ଚର୍ମ ସଂକ୍ରମଣ ଥିବା ବ୍ୟକ୍ତିମାନେ ଏକ ଭିନ୍ନ ସାବୁନ ବ୍ୟବହାର କରିବା ଉଚିତ୍  ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହ୍ୟାଣ୍ଡ ସାନିଟାଇଜରରେ ତିନୋଟି ଜିନିଷ ନିଶ୍ଚିତ ଭାବରେ ରହିବା ଆବଶ୍ୟକ । ଏଥିରେ ଆଲକୋହଲର ମାତ୍ରା ଅଧିକ ରହିବା ଉଚିତ ଏବଂ ଏହା ଆପଣଙ୍କ ହାତ ଏବଂ ଆଙ୍ଗୁଠିରେ ଭଲ ଭାବରେ ଲାଗିବା ଉଚିତ । ୬୦ ପ୍ରତିଶତ ଅଧିକ ଥିବା ଆଲକୋହଲ ହାତରେ ଲଗାଇଲେ ଏହା ଜଳାପୋଡ଼ା କରିବା ସ୍ୱାଭାବିକ । ତେବେ ସାନିଟାଇଜର ସେତେବେଳେ ବ୍ୟବହାର କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ହାଥ ଧୋଇବା ପାଇଁ ସୁବିଧା ନଥିବ ।

କଲୋମ୍ବିଆ ବିଶ୍ୱବିଦ୍ୟାଳୟର ଏପିଡୋମିୟୋଲଜିଷ୍ଟ ସେଣ୍ଡ୍ରା ଅଲବ୍ରେଟ କହିଛନ୍ତି ଯେ, ହ୍ୟାଣ୍ଡ ସାନିଟାଇଜ ପାଇଁ କେବଳ ସାନିଟାଇଜର ଆବଶ୍ୟକ କିନ୍ତୁ ସାବୁନରେ ହାତ ସଫା କରିବା ପାଇଁ ପାଣିର ଆବଶ୍ୟକତା ରହିଥାଏ । ଯେତେବେଳେ ଆପଣ ବାହାରେ ଥାଆନ୍ତି ସେତେବେଳେ ପାଣିର ବିକଳ୍ପ ନଥାଏ । ସାନିଟାଇଜର ତୁରନ୍ତ ଏବଂ ସୁବିଧାଜନକ ହେବା କାରଣରୁ ଅଧିକ ଲୋକପ୍ରିୟ ହୋଇଛି ।

ହାତ ଧୋଇବାର ସଠିକ ପ୍ରକ୍ରିୟା-

ସିଡିସିର ସୂଚନା ଅନୁଯାୟୀ, ଆପଣ ଗରମ ପାଣି ବ୍ୟବହାର କରୁଛନ୍ତି ନା ଥଣ୍ଡା ପାଣି ଏଥରୁ କିଛି ଫରକ ପଡ଼େ ନାହିଁ । କେବଳ ପାଣିରେ ଧୋଇବା ଅପେକ୍ଷା ସାବୁନରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ ହୋଇଥାଏ କାରଣ ଏହା ଚର୍ମରେ ଜୀବାଣୁ ଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରେ । ହାତରେ ୨୦ ସେକେଣ୍ଡ ପାଇଁ ସାବୁନ ଲଗାଇବା ଭଲ ଭାବରେ ଧୁଅନ୍ତୁ ଏବଂ ସଫା ତଉଲିଆରେ ଏହାକୁ ପୋଛନ୍ତୁ ।

ଉପନିର୍ବାଚନ ପୂର୍ବରୁ ବିଜେପିକୁ କଂଗ୍ରେସର ବଡ଼ ପ୍ରଶ୍ନ, କୁଆଡ଼େ ଗଲା AIIMS-ସୁପର ସ୍ପେସାଲିଟି ହସ୍ପିଟାଲ.. ?

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଦଳ ତରଫରୁ ବିଜେପିକୁ ପଚରାଯାଇଛି କିଛି ପ୍ରଶ୍ନ । କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ । ସରକାରୀ ନର୍ସିଂ କଲେଜର ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ଏଯାଏଁ କାହିଁକି ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ଖୋଲା ମଞ୍ଚରେ ଆଲୋଚନା ପାଇଁ ବିଜେପିକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ବାଲେଶ୍ୱରବାସୀ ବିଜେପିକୁ ପ୍ରତ୍ୟାଖାନ କରନ୍ତୁ ବୋଲି ଅପିଲ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ସେପଟେ ଉପନିର୍ବାଚନ ପାଇଁ ସରଗରମ ବାଲେଶ୍ୱର ସଦର ରାଜନୀତି । ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି । କିଏ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛି, ତ’ ପୁଣି କିଏ ବୈଠକ ପରେ ବୈଠକ କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ସ୍ଥିର ଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତାକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ।

