spot_img
Home Blog Page 6586

ଋଷ ବୈଜ୍ଞାନିକଙ୍କ ନୂଆ ଦାବି: ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ କରୋନା ଭାଇରସ୍

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ଏଡ଼ାଇବା ପାଇଁ ସ୍ୱଚ୍ଛାତା ଉପରେ ବାରମ୍ୱାର ଗୁରୁତ୍ୱ ଦିଆଯାଉଛି । ଭୂତାଣୁର ସଂକ୍ରମଣ, ଏହାର ରୂପ ଏବଂ ଗଠନ ବିଷୟରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି। ଏହାରି ମଧ୍ୟରେ ଋଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କରୋନା ଭୂତାରୁ ପାଣିରେ ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଏ ।   ଋଷର ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ଭେକ୍ଟର ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ଅଧ୍ୟୟନ ତଥ୍ୟ ଆଧାରରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ୭୨ ଘଣ୍ଟା ମଧ୍ୟରେ ଜଳ କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିପାରେ ।

Coronavirus | India's National Institute of Virology develops ...

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ରୁମ୍‌ର ସାମାନ୍ୟ ତାପମାତ୍ରରେ ୯୦ ପ୍ରତିଶତ ଭୂତାଣୁ ୨୪ ଘଣ୍ଟା ମଧ୍ୟରେ ମରିଯାଆନ୍ତି  । ଏଭଳି କି ଫୁଟୁଥିବା ଜଳର ତାପମାତ୍ରାରେ କରୋନା ଭୂତାଣୁ ସଂପୂର୍ଣ୍ଣ ଏବଂ ତୁରନ୍ତ ମରିଯାଆନ୍ତି। ଯଦିଓ ଭୂତାଣୁ ନିର୍ଦ୍ଦିଷ୍ଟ କିଛି ପାଣିରେ ବଞ୍ଚିପାରନ୍ତି କିନ୍ତୁ ସମୁଦ୍ର ପାଣି କିମ୍ବା ମଧୁର ଜଳରେ ବଞ୍ଚିପାରନ୍ତି ନାହିଁ । କରୋନା ଭୂତାଣୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେନଲେସ୍ ଷ୍ଟିଲ୍, ଲିନୋଲିୟମ୍, ଗ୍ଲାସ୍, ପ୍ଲାଷ୍ଟିକ୍ ଏବଂ ସେରାମିକ୍ ପୃଷ୍ଠରେ ସକ୍ରିୟ ରହିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଭୂତାଣୁ ଗୋଟିଏ ସ୍ଥାନରେ ଲାଗି ନଥାଏ ଏବଂ ଅଧିକାଂଶ ଘରୋଇ କୀଟନାଶକ ଏହାକୁ ନାଶ କରିବାରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

The health benefits of sea water

ପୂର୍ବ ଅଧ୍ୟୟନର ଦାବିକୁ ଖଣ୍ଡନ କରାଯିବା ସହ କୁହାଯାଉଛି ଯେ, ଭୂତାଣୁକୁ ଦୂର କରିବା ପାଇଁ ୬୦ ପ୍ରତିଶତ କନ୍ସଟ୍ରେସନ୍ ଥିବା ମଦ୍ୟପାନ ଆବଶ୍ୟକ । ନୂତନ ଅଧ୍ୟୟନ ଅନୁଯାୟୀ, ଚଟାଣକୁ ଭୂତାଣୁମୁକ୍ତ କରିବାରେ କ୍ଲୋରାଇନ୍ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଅପରପକ୍ଷରେ ଋଷ ମଧ୍ୟ କରୋନା ଭାଇରସର ଟିକା ପ୍ରସ୍ତୁତ କରିଥିବା ଦାବି କରିଛି । ସେଠାକାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାମାଲା ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ବିକଶିତ ହୋଇଥିବା ଟିକା ଅଗଷ୍ଟ ୧୦ ସୁଦ୍ଧା ଲୋକଙ୍କ ନିକଟରେ ଉପଲବ୍ଧ ହେବ ।

୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଲା ସ୍ୱାସ୍ଥ୍ୟ ବିଭାଗ

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି: ଦୈନିକ ୨୫ ହଜାର ଟେଷ୍ଟିଂ ପାଇଁ ଦାବି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚିଠି । ଦୈନିକ ୨୫ ହଜାର ଟେଷ୍ଟିଂ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନିରଞ୍ଜନ । ରାଜ୍ୟରେ କୋଭିଡ ହସ୍ପିଟାଲ ସଂଖ୍ୟା ବଢ଼ାଯାଉ ବୋଲି ସେ ଚିଠିରେ ଦାବି କରିଛନ୍ତି  । ସାରା ରାଜ୍ୟରେ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ସର୍ଭେ କରନ୍ତୁ । ଘରୋଇ ମେଡିକାଲରେ କରୋନା ରୋଗୀଙ୍କୁ ଚିକିତ୍ସା ଅନୁମତି ମିଳୁ  । ମହାମାରୀ ମୁକାବିଲାରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିବା ଚିଠିରେ ଉଲ୍ଲେଖ କରିଛନ୍ତି  ।

