spot_img
Home Blog Page 659

ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଷ୍ଟେସନରେ କରିଛନ୍ତି ଲ୍ୟାଣ୍ଡିଂ। ଶୁଭାଂଶୁଙ୍କ ସହ ଆଇଏସଏସରେ ପହଞ୍ଚିଛନ୍ତି ଆଉ ୩ ମହାକାଶଚାରୀ। କେନେଡି ସ୍ପେସ ସେଣ୍ଟରରୁ ଉତକ୍ଷେପଣର ୨୮ ଘଣ୍ଟା ପରେ ଡ୍ରାଗନ କ୍ୟାପସୁଲ କରିଥିଲା ଡକିଂ। ଗତକାଲି କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହୋଇଥିଲା ଆକ୍ସିଅମ-୪ ମିଶନ। ୪୧ ବର୍ଷ ପରେ ରାକେଶ ଶର୍ମାଙ୍କ ପରେ ଆଇଏସଏସ ଯାଇଛନ୍ତି ଶୁଭାଂଶୁ। ଗ୍ରୁପ କ୍ୟାପଟେନ ଶୁଭାଂଶୁଙ୍କ ସହ ଯାଇଛନ୍ତି ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶ ଷ୍ଟେସନରେ ୪ ଆଷ୍ଟ୍ରୋନଟ ରହିବେ ୧୪ ଦିନ। ଆଜି ସକାଳେ ମହାକାଶରୁ ବାର୍ତ୍ତା ଦେବା ସହ ଭାରତବାସୀଙ୍କୁ ନମସ୍କାର କରିଥିଲେ ଶୁଭାଂଶୁ ଶୁକ୍ଳା ।

ବେଦାନ୍ତ ଆଲୁମିନିୟମ ରଥଯାତ୍ରା ୨୦୨୫ ପାଳନ କରିବା ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ସହଭାଗୀ ହୋଇଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଉପଲକ୍ଷେ ପୁରୀ ଅନ୍ତର୍ଜାତୀୟ ବେଳାଭୂମିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଭବ୍ୟ ବାଲୁକା ମୂର୍ତ୍ତି ଉନ୍ମୋଚନ କରିଛି । ଏହି ମହାନ କଳାକୃତିଟି  ପ୍ରସିଦ୍ଧ ବାଲୁକା ଶିଳ୍ପୀ ଶ୍ରୀ ମାନସ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହାଙ୍କର ଅନନ୍ୟ ସୃଷ୍ଟି ତାଙ୍କୁ ପୂର୍ବରୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି । ୧୫ ଫୁଟ ଲମ୍ବ ଏବଂ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିଟିକୁ ୧୦ ଟନ୍ ବାଲି ବ୍ୟବହାର କରି ତିଆରି କରାଯାଇଥିଲା। ଏହାକୁ ତିଆରି କରିବା ପାଇଁ ଦୁଇଦିନ ସମୟ ଲାଗିଥିଲା। ମୂର୍ତ୍ତିଟିକୁ ବିଭିନ୍ନ ପ୍ରକାରର ରଙ୍ଗ ଏବଂ ଫୁଲ ମାଳାରେ ସଜ୍ଜିତ କରାଯାଇଥିଲା। ଏହି ଆକର୍ଷଣୀୟ ମୂର୍ତ୍ତିଟି ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

କୋଣାର୍କର ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ଏବଂ ଐତିହ୍ୟ ସଂରକ୍ଷଣକାରୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଏହି କୃତିକୁ ପ୍ରଶଂସା କରିଥିଲେ, ଯାହା ଏହାର ସାଂସ୍କୃତିକ ଗୁରୁତ୍ୱକୁ ଆହୁରି ସୁଦୃଢ଼ ​​କରିଥିଲା।ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ; ଏହା ମହାପ୍ରଭୁ ଜଗନ୍ନାଥ ଏବଂ ଭକ୍ତଙ୍କ ମଧ୍ୟରେ ବିଶ୍ୱାସ, ସମ୍ପ୍ରଦାୟ ଏବଂ ଅନନ୍ତ ବନ୍ଧନର ଏକ ଉତ୍ସବ। ଆମେ ବାଲୁକା କଳା ମାଧ୍ୟମରେ ଏହି ପବିତ୍ର ପରମ୍ପରାକୁ ସମର୍ଥନ ଓ ପାଳନ କରି ଗର୍ବିତ, ଯାହାକି ଓଡ଼ିଶାର ସଂସ୍କୃତିରେ ଗଭୀର ଭାବରେ ରୂପାୟିତ।

