spot_img
Home Blog Page 6620

ସାରୁଅରେ ଜମି ହାତେଇବାକୁ ଚକ୍ରବ୍ୟୁହ: ଫିଲ୍ମସିଟି ଆଳରେ ହେରାଫେରିର ହରଣ ଗୁଣନ

ଭୁବନୋଶ୍ୱର: ଖୋର୍ଦ୍ଧା ସାରୁଅରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ମ୍ୟାଡାମଙ୍କ ସାଂଘାତିକ ଷଡ଼ଯନ୍ତ୍ର । ଜମି କିଣା ଆଳରେ ଗାଁଟା ଯାକର ଜମି ମାଡ଼ି ବସିବାକୁ ରଚିଛନ୍ତି ଚକ୍ରବ୍ୟୂହ  । ଆଉ ଏମିତି ଚାଲାକିର ସହ ଜମି କିଣିଛନ୍ତି ଯେ ବାକି ଜମି ଯେମିତି ଆପେ ଆପେ ଗୋଡ଼ତଳକୁ ଆସିବ । ନିଜର ଜମି ହରାଇବା ଆଶଂକାରେ ଚିନ୍ତିତ ଗାଁଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କଲାପରେ ମାପଚୁପ ଜାରି ରହିଛି। ଗତକାଲି ଚତୁର୍ଥ ଥର ପାଇଁ ଖୋର୍ଦ୍ଧା ପ୍ରଶାସନର ୭ ଜଣିଆ ଟିମ ପୋଲିସ ଉପସ୍ଥିତିରେ ସାରୁଅ ଯାଇ ମାପଚୁପ କରିଛନ୍ତି । ଟିମ୍‌ରୁ କିନ୍ତୁ ବାଦ ପଡ଼ିଛନ୍ତି ବିବାଦୀୟ ବେଗୁନିଆ ତହସିଲଦାର ।

ଓଟିଭି ମାଲିକାଣୀଙ୍କ ଜମି ହଡ଼ପର ଥିଓରୀ 

ମାଲିକାଣୀଙ୍କ ପ୍ଲାନ ବିଷୟରେ ପାଟି ନଖୋଲି ରହିପାରିବେନି  । ସାରୁଅ ଅଞ୍ଚଳର ନକ୍ସା ତାର ପ୍ରମାଣ  । ନକ୍ସାରେ ସ୍ପଷ୍ଟ ଦେଖାଯାଇଛି ଯେ, ସବୁଜ ରଙ୍ଗର ଏକର ଏକର ଜମି ମ୍ୟାଡାମ ଜଗିମଙ୍ଗତ ପଣ୍ଡାଙ୍କର  । ବାକି କମଳା ରଙ୍ଗ ଚିହ୍ନିଟ ପ୍ଲଟ ସବୁ ଗାଁ ଲୋକଙ୍କର  । ଏମିତି ବାଗରେ ଜମି କିଣାଯାଇଛି ଯେ ଗାଁ ଲୋକ ଆପେ ସବୁ ଜମି ଯେମିତି ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେବେ । ମ୍ୟାଡାମଙ୍କ ଜମି ମଝିରେ ରହିଯାଇଥିବା ହାତଗଣତି କିଛି ବିଲବାଡି ଏବେ ବଳି ପଡିବା ଅପେକ୍ଷାରେ  । ସେଠାରେ ତରଙ୍ଗ ଅଫିସକୁ ଯାଇଛି ଗୋଚର ରାସ୍ତା  । ଅଫିସ ପଛପଟେ ଥିବା ପ୍ଲଟଟି ପୋଖରୀ ହୋଇଥିବାବେଳେ ପାଚେରୀ ଯୋଗୁଁ ଲୋକ ଯାଇପାରୁନାହାଁନ୍ତି  । ବାପା ଭାଇଙ୍କ ବଳରେ ଏପରି ସବୁଠି ହଡ଼ପର ଷଡ଼ଯନ୍ତ୍ର ରଚିଛନ୍ତି ଓଟିଭି ମାଲିକାଣୀ । ଜମି କିଣା ଯାଇଛି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ । ମାଲାକାନାସତ୍ତ୍ୱ ରଖିଛନ୍ତି ଶିବପ୍ରସାଦ ଶ୍ରୀଚନ୍ଦନ । ଯିଏ କି ଜଗିଙ୍କ ଭାରି ବିଶ୍ୱସ୍ତ । ଏହି କଂପାନୀ ହେଉଛି ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଆଉ ଏକ ସଂସ୍ଥା । ଏପରିକି ଚଞ୍ଚକତା କରି ଆଦିବାସୀ ହରିଜନଙ୍କ ଜମି ମଧ୍ୟ ହଡପ କରିଛନ୍ତି ମ୍ୟାଡାମ ।

ସେପଟେ ଓଟିଭି ଜମି କେଳେଙ୍କାରୀ ମାମଲାରେ ସାରୁଅରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚତୁର୍ଥ ଦିନ ଲାଗି ଜମି ମାପଚୁପ କରିଛି । ସାତ ଜଣିଆ ଏକ ଟିମ ଆଜି ସାରୁଅରେ ଜମି ମାପଚୁପ କରି ଫେରିଛି  । ସାରୁଅ ମୌଜାର ୧୮୨୯ ନଂ ପ୍ଲଟର ଚାରିପଟ ସୀମାକୁ ଅମିନ ମାପ ଚୁପ କରିଛନ୍ତି  । ଏହି ଜମିରେ ଜଗି ମ୍ୟାଡାମ ଠିଆ କରିଛନ୍ତି ବିରାଟ ପାଚେରୀ  । ଅଭିଯୋଗ କରିଥିବା ହାଲୁରି ପାହାଡ଼ସିଂ, ଏବଂ ସନାତନ ପାହାଡ଼ସିଂ ଉପସ୍ଥିତ ଥିଲେ ।