ରାଜ୍ୟରେ ସ୍ଥାପନ ହେବ ଆଉ ୬ଟି RTPCR ଲ୍ୟାବ୍‌

            ତେବେ ସମ୍ପ୍ରତି ରାଜ୍ୟରେ ପୂର୍ବାପେକ୍ଷା କୋଭିଡ ଟେଷ୍ଟିଂକୁ କ୍ଷମତାକୁ ବୃଦ୍ଧି କରାଯାଇଛି । ମାତ୍ର ୧୦ ଦିନରେ ଶେଷ ୧ ଲକ୍ଷ କୋଭିଡ ଟେଷ୍ଟିଂ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏଥିସହିତ ରାଜ୍ୟରେ ଆଉ ୬ଟି ଆରଟିପିସିଆ ଲ୍ୟାବ୍ ଖୋଲାଯିବାକୁ ନେଇ ମଧ୍ୟ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି । ଏବଂ ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରର ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନମୁନା ପରୀକ୍ଷଣ କରାଯାଉଛି ।

ରାଜ୍ୟରେ ସ୍ଥାପନ ହେବ ଆଉ ୬ଟି RTPCR ଲ୍ୟାବ୍‌

ଭୁବନେଶ୍ୱର: ରାଜ୍ୟରେ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ରାଜ୍ୟରେ ଆଉ ୬ଟି RTPCR ଟେଷ୍ଟିଂ ଲ୍ୟାବ କରାଯିବା । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ହେବ ଏହି ୬ଟି ଟେଷ୍ଟିଂ ଲ୍ୟାବ ।

ଏହାସହ ଅଗଷ୍ଟ ପହିଲାରୁ ଆଇସିଏମଆର ପୋର୍ଟାଲର ରିୟଲ ଟାଇମରେ ସବୁ ରେଜଲ୍ଟ ଉପଲବ୍ଧ ହେବ । ଏବେ ଦୈନିକ ୧୩ ହଜାର ନମୁନା ପରୀକ୍ଷା ହେଉଛି  । ଆବଶ୍ୟକ ଅନୁଯାୟୀ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଆଜି କରୋନା ମୁକାବିଲା ନେଇ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡ଼ି ହୋଇଥିଲେ ସବୁ ଜିଲ୍ଲାପାଳ । କରୋନା ମୁକାବିଲା ଓ ଭବିଷ୍ୟତ ରଣନୀତି ନେଇ ଆଲୋଚନା ହେଉଛି  ।

ରାଜ୍ୟରେ ଆଉ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ପଜିଟିଭଙ୍କ ସଂଖ୍ୟା ୩୧, ୮୭୭କୁ ବୃଦ୍ଧି 

Rajasthan politics : ପୁଣି ବୁହାହେଲେ ବିଧାୟକ,ଏଥର ଜୈସଲମେର

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରିଥିବା ନାଟକ ଭିତରେ ପୁଣି ବିଧାୟକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ବିଧାନସଭା ଅଧିବେଶନ ତାରିଖ ଘୋଷଣା ହେବା ପରେ ଆଜି କଂଗ୍ରେସ କ୍ୟାମ୍ପରେ ଗତିବିଧି ବଢିଯାଇଥିଲା । ଶୁକ୍ରବାର ଦିନ କଂଗ୍ରେସ ବିଧାୟକଙ୍କୁ ପୁଣିଥରେ ହୋଟେଲରୁ ସିଫ୍ଟ କରାଯାଇଛି । କେବଳ ହୋଟେଲ ନୁହେଁ ସେମାନଙ୍କୁ ଅଧିବେଶନ ପର୍ଯ୍ୟନ୍ତ ଅନ୍ୟ ସହରକୁ ହିଁ ପଠାଇ ଦିଆଯାଇଛି ।

ଶୁକ୍ରବାର ମଧ୍ୟାହ୍ନ ୧୨.୧୧ ମିନିଟରେ ଜୟପୁରର ଫାୟାର ମାଉଣ୍ଟ ହୋଟେଲରେ ଥିବା ଅଶୋକ ଗହଲୋତଙ୍କୁ ସମର୍ଥନ କରୁଥିବା ୫୩ ବିଧାୟକଙ୍କୁ ଏକ ବସ ଯୋଗେ ବିମାନବନ୍ଦର ନିଆଯାଇଥିଲା । ସେଠାରୁ ବିଧାୟକକୁ ଏକ ଚାର୍ଟାଡ୍ ପ୍ଲେନ୍ ଜରିଆରେ ଜୈୟସାଲମେର ପଠା ଯାଇଛି । ଆଉ ଗୋଟିଏ ଗ୍ରୁପରେ ବାକି ବିଧାୟକଙ୍କ ମଧ୍ୟ ଜୈୟସାଲମେର ପଠାଯିବ । ବିଧାୟକ ଘୋଡା ବେପାର ଆଶଙ୍କାରେ କଂଗ୍ରେସ ନିଜ ବିଧାୟକଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଉଛି ।