ସେହିପରି ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ବାପା ମଦନ ମୋହନ ଦତ୍ତଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଭୋଟ ଭିକ୍ଷା କରୁଛନ୍ତି ମାନସ । ସେପଟେ କଂଗ୍ରେସ୍‌ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀକରି ମହିଳା କାର୍ଡ ଖେଳିବାକୁ ଉଦ୍ୟମ କରିଛି । ଆଜି ଉପନିର୍ବାଚନ ପାଇଁ ଯାଞ୍ଚ ହେବ ପ୍ରାର୍ଥିପତ୍ର । ରବିବାର ଆସିବ ଚୂଡାନ୍ତ ପାର୍ଥୀ ତାଲିକା ।

ଭାରତ-ଚୀନ୍ ସୀମା ବିବାଦ; ଅବାନ୍ତର ସର୍ତ୍ତ ରଖିୁଛି ଚୀନ୍, ଭାରତ କହିଲା ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ…

ନୂଆଦିଲ୍ଲୀ: ୬ ମାସର ସୀମା ବିବାଦ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଏବେ ଏକ ଶାନ୍ତିପୂର୍ଣ୍ଣ ଆଲୋଚନା ଆଡକୁ ମୁହାଁଇଲାଣି । ଚୀନ୍ର ଭାଷଣବାଜି ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ କମିଛି । ଏସବୁ ହୋଇଛି, ଭାରତର ପାଲଟା ଆକ୍ରମଣ ଯୋଗୁଁ । ଚୀନର ସବୁ ଅପଚେଷ୍ଟାକୁ ଭଣ୍ଡୁର କରିବାରେ ଭାରତ ସଫଳ ହେବା ପରେ ଏବେ ଚୀନ୍ ଏକ ନାଚାର ସ୍ଥିତିକୁ ଆସିଛି ଓ ଆଲୋଚନାରେ ସମାଧାନ ଚାହୁଁଛି ।

ତେବେ ସୀମା ବିବାଦ ତୁଟାଇବା ପାଇଁ ଭାରତ ଭରପୂର ପ୍ରୟାସ କରୁଛି । ଉଭୟ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହେଉଛି । ମାତ୍ର ଚୀନ୍ ଆଲୋଚନା ଏଭଳି ସର୍ତ୍ତ ଅଡି ବସୁଛି ଯାହା ନ୍ୟାୟସମ୍ମତ ନୁହେଁ ।  ଚୀନ୍ ନିଜ ପ୍ରସ୍ତାବରେ କହିଛି ଯେ, ଭାରତ ପେଙ୍ଗୋଗ୍ ହ୍ରଦର ଦକ୍ଷିଣ କ୍ଷେତ୍ରରୁ ସେନା ହଟାଉ । ମାତ୍ର ଚୀନ୍ ନିଜ ସେନାକୁ ହଟାଇବା ପାଇଁ ପ୍ରସ୍ତୁତ ନାହିଁ । ସୂଚନାଯୋଗ୍ୟ ଯେ, ପେଙ୍ଗୋଗ୍ ହ୍ରଦର ଗୋଟିଏ ପାର୍ଶ୍ୱରେ ଭାରତ ଓ ଅନ୍ୟପାଖରେ ଚୀନ୍ ରହିଛି ।

ଭାରତର କହିବା କଥା ନିଷ୍ପତ୍ତି ଏକପାଖିଆ ହୋଇପାରିବ ନାହିଁ । ଉଭୟ ଦେଶ ଏକ ସମୟରେ ହଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ପରେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରତ ସ୍ପଷ୍ଟ ଶଦ୍ଦରେ ଚୀନକୁ ଜଣାଇଛି । ତେବେ ଚୀନ ଏଭଳି ସମାଧାନକୁ ସହମତି ଦେବାକୁ ପ୍ରସ୍ତୁତ ନୁହେଁ । ଅପରପକ୍ଷରେ ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ କରିଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତ ଏଲଏସି ସୀମା ଲଂଘି ୭ଟି ସ୍ଥାନରେ ଚୀନ ସୀମାର କିଛି ଅଞ୍ଚଳ ଦଖଲ କରିଛି । ଅଗଷ୍ଟ ମାସରେ ଭାରତଚୀୟ ସେନା ମୁଭମେଣ୍ଟ କରିବା ଆରମ୍ଭ କରିଥିଲା ।

