spot_img
Home Blog Page 6571

ତୁଟୁନି କଟକ ମୂର୍ତ୍ତି ଉଚ୍ଚତା ବିବାଦ, ପରବର୍ତ୍ତୀ ଶୁଣାଣି ସୋମବାର…

କଟକ: ଦଶହରା ପାଖେଇଲାଣି । ହେଲେ କଟକ ମୂର୍ତ୍ତି ବିବାଦ ଥମିବାର ନାଁ ନେଉନାହିଁ । ମୂର୍ତ୍ତିର ଉଚ୍ଚତାକୁ ନେଇ ହାଇକୋର୍ଟରେ ଦାଖଲ ମାମଲାରେ ଆଜି ସମସ୍ତ ପକ୍ଷର ଶୁଣାଣି ହୋଇଥିଲା । ତେବେ ହାଇକୋର୍ଟ ରାୟ ଶୁଣାଣି ହୋଇନାହିଁ । ଆସନ୍ତା ସୋମବାର ଏନେଇ ଚୁଡାନ୍ତ ରାୟ ପ୍ରକାଶ ପାଇପାରେ । ଏହି ଦିନ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ତାରିଖ ଦେଇଛନ୍ତି ।

ସୂଚନା ଅନୁଯାୟୀ କଟକ ସହରରେ ଏଭଳି ୯ଟି ମୂର୍ତ୍ତି ରହିଛି ଯାହାର ଉଚ୍ଚତା ୪ ଫୁଟରୁ ଅଧିକା । ଉକ୍ତ ମୂର୍ତ୍ତିଗୁଡିକର ସାଂପ୍ରତିକ ସ୍ଥିତି ବିଷୟରେ ସୂଚନା ଦେବା ପାଇଁ ହାଇକୋର୍ଟ ଆଡଭୋକେଟ୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏହି ପୂଜା ମଣ୍ଡପରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ସମ୍ୱନ୍ଧୀତ ଧାରଣା ପାଇ ସାରିବା ପରେ ହିଁ ଆସନ୍ତା ଶୁଣାଣି କରିବ । ଉଲ୍ଲେଖଯୋଗ୍ୟ ଯେ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ବହୁ ସମୟ ଧରି ଚାଲି ଆସିଲାଣି । ଏନେଇ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଯାଚିକା ମଧ୍ୟ ଦାଖଲ କରାଯାଇଥିଲା । ଏବେ ଦଶହରା ପାଖେଇ ଆସିଥିବା ହେତୁ ଖୁବ୍ ଶୀଘ୍ର ହାଇକୋର୍ଟର ଶୁଣାଣି ଶେଷ ହେବା ନେଇ ସମ୍ଭାବନା ରହିଛି ।

ଜାମ୍ମୁ-କାଶ୍ମୀର ସୀମାରେ ଭାରତୀୟ ସୈନ୍ୟଙ୍କ ଉଦାରତା, ପାକିସ୍ତାନୀ ମେଜରଙ୍କ ସମାଧିକୁ ଦେଲେ ସମ୍ମାନ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରରେ ଭାରତୀୟ ସୈନ୍ୟଙ୍କ ଉଦାରତା । ପାକିସ୍ତାନୀ ମେଜରଙ୍କ ସମାଧିକୁ ଦେଲେ ସମ୍ମାନ । ଗୁରୁବାର ଜାମ୍ମୁ-କାଶ୍ମୀରର ନୌଗାମ ସେକ୍ଟରରେ ଭାଙ୍ଗିରୁଜି ପଡ଼ିଥିବା ଜଣେ ପାକିସ୍ତାନୀୟ ସେନା ଅଧିକାରୀଙ୍କ ସମାଧିକୁ ଭାରତୀୟ ସେନା ପକ୍ଷରୁ ମରାମତି କରାଯାଇଛି । ତେବେ ସେହି ପାକିସ୍ତାନୀ ମେଜର ହେଉଛନ୍ତି ସିତାର-ଏ-ଜୁର୍ରତ ମେଜର ମୋହମ୍ମଦ ଶବିର ଖାନ୍‌ । ସେ ୫ ମେ’ ୧୯୭୨ରେ ଭାରତୀୟ ସୈନ୍ୟଙ୍କ ଦ୍ୱାରା ନିହତ ହୋଇଥିଲେ ।