ପକ୍ଷପାତିତା ଅଭିଯୋଗ ପରେ ବେଗୁନିଆ ତହସିଲଦାରଙ୍କୁ ଏଥିରେ ସାମିଲ କରାଯାଇନଥିଲା । ତେବେ ପ୍ରଶ୍ନ ଉଠୁଛି ସାରୁଅରେ ଏକର ଏକର ଜମି କିଣିବାରେ କିଛି ଅସୁବିଧା ନାହିଁ  । କିନ୍ତୁ ଯେଉଁ ଗାଁଲୋକ ନିଜ ଜମି ବିକ୍ରି କରିବାକୁ ଚାହୁଁନାହାଁନ୍ତି ସେମାନଙ୍କୁ ଅକଳରେ ପକାଇ ଜମି ହାତେଇବାର ହୀନ ଚକ୍ରାନ୍ତ କାହିଁକି ? ଏମିତି ପ୍ରଶ୍ନ ଘେରରେ ଘେରି ହୋଇଛନ୍ତି ଓଟିଭି ପରିଚାଳନା ନିର୍ଦ୍ଦେଶିକା ।

ବିହାର ବିଧାନସଭା ନିର୍ବାଚନ: ୨୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ପାଟଣା: ଆଗାମୀ ବିହାର ବିଧାନସଭା ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜାତୀୟ କଂଗ୍ରେସ ।  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସମସ୍ତଙ୍କୁ ସିମ୍ୱଲ ମଧ୍ୟ ପ୍ରଦାନ କରାଯାଇଛି । ମଙ୍ଗଳବାର ପାଟଣା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବିଳମ୍ୱିତ ରାତି ଯାଏଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଆଲୋଚନା ଚାଲିଥିଲା । ଏବଂ ଶେଷରେ ୨୧ଟି ସିଟରେ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ସହମତି ପ୍ରକାଶ ପାଇଥିଲା । ଚଳିତ ନିର୍ବାଚନରେ ମହାମେଣ୍ଟ ସହ ମିଶି ମୋଟ ୭୦ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ କଂଗ୍ରେସ । ଅନ୍ୟ ଆସନ ଗୁଡ଼ିରେ ମହାମେଣ୍ଟରେ ସାମିଲ ହୋଇଥିବା ଅନ୍ୟ ଦଳମାନେ ନିର୍ବାଚନ ଲଢ଼ିବେ ।

 କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିବା ୨୧ ଜଣ ପ୍ରାର୍ଥୀ ହେଲେ ବଜରିଗଞ୍ଜର ରାଶି ଶେଖର, ବରବିଧାରୁ ଗଜାନନ୍ଦ ଶହି, ବାରିସଲିଗଞ୍ଜରୁ ସତିଶ କୁମାର ସିଂହ, କହଲଗାଁରୁ ଶୁଭାନନ୍ଦ ମୁକେଶ, ହିସୁଆରୁ ନୀତୁ କୁମାରୀ, ଔରଙ୍ଗାବାଦରୁ ଆନନ୍ଦ ଶଙ୍କର ସିଂହ, ସିକନ୍ଦରାରୁ ସୁଧିର କୁମାର, ବକ୍ସରରୁ ମୁନ୍ନା ତିଓ୍ୱାରୀ ଓ ବିକ୍ରମରୁ ସିଦ୍ଦାର୍ଥଙ୍କୁ ଟିକେଟ୍ ଦିଆଯାଇଛି ।

ବିହାର ନିର୍ବାଚନ: ଜେଡିୟୁ ଓ ସହଯୋଗୀଙ୍କୁ ୧୨୨, ଭାଜପା ଓ ସହଯୋଗୀଙ୍କୁ ୧୨୧ ଆସନ

ସେହିଭଳି ଲଖିସରାଇରୁ ଅମରେଶ କୁମାର ଅନିଶ, ଗୟାରୁ ମୋହନ ଶ୍ରୀବାସ୍ତବ, ଚୈନାରୀରୁ ମୁରାରୀ ପ୍ରସାଦ ଗୌତମ, ବାଢ଼ରୁ ସତ୍ୟେନ୍ଦ୍ର ବାହାଦରୁ, ଟେକାରୀରୁ ଅଶୋକ ଗଗନ, ଗୋବିନ୍ଦପୁରରୁ କାମରାନଙ୍କୁ ପ୍ରାର୍ଥୀ କରାଯାଇଛି । ସୂଚନା ଥାଉ କି, ବିହାରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ ଟି ସିଟ୍ ପାଇଁ ଆସନ୍ତା ୨୮ ତାରିଖରେ ଭୋଟ ଗ୍ରହଣ ହେବ । ଏହାପରେ ୩ ନଭେମ୍ୱରରେ ୯୪ ସିଟ୍ ଏବଂ ୭ ନଭେମ୍ୱରରେ ୭୮ ସିଟ୍ ପାଇଁ ଭୋଟଗ୍ରହଣ ହେବ । ଏହି ଭୋଟଗ୍ରହଣ ପରେ ୧୦ ନଭେମ୍ୱରରେ ନିର୍ବାଚନ ଫଳାଫଳ ଘୋଷଣା ହେବ  ।