ଏହି ସମୟରେ ହିଁ ଚୁସୁଲ ଅତିକ୍ରମ ହୋଇଛି । ଚୁସୁଲ ସେହି ଅଞ୍ଚଳ ଯେଉଁଠାରୁ ସେନା ହଟାଇବା ପାଇଁ ଚୀନ୍ ଏବେ ଭାରତକୁ ବାଧ୍ୟ କରୁଛି ବୋଲି ରିପୋର୍ଟରେ ଅନୁମାନ କରାଯାଉଛି । କାରଣ ଚୁସୁଲ୍ ପଙ୍ଗୋଗ୍ ହଦ୍ରର ଦକ୍ଷିଣ ପାର୍ଶ୍ୱରେ ହିଁ ଅବସ୍ଥିତ । ସେହିଭଳି ଅନ୍ୟ ଦୁଇ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ମଧ୍ୟ ରହିଛି, ଯାହା ଚୀନ-ଭାରତ ମଧ୍ୟରେ ବିବାଦର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିଭଳି ସ୍ପାଙ୍ଗୁର୍ ଗ୍ୟାପକୁ ନେଇ ମଧ୍ୟ ଦୁଇ ଦେଶରେ ମଧ୍ୟରେ ସମସ୍ୟା ଥାଇପାରେ । ହ୍ରଦର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ପର୍ବତଶ୍ରେଣୀ ମଧ୍ୟରେ ବ୍ୟବଧାନ ରହିଛି । ଏଠାରେ ଦୁଇ ସେନାର ମୁଭମେଣ୍ଟ ରହିଥାଏ । ଭାରତ ଏଠାରେ ମଧ୍ୟ ଚୀନ ପଟକୁ ମାଡି କରି ରହିଛି ବୋଲି ରିପୋର୍ଟ କହିଛି । ତେବେ ଭାରତ ଚୀନ୍ ପଟକୁ ମାଡି କରି ରହିବା ଚୀନ ପାଇଁ ସମସ୍ୟା ବଢାଉଛି ।  ମୋଟାମୋଟି ଭାବେ କହିଲେ, ଚୁସୁଲରୁ ଭାରତୀୟ ସେନା ହଟିବା ପାଇଁ ଚୀନ୍ ଦାବି କରୁଥିବା ବେଳେ ଭାରତ ପେଙ୍ଗାେଗ ହ୍ରଦର ଉତ୍ତର ପାର୍ଶ୍ୱରୁ ଚୀନ ସେନା ହଟୁ ବୋଲି ଦାବି କରୁଛି ।

NEET 2020: ଶୋଏବଙ୍କ ସଫଳତା, ରାଉରକେଲାର ଏହି ବଦନାମ ଅଞ୍ଚଳକୁ ଦେଲା ନୂଆ ପରିଚୟ

ରାଉରକେଲା: ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରେ ନିଟ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ତେବେ ଏଥର ପରୀକ୍ଷାରେ ଜଣେ ଓଡିଆ ପୁଅ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ପ୍ରଥମ । NEET ୨୦୨୦ ପରୀକ୍ଷା ଫଳାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଥିଲା । ପରୀକ୍ଷାରେ ଅଫତାବ ୧୦୦ ପ୍ରତିଶତ ମାର୍କ ସ୍କୋର କରିଛନ୍ତି । ୭୨୦ରୁ ଶୋଏବ ୭୨୦ ମାର୍କ ରଖିଛନ୍ତି । ଶୋଏବଙ୍କର ଏହି ସଫଳତା ଯୋଗୁଁ ରାଉରକେଲା ସ୍ଥିତ ନାଲା ରୋଡରେ ଥିବା ଆଜାଦ୍ ମୋହଲ୍ଲାର ଲୋକମାନେ ବହୁତ ଖୁସି ଅଛନ୍ତି ।

ଚାରି ବର୍ଷ ପୂର୍ବେ ଏହି ଅଞ୍ଚଳ ଜାତୀୟ ସ୍ତରରେ ବେଶ ଚର୍ଚ୍ଚାରେ ଥିଲା । କାରଣ ସେଠାରୁ ଚାରିଜଣ SIMI ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ୨୦୧୬ ମସିହାରେ ଚାରିଜଣ ହାର୍ଡକୋର ସିମି ଅପରେଟରଙ୍କୁ ସେହି ସାହିରୁ ଗିରଫ କରାଯାଇଥିଲା । ଏହା ପରଠୁ ନାଲା ରୋଡ ଅଞ୍ଚଳକୁ  ଲୋକେ ଘୃଣା କରୁଥିଲେ । ୨୦୧୬ ମସିହାରେ ଫେବୃଆରୀ ମାସ ୧୬ ତାରିଖ ରାତିରେ କୁରେଶି ଅଞ୍ଚଳରେ ଥିବା ଏକ ଭଡା ଘରୁ ଶେଖ ମେହବୁବ, ଅମଜାଦ ଖାନ, ଜାକିର ହୁସେନ୍ ଏବଂ ଏମଡି ସାଲିକଙ୍କୁ ଗିରଫ କରାଯାଇଥିଲା। ସେମାନେ ସମସ୍ତେ ସେହି ଅଞ୍ଚଳରେ ଲୁଚି ରହିଥିଲେ।