ଅନ୍ୟପକ୍ଷରେ ଆଜି ଅଦାଲତରେ ସଞ୍ଜୟ ଜୈନ୍ ଭଏସ ସାମ୍ପୁଲ(ସ୍ୱର ନମୂନା) ଦେବାକୁ ମନା କରିଦେଇଛନ୍ତି । ସଂଜୟଙ୍କ ବିରୋଧରେ ବିଧାୟକଙ୍କ କିଣାବିକାରେ ଦଲାଲି କରୁଥିବା ଅଭିଯୋଗ ରହିଛି ।

ଅଗଷ୍ଟ ୧୪ ବିଧାନସଭା ଅଧିବେଶନ

ରାଜ୍ୟପାଳ କଲରାଜ ମିଶ୍ର ଅଗଷ୍ଟ ୧୪ ତାରିଖରେ ବିଧାନସଭା ଅଧିବେଶନ ଡକାଇଛନ୍ତି । ଏହାପରଠାରୁ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ଉଦ୍ୟମ କରୁଛି । କଂଗ୍ରେସର ଆଶଙ୍କା ଯେ, ସଚିନ ପାଇଲଟ୍ ଗୋଷ୍ଟୀ ଏବେ ମଧ୍ୟ ଏହାର ବିଧାୟକଙ୍କ ଶିକାର କରିବା ପାଇଁ ଉଦ୍ୟମ କରୁଛି । ଗୁରୁବାର ଦିନ ବୈଠକରେ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ କହିଥିଲେ ଯେ,ଗଣତନ୍ତ୍ରର ରକ୍ଷା ପାଇଁ ହୋଟେଲରେ ରହିବାକୁ ପଡିବ । ସବୁ ପର୍ବ ହୋଟେଲରେ ପାଳନ କରିବାକୁ ପଡିବ । ତେବେ ବିଧାୟକ ଚାହିଁଲେ ନିଜ ପରିବାରକୁ ହୋଟେଲକୁ ଡାକି ପାରିବେ ବୋଲି କଂଗ୍ରେସ କହିଛି ।

ସଚିନ ପାଇଲଟଙ୍କ ଉପରେ ଆକ୍ରାମକ ହେଲେ ଗହଲୋତ

sachin vs ashok

ବିଦ୍ରୋହୀ ବିଧାୟକଙ୍କୁ ଦଳକୁ ପୁଣି ଫେରିବା ପାଇଁ ଗହଲୋତ ନିମନ୍ତ୍ରଣ କରିବା ସହ ସେମାନଙ୍କୁ କଟାକ୍ଷ ମଧ୍ୟ କରୁଛନ୍ତି । ଗୁରୁବାର ଦିନ ସେ କହିଥିଲେ ଯେ, ଯେବେଠାରୁ ବିଧାନସଭା ଅଧିବେଶନ କଥା ଘୋଷଣା ହୋଇଛି ସେବେଠାରୁ ବିଧାୟକଙ୍କ ଦାମ୍ ବଢିଯାଇଛି । ଯଦି ବିଦ୍ରୋହୀ ବିଧାୟକଙ୍କୁ କିସ୍ତି ମିଳିନି ତେବେ ସେମାନେ ପୁଣି ଦଳକୁ ଫେରି ପାରିବେ ।

ରାଜସ୍ଥାନ ରାଜନୈତିକ ସଂକଟ ପାଇଁ ଅଶୋକ ଗହଲୋତ ବିଜେପିକୁ ଦାୟି କରୁଛନ୍ତି । ବିଜେପି କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କ ସରକାର ଭାଙ୍ଗିବାକୁ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

 

କେନ୍ଦ୍ରାପଡା: ଜୋର ଧରିଲା ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି

କେନ୍ଦ୍ରାପଡ଼ା: ହରିଦାସପୁର-ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଲାଇବାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ଓ ସାସଂଦମାନେ ଦାବି କରିଆସୁଛନ୍ତି । ଏହି ରେଳପଥ କାର୍ଯ୍ୟ ସରିଥିବା ବେଳେ ଯାତ୍ରୀବାହୀ ଟ୍ରେନ ଚଳାଚଳ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ରହିଛି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅମଳରେ ଏହି ରେଳପଥର ସ୍ୱପ୍ନ ଦେଖାଯାଇଥିଲା । ଏହି ରେଳ ଲାଇନରେ ଏବେ ମାଲବାହୀ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚଳାଚଳ କରୁଛି ।