ଆଜି ଆର୍ଥିକ ସମସ୍ୟାରେ ଫସିପାରନ୍ତି ଏହି ରାଶିର ଲୋକେ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୦୭ ଅକ୍ଟୋବର, ୨୦୨୦, ବୁଧବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୨ ଦିନ, ଆଶ୍ୱିନ ମଳମାସ, କୃଷ୍ଣପକ୍ଷ, ପଞ୍ଚମୀ ତିଥି

ସୂର୍ଯ୍ୟ ରହିବେ କନ୍ୟା ରାଶିରେ, ଚନ୍ଦ୍ର ରହିବେ ବୃଷ ରାଶିରେ

ରୋହିଣୀ ନକ୍ଷତ୍ର

ଘାତଚନ୍ଦ୍ର- ବିଛା ରାଶିର

ଘାତବାର- ବିଛା ରାଶି ପୁରୁଷଙ୍କର

ଯୋଗିନୀ ଦକ୍ଷିଣରେ ରହିବେ ଦିନ ୨ଟା ୫୪ ପରେ ପଶ୍ଚିମକୁ ଯିବେ

ଆଜି ପୁଷ୍କର ଦୋଷ ନାହିଁ

– ଶୁଭ ସମୟ –

ସକାଳ ୮ଟା ୦୨ ରୁ ଦିନ ୧୧ଟା ୧୦ ମଧ୍ୟରେ

ସନ୍ଧ୍ୟା ୬ଟା ୧୦ ରୁ ରାତି ୧୦ଟା ୨୧ ମଧ୍ୟରେ

– ଅଶୁଭ ସମୟ –

ଦିନ ୧୧ଟା ୩୪ ରୁ ଦିନ ୧ଟା ୦୩ ମଧ୍ୟରେ

ଆଜି ବେଲ ଓ ନିମ୍ବ  ଖାଇବେ ନାହିଁ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଧନ ସମ୍ବନ୍ଧିତ ଚିନ୍ତା ରହିଲେ ଅନ୍ୟ କ୍ଷେତ୍ରରେ ଶୁଭ ରହିବ

ଦ୍ୱିଜା ନକ୍ଷତ୍ର – ପୂର୍ବରୁ ରହିଥିବା ଅର୍ଥ ସମସ୍ୟାରେ ପରିବର୍ତ୍ତନ ହେବ, ପରିବାରରେ ଖୁସି ରହିବ

କୃତ୍ତିକା ନକ୍ଷତ୍ର – ଦିନସାରା ଚିନ୍ତାରେ ରହିଲେ ମଧ୍ୟ ପରିବାରର ସହଯୋଗ ପାଇବେ

ଚମ୍ପା ଫୁଲ ଦେବୀ ମନ୍ଦିରରେ ଅର୍ପଣ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – କର୍ମକ୍ଷେତ୍ରରେ ସତର୍କ ରହବେ ନଚେତ ସମ୍ମାନହାନୀ ହୋଇପାରେ

ରୋହିଣି ନକ୍ଷତ୍ର – ସବୁ ଦିଗରୁ ଦିନଟି ଭଲ ରହିବ, ମାନ,ସମ୍ମାନ ମିଳିପାରେ

ମୃଗଶିରା ନକ୍ଷତ୍ର – କୌଣସି ବନ୍ଧୁଙ୍କ ସହିତ ତର୍କ,ବିତର୍କ ହୋଇପାରେ,ଜଗିରଖି ଚଳିବେ

ହାଲୁଆ ତିଆରି କରି ସନ୍ଧ୍ୟାରେ ଠାକୁରଙ୍କୁ ଭୋଗ ଅର୍ପଣ କରିବେ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ରୋଜଗାର ଅଧିକ ହୋଇ ନ ପାରେ, ଚିନ୍ତାରେ ରହିବେ

ଆର୍ଦ୍ରା ନକ୍ଷତ୍ର – ଅର୍ଥ ସମସ୍ୟାରେ ପରିବର୍ତ୍ତନ ଯୋଗୁ ମନ ଟିକେ ଖୁସି ରହିବ

ପୁନର୍ବସୁ- ଗୃହିଣୀମାନଙ୍କ ପାଇଁ ଦିନଟି ଅତି ଭଲରେ କଟିବ

ରାଶି ଲଡୁ କିଛି ଗଣେଶ ଭଗବାନଙ୍କୁ ଭୋଗ ଲଗାନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର -ବନ୍ଧୁ ମିଳନ,କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଯୋଗୁ ଦିନଟି ଖୁସିରେ କଟିବ

ପୁଷ୍ୟା ନକ୍ଷତ୍ର – ବନ୍ଧୁଙ୍କର ସମାଲୋଚନାକୁ ନେଇ  ମାନସିକ ଅଶାନ୍ତି ରହିବ

ଅଶ୍ଲେଷା ନକ୍ଷତ୍ର – ପରିବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ସମ୍ମାନ,ଶ୍ରଦ୍ଧା ପାଇବେ

