କେନ୍ଦ୍ରାପଡ଼ା: ଏବେ ବି ରହିଛି ଅନ୍ଧ ବିଶ୍ୱାସ । ଗୁଣିଗାରେଡ଼ିକୁ ଲୋକମାନେ କରୁଛନ୍ତି ବିଶ୍ୱାସ । ଏଭଳି ଏକ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଖରିନାସୀ ଗାଁରେ । ଗୋଟିଏ ପରିବାରର ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେମାନେ ଗୁଣିଆର ସାହାରା ନେଇଛନ୍ତି । ଆଉ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ଖରିନାସୀ ଗାଁର ବିଶ୍ୱନାଥ ମଣ୍ଡଳଙ୍କ ପତ୍ନୀ ଓ ପୁଅର ଦେହ ଭଲ ରହୁନଥିବାରୁ ସେ ଜଣେ ଗୁଣିଆର ପରାମର୍ଶ ନେଇଥିଲେ । ଗୁଣିଆ ଜଣଙ୍କ ତାଙ୍କ ଘରକୁ ଆସି ବିଭିନ୍ନ ପୂଜାର୍ଚ୍ଚନା କରିବା ସହ ଝଡ଼ାଫୁଙ୍କା କରିଥିଲା ।
https://www.facebook.com/NandighoshaTV/videos/308394123665804/
ଯାହା ଫଳରେ ଏହାକୁ ପଡ଼ୋଶୀ ବିରୋଧ କରିଥିଲେ । ବିଶ୍ୱନାଥ ଡାକ୍ତରଙ୍କ ପରାମର୍ଶ ନେବା ବଦଳରେ ଗୁଣିଆର ପରାମର୍ଶ କାହିଁକି ନେଇଥିଲେ ବୋଲି ପଡ଼ୋଶୀ ପ୍ରଶ୍ନ କରିଥିଲେ । ଏମିତିକି ଗୁଣିଆର ପୂଜାର୍ଚ୍ଚନାକୁ ମଧ୍ୟ ବିରୋଧ କରିଥିଲେ ।
ଖାଲି ସେତିକି ନୁହେଁ ଗାଁରେ ଗୁଣିଆକୁ କିଛି ଲୋକ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ବିରୋଧ କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏବଂ ବିରୋଧ କରୁଥିବା ଲୋକମାନେ ଗୁଣିଆକୁ ଏକ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ମାମଲା ଥାନାରେ ପହଞ୍ଚିଛି ।






ଚିଠି ଲେଖିଥିବା ବୈଜ୍ଞାନିକ ଦଳର ଏକ ଅଂଶ ଥିବା ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ପ୍ରଫେସର ଲିଡିଆ ମୋରାଭସ୍କା କହିଛନ୍ତି ଯେ ଆମେ ଏହା ଉପରେ 100 ପ୍ରତିଶତ ଆତ୍ମବିଶ୍ୱାସୀ । ବୈଜ୍ଞାନିକମାନଙ୍କର ନୂତନ ଦାବିକୁ ଦୃଷ୍ଟିରେ ରଖି WHOକୁ ଏହାର ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିବାକୁ ପଡିପାରେ । ଯେଉଁ ଜାଗାରେ ଭଲ ଭେଣ୍ଟିଲେସନ୍ ନଥାଏ, ସେଠାରେ ଲୋକମାନେ ବହୁତ ଦୂରରେ ବସି ସତ୍ତ୍ୱେ ମାସ୍କ ପିନ୍ଧିବାକୁ ପଡ଼ିବ । WHO ବର୍ତ୍ତମାନ ପର୍ଯ୍ୟନ୍ତ କହିଛି ଯେ ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କିବା ସମୟରେ କରୋନା ଭୂତାଣୁ ମୁଖ୍ୟତ ବଡ଼ ଶ୍ୱାସକ୍ରିୟା ଡ୍ରପଲେଟରୁ ବ୍ୟାପିଥାଏ ।













