spot_img
Home Blog Page 6590

ବିହାର ନିର୍ବାଚନରେ ବ୍ଲାକ ଡ୍ରେସ୍ ପିନ୍ଧୁଥିବା ଏହି ଯୁବତୀ କିଏ ? ବିଦେଶରୁ ପଢ଼ିବା ପରେ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ

ପାଟଣା: ସୋସିଆଲ୍ ମିଡିଆରେ ଛାଇ ଯାଇଥିବା କିଏ ଏହି ଯୁବତୀ । ଯିଏକି ବିହାରର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ସମ୍ବାଦପତ୍ରରେ ଏହି ଯୁବତୀଙ୍କ ବିଜ୍ଞାପନ ପ୍ରକାଶିତ ହେବା ପରେ ହେଡଲାଇନ୍ ପାଲଟିଥିବା ବିହାରର ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ ଏବେ ସୋସିଆଲ୍ ମିଡିଆରେ ସମସ୍ତେ ସର୍ଚ୍ଚ କରୁଛନ୍ତି । ସବୁବେଳେ ବ୍ଲାକ ଡ୍ରେସରେ ନଜର ଆସୁଥିବା ପୁଷ୍ପମ ପ୍ରିୟାଙ ଫଟୋ ଭାଇରାଲ୍ ହେଉଛି । ଆସନ୍ତୁ ଜାଣିବା କିଏ ଏହି ଯୁବତୀ ?…

Who Is Pushpam Priya Chowdhary Bihar Election Politics Eeducation Plurals Party

ପୁଷ୍ପମ ପ୍ରିୟା ଚୌଧୁରୀ ନିଜ ବିଷୟରେ ତାଙ୍କ ୱେବସାଇଟ୍ pluralsରେ ସୂଚନା ଦେଇଛନ୍ତି । କେମିତି ବିହାର ରାଜନୀତିକୁ ଆସି ସେ ରାଜ୍ୟକୁ ବିକଶିତ କରିବେ ସେ ବିଷୟରେ କହିଛନ୍ତି । ପୁଷ୍ପମ ବିହାର ଦରଭଙ୍ଗା ଜିଲ୍ଲାର । ତାଙ୍କର କହିବା କଥା ସେ- ପ୍ଲୁରଲ୍ସ ପାର୍ଟି ପ୍ରତିଷ୍ଠା କରି ତାରି ମାଧ୍ୟମରେ ୨୦୨୦ରେ ଏକ ରାଜନୈତିକ ଆନ୍ଦୋଳନ ‘ସବକା ଶାସନ’ ଆରମ୍ଭ କରିଛନ୍ତି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଦ୍ୱାଦଶ ପାଠ ପଢ଼ା ସାରି ପୁଷ୍ପମ ବିହାର ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସେ ୟୁନାଇଟେଡ୍ କିଙ୍ଗଡମ (UK) ପଳାଇଥିଲେ । ସେଠାରେ ୟୁନିଭରସିଟି ଅଫ୍ ସକସେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପାଠ୍ୟକ୍ରମରେ ଗଭର୍ଣ୍ଣାନ୍ସ, ଡେମୋକ୍ରାସି ଓ ଡେଭଲପମେଣ୍ଟ ଇକୋନମି ଆଦି ବିଷୟ ରହିଛି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଏହା ବ୍ୟତୀତ ସେ ୨୦୧୫ ବିଧାନସଭା ନିର୍ବାଚନର ପୃଷ୍ଠଭୂମି, ଭୋଟିଂ ପାର୍ଟନ ଓ ଭୋଟିଂ ବ୍ୟବହାର ଉପରେ ଏକ ଅଧ୍ୟୟନ କରିଥିଲେ । ଏହା ପରେ ପୁଷ୍ପମ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲ୍ଟିକାଲ ସାଇନ୍ସ ବିଷୟରେ ମାଷ୍ଟର ଅଫ୍ ପବ୍ଲିକ ଆଡମିନିଷ୍ଟ୍ରେସନରେ ଦ୍ୱିତୀୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

Who Is Pushpam Priya Chowdhary Bihar Election Politics Eeducation Plurals Party

ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ସେ ରାଜନୀତି ବଜ୍ଞାନ, ରାଜନୈତିକ ଦର୍ଶନ, ଲୋକ ପ୍ରଶାସନ, ଅର୍ଥଶାସ୍ତ୍ର, ପବ୍ଲିକ ପଲିସି ଦର୍ଶ, ସୋସିଆଲ୍ ପଲିସି, ଓ ପଲ୍ଟିକାଲ କମ୍ୟୁନିକେସନ ଆଦି ପଢ଼ିଛନ୍ତି । ଏହି ସମୟରେ ତାଙ୍କୁ ପ୍ୟାରିସର ପ୍ରତିଷ୍ଠିତ ସାଇନ୍ସ ପ୍ରୋରେ ମଧ୍ୟ ରାଜନୀତି ବିଜ୍ଞାନରେ ଆଉ ଏକ ଡିଗ୍ରୀ ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ରହିବାକୁ ପସନ୍ଦ କରିଥିଲେ ।

Who Is Pushpam Priya Chowdhary Bihar Election Politics Eeducation Plurals Party

୨୦୧୮ ଓ ୨୦୧୯ରେ ବିହାରରେ ବ୍ୟାପିଥିବା ଏନସେଫାଲାଇଟିସ୍ ଜରରେ ସଂଖ୍ୟାଧିକ ଛୁଆଙ୍କ ମୃତ୍ୟୁ ଖବର ତାଙ୍କୁ ବହୁତ ବ୍ୟଥିତ କରିଥିଲା । ସେବେଠାରୁ ସେ ବିକଶିତ ଗଣତନ୍ତ୍ର ପାଇଁ ୱେଷ୍ଟର୍ଣ୍ଣ କନ୍ସଟାଲ୍ନି ଗ୍ରୁପ୍ ଓ ଏଲଏସଇର ପବ୍ଲିକ ପଲିସିର ଏକ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ସେତେବେଳେ ସେ ଭାବିଥିଲେ ନିଜ ରାଜ୍ୟର ସମସ୍ୟା ବିଷୟରେ ଅବଗତ ଥାଇ ଅନ୍ୟ ବିକଶିତ ରାଜ୍ୟ ପାଇଁ ନୀତି ନିର୍ମାଣ କରିବା ନୈତିକ ଭାବେ ଠିକ୍ ନୁହେଁ । ଏହି ଭାବନାକୁ ନେଇ ସେ ବିହାର ରାଜନୀତିକୁ ଆସିଥିବା କହିଛନ୍ତି ।

Who Is Pushpam Priya Chowdhary Bihar Election Politics Eeducation Plurals Party

ବ୍ରିଟେନରୁ ଭାରତ ଫେରିବା ପରେ ସେ ପ୍ଲୁରଲ୍ସ ପାର୍ଟି ଗଠନ କରିଥିଲେ । ଯାହାର ଅଧ୍ୟକ୍ଷ ନିଜେ ପୁଷ୍ପମ ପ୍ରିୟା । ପୁଷ୍ପମଙ୍କ ବାପା ବିନୋଦ ଚୌଧୁରୀ ଜନତା ଦଳ (ୟୁନାଇଟେଡ୍)ର ନେତା ଓ ବିଧାନ ପରିଷଦର ସଭ୍ୟ ରହି ସାରିଛନ୍ତି । ପୁଷ୍ପମଙ୍କ ଦଳର ଚିହ୍ନ ହେଉଛି ଧଳା ରଙ୍ଗର ଘୋଡ଼ା । ଯାହା ଉପରେ ପର ଲାଗିଛି । ଯାହାକୁ ଶକ୍ତି ଓ ତୀବ୍ରତାର ପ୍ରତୀକ ବୋଲି ଧରାଯାଏ । ପୁଷ୍ପମଙ୍କ ଦଳର ନାରା ହେଉଛି- ଜନ ଗଣ ସମସ୍ତଙ୍କୁ ଶାସନ । ଏହି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ଖୋଦ୍ ପୁଷ୍ପମ ।