ଘର ବାହାରେ ଉତ୍ତର ଦିଗରେ  ପିଇବା ପାଣି ରଖନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ବନ୍ଧୁଙ୍କର ସାହାଯ୍ୟ ମିଳିବନି, ଦିନଟି ନିରାଶାରେ କଟିବ

ପୂର୍ବାଫାଲଗୁନି ନକ୍ଷତ୍ର – ପ୍ରୀତି ଭୋଜନ ମିଳିବା ସହ ପରିବାର, ବନ୍ଧୁଙ୍କ ସହ ହସଖୁସିରେ ଦିନଟି କଟିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ନିଜର ପ୍ରିୟ ବନ୍ଧୁଙ୍କ ଯୋଗୁ ଠକାମୀରେ ପଡିବେ

ନାଲି ମନ୍ଦାର ଦେବୀ ମନ୍ଦିରରେ ଅର୍ପଣ ସହ କର୍ପୂର ଆଳତୀ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର- କୌଣସି ପୁରୁଣା କଥାକୁ ନେଇ ମାନସିକ ଚିନ୍ତାରେ ରହିବେ, ନିଜ ଭୁଲ୍ ବୁଝି ଅନୁତାପ କରିବେ

ହସ୍ତା ନକ୍ଷତ୍ର – ନୂତନ ଚିନ୍ତା ଧାରାକୁ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ, ସଫଳତା ପାଇବେ

ଚିତ୍ରା ନକ୍ଷତ୍ର – ବେଶୀ କଥାବାର୍ତ୍ତା କାହା ସହ କରନ୍ତୁ ନାହିଁ, ଯୁକ୍ତିତର୍କ ହୋଇପାରେ

ଆବଶ୍ୟକୀୟ ଲୋକକୁ ମୁଗ ଡାଲି ଦାନ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଶରୀରରେ କୌଣସି ସ୍ଥାନରେ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ

ସ୍ୱାତୀ ନକ୍ଷତ୍ର – ବହୁ ଦିନରୁ ରହିଥିବା ରୋଗ ଦୁର ହେବ

ବିଶାଖା ନକ୍ଷତ୍ର – ପରିବାରର ସାହାଯ୍ୟ ପାଇଁ ବିଶେଷ କାର୍ଯ୍ୟ କରନ୍ତୁ

କ୍ଷୀରି କୋଳି ଗଛ କିଛି ରୋପଣ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ସମସ୍ତ କ୍ଷେତ୍ରରେ ସ୍ନେହ,ଶ୍ରଦ୍ଧା,ସମ୍ମାନ ପାଇ ଖୁସି ରହିବେ

ଅନୁରାଧା ନକ୍ଷତ୍ର – ବଡ଼ କିମ୍ବା ସାନ ଭାଇ ସହିତ ସାମାନ୍ୟ ମତାନ୍ତର ହୋଇପାରେ

ଜ୍ୟେଷ୍ଠା ନକ୍ଷତ୍ର – ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିବ

ବୁଧକାରକ ଲତାରେ ଜଳ କିଛି ଦିଅନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଯୋଗୁ ଶରୀର ଅସୁସ୍ଥ ହୋଇପାରେ

ପୂର୍ବାଷାଢା ନକ୍ଷତ୍ର – ଯେ କୌଣସି କ୍ଷେତ୍ରରେ ପୁଞ୍ଜି ଲଗାନ୍ତୁ, ସଫଳତା ପାଇବେ

ଉତ୍ତରାଷାଢା ନକ୍ଷତ୍ର – ଆଜି କାହାଠାରୁ ଧାର୍ ସୂତ୍ରରେ ଅର୍ଥ ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ

ଗାଈକୁ ଅଟା ଓ ଗୁଡ ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ନିଜେ ନିଜକୁ ଜଗନ୍ତୁ, ଶରୀରରେ ଆଘାତ ଲାଗିପାରେ

ଶ୍ରବଣା ନକ୍ଷତ୍ର – ସଂପର୍କୀୟଙ୍କ ସହିତ ରହିଥିବା ତିକ୍ତତା ଦୁର ହେବ

ଧନିଷ୍ଠା ନକ୍ଷତ୍ର – ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ଓସ୍ତଗଛମୂଳରେ ଜଳ ଓ ଫୁଲ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ନିଜର ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ

ଶତଭିଷା ନକ୍ଷତ୍ର – ସ୍ନେହ,ଶ୍ରଦ୍ଧା,ସମ୍ମାନରେ ଦିନଟି କଟିବ

ପୂର୍ବଭାଦ୍ର ନକ୍ଷତ୍ର – ଜମିବାଡି ସଂପତ୍ତିକୁ ନେଇ ରହିଥିବା ସମସ୍ୟାର ସମାଧାନ ହେବ

ଭିକାରକୁ ମସୁର ଡାଲି ଦାନ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବହୁ ଦିନରୁ ଆଶାବାଦୀ ହୋଇ ରହିଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରଭାଦ୍ର ନକ୍ଷତ୍ର – ଅଧିକ ଚିନ୍ତା କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ

ରେବତୀ ନକ୍ଷତ୍ର – ନିଜ କର୍ମକ୍ଷେତ୍ରରେ  ବନ୍ଧୁଙ୍କର ସାହାଯ୍ୟ ସହଯୋଗ ମିଳିବ

କୃଷ୍ଣଚୁଡା ଗଛ ମୂଳରେ  କର୍ପୂର ଜଳେଇ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ- 8456014477

