spot_img
Home Blog Page 6586

ପୋଲିସ ଡିଜିଙ୍କ ପ୍ରେସମିଟ୍: ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ରୋକିବାକୁ ପୋଲିସର ବ୍ୟାପକ ପଦକ୍ଷେପ । ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ପୋଲିସ ଡିଜି ଅଭୟ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଏବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଜବତ ହୋଇଛି । ଡ୍ରଗ୍ସ ଚୋରାଚାଲାଣ ନେଇ ଗତକାଲି ୫ ପଡ଼ୋଶୀ ରାଜ୍ୟ ଡିଜିପିଙ୍କ ସହ ଆଲୋଚନା ହୋଇଛି । ସମସ୍ତେ ସମସ୍ତଙ୍କ ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ରାଜି ହୋଇଛନ୍ତି । ସବୁ ରାଜ୍ୟ ଜଣେ ଜଣେ ନୋଡାଲ୍ ଅଫିସରଙ୍କୁ କୋଅର୍ଡିନେଟର୍ ଭାବେ ନିଯୁକ୍ତ କରିବାକୁ ସହମତି ପ୍ରକାଶ ପାଇଛି । ସାଟେଲାଇଟ୍ ମ୍ୟାପିଂ ପ୍ରସଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍‌ସି ସହିତ ରାଜ୍ୟ ପୋଲିସ ବିଭାଗ ଯୋଗସୂତ୍ର ରକ୍ଷା କରୁଛନ୍ତି ।  ତିନୋଟି ଦିଗ ଉପରେ ପୋଲିସ ଗୁରୁତ୍ବ ଦେଇଛି । ଆର୍ଥିକ କାରବାର, ସଂଗଠିତ ଅପରାଧ ଓ ଷଡ଼ଯନ୍ତ୍ର ସୂତ୍ରଧରଙ୍କୁ ଧରି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଉପରେ ଡିଜିପି ଗୁରୁତ୍ୱ ଦେଇଛନ୍ତି । ଗଞ୍ଜେଇ ଚାଷ ବନ୍ଦ ପାଇଁ ନୂଆ ରଣନୀତିରେ କାମ ହେଉଛି । ଗୁଇନ୍ଦା ସଫଳତା ଯୋଗୁଁ ଅଧିକ ଗଞ୍ଜେଇ ଜବତ ହୋଇଛି । NCBର ସହାୟତା ମିଳିଲେ ରଣନୀତି ସଫଳ ହେବ ବୋଲି ପୋଲିସ ଡିଜି କହିଛନ୍ତି ।

ମାଆ ହେବେ ଅମ୍ରିତା ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଫିଲ୍ମ ବିବାହରୁ ନିଜର ଚମତ୍କାର ଅଭିନୟ ପାଇଁ ପରିଚୟ ଲାଭ କରିଥିବା ଅଭିନେତ୍ରୀ ଅମ୍ରିତା ରାଓ ମାଆ ହେବାକୁ ଯାଉଛନ୍ତି । ଅମୃତା ଏବଂ ତାଙ୍କ ସ୍ୱାମୀ ଆରଜେ ଅନମୋଲଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠି ଅମ୍ରିତା ଗର୍ଭବତୀ ଥିବା ଜଣାପଡୁଛି । ଏହି ଭାଇରାଲ ଫଟୋ ପରେ ତାଙ୍କ ପ୍ରେଗନାନ୍ସି ଖବର ଇଣ୍ଟରନେଟରେ ଛାଇ ଯାଇଛି ।

ଫଟୋରେ ଅମ୍ରିତା ଏବଂ ତାଙ୍କ ସ୍ୱାମୀ ଏକ ବିଲଡିଂ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଅମ୍ରିତା ଏକ ଧଳା ଡ୍ରେସ ବିନ୍ଧିଥିବାବେଳେ ସେ ପ୍ରେଗନେଣ୍ଟ ଥିବା ଦେଖିବାକୁ ମିଳିଛି ।

