spot_img
Home Blog Page 671

ଗଣେଶ ପୂଜାରେ ଛିଟିକିଣି ଧରି ବୁଲୁଛନ୍ତି ଲୁଟେରା

ଗଣେଶ ପୂଜାରେ ଛିଟିକିଣି ଧରି ବୁଲୁଛନ୍ତି ଲୁଟେରା । ବାଟୁଳି ବାଜୁଛି, କାଚ ଭାଙ୍ଗୁଛି । ଖାରବେଳନଗର ଥାନା ଠାରୁ ଶହେ ମିଟର ଦୂରରେ ଘଟିଛି ଅଘଟଣ । ଗତକାଲି ଭୁବନେଶ୍ୱର ଜନପଥରେ ଲୁଟେରା ଏଭଳି କାର କାଚ ଭାଙ୍ଗି ଲୁଟିଛନ୍ତି । ଲୁଟ ର ଶିକାର ହୋଇଛନ୍ତି ବାଲେଶ୍ଵରର ସୌମ୍ୟରଞ୍ଜନ କର । ସୌମ୍ୟଙ୍କ ଘର ବାଲେଶ୍ଵର । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପତ୍ନୀଙ୍କ ସହ ସପିଂ କରି ଫେରିବା ବେଳକୁ କାର ରୁ ଲାପଟପ, ସୁନା ମୁଦି, ସୁନା କାନଫୁଲ ଲୁଟ ହୋଇଥିବା ଜଣାପଡିଛି । ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ଆରମ୍ଭ କରିଛି ।

ଭୁଲ ଇଂଜେକ୍ସନରୁ ଗୋଡ଼ ଅକାମୀ ! ୪ ବର୍ଷର ଶିଶୁକୁ ଧରି ଧାରଣାରେ ପରିବାର

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲ ପରିସରରେ ୪ ବର୍ଷର ଶିଶୁକୁ ଧରି ଧାରଣାରେ ପରିବାର। ସ୍ଥାନୀୟ ୧୭ ନମ୍ବର ୱାର୍ଡ ମାଟିଆ ଗ୍ରାମର ସୁବ୍ରତ ମଲ୍ଲିକ ଗତ ୨୩ ତାରିଖ ଦିନ ନିଜର ୪ ବର୍ଷର ପୁଅ ରୋହନକୁ ନେଇ ଥଣ୍ଡା ଜ୍ବରର ଚିକିତ୍ସା ଲାଗି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲକୁ ଆସିଥିଲେ l ସେଠାରେ ଡ୍ୟୁଟିରେ ଥିବା ଡ଼ାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ପୁଅର ଗୋଟେ ଗୋଡ ଅଚଳ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି  । ଅନ୍ୟପଟେ ପୋଲିସ FIR ରଖୁନଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ FIR ରଖିଥିବା ନେଇ କହିଛନ୍ତି ଅଭିଯୋଗକାରୀ  ।ସୁବ୍ରତ ଓ ତାଙ୍କ ପରିବାର ଉପଯୁକ୍ତ ନ୍ୟାୟ ଦାବୀ ସହ ନିଜ ପୁଅକୁ ଠିକ୍ କରିବା ଦାବୀ ନେଇ ମେଡିକାଲ ଆଗରେ ଧାରଣା ବସି ରହିଛନ୍ତି

ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ରାହୁଲ ଦ୍ରାବିଡ଼, ଫ୍ୟାନ୍ସ ହୋଇଗଲେ ତାଜୁବ୍

ଭାରତୀୟ ଅଭିଜ୍ଞ କ୍ରିକେଟର ବିରାଟ କୋହଲି ବିଶ୍ବରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୋଇଥାନ୍ତି । ସେ ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରତିନିଧିତ୍ବ କରି ଅନ୍ତର୍ଜାତୀୟ କ୍ରିକେଟରେ ବହୁ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି । ନିକଟରେ ବିରାଟ କୋହଲିଙ୍କୁ ନେଇ ଏକ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ ରାହୁଲ ଦ୍ରାବିଡ଼ । ବିରାଟଙ୍କ ଉଚ୍ଚତା ବହୁତ କମ୍ ବୋଲି ଏକ ପଡକାଷ୍ଟ ଅବସରରେ ଦ୍ରାବିଡ଼ କହିଛନ୍ତି । କୋହଲିଙ୍କ ହାଇଟକୁ ନେଇ ଦ୍ରାବିଡ଼ଙ୍କ ଏହି ବୟାନ ଶୁଣି ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି ।

