spot_img
Home Blog Page 661

ଇସ୍ରାଏଲର ଅପରେସନ ‘ରାଇଜିଂ ଲାୟନ୍’ ବନାମ ଇରାନର ‘ଅପରେସନ୍ ଟ୍ରୁ ପ୍ରମିଜ୍’, କାହାର ଅପରେସନ ଅଧିକ ଶକ୍ତିଶାଳୀ ଥିଲା?

 

ଇସ୍ରାଏଲ ଏବଂ ଇରାନ ପରସ୍ପର ବିରୁଦ୍ଧରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଯେତେବେଳେ  ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଥିଲା, ଇରାନ ‘ଅପରେସନ୍ ଟ୍ରୁ ପ୍ରମିଜ୍ ୩’ ମାଧ୍ୟମରେ ଏହାର ଜବାବ ଦେଇଥିଲା। ଉଭୟ ଦେଶ ପରସ୍ପରକୁ ଭାରୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ଆସନ୍ତୁ ଜାଣିବା କାହାର ଅପରେସନ ଅଧିକ ଶକ୍ତିଶାଳୀ ଥିଲା।

ଶୁକ୍ରବାର ଇସ୍ରାଏଲ ଇରାନର ସାମରିକ ଓ ପରମାଣୁ ଆଡା ଉପରେ ଆକ୍ରମଣ କରିଥିଲା। ଲଢ଼ୁଆ ବିମାନଗୁଡ଼ିକ ଇରାନର ରାଡାର, କ୍ଷେପଣାସ୍ତ୍ର କାରଖାନା ଏବଂ ପରମାଣୁ ଆଡା ଗୁଡ଼ିକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ IRGC ମୁଖ୍ୟ ହୋସେନ୍ ସଲାମି ଏବଂ ସଶସ୍ତ୍ର ବାହିନୀ ମୁଖ୍ୟ ମହମ୍ମଦ ବାଘେରିଙ୍କ ଭଳି ଉଚ୍ଚ ଇରାନୀ ସାମରିକ ଅଧିକାରୀମାନେ ପ୍ରାଣ ହରାଇଥିଲେ। ଇସ୍ରାଏଲ କହିଛି ଯେ ଏହି ଆକ୍ରମଣ ଇରାନର ପରମାଣୁ ବିପଦକୁ ରୋକିବା ପାଇଁ କରାଯାଇଥିଲା।

ଇରାନର ଚାରୋଟି ପରମାଣୁ ଆଡା କ୍ଷତିଗ୍ରସ୍ତ ହୋଇଥିଲ । ଏହା ବ୍ୟତୀତ ଇରାନର ଲୟାର ଡିଫେନ୍ସକୁ ପୂର୍ବରୁ ଇସ୍ରାଏଲ ଧ୍ବସଂ କରିସାରିଥିଲା ।  ଯେଉଁ କାରଣାରୁ ଇରାନ ତାର ଆକ୍ରମଣକୁ ରୋକି ପାରିନଥିଲା  । ଇସ୍ରାଏଲର ଏହି ଅପରେସନ ଅତ୍ୟନ୍ତ ସଠିକ ଓ ଶକ୍ତିଶାଳୀ ଥିଲା। ଏହା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ସହ ଏହାର ପରମାଣୁ ଆଡାକୁ ଏକ ଶକ୍ତ ଆଘାତ ଦେଇଥିଲା। କିନ୍ତୁ ଏହି ଆକ୍ରମଣ ଇରାନକୁ କ୍ରୋଧିତ କରିଥିଲା, ଯାହା ଇରାନକୁ ପ୍ରତିଶୋଧ ନେବାକୁ ବାଧ୍ୟ କରିଥିଲା।