IPL 2020: ରାଜସ୍ଥାନ ରୟାଲ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଆଇପିଏଲର ଏକ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍ ରେ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ବାହିନୀ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୭୦ ରନ କରିଥିଲେ । ସେହିପରି ଡି କକ୍ ୨୩, ରୋହିତ ୩୫, କୁନାଲ ପାଣ୍ଡ୍ୟା ୧୨ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ । ସେହିପରି ରାଜସ୍ଥାନ ପକ୍ଷରୁ ଏସ ଗୋପାଲ ୨ , ଆର୍ଚର ଏବଂ ତ୍ୟାଗୀ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୧୮.୧ ବଲରେ ୧୦ ଓ୍ୱିକେଟ ହରାଇ ୧୩୬ ରନ କରିଥିଲା । ଦଳ ପକ୍ଷରୁ ବଟଲର ୭୦ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ବୋଲ୍ଟ ୨, ବୁମରା ୪, ଜେମ୍ସ ପାଟିନସନ ୨ ଓ୍ୱିକେଟ ନେଇଛନ୍ତି ।

CAG Report: କୋଇଲା ଉତ୍ତୋଳନରୁ କମିଛି ରାଜସ୍ୱ ଆଦାୟ

ଭୁବନେଶ୍ୱର: ବିଧାନସଭାରେ ରାଜସ୍ୱ କ୍ଷେତ୍ର ସଂପର୍କିତ ୨୦୧୮ ପାଇଁ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୧୭-୧୮ରେ ରାଜସ୍ୱ ଆୟ ୪୨.୬୦ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଥିସହ ୭୯୫.୧୮ କୋଟି ଟଙ୍କାର ରାଜସ୍ୱହାନୀ ହୋଇଛି । ବିଭିନ୍ନ ଦ୍ରବ୍ୟର ଭୁଲ ଶ୍ରେଣୀ କରଣ ଯୋଗୁଁ ୬୪.୦୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ ହୋଇନଥିଲା । ଫଳରେ ୫୬.୫୨ ଲକ୍ଷ ଟଙ୍କାର କର ଓ ଜରିମାନା ଅନାଦେୟ ରହିଛି । ୪୧ ହଜାର ୧୫୯ ଜଣ ବ୍ୟବସାୟୀ ଜିଏସଟିରେ ପଞ୍ଜୀକରଣ କରିନାହାନ୍ତି ।

ସେପଟେ ଅନୁଚିତ ସମୀକ୍ଷା ଫଳରେ ୭୩.୭୩ ଲକ୍ଷ ସୁଧ ଆଦାୟ ବିଳମ୍ବ ହୋଇଛି । ମହୁଲି ମଦ ବ୍ୟବସାୟୀ ଅବକାରୀ ମାର୍ଗଦର୍ଶିକା ପାଳନ କରିନାହାନ୍ତି । ଲାଇସେନ୍‌ସଧାରୀଙ୍କ ଠାରୁ ମନମୁଖି ଜରିମାନା ଆଦାୟ ହୋଇଛି । ସେପଟେ ମୋଟର ଯାନ କର ଓ ଜରିମାନା ଆଦାୟ ନେଇ ଆପତ୍ତି ଉଠାଇଲେ ସିଏଜି । ୫୩.୪୮ କୋଟି ଟଙ୍କାର ଜରିମାନା ଅନାଦେୟ ରହିଛି । କୋଇଲା ଉତ୍ତୋଳନରୁ ମଧ୍ୟ ୧୧୨.୨୬ କୋଟି ଟଙ୍କାର କମ୍ ରାଜସ୍ୱ ଆଦାୟ ହୋଇଛି ।

ପୁଣି କମିପାରେ ରେପୋ ରେଟ୍‌; ୭-୮-୯ରେ RBI ମୁଦ୍ରା ନୀତି ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା ବୈଠକ ଆଗାମୀ ୭,୮ ଏବଂ ୯ ଅକ୍ଟୋବରରେ ହେବ । ମଙ୍ଗଳବାର ଆରବିଆଇ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ୱି-ମାସିକ ମୁଦ୍ରା ନୀତି ବୈଠକ ୭ ଅକ୍ଟୋବରଠାରୁ ଆରମ୍ଭ ହେବ । ବୈଠକର ଶେଷ ଦିନରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ ଡକାଇ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେବେ । ଏହା ପୂର୍ବରୁ ଆରବିଆଇ ମନିଟାରି ପଲିସି କମିଟିର ୩ ସଦସ୍ୟଙ୍କ ନିଯୁକ୍ତି ଦିଆଯାଇଛି । ସରକାର ସୋମବାର ଦିନ ୩ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ଆରବିଆଇ ମନିଟରି ପଲିସି କମିଟିର ରେଟ୍‌ ସେଟିଂ ମନିଟରି ପଲିସି କମିଟିର ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି । ଏଥିରେ PMEASର ସଦସ୍ୟ ଅସୀମା ଗୋଏଲ, ନେସନାଲ କାଉଁସିଲ ଫର ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚର ସିନିୟର ଆଡଭାଇଜର ସଶାଙ୍କ ଭିଡ଼େ ଏବଂ IIM ଅହମ୍ମଦାବାଦର ପ୍ରଫେସର ଜୟନ୍ତ ଆର ବର୍ମା ନୂଆ ସଦସ୍ୟ ହୋଇଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଗଠିତ ସମିତି ଏହି ସଦସ୍ୟମାନଙ୍କୁ ମଞ୍ଜୁରି ଦେଇଛି।