ମହାକାଳପଡା ବ୍ଲକର ନୂଆଗାଁ ଷ୍ଟେସନ ନିକଟରେ ଉଦ୍‌ଘାଟନ ପରେ ଏହାକୁ ସମସ୍ତେ ସ୍ୱାଗତ କରିଛନ୍ତି । ତେବେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଦାବିରେ ନୂଆଗାଁ ଷ୍ଟେସନରେ ମହାକାଳପଡା ନିର୍ବାଚନମଣ୍ଡଳୀର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଏନେଇ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଏକ ଦାବିପତ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଯଥାଶୀଘ୍ର ଏହି ରେଳ ଲାଇନରେ  ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥଙ୍କ ବଡ଼ ବୟାନ: ରିୟାଙ୍କ ବିରୋଧରେ ମିଛ ବୟାନ ଦେବା ପାଇଁ ବାଧ୍ୟ କରିଥିଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ: ଅଡୁଆ ସୁତାରେ ଛନ୍ଦି ହେଉଛି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା । ଘଟଣାକୁ ନେଇ ସବୁ ଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । ବଦଳୁଛି ତଦନ୍ତର ଦିଗ, ତେଜୁଛି ଆରୋପ ପ୍ରତ୍ୟାରୋପ । ନେପୋଟିଜିମ୍, ଗାର୍ଲଫ୍ରେଣ୍ଡ ପରେ ଆର୍ଥିକ କାରବାରକୁ ନେଇ ତଦନ୍ତ ଚାଲିଛି । ସେପଟେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପଠାନୀ । ରିୟାଙ୍କ ବିରୋଧରେ ବୟାନ ଦେବାକୁ  ସୁଶାନ୍ତଙ୍କ ପରିବାର ତାଙ୍କ ଉପରେ ଚାପ ପକାଉଥିବା ସେ ପୋଲିସକୁ ସୂଚନା ଦେଇଛନ୍ତି ।

ବାନ୍ଦ୍ରା ପୋଲିସକୁ ସିଦ୍ଧାର୍ଥ ଏକ ଇମେଲ ପଠାଇଛନ୍ତି । ଏଥିରେ ରିୟାଙ୍କ ବିରୋଧରେ ମିଛ ବୟାନ ଦେବାକୁ ସୁଶାନ୍ତଙ୍କ ପରିବାର ଲୋକେ ଚାପ ପକାଯାଉଥିବା କୁହାଯାଇଛି । ଜୁଲାଇ ୨୮ରେ ଇମେଲ ପଠାଇଛନ୍ତି ସିଦ୍ଧାର୍ଥ । ସେପଟେ ମାମଲା ନେଇ ସୁପ୍ରିମକୋର୍ଟରେ ଦଲିଲ ରଖିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଜୁନ ୮ ତାରିଖ ପର୍ଯ୍ୟନ୍ତ ସେ ସୁଶାନ୍ତଙ୍କ ସହ ଲିଭ-ଇନରେ ଥିଲେ  । ସଂପର୍କ ଶେଷ ବେଳକୁ ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ  । ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ  ।

ବିହାରରେ ରିୟାଙ୍କ ବିପକ୍ଷରେ ସୁଶାନ୍ତଙ୍କ ବାପା ଦେଇଥିବା ଏଫ୍‌ଆଇଆର ମୁମ୍ବାଇ ଟ୍ରାନ୍ସଫର ପାଇଁ ସେ ଦାବି କରିଛନ୍ତି । ଏହାସହ ସୁଶାନ୍ତଙ୍କ ପରିବାର ସୁଶାନ୍ତ ମୃତ୍ୟୁ ମାମଲାରେ ଯାଞ୍ଚକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି । କାରଣ ସୁଶାନ୍ତଙ୍କ ଭିଣୋଇ ଏଡିଜି ଓ ପି ସିଂହଙ୍କ ଚାପରେ ସୁଶାନ୍ତଙ୍କ ପରିବାର ବିହାରରେ ଏଫଆଇଆର ରୁଜୁ କରିଛନ୍ତି  ।

ରିୟା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ମିତୁ ଓ ଭିଣୋଇ ଓ ପି ସିଂହ ସିଦ୍ଧାର୍ଥଙ୍କୁ ଫୋନ କରି ତାଙ୍କ ବିରୋଧରେ ସୁଶାନ୍ତ ଖର୍ଚ୍ଚ କରିଥିବା ଅର୍ଥର ଖୋଳତାଡ କରାଯାଉ ବୋଲି ଚାପ ପକାଇଥିଲେ । ଏଥିରେ ବିହାର ସରକାର ହସ୍ତକ୍ଷେପ ମଧ୍ୟ କରିଛନ୍ତି  । ବିହାର ସରକାର ସୁପ୍ରିମକୋର୍ଟ କ୍ୟାଭିଏଟ ସହ ଏକ ଆବେଦନ ପତ୍ର ଦାଖଲ କରିଛନ୍ତି  ।

ଆବେଦନରେ କହିଛନ୍ତି, ବିହାର ପୋଲିସ ଦ୍ୱାରା ତଦନ୍ତ ଜାରି ରହୁ  । ରିୟାଙ୍କ ଦାବିକୁ ବିହାର ସରକାର ଅଗ୍ରାହ୍ୟ କରିବାକୁ ନିବେଦନ କରିଛନ୍ତି  । ସେପଟେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିବା ୧୫କୋଟି ଟଙ୍କାର ଖୋଳତାଡ଼ ପରେ ମୃତ୍ୟୁ  ରହସ୍ୟ ଖୋଲିପାରେ। ଏନେଇ ଇଡିର ତନାଘନା ଜାରିରହିଛି । ଏହାରି ଭିତରେ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ବର୍ଷେ ଭିତରେ ସୁଶାନ୍ତଙ୍କ ଖର୍ଚ୍ଚସୂଚୀ ଦେଇଛନ୍ତି ।