୧୯୭୨ରୁ ଆଜି ସୁଦ୍ଧା ଦୀର୍ଘ ୪୮ ବର୍ଷ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ନିଜର ସୈନ୍ୟଙ୍କ ମୃତଦେହ ନେବା ପାଇଁ ଚେଷ୍ଟା କରାଯାଇ ନାହିଁ । କିନ୍ତୁ ଭାରତୀୟ ସେନା ପକ୍ଷରୁ ପାକିସ୍ତାନୀ ମେଜରଙ୍କ ସମାଧିକୁ ସମ୍ମାନ ଦିଆଯାଉଛି ।

ତେବେ ସୈନ୍ୟ ଯେଉଁ ଦେଶର ହେଲେ ମଧ୍ୟ, ସେ ମୃତ୍ୟୁ ପରେ ସମ୍ମାନ ଓ ସହାନୁଭୂତିର ପାତ୍ର । ଏଭଳି ବିଶ୍ୱାସ ଭାରତୀୟ ସେନାର ରହିଛି । ଏହି ସେନ୍ଦେଶ ଭାରତୀୟ ସେନା ପକ୍ଷରୁ ସାରା ବିଶ୍ୱକୁ ଦିଆଯାଉଛି । ସୈନ୍ୟଙ୍କ ସମ୍ମାନ ଦେବା ହେଉଛି ଭାରତୀୟ ସେନାର ପରମ୍ପରା ।

ଶ୍ରୀନଗରର ଚିନାର କର୍ପସ୍‌ ପକ୍ଷରୁ ଉକ୍ତ ସମାଧିର ଏକ ଫଟୋ ସେୟାର କରାଯାଇଛି । ସେଥିରେ ଲେଖା ଅଛି, ସିତାର-ଏ-ଜୁର୍ରତ ମେଜର ମୋହମ୍ମଦ ଶବିର ଖାନ୍‌ଙ୍କୁ ମନେ ପକାଯାଇଛି । ଯାହାଙ୍କର ନିଧନ ୫ ମେ’ ୧୯୭୨ରେ ନିୟନ୍ତ୍ରଣ ରେଖାରେ ହୋଇଥିଲା ।

ବଢୁଛି ଉପନିର୍ବାଚନ ତାତି, ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଦିନ ଗଡ଼ିବା ସହ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସମସ୍ତ ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି । ଏହି କ୍ରମରେ ୨ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟାର ତଥା ତାରକା ପ୍ରଚାରକଙ୍କ ନାଁ ଘୋଷଣା କରିଛନ୍ତି । ନିର୍ବାଚନ ପୂର୍ବରୁ ବାକ୍ ଯୁଦ୍ଧ ମଧ୍ୟ ଜମିବାରେ ଲାଗିଛି ।

 

ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ବିଜେଡି ଲୋକ ସହ ଥିଲା । ରହିଛି ଓ ଆଗକୁ ମଧ୍ୟ ରହିବ । ଯେଉଁମାନେ ଲୋକଙ୍କ ସହ ନାହାନ୍ତି ସେମାନେ ପ୍ରଚାର କଲେ କିଛି ଫରକ ପଡ଼ିବନି  । ସେମାନେଙ୍କ ପ୍ରଚାର ଦିନେ ନାହିଁ କାଳେ ନାହିଁ, ଗମା ପୁନେଇଁରେ ମାଇଁ ମାଇଁ ଭଳି ଶତପଥୀ କହିଛନ୍ତି ।

Naveen Patnaik

ସେହିପରି କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପ୍ରଚାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବେ କି ନାହିଁ, କେତେକ ଗଣମାଧ୍ୟମ ପ୍ରତିନିଧି ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ଅରୂପ କହିଥିଲେ ଯେ,  ମୁଖ୍ୟମନ୍ତ୍ରୀ ବାହାରକୁ ଯ଼ିବା ଦରକାର ବୋଲି ମୁଁ ତ କାହିଁକି ଭାବୁନି। ସେ ସୂର୍ଯ୍ୟ ଭଳି।  electric bulbକୁ switch on off ଦରକାର। ସୂର୍ଯ୍ୟ ଯେଉଁଠି ରହିଲେ ବି ଆଲୋକିତ କରିବେ। ମତେ ଲାଗୁନି ତାଙ୍କୁ ପ୍ରଚାର ପାଇଁ ଯିବାକୁ ପଡ଼ିବ। ସିଏ ଯେଉଁଠି ରହିଲେ ଆଲୋକ ଦେବେ ବୋଲି ଅରୂପ ପଟ୍ଟନାୟକ କହିଛନ୍ତି ।