Who Is Pushpam Priya Chowdhary Bihar Election Politics Eeducation Plurals Party

ତାଙ୍କ କହିବା କଥା ରାଜନୀତିରେ ପରିବର୍ତ୍ତନ ପାଇଁ ସେ ଆସିଛନ୍ତି । ତାଙ୍କ ଦଳ ପ୍ରତି ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ତାଙ୍କ କହିବା କଥା ଦଳ, ଜାତି ଓ ଧର୍ମର ରାଜନୀତିକୁ ତ୍ୟାଗ କରି ସମସ୍ତଙ୍କ ବିକାଶ ପାଇଁ ସେ ଧ୍ୟାନ ଦେଇ ସମାଜର ନିମ୍ନସ୍ତରରେ ଥିବା ସମସ୍ତ ବଞ୍ଚିତଙ୍କୁ ମୁଖ୍ୟଧାରାକୁ ଆଣିବେ ।

ଧୋଇ ଯାଇଛି ସୁନାର ଫସଲ: କରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ

0

ମୟୂରଭଞ୍ଜ: ଲଘୁଚାପ ବର୍ଷା ଭାଙ୍ଗି ଦେଉଛି ଚାଷୀର ମେରୁଦଣ୍ଡ ହାଡ଼ । ଲଗାଣ ବର୍ଷା ଯୋଗୁଁ ଉଜୁଡିଛି ସୁନାର ଫସଲ । ଗତ କିଛିଦିନ ହେଲା ଲଗାଣ ବର୍ଷା ଯୋଗୁଁ ସୁନାର ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପୁଣି ଲଘୁଚାପ ବର୍ଷା ମୟୂରଭଞ୍ଜ ଜିଲ୍ଲା ଚାଷୀଙ୍କ ନିଦ ହଜାଇଦେଇଛି । ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଦେଖିବା ମୟୂରଭଞ୍ଜରୁ ଏହି ରିପୋର୍ଟ । ଦାଉ ସାଜୁଛି ଲଘୁଚାପ ବର୍ଷା । ଲଗାଣ ବର୍ଷାରେ ବେହାଲ ଚାଷୀକୂଳ ।

ଧୋଇ ଯାଇଛି ସୁନାର ଫସଲ । କରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ । ପ୍ରକୃତିର ପ୍ରକୋପ ମୟୁରଭଞ୍ଜ ଚାଷୀଙ୍କ ନିଦ ହଜାଇ ଦେଇଛି । ଧାନ ଅମଳ ସମୟରେ ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଧୋଇଯାଇଛି ସୁନାର ଫସଲ । ଆଉ ଏହି ବିପତ୍ତିରୁ ମୁକୁଳିଲା ବେଳକୁ ମୁଣ୍ଡ ଉପରେ ପୁଣି ଏକ ଲଘୁଚାପ ଚାଷୀର ଚିନ୍ତା ବଢାଇ ଦେଇଛି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛି ।

ଚାଷୀ ଠିକ୍ ସମୟରେ ଚାଷ କରିଥିଲେ ସୁଦ୍ଧା ସବୁକିଛି ଉଜାଡ଼ି ଦେଇଛି ଲଘୁଚାପ ବର୍ଷା । କ୍ଷୟକ୍ଷତି ଆକଳନ ହୋଥିଲେ ବି କ୍ଷତିପୂରଣ ଏଯାଏଁ ମିଳିନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅପରପକ୍ଷେ ଜିଲ୍ଲାର ୪ଟି ବ୍ଲକରୁ ୧୧୦୪ ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ତଙ୍କୁ ସଠିକ୍‌ ମୂଲ୍ୟ ଦିଆଯିବ ବୋଲି ଘୋଷଣା କରିଛି ଜିଲ୍ଲା କୃଷି ବିଭାଗ । ତେବେ ଲଘୁଚାପ ଜନିତ ବର୍ଷା ଚାଷୀର ଫସଲ ନଷ୍ଟ କରିଥିବା ବେଳେ, କେବେ ସରକାରଙ୍କ ତରଫରୁ ଚାଷୀଙ୍କୁ ସହାୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।

ଆଫ୍‌ଗାନ୍‌ କ୍ରିକେଟର ରସିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଆଉ ବିରାଟ୍‌ କୋହଲି.. ?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ପ୍ରେଗ୍‌ନେନ୍ସିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ସେତେବେଳେ ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଢ଼େର ଭାଇରାଲ ହୋଇଥିଲା । କିନ୍ତୁ ଏବେ ଅନୁଷ୍କା ଏକ ମଜାଦାର ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ କିଏ ବୋଲି ପଚାରିଲେ ଗୁଗୁଲ୍‌ କହୁଛି ଅନୁଷ୍କା ଶର୍ମା । ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଟ୍ରୋଲ କରାଯାଉଛି । ଖାଲି ସେତିକି ନୁହେଁ ଅନୁଷ୍କାଙ୍କ ବିବାହ ତାରିଖ ସହ ତାଙ୍କ ଫଟୋ ମଧ୍ୟ ଗୁଗୁଲରେ ସ୍ପଷ୍ଟ ଭାବେ ଦେଖାଯାଉଛି । ଆପଣ ଜଣ ଗୁଗୁଲ ସର୍ଚ୍ଚରେ Rashid Khan’s Wife ଲେଖି ସର୍ଚ୍ଚ କରିବେ ତେବେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ସହ ତାଙ୍କ ବିବହାର ତାରିଖ ମଧ୍ୟ ନଜର ଆସିବ । ତାର ଏକ ସ୍କ୍ରିନ୍‌ ସଟ୍‌ ଆମେ ସେୟାର କରିଛୁ ଆପଣ ଦେଖିପାରିବେ । ତେବେ ଗୁଗୁଲର କିଛି ଟେକ୍ନିକାଲ ସମସ୍ୟା ଥିବାରୁ ଏଭଳି ଭୁଲ୍‌ ତଥ୍ୟ ସାମ୍ନାକୁ ଆସିଛି ବୋଲି କୁହାଯାଇଛି ।

ତେବେ ଏହି ଚର୍ଚ୍ଚା ୨୦୧୮ରେ ଆରମ୍ଭ ହୋଇଥିଲା । ସେତେବେଳେ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ରସିଦ୍‌ ଖାନ୍‌କୁ ପଚରାଯାଇଥିଲା, ଆପଣଙ୍କ ଫେଭରେଟ୍‌ ବଲିଉଡ୍‌ ହିରୋଇନ୍‌ କିଏ ?  ତେବେ ଏହାର ଉତ୍ତରରେ ରସିଦ୍‌ ଖାନ୍‌, ପ୍ରୀତି ଜିଣ୍ଟା ଓ ଅନୁଷ୍କା ଶର୍ମାଙ୍କ ନାଁ ନେଇଥିଲେ । ଏହା ପରେ ରସିଦ୍‌ ଖାନ୍‌ଙ୍କ ଏହି ବୟାନ୍‌ ଉପରେ ଢ଼େର୍‌ ଚର୍ଚ୍ଚା ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଆଲୋଚନା ହୋଇଥିଲା । ତେବେ ଏହିସବୁ ଘଟଣା ପରେ ହିଁ ଗୁଗୁଲ୍‌, ରସିଦ୍‌ ଖାନ୍‌ଙ୍କ ପତ୍ନୀ ଅନୁଷ୍କା ଶର୍ମା ବୋଲି ଦେଖାଇଥିଲା ।

ରସିଦ ଖାନ କିଏ?