ସେପଟେ ବିହାର ପୋଲିସ ମଧ୍ୟ ସୁଶାନ୍ତଙ୍କ ଆକାଉଣ୍ଟ ଯାଞ୍ଚ କରୁଛି  । ବାନ୍ଦ୍ରାରେ ଏକ ବ୍ୟାଙ୍କରେ ବିହାର ପୋଲିସ ସୁଶାନ୍ତଙ୍କ ଆର୍ଥିକ ନେଣଦେଣର ଖୋଳତାଡ କରିଛି  । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା କହିଛନ୍ତି ତାଙ୍କ ଟ୍ରେନର । ଯାହା ତାଙ୍କ ଶରୀର ଓ ମସ୍ତିସ୍କରେ ମଧ୍ୟ ପ୍ରଭାବ ପକାଉଥିଲା ।

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି: ଚୀନ୍‌କୁ ଲାଗିଲା ୨ ହଜାର କୋଟିର ଝଟକା,ଭାରତୀୟ କମ୍ପାନୀଙ୍କୁ ହେବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗୋଟିଏ ନିଷ୍ପତ୍ତି ଯୋଗୁଁ ହେବ ଦୁଇଟି ଫାଇଦା । ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ମିିଳିବା ସହ ଚୀନ୍‌କୁ ଲାଗିବ ଝଟକା । ପ୍ରତିବର୍ଷ ଭାରତ ଶହ ଶହ କୋଟି ଟଙ୍କାର ରଙ୍ଗୀନ ଟିଭି ଆମଦାନୀ କରୁଥିବା ବେଳେ ଏବେ ଏହା ଉପରେ ଲାଗିଛି କଟକଣା ।  ଭାରତୀୟ ଟେଲିଭିଜନ ବଜାରରେ ଚାଇନା ବ୍ରାଣ୍ଡର ଟେଲିଭିଜନ୍ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଏଣିକି ଚୀନ ସହିବ ଆର୍ଥିକ କ୍ଷତି ।

ଗଲଓ୍ୱାନ ଘାଟି ଘଟଣା ପରେ ଚୀନ୍ ବିରୋଧରେ ଭାରତ ଅର୍ଥନୈତିକ ଅବରୋଧ ଜାରି ରଖିଛି । ଦୁଇ ଦଶନ୍ଧି ପରେ, ରଙ୍ଗୀନ ଟିଭି ଆମଦାନୀ ଉପରେ ପ୍ରତିବନ୍ଧକ, ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଏହାପୂର୍ବରୁ ସରକାର ସରକାରୀ କ୍ରୟରେ ଚାଇନାର କମ୍ପାନୀଗୁଡିକର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅର୍ଥାତ୍ ଚୀନ୍ କମ୍ପାନୀଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରକାରର ସରକାରୀ କ୍ରୟ ପାଇଁ ବିଡିଂରେ ଅଂଶଗ୍ରହଣ କରିପାରିବେ ନାହିଁ । ଚାଇନାରୁ ଆସୁଥିବା ଏଫଡିଆଇ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Televeesion - Wikipedia

ଭାରତ ପ୍ରତିବର୍ଷ ହଜାରେ କୋଟିର ରଙ୍ଗୀନ ଟିଭି ଆମଦାନୀ କରିଥାଏ। ଏଥିରେ ଚୀନ୍‌ରୁ ଆମଦାନୀ ପ୍ରତିଶତ ଅଧିକ ରହିଛି । FY 2019-20 ଭାରତ ୭୮୧ ନିୟୁତ ଡଲାର ମୂଲ୍ୟର ରଙ୍ଗୀନ ଟିଭି ଆମଦାନୀ କରିଛି (ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ପ୍ରାୟ 5800 କୋଟି)। ଏଥିମଧ୍ୟରୁ 42.8 ନିୟୁତ ଡଲାର (ପ୍ରାୟ 3100 କୋଟି) ଭିଏତନାମରୁ ଏବଂ 293 ମିଲିୟନ ଡଲାର (ପ୍ରାୟ 2100 କୋଟି) ଚାଇନାରୁ ଆସିଛି। ଟିଭି ଆମଦାନୀ ଉପରେ ନିଷେଧାଦେଶ ସମ୍ପର୍କରେ  ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ, ରଙ୍ଗୀନ ଟେଲିଭିଜନର ଆମଦାନୀ ନୀତି ସୀମିତ ବର୍ଗରେ ରଖାଯାଇଛି । ଏପରି ପରିସ୍ଥିତିରେ, DGFT ଅନୁମୋଦନ ବିନା ଟିଭି ଆମଦାନୀ ହୋଇପାରିବ ନାହିଁ | DGFT ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଆସେ ।