ବେଦାନ୍ତ ଆଲୁମିନିୟମ ପ୍ରତିବର୍ଷ ରଥଯାତ୍ରା ପାଳନକୁ ଗର୍ବର ସହିତ ସମର୍ଥନ କରିବ ସହ ଓଡ଼ିଶାର ଆଧ୍ୟାତ୍ମିକ ଏବଂ କଳାତ୍ମକ ପରିଚୟକୁ ସଂରକ୍ଷଣ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରେ। ସବୁବର୍ଷ ଭଳି ଏବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ରଥଯାତ୍ରା ଏବଂ ବାହୁଡା ଯାତ୍ରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରିବ, ଯେଉଁଥିରେ ଅର୍ଣ୍ଣଛତ୍ର-ଭଣ୍ଡାର ମାଧ୍ୟମରେ ଖାଦ୍ୟ ବଣ୍ଟନ, ପାନୀୟ ଜଳ ଏବଂ ଭକ୍ତଙ୍କ ପାଇଁ ଜଳଖିଆର ବ୍ୟବସ୍ତା କରାଯିବା ସହିତ ଏକ ଶାନ୍ତିପୂର୍ଣ୍ଣ ଭଜନ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯିବ, ଯେଉଁଥିରେ ମହାପ୍ରସାଦ ଏବଂ ନିର୍ମାଲ୍ୟ ବଣ୍ଟନ କରାଯିବ। ସାଂସ୍କୃତିକ ଉତ୍ସବ ଠାରୁ ଉପରେ ରହି, ବେଦାନ୍ତ ଆଲୁମିନିୟମ ଉତ୍ତରଦାୟିତ୍ୱ ସହିତ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ବିକାଶ ଏବଂ ତୃଣମୂଳ ସ୍ତରରେ ଖେଳ-କୁଦ ଓ ସଂସ୍କୃତି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କୁ ସଶକ୍ତ କରିବା ପ୍ରତି ପ୍ରତିଶ୍ରୁତିବଦ୍ଧ।

ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର ସଂଚାଳନ କ୍ଷେତ୍ର ଭିତରେ ଓ ବାହାରେ ପରିବର୍ତ୍ତନ ଆଣିବା ଉଦ୍ୟମକୁ ଉଲ୍ଲେଖ କରେ, ଯାହା ଓଡିଶାର ସାମୁଦାୟିକ ବିକାଶ ଓ ସାମୂହିକ ଉନ୍ନତି ପାଇଁ ଏକ ଅନୁଭୂତି ତିଆରି କରେ। ସ୍ଥାନୀୟ ପ୍ରାଧିକାରୀ ଓ ସମୁଦାୟ ଅଧିକାରୀମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରି, କମ୍ପାନୀ ନିଶ୍ଚିତ କରୁଛି ଯେ ତାଙ୍କର ହସ୍ତକ୍ଷେପ ଦ୍ୱାରା ନିଜସ୍ୱ ଆର୍ଥିକ ସାମାଜିକ ଉନ୍ନତି ଲାଗି ଦୃଶ୍ୟମାନ ପରିଣାମ ଆସୁଛି। ଯତ୍ନ ଓ ଭାଗିଦାରୀର ମୂଲ୍ୟବୋଧରେ ଭିତ୍ତି କରି, ବେଦାନ୍ତର ସାମାଜିକ ପ୍ରଭାବ ଉଦ୍ୟମଗୁଡ଼ିକ କଳାହାଣ୍ଡି ଜିଲ୍ଲାର ୬୭ଟି ଗାଁରେ ୧.୫ ଲକ୍ଷ ଲୋକ ଓ ଓଡିଶାର ବିଭିନ୍ନ ଅଞ୍ଚଳରେ ୫ ଲକ୍ଷ ଲୋକଙ୍କ ଜୀବନରେ ସ୍ପର୍ଶ କରିଛି ।

