spot_img
Home Blog Page 6570

ରାଜଧାନୀରେ ୩ୟ ପର୍ଯ୍ୟାୟ ସେରୋ ସର୍ଭେ; ତିନି ଦିନରେ ୧୫ ଶହ ନମୁନା ସଂଗ୍ରହ ଲକ୍ଷ୍ୟ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସେରୋ ସର୍ଭେକୁ ଗୁରୁତ୍ୱ ମିଳୁଛି । ଏହି ସର୍ଭେ ତିନି ଦିନ ହେବ । ୨୫ଟି ୱାର୍ଡରୁ ୧୫ ଶହ ନମୁନା ସଂଗ୍ରହ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରେସ ମିଟ୍ କରି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ।  ବିଏମସି ଓ ଆରଏମଆରସିର ୫ଟି ସ୍ୱତନ୍ତ୍ର ଟିମ୍ ନମୁନା ସଂଗ୍ରହରେ ଲାଗିଛି । । ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ଶତକଡା ୧.୪ ଓ ୫.୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଥିଲା ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ସର୍ଭେରେ ଭୁବନେଶ୍ବରରେ କେତେ ପରିମାଣର ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହେବ ।ସେହିଭଳି ପୂର୍ବ ଅପେକ୍ଷା ରାଜଧାନୀରେ ଲୋକେ ସୋତପ୍ରୋତ ଭାବେ ଟେଷ୍ଟିଂ ପାଇଁ ଆଗଭର ହେଉଛନ୍ତି । ଏହା ଭଲ ସଙ୍କେତ ବୋଲି ବିଏମସି କମିଶନର କହିଛନ୍ତି । ଏବେ ଭୁବନେଶ୍ୱରରେ ସ୍ଥିତି ସାମାନ୍ୟ ବଦଳିଛି । ଲୋକଙ୍କ ସଚେତନ ମନୋଭାବ ଯୋଗୁଁ ବିଏମସିର ଉଦ୍ୟମ ସଫଳ ହେଉଛି ।

ଆଗକୁ ପାର୍ବଣ ଋତୁ ଆସୁଛି । ଏଣୁ ସଂକ୍ରମଣର ଆଶଙ୍କା ବଢିଛି । ରାଜଧାନୀବାସୀ ଏସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଅଧିକ ସଚେତନ ରହିବା ପାଇଁ କମିଶନର ଅପିଲ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ରାଜଧାନୀକୁ ବାଦ ଦେଲେ, ବ୍ରହ୍ମପୁରରେ ଶତକଡା ୩୧, ରାଉରକେଲାରେ ଶତକଡା ୨୫, ମାଲକାନଗିରିରେ ଶତକଡା ୫୦ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ଶତକଡା ୬୫ପ୍ରତିଶତ ଲୋକଙ୍କ ନିକଟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି ।

ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

0

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ନିରାଡମ୍ବର ଭାବେ  ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହାକୁ ଅନୁପାଳନ କରିଛନ୍ତି ଶ୍ରୀମୟୀ ମିଶ୍ର । ସେହି କ୍ରମରେ ଶୁକ୍ରବାର ଶ୍ରୀମୟୀ କଟକ ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ  ପାଳନ କରିଛନ୍ତି ।

sreemayee mishra odtc chairman

ସେଠି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ( ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି କଟକ ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମ କୁଯାଇ ସେଠାରେ ରହୁଥିବା ଅନ୍ତେବାସୀଙ୍କ  ସହ ସମୟ କାଟିଛନ୍ତି । ଆଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମଚାରୀଙ୍କୁ କରୋନା ପାଇଁ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସେମାନଙ୍କୁ ଶାଢୀ, ଶୀତବସ୍ତ୍ର, ମାସ୍କ, ସାନିଟାଇଜର, ଫଳ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିଥିଲେ ।