୩୬ ସେଣ୍ଟିମିଟରରୁ ୧୦୫ ସେଣ୍ଟିମିଟର ପର୍ଯ୍ୟନ୍ତ ସ୍କ୍ରିନ ସାଇଜ୍ ରହିଛି, ଏବଂ ୬୩ ସେଣ୍ଟିମିଟରରୁ କମ୍ ସ୍କ୍ରିନ ସାଇଜ୍ ସହିତ LCD ଟେଲିଭିଜନ୍ ଭାରତକୁ ଆମଦାନୀ ହୋଇଥାଏ । ଏହି ଟିଭି ଭାରତକୁ ରପ୍ତାନୀ କରୁଥିବା ଦେଶଗୁଡ଼ିକ ହେଲା ଚୀନ୍, ଭିଏତନାମ, ମାଲେସିଆ, ହଂକଂ, କୋରିଆ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ ଜର୍ମାନୀ ଅନ୍ତର୍ଭୁକ୍ତ।

ସମ୍ବଲପୁରୀ ଶାଢ଼ିରେ ବିଦ୍ୟା,ଜାଣନ୍ତୁ ‘ଶକୁନ୍ତଳା’ଙ୍କୁ ଶାଢି ଦେଲେ କିଏ …

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଶାଢିକୁ ପୁଣି ପ୍ରଶଂସା । ଏଥର ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁର ଶାଢିର ବେଶ୍‌ ପ୍ରଶଂସା କରିଛନ୍ତି । ଶକୁନ୍ତଳା ଦେବୀ ସିନେମାର ପ୍ରଚାର ବେଳେ ସମ୍ବଲପୁରୀ ଶାଢିର ପିନ୍ଧିବା ସହ ଏହାର ବାନ୍ଧକଳାକୁ ସେ ଢେର ପ୍ରଶଂସା କରିଛନ୍ତି । ଏଥି ସହ ବାନ୍ଧ କାରିଗରମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନାହାନ୍ତି ବିଦ୍ୟା ।

https://www.instagram.com/p/CDQ4QxeHH93/

 

ତେବେ ବଲିଉଡର ଆଗ ଧାଡ଼ିର ନାୟିକା ବିଦ୍ୟାବଲନଙ୍କ ବହୁ ଚର୍ଚ୍ଚିତ ସିନେମା ଶକୁନ୍ତଳା ଦେବୀ ଗତ କାଲି ଅନଲାଇନରେ ରିଲିଜ ହୋଇଛି । ହେଲେ ଏହି ସିନେମାର ପ୍ରମୋସନରେ ଅଭିନେତ୍ରୀ ବିଦ୍ୟାବଲନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ଶାଢ଼ୀକୁ ବିଦ୍ୟାବାଲାନଙ୍କୁ ନିକଟରେ ପହଞ୍ଚାଇଛଥିଲେ ଅମ୍ରିତା ସାବତ । ଅମ୍ରିତା ସାବତଙ୍କ ଆଉ ଏକ ପରିଚୟ ହେଉଛି ସିଏ ହେଉଛନ୍ତି ଉତ୍କଳ ଅମ୍ରିତା ଟେକ୍ସଟାଇଲର ଏମଡି । ଓଡ଼ିଶାର ହସ୍ତତନ୍ତ କଳାକୁ ଦେଶ ବିଦେଶରେ ପ୍ରଚାର କରିବାରେ ଅମ୍ରିତ ସବୁବେଳେ ଆଗରେ ରହିଥାନ୍ତି ।

ଅମ୍ରିତା ଅନୁସାରେ ଗତ ଏକ ବର୍ଷ ହେବ ସେ ଏହି ଉଦ୍ୟମ ଆରମ୍ଭ କରିଛନ୍ତି । ବିଗତ ବର୍ଷ ଅଗଷ୍ଟ ୩ ତାରିଖରେ ବମ୍ବେରେ ଆୟୋଜିତ ଏକ ପ୍ରଦର୍ଶନୀରେ ସେ ବିଦ୍ୟାଙ୍କ ଟିମ ସଂସ୍ପର୍ଶରେ ଆସିଥିଲେ । ଇଷ୍ଟାଗ୍ରାମ ମାଧ୍ୟମରେ ସେ ବିଦ୍ୟାଙ୍କୁ ଅନୁରୋଧ କରିଥିଲେ ଓଡ଼ିଶାର ଶାଢ଼ୀ ପିନ୍ଧିବା ପାଇଁ । ଏହା ପରେ ଅମ୍ରିତାଙ୍କୁ ଶାଢ଼ୀର କିଛି ଡିଜାଇନ ପଠାଇବା ପାଇଁ ବିଦ୍ୟାଙ୍କ ଟିମ୍ କହିଥିଲେ ।

 

ଅମ୍ରିତା ଯେତେବେଳେ ଜାଣିବାକୁ ପାଇଲେ ଯେ ବିଦ୍ୟା ପ୍ରସିଦ୍ଧ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରରେ ଚଳଚିତ୍ର କରିବାକୁ ଯାଉଛନ୍ତି ସେତେବେଳେ ସେ ଓଡ଼ିଶାର ପ୍ରସିଦ୍ଧ ବୁଣାକାରଙ୍କୁ ନେଇ ଶାଢ଼ୀଟି ପ୍ରସ୍ତୁତ କରିଥିଲେ । ଲକଡାଉନ ଯୋଗୁଁ ଚଳଚିତ୍ର ରିଲିଜ ସ୍ଥଗିତ ରହିବା ଜାଣି ଶାଢ଼ୀ ପିନ୍ଧିବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କିନ୍ତୁ  ଏହା ପରେ ଡିଜିଟାଲ ପ୍ଲଟଫର୍ମରେ ରିଲିଜ ହେବା ସୂଚନା ପାଇ ଅମ୍ରିତା ପୁଣି ଥରେ ବିଦ୍ୟାଙ୍କ ଟିମଙ୍କୁ କଣ୍ଟାକ୍ଟ କରିଥିଲେ । ଏହି ପରେ ବିଦ୍ୟାଙ୍କ ଟିମ ତୁରନ୍ତ ଏହି ଶାଢୀ ପଠାଇବାକୁ କହିଥିଲେ ।  ଏହା ପରେ ବିଦ୍ୟା ଫିଲ୍ମର ରିଜିଜ ଡେଟ ଦିନ ସେହି ସମ୍ବଲପୁରୀ ଶାଢୀକୁ ପିନ୍ଧିଥିଲେ ।

ଏହି ଶାଢ଼ୀକୁ ପିନ୍ଧିବା ପରେ ବିଦ୍ୟା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସମ୍ବଲପୁରୀ ଶାଢ଼ୀ ବିଷୟରେ କହିବା ସହିତ ଏହି କରୋନା କାଳରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବା ପାଇଁ କହିଛନ୍ତି ।

ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ଭାରତର ଅଲୋଡ଼ା ରେକର୍ଡ । ବିଶ୍ୱରେ କରୋନା ମୃତ୍ୟୁହାର ଭାରତରେ କମ୍ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବାରମ୍ବାର କହି ଆସୁଛି । କିନ୍ତୁ, ଅସଲ ଚିତ୍ର ଭିନ୍ନ । ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ମୃତ୍ୟୁ ପାଇଁ ଚର୍ଚ୍ଚାରେ ଥିବା ଇଟାଲୀକୁ ଭାରତ ପଛରେ ପକାଇ ଦେଇଛି । କରୋନା ମୃତ୍ୟୁହାରରେ ଇଟାଲୀକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଆମେରିକାର ଜହନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ଏହି ତଥ୍ୟ ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୭୭୯ କରୋନା ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭ରେ ପହଞ୍ଚିଛି ।

୩୫ ହଜାର ୭୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଯେତେବେଳେ କି କରୋନାରେ ଇଟାଲୀରେ ମାତ୍ର ୩୫ ହଜାର ୧୩୨ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ କରୋନାରେ ସର୍ବାଧିକ ୧ ଲକ୍ଷ ୫୨ ହଜାର ୭୦ ଜଣ ମୃତ୍ୟୁବରଣ କରିଥିବା ବେଳେ, ବ୍ରାଜିଲରେ ୯୧ ହଜାର ୨୬୩ ଜଣ, ୟୁନାଇଟେଡ୍ କିଙ୍ଗଡମରେ ୪୬ ହଜାର ୮୪ ଜଣ ଓ ମେକ୍ସିକୋରେ ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ଜହନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ପ୍ରକାରେ ଭାରତରେ ଏବେ ୫ ଲକ୍ଷ ୪୫ ହଜାରରୁ ଅଧିକ କରୋନା ସକ୍ରିୟ ରହିଛି । ଯେତେବେଳେ କି ୧୦ ଲକ୍ଷ ୫୭ ହଜାର ୮୦୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଶୁକ୍ରବାର ଦେଶରେ ରେକର୍ଡ ସଂଖ୍ୟକ ୫୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଛି । ତେବେ, ଆଶ୍ୱସ୍ତିର କଥା ହେଉଛି ଦେଶରେ ସୁସ୍ଥତା ହାର ବଢ଼ୁଛି । ଗତ ୨୪ ଘଣ୍ଟାରେ ୩୨ ହଜାର ୫୫୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ମୋଟ ୧୦ ଲକ୍ଷ ୫୭ ହଜାର ୮୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି । ୬୪.୪୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଦେଶରେ ମୃତ୍ୟୁହାର ୨.୨୧ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ୍ ହାର ୧୦ ପ୍ରତିଶତରୁ କମ ରହିଛି । ୪ଟି ରାଜ୍ୟରେ ପଜିଟିଭ୍ ହାର ୫ ପ୍ରତିଶତୁ କମ ଥିବା ଜଣାପଡ଼ିଛି । ଦେଶରେ କରୋନା ମୃତ୍ୟୁହାର ୨.୨୧ ପ୍ରତିଶତ ରହିଛି । ଯେତେବେଳେ କି ବିଶ୍ୱରେ କରୋନା ମୃତ୍ୟୁହାର ୪ ପ୍ରତିଶତ ରହିଛି । ଏବଂ ଭାରତର ମୃତ୍ୟୁହାର ବିଶ୍ୱରେ ସବୁଠାରୁ କମ୍ ରହିଛି ।