କ୍ରିକେଟରେ ୮ଟି ବଡ଼ ନିୟମ ପରିବର୍ତ୍ତନ କଲା ICC: ତିନି ଫର୍ମାଟ ପାଇଁ ଲାଗୁ ହେଲା ନିୟମ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜୁଲାଇ ୨ରେ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । କ୍ରିକେଟରେ ୮ଟି ବଡ଼ ନିୟମ ପରିବର୍ତ୍ତନ କରିଛି ଆଇସିସି । କିଛି ନୂଆ ନିୟମ ଓ ଖେଳର ସର୍ତ୍ତରେ ପରିବର୍ତ୍ତନ ନେଇ ମଞ୍ଜୁରୀ ମିଳିଛି । ଦିନିକିଆରେ କେବଳ ୩୫ ଓଭର ଠାରୁ ଗୋଟିଏ ବଲ ବ୍ୟବହାର ନେଇ ନିୟମକୁ ସାମିଲ କରାଯାଇଛି । ଏହା ସହିତ ଆଇସିସି ଟେଷ୍ଟରେ ଷ୍ଟପ କ୍ଲକ ନିୟମ ଲାଗୁ କରିଛି । ଯଦି କୌଣସି କ୍ୟାଚ ସ୍ପଷ୍ଟ ନଥିବ ଓ ଖେଳାଳି ବ୍ୟାଟ୍ସମ୍ୟାନଙ୍କ ଆଉଟ ପାଇଁ ଦାବି କରିବେ, ତେବେ ତାହାକୁ ନୋ ବଲ ଦିଆଯିବ ।

(୧) ଜାଣିଶୁଣି ଶର୍ଟ ରନ ନେଲେ ପୂର୍ବରୁ ୫ ରନ ଜରିମାନା ଲାଗୁଥିଲା । ମାତ୍ର ନୂଆ ନିୟମ ଅନୁସାରେ କେଉଁ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ନେବାକୁ ଚାହିଁବେ ତାହା ଅମ୍ପାୟାର ପଚାରିବେ । ବ୍ୟାଟ୍ସମ୍ୟାନଙ୍କ ଉଦ୍ଦେଶ୍ୟ ସନ୍ଦେହଜନକ ରହିଥିଲେ, ଅମ୍ପାୟାର ଏହି ପଦକ୍ଷେପ ନେଇ ପାରିବେ ।

(୨) ଟି-୨୦ ଓ ଦିନିକିଆରେ ଷ୍ଟପ କ୍ଲକ ନିୟମ ଲାଗୁ କରିବା ପରେ ଏବେ ଟେଷ୍ଟରେ ମଧ୍ୟ ତାହାକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

(୩) କୌଣସି ବଲରେ ଛେପ ଲଗାଯିବା ଯଦି ଅମ୍ପାୟାର ପାଆନ୍ତି, ତେବେ ତାହାକୁ ପରିବର୍ତ୍ତନ କରାଯିବ ।

(୪) ଆଇସିସି ଡିଆରଏସ ପ୍ରୋଟୋକଲରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛି ।

(୫) ଆସିସି କ୍ୟାଚକୁ ନେଇ ମଧ୍ୟ ଏକ ବଡ଼ ନିୟମ ବଦଳାଇଛି ।

(୬) ଅମ୍ପାୟାର ଓ ଖେଳାଳିଙ୍କ ରିଭ୍ୟିର ପ୍ରକ୍ରିୟାରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି ।

(୭) ୩୫ ଓଭର ପରେ ଗୋଟିଏ ନୂଆ ବଲ ବ୍ୟବହାର ନେଇ ମଞ୍ଜୁରୀ ମିଳିଛି ।

(୮) ବାଉଣ୍ଡରୀରେ ହେଥିବା କ୍ୟାଚକୁ ନେଇ ମଧ୍ୟ ନିୟମ ବଦଳିଛି  ।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପ୍ରସଙ୍ଗ: ବ୍ଲାକବକ୍ସରୁ ଉଦ୍ଧାର ହେଲା ଦୁର୍ଘଟଣା ସଂକ୍ରାନ୍ତ ତଥ୍ୟ

ଅହମ୍ମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପ୍ରସଙ୍ଗ । ବ୍ଲାକବକ୍ସରୁ ଉଦ୍ଧାର ହେଲା ଦୁର୍ଘଟଣା ସଂକ୍ରାନ୍ତ ତଥ୍ୟ । କେଉଁ ପରିସ୍ଥିତିରେ ଘଟିଲା ଦୁର୍ଘଟଣା ହେବ ସ୍ପଷ୍ଟ । CVR ଓ FDR ଡାଟାର କରାଯାଉଛି ବିଶ୍ଳେଷଣ । ଅନୁଶୀଳନ ପରେ ଦୁର୍ଘଟଣା ସଂକ୍ରାନ୍ତ ସବିଶେଷ ସୂଚନା ମିଳିବ । ଅହମ୍ମଦାବାଦରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । AAIB ଓ NTSB ବ୍ଲାକବକ୍ସରୁ ତଥ୍ୟ ଉଦ୍ଧାର କରିଛନ୍ତି । ଜୁନ ୧୨ରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା ।