ଶ୍ରୀମୟୀଙ୍କ ଏହି ନିଆରା କାର୍ଯ୍ୟକ୍ରମରେ  ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କଟକ ଜୋନ୍ ସଭାପତି ସ୍ମୁତିରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ  ଅଂଶୁମାନ ରଶ୍ମି ସାଗର ସେଠି,ଅପର୍ଣ୍ଣା ଦାସ, ବିଜୁ ଜନତା ଦଳ ର ଯୁଗ୍ମ ସମ୍ପାଦିକା ସ୍ଵରାଜ ଲଷ୍ମୀ ସାମଲ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି – ଭବାନୀ ଶଙ୍କର ଦାଶ, ଚିନ୍ମୟ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ପ୍ରୀତି ପ୍ରିୟଙ୍କା,  ଦୀପିକା ସାହୁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା -ଲଷ୍ମୀପ୍ରିୟା ଦୀକ୍ଷୀତ୍, ଯୁଗ୍ମ ସମ୍ପାଦିକା – ସୁପ୍ରିତି ନାଥ ଶର୍ମା, ସୋନାଲି ସାହୁ, ପୂର୍ଣ୍ଣିମା ବେହେରା ଓ ଡାକ୍ତର ସ୍ୱାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ପାଇଲା NEET ଫଳ, ସବୁ ରେକର୍ଡ ଭାଙ୍ଗି ସର୍ବଭାରତୀୟ ସ୍ତରରେ ପ୍ରଥମ ହେଲେ ଓଡ଼ିଆ ପୁଅ…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ନିଟ୍ ପରୀକ୍ଷା ଫଳ । କୋଭିଡ୍ କଟକଣା ମଧ୍ୟରେ ଏବର୍ଷର ନିଟ୍ ପରୀକ୍ଷା ହୋଇଥିଲା । ତେବେ ଏଥର ପରୀକ୍ଷାରେ ଜଣେ ଓଡିଆ ପୁଅ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି । ତେବେ ନିଟ୍ ପରୀକ୍ଷାରେ ଏଭଳି ପ୍ରଦର୍ଶନ କରିବାରେ ସେ ପ୍ରଥମ ।

୭୨୦ରୁ ୭୨୦ ମାର୍କ ରଖି ସେ ଶତ ପ୍ରତିଶତ ନମ୍ୱର ରଖିବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସେ ରାଉରକେଲାର ବାସିନ୍ଦା ଅଟନ୍ତି । ତେବେ ତାଙ୍କ କଠିନ ପରିଶ୍ରମ ରାଜ୍ୟ ପାଇଁ ଏହି ସଫଳତା ଆଣିଛି । ରାଜ୍ୟ କେବେ ମଧ୍ୟ NEET ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିନଥିଲା । ତେବେ ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ଆଜି ସନ୍ଧ୍ୟା ୫ଟାରେ ନିଟ୍ ନମ୍ୱର ପ୍ରକାଶ କରାଯାଇଛି । ପରୀକ୍ଷା ଫଳ ଦେଖିବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ http://ntaneet.nic.in/ ରେ ଲଗ୍ ଇନ୍ କରି ନିଜ ପରୀକ୍ଷା ଫଳ ଜାଣିପାରିବେ ।

ମା’ ବିରଜାଙ୍କ ରଥଯାତ୍ରା ପୂର୍ବରୁ ସରିଲା ୨୫୦ ସେବାୟତଙ୍କ କୋଭିଡ୍ ଟେଷ୍ଟ୍…

0

ଯାଜପୁର: ଆସନ୍ତା କାଲି ଯାଜପୁରରେ ମା’ ବିରଜାଙ୍କ ବିଜୟା ରଥଯାତ୍ରା ହେବ । ପୁରୀ ରଥଯାତ୍ରା ଭଳି ଏଠାରେ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ । ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟିଂ ଶେଷ ହୋଇଛି । ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କର କରୋନା ଟେଷ୍ଟିଂ ହେଉଛି ।

ଏହାକୁ ତିନୋଟି ପର୍ଯ୍ୟାୟରେ ଶେଷ କରିବା ପାଇଁ ଯୋଜନା ନିଆଯାଇଥିଲା । ଏହା ପ୍ରଥମ ପର୍ଯ୍ୟାୟର ଟେଷ୍ଟିଂ । ବିରଜା କଲ୍ୟାଣ ମଣ୍ଡପଠାରେ ଏହି ଟେଷ୍ଟିଂ ହେଉଥିଲା । ପାଖାପାଖି ୨୫୦ ସେବାୟତଙ୍କର ଟେଷ୍ଟିଂ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣର ଆଶଙ୍କା ମଧ୍ୟରେ ମା’ଙ୍କର ଏହି ରଥଯାତ୍ରାକୁ ଅନୁମତି ମିଳିଥିବା ବେଳେ ଏହା କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ହେବ ବୋଲି କୁହାଯାଇଛି ।

ଆକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ, ନଭେମ୍ବରରେ ଆସୁଛି ଆଉ ୪ଟି ରାଫେଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିବାକୁ ଯାଉଛି ଆଉ ୪ଟି ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆଉ ୪ଟି ରାଫେଲ ବିମାନ ଅମ୍ବାଲା ପହଞ୍ଚିବ । ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ୩ରୁ ୪ଟି ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ଆସିବ । ଏହା ପୂର୍ବରୁ ଗତ ଜୁଲାଇ ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ରାଫେଲ୍ ବିମାନ ଆସିଥିଲା । ସେପ୍ଟେମ୍ବର ୧୦ରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ରାଫେଲ୍ ବିମାନକୁ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ୍ କରାଯାଇଥିଲା । ୪ ବର୍ଷ ତଳେ ଭାରତ ଫ୍ରାନ୍ସ ସହ ୫୯ କୋଟି ଟଙ୍କା ବିନିମୟରେ ୩୬ଟି ଲଢ଼ୁଆ ରାଫେଲ୍ କିଣିବାକୁ ଚୁକ୍ତି କରିଥିଲା ।

Indian Air Force To Get 3-4 More Rafale Fighters By First Week November

ମିଳିଥିବା ସୂଚନା ଅନୁସାରେ- ନଭେମ୍ବରରେ ୩ରୁ ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିବ । ଏହି ସବୁ ବିମାନ ନଭେମ୍ବର ପ୍ରଥମ ସପ୍ତାହରେ ଫ୍ରାନ୍ସରୁ ଉଡ଼ାଣ ଭରି ଭାରତ ପହଞ୍ଚିବ । ଆସୁଥିବା ନୂଆ ୪ଟି ବିମାନ ଭାରତ ପହଞ୍ଚିବା ପରେ ବାୟୁସେନାରେ ରାଫେଲ୍ ସଂଖ୍ୟା ୯କୁ ବୃଦ୍ଧି ପାଇବ । ଜୁଲାଇରେ ଭାରତକୁ ମିଳିଥିବା ୫ଟି ରାଫେଲକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ମୁତୟନ କରାଯାଇଛି । ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଣ ଦାୟିତ୍ୱ ବାୟୁସେନାର ୧୭ ଗୋଲ୍ଡେନ ଏରୋ ସ୍କ୍ୱାଇନକୁ ଦିଆଯାଇଛି ।

Indian Air Force To Get 3-4 More Rafale Fighters By First Week November

ଲଦାଖରେ ଚୀନ ସହ ଉତ୍ତେଜନା ଭିତରେ ରାଫେଲ୍ ଲଗାତାର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଡ୍ରାଗନ ସେନାର କାର୍ଯ୍ୟକଳାପ ଉପରେ ନଜର ରଖିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ୍ ଏଲଏସିରେ ଚୀନକୁ ଚକମା ଦେଇଚାଲିଛି ।

Indian Air Force To Get 3-4 More Rafale Fighters By First Week November

ଫ୍ରାନ୍ସରୁ ଦ୍ୱିତୀୟ ପର୍ଯ୍ୟାୟ ରାଫେଲ ବିମାନ ଆସିବା ପରେ ପଶ୍ଚିମବଙ୍ଗର କଲଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରେ ମୁତୟନ କରାଯିବ । ଚୀନ୍ ସହ ଲାଗିଥିବା ପୂର୍ବ ସୀମାର ସୁରକ୍ଷା ପାଇଁ ୪.୫ ଫୋର୍ଥ ଜେନରେସନର ଏହି ଯୁଦ୍ଧ ବିମାନ ପଶ୍ଚିମବଙ୍ଗରେ ମୁତୟନ ହେବ ।

Indian Air Force To Get 3-4 More Rafale Fighters By First Week November

ସୂଚନାଯୋଗ୍ୟ, ପ୍ରାୟ ୫୮ ହଜାର କୋଟି ଟଙ୍କା ବିନିମୟରେ ଫ୍ରାନ୍ସ ୩୬ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ଦେବାକୁ ଚୁକ୍ତି ହୋଇଛି । ୨୦୨୧ ସୁଦ୍ଧା ସମସ୍ତ ରାଫେଲ ଭାରତକୁ ମିଳିବା ନେଇ ଆଶା କରାଯାଉଛି । ଚୁକ୍ତି ହୋଇଥିବା ୩୬ଟି ରାଫେଲ୍ ମଧ୍ୟରୁ ଚଳିତବର୍ଷ ଶେଷ ସୁଦ୍ଧା ୧୦ଟି ରାଫେଲ୍ ମିଳିଯିବ ।