ଏହି କ୍ରମରେ ବିଜେଡି ପକ୍ଷରୁ ମଧ୍ୟ ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ସାଧାରଣ ସମ୍ପାଦକ(ସଙ୍ଗଠନ)  ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ,  ପ୍ରତାପ ଦେବ ଅଭିନେତା ଅରିନ୍ଦମ ରାୟ, ଜୀବନ ପ୍ରଦୀପ ଦାସ, କୁନା ତ୍ରିପାଠୀ, ରାଜଶ୍ରୀ ମଲ୍ଲିକ ପ୍ରମୁଖ ରହିଛନ୍ତି ।

 

ଅନୁରୂପ ଭାବେ ବିଜେପି ପକ୍ଷରୁ ମଧ୍ୟ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ଏହିମାନେ ହେଉଛନ୍ତି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ । ଏହି ୩ ପ୍ରମୁଖ ନାମ ସହ ଅନ୍ୟ ୨୭ ଜଣଙ୍କୁ ମଧ୍ୟ ତାରକା ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

ବୈଜୟନ୍ତଙ୍କ ଗୋଳମାଳିଆ ଟ୍ୱିଟ୍: ଅଶ୍ଲୀଳ ଭିଡିଓ ମାମଲାକୁ ଜାଣିଶୁଣି ଭୁଲୁଛନ୍ତି ?

ଭୁବନେଶ୍ୱର: କେନ୍ଦୁଝରର ଜଣେ ମହିଳା ଜନପ୍ରତିନିଧିଙ୍କ ନାଁରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଓଟିଭିର ଜଣେ ସାମ୍ବାଦିକଙ୍କ ସଂପର୍କରେ ପୋଲିସ ତଦନ୍ତ କରୁଛି । କିନ୍ତୁ ତଦନ୍ତରେ ସହଯୋଗ କରୁନି ଓଟିଭି । ଏହି ମାମଲାରେ ଗତକାଲି କେନ୍ଦୁଝର ସଦର ପୋଲିସ୍ ଓଟିଭିର ସଂପୃକ୍ତ ସାମ୍ବାଦିକଙ୍କୁ ପଚରାଉଚରା କରିବା ସହ ତାଙ୍କ ମୋବାଇଲ୍ ଜବତ କରିଥିଲା । ଅଧିକ ଯାଞ୍ଚ ପାଇଁ ପୋଲିସ୍ ଓଟିଭି କାର୍ଯ୍ୟାଳୟରେ ପହଞ୍ଚିଥିଲା । ହେଲେ ଓଟିଭି ମ୍ୟାନଜମେଣ୍ଟ ପୋଲିସକୁ ସହଯୋଗ କରୁନାହାଁନ୍ତି । ଫଳରେ ଗତକାଲିଠାରୁ ଓଟିଭି ଅଫିସରେ ପୋଲିସ ଜଗିରହିଛି ।

ପୂର୍ବରୁ ଏହି ମାମଲାରେ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିଥିଲା । କିଛି ମାସ ଜେଲରେ ରହିବା ପରେ ସେ ଏବେ ଜାମିନରେ ଅଛନ୍ତି । ସଂପୃକ୍ତ ଅଭିଯୁକ୍ତଙ୍କୁ ପଚାରାଉଚରା ବେଳେ ଅନ୍ୟଜଣେ ସାମ୍ବାଦିକ ତାଙ୍କୁ ସେହି କଣ୍ଟେଣ୍ଟ ପଠାଇଥିଲେ ବୋଲି ପୋଲିସ୍ ଆଗରେ ସ୍ୱୀକାର କରିଥିଲେ । ଏହାପରେ ସଂପୃକ୍ତ ସାମ୍ବାଦିକଙ୍କୁ ପଚରାଉଚରା କରାଯାଇଥିଲା । ହେଲେ ପ୍ରଶ୍ନ ଉଠୁଛି, ଏହି ଘଟଣାରେ କାହିଁକି ଓଟିଭି ସହଯୋଗ କରୁନି ?  ପୋଲିସ ଅଧିକାରୀଙ୍କୁ କାହିଁକି ତଦନ୍ତ କରିବାକୁ ଦିଆଯାଉନାହିଁ  ?

ତେବେ ପୋଲିସ ମଧ୍ୟ ନଛୋଡବନ୍ଦା । ପୋଲିସ ଗତକାଲିଠାରୁ ଓଟିଭି କାର୍ଯ୍ୟାଳୟରେ ଡେରା ପକାଇ ରହିଛି । ଜନପ୍ରତିନିଧିଙ୍କ ସଂପର୍କରେ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିବାରୁ ଓଟିଭି ଅଫିସରେ ପୋଲିସ ପହଞ୍ଚିଥିବା ବେଳେ ସଂସ୍ଥା ପକ୍ଷରୁ ଘଟଣାକୁ ଭିନ୍ନ ଧରଣର ଉପସ୍ଥାପନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଉଡ଼ାଣ ସଂପର୍କିତ ମିଥ୍ୟା ଖବର ପ୍ରସଙ୍ଗରେ ସଂପୃକ୍ତ ସାମ୍ବାଦିକଙ୍କୁ ପୋଲିସ ଗତକାଲି ଉଠାଇ ନେବା ସହ ତାଙ୍କ ମୋବାଇଲ୍ ଜବତ କରିଛି ବୋଲି ବିଭ୍ରାନ୍ତିକର ଖବର ପରିବେଷଣ କରାଯାଇଛି । ଏପରିକି ସଂସ୍ଥା ସହ ସଂପୃକ୍ତ ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଭୁଲ ତଥ୍ୟ ନେଇ ଟ୍ୱିଟ୍ କରିଛନ୍ତି । ବରମ୍ବାର ଭୁଲ୍ ତଥ୍ୟ ଆଧାରରେ ଟ୍ୱିଟ୍ କରୁଥିବା ବୈଜୟନ୍ତଙ୍କର ପୁଣି ଏକ ଭୁଲ୍ ଟ୍ୱିଟକୁ ନେଇ ପ୍ରଶ୍ନ ଉଠିଛି ।

ସୁପ୍ରିମ୍‌କୋର୍ଟଙ୍କ ଅନୁଭବଙ୍କୁ ପ୍ରଶ୍ନ,ମାମଲା ସ୍ଥାନାନ୍ତର କରିବାରେ ଅସୁବିଧା କ’ଣ ?

କଟକ: ସାଂସଦ ଅନୁଭବ ମହାନ୍ତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ବିବାଦରେ ସାଂସଦଙ୍କ ଦାମ୍ପତ୍ତ୍ୟ ଜୀବନ । ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଅନୁଭବଙ୍କୁ ନୋଟିସ ଜାରି କରାଯାଇଛି । ଏହା ସହିତ ଉଭୟ ପକ୍ଷ ପରସ୍ପର ସହ  ଆଲୋଚନା କରିବା ପାଇଁ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି ।

Anubhav Varsha Conflict

ତେବେ ଅନୁଭବ କାହିଁକି ମାମଲା ସ୍ଥାନାନ୍ତର କରୁନାହାଁନ୍ତି ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବ ପଟିଆଲା ହାଉସକୋର୍ଟରେ କରିଥିବା ମାମଲା କଟକ ସ୍ଥାନାନ୍ତର ପାଇଁ ବର୍ଷା ପୂର୍ବରୁ ଆବେଦନ କରିଥିଲେ । ପ୍ରଥମେ ଅନୁଭବ ଛାଡ଼ପତ୍ର ପାଇଁ ପଟିଆଲା କୋର୍ଟରେ ପିଟିସନ ଦାଖଲ କରିଥିଲେ । ପରେ ବର୍ଷା ତାଙ୍କ ସମ୍ପର୍କଙ୍କୁ ବଞ୍ଚାଇବା ପାଇଁ କଟକ ଏସଡିଜେଏମ୍ କୋର୍ଟରେ ପାଲଟା ପିଟିସନ ଦାଖଲ କରିଥିଲେ ।