ରିଲ କରୁ କରୁ ଚାଲିଗଲା ଜୀବନ: ବହୁତଳ କୋଠାରୁ ଖସିପଡି ପ୍ରାଣ ହରାଇଲେ ୨୦ ବର୍ଷୀୟା ଯୁବତୀ

ବେଙ୍ଗାଲୁରୁ:  ରିଲ କରୁ କରୁ ଚାଲିଗଲା ଜୀବନ। ବେଙ୍ଗାଲୁରୁରେ ଘଟିଲା ଅଘଟଣ। ପାରାପ୍ପାନା ଅଗ୍ରାହାରାସ୍ଥିତ ଏକ ନିର୍ମାଣାଧୀନ ବହୁତଳ କୋଠାରୁ ଖସିପଡି ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷ ବୟସ୍କା ଯୁବତୀ। ସେ ୧୩ତମ ମହଲାରୁ ଖସିପଡ଼ି ହରାଇଛନ୍ତି ଜୀବନ। ପୋଲିସ ସୂତ୍ରରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଓ ଯୁବତୀ ୧୩ତମ ମହଲାକୁ ଯାଇଥିଲେ। ତେବେ ସେଠାରେ ରିଲେସନସିପ ପ୍ରସଙ୍ଗ ନେଇ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଜଣକ ଏକ ସ୍ୟାଡ ରିଲ ସୁଟିଂ କରୁଥିଲେ। ତେବେ ଲିଫ୍ଟ ଲାଗି ରହିଥିବା ଖୋଲାସ୍ଥାନରେ ସେ ତଳକୁ ଖସିପଡିଥିଲେ। ମୃତକଙ୍କ ଘରହେଉଛି ବିହାରେ। ସେ ବେଙ୍ଗାଲୁରୁର ଏକ ସପିଙ୍ଗ ମାର୍ଟରେ କାମ କରୁଥିଲେ। ଏହି ଘଟଣା ପରେ ସମସ୍ତେ ସେଠାରୁ ପଳାଇଯାଇଥିଲେ। ଡିସିପି ଫତିମା କହିଛନ୍ତି- ସେମାନେ କୋଠା ଉପରେ ପାର୍ଟି କରୁଥିଲେ। ପରେ ସେମାନେ ରିଲ୍ସ ସୁଟିଂ କରିବା ଲାଗି ଯୋଜନା କରିଥିଲେ। ସେଠାରେ ଯୁବତୀଙ୍କ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି।

ମିଲର ଦାମ୍ ୫ ହଜାର ଟଙ୍କା: ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ

ମୁମ୍ବାଇ: ମୁମ୍ବାଇରେ ଆୟୋଜିତ ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ । ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କ ଲାଗି ଲାଭିସ୍ ପାର୍ଟି ଆୟୋଜିତ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେପି, ଏନସିପି, ଶିବସେନା ମେଣ୍ଟ ସରକାର ଉପରେ କଂଗ୍ରେସ ଓ ସାମାଜିକ କର୍ମୀ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇର ବିଧାନ ଭବନ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ବୈଠକରେ ଯୋଗଦେଇଥିଲେ ୬୦୦ ଅତିଥି । ଏହାକୁ ଉଦଘାଟନ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିରଲା । ତେବେ ଅତିଥିମାନଙ୍କୁ ଯେଉଁ ମିଲ୍ ଦିଆଯାଇଥିଲା ତାହାର ଦାମ୍ ଥିଲା ୫ ହଜାର ଟଙ୍କା । ଏପରିକି ସିଲଭର ପ୍ଲେଟଗୁଡିକର ଭଡ଼ା ଗୋଟା ପିଛା ୫୫୦ ଟଙ୍କା ଥିଲା ବୋଲି ଅଭିଯୋଗ ହୋଇଛି । ମହାରାଷ୍ଟ୍ରରେ ଆର୍ଥିକ ସଙ୍କଟ ଜାରି ରହିଥିବାବେଳେ ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ବିଜୟ ଓ୍ବାଦେତିଓ୍ବାର । ଚାଷୀମାନଙ୍କୁ ଋଣ ଛାଡ଼ କରାଯାଉ ନଥିବାବେଳେ ଅତିଥିଙ୍କ ଲାଗି ଏତେ ବ୍ୟୟବହୁଳ ମିଲ୍ କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ହର୍ଷବର୍ଦ୍ଧନ ସପକାଲ ବି ସମାଲୋଚନା କରିଛନ୍ତି ।