Indian Air Force To Get 3-4 More Rafale Fighters By First Week November

ରାଫେଲର ବିଶେଷତ୍ୱ ହେଉଛି- ଏହା ଶତ୍ରୁ ଦେଶର ସୀମାରେ ପ୍ରବେଶ ନକରି ଚୀନ ଓ ପାକିସ୍ତାନର ୬୦୦ କିଲୋମିଟର ଦୂରତାକୁ ଟାର୍ଗେଟ୍ କରିପାରିବ । ଏତେ ଦୂରରୁ ନିମିଷକେ ସବୁକିଛି ଧ୍ୱଂସ କରିପାରିବ ରାଫେଲ । ସ୍ଥଳଭାଗକୁ ନଆସି ରାଫେଲରେ ଆକାଶ ମାର୍ଗରେ ହିଁ ଇନ୍ଧନ ଭରାଯାଇ ପାରିବ । ଏୟାର ଷ୍ଟ୍ରାଇକ୍ ପାଇଁ ରାଫେଲକୁ ଜବଦରସ୍ତ କୁହାଯାଉଛି ।

‘ଦାଦାବଟିକୁ ନା’ କାର୍ଯ୍ୟକ୍ରମ ହାତକୁ ନେଲା କମିଶନରେଟ୍ ପୋଲିସ୍, ସୋମବାରଠାରୁ ଟ୍ୱିନସିଟିରେ ହେଲ୍ପଲାଇନ୍ ନମ୍ୱର

ଭୁବନେଶ୍ୱର/କଟକ: ଦାଦାବଟିକୁ ରୋକିବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ ଆଣ୍ଟି ଏକ୍ସକର୍ଷନ ଟାକ୍ସ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି । ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।

ପ୍ରତି ଥାନା ଅଧିନରେ ଆସୁଥିବା ଅଞ୍ଚଳର ଦାୟିତ୍ୱ ଥାନା କର୍ମଚାରୀଙ୍କୁ ମିଳିଛି । ତେବେ ଡିସିପିଙ୍କ ସ୍ତରରେ ମଧ୍ୟ ଲୋକଙ୍କୁ ସଚେତନ କରିଯିବା ନେଇ ସୂଚନା ମିଳିଛି । ତେବେ ଦାଦା ବଟି ସମ୍ୱନ୍ଧୀତ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନଙ୍କ ସହ ଆଲୋଚନା ମଧ୍ୟ କରାଯିବା କଥା କମିଶନରେଟ୍ ପୋଲିସ୍ କହିଛି ସେହିଭଳି ଡିସିପି ସପ୍ତାହରେ ଥରେ ସ୍ଥିତି ସମୀକ୍ଷା କରିବେ ଓ ଅତିରିକ୍ତ କମିଶନର ପ୍ରତି ୧୫ ଦିନରେ ଥରେ ସ୍ଥିତି ସମୀକ୍ଷା କରିବେ । ସୋମବାରଠାରୁ ଏକ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରାଯିବ । ହେଲ୍ପଲାଇନ ନମ୍ୱରରେ କଲ୍ କରି ବଟି ମାଗୁଥିବା ଲୋକ ସମ୍ପର୍କିତ ତଥ୍ୟ ଦେଇପାରିବେ ।