Anubhav Varsha Conflict

ସୂଚନା ଯୋଗ୍ୟ ଯେ, ଜୁଲାଇ ୧୬ରେ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।୪୭ ପୃଷ୍ଠା ସମ୍ବଳିତ ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବାହାଘରର ପ୍ରଥମ ଦିନରୁ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ତାଙ୍କ ସହ ସମ୍ପର୍କ ରଖିବାକୁ ବର୍ଷା ୩ରୁ ୪ ମାସ ସମୟ ମାଗିଥିଲେ । ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ ।ବର୍ଷା ଅନେକ ସମୟରେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ।

 

ସାଣ୍ଡଲଉଡ ଡ୍ରଗ୍ସ କେସ: ବିବେକ ଓବୋରୟଙ୍କ ସ୍ତ୍ରୀଙ୍କୁ ସିଟି କ୍ରାଇମ ବ୍ରାଞ୍ଚ ପଠାଇଲା ନୋଟିସ

ନୂଆଦିଲ୍ଲୀ: ସାଣ୍ଡଲଉଡ ଡ୍ରଗ୍ସ କେସରେ ବର୍ତ୍ତମାନ ଯାଏ ଅନେକ ବଡ଼ ବଡ଼ ନାଆ ସାମ୍ନାକୁ ଆସିଛି । କିଛି ଡ୍ରଗ୍ସ ପେଡେଲାର ଗିରଫ ମଧ୍ୟ ହୋଇସାରିଲେଣି । ଏହା ସହିତ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଏବଂ ସଞ୍ଜନା ଗଲରାନୀଙ୍କୁ ଗିରଫ ମଧ୍ୟ କରାଯାଇଛି । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲୱାଙ୍କ ପୁଅ ଆଦିତ୍ୟ ଅଲୱାଙ୍କ ଉପରେ ମଧ୍ୟ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଗାୟକ ଏବଂ ଅଭିନେତାଙ୍କୁ କଥିତ ରୂପରେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି ।

ବର୍ତ୍ତମାନ ସାଣ୍ଡଲଉଡ ଡ୍ରଗ୍ସ କେସରେ ଭାଇ ଆଦିତ୍ୟ ଅଲୱାଙ୍କ କନେକସନକୁ ନଜରରେ ରଖି ବାଙ୍ଗାଲୁରୁର କ୍ରାଇମବ୍ରାଞ୍ଚ ପ୍ରିୟଙ୍କା ଅଲୱା ଓବୋରୟଙ୍କୁ ନୋଟିସ ପଠାଇଛନ୍ତି ।

ବିବେକ ଓବରୟଙ୍କ ଘରେ ପୋଲିସର ରେଡ୍

ସୂଚନା ଅନୁଯାୟୀ ବିବେକ ଓବରୟଙ୍କ ଘରେ ବାଙ୍ଗାଲୁରୁ ପୋଲିସ ରେଡ କରିଥିଲା । ଏହି ରେଡ ବିବେକ ଓବୋରୟଙ୍କ ଶଳା ଆଦିତ୍ୟ ଅଲୱାଙ୍କ ମାମଲାରେ କରାଯାଇଥିଲା । ବାଙ୍ଗାଲୁରୁ ପୋଲିସ ସର୍ଚ୍ଚ ୱାରେଣ୍ଟ ନେଇ ବିବେକ ଓବରୟଙ୍କ ଜୁହୁ ସ୍ଥିତ ବାସଭବନରେ ପହଞ୍ଚିଥିଲା । ବିବେକଙ୍କ ଘରେ ବାଙ୍ଗାଲୁରୁ ପୋଲିସର ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ଟିମ ୨.୫ ଘଣ୍ଟା ଧରି ଛାନବିନ କରିଥିଲା । ସିସିବିର ଟିମରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଜଣେ ମହିଳା ଅଧିକାରୀ ସାମିଲ ଥିଲେ । ବିବେକଙ୍କ ଘରେ ପୋଲିସ କର୍ମଚାରୀ ମାନେ ଦିନ ପ୍ରାୟ ଗୋଟେରେ ପହଞ୍ଚିଥିଲେ ।