ଆଶିଷ କୌଶିକଙ୍କ ଏକ ପଡକାଷ୍ଟ ଅବସରରେ ଦ୍ରାବିଡ଼ କହିଛନ୍ତି, ‘ଗାଭାସ୍କର ଜଣେ ବାଲାନ୍ସ ଖେଳାଳି ଥିଲେ । ମୁଁ ତାଙ୍କୁ ବ୍ୟାଟିଂ କରୁଥିବା ସବୁବେଳେ ଦେଖିଛି । ମୋର ହାଇଟ୍‌ ସାମାନ୍ୟ ଅଧିକ ଥିଲା, ସେଥିପାଇଁ ମୁଁ ତାଙ୍କୁ କେବେ ବି କପି କରିନଥିଲି । ସଚିନ ତେନ୍ଦୁଲକର ମଧ୍ୟ ବହୁତ ବାଲାନ୍ସ ଖେଳାଳି ଥିଲେ । କମ୍ ଉଚ୍ଚତା ବିଶିଷ୍ଟ ବ୍ୟାଟ୍ସମ୍ୟାନଙ୍କ ନିକଟରେ ବ୍ୟାଟିଂର ଅଧିକ ଫାଇଦା ରହିଥାଏ । ଗତ କିଛି ବର୍ଷ ମଧ୍ୟରେ କମ୍ ହାଇଟଧାରୀ ବହୁ ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ଦେଖିବାକୁ ମିଳିଛି । ସୁନିଲ  ଗାଭାସ୍କର, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଓ ରିକି ପଣ୍ଟିଂଙ୍କୁ ଆପଣ ଦେଖିପାରନ୍ତି । ସାର ଡନ ବ୍ରାଡମ୍ୟାନ ମଧ୍ୟ କମ୍ ହାଇଟର ଥିଲେ । ବିରାଟ କୋହଲିଙ୍କ ଉଚ୍ଚତା ମଧ୍ୟ କମ୍ । ମୁଁ ବିରାଟଙ୍କୁ ଛୋଟ କହିଲି ବୋଲି ତାଙ୍କୁ ଏହା କେବେ ବି ଭଲ ଲାଗିବ ନାହିଁ ।’

ଜିନପିଙ୍ଗ ପଠାଇଲେ ସିକ୍ରେଟ ଲେଟର, ତା’ପରେ ପିଏମ୍ ମୋଦୀଙ୍କ ଚୀନ ଗସ୍ତ: ଏହା ପଛରେ କ’ଣ ରହିଛି ରହସ୍ୟ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ ଚୀନ ଓ ଜାପାନ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ କାଳରେ ଏସସିଓ ସମ୍ମିଳନୀରେ ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନଙ୍କୁ ମୋଦୀ ଭେଟିବେ । ଗତ କିଛି ମାସ ହେଲା ଭାରତ-ଚୀନ ସମ୍ପର୍କ ସୁଦୃଢ଼ ନେଇ ପ୍ରୟାସ ଜାରି ରହିଛି । ୭ ବର୍ଷ ପରେ ପିଏମ୍ ମୋଦୀ ଚୀନ ଗସ୍ତରେ ଯାଉଛନ୍ତି । ପାଖାପାଖି ୫ ବର୍ଷ ପୂର୍ବରୁ ଗଲଓ୍ବାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ତେଜନା ଦେଖିବାକୁ ମିଳିଥିଲା । ମାତ୍ର କିଛି ମାସ ହେଲା ଦୁଇ ଦେଶର ସମ୍ପର୍କରେ ସୁଧାର ପାଇଁ ପ୍ରୟାସ ଜାରି ରହିଛି ।