ତଥ୍ୟ ଦେଉଥିବା ବ୍ୟକ୍ତିର ପରିଚୟକୁ ପୋଲିସ ଗୋପନ ରଖିବ । ଆବଶ୍ୟକସ୍ଥଳେ ସୂଚନାକାରୀକୁ ପୁରସ୍କୃତ ମଧ୍ୟ କରାଯିବ । ସେହିଭଳି ବଟି ଆଦାୟ ମାମଲରେ ଜଡିତ ଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ଥାନା ଅଧିକାରୀ ପ୍ରସ୍ତୁତ କରିବେ । ଏବେ ଏମାନେ କଣ କରୁଛନ୍ତି, କିଏ କେଉଁଠାରେ କାର୍ଯ୍ୟରତ ଅଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ ହେବ । ତେବେ ଏହି ମାମଲାରେ ଗିରଫ ହେଲେ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୧୦ ଧାରା ଲାଗିବ । ଆବଶ୍ୟକ ହେଲେ ଜାତୀୟ ନିରାପତ୍ତା ଆଇନକୁ ଉଲଂଘନକାରୀ ଭାବେ ଉକ୍ତ ଅପରାଧୀମାନଙ୍କୁ ଗିରଫ କରାଯିବ  ।ତେବେ ଗିରଫ ହେବା ପରେ ଏହି ତଥାକଥିତ ଗ୍ୟାଙ୍ଗଷ୍ଟରଙ୍କମାନଙ୍କୁ ଜାମିନ ମିଳିଯାଏ । ଏଣୁ ରାଜ୍ୟ ସରକାରଙ୍କ ଓକିଲ ସହ ଆଲୋଚନା ଚାଲିଛି । କମିଶନରେଟ୍ ପୋଲିସ୍ ଜାମିନ ଖାରଚ ସହ ଶୀଘ୍ର ଟ୍ରାଏଲ ଉପରେ ଗୁରୁତ୍ୱ ଦେବା ପାଇଁ ବିଚାର ହେଉଛି ।

ଯିବ କି କରୋନା ? ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ କାଢିଦେଲା ନବଜାତକ

ଆବୁଧାବି: ସାରା ଦୁନିଆ କରୋନା ମହାମାରୀ ସହ ଲଢ଼ୁଛି । ପ୍ରାୟ ଦେଶ କରୋନା ଭ୍ୟାକ୍ସିନ୍ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ଏକ ଛୁଆର ଜନ୍ମ ବେଳର ଫଟୋ ନେଟିଜନଙ୍କ ଧ୍ୟାନ ଆକର୍ଷଣ କରୁଛି । ଏବଂ ଲୋକ ଆଶା ପ୍ରକାଶ କରୁଛନ୍ତି ଆଗାମୀ ଦିନରେ ଲୋକଙ୍କୁ ମରଣାନ୍ତକ କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତି ମିଳିବ ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ଏବେ ଆପଣ ଭାବୁଥିବେ ଏହି ଫଟୋ ଚିତ୍ରରେ ଏମିତି କଣ କଣ ଅଛି । ଯାହାକୁ ନେଇ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି । ଖୁବଶୀଘ୍ର କରୋନା ଭାଇରସ୍ ଶେଷ ହୋଇଯିବ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

Coronavirus All Clear Passports Launched Air Travellers Bypass Quarantine

ୟୁଏଇରେ ଏକ ଛୁଆ ଜନ୍ମ ହେଉ ହେଉ ଡାକ୍ତର ଯେମିତି ତାକୁ ଧରିଥିଲେ ସେ ବନ୍ଦ ଆଖିରେ ହିଁ ଡାକ୍ତରଙ୍କ ମୁହଁରୁ ମାସ୍କ କାଢ଼ି ଦେଇଥିଲା । ନବଜାତକ ଶିଶୁ ଏଭଳି କରିବାକୁ ନେଇ ଲୋକେ ଖୁବଶୀଘ୍ର କରୋନା ଶେଷ ହେବା ନେଇ ଶୁଭ ସଂକେତ ବୋଲି ମାନୁଛନ୍ତି ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ମାଆ ଗର୍ଭରୁ ବାହାର ଆସିବା ପରେ ହିଁ ନବଜାତକ ମୁହଁରୁ ମାସ୍କ କାଢିବା ନେଇ ଡାକ୍ତର ବି ବେଶ୍ ଖୁସି ଅଛନ୍ତି । ୟୁଏଇ ଡାକ୍ତର ସମେର ଚାଏବ ଛୁଆର ଏକେ ଫଟୋ ନେଇ ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ । ଦେଖୁ ଦେଖୁ ଏହି ଫଟୋ ଇଣ୍ଟରନେଟରେ ଖୁବ୍ ଜୋରରେ ଭାଇରାଲ୍ ହୋଇ ଯାଇଥିଲା ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ଡାକ୍ତର ଫଟୋ ସେୟାର କରି ଲେଖଥିଲେ ନବଜାତକର ଏଭଳି ଆଚରଣରୁ ଲାଗୁଛି ଆମେ ଶୀଘ୍ର ହିଁ ମୁହଁରୁ ମାସ୍କ ହଟାଇବାକୁ ଯାଉଛେ । ଡାକ୍ତରଙ୍କ ଏହି ପୋଷ୍ଟ ପରେ ଲୋକ ଫଟୋକୁ ଶୁଭ ସଂକେତ ଭାବିବା ସହ ଫଟୋ ଅଫ୍ ୨୦୨୦ କହୁଛନ୍ତି ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