ଜଣେ ପୋଲିସ ଅଫିସର ଏହି ରେଡକୁ ନେଇ କହିଥିଲେ ଯେ, ‘ଆଦିତ୍ୟ ବର୍ତ୍ତମାନ ଫେରାର ଅଛନ୍ତି । ବିବେକ ଓବୋରୟ ତାଙ୍କ ସମ୍ପର୍କୀୟ ଅଟନ୍ତି ଏବଂ ଆମକୁ ସୂଚନା ମିଳିଛି ଯେ, ଆଦତ୍ୟ ତାଙ୍କ ଘରେ ଲୁଚିଛନ୍ତି । ତେଣୁ ଆମେ ଚେକ କରିବା ପାଇଁ ଆସିଥିଲୁ । ଏଥିପାଇଁ କୋର୍ଟରୁ ସର୍ଟ୍ଟ ୱାରେଣ୍ଟ ଅଣାଯାଇଥିଲା ଏବଂ ଆମ କ୍ରାଇମବ୍ରାଞ୍ଚ ଟିମ ବାଙ୍ଗାଲୁରୁରୁ ମୁମ୍ବାଇ ତାଙ୍କ ଘରକୁ ଆସିଥିଲେ ।

‘ମୁଁ ରାଜନୀତି ଇତିହାସରେ ସବୁଠାରୁ ଖରାପ ପ୍ରାର୍ଥୀଙ୍କ ସହ ଲଢିବାକୁ ଯାଉଛି’: ଡୋନାଲ୍ଡ ଟ୍ରମ୍ପ

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫ ଓ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ରାଷ୍ଟ୍ରପତି ଡିବେଡରେ ଜନତାଙ୍କ ମନ ଜିତିବାକୁ ଉଭୟ ପ୍ରୟାସ ଜାରି ରଖିଛନ୍ତି ।

ଜୋ ବିଡେନଙ୍କୁ ଟ୍ରମ୍ଫ ଆମେରିକା ଇତିହାସରେ ସବୁଠାରୁ ଖରାପ ପ୍ରାର୍ଥୀ ବୋଲି କହିଛନ୍ତି । ନର୍ଥ କେରୋଲିନାର ରାଲିରେ ଡିବେଡ୍ ସମୟରେ ଭିଡକୁ ଦେଖି ଟ୍ରମ୍ଫ କରିଛନ୍ତି, ‘ମୁଁ ରାଜନୀତି ଇତିହାସରେ ଆଜି ଜଣେ ସବୁଠାରୁ ଖରାପ ପ୍ରାର୍ଥୀଙ୍କ ସହ ଲଢିବାକୁ ଯାଉଛି । ଯଦି ମୁଁ ହାରିଯାଏ ତେବେ ଏହା ମୋ ପାଇଁ ସବୁଠାରୁ ଚିନ୍ତାର ବିଷୟ ହେବ ।’

ଏହି ଅବସରରେ ଟ୍ରମ୍ଫ ଲୋକଙ୍କୁ ମନେ ପକାଇଦେଇଥିଲେ କିପରି ଭାଷଣ ମଝିରେ ଜୋ ବିଡେନ ପୂର୍ବତନ ରିପବ୍ଲିକାନ ପ୍ରାର୍ଥୀ ମିଟ୍ ରୋମନୀଙ୍କ ନାମ ଭୁଲି ଯାଇଥିଲେ । ଏହାରି ଭିତରେ ଦୁଇ ପ୍ରାର୍ଥୀଙ୍କୁ ନେଇ ଦୁଇଥର ରାଷ୍ଟ୍ରପତି ଡିବେଡ ହୋଇସାରିଛି । ତେବେ ଟ୍ରମ୍ଫ କରୋନା ଆକ୍ରାନ୍ତ ହେବାପରେ ତୃତୀୟ ଡିବେଡ ନେଇ ଆଶଂକା ପ୍ରକାଶ ପାଇଥିଲା । ତେବେ ସେ ସୁସ୍ଥ ହୋଇ ଫେରିବା ପରେ ୧୮ ତାରିଖରେ ହେବାକୁ ଥିବା ତୃତୀୟ ଡିବେଡରେ ଭାଗ ନେଇ ପାରିବେ ବୋଲି କହିଛନ୍ତି ।