ରସିଦ୍‌ ଖାନ୍‌ ହେଉଛନ୍ତି ଆଫ୍‌ଗାନିସ୍ତାନର କ୍ରିକେଟର ଏବଂ ତାଙ୍କ ଟିମ୍‌ ଉପ ଅଧିନାୟକ । ୧୯୯୮ରେ ତାଙ୍କର ଜନ୍ମ । ସେ ସେହି ୧୧ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ୨୦୧୮ ଜୁନ୍ ୧୧ରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ବାଂଲାଦେଶ ବିରୋଧରେ ମଧ୍ୟ ଟେଷ୍ଟ ମ୍ୟାଚ୍‌ରେ ସାମିଲ ଥିଲେ । ରସିଦ୍‌ ଖାନ୍‌ ସବୁଠାରୁ କମ୍‌ (୨୦) ବୟସରେ କ୍ୟାପ୍‌ଟେନ୍‌ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ।

ଦଇବ ସାଜିଛି ଦାଉ: ଦିବ୍ୟାଙ୍ଗ ସନ୍ତାନଙ୍କ ସେବା କରି ନିଜେ ହୋଇଗଲେଣି ବେସାହାରା

0

ବ୍ରହ୍ମପୁର: ଗଞ୍ଜାମ ପାତ୍ରପୁର ବଡ଼ ବ୍ରାହ୍ମଣ ସାହିରେ ରୁହନ୍ତି ତୁଳସୀ ମହାନ୍ତି । ବୟସ ୬୫ ହେବ । ହେଲେ ଏହି ଅବସ୍ଥାରେ ପିଲାମାନେ ଯେଉଁଠି ମାଆର ସାହାରା ହେବା କଥା, ସେଠି ସମ୍ଭାଳୁଛନ୍ତି ୩ ପିଲାଙ୍କ ବୋଝ । ଘରର ଆର୍ଥିକ ଅବସ୍ଥା ବି ଭଲ ନାହିଁ । ଆରପାରିରେ ସ୍ୱାମୀ, ରୋଜଗାର ବି କିଛି ନାହିଁ । ଏପରି ଅବସ୍ଥାରେ ସରକାରୀ ସହାୟତାକୁ ଆକୁଳି ନିବେଦନ କରିଛନ୍ତି ସ୍ଥାନୀୟ ଲୋକ ।

ଦଇବ ସାଜିଛି ଦାଉ. ବୃଦ୍ଧାବସ୍ଥାରେ 3 ସନ୍ତାନଙ୍କ ଭରଣପୋଷଣର ବୋଝ । ଦିବ୍ୟାଙ୍ଗ ସନ୍ତାନଙ୍କ ସେବା କରି ନିଜେ ହୋଇଗଲେଣି ବେସାହାରା. ଗରିବୀ ତାଡ଼ନା ସାଙ୍ଗକୁ ପରିବାର ପ୍ରତିପୋଷଣ ତାଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ମନର ଦୁଃଖ ମନରେ ମାରି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କ ଭରସାରେ ଜୀବନ କାଟୁଛନ୍ତି । ପୂର୍ବରୁ ମାନସିକ ବିକାର ଗ୍ରସ୍ତ ବଡ଼ପୁଅ କେଉଁଆଡେ ଚାଲିଯାଇଛି । ଏବେ ପରିବାରରେ ମାଆ, ପୁଅ ଓ 2 ଝିଅ ଅଛନ୍ତି । ମାଆକୁ ଛାଡ଼ି ପରିବାରର ସମସ୍ତ ସଦସ୍ୟ ଦିବ୍ୟାଙ୍ଗ । ଯୌବନ ଅବସ୍ଥାରେ ପିଲାଙ୍କ ଏ ଅବସ୍ଥା ମାଆ ପାଇଁ ସମସ୍ୟା ବଢାଉଛି । ସରକାରଙ୍କ ଅର୍ନ୍ତୋଦୟ ଯୋଜନାରୁ ୩୫ କିଲୋ ଚାଉଳ ମିଳୁଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ । ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଓ ରୋଷେଇ ସାମଗ୍ରୀ ପାଇଁ ପାଖ ପଡ଼ୋଶୀ ସହଯୋଗ କରିଥାନ୍ତି । ହେଲେ ବି ପରିବାର ଚଳାଇବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ । ତୁଳସୀଙ୍କ ଏପରି ଦୟନୀୟ ପରିସ୍ଥିତିକୁ ନେଇ ସାରା ଗାଁ ଦୁଃଖ ପ୍ରକାଶ କରିଛି ।

କେଉଁ କ୍ରାଇମକୁ କେତେ ଟଙ୍କା ? ଭାଇରାଲ୍ ହେଉଛି ରେଟ୍ ଚାର୍ଟ…

ମୀରଟ: ସୋମବାର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ରେଟ୍ ଚାର୍ଟ । ଉତ୍ତରପ୍ରଦେଶ ମୀରଟ ଜିଲ୍ଲାରେ ଅପରାଧର ଦର ତାଲିକାର ଏକ ପୋଷ୍ଟର ଭାଇରାଲ୍ ହେବାରେ ଲାଗିଛି । ପୋଷ୍ଟରରେ ୫୫ ହଜାର ଟଙ୍କାରେ ହତ୍ୟା, ଧମକ ପାଇଁ ୧ ହଜାର ଟଙ୍କା, ମାଡ଼ ମାରିବା ପାଇଁ ୫ ହଜାର ଟଙ୍କା, ଆହତ କରିବା ପାଇଁ ୧୦ ହଜାର ଟଙ୍କା ଲେଖାଯାଇଥିବା ପୋଷ୍ଟର ଭାଇରାଲ୍ ହୋଇଛି । ଏହା ବାଦ୍ ଏହି ପୋଷ୍ଟରରେ ଏକ ମୋବାଇଲ ନମ୍ବର ଲେଖାଯାଇଛି । ଯେଉଁ ନମ୍ବରରେ କଲ୍ କରି କୌଣସି ଅପରାଧୀ ପାଇଁ ସୁପାରି ଦିଆଯାଇ ପାରିବ । ମୀରଟର ବ୍ୟବସାୟୀଙ୍କ ଗ୍ରୁପରେ ଭାଇରାଲ୍ ହୋଇଛି ଏହି ପୋଷ୍ଟର । ଯାହାକୁ ନେଇ ବ୍ୟବସାୟୀ ଚିନ୍ତାପ୍ରକଟ କରିଥିବା ବେଳେ ଅନଲାଇନରେ ଅପରାଧ କାରବାରକୁ ନେଇ ସମସ୍ତେ ଚକିତ ହୋଇ ପଡ଼ିଛନ୍ତି ।

Meerut Crime Rate Chart Poster Viral On Social Media Uttar Pradesh

ମୀରଟ ପୋଲିସ ପାଖରେ ଏହି ଖବର ପହଞ୍ଚିବା ପରେ ପୋଲିସ ବି ଅବାକ୍ ହୋଇଯାଇଥିଲା । ଏକ ହ୍ୱାଟ୍ସଅପ ଗ୍ରୁପରେ ଏହି ପୋଷ୍ଟର ପୋଷ୍ଟ ହୋଇଥିବା ବେଳେ ପୋଲିସ ଧରପଗଡ଼ ଆରମ୍ଭ କରିଛି । ମୀରଟ ଏସଏସପି ଅଜୟ ସାହାଣୀ କହିଛନ୍ତି- ପୋଷ୍ଟର ଭାଇରାଲ୍ ମାମଲାରେ ମୀରଟ ସିଟି ଏସପି ତଦନ୍ତ କରୁଛନ୍ତି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Crime Story

ଘଟଣାରେ ଏସଏସପି ଅଜୟ ସାହାଣୀ କହିଛନ୍ତି- ତଦନ୍ତରୁ ଜଣାପଡ଼ିଛି ଅପରାଧୀଙ୍କ ଯେଉଁ ନମ୍ବର ପୋଷ୍ଟରରେ ଦିଆଯାଇଛି । ତାର ସମ୍ପର୍କ ମୀରଟ କିମ୍ବା ଆଖପାଖ ଅଞ୍ଚଳ ସହିତ ନାହିଁ । ଯେଉଁ ଲୋକ ଏହି ପୋଷ୍ଟର ଭାଇରାଲ୍ କରିଛନ୍ତି ତାଙ୍କ ଉପରେ ମାମଲା କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ, ମୀରଟ ସହ ପୋଷ୍ଟରର କୌଣସି ଲିଙ୍କ ନଥିବା କହିଛି ପୋଲିସ୍ ।