ଅବଶ୍ୟ ଦୁହେଁ ଏଯାବତ ପ୍ରେଗନେନ୍ସିର ଖବରକୁ ସେୟାର କରିନାହାନ୍ତି । ଅମ୍ରିତା ଓ ଅନମୋଲ ପ୍ରାରମ୍ଭରୁ ହିଁ ନିଜ ବ୍ୟକ୍ତିଗତ ଜୀବନକୁ ଖୁବ ପ୍ରାଇବଭେଟ ରଖିବାକୁ ପସନ୍ଦ କରନ୍ତି ।

ଅମ୍ରିତା ଓ ଅନମୋଲ ୨୦୧୬ ମସିହାରେ ବିବାହ କରିଥିଲେ । ତାଙ୍କ ବିବାହରେ କେବଳ ପରିବାର ଲୋକ ସହ ନକିଛି ବନ୍ଧୁ ସାମିଲ ହୋଇଥିଲେ । ଦୁହେଁ ବିବାହ କରିବା ପୂର୍ବରୁ ୭ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ ।

ଅମ୍ରିତା ରାଓ ୨୦୦୨ରେ ଅଲିଶ ଚିନାୟଙ୍କ ଗୀତ ‘ୱୋ ପ୍ୟାର ମେରା’ ରେ କାମ କରିଥିଲେ । ସେହି ଭିଡିଓକୁ ଖୁବ ପସନ୍ଦ କରାଯାଇଥିଲା । ଅମ୍ରିତା ଏହି ଭିଡିଓ ପରେ ୨୦୦୨ରେ ଚଳଚିତ୍ର ‘ଅବ କେ ବରଷ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମଟି ହିଟ ତ ହୋଇନଥିଲା କିନ୍ତୁ ଫିଲ୍ମରେ ଅମ୍ରିତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଏହି ଫିଲ୍ମ ପରେ ଅମ୍ରିତା ସାହିଦ କପୁରଙ୍କ ସହ ‘ଇଷ୍କ ଭିଷ୍କ’ ଚଳତିତ୍ରରେ ନଜର ଅସିଥିଲେ । ସାହିଦ ଓ ଅମ୍ରିତାଙ୍କ ଯୋଡ଼ି ଦର୍ଶକଙ୍କ ମଧ୍ୟରେ ଖୁବ ଫେମସ ହୋଇଯାଇଥିଲା । ଏହି ପିଲ୍ମର କିଛି ବର୍ଷ ପରେ ରାଜଶ୍ରୀ ବ୍ୟାନରରେ ଦୁହିଁଙ୍କୁ ବିବାହ ଫିଲ୍ମରେ କାଷ୍ଟ କରାଯାଇଥିଲା ।

ଫିଲ୍ମ ବିବାହକୁ ଆଜିବି ବଲିଉଡରେ ପାରମ୍ପରିକ ଫିଲ୍ମ ରୂପେ ଦେଖାଯାଏ, ଯାହାକୁ ପୁରା ପରିବାର ସହ ବସି ଦେଖାଯାଇପାରିବ । ଫିଲ୍ମଟିକୁ ଦର୍ଶକଙ୍କର ଖୁବ ଭଲ ରେସପନ୍ସ ମିଳିଥିଲା ।

ବିବାର ବ୍ୟତୀତ ଅମ୍ରିତା ଚଳଚିତ୍ର ମେଁ ହୁଁ ନା, ସତ୍ୟାଗ୍ରହ, ମସ୍ତୀ, ୱା ଲାଇଭ ହୋ ତୋ ଏସି, ପ୍ୟାରେ ମୋହନ, ୱେଲକମ ଟୁ ସଜ୍ଜନପୁର, ଭିକଟ୍ରି, ଲାଇଭ ପାର୍ଟନର, ଜଲି ଏଲଏଲବି, ସିଂହ ସାହେବ ଦି ଗ୍ରେଟ୍ ଏବଂ ଆର୍ଯ୍ୟ ଭଳି ଫିଲ୍ମରେ କାମ କରିଛନ୍ତି ।

କେନ୍ଦୁଝରରେ କଙ୍ଗାରୁ କୋର୍ଟ: ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ଟ୍ରାଫିକ୍ ପୋଷ୍ଟରେ ବାନ୍ଧି ପିଟିଲେ