ପଡୋଶୀମାନେ ଅଫତାବଙ୍କ ସଫଳତା ଜାଣିବା ପରେ ତାଙ୍କ ପିତା ମହମ୍ମଦ ଶେଖ ଅବ୍ବାସଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଫତାବ ଏବଂ ତାଙ୍କ ପରିବାର ବର୍ତ୍ତମାନ ରାଜସ୍ଥାନର କୋଟାରେ ରହୁଛନ୍ତି । ରାଜସ୍ଥାନର କୋଟାରେ ଗତ ଦୁଇ ବର୍ଷ ଧରି ଅଫତାବ୍ NEET ପାଇଁ କୋଚିଂ ନେଉଥିଲେ। ରାଉରକେଲାରେ ଥିବା ଡିସୁଜା ସ୍କୁଲର ମୁଖ୍ୟ ଆଲେକ୍ସଜାଣ୍ଡାର୍ ଡିସୁଜା କହିଛନ୍ତି ଯେ, ପ୍ରଥମରୁ ଅଫତାବ୍ ଜଣେ ଉଜ୍ଜ୍ୱଳ ଛାତ୍ର ଥିଲେ।  ସେ ଅଫତାବ ପାଇଁ ପାଇଁ ବହୁତ ଖୁସି ଏବଂ ତାଙ୍କୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ଅଫତାବଙ୍କ ସାନ ଭଉଣୀ ଏବଂ ତାଙ୍କ ମାତା ସୁଲତାନା ଗତ ବର୍ଷ ଧରି କୋଟାରେ ରହୁଥିଲେ। ICSEରେ ଅଫତାବ ୯୫% ରୁ ଅଧିକ ମାର୍କ ରଖିଥିଲେ । ଅଫତାବ ଡିସୁଜା ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଏକ ସ୍ଥାନୀୟ କଲେଜରେ ଦ୍ୱାଦଶ ପାଇଁ ନାମ ଲେଖାଇଥିଲେ । ଏବଂ ସେହି ସମୟରେ କୋଟା କୋଚିଂ ସେଣ୍ଟରରେ NEET ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ପଡ଼ୋଶୀମାନଙ୍କ କହିବାନୁସାରେ ଶୋଏବ ଉଭୟ ରାଉରକେଲା ଏବଂ ଓଡିଶା ପାଇଁ ଗର୍ବ ସେମାନେ ଅଫତାବ ଓ ତାଙ୍କ ପରିବାର ପାଇଁ ବହୁତ ଖୁସିଚାରି ବର୍ଷ ପୂର୍ବେ ନଲା ରୋଡରେ ଲାଗିଥିବା କଳା ଦାଗକୁ ଶୋଏବଙ୍କର ଏହି ସଫଳତା ଲିଭାଇ ଦେଇଛିସେହି ଅଞ୍ଚଳରୁ ୪ ଜଣ ଆତଙ୍କବାଦୀ ଗିରଫ ହେବା ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଲଜ୍ଜାଜନକ ଥିଲାକିନ୍ତୁ ଅଫତାବଙ୍କ ଫଳାଫଳ ସେହି ଖରାପ ସ୍ମୃତିକୁ ଲିଭାଇ ଦେଇଛି ।

 

ମାର୍କେଟ୍‌ ବିଲ୍ଡିଂରୁ ବଟି ଆଦାୟ ଅଭିଯୋଗ, ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ପୁଣି ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ । କ୍ୟାପିଟାଲ ଥାନା ପୋଲିସ କଲା ଗିରଫ । ଦାଦା ବଟି ମାଗୁଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ପୋଲିସ ଗିରଫ କରିଛି । ମାର୍କେଟ ବିଲ୍ଡିଂ ପରିସରରେ ଥିବା ଦୋକାନରୁ ରାଜ ଆଚାର୍ଯ୍ୟ ବଟି ମାଗୁଥିବା ଅଭିଯୋଗ ହେବା ପରେ ପୋଲିସ ତାକୁ ଗିରଫ କରିଛି । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ତେବେ ରାଜା ଆଚାର୍ଯ୍ୟ ସହ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ପୋଲିସର କହିବାନୁଯାୟୀ, ସରକାରୀ ଜମିରେ ବେଆଇନ୍‌ ଭାବେ ଯେଉଁମାନେ ଘର କରୁଥିଲେ ବା ଘର କରି ରହୁଥିଲେ ସେମାନଙ୍କୁ ରାଜା ଧମକ ଦେଇ ଦାଦାବଟି ଆଦାୟ କରୁଥିଲା । ଘର ପିଛା ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରିବାକୁ  ଚେଷ୍ଟା କରିଥିଲା । ତେଣୁ ତାକୁ ଗିରଫ କରାଯାଇଛି । କୌଣସି ମତେ ଏଭଳି ଅପରାଧୀକୁ କ୍ଷମା ଦିଆଯିବ ନାହିଁ । ରାଜା ପୋଲିସ ପାଇଁ କେବଳ ଜଣେ ଅପରାଧୀ । ପୂର୍ବରୁ ତାର ଅନେକ ଖରାପ ରେକର୍ଡ ରହିଛି । ପୋଲିସ ପାଇଁ ରାଜା ଭଳି ଅପରାଧୀ ହେଉଛି ଧୂଳିକଣା । ତେଣୁ ସାଧାରଣ ଲୋକ ରାଜା ଭଳି ଅପରାଧୀଙ୍କୁ ନଡରି ବରଂ ସେମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରନ୍ତୁ । ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସୂଚନାଯୋଗ୍ୟ, ଶୁକ୍ରବାର କମିଶନରେଟ ପୋଲିସ ପକ୍ଷରୁ ଦାଦାବଟିକୁ ନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଟ୍ୱିନ୍‌ସିଟିରେ ଦାଦାବଟି ଆଦାୟକୁ ରୋକିବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ ଟାକ୍ସ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି । ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।

ପ୍ରତି ଥାନା ଅଧିନରେ ଆସୁଥିବା ଅଞ୍ଚଳର ଦାୟିତ୍ୱ ଥାନା କର୍ମଚାରୀଙ୍କୁ ମିଳିଛି । ତେବେ ଡିସିପିଙ୍କ ସ୍ତରରେ ମଧ୍ୟ ଲୋକଙ୍କୁ ସଚେତନ କରିଯିବା ନେଇ ସୂଚନା ମିଳିଛି । ଦାଦା ବଟି ସମ୍ୱନ୍ଧୀତ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନଙ୍କ ସହ ଆଲୋଚନା ମଧ୍ୟ କରାଯିବା କଥା କମିଶନରେଟ୍ ପୋଲିସ୍ କହିଛି । ସେହିଭଳି ଡିସିପି ସପ୍ତାହରେ ଥରେ ସ୍ଥିତି ସମୀକ୍ଷା କରିବେ ଓ ଅତିରିକ୍ତ କମିଶନର ପ୍ରତି ୧୫ ଦିନରେ ଥରେ ସ୍ଥିତି ସମୀକ୍ଷା କରିବେ । ସୋମବାରଠାରୁ ଏକ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ଶୁକ୍ରବାର କୁହାଯାଇଥିଲା । ଏହି ହେଲ୍ପଲାଇନ ନମ୍ୱରରେ କଲ୍ କରି ବଟି ମାଗୁଥିବା ଲୋକ ସମ୍ପର୍କିତ ତଥ୍ୟ ଦେଇପାରିବେ ।

ତଥ୍ୟ ଦେଉଥିବା ବ୍ୟକ୍ତିର ପରିଚୟକୁ ପୋଲିସ ଗୋପନ ରଖିବ । ଆବଶ୍ୟକସ୍ଥଳେ ସୂଚନାକାରୀକୁ ପୁରସ୍କୃତ ମଧ୍ୟ କରାଯିବ । ସେହିଭଳି ବଟି ଆଦାୟ ମାମଲରେ ଜଡିତ ଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ଥାନା ଅଧିକାରୀ ପ୍ରସ୍ତୁତ କରିବେ । ଏବେ ଏମାନେ କଣ କରୁଛନ୍ତି, କିଏ କେଉଁଠାରେ କାର୍ଯ୍ୟରତ ଅଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ ହେବ । ଏହି ମାମଲାରେ ଗିରଫ ହେଲେ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୧୦ ଧାରା ଲାଗିବ । ଆବଶ୍ୟକ ହେଲେ ଜାତୀୟ ନିରାପତ୍ତା ଆଇନ ଉଲଂଘନକାରୀ ଭାବେ ଉକ୍ତ ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି କୁହଯାଇଥିଲା ।

୨୫ ଥର ଛୁରୀ ମାରି ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସକୁ ଫୋନ୍ କରି ଜଣାଇଲେ କାରଣ….