ଆରବିଆଇ ଅଧିନିୟମ ଅନୁସାରେ, ୩ ଜଣ ନୂଆ ସଦସ୍ୟଙ୍କ ନିଯୁକ୍ତି ୪ବର୍ଷ ପାଇଁ ହେବ । ତେବେ ଗତ ସେପ୍ଟେମ୍ବର ୨୯, ୩୦ ଏବଂ ଅକ୍ଟୋବର ୧ରେ ହେବାକୁ ଥିଲା ମୁଦ୍ରା ନୀତି ବୈଠକ । କିନ୍ତୁ ଆରବିଆଇ ଏମପିସିର ପୂର୍ବ ବୈଠକ ଗୁଡ଼ିକୁ ସ୍ଥଗିତ ରଖିଥିଲା । କାରଣ ସ୍ୱତନ୍ତ୍ର ସଦସ୍ୟଙ୍କ ନିଯୁକ୍ତିରେ ବିଳମ୍ବ ହୋଇଥିଲା । ସେତେବେଳେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଏମପିସିର ବୈଠକ ତାରିଖକୁ ଘୁଞ୍ଚାଯାଇଛି ।

ଯେଉଁମାନଙ୍କ ବଦଳରେ ନୂଆ ସଦସ୍ୟମାନେ ଆସିଛନ୍ତି ସେମାନେ ହେଲେ ଚେତନ ଘାଟେ, ପାମି ଦୁଆ ଏବଂ ରବିନ୍ଦ୍ର ଢୋଲକିଆ । ଚେତନ ଘାଟ ହେଉଛନ୍ତି ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଜଣେ ପ୍ରଫେସର । ସେହିଭଳି ପାମି ଦୁଆ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍‌ସର ନିର୍ଦ୍ଦେଶକ ହୋଇଥିବା ବେଳେ ରବୀନ୍ଦ୍ର ଢୋଲକିଆ ଅହମ୍ମଦାବାଦ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅଛନ୍ତି ।

୨୦୧୬ରେ, ସରକାର ଆରବିଆଇ ଗଭର୍ଣ୍ଣର ଠାରୁ ଆରମ୍ଭ କରି ୬ ସଦସ୍ୟ ବିଶିଷ୍ଟ MPC ପର୍ଯ୍ୟନ୍ତ ସୁଧ ହାର ସେଟିଂର ଭୂମିକା ସ୍ଥିର କରିଥିଲେ । ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ୱରେ ପ୍ୟାନେଲର ଅଧା ଅଂଶ ବାହ୍ୟ ସ୍ୱତନ୍ତ୍ର ସଦସ୍ୟଙ୍କୁ ନେଇ ଗଠିତ । ଆରବିଆଇ ଅଧିନିୟମ ଅନୁଯାୟୀ, ବାହ୍ୟ ସଦସ୍ୟମାନେ ୪ ବର୍ଷର ଅବଧି ପାଇଁ କାର୍ଯ୍ୟ କରିପାରିବେ ଏବଂ ପୁନ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ ନାହିଁ । ଏମପିସିର ଅନ୍ୟାନ୍ୟ ପଦବୀରେ ଥିବା ସଦସ୍ୟମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଡେପୁଟି ଗଭର୍ଣ୍ଣର ଏବଂ ଆରବିଆଇର ଜଣେ କେନ୍ଦ୍ରୀୟ ଅଧିକାରୀ ।

Beware Of Banking Fraud RBI Give Instruction About How To Secure Your Money From Bank Frauds

କରୋନା ମହାମାରୀ ଏବଂ ଲକଡାଉନ୍ କାରଣରୁ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହାକୁ ସୁଧାରିବା ଏକ ବଡ଼ ଚ୍ୟାଲେଞ୍ଜ ନିଶ୍ଚିତ । ତେବେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ କିଛି ଅଣପାରମ୍ପିକ ପଦକ୍ଷେପ ନିଆଯାଇପାରେ ବୋଲି ଆଶା କରାଯାଉଛି । ଯଦି ସଂଖ୍ୟା ଉପରେ ନଜର ପକାଇବା ତେବେ ଗତ ଫେବ୍ରୁଆରୀରୁ ଆଜି ସୁଦ୍ଧା ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍‌ରେ ୧.୧୫ ପ୍ରତିଶତ ହ୍ରାସ କରାଯାଇ ସାରିଛି । ତେବେ ଆଗାମୀ ଅକ୍ଟୋବର ୯ ରେ ଆରବିଆଇ ପକ୍ଷରୁ ରେପୋ ରେଟ୍‌ରେ ପୁଣି ୦.୨୫ ପ୍ରତିଶତ ହ୍ରାସ କରାଯାଇପାରେ ।

ଆହୁରି ବର୍ଷିବ ! ଅମଳକୁ ଆଉ ମାସେ ଥିବାବେଳେ ବିଗିଡିଲାଣି ଚାଷବାସ

ଭୁବନେଶ୍ୱର: ଧାନ ଥୋଡ଼କୁ ବର୍ଷାର ପାହାର । ଅମଳକୁ ଆଉ ମାସେ ଥିବା ବେଳେ ବର୍ଷା ବିଗାଡିଦେଲାଣି ଚାଷବାସ । ପନିପରିବା ଚାଷ ଉପରେ ବି ଦାଉ ସାଧିଛି ସକ୍ରିୟ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ୨୪ ଘଣ୍ଚା ସକ୍ରିୟ ରହିବାକୁ ଥିବା ବେଳେ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୧ରୁ ୧୩ ତାରିଖ ଯାଏ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Hirakud

ସେହିଭଳି ଉପରମୁଣ୍ଡରୁ ଜଳପ୍ରବାହ ବଢିଥିବାରୁ ବିପଦ ସଙ୍କେତ ଛୁଇଁଛି ହୀରାକୁଦ ଜଳଭଣ୍ଡାର । ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ୬୩୦ ଫୁଟ୍‌ ଛୁଇଁଥିବା ବେଳେ ୫ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ । ଜଳପ୍ରବାହ ବଢିଲେ ଅଧିକ ସଂଖ୍ୟକ ଗେଟ୍‌ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ । ସେହିପରି ବାଲେଶ୍ୱର ମଥାନି ଠାରେ ବିପଦ ସଙ୍କେତ ତଳକୁ ଖସୁନି ଜଳକାର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟର ପାର ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ୫.୮୬ ମିଟର ରେକର୍ଡ ହୋଇଛି ।

କରୋନା ଆଣିଦେଲା ଦୁଃଖ, ଜୀବନ ବଞ୍ଚାଇବାକୁ ମୂଲିଆ ସାଜିଲେ ଜାତୀୟସ୍ତରର ଫୁଟବଲ୍‌ ଖେଳାଳି

ଯାଜପୁର: କରୋନା ଆଣିଦେଲା ଦୁଃଖ । ଗୁଜୁରାଣ ପାଇଁ ଜାତୀୟ ସ୍ତରର ଫୁଟବଲ୍ ତାରକା ଏବେ ଦିନ ମଜୁରିଆ । ଜୀବନ ବଂଚାଇବାକୁ ମୂଲିଆ ସାଜିଲେ ଉଦୀୟମାନ ପ୍ରତିଭା । କିଛିଦିନ ତଳେ ମାଆଙ୍କ ମୃତ୍ୟୁ ପରେ ରୋଗୀଣା ବାପାଙ୍କ ଚିକିତ୍ସା ଓ ନିଜର ଗୁରୁରାଣ ମେଂଟାଇବା ପାଇଁ ସେ ଆଜି ପର ଘରେ ମୂଲ ଲାଗୁଛନ୍ତି । କେତେବେଳେ ରାଜମିସ୍ତ୍ରୀ କାମ ତ ଆଉ କେତେବେଳେ ବିଲବାଡି କାର୍ଯ୍ୟକୁ ଆଦରି ନେବାକୁ ବାଧ୍ୟ ହୋଇଛନ୍ତି ଜଣେ ପ୍ରତିଭାବାନ କ୍ରୀଡ଼ାବିତ୍ । ଦିନକୁ ୨୫୦ ଟଙ୍କା ମଜୁରୀରେ ପର ଘରେ କାମ କରୁଛନ୍ତି ଲକ୍ଷ୍ମୀ । ଆମେ କହୁଛୁ ଯାଜପୁର ସୁକିନ୍ଦା ଅଂଚଳର ଲକ୍ଷ୍ମୀ ମୁଣ୍ଡାଙ୍କ କଥା । ଗରିବ ଆଦିବାସୀ ପରିବାରରେ ଜନ୍ମିତ ଏହି ଝିଅ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି ।

ପିଲାବେଳୁ ଲକ୍ଷ୍ମୀଙ୍କର ଫୁଟବଲ୍ ଖେଳ ପ୍ରତି ରହିଥିଲା ରୁଚି । ତେଣୁ ସ୍କୁଲରେ ପଢିବା ସମୟରୁ ସେ ଫୁଟବଲ୍ ଖେଳ ଆରମ୍ଭ କରିଥିଲେ । ପରେ ଲକ୍ଷ୍ମୀ ବ୍ଲକ ଓ ଜିଲ୍ଲା ସ୍ତରରେ ଖେଳିବାକୁ ମନୋନିତ ହୋଇଥିଲେ । ରାଜ୍ୟ ସ୍ତରରେ ମନୋନୀତ ହେବା ପରେ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟସ ହଷ୍ଟେଲରେ ରହି ସେ ଖେଳ ଆରମ୍ଭ କରିଥିଲେ । ଲକ୍ଷ୍ମୀ ୨୦୧୧ରେ ପ୍ରଥମ ଥର ରାଜ୍ୟ ପାଇଁ ଖେଳିଥିଲେ । ଏହା ପରଠୁ ସେ ରାଜ୍ୟ ପାଇଁ ଗୋଟିଏ ପରେ ଗୋଟିଏ ଗୌରବ ଆଣିଥିଲେ । ଏସବୁ ଖେଳରେ ନିଜର ଆଶାତୀତ ପାରଦର୍ଶିତା ଦେଖାଇ ପ୍ରଶଂସିତ ମଧ୍ୟ ହୋଇଥିଲେ ।  ଲକ୍ଷ୍ମୀଙ୍କ ଭଳି ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ତୁରନ୍ତ ସହାୟତା ଓ ଖେଳ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି ।

ଦେହରେ ମାଟି ବୋଳି କୃଷି ବିଲ୍‌କୁ ବିରୋଧ

କଟକ: କେନ୍ଦ୍ର ଆଣିଥିବା କୃଷି ବିଲ୍‌କୁ ବିରୋଧ ସହ ପ୍ରତ୍ୟାହାର ଦାବିରେ ଅଭିନବ ଉପାୟରେ ଆରମ୍ଭ ହୋଇଛି ପ୍ରତିବାଦ । କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀ ସ୍ଥିତ କୃଷକ ମନ୍ଦିର ସମ୍ମୁଖରେ NAPM(ନ୍ୟାସନାଲ ଆଲିଆନ୍‌ସ ଅଫ୍ ପିପୁଲ୍ସ ମୁଭ୍‌ମେଣ୍ଟ୍) ଓଡିଶା ଆବାହକ ମଣ୍ଡଳିର ସଦସ୍ୟ ଓ କୃଷକ ନେତା ଦେହରେ ମାଟି ବୋଳି ଅଭିନବ ପ୍ରତିବାଦ କରିଥିଲେ ।

ଏହି ପ୍ରତିବାଦ ନଭେମ୍ବର ୨୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ସରକାର ଏହି ବିଲ୍‌କୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ଆନ୍ଦୋଳନକୁ ତୀବ୍ରତର କରାଯିବ । ଖୁବ୍ କମ୍ ଦିନ ଭିତରେ ଦିଲ୍ଲୀରେ, ଏଭଳି ଦେହରେ ମାଟି ବୋଳି ପ୍ରତିବାଦ କରିବେ ବୋଲି କୃଷକ ନେତା ତଥା ସମାଜସେବୀ ପ୍ରତାପ ସାହୁ କହିଛନ୍ତି ।

କେବେ ମିଳିବ ଜମାଟଙ୍କା ? ଆଶା ଆଶଙ୍କାରେ ଜମାକାରୀ…

ବାରିପଦା: ବିଳମ୍ବରେ ହେଉ ପଛେ ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କରେ ଜମାକାରୀଙ୍କୁ ମିଳିବ ସେମାନଙ୍କ ଜମାରାଶି । ଏନେଇ ଆଶାବାଦୀ ଥିଲେ ଜମାକାରୀ । ହେଲେ ମାମଲା ବାରମ୍ବାର କୋର୍ଟକୁ ଯାଉଥିବାରୁ ସେମାନେ ଆଶଙ୍କାରେ ରହୁଛନ୍ତି ।

କେବେ ମିଳିବ ଜମାଟଙ୍କା ? ଆଶା ଓ ଆଶଙ୍କାରେ ଜମାକାରୀ । ସମବାୟ ବିଭାଗ ଅନୁମତିକୁ ଅପେକ୍ଷା କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ରାଜ୍ୟର ଅନ୍ୟତମ ଅଗ୍ରଣୀ ସମବାୟ ବ୍ୟାଙ୍କ ଭାବେ ଖ୍ୟାତି ଅର୍ଜନ କରିଥିଲା । ହେଲେ ବ୍ୟାଙ୍କର ପରିଚାଳନା ଗତ ତ୍ରୁଟି ଓ ଖିଲାପି ଋଣ ଆଦାୟ ନହେବାରୁ ବ୍ୟାଙ୍କ ଦୁର୍ବଳ ହେବା ସହ ଆରବିଆଇ ରଦ୍ଦ କରିଥିଲା ଲାଇସେନ୍ସ । ଏପରିକି କାରବାର ଉପରେ ବି ଲଗାଯାଇଥିଲା ରୋକ୍ । ଫଳରେ ହଜାର ହଜାର ଜମାକାରୀ ସେମାନଙ୍କ ଜମାରାଶି ପାଇବାରୁ ବଞ୍ଚିତ ହୋଇଥିଲେ । ଏ ସଂପର୍କରେ ହାଇକୋର୍ଟ ବିଚାର ପରେ ଜମାକାରୀଙ୍କ ସପକ୍ଷରେ ପ୍ରକାଶ ପାଇଥିଲା ରାୟ । ହେଲେ ରାୟ ଆସିବାର ୨ ସପ୍ତାହ ପରେ ବି ଆରମ୍ଭ ହୋଇନି ଫେରସ୍ତ ପ୍ରକ୍ରିୟା ।

ସେପଟେ ରାଜ୍ୟ ସମବାୟ ବିଭାଗର ଅନୁମତିକୁ ଅପେକ୍ଷା କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଅନୁମତି ଆସିଲେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଖୁବଶୀଘ୍ର ଏନେଇ ଏହି ନିର୍ଦ୍ଦେଶନାମା ଆସିବ ଓ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ଜଣେ ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି । ହାଇକୋର୍ଟଙ୍କ ରାୟ ହଜାର ହଜାର ଜମାକାରୀଙ୍କ ଦୁଃଖ ଲାଘବ କରିବାରେ ସକ୍ଷମ ହୋଇପାରିବ ବୋଲି ଆଶା ରଖିଛନ୍ତି ଜମାକାରୀ ।