ଏହା ମଧ୍ୟରେ କିଛି ରହସ୍ୟ ଲୁଚି ରହିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଚୀନ ସହ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିଲେ, ସେହି ସମୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଗୋପନୀୟ ଚିଠି ପଠାଇଥିଲେ । ସମ୍ପର୍କ ସୁଧାର ପାଇଁ ତାହା ପ୍ରଥମ ପଦକ୍ଷେପ ଥିଲା । ବ୍ଲୁମବର୍ଗର ଏକ ରିପୋର୍ଟରେ ଏହି ସିକ୍ରେଟ ପତ୍ରକୁ ନେଇ ଲମ୍ବା ଲେଖା ପ୍ରକାଶିତ ହୋଇଛି । ଜଣେ ଭାରତୀୟ ବ୍ଲୁମବର୍ଗକୁ କହିଛନ୍ତି, ପତ୍ରରେ ଆମେରିକାର ପଦକ୍ଷେପ ଦ୍ବାରା ଚୀନର କ୍ଷତି ବାବଦରେ ଚିନ୍ତା ପ୍ରକାଶ କରାଯାଇଛି । ଉକ୍ତ ସନ୍ଦେଶ ମୋଦୀଙ୍କ ନିକଟରେ ପହଞ୍ଚିଥିଲା । ଏହାପରେ ଜୁନ ସୁଦ୍ଧା ମୋଦୀ ସରକାର ଚୀନ ସହ ସମ୍ପର୍କ ସୁଧାର ପାଇଁ ଗମ୍ଭୀର ପ୍ରୟାସ ଆରମ୍ଭ କରିଥିଲେ । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ବିବାଦ ସୃଷ୍ଟି ହେବା ସମୟରେ ଏହା ଘଟିଥିଲା । ମେ ମାସରେ ଭାରତ-ପାକିସ୍ତାନ ସଂଘର୍ଷ ପରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ପରେ ଦିଲ୍ଲୀରେ ରୋଷ ବଢ଼ିଥିଲା । ଚଳିତ ସପ୍ତାହରେ ମୋଦୀ ସଂଘାଈ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ପାଇଁ ଚୀନ ଯାଉଛନ୍ତି । ସେଠାରେ ସେ ଜିନପିଙ୍ଗ ଓ ପୁଟିନଙ୍କୁ ଭେଟିବେ । ଏହି ତ୍ରିପାକ୍ଷୀୟ ଆଲୋଚନା ଆମେରିକା ପାଇଁ ଚିନ୍ତାଜନକ ବିଷୟ ହେବ ।

ବିଜାପୁର ଏସପିଙ୍କ ନିକଟରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ ସଫଳତା । ୮୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩୦ ଜଣ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି DVCM, ACM ଓ PLGA ସଦସ୍ୟ ରହିଛନ୍ତି । ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ରାସ୍ତା ନିର୍ମାଣ, ପାଣି, ବିଦ୍ୟୁତ ଓ ଅନ୍ୟାନ୍ୟ ଜନ ହିତକର ଯୋଜନା ଗାଁ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି। ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହିତ ସକାରାତ୍ମକ ଆଲୋଚନା, କମ୍ୟୁନିଟି ପୋଲିସିଂ ଅଧୀନରେ ଦିଆଯାଉଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ଯୋଗୁଁ ସଂଗଠନରୁ ମାଓବାଦୀଙ୍କ ଭ୍ରମ ଦୂର ହୋଇଛି । ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି  ବିଜାପୁର ଏସପି କହିଛନ୍ତି ।

ଏନକାଉଣ୍ଟରରେ ୪ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ : ଗଡଚିରୋଲି- ନାରାୟଣପୁର ସୀମାରେ ବଡ ଧରଣର ଏନକାଉଣ୍ଟର। ୩ ମହିଳା ମାଓବାଦୀଙ୍କ ସମତେ ୪ ଜଣ ପ୍ରାଣ ହରାଇଛନ୍ତି। ପ୍ରାୟ ୮ ଘଣ୍ଟାର ଅପରେସନ ପରେ ଟଳିଛନ୍ତି ମାଓବାଦୀ। ଗଡଚିରୋଲି ଡିଭିଜନର ଗଟ୍ଟା ଦଳମ କମ୍ପାନୀ ନମ୍ବର ଟେନ ଓ ଅନ୍ୟ ମାଓବାଦୀ ସଂଗଠନ ଜଙ୍ଗଲ ଭିତରେ ଥିବା ସୂଚନା ମିଳିବା ପରେ ସେଠାରେ ଆରମ୍ଭ ହୋଇଥିଲା ଅପରେସନ। ମହାରାଷ୍ଟ୍ର ପୋଲିସର ୧୯-ସି-୬୦ କମାଣ୍ଡୋ ୟୁନିଟ ଏବଂ ସିଆରପିଏଫର କୁଇକ ଆକ୍ସନ ଟିମ ପକ୍ଷରୁ ଏହି ଅପରେସନ କରାଯାଇଥିଲା। ଏହାର ନେତୃତ୍ବ ନେଉଥିଲେ ଅତିରିକ୍ତ ଏସପି ଏମ. ରମେଶ। ଗୁଇନ୍ଦା ସୂଚନା ଆଧାରରେ ମାଓବାଦୀଙ୍କ ଗୋପନ ଆଡ୍ଡାସ୍ଥଳୀ ନିକଟରେ ପହଞ୍ଚିଥିଲା ଟିମ। ପୋଲିସ ପହଞ୍ଚିବା ପରେ ସେଠାରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ନିକଟରୁ ଏସଏଲଆର, ଇନସାସ ରାଇଫଲ ଓ ଏକ ୩୦୩ ରାଇଫଲ ଜବତ ହୋଇଛି।