କେନ୍ଦୁଝର: ତୁରୁମୁଙ୍ଗାରେ କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଟ୍ରାଫିକ ପୋଷ୍ଟରେ ବାନ୍ଧି ମାଡ଼ ମାରିଲେ ଲୋକ । ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କାଶୀପୁର ଗାଁରୁ ଛେଳି ଚୋରି କରିବାକୁ ଉଦ୍ୟମ କରୁଥିଲେ ଦୁଇ ଯୁବକ । ଗାଁ ଲୋକ ଜାଣିପାରି କେନ୍ଦେଇପଶି ଗାଁର ଟ୍ରାଫିକ୍ ପୋଷ୍ଟରେ ଦୁଇ ଜଣଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ।   ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛି  । ଅନ୍ୟ ଦୁଇ ଜଣ ଯୁବକ ଫେରାର ହୋଇଯାଇଛନ୍ତି  ।

ରାଜ୍ୟ ପାଇଁ ଆଶ୍ୱସ୍ତି: ହ୍ରାସ ପାଉଛି କରୋନା ସଂକ୍ରମଣ

୩ ଭଉଣୀଙ୍କ ଉପରେ ଏସିଡ୍ ଢାଳିଲେ ଦୁର୍ବୃତ୍ତ, ବିରୋଧି କହିଲେ ଯୋଗୀଙ୍କ ଶାସନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ତ ?

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡାର ତିନି ଦଳିତ ଭଉଣୀଙ୍କ ଉପରେ ଏସିଡ୍ ମାଡ଼ । ଗତକାଲି ବିଳମ୍ବିତ ରାତିରେ ଏସିଡ୍ ପକାଇଛନ୍ତି ଦୁର୍ବୃତ୍ତ । ତିନି ଭଉଣୀ ନାବାଳିକା ଥିବା ବେଳେ ସମସ୍ତେ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଯେତେବେଳେ ତିନି ଭଉଣୀ ଘରେ ଶୋଇଥିବା ବେଳେ ହିଁ ସେମାନଙ୍କ ଉପରେ ଏସିଡ୍ ପକାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଭଉଣୀ ସାମାନ୍ୟ ଆହତ ହୋଇଥିବାବେଳେ ଜଣଙ୍କର ମୁହଁରେ ଏସିଡ୍ ପଡ଼ିଛି । ତେବେ ଏସିଡ୍ ଫିଙ୍ଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଘଟଣାଟି ହେଉଛି ଗୋଣ୍ଡାର ପରସପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ପାସ୍କା ପରସପୁରର । ଗୋଣ୍ଡାର ଏସପି ଶୈଲେଶ କୁମାର ପାଣ୍ଡେ କହିଛନ୍ତି ଯେ, ୩ଜଣ ନାବାଳିକାଙ୍କ ଉପରେ କେମିକାଲ ଆକ୍ରମଣ ହୋଇଛି ଏବଂ ବର୍ତ୍ତମାନ ସେହି କେମିକାଲର ଯାଞ୍ଚ କରାଯାଉଛି । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚିବା ସହ ପୋଲିସର ତଦନ୍ତ ଆରମ୍ଭ କରିଛି ।

Rape Attempt Victim Attacked Stabbed With Knife Kanpur UP

ତିନି ଝିଅଙ୍କ ଉପରେ କେମିକାଲ ପକାଯାଇଥିବା ଏସପି ଶୈଲେଶ କୁମାର ପାଣ୍ଡେ କହିଛନ୍ତି । ବର୍ତ୍ତମାନ ତିନିଜଣଙ୍କ ଅବସ୍ଥା ଭଲ ଅଛି। ଗୋଟିଏ ଝିଅର ଶରୀର ୫ ରୁ ୭ ପ୍ରତିଶତ ଜଳି ଯାଇଛି । ଏବେ ଘଟଣାର କାରଣ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।  ତଥ୍ୟ ସଂଗ୍ରହ କରିବା ପରେ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ । ତେବେ ଘଟଣାକ୍ରମକୁ ଦେଖିଲେ ଲାଗୁଛି ଯେ, କେହି ଜଣେ ସମ୍ପର୍କୀୟ ବ୍ୟକ୍ତି ହିଁ ଏସିଡ୍ ଆଟାକ୍ କରିଛି ।