କେବଳ ୟୁଏଇ କାହିଁକି ଏହି ଫଟୋ ଉପରେ ବିଦେଶରୁ ବି ବହୁତ ଖୁସିଭର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକ ଆଶା କରିଛନ୍ତି କରୋନା ଯୋଗୁଁ ୬ ମାସ ହେଲା ମୁହଁରେ ରହୁଥିବା ମାସ୍କ ଶୀଘ୍ର ହିଁ କାଢ଼ି ଦିଆଯିବ । ସମସ୍ତେ ଏହି ଫଟୋର ତାରିଫ୍ ବି କରୁଛନ୍ତି ।

ଆଇପିଏଲ୍ 2020 କୋଲକତାର ଅଧିନାୟକ ପଦ ଛାଡିବେ କାର୍ତ୍ତିକ, ମୋର୍ଗାନଙ୍କୁ ଦେଲେ ଦାୟିତ୍ୱ

0

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ୨ ଥର ଜିତିଥିବା ଦଳ ହେଉଛି କୋଲକତା ନାଇଟ ରାଇଡର୍ସ । ଏହି ୨ଟି ସଫଳତା ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ହିଁ ସମ୍ଭବ ହୋଇଥିଲା । ଗମ୍ଭୀରଙ୍କ ବିଦାୟ ପରେ କୋଲକତା ନାଇଟ ରାଇଡର୍ସରେ ନେତୃତ୍ୱ ସଙ୍କଟ ରହୁଥିବା ଲକ୍ଷ୍ୟ କରାଯାଇଥିଲା । ସେହିପରି ଚଳିତ ସିଜିନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଦଳର ନେତୃତ୍ୱ ନେଉଛନ୍ତି । ହେଲେ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ସ୍ଥିରତା ରହୁନାହିଁ ।

ତେଣୁ ନିଜ ବ୍ୟାଟିଂ ଉପରେ ଅଧିକ ଫୋକସ କରିବା ପାଇଁ ଚାହିଁଛନ୍ତି କାର୍ତ୍ତିକ । ତେଣୁ କରି କୋଲକତା ନାଇଟ ରାଇଡର୍ସ ପରିଚାଳନା କମିଟିକୁ ଅଧିନାୟକତ୍ୱ ଛାଡିବା ପାଇଁ ଅନୁରୋଧ କରିଛନ୍ତି କାର୍ତ୍ତିକ । ସେହିପରି ଗତବର୍ଷ ଇଂଲଣ୍ଡକୁ ପ୍ରଥମଥର ପାଇଁ ବିଶ୍ୱ ବିଜେତା କରିଥିବା ଇଆନ ମୋର୍ଗାନଙ୍କୁ କେକେଆର ଅଧିନାୟକ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ।

କେକେଆ ସିଇଓ ଭେଙ୍କି ମିଶୋର କୁହନ୍ତି ଯେ, ଦୀନେଶଙ୍କ ଏହି ନିଷ୍ପତ୍ତି ଆମ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ହେଲେ ଆମ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ସେହିପରି ଏହା ମଧ୍ୟ ଏକ ଖୁସି ବିଷୟ ଯେ ବିଶ୍ୱବିଜେତା କ୍ୟାପଟେନ ଇଆନ ମୋର୍ଗାନ କେକେଆରର ନେତୃତ୍ୱ ନେବେ । ଯାହା ଦଳକୁ ଆହୁରି ମଜଭୁତ ହେବ ।