ସେହିପରି ଏହି ବୈଠକରେ ୬୦୦ ଅତିଥିଙ୍କ ଲାଗି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ସାମାଜିକ କର୍ମୀ କୁମ୍ଭର । ୪୦ ଫୁଟର ବ୍ୟାନର ମରାଯିବା ସହ ଅତିଥିମାନେ ତାଜ ପ୍ୟାଲେସ ଓ ଟ୍ରାଇଡେଣ୍ଟର ରହିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି କୁହାଯାଇଛି ପ୍ଲେଟଗୁଡିକ ରୁପାର ଥାଳି ନଥିଲା ବରଂ ରୁପାର କୋଟିଂ କରାଯାଇଥିଲା । ମିଲ ପିଛା ଖର୍ଚ୍ଚ ହୋଇଥିଲା ୪ ହଜାର ଟଙ୍କା । ଏହି ବୈଠକରେ ସଂସଦର ପ୍ରତିନିଧି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲର ବିଧାୟକ ପ୍ରତିନିଧି ଯୋଗଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଓ୍ବତ । ବିଭିନ୍ନ ବିଭାଗ ଲାଗି ପ୍ରଦତ୍ତ ବଜେଟ ଓ ସେହି ପାଣ୍ଠିର ଖର୍ଚ୍ଚ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଗତ ମାସରେ ରାଜ୍ୟ ଏଷ୍ଟିମେଟ କମିଟି ସଦସ୍ୟମାନଙ୍କ ଗସ୍ତ ପୂର୍ବରୁ ଧୁଲେ ଜିଲ୍ଲାର ଏକ ସରକାରୀ ଗେଷ୍ଟ ହାଉସରୁ ବିପୁଳ ଅର୍ଥ ଜବତ ଘଟଣା ଚର୍ଚ୍ଚାର କାରଣ ପାଲଟିଥିଲା ।

ନବୀନଙ୍କୁ ଭେଟିଲେ ବିଜେଡି ନେତ୍ରୀ: ବିରୋଧୀ ଦଳ ନେତା ସୁସ୍ଥ ହୋଇ ଫେରିବା ନେଇ କଲେ କାମନା

ନବୀନଙ୍କୁ ଭେଟିଲେ ବିଜେଡି ନେତ୍ରୀ । ମୁମ୍ବାଇରେ ଚିକିତ୍ସାଧୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ସୁଲତା ଦେଓ, ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଏମସି ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଏଲିନା ଦାସ । ନବୀନ ଗତକାଲି ଆଇସିୟୁରୁ ରୁମକୁ ଆସିବା ପରେ ଆଜି ତାଙ୍କର ଫିଜିଓଥେରାପି ଚାଲିଛି । ସେ ସୁସ୍ଥ ଅଛନ୍ତି ଏବଂ ରୁମରେ ଚଲାବୁଲା କରୁଥିବା କହିଛନ୍ତି ବିଜେଡିର ନେତ୍ରୀ । ନବୀନ ମଧ୍ୟ ସେମାନଙ୍କୁ ଦେଖି ବହୁତ ଖୁସି ହେବା ସହ କଥା ହୋଇଛନ୍ତି । ଏହିସମୟରେ ନବୀନଙ୍କ ସହ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଓଡିଶାବାସୀ ତାଙ୍କୁ ଅପେକ୍ଷା କରିଛନ୍ତି । ନବୀନ ପଟ୍ଟନାୟକ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡିଶା ଫେରିବାକୁ କାମନା କରିଛନ୍ତି ଏହି ନେତ୍ରୀମାନେ ।