ୟୁପି ସରକାରଙ୍କୁ ଟାର୍ଗେଟ କଲା ଆପ୍

ଏସିଡ୍ ଆକ୍ରମଣ ଉପରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଆଦିତ୍ୟନାଥଙ୍କ ଶାସନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ତ ? ଦୁଷ୍କର୍ମ ହେଉଛି , ତଣ୍ଟି ଚିପି ଫୋପାଡ଼ି ଦିଆଯାଉଛି, ଏସିଡ୍ ପକାଯାଉଛି, କିନ୍ତୁ ଆଦିତ୍ୟନାଥଙ୍କ ପୂରା ସରକାର ଝିଅମାନଙ୍କୁ ବଞ୍ଚାଇବା ପରିବର୍ତ୍ତେ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କୁ ବଞ୍ଚାଇବାରେ ଲାଗିଛି ।

 

ରାଜ୍ୟ ପାଇଁ ଆଶ୍ୱସ୍ତି: ହ୍ରାସ ପାଉଛି କରୋନା ସଂକ୍ରମଣ

0

ଭୁବନେଶ୍ୱର: କରୋନା ସଂକଟ ମଧ୍ୟରେ ରାଜ୍ୟ ପାଇଁ ଆଶ୍ୱସ୍ତି । ଗତ ୧୦ଦିନ ଧରି ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧୦ଦିନରେ ପଜିଟିଭ ହାର ୮.୫୩%ରୁ ୬.୩୨%କୁ ହ୍ରାସ ପାଇଛି । ସେହିପରି ଦୈନିକ ସଂକ୍ରମଣ ମାମଲା ହାରାହାରି ୪ହଜାର ୧୪୨ରୁ କମି ୨ହଜାର ୮୩୩ରେ ପହଞ୍ଚିଛି । ରାଜ୍ୟର ୪ ପ୍ରମୁଖ ଜିଲ୍ଲାରେ ପଜିଟିଭ ହାର କମିଛି । ଗଂଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କମିଛି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି କମିବ ବୋଲି ଆକଳନ କରାଯାଉଛି ।

 

ଏଣିକି ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି: ସୁଜଳ ମିଶନର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ଓ ପୁରୀରେ Drink from Tap Mission ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ବାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ୫-ଟି governanceରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି।

CM Naveen Patnaik Talked With Sum Covid Hospitals Doctor
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଭୁବନେଶ୍ବର ଓ ପୁରୀରୁ “Drink from Tap Mission-SUJAL” ଆରମ୍ଭ କରାଗଲା । ଏହାଦ୍ବାରା ଏହି ଦୁଇ ସହରର ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଲୋକ ଉପକାର ପାଇବେ। ଏହି “Drink from Tap Mission” ରାଜ୍ୟରେ ସବୁ ଅଞ୍ଚଳରେ phasewise କାର୍ଯ୍ୟକାରୀ କରାଯିବ  । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦେଶ ମାନଙ୍କରେ ଲୋକମାନେ ସିଧା tapରୁ ପାଣି ପିଅନ୍ତି । ପାଣି ଗରମ କରିବା, filter କରିବା ବା aqua guard ଆଦି ମେସିନ୍‌ ଦରକାର ହୁଏ ନାହିଁ । କାରଣ ସେମାନେ ସିଧା tapରୁ ଭଲ ପିଇବା ପାଣି ପାଆନ୍ତି  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୁଜଳ ଯୋଜନାର ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର  ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ  ଅଶୋକ ପଣ୍ଡା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ  ତୃଷାରକାନ୍ତି ବେହେରା ଓ ବିଧାୟକ  ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ପୁରୀ ହେଉଛି ଏକ ବଡ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ “Drink from Tap” ସୁବିଧା ଦ୍ୱାରା  ପୁରୀରୁ ପ୍ଲାଷ୍ଟିକ ପ୍ରଦୂଷଣ ହ୍ରାସ ପାଇ  ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି  ।ଭୁବନେଶ୍ୱର ସହିତ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ଆମେ pipe waterର ସୁବିଧା ଦେଇପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ଆମର ପ୍ରାଥମିକତା ।