ବ୍ୟାଟ୍ସମ୍ୟାନ ମନୋରଞ୍ଜନ କରନ୍ତି, ବୋଲର ମ୍ୟାଚରେ ନିର୍ଣ୍ଣାୟକ ଭୂମିକା ନିଅନ୍ତି : ମେହମୁଦ

ନୂଆଦିଲ୍ଲୀ:  କ୍ରିକେଟ ଖେଳ ପ୍ରସଙ୍ଗ ଉଠିଲେ , ଆଖି ଆଗକୁ ଚାଲି ଆସନ୍ତି ବିଧ୍ୱଂସୀ ବ୍ୟାଟ୍ସମ୍ୟାନ । ଚୌକା, ଛକାର ବର୍ଷା । ହେଲେ ଏହି କ୍ରିକେଟ ବ୍ୟାଟ୍ସମ୍ୟାନ ସର୍ବସ୍ୱ ଖେଳ ନୁହେଁ । ବୋଲରଙ୍କ ମଧ୍ୟ ସମାନ ପ୍ରାଧାନ୍ୟ ରହିଛି । ଟେଷ୍ଟ, ଦିନିକିଆ ଏବଂ ଟି-ଟ୍ୱେଣ୍ଟିଂରେ ସବୁଥିରେ ବୋଲରଙ୍କ କମାଲ ଦେଖିବାକୁ ମିଳିଥାଏ । ହେଲେ ଅଧିକାଂଶ ଚର୍ଚ୍ଚା କେବଳ ବ୍ୟାଟ୍ସମ୍ୟାନଙ୍କ ନାଁରେ ହୁଏ । ଏହି ପ୍ରସଙ୍ଗରେ ମତ ରଖିଛନ୍ତି  ପାକିସ୍ଥାନ କ୍ରିକେଟର ଆଜାର ମେହମୁଦ ।

IPL 2020 KL Rahul Mayank Agarwal Orange Cap Purple Cap

ଆଇପିଏଲ ଚାଲିଥିବା ସମୟରେ ଆର୍ନ୍ତଜାତୀୟ ଗଣମାଧ୍ୟମକୁ ଏକ ବିଶେଷ ସାକ୍ଷାତକାର ଦେଇ ମେହମୁଦ ଏହି କଥା କହିଛନ୍ତି । ଗତକାଲି ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ମୁମ୍ବାଇ ମଧ୍ୟମଧରଣର ଏକ ସମ୍ମାନଜନକ ସ୍କୋରକୁ ପିଛା କରିଥିଲା । ଏହା କେବଳ ସମ୍ଭବ ହୋଇଥିଲା ଇଣ୍ଡିଆନ୍ସଙ୍କ ପେସ୍ ଆକାଟ ପାଇଁ । ସବୁ ମ୍ୟାଚରେ ଲମ୍ବା ସ୍କୋର ବୋଲରଙ୍କ ଉପରେ ଚାପ କମ କରିଥାଏ । ଅପରପକ୍ଷରେ କମ ରନ ସଂଗ୍ରହ ହୋଇଥିଲେ ବୋଲରଙ୍କ ଦାୟିତ୍ୱ ବଢିଯାଇଥାଏ । ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦର ଉଦାହରଣ ଦେଇ ଆଜାର ଏହି କଥା କହିଥିଲେ ।

୨୦୧୬ରେ ହାଇଦ୍ରାବାଦ ଚମ୍ପିୟାନ ହେବାର ମୂଳ କାରଣ ଥିଲା ଭୁବନେଶ୍ୱର କୁମାର ଏବଂ ମୁସ୍ତାଫିକର ରେହମାନଙ୍କ ବୋଲିଂ । ଚଳିତ ଥର କେବଳ ମୁମ୍ବାଇ ନୁହେଁ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଅନେକାଂଶରେ ବୋଲଙ୍କ ଉପରେ ନିର୍ଭରଶୀଳ । ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, କ୍ରିସ ମୋରିସ ଏବଂ ନବଦୀପ ସେନୀ ହିଁ ଦଳକୁ ବର୍ତ୍ତମାନ ଏକ ସମ୍ମାନ ଜନକ ପରିସ୍ଥିତିରେ ରଖିଛନ୍ତି । ୨୦୧୭ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ, ପ୍ରାୟ ୫୪ ପ୍ରତିଶତ ଭଲ ବୋଲିଂ କରିଥିବା ଦଳ ହିଁ ମ୍ୟାଚ ଜିତିବାରେ ସହାୟକ ହୋଇ ଥାଆନ୍ତି । ୨୧ ପ୍ରତିଶତ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଥାଏ ।

୧୯୮୩ ବିଶ୍ୱକପ ଭାରତ ବୋଲରଙ୍କ ଯୋଗୁ ହିଁ ବିଜୟୀ ହୋଇଥିଲା । ୨୦୧୧ରେ ବୋଲର ହିଁ ପ୍ରତିପକ୍ଷକୁ କମ୍ ରନରେ ରଖିପାରୁଥିଲେ । ୨୦୦୭ ଟି-୨୦ ବିଶ୍ୱପକପରେ ଶ୍ରୀସନ୍ଥ, ଆରପି ସିଂ, ହରଭଜନ ସିଂ, ଯୋଗିନ୍ଦର ଶର୍ମା ଏବଂ କେତେକାଂଶରେ ରବୀନ ଉଥାପ୍ପା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ ଯଶପ୍ରୀତ ବୁମରା, ଟ୍ରେଣ୍ଡ ବୋଲ୍ଟ, ପାଟିନସନ ଭଳି ପ୍ରଭାବଶାଳୀ ବୋଲର ରହିଛନ୍ତି । ଯାହା ମୁମ୍ବାଇକୁ ଅଧିକ ସନ୍ତୁଳିତ କରୁଛି ।

ତେଣୁ ମୋଟାମୋଟି ମାନେ ବ୍ୟାଟ୍ସମ୍ୟାନମାନେ ମନୋରଞ୍ଜନ କରିଥାନ୍ତି, ହେଲେ ବୋଲର ମ୍ୟାଚ ଜିତାଇଥାଆନ୍ତି ବୋଲି ଆଜାର କହିଛନ୍ତି । କୌଣସି ଟେଷ୍ଟରେ ବ୍ୟାଟିଂ କରିଚାଲିଲେ ବିଶାଳ ସ୍କୋର ହେବା ସହ ମ୍ୟାତ ଡ୍ର ଆଡକୁ ଯିବ । ହେଲେ ବୋଲର ଯଦି ଉଇକେଟ ନେବା ଆରମ୍ଭ କରିନେବ, ତେବେ ତାହା ଫଳାଫଳ ବାହାର କରିବାରେ ସହାୟକ ହେବ ।

 

ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ

ଭୁବନେଶ୍ୱର: ରାଜଧାନୀର ସାମନ୍ତରାୟପୁରରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାର ପର୍ଦ୍ଦଫାସ କରିଛି କମିଶନରେଟ୍ ପୋଲିସ । ବ୍ୟବସାୟିକ ଶତ୍ରୁତା ପାଇଁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ବ୍ୟବସାୟିକ ଶତ୍ରୁତା ପାଇଁ ରାଜା ବେହେରା ସୁପାରୀ ଦେଇଥିଲେ । ଏହି ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇସାରିଥିବା ବେଳେ ସୋମବାର ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ହେଉଛି ଶ୍ରୀତିକ ବିଶ୍ୱାଳ । ଡିଲ୍ ଅନୁଯାୟୀ ଏହି ସୁପାରୀ ପାଇଁ ଶ୍ରୀତକକୁ ମିଳିଥାନ୍ତା ୫୦ ହଜାର ଟଙ୍କା । ଆଗୁଆ ୧୦ ହଜାର ଟଙ୍କା ଶ୍ରୀତିକ ବିଶ୍ୱାଳ ନେଇସାରିଥିବା ବେଳେ ବାକି ୪୦ ହଜାର ଟଙ୍କା ଓ ଓକିଲ ଖର୍ଚ୍ଚ ବହନ କରିବାକୁ  ପ୍ରତିଶ୍ରୁତି  ଦିଆଯାଇଥିଲା ।