ଯାତ୍ରା ଦୁନିଆରେ ନୂଆ ଚର୍ଚ୍ଚା: ତମସା-ନାଣ୍ଡୁ-ପ୍ରମୋଦଙ୍କ ଅଡିଓ ଭାଇରାଲ

ତମସା-ନାଣ୍ଡୁ-ପ୍ରମୋଦଙ୍କ ଅଡିଓ ଭାଇରାଲ । ଯାତ୍ରା ଅଭିନେତ୍ରୀ ତମସା ମିଶ୍ର, ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଓ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ଅଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସିଂହବାହିନୀରେ କାମ କରିବାକୁ ଚୁକ୍ତିବଦ୍ଧ ତମସାଙ୍କୁ ତୁଳସୀ ମାଲିକ ଅନନ୍ତ ସିଂହବାହିନୀକୁ ନଯିବାକୁ କହୁଛନ୍ତି । ତାଙ୍କର ବାଟ ଓଗାଳୁଛନ୍ତି ଉଭୟ ଅନନ୍ତ ଓ ପ୍ରମୋଦ । ଯାହାର କଥପୋକଥନ ଏବେ ଯାତ୍ରା ଦୁନିଆରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଭାଇରାଲ ଅଡିଓରେ ଅନନ୍ତ ତମସାକୁ କହୁଛନ୍ତି, ବାଲିଆପାଳ ବହୁତ ବାଟ । ଏତେବାଟ କାହିଁକି ଯାଇ ନାଚ କରିବୁ ? ଘର ପାଖରେ ତୁଳସୀ ପାର୍ଟିରେ କାମ କରେ । ଯଦି ଏବେ ତୁ ନ ଆସିବୁ, ତେବେ ଜାନୁଆରୀ ୬ତାରିଖରେ ସିଂହବାହିନୀରୁ ବିଦା ହେବୁ । ଏହାର ଉତ୍ତରରେ ତମସା କହୁଛନ୍ତି, ମୋର ଛୋଟ ଛୁଆ । ମୋର କାମ ଦରକାର । ସିଂହବାହିନୀରୁ ପଇସା ଆଣିଛି । କାମ ନକଲେ ମାଲିକ ସଞ୍ଜୀବ ପାଢୀ ସଂଘରେ ଅଭିଯୋଗ କରି ହଇରାଣ କରିବେ । ଏହି ଅଡିଓ ଏବେ ଯାତ୍ରା ପାର୍ଟିର ଗୁମରକୁ ପଦାରେ ପକାଇଛି । କିପରି କଳାକାରଙ୍କୁ ମାଲିକମାନେ ହଇରାଣ ହରକତ କରୁଛନ୍ତି ତାର ବଡ଼ ପ୍ରମାଣ ହେଉଛି ଏହି ଅଡିଓ । ତମସା ମିଶ୍ର ହେଉଛନ୍ତି ସିରିଆଲ୍ ଓ ଯାତ୍ରା ଜଗତର ଜଣେ ପରିଚିତ ଅଭିନେତ୍ରୀ। ଗତ ବର୍ଷ ତୁଳସୀରେ କାମ କରୁଥିବା ତମସା ଚଳିତ ବର୍ଷ ସିଂହବାହିନୀରେ ଯୋଗ ଦେଇଛନ୍ତି ।

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କ ଆଜି ସରିଲା ରିମାଣ୍ଡ

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କ ଆଜି ସରିଲା ରିମାଣ୍ଡ। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥଲା। ରିମାଣ୍ଡ ସରିବା ପରେ ଅଦାଲତ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ଗତ ଶୁକ୍ରବାର ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପରେଡ। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ ପୀଡ଼ିତା ଓ ତାଙ୍କ ସାଙ୍ଗ। ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ। ତ୍ଵରିତ ଫଇସଲା ପାଇଁ ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ଗତ ରଜସଂକ୍ରାନ୍ତିରେ ଗୋପାଳପୁର ବିଚ୍ ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା।

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା, ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ: ଅବକାରୀ ମନ୍ତ୍ରୀ

ଭୁବନେଶ୍ବବର: ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା। ଗଞ୍ଜେଇ ଚାଷରୁ ଲୋକଙ୍କୁ ନିବୃତ୍ତ କରାଯିବ। ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରାଯାଉଛି। ଚଳିତବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଆଗାମୀ ଦିନ ଗୁଡିକରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରନ୍ତି ସରକାର ତାଙ୍କ ଉପରେ ନଜର ରଖିଛନ୍ତି। ଜନଜାତିଙ୍କୁ ଏହାର ବିକଳ୍ପ ଜୀବିକା କଣ ହୋଇ ପାରିବ ସେନେଇ ପୋଲିସ ବିଭାଗ ସହ ମିଶି ଆଲୋଚନା କରାଯାଉଛି।