ଶୁକ୍ରବାର ରାତିରେ ଇରାନ ପ୍ରତିଶୋଧ ସ୍ୱରୂପ ଇସ୍ରାଏଲ ଉପରେ ୧୫୦ଟି ବାଲିଷ୍ଟିକ୍ ମିସାଇଲ୍ ଏବଂ ୧୦୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ ତେଲ ଅଭିଭ ସମେତ ଇସ୍ରାଏଲର ସାମରିକ ଠିକଣା ଓ ସହରମାନଙ୍କ ଉପରେ ଥିଲା। ଇରାନ ଏହାକୁ ନିଜର ସାମରିକ ନେତାମାନଙ୍କ ହତ୍ୟାର ପ୍ରତିଶୋଧ ବୋଲି କହିଥିଲା। ଯଦିଓ, ଇସ୍ରାଏଲର ଆୟର୍ନ ଡୋମ୍ ସିଷ୍ଟମ୍ ଅଧିକାଂଶ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଥିଲା।

ଇରାନ ତୁରନ୍ତ ପ୍ରତିକ୍ରିୟା ଦେଇ ନିଜର ଶକ୍ତି ପ୍ରଦର୍ଶନ କଲା, କିନ୍ତୁ ତା’ର ଆକ୍ରମଣ ଅଧିକ କ୍ଷତି କରିପାରିଲା ନାହିଁ। ଇସ୍ରାଏଲର ସହରଗୁଡ଼ିକରେ ଆତଙ୍କ ଖେଳିଗଲା, କିନ୍ତୁ ବଡ଼ ଧ୍ୱଂସ ହେଲା ନାହିଁ।  ଇରାନ ଦେଖାଇ ଦେଇଛି ଯେ ସେ ଇସ୍ରାଏଲର ଆୟର୍ନ ଡୋମ ପ୍ରତିରକ୍ଷାକୁ ମଧ୍ୟ ଭେଦ କରିପାରେ।

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଭୁଜାଲି ।

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଭୁଜାଲି । ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗପୁର ଛକରେ ଅପରାଧିଙ୍କ ଉନ୍ମତ୍ତ କାଣ୍ଡ । ଘର ଆଗରୁ ବାଇକ ବାହାର କରିବାକୁ କହିବାରୁ ଆକ୍ରମଣ । ଅଭିଯୁକ୍ତଙ୍କ ଆକ୍ରମଣରେ ଶିବ ପ୍ରସାଦ ସେଠୀ ଓ ଶ୍ବପ୍ନେସ୍ବର ପାଣିଗ୍ରାହୀ ଆହତ ହୋଇଛନ୍ତି। ହାପି ଭୋଇ , ଉତ୍ତମ ମହାପାତ୍ରଙ୍କ ସମେତ ୮ ରୁ ୧୦ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା। ଆକ୍ରମଣକାରୀ ଗତ କିଛିଦିନ ତଳେ ଜେଲରୁ ଜାମିନରେ ବାହାରିଥିଲେ । ଅଭିଯୁକ୍ତ ମାନେ ଏକ କାରକୁ ଭାଙ୍ଗିବା ସହିତ କୋଲଡ୍ରିଙ୍କସ୍ ବୋତଲରେ ଆକ୍ରମଣ କରିଥିଲେ। ଶୁକ୍ରବାର ମଧ୍ୟ ରାତ୍ରିରେ ଘଟିଛି ଘଟଣା । ଶିବପ୍ରସାଦ କାର ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ ଥିବା ଦେଖି ହର୍ଣ୍ଣ ବଜାଇଥିଲେ। ଏଥିରେ ଅଭିଯୁକ୍ତ ମାନେ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିବା ସୂଚନା ମିଳିଛି।