ଟ୍ରମ୍ପଙ୍କ ଫୋନ କଲକୁ ରିସିଭ୍ କଲେନି ପ୍ରଧାନମନ୍ତ୍ରୀ ମୋଦି…

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାହେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରିଥିଲେ ୪ ଥର ଫୋନ। ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ଅଗ୍ରାହ୍ୟ କରିଥିଲେ। ଏନେଇ ଜର୍ମାନୀର ଏକ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରେ ପ୍ରଧାନମନ୍ତ୍ରୀ ମୋଦି କ୍ଷୋଭର ସହକାରେ ଏହି ଫୋନ କଲ୍ ରିସିଭ କରି ନଥିବା କୁହାଯାଉଛି। ଖବର କାଗଜରେ ପ୍ରକାଶ ପାଇଛି- ଟାରିଫ ଲାଗୁ କାରଣରୁ ମୋଦି ଅପମାନିତ ବୋଧ କରିଛନ୍ତି। ଅନ୍ୟ ରାଷ୍ଟ୍ରକୁ ଆମେରିକା ଗୁରୁତ୍ବ ଦେଇଥିବାବେଳେ ଭାରତ ପ୍ରତି ଟ୍ରମ୍ପ ଗୁରୁତ୍ବ ଦେଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଫ୍ରାଙ୍କଫର୍ଟର ଆଲଜେମେନ ଜାଇତୁଙ୍ଗ ନାମକ ଏହି ଖବରକାଗଜରେ କୁହାଯାଇଛି- ଟ୍ରମ୍ପଙ୍କୁ ଫୋନ କଲ ରିସିଭ ନ କରିବା ଟ୍ରମ୍ପଙ୍କ ପ୍ରତି ମୋଦିଙ୍କ କ୍ରୋଧ ଭାବର ଦୃଷ୍ଟାନ୍ତ। ଏହା ସହ ଟ୍ରମ୍ପଙ୍କୁ ବି ସତର୍କ କରିବା ଲାଗି ମୋଦି ପ୍ରଚେଷ୍ଟା କରିଥିଲେ। କେବଳ ଏହି ଖବର କାଗଜ ନୁହେଁ, ଜାପାନର ଏକ ଖବରକାଗଜ ନିକେଇ ଏସିଆ ବି ସମାନ ରିପୋର୍ଟ ପ୍ରକାଶ କରିଛି। ଟ୍ରମ୍ପଙ୍କ ଫୋନ କଲ୍ ନଧରିବା ଟ୍ରମ୍ପଙ୍କ ଲାଗି ହତାଶାଭାବର ପରିଚାଷକ ବୋଲି କୁହାଯାଇଛି। ସେହିପରି ବର୍ଲିନସ୍ଥିତ ଗ୍ଲୋବାଲ ପବ୍ଲିକ ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଥୋର୍ଷ୍ଟନ ବେନର ବି ଜର୍ମାନ ଖବରକାଗଜର କ୍ଲିପକୁ ନିଜ ଏକ୍ସ ଆକାଉଣ୍ଟରେ ସ୍ଥାନୀତ କରିଛନ୍ତି। ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ଲାଗୁ ହେବା ପୂର୍ବ ଦିନ ଏହି ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ମିଳିଛି। ଗତ ୨୭ ତାରିଖ ସକାଳ ୯ଟାରେ ଭାରତ ଉପରେ ଲାଗୁ ହୋଇଥିଲା ଟାରିଫ