ଶୁକ୍ରବାରର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ କେକେଆର ଭେଟିବାକୁ ଯାଉଛି । ଶୁବମନ ଗିଲଙ୍କୁ ବାଦ୍ ଦେଲେ ଇଆନ ମୋର୍ଗାନ ହିଁ ଚଳିତ ସିଜିନରେ କେକେଆର ପକ୍ଷରୁ ଅଧିକ ରନ ସଂଗ୍ରହ କରିଛନ୍ତି । ସେହିପରି କେକେଆର ମ୍ୟାନେଜମେଣ୍ଟ ଏବଂ ଇଆନ ଦୀର୍ଘ ୨.୫ ବର୍ଷର ଅଧିନାୟକତ୍ୱ ପାଇଁ ଦୀନେଶଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

 

ପିସ୍ତଲ ଓ ରିଭଲଭର ସହ ଦୁଇ ବନ୍ଧୁକ ବେପାରୀ ଗିରଫ…

ଖୋର୍ଦ୍ଧା : କ୍ରାଇମବ୍ରାଞ୍ଚକୁ ଏକ ବଡ ସଫଳତା ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗିରଫ କରିଛି । ଏମାନଙ୍କଠାରୁ ୫ଟି ପିସ୍ତଲ, ୨ଟି ରିଭଲଭର ଓ ଗୋଟିଏ ଏୟାର ଗନ୍ ଓ ୧୨ ରାଉଣ୍ଡର ଗୁଳି ଜବତ ହୋଇଛି । ଗିରଫ ହୋଇଥିବା ବନ୍ଧୁକ ବେପାରୀଙ୍କ ନାମ ରାକେଶ ଜେନା ଓ ବିକାଶ ବେହେରା । ତେବେ ବନ୍ଧୁକ ବେପାରୀଙ୍କୁ ଠାବ କରିବା ପରେ ପୋଲିସ ନଜର ଏବେ ଏମାନଙ୍କ ସମ୍ପୂର୍ଣ୍ଣ ଗାଙ୍ଗ ଉପରେ ରହିଛି ।

ମୁଖ୍ୟତଃ ବନ୍ଧୁକ ବେପାରୀମାନେ କେଉଁଠାରୁ ଏଭଳି ମାରଣାତ୍ମକ ଅସ୍ତ୍ର ଆଣୁଛନ୍ତି ଓ ରାଜଧାନୀରେ ଏମାନଙ୍କ ଗ୍ରାହକ କିଏ ସେ  ଉପରେ ପୋଲିସର ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ଏଭଳି ବନ୍ଧୁକ ବେପାରୀମାନଙ୍କୁ କାବୁ କରିବା ପାଇଁ ପୋଲିସ ସବୁ ପ୍ରକାର ପ୍ରୟାସ କରିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏସମ୍ୱର୍କିତ ସୂଚନା ଦେଇ କହିଛନ୍ତି ଯେ ସରକାର ଗିରଫ ହୋଇଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଜେରା କରିବା ପରେ ହିଁ ଏହି ଅପରାଧ ନେଇ ସବିଶେଷ ତଥ୍ୟ ମିଳିପାରିବ ।

ପୁଷ୍ପମ ପ୍ରିୟା କାହିଁକି ସବୁବେଳେ ପିନ୍ଧନ୍ତି କଳା ରଙ୍ଗର ଡ୍ରେସ୍ ?

ପାଟଣା: ବିହାର ରାଜନୀତିରେ ଆଜିର ଦିନରେ ଅଧିକ ଚର୍ଚ୍ଚାରେ ଅଛନ୍ତି ପୁଷ୍ପମ ପ୍ରିୟା ଚୌଧୁରୀ । ସେ ପ୍ରାୟତଃ କଳା ରଙ୍ଗର ପୋଷାକରେ ନଜର ଆସନ୍ତି । ତେବେ, ସେ ସବୁବେଳେ କଳା ରଙ୍ଗର ଡ୍ରେସ୍ ପିନ୍ଧିବା ପଛରେ କାରଣ କଣ ? ଏହା ଏକ କୌଶଳ ନା ଆଉ କିଛି ? ୨୦୨୦ ମାର୍ଚ୍ଚ ମାସରେ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପମ ପ୍ରିୟା ନିଜକୁ ଉପସ୍ଥାପନ କରିଥିଲେ । ସେ ପ୍ଲୁରଲ୍ସ ପାର୍ଟି ଗଠନ କରିବା ସହ ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଛିଡ଼ା କରାଇଛନ୍ତି ।