ଠେଙ୍ଗାରେ ଆକ୍ରମଣ କରି ଓ ଗୁଳି ଫୁଟାଇ ସୁନା ଗହଣା ଲୁଟ୍

ଠେଙ୍ଗାରେ ଆକ୍ରମଣ କରି ଓ ଗୁଳି ଫୁଟାଇ ସୁନା ଗହଣା ଲୁଟ୍। ନବରଙ୍ଗପୁର ଜିଲ୍ଲା ରାଇଘର କୋଦଭଟାରେ ବାପା ମାକୁ ଠେଙ୍ଗାରେ ଆକ୍ରମଣ କରି ପୁଅ ଉପରେ  ଗୁଳିମାଡ଼ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ବନ୍ଧୁକ ଫୁଟାଇ ସୁନା ଅଳଙ୍କାର ଲୁଟ୍ କରିନେଲେ ଦୃର୍ବୁତ୍ତ। କୋଦଭଟା ଗାଁରେ ସନ୍ତୋଷୀ ଜୁଏଲାରୀ ମାଲିକ ରାମ ଡାକୁଆ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରିଥଲେ। ଘର ପାଚେରୀ ଭିତରେ ପଶିବା ସମୟରେ ସ୍ତ୍ରୀ ସଙ୍ଗୀତା ଡାକୁଆ ବାହାରକୁ ଆସିଥିଲେ। ଏହି ସମୟରେ ପୂର୍ବରୁ କିଛି ଦୁର୍ବୃତ୍ତ ପାଚେରୀ ପାଖରେ ଲୁଚି ରହିଥିଲେ। ରାମ ଡାକୁଆ ଓ ତାଙ୍କ ସ୍ତ୍ରୀ ଘର ଭିତରେ ପଶିବା ସମୟରେ ଦୃର୍ବୃତ୍ତମାନେ ତାଙ୍କ ଉପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ।ବାପାକୁ ଆକ୍ରମଣ ହେଉଥିବା ଦେଖି ତାଙ୍କ ପୁଅ ସେମାନଙ୍କ ଉପରେ ଢେଲା ମାଡ଼ କରିଥିଲେ। ଏହା ପରେ ୧୨ ବର୍ଷର ପୁଅ କ୍ରିଷ୍ଣା ଡାକୁଆ ଉପରକୁ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। କିନ୍ତୁ କ୍ରିଷ୍ଣା କୌଣସି ମତେ ସେଠାରୁ ଖସି ଚାଲି ଯାଇଥିଲେ। ଦୃର୍ବୁତ୍ତ ଗହଣା ଭର୍ତ୍ତି ଥିବା ଦୁଇଟି ବ୍ୟାଗ ଛଡ଼ାଇ ନେଇଥିଲେ। ଦୃର୍ବୁତ୍ତଙ୍କ ଆକ୍ରମଣରେ ରାମ ଡାକୁଆଙ୍କ ମୁଣ୍ଡରେ ଆଘାତ ହୋଇଥିବାବେଳେ ସଙ୍ଗୀତାଙ୍କ ବେକରେ ଆଘାତ ଲାଗିଛି। ଉଭୟଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଅ କ୍ରିଷ୍ଣାକୁ ଗୁଳି ବାଜି ନଥବାବେଳେ ଘଟଣାସ୍ଥଳରେ ଖୋକା ପଡ଼ିଛି। ରାଇଘର ଥାନାରୁ ଅଧା କିଲୋ ମିଟର ଦୂରରେ ଘଟିଛି ଏହି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ରାଇଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୋଲିସ ସିଲ କରି ଗାଡ଼ିଗୁଡିକୁ ଯାଞ୍ଚ କରୁଛି। ଲୁଟ ଅଳଙ୍କାରର ମୂଲ୍ୟ କେତେ ହେବ ତାହା ସ୍ଵଷ୍ଟ ହୋଇ ନାହିଁ।

ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗଠନ ହେଲା କମିଟି

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗଠନ ହେଲା କମିଟି। ମନ୍ତ୍ରାଳୟ ପକ୍ଷରୁ ଗଠିତ କମିଟି ଘଟଣାର ତଦନ୍ତ କରିବ। ସେପଟେ ଦୁର୍ଘଟଣାର ସତ କହିବ ବ୍ଲାକବକ୍ସ। କେମିତି ଘଟିଲା ଦୁର୍ଘଟଣା ? କାହାର ଅବହେଳା ନା ଥିଲା ଯାନ୍ତ୍ରିକ ତୃଟି। ବିଭିନ୍ନ ଦିଗକୁ ନେଇ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଖୋଜୁଛି ତଦନ୍ତକାରୀ ଟିମ୍ । ଗତକାଲି ବିମାନର ବ୍ଲାକବକ୍ସ ମିଳିଥିବା ସୂଚନା ଦେଇଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିମାନର ଶେଷ ଭାଗରେ ବ୍କାକବକ୍ସ ମିଳିଥିବା କୁହାଯାଇଛି। ଏଥିରୁ ବିମାନ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିବ। ବ୍ଲାକବକ୍ସ ଉଦ୍ଧାର ଲାଗି ସର୍ଚ୍ଚ ଅପରେସନ ଟିମରେ ସାମିଲ ହୋଇଥିଲେ ୪୦ଜଣ ଗୁଜରାଟ ସରକାରୀ କର୍ମଚାରୀ। ଏହାକୁ ଉଦ୍ଧାର କରିଥିଲେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB। ସେପଟେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏନଆଇଏ ଟିମ। ତେଣେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବ୍ରିଟିଶ ଏୟାରକ୍ରାଫ୍ଟ ଦୁର୍ଘଟଣା ସଂକ୍ରାନ୍ତ ତଦନ୍ତକାରୀ ଟିମର ୪ ସଦସ୍ୟ। ଏହା ସହ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIBର ଏକ ଟିମ ବି ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ

ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାନଙ୍କୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୌଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦରେ ଧରା ଉପରେ ପାଦ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ ଭାରତର ହସ୍ତକ୍ଷେପ ଭିତ୍ତିହୀନ – ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦରେ, ଇସ୍ରାଏଲ ପରମାଣୁ ଆଡା ଉପରେ ବିମାନ ଆକ୍ରମଣ କରିଛି, ଯାହାକୁ “ଅପରେସନ୍ ରାଇଜିଂ ଲାୟନ୍” ନାମ ଦିଆଯାଇଛି। ପ୍ରତିଶୋଧ ସ୍ୱରୂପ ଇରାନ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଭାରତ ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କରୁଛି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଅବାସ୍ତବ ବୋଲି କହିଛନ୍ତି।

ଶୁକ୍ରବାର ସକାଳ ଠାରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି, ଆଜି ଇସ୍ରାଏଲ ମଧ୍ୟ ଏକ ଏୟାର ଷ୍ଟ୍ରାଇକ କରିଥିଲା। ଏଥର ମଧ୍ୟ ଇସ୍ରାଏଲ ପରମାଣୁ ଆଡା ଟାର୍ଗେଟ କରିଥିଲା। ଇସ୍ରାଏଲ ଏହାକୁ ଅପରେସନ ରାଇଜିଂ ଲାୟନ ବୋଲି ନାମ ଦେଇଛି। ଅନ୍ୟପକ୍ଷରେ, ଇରାନ ମଧ୍ୟ ଏହି ଆକ୍ରମଣର ଜବାବ ଦେଉଛି। ଇରାନ ଇସ୍ରାଏଲ ଉପରେ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅବାସ୍ତବ। ଯଦି ଦୁଇଟି ଦେଶ କୌଣସି ପ୍ରସଙ୍ଗରେ ହସ୍ତକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ତୃତୀୟ ପକ୍ଷଏଥିରେ ନିଜକୁ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଭୁଲ।ଏସ ଜୟଶଙ୍କର କହିଛନ୍ତି ଭାରତ କ’ଣ କରିପାରିବ ? ଇସ୍ରାଏଲ ଓ ଇରାନ ସହ ଆମ ଦେଶର ଭଲ ସମ୍ପର୍କ ଅଛି । ଶାନ୍ତି ପାଇଁ ଉଭୟ ଦେଶ ଚାହିଁବା ଦରକାର । ତୃତୀୟ ଲୋକର ହସ୍ତକ୍ଷପରେ କିଛି ହେବନି । ଭାରତର ହସ୍ତକ୍ଷପ ଭିତ୍ତିହୀନ ।

ସେ ଆହୁରି ମଧ୍ୟ କହିଛନ୍ତି ଯଦି ସେମାନେ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ କୌଣସି ବାହାର ଲୋକ ନିଜକୁ ଏଥିରେ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଅତ୍ୟନ୍ତ ଅବାସ୍ତବ । ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରୁଛି ଆମେରିକା। ଇରାନ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତି ଆକ୍ରମଣର ଆଶଙ୍କା ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଜୟଶଙ୍କର ଭାରତ ଓ ପାକିସ୍ତାନ ସଂଘର୍ଷ ଉପରେ ମଧ୍ୟ ଟ୍ରମ୍ପଙ୍କୁ ଘେରିଥିଲେ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ନୂଆ ନୁହେଁ। ପୂର୍ବରୁ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ, ଯେତେବେଳେ ଖବର ଆସିଲା ଯେ ଇରାନ ପରମାଣୁ ଅସ୍ତ୍ର ତିଆରି କରୁଛି, ଏହାର ପରେ ଇସ୍ରାଏଲ ମଧ୍ୟ  ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲା। ଏହା ଆମେରିକା ରାଷ୍ଟ୍ରପତି ମଧ୍ୟ ନିଶ୍ଚିତ କରିଥିଲେ। ଇସ୍ରାଏଲ ସହିତ, ଇରାନର ପରମାଣୁ ଅସ୍ତ୍ର ଯୋଗୁଁ ଅନ୍ୟ ଅନେକ ଦେଶ ବିପଦରେ ଅଛନ୍ତି। ଏହି କାରଣରୁ ଇସ୍ରାଏଲ ପ୍ରଥମେ ପରମାଣୁ ଆଡା ଗୁଡ଼ିକୁ ଟାର୍ଗେଟ କରି ନଷ୍ଟ କରିଛି।

 

 

 

 

‘AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ’

ନନ୍ଦିଘୋଷ ବ୍ୟୁରୋ : AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ । ଆଜି ଏକ ପ୍ରେସ ବିବୃତ୍ତି ଜାରି କରି ଏହି କଥା କହିଛନ୍ତି ଏୟାରଇଣ୍ଡିଆ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ । ଦୁର୍ଘଟଣା ପରେ ପ୍ରଥମକରି ନିଜର ପ୍ରତିକ୍ରିୟା ରଖି କ୍ୟାମ୍ପବେଲ କହିଛନ୍ତି ଦୁର୍ଘଟଣା କାରଣ ଖୋଜି ବାହାର କରିବା ପାଇଁ ୪୦ ଜଣ ଇଞ୍ଜିନିୟର ଓ ୧୦୦ ଜଣ କେୟାରଟେକର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଇଞ୍ଜିନିୟରମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବେ । କେୟାରଟେକରମାନେ ଆହତ ଓ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରଙ୍କୁ ସହାୟତା କରିବା ପାଇଁ କମ୍ପାନୀ ପକ୍ଷରୁ ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ଲଣ୍ଡନର ଗଟଓ୍ବିକ୍‌ ବିମାନବନ୍ଦରରେ ସହାୟତା କେନ୍ଦ୍ର ଖୋଲାଯାଇଛି । ଏୟାରଇଣ୍ଡିଆର ମୂଳ କମ୍ପାନୀ ଟାଟା ଗ୍ରୁପ ପକ୍ଷରୁ ସମସ୍ତ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି । ଯାହାକି ବ୍ରିଟେନ୍‌ ମୁଦ୍ରାରେ ୮୫ ହଜାର ପାଉଣ୍ଡ । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କମ୍ପାନୀ ବହନ କରିବ । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ବର୍ଗଙ୍କ ପ୍ରତି ସହାନୁଭୁତି ଜଣାଉଛି । ସକାଳେ ସେ ନିଜେ ଘଟଣାସ୍ଥଳ ଗସ୍ତ କରିଥିଲେ । ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାରକାର୍ଯ୍ୟ ଓ ସମସ୍ତ ପ୍ରକାର ସହାୟତା ପାଇଁ ଗୁଜୁରାଟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଓ୍ବିଲସନ । ଦୁର୍ଘଟଣାର ତଦନ୍ତ ଯେପରି ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯିବ ସେ ନେଇ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି ଏୟାର ଇଣ୍ଡିଆ ସିଇଓ । ଏହି ଦୁର୍ଘଟଣାରେ ଜଣଙ୍କୁ ଛାଡ଼ି ବାକି ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ପ୍ରାଣ ହରାଇଥିବା କ୍ୟାମ୍ପବେଲ ସ୍ପଷ୍ଟ କରିଛନ୍ତି ।