ତେବେ ରାଜଧାନୀର ରାଜରାସ୍ତାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅଭିଯୁକ୍ତ ଶ୍ରୀତିକଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଫେସବୁକରେ କରିଥିବା କିଛି ପୋଷ୍ଟକୁ ନେଇ ଖୁବ୍ ଚର୍ଚ୍ଚା । ଯେଉଁଥିରେ ସେ ଅନ୍ୟମାନଙ୍କ ଭଳି  ନିଜ ବ୍ୟକ୍ତିଗତ ଜୀବନର କିଛି ଫଟୋ ପୋଷ୍ଟ କରିବା ସହିତ ପ୍ରତି ଫଟୋରେ ଗୋଟିଏ ଲେଖାଏଁ କ୍ୟାପସନ୍ ଲେଖିଛନ୍ତି ।  ଯେଉଁଥିରୁ ଶ୍ରୀତିକର ମୁଣ୍ଡରେ କେମିତି ଅପରାଧ ବସା ବାନ୍ଧିତାଲ ତାକୁ ବୁଝିହେଉଛି । ଗୋଟିଏ ଫଟୋରେ ସେ ବୁଲେଟକୁ ଲାଗି ଛିଡ଼ା ହେବା ସହ ମଡେଲଙ୍କ ଭଳି ପୋଜ୍ ଦେଇଛି । ଆଉ କ୍ୟାପସନ୍ ଲେଖିଛି, ହିରୋ ବାଲି ଷ୍ଟାଇଲ୍ ଔର ଗୁଣ୍ଡୋ ବାଲି ହରକତ୍, ଅକ୍ସସର ହମ୍ ବକ୍ତ ଆନେ ପର୍ ଦିଖାତେ ହେଁ (ହିରୋଙ୍କ ଭଳି ଷ୍ଟାଇଲ୍ ଓ ଗୁଣ୍ଡାଙ୍କ ଭଳି ବ୍ୟବହାର  ସମୟ ଆସିଲେ ଦେଖାଇଥାଉ) ।

ସେହିଭଳି ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି ତା’ର ବେପରୁଆ ହସ । ଆଉ ସେହି ଫଟୋର କ୍ୟାପସନରୁ ଜଣା ପଡୁଛି ଅପରାଧିକ ମାନସିକତା ।  ‘ଭାଇ ବୋଲନେ କା ହକ୍ ମୈନେ ସିର୍ଫ ଦୋସ୍ତୋ କୋ ଦିଆ ହେ, ବରନା ଦୁଶମନ୍ ତୋ ଆଜି ଭି ହମେ ବାପ କେ ନାମ ସେ ପହଞ୍ଚାନ୍ ତେ ହେଁ’(ଭାଇ ଡାକିବାର ଅଧିକାର ମୁଁ କେବଳ ସାଙ୍ଗମାନଙ୍କୁ ଦେଇଛି, ନ ହେଲେ ଶତ୍ରୁ ଆଜି ବି ବାପା ନାଁରେ ଜାଣନ୍ତି) । ସେହିଭଳି ଆଉ ଏକ ଫଟୋ ମଧ୍ୟ ରହିଛି ।

ଯେଉଁଥିରେ ସେ ବୁଲେଟ୍ ଉପରେ ବସିଛନ୍ତି ଗୋଟିଏ ହାତରେ ସିଗାରେଟ୍ ଧରିବା ସହ ପାଟିରୁ ଧୂଆଁ  ବାହାର କରୁଥିବା ଦେଖିବାକୁ ମିଳିଛି । ଆଉ କ୍ୟାପସନ୍ ଲେଖାଯାଇଛି, ‘ବାକି ଲଡକୋ କେ ନାମ୍ ଲଭ୍ ଲେଟର ଲିଖା ଯାତା ହେ, ହାମାରେ ନାମ୍ ତୋ ଏଫ୍‌ଆଇଆର ଲିଖା ଜାତା ହେଁ’ । ପୂର୍ବ ପୋଷ୍ଟ ଗୁଡିକ ଯଦି ଶ୍ରୀତିକର ଚରିତ୍ର ଓ ଅପରାଧିକ ମାନସିକତାକୁ ନେଇ ଅଳ୍ପ କିଛି ସୂଚନା ଦେଉଥିଲା ତେବେ ତୃତୀୟ ପୋଷ୍ଟରୁ ଜଣା ପଡୁଛି ଅପରାଧର ଦୁନିଆରେ ନାଁ କମେଇବା ପାଇଁ ତା’ର ଇଛା କେତେ ଥିଲା । ଯେଉଁଥିରେ ସେ କହୁଛି ଆମ ନାଁରେ ଏଫଆଇଆର ରୁଜ ହୁଏ । ଏଫଆଇଆର ଦାଏର ହେବାକୁ ସାମାନ୍ୟ ବା କୁଲ୍ ଭାବେ ନେଉଥିବା ଏହି ଅପରାଧୀ କେତେ ଭୟଙ୍କର କେବଳ ଏଇଥିରୁ ଜଣା ପଡୁଛି ।  ଚତୁର୍ଥ ପୋଷ୍ଟରେ ଏହି ଅପରାଧୀ ନିଜ ରବିନହୁଡ୍ ଇମେଜ୍ ଦେଖାଇବାକୁ ଚେଷ୍ଟା କରିଛି । ସେଥିରେ କୌଣସି ନର୍ମାଣ କାମ ପାଇଁ ବ୍ୟବହାର କରାଯାଉଥିବା ଲୁହା ଉପରେ ବସିଛି । ଫଟୋଟିକୁ ମଧ୍ୟ ଏଡିଟ୍ କରାଯାଇଛି  ଆଉ ଫଟୋ ପଛରେ ଲେଖାଯାଇଛି ବାଦଶାହା । ଆଉ ଅନ୍ୟ ଫଟୋ ଭଳି ଏହାର କ୍ୟାପସନ ରହିଛି ‘ହମ୍ ଖରାବ୍ ଲୋକକି ଏକ ଖାସିୟତ୍ ହେ, ହମ୍ ମୁସିବତ୍ ମେଁ କାମ୍ ଆତେ ହେଁ’ (ଆମ ଭଳି ଅସାମାଜିକ ଲୋକଙ୍କ ଗୋଟିଏ ବିଶେଷତ୍ୱ ରହିଛି, ଅସୁବିଧା ବେଳେ ଆମେ କାମରେ ଆସିଥାଉ) । ନିଜକୁ ସାହୀଯ୍ୟକାରୀ ଦେଖାଇ ହେବାର ଏହା କେବଳ ଜଣେ ଅପରାଧୀର ଚେଷ୍ଟାରୁ ଅଧିକ କିଛି ଲାଗୁନି ।

ଏହି ପୋଷ୍ଟ ଗୁଡ଼ିକୁ ଦେଖିଲେ ତାଙ୍କ ଚିନ୍ତାଧାରା ସ୍ପଷ୍ଟ ଅନୁମେୟ । ପୋଷ୍ଟ ଏବଂ ତା’ର କ୍ୟାପସେନକୁ ଅନୁଧ୍ୟାନ କରାଯାଏଁ, ତାହେଲେ ଜଣାପଡ଼ୁଛି ଯେ, ସେ କୌଣସି ଫିଲ୍ମର ଆଣ୍ଟି ହିରୋ ଭଳି ନିଜକୁ ମନେ କରୁଛି ।  ଶ୍ରୀତିକର ସମସ୍ତ ପୋଷ୍ଟରୁ ଗୋଟିଏ କଥା ସ୍ପଷ୍ଟ ଜଣା ପଡୁଛି । ଅପରାଧ ସେମାନଙ୍କ ପାଇଁ ସାମାନ୍ୟ ଘଟଣା । ଏହା ପ୍ରଫେସନ୍ । ଗନ୍ଦା ହୈ ପର ଧନ୍ଦା ହୈ । ନିଜ କାମକୁ ନେଇ ନା ଅଛି ଅନୁତାପ ନ ପଶ୍ଚତାପ ।

କେବଳ ଗୋଟିଏ ଲକ୍ଷଣ ବତାଇପାରେ କରୋନା ଓ ଥଣ୍ଡା-ଜର ଭିତରେ ପାର୍ଥକ୍ୟ

ନୂଆଦିଲ୍ଲୀ: ଥଣ୍ଡା, ଜର ଓ କରୋନା । ଏହି ୩ଟି ରୋଗ ୩ ପ୍ରକାର ଅଲଗା ଅଲଗ ଭାଇରସ୍ ଦ୍ୱାରା ହୋଇଥାଏ । କିନ୍ତୁ ସମସ୍ତଙ୍କ ଲକ୍ଷଣ ପ୍ରାୟ ଏକପ୍ରକାରର । ଏମିତିରେ ଜାଣିବା ମୁସ୍କିଲ୍ କାହାକୁ କେଉଁ ରୋଗ ହୋଇଛି । କରୋନା ଭାଇରସ୍ ସଂକ୍ରମିତ ଅଧିକାଂଶ ଲୋକଙ୍କୁ ଜୋରରେ ଜର ଆସିବା ସହ ଲଗାତାର କାଶ ହୋଇଥାଏ । ଏପରିକି ଖାଦ୍ୟର ସ୍ୱାଦ ବାରିପାରନ୍ତି ନାହିଁ ଯାହାକି କରୋନାର ବଡ଼ ଲକ୍ଷଣ ଅଟେ ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

୩୭.୮ ଡିଗ୍ରୀ ସେଲସିୟସ ଅଥବା ଏହା ଠାରୁ ଅଧିକ ତାପମାତ୍ରା ଶରୀର ପାଇଁ ଅତ୍ୟଧିକ ତାପମାତ୍ରା । ଶରୀର କୌଣସି ସଂକ୍ରମଣ ସହ ଲଢ଼ୁଥିବା ବେଳେ ଏମିତି ଜୋରରେ ଜର ଆସେ । କେବଳ କରୋନା ଭାଇରସରେ ଏମିତି ହୁଏ ନାହିଁ । ତେବେ, ଜର ଆସିବା ହେଉଛି କରୋନା ଭାଇରସର ପ୍ରମୁଖ ଲକ୍ଷଣ । ତେବେ, ଏହି ଜର ସାଧାରଣ ଜର କିମ୍ବା ଇନଫେକ୍ସନ ବି ହୋଇ ଥାଇପାରେ । ଯେତେବେଳେ କି ଥଣ୍ଡା ହୋଇଥିବାବେଳେ ଶରୀରର ତାପମାତ୍ରା ଅଧିକା ରହିବା ଅସମ୍ଭବ ଅଟେ ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

୩୭.୮ ଡିଗ୍ରୀ ସେଲସିୟସ୍ ଅଥବା ଏହାଠାରୁ ଅଧିକ ତାପମାତ୍ରା ଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି । ଜାତୀୟ ସ୍ୱାସ୍ଥ୍ୟ ସେବା ମୁତାବକ, ଶରୀରର ତାପମାତ୍ରା ଯାଞ୍ଚ ତିନି ପ୍ରକାରରେ କରାଯାଏ । ଥର୍ମୋମିଟରକୁ ଜିଭ ତଳେ, ହାତ କାଖ ତଳେ ରଖି ଶରୀରର ତାପମାତ୍ରା ଜାଣିହୁଏ । ଏହା ବ୍ୟତୀତ ଡିଜିଟାଲ ଥର୍ମୋମିଟରକୁ ମୁହଁ ଆଗରେ ରଖି ବଟନ ଦବାଇଲେ ଶରୀରର ତାପମାତ୍ର ଜାଣି ହୋଇଥାଏ ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

ଯଦି ଆପଣ ଥଣ୍ଡା ଅଥବା ଜରରେ ପୀଡ଼ିତ ତେବେ ଆପଣଙ୍କଠାରେ କାଶ ସହିତ ଆଉ କେତେକ ଲକ୍ଷଣ ଥାଇପାରେ । ଜର ଅଚାନକ ଆସେ । ଏହାଦ୍ୱାରା ଶରୀରର ମାଂସପେଶୀରେ ଦରଜ, ଥଣ୍ଡା ଲାଗିବା, ଗୋଡ଼ହାତ ଛେଚି ହେବା ଭଳି ଲାଗିବା, କ୍ଲାନ୍ତ ଲାଗିବା, ତଣ୍ଟି କାଟିବା, ନାକରୁ ପାଣି ବାହାରିବା ଓ କାଶ ହୁଏ । ଥଣ୍ଡା ହେଲେ ବି ଏହିଭଳି ଲକ୍ଷଣ ଦେଖାଯାଏ । ତେବେ, ଜର ଠାରୁ ଥଣ୍ଡା ବେଶୀ ବିପଜ୍ଜନକ ନୁହେଁ ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

ଥଣ୍ଡା, ଜର ଓ କରୋନା ସଂକ୍ରମିତଙ୍କ ଠାରେ କାଶ ଦେଖାଦିଏ । କିନ୍ତୁ, କରୋନା ଭାଇରସ୍ ସଂକ୍ରମିତଙ୍କ କାଶ ଭିନ୍ନ ପ୍ରକାରର । କୋଭିଡ୍ ସଂକ୍ରମିତ ଏକ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର କାଶି ଥାଆନ୍ତି । ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ସଂକ୍ରମିତ ୩ରୁ ଅଧିକର ଥର ଏଭଳି ଘଣ୍ଟାଏରୁ ଅଧିକ ସମୟ କାଶନ୍ତି । ଯଦି ଆପଣଙ୍କୁ ଲମ୍ବା ସମୟ ଧରି କ୍ରୋନିକ ଅବଷ୍ଟ୍ରୁକ୍ଟିଭି ପୁଲମୋନାରୀ ଡିଜିଜ୍ (COPD) କାରଣରୁ କାଶ୍ ହେଉଛି ତ ଏହା ବିପଜ୍ଜନକ ହୋଇପାରେ । କାଶ୍ ବନ୍ଦ ହେଉନଥିଲେ ଆପଣଙ୍କୁ କରୋନା ଟେଷ୍ଟ କରିନେବା ଉଚିତ୍ ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

ସ୍ୱାଦ ଓ ଗନ୍ଧ ବାରିବା ଶକ୍ତି ହରାଇବା ମଧ୍ୟ କରୋନା ଭାଇରସର ଅନ୍ୟ ଏକ ପ୍ରମୁଖ ଲକ୍ଷଣ ଅଟେ । ତେବେ, ସାମାନ୍ୟ ଥଣ୍ଡାରେ ବି ଏମିତି ହୋଇଥାଏ । ଯଦି, ଆପଣଙ୍କୁ ଠିକ୍ ଲାଗୁନାହିଁ ତ କରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଶ୍ଚିତ ଭାବେ ଟେଷ୍ଟ କରାଇ ନିଅନ୍ତୁ ନାହିଁ ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