ମାତା ବୈଷ୍ଣୋଦେବୀ ଯାତ୍ରାରେ ଭୂସ୍ଖଳନ ଘଟଣା : ମୃତ୍ୟୁ ସଂଖ୍ୟା ୩୬, ରେସକ୍ୟୁ ଅପରେସନ ଜାରି

ନନ୍ଦିଘୋଷ ବ୍ୟୁରୋ : ମାତା ବୈଷ୍ଣୋଦେବୀ ଯାତ୍ରାରେ ଭୂସ୍ଖଳନଜନିତ ଅଘଟଣରେ ମୃତ୍ୟୁ ସଂଖ୍ୟା ହୋଇଛି ୩୬। ଅଧକୁମାରୀଠାରେ ଘଟିଥିବା ଭୂସ୍ଖଳନରେ କିଛି ଭକ୍ତ ମାଟିତଳେ ଫସିଥିବା ଆଶଙ୍କା ରହିଥିବାରୁ ସେଠାରେ ଉଦ୍ଧାର କାର୍ଯ୍ଯ ଜାରି ରିହଛି। ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଥିବାବେଳେ ଝେଲମ ନଦୀ ଫୁଲୁଥିବା ଜଣାଯାଇଛି। ୩ ହଜାର ୫୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜାମ୍ମୁ ଓ କାଶ୍ମୀରରେ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସାକିନା ଇଟୋ। ଗତ ୨୪ ଘଣ୍ଟା ଭିତରେ ୨୯୬ ମିଲିମିଟର ବର୍ଷା ହେବା ଯୋଗୁ ସ୍ଥିତି ବିପନ୍ନ ହେବାରେ ଲାଗିଛି। ଉଦ୍ଧମପୁରରେ ଏପରିକି ୬୨୯ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଜାମ୍ମୁ ଓ କାଶ୍ମୀର ପୋଲିସ, ଏନଡିଆରଏଫ, ଏସଡିଆରଏଫ, ଆର୍ମି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଝେଲମ ନଦୀର ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ଦକ୍ଷିଣ କାଶ୍ମୀରରେ ଫ୍ଲଡ ଆଲର୍ଟ ଜାରି କରାଯାଇଛି। ସି୧୩୦ ଓ ଆଇଏଲ ୭୬ ଜରିଆରେ ହିଣ୍ଡନ ଏୟାରପୋର୍ଟରୁ ରିଲିଫ ସାମଗ୍ରୀ ପଠାଯାଇଛି। ଉଦ୍ଧାର ଲାଗି ଏମଆଇ ୧୭ ଓ ଭି୫ ମୁତୟନ କରାଯାଇଛି। ଜାମ୍ମୁ ସହର, ଆରଏସପୁରା, ଅଖନୋର, ନାଗ୍ରୋଟା, କୋଟଭାଲୱାଲ, ବିସନାହ, ବିଜୟପୁର, କାଠୁଆ, ଉଦ୍ଧମପୁର, ରାମବନ, ରାମନଗର, ହୀରାନଗର ଆଦି ଅଞ୍ଚଳରେ ଫ୍ଲାସଫ୍ଲଡ ଓ ବନ୍ୟା ଗୁରୁତର ପ୍ରଭାବ ପକାଇଛି। ଆହତମାନଙ୍କୁ ମାତା ବୈଷ୍ଣୋଦୀବ ନାରାୟଣ ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ମୃତକଙ୍କ ପରିବାର ଲାଗି କ୍ଷତିପୂରଣ ଘୋଷଣା କରାଯାଇଛି।