ଆସନ୍ତାକାଲି ଦିନ ୧୧ଟାରେ EOWରେ ହାଜର ହେବାକୁ ନୋଟିସ ଦେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପୁଣି ହରଡ଼ ଘଣାରେ ଓଟିଭି ପରିଚାଳିନା ନିର୍ଦ୍ଦେଶିକା ଜଗି ମଙ୍ଗଦ ପଣ୍ଡା । ରାଜଧାନୀ ଗଣ ଦୁଷ୍କର୍ମ ମାମଲାରେ ଆଉ ପାଦେ ଆଗକୁ ଯାଇଛି କ୍ରାଇମବ୍ରାଞ୍ଚ । ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ୍ । ଆସନ୍ତାକାଲି ଦିନ ୧୧ଟା ସମୟରେ EOWରେ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ ଜାରି କରିଛି । ନୋଟିସ ଜାରି କରିବା ସମୟରେ ଜଗି ଅନୁପସ୍ଥିତ ଥିବାରୁ ଓଟିଭି ଆସିଷ୍ଟାଣ୍ଟ ମ୍ୟାନେଜର- ଅପରେସନ ଜଗିଙ୍କ ପକ୍ଷରୁ ନୋଟିସ୍ ଗ୍ରହଣ କରିଛନ୍ତି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ୧୨ଟା ସମୟରେ କ୍ରାଇମବ୍ରାଞ୍ଚ୍ ୪ ଜଣିଆ ଟିମ୍ ଓଟିଭି ଅଫିସରେ ପହଞ୍ଚିଥିଲେ । ଏହି ସମୟରେ ଫାଟକ ଭିତରକୁ କ୍ରାଇମବ୍ରାଞ୍ଚର ଟିମକୁ ଅଫିସ୍ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ ଓଟିଭି କର୍ତ୍ତୃପକ୍ଷ । ଏବଂ କିଛି ସମୟ ପରେ  ଜଗୀଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ମ୍ୟାନେଜର- ଅପରେସନ ଆସି ନୋଟିସ୍ ଗ୍ରହଣ କରିଥିଲେ । କ୍ରାଇମବରାଞ୍ଚର ଟିମ୍ ବାହାରେ କିଛି ସମୟ ରହିବା ପରେ ଜଗୀଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଥିଲେ ଏବଂ ନୋଟିସ୍ ଜାରି କରି ସେଠାରୁ ଫେରି ଆସିଥିଲେ ।

ପୂର୍ବରୁ ନାବାଳିକ ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ମହିଳା କମିଶନରେ ହାଜର ହୋଇଥିଲେ । କିନ୍ତୁ ସେହି ସମୟରେ କୌଣସି ପଚରାଉଚରା ହୋଇପାରିନଥିଲା । ଶୁଣାଣି ବେଳକୁ ସେ ଉପସ୍ଥିତ ନଥିଲେ  । ସେହି ସମୟରେ ତାଙ୍କର କିଛି କାମ ଥିବା କହି ଚାଲିଯାଇଥିବା ଜଣାପଡ଼ିଥିଲା । ଏହାର କିଛିଦିନ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏହି ମାମଲା ।

ଦିଲ୍ଲୀରେ ପ୍ରଦୂଷଣ ପାଇଁ ଏବେଠୁ ହନ୍ତସନ୍ତ ହେଲେଣି ଲୋକ, ଜାଣନ୍ତୁ ବାକି ୮ ସହରରେ କେତେ ରହିଛି AQI ସ୍ତର

ଦିଲ୍ଲୀ- ଏନସିଆରର ପ୍ରଦୂଷଣକୁ ନେଇ ରାଜନୈତିକ ଯୁଦ୍ଧ ମଧ୍ୟରେ ଦେଶର ରାଜଧାନୀର ଜଳବାୟୁ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି । ପଞ୍ଜାବରେ ନଡ଼ା ପୋଡି ଦିଲ୍ଲୀ-ଏନସିଆର ଉପରେ ପ୍ରଭାବ ପକାଉଛି । ଏହି କାରଣରୁ, ବୁଧବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରାୟ AQI ୩୦୦ ରେକର୍ଡ କରାଯାଇଥିଲା, ଯାହା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି ।