ସ୍ୱାସ୍ଥ୍ୟ ବିଶେଷଜ୍ଞ ଛିଙ୍କ ଆସିବାକୁ କରୋନା ଭାଇରସର ଲକ୍ଷଣ ମାନନ୍ତି ନାହିଁ । ଏହି ଲକ୍ଷଣ କେବଳ ଥଣ୍ଡା ହେଲେ ଦେଖାଯାଏ । ଯେତେବେଳ ଯାଏଁ ଆପଣଙ୍କୁ ଜର, କାଶ, ସ୍ୱାଦ ଓ ଗନ୍ଧ ଲକ୍ଷଣ ନାହିଁ ତ କରୋନା ଟେଷ୍ଟ କରାଇବା ଦରକାର ନାହିଁ । ତେବେ, ଛିଙ୍କିବା ଦ୍ୱାରା ଶରୀର ବାହାରକୁ ଆସୁଥିବା କଣିକା ଦ୍ୱାରା କରୋନା ବ୍ୟାପିପାରେ । ଏଥିପାଇଁ ଛିଙ୍କିଲା ବେଳେ ନାକ ଓ ମୁହଁରେ ଟିସ୍ୟୁ, ରୁମାଲ ହାତର କହୁଣୀକୁ ରଖନ୍ତୁ । ଏବଂ ଛିଙ୍କି ସାରିବା ପରେ ଭଲକରି ଧୋଇ ଦିଅନ୍ତୁ । କରୋନା ହେଲେ ନାକରୁ ବାରମ୍ବାର ପାଣି ବାହାରୁଥିବା ବେଳେ ଥଣ୍ଡା ହେଲେ ଏହା ସାମାନ୍ୟ କଥା ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

କରୋନା ସଂକ୍ରମିତ ହେଲେ ସାମାନ୍ୟ ଓ ଗମ୍ଭୀର ଲକ୍ଷଣ ଦେଖାଦେଇପାରେ । ଅନେକ ସମୟରେ ଲୋକଙ୍କ ଠାରେ କୌଣସି ଲକ୍ଷଣ ହିଁ ନଥାଏ । ଏହା ପରେ ବି ସେ ସଂକ୍ରମିତ ଚିହ୍ନଟ ହୁଅନ୍ତି । ସାଧାରଣତଃ ସଂକ୍ରମିତ ହେବାର ୫ ଦିନ ମଧ୍ୟରେ ଲକ୍ଷଣ ଦେଖାଦିଏ । ବେଳେବେଳେ ଲକ୍ଷଣ ପ୍ରକାଶ ପାଇବା ପାଇଁ ୧୪ ଦିନ ଲାଗି ଯାଇଥାଏ । ନିଶ୍ୱାସ ନେବାରେ ଅସୁବିଧା ହେବାର କରୋନାର ସବୁଠୁ ବଡ଼ ଲକ୍ଷଣ । ଯଦି, ଆପଣ ନିଶ୍ୱାସ ନେବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଧ୍ୟାନ ଦିଅନ୍ତୁ ଥଣ୍ଡା କିମ୍ବା ଜର ରୋଗୀଙ୍କ ଠାରେ ଏମିତି ଲକ୍ଷଣ ଦେଖାଯାଏ ନାହିଁ ।

ଦେଶର କେଉଁ ୮ଟି ବିଚ୍‌କୁ ମିଳିଲା ବ୍ଲୁ-ଫ୍ଲାଗ୍‌, କ’ଣ ରହିଛି ଏହାର ମାନଦଣ୍ଡ…

ନୂଆଦିଲ୍ଲୀ: ନିକଟରେ ଭାରତର ୮ଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ଦିଆଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଦେଶର ବେଳାଭୂମି ପ୍ରଥମ ଥର ପାଇଁ ଏହି ମାନ୍ୟତା ପାଇଛି । ଆମ ଦେଶ ମଧ୍ୟ ଏବେ ବ୍ଲୁ-ଫ୍ଲାଗ୍‌ ପାଇଥିବା ୫୦ଟି ଦେଶ ତାଲିକାରେ ସ୍ଥାନ ପାଇଛି । ଏହି ମାନ୍ୟତା ସବୁଠାରୁ ପରିଷ୍କାର ଓ ସ୍ୱଚ୍ଛ ରହୁଥିବା ବନ୍ଦରଗୁଡ଼ିକୁ ଦିଆଯାଏ । ତେବେ ଜାଣନ୍ତୁ କ’ଣ ଏହି ବ୍ଲୁ-ଫ୍ଲାଗ୍‌ ? କେଉଁ ବେଳାଭୂମିଗୁଡ଼ିକୁ ଦିଆଯାଇଛି ଏହି ମାନ୍ୟତା ?

Beach

ନୀଳ ପତାକା ପ୍ରମାଣପତ୍ର ପାଇଛି

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରବିବାର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୮ଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ମିଳିଥିବା ଘୋଷଣା କରିଛି । ସ୍ୱଚ୍ଛ ବେଳାଭୂମି ପାଇଁ ଦିଆଯାଉଥିବା ଏହି ପୁରସ୍କାର ଡେନମାର୍କର ଫାଉଣ୍ଡେସନ ଫର ପରିବେଶ ଶିକ୍ଷା (FEE) ଦ୍ୱାରା ପ୍ରଦାନ କରାଯାଇଥାଏ । ଏହି ସଂସ୍ଥା ବିଶ୍ୱସ୍ତରରେ ନିଜର ପାରଦର୍ଶିତା ଓ କଠୋର ମାନଦଣ୍ଡ ପାଇଁ ବେଶ୍‌ ଜଣାଶୁଣା । ଯାହା ସମୁଦ୍ର କୂଳକୁ ଅତି ନିକଟରୁ ଯାଞ୍ଚ କରେ ଏବଂ ଫ୍ଲାଗ୍ ମାନ୍ୟତା ଦେଇଥାଏ । ସମୁଦାୟ ୩୩ଟି ବିଭିନ୍ନ ପାରାମିଟର ଉପରେ ଅନୁସନ୍ଧାନ ବେଳାଭୂମିର ଯାଞ୍ଚ କରେ ହି ସଂସ୍ଥା ।

Beach

କେଉଁ ବେଳାଭୂମି ମାନ୍ୟତା ପାଇଲା

ଅଦ୍ୟାବଧି ଦେଶର କୌଣସି ବେଳାଭୂମିକୁ ଏତେ ପରିଷ୍କାର ବିବେଚନା କରାଯାଇନଥିଲା ଯେ, ତାକୁ ବ୍ଲୁ-ମାନ୍ୟତା ଦିଆଯାଇପାରିବ । ୨୦୧୮ରେ ଦେଶର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୧୩ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପାଇଁ ନୋମିନେଟ୍‌ କରାଗଲା । ସେଥିମଧ୍ୟରୁ ୮ଟି ବେଳାଭୂମିକୁ ଡେନମାର୍କକୁ ପଠାଯାଇଥିଲା । ଏହି ୮ଟି ବେଳାଭୂମିର ଯାଞ୍ଚ କରିବା ପରେ ଡେନ୍‌ମାର୍କର ଏହି ସଂଗଠନ ବ୍ଲୁ-ଫ୍ଲାଗ୍‌ର ମାନ୍ୟତା ଦେଇଛି ।

Beach

ତେବେ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପାଇଥିବା ଏହି ୮ଟି ବେଳାଭୂମି ମଧ୍ୟରେ ଓଡ଼ିଶା ପୁରୀର ଗୋଲ୍ଡେନ୍‌ ବିଚ୍‌ ସାମିଲ ଅଛି । ପୁରୀ ଗୋଲ୍ଡେନ୍‌ ବିଚ୍‌ ବ୍ୟତିତ ଗୁଜରାଟର ଶିବରାଜପୁର, ଡିୟୁର ଘୋଘଲା, କର୍ଣ୍ଣାଟକର କାସରାକୋଡେ ଏବଂ ପାଦୁବିଦ୍ରି, କେରଳର କପ୍ପଡ଼, ଆନ୍ଧ୍ରର ରୁଶିକୋଣ୍ଡା, ଆଣ୍ଡାମାନର ରାଧାନଗର ବିଚ୍‌ ସାମିଲ ଅଛି । ଏଥିସହିତ ସମୁଦ୍ର କୂଳର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଦେଶକୁ ଥାର୍ଡ ଇଣ୍ଟରନାସନାଲ୍‌ ବେଷ୍ଟ ପ୍ରାକ୍ଟିସ୍‌ର ପୁରଷ୍କାର ମଧ୍ୟ ମିଳିଛି ।