0

ଭୁବନେଶ୍ୱର: ବାରମ୍ୱାର ଦୁଷ୍କର୍ମର ଶୀକାର ହେଉଥିବା ଜଣେ ମହିଳା ବାଧ୍ୟ ହୋଇ ହତ୍ୟା କରିବା ଭଳି ପନ୍ଥା ବାଛିଛନ୍ତି । ତା’ ପୁଣି ଅତି ବିବତ୍ସ ଭାବେ । ୨୫ ଥର ଛୁରୀ ମାରି ଅତି ନିର୍ମମ ଭାବେ ସେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗୁନା ସହରରୁ । ଘଟଣାଟି ଅତ୍ୟନ୍ତ ଚାଞ୍ଚଲ୍ୟକର  । ଉକ୍ତ ମହିଳା ପ୍ରଥମେ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ହତ୍ୟା କଲେ ଓ ପରେ ଟେଲିଫୋନ ଯୋଗେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଲେ । ପୋଲିସ ମହିଳାଙ୍କୁ ଗିରଫ କରି ତାଙ୍କ ବୟାନ ରେକର୍ଡ କରିବା ପରେ ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ହଟିଲା ।

ମହିଳାଙ୍କ କହିବା ଅନୁଯାୟୀ, ବୃଜଭୂଷଣ ନାମକ ଏକ ଯୁବକ ୨୦୦୫ ମସିହାଠାରୁ ତାଙ୍କ ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖୁଥିଲେ । ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବ୍ଲାକମେଲିଂ କରି ଏଭଳି କରୁଥିଲେ । ପ୍ରଥମ ଥର ପାଇଁ ମହିଳା ଦୁଷ୍କର୍ମର ଶୀକାର ହେବା ବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା । ଏବେ ମହିଳା ବିବାହିତ । ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି । ତେବେ ଜୋର ଜବରଦସ୍ତ ଦୁଷ୍କର୍ମରୁ ରକ୍ଷା ପାଇବା ପାଇଁ ସେ କମ୍ ବୟସରେ ବିବାହ ଭଳି ନିଷ୍ପତ୍ତି ନେଇଥିଲେ । ତାଙ୍କ ବୁଝିବା ଥିଲା ଯେ, ବିବାହ କରିବା ପରେ ତାଙ୍କୁ ଏକ ଦାମ୍ପତ୍ୟ ଜୀବନ ମିଳିବ । ଯାହା ଫଳରେ ବୃଜଭୂଷଣ ଆଉ ତାଙ୍କ ସହ ଦୁଷ୍କର୍ମ କରିବାର ସାହସ କରିବେ ନାହିଁ ।

ତେବେ ବିବାହ ପରେ ମଧ୍ୟ ବୃଜଭୂଷଣ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ଉଦ୍ୟମ କଲେ । ଏପରିକି ତାଙ୍କ ସହ ବିବାହ ପରେ ମଧ୍ୟ ଦୁଷ୍କର୍ମ ହେଲା । କ୍ରମାଗତ ଭାବେ ଏଭଳି ହେବା ଦ୍ୱାରା ମହିଳା ଜଣଙ୍କର ଧୈର୍ଯ୍ୟ ଭାଙ୍ଗି ଯାଇଥିଲା । ବୃଜଭୂଷଣ ପୁଣି ଥରେ ଦୁଷ୍କର୍ମ ପାଇଁ ମହିଳାଙ୍କ ଘରକୁ ଆସିଥିବା ବେଳେ ମହିଳା ଜଣଙ୍କ ନିଜ ହତାଶାପଣ ଉପରେ କାବୁ ରଖିପାରିନଥିଲେ । କ୍ରୋଧରେ ଉକ୍ତ ଯୁବକଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କୁ ମାନସିକ ସ୍ତରରେ ଏବେ ସୁସ୍ଥ ଅନୁଭବ ହେଉଥିବା ମହିଳା ଜଣକ ପୋଲିସ ଜେରାରେ କହିଛନ୍ତି ।   

ନିଟ୍‌ ଟପ୍ପର ସୋଏବ୍‌ ଅଫତାବ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ ରେକର୍ଡ କରିଥିବା ସୋଏବ୍‌ ଅଫ୍‌ତାବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ସୋଏବଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଜୀବନରେ ଆଗକୁ ଏଭଳି ସଫଳ ହୁଅ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ CMO ପକ୍ଷରୁ ଟ୍ୱିଟ୍‌ ଯୋଗେ ଏହି ଅଭିନନ୍ଦନ ଦିଆଯାଇଛି ।

ଶୁକ୍ରବାର ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । କୋଭିଡ୍ କଟକଣା ମଧ୍ୟରେ ଏବର୍ଷର ନିଟ୍ ପରୀକ୍ଷା ହୋଇଥିଲା । ତେବେ ଏଥର ପରୀକ୍ଷାରେ ଜଣେ ଓଡିଆ ପୁଅ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ପ୍ରଥମ । ୭୨୦ ରୁ ୭୨୦ ମାର୍କ ରଖିବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି ସୋଏବ୍‌ । ଉଲ୍ଲେଖଯୋଗ୍ୟ ଯେ ସେ ରାଉରକେଲାର ବାସିନ୍ଦା ଅଟନ୍ତି । ତେବେ ତାଙ୍କ କଠିନ ପରିଶ୍ରମ ରାଜ୍ୟ ପାଇଁ ଏହି ଗୌରବ ଆଣିଛି । ଏହା ପୂର୍ବରୁ ଓଡ଼ିଶା NEET ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିନଥିଲା ।

ସଫଳ ରକ୍ତଦାନ ଶିବିର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ୍‌

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ପକ୍ଷରୁ ଆୟୋଜିତ ହେଉଥିବା ରକ୍ତଦାନ ଶିବିର କର୍ଯ୍ୟକ୍ରମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ମୁଖ୍ୟମନ୍ତ୍ରାୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଲେଖିଛନ୍ତି:- ସାରା ରାଜ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ସଫଳ କରିଥିବା ରକ୍ତଦାତା, @MoParivarOdishaର ନେତୃବୃନ୍ଦ, ଦଳୀୟ ନେତା, କର୍ମୀଙ୍କୁ ଆନ୍ତରିକ ଧନ୍ୟବାଦ । ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ପଛରେ ଥିବା ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ । ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହା ନିଶ୍ଚୟ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

NEET Result: ଆକାଂକ୍ଷା ମଧ୍ୟ ଶତ ପ୍ରତିଶତ ସ୍କୋର କରିଥିଲେ, କିନ୍ତୁ ଏହି କାରଣରୁ ଟପ୍ପର ହେଲେ ଶୋଏବ

ନୂଆଦିଲ୍ଲୀ: ଦେଶରେ ମେଡିକାଲ କଲେଜରେ ଆଡମିଶନ ପାଇଁ ହୋଇଥିବା NEET ପରୀକ୍ଷାରେ ଓଡିଶାର ଶୋଏବ ଆଫତାବ ଟପ୍ପର ହୋଇଛନ୍ତି । ଶୋଏବଙ୍କ ଫଳାଫଳ ଶତ ପ୍ରତିଶତ ରହିଛି । ୭୨୦ରୁ ସେ ୭୨୦ ନମ୍ବର ପାଇଛନ୍ତି। ଶୋଏବଙ୍କ ସହ ଦିଲ୍ଲୀର ଆଙ୍କାକ୍ଷା ସିଂ ମଧ୍ୟ ୧୦୦ ପ୍ରତିଶତ ଫଳାଫଳ ପାଇଛନ୍ତି ଏବଂ ତାଙ୍କୁ ମଧ୍ୟ ୭୨୦ ନମ୍ବର ମିଳିଛି । କିନ୍ତୁ ସେ NEET ପରୀକ୍ଷାର ଶୀର୍ଷରେ ରହିପାରିବେ ନାହିଁ । ଆକାଂକ୍ଷାଙ୍କର ଅଲ ଇଣ୍ଡିଆ ରାଙ୍କ ୨ ରହିଛି । ଯେତେବେଳେ ଦୁଇ ଜଣ ଛାତ୍ରଙ୍କ ମାର୍କ ସମାନ ରହେ, ତେବେ ପ୍ରଥମ ଟପ୍ପର କିଏ ହେବା ଉଚିତ୍ ଏହା NTA ଘୋଷଣା କରେ । NTA ଆଧାରରେ ଶୋଏବ ପ୍ରଥମ ନମ୍ବରରେ ରହିଛନ୍ତି । ରେକର୍ଡ ଅନୁଯାୟୀ, ଶୋଏବ ଆକାଂକ୍ଷାଙ୍କଠାରୁ ବୟସରେ ବଡ଼ । ତେଣୁ, NTA ପୋଲିସି ଅନୁଯାୟୀ ଶୋଏବଙ୍କୁ ଟପ୍ପର ଘୋଷଣା କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ଓଡିଶାର ଶୋଏବ ଅଫତାବ ଏବଂ ଦିଲ୍ଲୀର ଆକାଂକ୍ଷା ସିଂ ଉଭୟ ୭୨୦ ନମ୍ବର ହାସଲ କରିଛନ୍ତି । କିନ୍ତୁ ଅଫତାବ ବୟସରେ ବଡ଼ ହୋଇଥିବାରୁ ସେ ଜାତୀୟ ରାଙ୍କିଂରେ ଶୀର୍ଷରେ ରହିଛନ୍ତି। NTA ଟାଇ ବ୍ରେକିଂ କ୍ଷେତ୍ରରେ ଟପ୍ପର ଘୋଷଣା କରିବାକୁ ବୟସ, ଟପିକ୍ ରେ ମିଳିଥିବା ସଂଖ୍ୟା ଏବଂ ଭୁଲ ଉତ୍ତର ସଂଖ୍ୟାକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଥାଏ । ଜଣେ ଅଧିକାରୀ  NTA ଟାଇ ବ୍ରେକିଂ ପୋଲିସିକୁ ନେଇ ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀଙ୍କ ରାଙ୍କି ପ୍ରଥମେ ସଠିକ୍ ମାର୍କ ଆଧାରରେ କରାଯାଏ । ଯଦି ଏହି ସ୍ଥିତିରେ ରାଙ୍କ୍ ନେଇ ନିର୍ଣ୍ଣୟ ହୋଇପାରେ ନାହିଁ । ତାହେଲେ ଭୁଲ ପ୍ରଶ୍ନର ଉତ୍ତରକୁ ଦୃଷ୍ଟିରେ ରଖି ରାଙ୍କିଂ ପ୍ରସ୍ତୁତ କରାଯାଏ । ଏହା ପରେ, ବୟସ ଆଧାରରେ ମଧ୍ୟ ରାଙ୍କିଂ ନିର୍ଣ୍ଣୟ କରାଯାଏ, ଏଠାରେ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଏ ।

ଚଳିତ ବର୍ଷ NEET ପରୀକ୍ଷାରେ ୪ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୧୫ ମାର୍କ ରଖିଛନ୍ତି । କିନ୍ତୁ ଏହି ପୋଲିସି ଆଧାରରେ କରି ତୁମ୍ମଲା ସ୍ନିକତା (ତେଲେଙ୍ଗାନା), ବିନୀତ ଶର୍ମା (ରାଜସ୍ଥାନ), ଅମୃଷା ଖେତାନ (ହରିୟାଣା) ଏବଂ ଗୁଥୀ ଚୈତନ୍ୟ ସିନ୍ଧୁଙ୍କୁ ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ରାଙ୍କ ମିଳିଛି । ସେହିଭଳି, ୮ ରୁ ୨୦ ନମ୍ବର ଆଣିଥିବା ପରୀକ୍ଷାର୍ଥୀମାନେ ୭୧୦ ମାର୍କ ରଖିଛନ୍ତି । ସେହିଭଳି ୨୫ ରୁ ୫୦ ରାଙ୍କରେ ଥିବା ପରୀକ୍ଷାର୍ଥୀମାନେ ୭୨୦ରୁ ୭୦୫ ମାର୍କ ରଖିଛନ୍ତି ।

 

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦଙ୍କ ପୁଅ ସମେତ ୩ ମୃତ

କଟକ: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ । ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍ (ଜାଗୁଆର୍ କାର୍‌-ଓଡି ୧୪ସି-୦୦୦୭) ରାସ୍ତାକଡ଼ କେନାଲକୁ ପଶିଯାଇଥିଲା । ଫଳରେ ପାଣିରେ ବୁଡ଼ି ୩ ଜଣ ପ୍ରାଣ ହରାଇଛନ୍ତି ।

CTC ACCIDENT (1)

ମୃତକଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ, କଟକ ଗୋପାଳପୁର ଅଞ୍ଚଳର ଗୌତମ ଦାସ ଓ ଅନ୍ୟ ଜଣେ ହେଲେ ହାଇଦ୍ରାବାଦର ପ୍ରଣୀତ ମଧୁପତି । ୩ ଜଣ ସାଙ୍ଗ କାର୍‌ ଯୋଗେ ଶୁକ୍ରବାର ରାତିରେ କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ପାଣିରେ ବୁଡି ରହିଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା । ପରେ କଟକ ବଡ଼ ମେଡିକାଲକୁ ସେମାନଙ୍କୁ ପଠାଇଥିଲା । ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ଅମର ପ୍ରଧାନ ହେଉଛନ୍ତି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ସାଂସଦ । ସେ ୨୦୦୯ରେ କଂଗ୍ରେସ ଟିକଟରେ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ବିଜେପିର ରୋହିତ ପୂଜାରୀଙ୍କୁ ସେ ପରାଜିତ କରିଥିଲେ ।