ରିୟାଙ୍କ ସହ ସଂପର୍କ ପରେ ସୁଶାନ୍ତ ନେଉଥିଲେ ରହସ୍ୟମୟ ଔଷଧ, ପର୍ସନାଲ ଟ୍ରେନର ଖୋଲିଲେ ଗୁମର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ରହସ୍ୟ ପଦାକୁ ଆସୁଛି । ସେହି କ୍ରମରେ ଆଉ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି ।  ସୁଶାନ୍ତଙ୍କ ବ୍ୟକ୍ତିଗତ ଜିମ୍ ଟ୍ରେନର ସମି ଅହମ୍ମଦଙ୍କ ଅନୁସାରେ ସୁଶାନ୍ତ ଗତ ଡିସେମ୍ବର ମାସରୁ କିଛି ରହସ୍ୟମୟ ଔଷଧ ଖାଉଥିଲେ । ଟ୍ରେନରଙ୍କ ଦାବି ଯେ,ଏଇଥିପାଇଁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ସୁଶାନ୍ତ ଠିକରେ ଛିଡା ହୋଇ ପାରୁନଥିଲେ । ତାଙ୍କ ପାଦ ଥରୁଥିଲା ।

ସମ୍ମି ଗତ ୫ ବର୍ଷ ଧରି ସୁଶାନ୍ତଙ୍କ ଟ୍ରେନର ଥିଲେ । ସୁଶାନ୍ତଙ୍କର ସମ୍ମିଙ୍କ ପରିବାର ସହ ମଧ୍ୟ ସମ୍ପର୍କ ଥିଲା । ଆତ୍ମହତ୍ୟାର ଦୁଇ ସପ୍ତାହ ପୂର୍ବରୁ ସେ ସମ୍ମିଙ୍କୁ ଫୋନ୍ କରିଥିଲେ । ସମ୍ମିଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାରୁ ସେ ସମବେଦନା ଜଣାଇବାକୁ କଲ କରିଥିଲେ । ଏହାସହ ସେ ସମ୍ମିଙ୍କୁ ତାଙ୍କ ବାପାଙ୍କ ଯତ୍ନ ନେବାକୁ ମଧ୍ୟ କହିଥିଲେ । ସମ୍ମିଙ୍କ କହିବା ହେଉଛି ସୁଶାନ୍ତ ଠିକ୍ ଲାଗୁନଥିଲେ ।

ରିପବ୍ଲିକ୍ ଟିଭି ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସମ୍ମିଙ୍କୁ ଅଣ୍ଡରକଭର ରିପୋର୍ଟର ପଚାରିଥିଲେ ଯେ, ସୁଶାନ୍ତଙ୍କ ମେଡିକାଲ କଣ୍ଡିସନକୁ ନେଇ ତାଙ୍କ ପାଖରେ କିଛି ତଥ୍ୟ ରହିଛି କି ? ଏହାର ଉତ୍ତରରେ ସେ ଚମକାଇବା ଭଳି କଥା କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଏବାବଦରେ କିଛି ଜାଣିନାହିଁ କାରଣ ରିୟା ଏସବୁ ଭିତରକୁ ଯିବାକୁ ଦେଉ ନଥିଲା । କିନ୍ତୁ ଏତିକି ଜାଣିଛି ଯେ, ଯେବେଠାରୁ ସୁଶାନ୍ତ ରିୟାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ସେବେଠାରୁ ସେ ବହୁତ ବଦଳି ଯାଇଥିଲେ । ସୁଶାନ୍ତ ଆଗରୁ କେବେ ମଧ୍ୟ କୌଣସି ଔଷଧ ଖାଉନଥିଲେ କିନ୍ତୁ ରିୟାଙ୍କ ସହ ମିଶିବା ପରଠାରୁ ଔଷଧ ଖାଇବା ଆରମ୍ଭ  କରିଥିଲେ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ଜୁନ୍ ୧୪ ତାରିଖ ଦିନ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏବେ ତାଙ୍କ ପିତା ରିୟାଙ୍କ ବିରୋଧରେ ପାଟନାରେ ଏତଲା ଦେବା ପରେ ମାମଲାର ତଦନ୍ତ ନୂଆ ଢଙ୍ଗରେ ଆରମ୍ଭ ହୋଇଛି । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଯେ,ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ । ଅନ୍ୟପକ୍ଷରେ ରିୟା ମାମଲାକୁ ପାଟନାରୁ ସ୍ଥାନାନ୍ତର କରି ମୁମ୍ବାଇ ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।