ଏସିଆର କେବଳ ୪ଟି ଦେଶ ଯୋଗ୍ୟ

ଉଲ୍ଲେଖଥାଉ କି, ଏସିଆରେ ଭାରତ ସମେତ କେବଳ ୪ଟି ଦେଶ ଏହି ବ୍ଲୁ-ଫ୍ଲାଗ ମାନ୍ୟତା ପାଇବା ପାଇଁ ଯେଗ୍ୟ ବିବେଚିତ ହୋଇଛନ୍ତି । ସେଥିମଧ୍ୟରେ ଜାପାନ, ୟୁଏଇ ଏବଂ ଦକ୍ଷିଣ କୋରିଆ ରହିଛନ୍ତି । ବ୍ଲୁ-ଫ୍ଲାଗ୍ ତାଲିକା ଅନୁଯାୟୀ ସ୍ପେନରେ ଏବେ ସର୍ବାଧିକ ୫୬୬ଟି ବେଳାଭୂମି ରହିଛି, ଯାହା ସ୍ୱଚ୍ଛ । ଯେତେବେଳେ କି ଗ୍ରୀସ୍‌ର ୫୧୫ଟି ବିଚ୍‌ ଏବଂ ଫ୍ରାନ୍ସର ୩୯୫ଟି ବିଚ୍‌କୁ ଏହି ମାନ୍ୟତା ଦିଆଯାଇଛି । ଅର୍ଥାତ୍ ଏହି ବେଳାଭୂମିରେ ପ୍ରଦୂଷଣ ସ୍ତର ବହୁତ କମ୍ ରହିଛି ।

Beach

ସ୍ପେନ ସର୍ବଦା ଆଗରେ

FEE, ଏକ ବେସରକାରୀ ସଂଗଠନ, ଯେଉଁଥିରେ ୬୦ଟଇ ଦେଶ ସଦସ୍ୟ ରହିଛନ୍ତି । ପ୍ରତିବର୍ଷ FEE ଏହାର ସଦସ୍ୟ ଦେଶର ସମୁଦ୍ର କୂଳକୁ ସ୍ୱଚ୍ଛତା ଭିତ୍ତିରେ ଯାଞ୍ଚ କରେ ଏବଂ ଫ୍ଲାଗ୍ ଦେଇଥାଏ । ତେବେ ପୁରସ୍କାର ପାଇବା କ୍ଷେତ୍ରରେ ସ୍ପେନ୍‌ ସବୁବେଳେ ଆଗରେ ରହିଥାଏ । ୧୯୮୭ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିଆରେ ସ୍ପେନ୍‌ ସବୁବେଳେ ଆଗରେ ।

Beach

କେଉଁ ମାପ ଦଣ୍ଡ ଉପରେ ମିଳିଥାଏ ପୁରସ୍କାର ?

କୌଣସି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ଏତେ ସହଜରେ ଦିଆଯାଇନଥାଏ । ଏହି ପୁରସ୍କାର ପାଇବାକୁ ହେଲେ ଅନେକ ମାପଦଣ୍ଡ ଦେଇ ଯିବାକୁ ପଡ଼ିଥାଏ । ବିଚ୍‌ର ପାଣି କେତେ ସ୍ୱଚ୍ଛା ତାହା କେବଳ ଦେଖାଯାଏ ନାହିଁ ବରଂ ବିଚ୍‌ର ଆଖପାଖ ଅଞ୍ଚଳ ଲୋକଙ୍କ ପାଇଁ କେତେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି ତାହା ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଥାଏ । ଏଥିପାଇଁ ୨୪ ଘଣ୍ଟା ଲାଇଫ୍‌ଗାର୍ଡମାନଙ୍କୁ ନିୟୋଜିତ କରି ରଖିବାକୁ ପଡ଼ିଥାଏ । ଯାହାଦ୍ୱାରା ଦୁର୍ଘଟଣାକୁ ରୋକାଯାଇପାରିବ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗ, ରାଜନୈତିକ ମହଲରେ ଗଭୀର ଶୋକ

ଭୁବନେଶ୍ୱର:  ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବର୍ଷିୟାନ ରାଜନେତା ଶରତ କର ସୋମବାର ପ୍ରାଣ ତ୍ୟାଗ କରିଛନ୍ତି । ଶରତଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁମନ୍ କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶରତ କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ବିଧାନସଭା ବାଚସ୍ପତି ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।

1971 ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଉତ୍କଳ କଂଗ୍ରେସ ପକ୍ଷରୁ ମାହାଙ୍ଗାରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । ଜଣେ ସୁବକ୍ତା, ସମ୍ବିଧାନ ବିଶେଷଜ୍ଞ ଭାବେ ତାଙ୍କର ଖ୍ୟାତି ରହିଥିଲା । ରାଜନୈତିକ ମହଲର ସମସ୍ତ ଦଳରେ ତାଙ୍କୁ ଆଦର କରାଯାଇଥାଏ ।

୧୯୯୦ରେ ଜନତା ଦଳରୁ ସେ ଜିତି ଥିଲେ । ଏହା ପରେ ୨୦୦୦ ମସିହାରେ ମଧ୍ୟ ସେ ମାହାଙ୍ଗାରୁ ବିଜୁ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ୨୦୦୪ ନିର୍ବାଚନରେ ସେ ବିଜେଡି ତ୍ୟାଗ କରି କଂଗ୍ରେସର ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ଅନ୍ୟତମ ବୃହତ ନିର୍ବାଚନମଣ୍ଡଳୀ ଭୁବନେଶ୍ୱରରୁ ଲଢି ପରାଜିତ ହୋଇଥିଲେ ।

ପ୍ରଥମ ଥର ପାଇଁ ବିଧାୟକ ହେବା ସହ ୧୯୭୧ ବିଧାନସଭାର ବିଶ୍ୱନାଥ ଦାଶଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । 1977 ସେ କଟକ ଲୋକ ସଭା ଆସନରୁ ବିଜୟୀ ହୋଇ ପାର୍ଲାମେଣ୍ଟ ଯାଇଥିଲେ । ସେ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ହରାଇଥିବାରୁ ଶରତ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହୋଇଯାଇଥିଲେ ।  ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । କୌଣସି ମନ୍ତ୍ରିମଣ୍ଡଳରେ ସର୍ବକନିଷ୍ଠ ଭାବେ କ୍ୟାବିନେଟ ସଦସ୍ୟ ହେବାର ରେକର୍ଡ ଶରତ କରଙ୍କ ନାଁରେ ରହିଥିବା କୁହାଯାଉଛି ।

୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ଚାଇଁପାଳର ଅଡମ ମହେଶପୂର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ ମସିହାରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ରାଜନୀତିରେ ପାଦ ଥାପିଥିଲେ । ଶରତ ଅନେକ ପୁସ୍ତକ ରଚନା କରିଛନ୍ତି, ସେଥି ମଧ୍ୟରୁ ଦ୍ରୁତ ବିଳମ୍ବିତ, ମନ୍ଥନ, ରୋମାନ୍ଥନ ପାଠକୀୟ ଆଦୃତ ଲାଭ କରିଥିଲା ।

ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ  ସ୍ୱର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଓଡିଶା ବିଧାନସଭାର ବାଚସ୍ପତି ଭାବରେ ସେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିଷ୍ଠା କରିଥିଲେ।

ଓଡିଶା ସରକାରରେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ସମୟରେ ତାଙ୍କର ନେତୃତ୍ୱ ଓ ପ୍ରଶାସନିକ ଅଭିଜ୍ଞତାର ପରାକାଷ୍ଠା ରଖିଯାଇଛନ୍ତି। ଜଣେ ସୁଲେଖକ, ସୁବକ୍ତା ଭାବରେ ସ୍ବର୍ଗତ କର ସମସ୍ତଙ୍କର ଆଦରଣୀୟ ଥିଲେ । ଓଡିଆ ସଂସ୍କୃତି ସଂପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ରାଜନୈତିଜ୍ଞଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସେହିପରି ଶରତ କରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନା, ରାଜା ସ୍ୱାଇଁ, ଜଗନ୍ନାଥ ସାରକା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।