ନାସା ତରଫରୁ ଜାରି କରାଯାଇଥିବା ଚିତ୍ରରେ ପଞ୍ଜାବର ଅନେକ ସହରରେ ନଡ଼ା ପୋଡ଼ାଯାଉଥିବା ଚିତ୍ର କଏଦ ହୋଇଛି । ଏହି ଚିତ୍ରରେ ଅମୃତସର, ପଟିଆଲା, ଚରଣ-ତାରଣ ଏବଂ ଫିରୋଜପୁର ସହିତ ହରିଆଣାର ଅମ୍ବାଲା ଏବଂ ରାଜପୁରାରେ ମଧ୍ୟ ଅଧିକ ସଂଖ୍ୟାରେ କୃଷକ ନଡ଼ା ଜଳାଉଛନ୍ତି । କାଲି କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡ଼େକର ପଞ୍ଜାବକୁ ନଡ଼ା ନଜଳାଇବା ପାଇଁ ଆବେଦନ କରିଥିଲେ ।

ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ବାୟୁ ଗୁଣବତ୍ତା ମନିଟର SAFAR ର କହିବା ଅନୁଯାୟୀ ନଡ଼ାର ଧୂଆଁକୁ ଉଡ଼ାଇବା ପାଇଁ ପବନର ଦିଗ ଉପକୂଳ ରହିଛି ତେଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ହେବା ଆଶଙ୍କା କରାଯାଉଛି ।  ଦିଲ୍ଲୀରେ ପୂର୍ବ ୨୪ ଘଣ୍ଟାରେ ବାୟୁ ଗୁଣବତ୍ତା ସୁଚକାଙ୍କ ୩୧୨ ଥିବା ଜଣାପଡ଼ିଛି । ଏହାପୂର୍ବରୁ ଫେବୃଆରୀରେ AQI ୩୨୦ ରେକର୍ଡ କରାଯାଇଥିଲା ।

ସହର ପବନର ଗୁଣବତ୍ତା ସ୍ତର (AQI)
ଦିଲ୍ଲୀ ୩୭୦
ମୁମ୍ବାଇ ୩୦୦
ଅହମଦାବାଦ ୧୮୩
ବାଙ୍ଗାଲୁରୁ ୭୧
ପୁଣେ ୫୦
ଚେନ୍ନାଇ ୨୫
ହାଇଦ୍ରାବାଦ ୬୧
କୋଲକାତା ୭୦

ଦିଲ୍ଲୀରେ ପୂର୍ବ ୨୪ ଘଣ୍ଟାରେ AQI ୨୭୬ ରହିଥିଲା ଯାହା ଏକ ଚିନ୍ତା ଜନକ ସଂଖ୍ୟା ଅଟେ । ଏହାପୂର୍ବରୁ ମଙ୍ଗଳବାର ୨୦୦, ସୋମବାର ୨୬୧, ରବିବାର ୨୧୬ ରେକର୍ଡ କରାଯାଇଥିଲା । ଦିଲ୍ଲୀ ସରକାର ନଡ଼ା ଜଳାଇବା ମୁଦ୍ଦାଉପରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରାମକ ହୋଇ ଏହାକୁ ରୋକିବା ପାଇଁ ସମ୍ଭାବିତ ପ୍ରୟାସ କରିବା ପାଇଁ କହିଛି ।

ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଛନ୍ତି ବିଜୟ ଶଙ୍କର । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୟ ।

ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପୂର୍ବରୁ ଦଳୀୟ କାମରେ ବାପାଙ୍କୁ ସହଯୋଗ କରୁଥିବା ବେଳେ ଏବେ ସକ୍ରିୟ ଭାବେ ନେତୃତ୍ୱ ନେବାକୁ ପ୍ରସ୍ତୁତ ହୋଇଛନ୍ତି । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଜଗତ୍‌ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ ।

କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ । ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ବହୁ ତୁଙ୍ଗ ନେତା ସାମିଲ ହୋଇଛନ୍ତି । ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।