ଦଶ ଲକ୍ଷରୁ ଅଧିକ population ଥିବା ସହର ମାନଙ୍କ ମଧ୍ୟ ରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ବର ଦେଶର ପ୍ରଥମ ସହର ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ urban areaର ସବୁ ଘରକୁ pipe water connection ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ । ଏହି ଅବସରରେ ସେ ରାଜ୍ୟର ଆଉ ୧୫ଟି ସହର ପାଇଁ “Drink from Tap Mission” ଘୋଷଣା କରିଥିଲେ। ଏହାଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।

ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଭଳି ଦକ୍ଷତାର ସହ ଦାୟିତ୍ବ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ସେହିପରି WATCO ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ପ୍ରେରଣା ଯୋଗୁ ଆଜି ଓଡିଶା “Drink from Tap Mission”ରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ।


ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ଏହାଦ୍ବାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ Drink from Tap କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

Water Aid, United Kingdomର ମୁଖ୍ୟ କାର୍ଯ୍ୟନିର୍ବାହୀ Mr. Tim Wainwright କହିଲେ ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ । ଏଥିରୁ ସମଗ୍ର ବିଶ୍ବ ସମୁଦାୟକୁ ଶିଖିବାର ଅଛି। “Drink from Tap Mission”ରେ ଭାରତ, ବିଶେଷକରି ଓଡିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଓଡିଶାକୁ ଏହି କାର୍ଯ୍ୟକ୍ରମ ପାଇଁ UK Water Aid ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ।

 

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ  ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ PHEOର EIC ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଭୁବନେଶ୍ବରରେ ଓ ପୁରୀରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶରତ ଋତୁରେ ମନ କିଣୁଛି ଗୋଲାପି କାଶତଣ୍ଡୀ

ଭୁବନେଶ୍ୱର:  ପ୍ରକୃତିର ଏକ ମନରୋମ ଦୃଶ୍ୟ କାଶତଣ୍ଡି । ଶରତ ଋତୁରେ କାଶତଣ୍ଡିରେ ହସି ଉଠେ ପୃଥିବୀ । ଏହାର ମନଲୋଭା ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆନମନା କରେ । ରାସ୍ତା କଡ଼ରୁ ଆରମ୍ଭ କରି ନଦୀପଠା ପର୍ଯ୍ୟନ୍ତ ଚାରିଆଡ଼େ କାଶତଣ୍ଡିର ସମ୍ଭାର । ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ, ଆଉ ତାକୁ ଦେଖିବାମାତ୍ରେ ମନରେ ଖେଳିଯାଏ ଅପାର ପୁଲକ । ଧରା କୋଳରେ କାଶତଣ୍ଡିକୁ ଦେଖି ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ କିଛିକ୍ଷଣ ପାଇଁ ଅଟକିଯାଏ । ତାକୁ ଦେଖିବାମାତ୍ରେ ଲାଗେ ସତେ ଯେମିତି ସବୁଜ ଗାଲିଚା ଉପରେ ଧଳା ରଙ୍ଗର ଶାଢୀ ପିନ୍ଧି ଧରା ସଜେଇ ହୋଇଛି । ଆଉ ଏହି କାଶତଣ୍ଡି ଆବାହନ କରେ ଜଗତଜନନୀ ମା ଦୂର୍ଗାଙ୍କୁ ।

ଧଳା ରଙ୍ଗର କାଶତଣ୍ଡି ଯଦିଓ ଆପଣ ଶରତ ଋତୁ ଆସିବା ମାତ୍ରେ ସ୍ଥାନେ ସ୍ଥାନେ ଦେଖିଥିବେ, ତଥାପି ଗୋଲାପି ରଙ୍ଗର କାଶତଣ୍ତି କଥା ସାମାନ୍ୟ ଭିନ୍ନ । କେବଳ ଧଳା ନୁହେଁ ଦେଶ ବିଦେଶରେ ଗୋଲାପି ରଙ୍ଗର କାଶତଣ୍ଡି ମଧ୍ୟ ଦେଖିବାକୁ ମିଳେ । ଏହି କାଶତଣ୍ଡି ପିଙ୍କ୍ ମୁହଲି ଘାସ ନାମରେ ପରିଚିତ । ଶରତ ଋତୁରେ ଏହାକୁ ଦେଖିବା ମାତ୍ରେ ଲାଗେ ସତେ ଯେମିତି ଗୋଲାପି ରଙ୍ଗର ବାଦଲରେ ଧରା ନବବଧୂ ଭଳି ସଜେଇ ହୋଇଛି ।

୨୦୧୪ରେ ଜେଜୁ ଆ ଆଇଲ୍ୟାଣ୍ଡରେ ଏକ ରେଷ୍ଟୁରାଣ୍ଟ ଏବଂ ଚର୍ଚ୍ଚରେ ପିଙ୍କ୍ ମୁହଲି ଘାସକୁ ରୋପଣ କରାଯାଇଥିଲା । କିନ୍ତୁ ଜେଜୁ ଇକୋ ପାର୍କରେ ରୋପଣ ପରେ ଏହାର ନାମକରଣ ହୋଇଥିଲା । ଏବେ ୩୨ଟି ସ୍ଥାନରେ ପିଙ୍କ୍ ମୁହଲି ଘାସ ପାର୍କ ରହିଛି । ଏହାର ଲମ୍ବ ପ୍ରାୟ ୯୦ ସେଣ୍ଟିମିଟର । ସେପ୍ୱେମ୍ବର ଆରମ୍ଭରୁ ନଭେମ୍ବର ଆରମ୍ଭ ପର୍ଯ୍ୟନ୍ତ ଧରଣୀକୁ ସଜେଇ ଦିଏ ଏହି ଗୋଲାପି କାଶତଣ୍ଡି ।
ଏହି କାଶତଣ୍ଡି ବିଭିନ୍ନ ସ୍ଥାନରେ ପ୍ରସିଦ୍ଧତା ଲାଭ କରିଛି ।

ସାମସଙ୍ଗ ଲଞ୍ଚ କଲା ଶସ୍ତା 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଏହାର ମୂଲ୍ୟ…

ନୂଆଦିଲ୍ଲୀ: ସରିଲା ଅପେକ୍ଷା, ସାମସଙ୍ଗ ଲଞ୍ଚ କଲା 5G ଫୋନ । ଶେଷରେ ସାମସଙ୍ଗ ତାର ଚର୍ଚ୍ଚିତ 5G ସ୍ମାର୍ଟଫୋନ୍ ଗାଲାକ୍ସି ଏ 42 5G ଲଞ୍ଚ କରିଦେଇଛି । ସାମସଙ୍ଗ ଗାଲାକ୍ସି A42 5Gକୁ ଖାସ କରି ସେହି ବଜାରଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁଠାରେ ସୁଲଭ ମୂଲ୍ୟରେ 5G ଫୋନ୍ ଆବଶ୍ୟକତା ରହିଛି । ଦକ୍ଷିଣ କୋରିଆ କମ୍ପାନୀର ସବୁ ପ୍ରିମିୟମ୍ ଫୋନ୍ ଗୁଡିକରେ ବର୍ତ୍ତମାନ 5G ସପୋର୍ଟ ମିଳୁଛି । ଗାଲାକ୍ସି A 42 5G ର ଫିଚର୍ କିଛି ଦିନ ପୂର୍ବରୁ ହିଁ କମ୍ପାନୀ ଦ୍ୱାରା ସାର୍ବଜନୀକ କରାଯାଇଥିଲା ।

ସାମସଙ୍ଗ ଗାଲାକ୍ସି A42 5G: ମୂଲ୍ୟ ଏବଂ ଉପଲବ୍ଧତା

ସାମସଙ୍ଗ ଗାଲାକ୍ସି ଏ 42 5G କୁ ୩୪୯ ଗ୍ରେଟବ୍ରିଟେନ ପାଉଣ୍ଡ (ପ୍ରାୟ ୩୩,୪୦୦ ଟଙ୍କା)ରେ ଲଞ୍ଚ କରାଯାଇଛି । ଏହି ଫୋନର ବିକ୍ରି ବ୍ରିଟେନରେ ୬ ନଭେମ୍ବରରୁ ଆରମ୍ଭ ହେବ ପରେ ଏହି ହ୍ୟାଣ୍ଡସେଟକୁ ୟୁରୋପର ଅନ୍ୟ ବଜାରମାନଙ୍କରେ ବିକ୍ରି ପାଇଁ ଉପଲବ୍ଧ କରାଯିବ । କହିରଖୁଛୁ ଯେ, ଏହା ପୂର୍ବରୁ ଆମେରିକାରେ ଏହି ବର୍ଷ ଗାଲାକ୍ସି A51 5G ୪୯୯ ଡଲାରରେ (ପ୍ରାୟ ୩୬,୬୦୦ଟଙ୍କା)ରେ ଲଞ୍ଚ କରାଯାଇଥିଲା। ସାମସଙ୍ଗର ଏହି ଫୋନ୍ ପ୍ରିଜ୍ମ୍ ଡଟ୍ ବ୍ଲାକ୍, ପ୍ରିଜ୍ମ୍ ଡଟ୍ ହ୍ୱାଇଟ୍ ଏବଂ ପ୍ରିଜ୍ମ୍ ଡଟ୍ ଗ୍ରେ ରଙ୍ଗରେ ଉପଲବ୍ଧ ଅଛି ।

ସାମସଙ୍ଗ ଗାଲାକ୍ସି A42 5Gର ସ୍ୱତନ୍ତ୍ରତା ଓ ଫିଚର୍

ସାମସଙ୍ଗ ଗାଲାକ୍ସି A42 5G ର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଦେଖିବାକୁ ଗାଲାକ୍ସି ଏ ଏବଂ ଗାଲାକ୍ସି ଏମ ସିରିଜର ଅତ୍ୟାଧୁନିକ ସ୍ମାର୍ଟଫୋନ୍ ସହିତ ସମାନ । ପଛ ପ୍ୟାନେଲରେ ଏକ ବର୍ଗ ଆକୃତିର କ୍ୟାମେରା ମଡ୍ୟୁଲ୍ ଅଛି ଯେଉଁଥିରେ ଚାରୋଟି ସେନ୍ସର ରହିଛି ।

ସାମସଙ୍ଗର ଏହି ହ୍ୟାଣ୍ଡସେଟରେ ୬.୬ -ଇଞ୍ଚର HD + ସୁପର ଏମୋଲେଡ ଇନଫିନିଟି-ୟୁ ଡିସପ୍ଲେ ଅଛି, ଯାହା HD + ରେଜୋଲ୍ୟୁସନ ସହିତ ରହିଛି । ଏହି ସ୍ମାର୍ଟଫୋନ୍ ଅନ୍-ସ୍କ୍ରିନ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ସପୋର୍ଟ କରେ । ଏହି ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୫୦ ଜି ପ୍ରୋସେଶର ଦିଆଯାଇଛି । ଏହି ଫୋନ୍ 4 GB, 6 GB ଏବଂ 8 GB RAM ସହିତ ଆସିଛି । ହ୍ୟାଣ୍ଡସେଟରେ ୧୨୮ ଜିବି ଇନବିଲ୍ଟ ଷ୍ଟୋରେଜ୍ ଅଛି ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ୧ ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

ଏହି ସାମସଙ୍ଗ 5G ଫୋନରେ ଚାରୋଟି ପଛ କ୍ୟାମେରା ଅଛି । ଗାଲାକ୍ସି A42 5G ରେ ୪୮ ମେଗାପିକ୍ସେଲ ପ୍ରାଇମେରୀ, ୮ ମେଗାପିକ୍ସେଲ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍, ୫ ମେଗାପିକ୍ସେଲ ଡେପ୍ଥ ଏବଂ ୫ ମେଗାପିକ୍ସେଲ ମାକ୍ରୋ ସେନସର ମଧ୍ୟ ରହିଛି । ଫୋନକୁ ଚାର୍ଜ କରିବା ପାଇଁ 5000mAh ବ୍ୟାଟେରୀ ଅଛି ଯାହା ୧୫ ୱାଟ ଚାର୍ଜିଂକୁ ସପୋର୍ଟ କରୁଛି ।

ନଦୀ ପାର ହୋଇ ଗାଁକୁ ଯିବା ବେଳେ ଭାସିଗଲେ ଯୁବକ: ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

0

ଗଜପତି : ଗୋପିଲି ନିକଟରେ ନଦୀରେ ଭାସିଯାଇ ଜଣେ ନିଖୋଜ, ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଗୋକର୍ଣ୍ଣପୁର ଗ୍ରାମର ଏ ଶ୍ରୀନୁ ବୋଲି ଜଣାପଡିଛି।  ନଦୀ ପାର ହୋଇ ନିଜ ଗାଁକୁ ଯିବା ସମୟରେ ହଠାତ୍ ନଦୀରେ ବଢ଼ି ଆସିବାରୁ ଭାସିଯାଇଥିବା ସୂଚନା ମିଳିଛି। ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଗୋକର୍ଣ୍ଣପୁର ଗ୍ରାମରେ ପୋଲ ନଥିବାରୁ ନଦୀ ପାର ହୋଇ ଯାତାୟତ କରିଥାନ୍ତି ଲୋକେ। ଖବରପାଇ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଲଘୁଚାପ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ଏଭଳି ସ୍ଥିତିରେ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଏଣୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇପାରେ ।

ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର

ଦେଶରେ ୬୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ଦିନକରେ ୫୫ହଜାର ୩୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୭୦୬ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ, ଏହି ସଂଖ୍ୟା ଗତ ଦୁଇ ମାସ ମଧ୍ୟରେ ସର୍ବନିମ୍ନ । ଆଶ୍ୱସ୍ଥିକର କଥା ହେଉଛି  ପୂର୍ବରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୭୦ ରୁ ୮୦ହଜାର ରହୁଥିଲା । ଯଦିଓ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କରୋନା ସଂକ୍ରମିତ ହାର, ମୃତ୍ୟୁହାର ଏବଂ ସୁସ୍ଥ ହାରରେ ସର୍ବାଧିକ ପ୍ରତିଶତ ରହିଛି ।

ଦେଶରେ ମୋଟ୍ ୭୧ଲକ୍ଷ ୭୫ହଜାର ୮୮୧ଜଣ ସଂକ୍ରମିତ ହୋଇଥିବା ବେଳେ ଆକ୍ଟିଭ କେସ୍ ରହିଛି ୮ଲକ୍ଷ ୩୮ହଜାର ୭୨୯ । ବର୍ତ୍ତମାନ ସୁଦ୍ଧା ୬୨ଲକ୍ଷ ୨୭ହଜାର ୨୯୬ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୯ହଜାର ୮୫୬କୁ ବୃଦ୍ଧି ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିଭଳି, ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ୧୫ଳକ୍ଷ ୩୫ହଜାର ୩୧୫ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୦ହଜାର ଟପିଛି । ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ତେବେ ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ଅନୁସାରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ହେଉଛି ଭାରତ । କରୋନା ମୃତ୍ୟୁ ହାରରେ ଆମେରିକା ଏବଂ ବ୍ରାଜିଲରେ ପରେ ରହିଛି ଭାରତ ।

ଆଶ୍ୱସ୍ଥିକର ବିଷୟ ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଏବଂ ସକ୍ରିୟ ମାମଲା ହାର ମଧ୍ୟ ହ୍ରାସ ପାଉଛି । ମୃତ୍ୟୁ ହାର ୧.୫୪ପ୍ରତିଶତ କୁ ଖସି ଆସିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୧୨ ପ୍ରତିଶତକୁ ଖସିଛି । ଏହା ସହିତ ସୁସ୍ଥତା ହାର ହେଉଛି ୮୬ ପ୍ରତିଶତ । ଭାରତରେ ସୁସ୍ଥତାହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।