ଜମ୍ମୁ ଓ କାଶ୍ମୀରରେ ୫୮ ଟ୍ରେନ୍ ବାତିଲ, ଫସିଛନ୍ତି ହଜାର ହଜାର ଲୋକ

ନନ୍ଦିଘୋଷ ବ୍ୟୁରୋ :  ଜମ୍ମୁ ଓ କାଶ୍ମୀରେ ବର୍ଷା ଓ ଭୂସ୍ଖଳନ ତାଣ୍ଡବ । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ୫୮ଟି ଟ୍ରେନକୁ ବାତିଲ କରିଛି । ଏଥିରେ ଉତ୍ତର ପ୍ରଦେଶ, ଦିଳ୍ଲୀ ଓ ଅନ୍ୟାନ୍ୟ ରାଜ୍ୟକୁ ଯାତାୟତ କରୁଥିବା ଟ୍ରେନ୍ ମଧ୍ୟ ସାମିଲ ଅଛି । ଟ୍ରେନ ବାତିଲ ହେବା ପରେ ଜମ୍ମୁ ଓ କାଶ୍ମୀର ରେଳ ଷ୍ଟେସନରେ ହଜାର ହଜାର ଲୋକ ଫସି ରହିଛନ୍ତି । ରେଳ ବିଭାଗ ଜମ୍ମୁ, ପଠାନକୋଟ ଓ ଦିଲ୍ଲୀ ଷ୍ଟେସନରେ ହେଲ୍ପ ଲାଇନ ଜାରି କରିଛନ୍ତି । ଅନ୍ୟପଟେ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି ।

ଜମ୍ମକୁ ଯାତାୟତ କରୁଥିବା ଅନେକ ପ୍ରମୁଖ ଟ୍ରେନ ବାତିଲ କରାଯାଇଛି । କିଛି ଟ୍ରେନକୁ ୨୭ ଓ ୨୮ ତାରିଖ ପାଇଁ ରଦ୍ଦ କରାଯାଇଛି । ଆଉ କିଛି ଟ୍ରେନ ଶୁକ୍ରବାର ବି ଚଳାଚଳ କରିବା ସମ୍ଭବ ନାହିଁ । ଅନେକ ଟ୍ରେନ ଅଧା ବାଟରେ ଅଟକି ରହିଛି ।

ଗତ ସପ୍ତାହରେ ୧୮ ହଜାର ୭୦୦ ଯାତ୍ରୀ ଟ୍ରେନ ମାଧ୍ୟମରେ ଜମ୍ମୁ ପହଞ୍ଚିଥିଲେ । ଏବେ ସେମାନେ ସେଠାରେ ଫସିଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେଳ ବିଭାଗ ଦିଲ୍ଲୀ ଯାଏଁ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା  କରୁଛି । ସେଠାରୁ ଯାତ୍ରୀମାନେ ଅନ୍ୟ ସ୍ଥାନକୁ ଯାଇପାରିବେ ।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏପରି ନିଷ୍ପତ୍ତି ନେଇଛି । ରେଳ ବିଭାଗ ତରଫରୁ ହେଲ୍ପ ଲାଇନ ଜାରି କହିଛି । ଜମ୍ମୁ ରେଳ ଷ୍ଟେସନ ପାଇଁ ୭୮୮୮୩୯୧୧ ଓ ଦିଲ୍ଲର ରେଳ ଷ୍ଟେସନ ପାଇଁ ୯୭୧୭୬୩୮୭୭୫ ନମ୍ବର ଜାରି କରିଛି । ଅଧିକ ଜାଣିବା ପାଇଁ ଯାତ୍ରୀମାନେ ରେଲଓ୍ବେ ଓ୍ବେବସାଇଟ ମଧ୍ୟ ବ୍ୟବହାର କରିପାରିବେ ।

ଟ୍ରେନ ବାତିଲ ହେବା ପରେ ବିମାନ ଭଡା ବୃଦ୍ଧି ପାଇଛି । ଜମ୍ମୁ ଠାରୁ ଲକ୍ଷ୍ନୌ ବିମାନ ଭଡା ୫ ଭିତରେ ରହିଥିବା ବେଳେ ଏବେ ଏହା ୨୪ ହଜାରକୁ ବୃଦ୍ଧି ପାଇଛି । ଜମ୍ମୁ ଓ କଟରାରେ ଫସିଥିବା ଯାତ୍ରୀ କହିଛନ୍ତି କି, ସେମାନେ ବିମାନ ଭଡା ବୃଦ୍ଧିକୁ ନେଇ ସମସ୍ୟାରେ ପଡିଛନ୍ତି । ବୈଷ୍ଣୋଦେବୀ ଓ ଅମରନାଥରେ ଫସିଥିବା ପର୍ଯ୍ୟଟକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରଶାସନ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ଖରାବ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।