ଯାଜପୁର ଓ ଭଦ୍ରକରେ ବ୍ୟାପିଲା ଝାଡାବାନ୍ତି, ନମୁନା ପରୀକ୍ଷଣରୁ କଲେରା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର :  ଯାଜପୁର ଓ ଭଦ୍ରକରେ ବ୍ୟାପିଲା ଝାଡାବାନ୍ତି। ନମୁନା ପରୀକ୍ଷଣରୁ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ସଂଗ୍ରହ କରାଯାଇଥିବା ୪୧ଟି ନମୁନାରୁ ୮ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଛି। ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ପାଖାପାଖି ୬୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲାଣି । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆବଶ୍ୟକ ସଂଖ୍ୟକ ବେଡ ନଥିବାରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରାଯାଉନଥିବାରୁ ମେଡିକାଲରୁ ଘରକୁ ଫେରିବା ପରେ ପୁଣି ବାନ୍ତିଝାଡ଼ା ହେଉଛି ଓ ବାରମ୍ବାର ମେଡିକାଲକୁ ଆସିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ

ଭୁବନେଶ୍ବର : ରାଜଧାନୀର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ ରେ ଚଢ଼ାଉ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ଭୁବନେଶ୍ୱରରେ ଦାମୀ ବ୍ରାଣ୍ଡ କ୍ରକ୍ସ୍‌ ଜୋତାର ନକଲି ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଜୋତାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିଥିଲା । ଜନପଥର ଅଶୋକ ନଗରରେ ଥିବା ଷ୍ଟାଇଲ ସୁ କୁ କମ୍ପାନୀ ପ୍ରତିନିଧି ଦଳ ଗ୍ରାହକ ସାଜି ଯାଇଥିଲେ । ଜୋତା କିଣିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ପରେ ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି କ୍ରସ୍ କମ୍ପାନୀ ଜୋତା ଜବତ କରାଯାଇଛି । ପୋଲିସ ଜୋତା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦୁଇ ରାଜ୍ୟରେ ପ୍ରବଳ ବର୍ଷା, ଯାତାୟତ ବାଧାପ୍ରାପ୍ତ

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡ଼ୁରେ ପ୍ରବଳ ବର୍ଷା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ନାଗପଟ୍ଟନମରେ ମୂଷଳ ଧାରାରେ ବର୍ଷା ଜାରି ରହିଛି । ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଭୀଷଣ ବର୍ଷାରେ ଲୋକେ ବାହାରକୁ ବାହାରିପାରିନାହାନ୍ତି । ଏହାସହିତ ଅଧିକାଂଶ ଅଞ୍ଚଳରେ ପାଣି ଜମା ହେବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବର୍ଷା ଆହୁରି ଦୁଇଦିନ ଲାଗି ରହିବ । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ବର୍ଷା ।  ଧର୍ମଶାଳାରେ ଭୀଷଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଧର୍ମଶାଳାର ଅଧିକାଂଶ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରେ ପାଣି ଜମି ରହିଛି ।