Know The Secret Of Pushpam Priya Chaudhary Black Dress Bihar Election

ପୁଷ୍ପମ ପ୍ରିୟା ଚୌଧୁରୀଙ୍କ ନୂଆ କୌଶଳ, ରଣନୀତି ତାଙ୍କୁ ଖବରର ଶିରୋନାମାରେ ରଖିଛି । ନିକଟରେ ତାଙ୍କ ଦଳର ପ୍ରାର୍ଥୀମାନେ ନାମାଙ୍କନ କରିଥିଲେ । ନାମାଙ୍କନପତ୍ରରେ ଜାତି ସ୍ଥାନରେ ପଲିଟିସିଆନ୍ ଓ ଧର୍ମ ସ୍ଥାନରେ ବିହାରୀ ଲେଖିଥିଲେ । ତେବେ, ଏହା ପଛରେ ପୁଷ୍ପମ ପ୍ରିୟାଙ୍କ କହିବା କଥା ହେଉଛି ରାଜନୀତି ଜାତି ଓ ଧର୍ମ ଆଧାରରେ ନୁହେଁ ବରଂ ବିକାଶ ପାଇଁ ହେବା ଉଚିତ୍ ।

Know The Secret Of Pushpam Priya Chaudhary Black Dress Bihar Election

ଲଣ୍ଡନରୁ ପାଠପଢ଼ି ଫେରିଥିବା ପୁଷ୍ପମ ପ୍ରିୟା ଚୌଧୁରୀ ବିହାରର ଦରଭଙ୍ଗାରେ ଜନ୍ମିତ । ତାଙ୍କ ପିତା ବିନୋଦ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ନିକଟତର । ବିନୋଦ ଜେଡିୟୁରୁ ବିହାର ବିଧାନ ପରିଷଦ ସଦସ୍ୟ ମଧ୍ୟ ରହି ସାରିଛନ୍ତି । ବିହାର ରାଜନତୀରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ପୁଷ୍ପମ ପ୍ରିୟା ଚୌଧୁରୀ ଦାବି କରିଛନ୍ତି ।

Know The Secret Of Pushpam Priya Chaudhary Black Dress Bihar Election

ପୁଷ୍ପମ ପ୍ରିୟା କୁହନ୍ତି- ଏବେ ଆର୍ଥିକ ନୀତି ଭଲ ନାହିଁ । ସେ ଲଣ୍ଡନରୁ ଇକୋନମିକ୍ସ ପଲିସି ଟ୍ରେନିଂ ନେଇ ଆସିଛନ୍ତି । ବିହାରରେ ଅର୍ଥନୈତିକ ସୁଯୋଗ ଆଣିବାକୁ ଚାହୁଁଛନ୍ତି । ତେବେ ସେ ସବୁବେଳେ କଳାଡ୍ରେସ୍ ପିନ୍ଧିବା ପଛର କାରଣ ବି କହିଛନ୍ତି । ଦେଶର ସବୁନେତା ଧଳା ରଙ୍ଗର କପଡ଼ା ପିନ୍ଧୁଥିବାରୁ ସେ କଳା ପିନ୍ଧୁଥିବା କହିଛନ୍ତି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଏଥି ସହ ପୁଷ୍ପମ ପ୍ରିୟା କୁହନ୍ତି- ଭାରତୀୟ ସମ୍ବିଧାନରେ ନେତାଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ନାହିଁ । ତେବେ, ପୂର୍ବରୁ ଏକ ସାକ୍ଷାତକାରରେ ନେତାଜୀ କହିବାରୁ ସେ ମନା କରିଥିଲେ । ତାଙ୍କ କହିବା କଥା ସେ ନେତାଜୀ ନୁହଁନ୍ତି । ସେ କେବଳ ପଲିସି ମେକର ହେବାକୁ ଚାହୁଁଛନ୍ତି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ପ୍ରକୃତ ନେତା ତ ସୁଭାଷ ଚନ୍ଦ୍ର ବୋଷ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଜୟପ୍ରକାଶ ନାରାୟଣ ଥିଲେ ବୋଲି କୁହନ୍ତି ପୁଷ୍ପମ ପ୍ରିୟା ଚୌଧୁରୀ । ପୁଷ୍ପମ ବିହାର ବିଧାନସଭା ନିର୍ବାଚନ ୨୦୨୦ରେ ମଧୁବନି ଜିଲ୍ଲାର ବିସ୍ଫି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ।