ଆପ୍ ଉପରେ ନିଷେଧାଦେଶ ପରେ ଚୀନ୍ର ବାଣିଜ୍ୟ ଯୁଦ୍ଧ ଧମକ
ନୂଆଦିଲ୍ଲୀ: ଚାଇନାର ଆପ୍ ବ୍ୟାନ୍ ପରେ ଚାଇନା ବାଉଳି ହେଉଛି । ବାଣିଜ୍ୟ ଯୁଦ୍ଧ ପାଇଁ ଦେଉଛି ରଣ ହୁଙ୍କାର । ଚୀନର ୫୯ ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଉପରେ ଚୀନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଚାଇନାର କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ନିୟନ୍ତ୍ରିତ ଏକ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଏଭଳି ପଦକ୍ଷେପ ଯୋଗୁଁ ଭାରତ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧକୁ ଅଣଦେଖା କରିବା ଉଚିତ୍ ନୁହେଁ । ଖବରକାଗଜ ଲେଖିଛି ଯେ ଚୀନ୍ କମ୍ପାନୀଗୁଡିକ ବିରୋଧରେ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କୌଣସି କାରଣ ନାହିଁ ।

୨୦୧୭ ର ଡୋକଲାମ ବିବାଦ ବିଷୟରେ ଚାଇନାର ଖବରକାଗଜ ଲେଖିଛି – ‘ବିଗତ ଅନେକ ବର୍ଷ ମଧ୍ୟରେ ଚୀନ-ଭାରତ ସୀମାରେ କିଛି ବିବାଦ ଦେଖାଦେଇଥିଲା । କିନ୍ତୁ ବାଣିଜ୍ୟ ଯୁଦ୍ଧ ଉଭୟ ଦେଶ ପାଇଁ ଅସାଧାରଣ ହେବ । ୨୦୧୭ ର ଡୋକଲାମ ବିବାଦ ସମୟରେ ମଧ୍ୟ ସଙ୍କଟ ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଆରମ୍ଭ ହୋଇଥିବାରୁ ଭାରତର ଆର୍ଥିକ କ୍ଷତି ସୀମିତ ଥିଲା । ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ ଆପର ନିଷେଧାଦେଶ ଦ୍ୱାରା ଚୀନ୍ କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ । କିନ୍ତୁ ଯଦି ଆମେ ବଡ଼ ଚିତ୍ରକୁ ଦେଖିବା ତେବେ ଏହା ସ୍ପଷ୍ଟ ଯେ ଚୀନ୍ର ବୃହତ ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ସ୍ଥିତିରେ ଭାରତ ନାହିଁ ।

ଚୀନ୍ ଖବରକାଗଜ ଲେଖିଛି ଯେ ସୀମାରେ ସଂଘର୍ଷ ପରେ ଚୀନ୍ ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ସହ ଶାନ୍ତି ପାଇଁ ଉଦ୍ୟମ କରୁଛି । ଏହା ଉଭୟ ଦେଶ ପାଇଁ ଲାଭଦାୟକ ଅଟେ । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମୋଦୀ ସରକାର ଭାରତୀୟଙ୍କ ମଧ୍ୟରେ ବଢ଼ୁଥିବା ଜାତୀୟତାକୁ ରୋକିବାରେ ବିଫଳ ହୋଇଛନ୍ତି ।

ଗ୍ଲୋବାଲ ଟାଇମ୍ସ କହିଛି ଯେ ଦେଶରେ ଜାତୀୟତା ବୃଦ୍ଧି ହେତୁ ଚାପ ଯୋଗୁଁ ମୋଦୀ ସରକାର ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖବରକାଗଜ ଅନୁଯାୟୀ ଉଭୟ ଦେଶ ସୀମାରେ ଏପରି ଘଟଣା ଦେଖିନଥିଲେ । କିନ୍ତୁ ଚୀନ୍ ନିବେଶକଙ୍କ ବିଶ୍ୱାସକୁ ଭାରତ ସରକାର ଭାଙ୍ଗି ଦେଇଛନ୍ତି । ଯଦି ଭାରତ ସରକାର ଏହି ଉପାୟରେ ଦେଶର ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସାହନ ଜାରି ରଖନ୍ତି, ତେବେ ଭାରତକୁ ଡୋକଲାମ ସଙ୍କଟଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିବ । ସରକାର ପରିସ୍ଥିତିକୁ ବୁଝିବେ ଏବଂ ସାମ୍ପ୍ରତିକ ସଙ୍କଟ ବଢ଼ିବାକୁ ରୋକିବାକୁ ଚେଷ୍ଟା କରିବେ ବୋଲି ଖବରକାଗଜରେ ଆଶା ପ୍ରକାଶ ପାଇଛି ।

କରୋନାରେ ମୃତ୍ୟୁ ପରେ ମିଳୁନି ସମ୍ମାନ: ଆମ୍ଭୁଲାନ୍ସରେ ନେଇ ଖାଲରେ ଫିଙ୍ଗୁଛନ୍ତି ଅଧିକାରୀ, ଭାଇରାଲ ହେଲା ଭିଡିଓ
ବେଲାରୀ: କର୍ଣ୍ଣାଟକର ବେଲାରୀରେ କରୋନା ବିପକ୍ଷରେ ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହକୁ ଅସମ୍ମାନ । ଶବକୁ କବର ଦେବାବେଳେ ସେମାନଙ୍କୁ ଖାଲରେ ଫିଙ୍ଗିଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ କର୍ଣ୍ଣାଟକ ବିଜେପି ସରକାରକୁ କଂଗ୍ରେସ ଏବଂ ଜେଡିଏ ସମାଲୋଚନା କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାରର ଉଦବେଗ ସ୍ରୁଷ୍ଟି କରିଛି ।
ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ପରେ ଗୋଟିଏ ଶବକୁ ଆମ୍ବୁଲାନ୍ସରୁ ବାହାର କରି ଅଳିଆ ପରି ଖାଲରେ ଫିଙ୍ଗି ଦିଆଯାଉଛି । ଭିଡିଓରେ, ପିପିଏ ସୁଟ୍ ପିନ୍ଧିଥିବା କର୍ମଚାରୀମାନେ ଖାଲରେ ଶବ ରଖିଥିବାର ନଜର ଆସିଛନ୍ତି । ନିକଟରେ ଏକ ଜେସିବି ମେସିନ୍ ମଧ୍ୟ ମୃତ ଦେହକୁ ନେଇଯାଉଥିବା ନଜର ଆସିଥିଲା । ଏହାପରେ ସେଥିରେ ନିଓଜିତ ଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ସରକାରୀ କର୍ମଚାରୀଙ୍କ ଏପରି ଆଚରଣକୁ ନେଇ ରାଜନୈତିକ ଦଳ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବେଲାରୀ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବେଲାରୀର ଡିସି କହିଛନ୍ତି ଯେ ଭିଡିଓ ଦେଖିବା ପରେ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି । ପ୍ରଥମ ଦେଖାରେ, ଲାଗୁଛି ଯେ ପ୍ରୋଟୋକଲ୍ ଅନୁସରଣ କରାଯାଇଛି କିନ୍ତୁ ମାନବିକତା ଦୃଷ୍ଟିରୁ ଯାହା ଘଟିଛି ତାହା ଭୁଲ୍ ଅଟେ । ଶବଗୁଡ଼ିକୁ ସମ୍ମାନର ସହିତ ଦାହ କରାଯିବା ଉଚିତ୍ ।
BEWARE!
By chance, if you or your family members die because of COVID-19, this is how the BJP Govt. in Karnataka throws away your body with many others into a single pit!
This is the 'well-planned COVID management' that the Govt. talks about everyday in the media! pic.twitter.com/jwIfhrcjN1— Janata Dal Secular (@JanataDal_S) June 30, 2020
ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ବି ଏହି ଘଟଣାରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ଶ୍ରୀରାମୁଲୁ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀମାନେ ଏହା କରିବା ସମୟରେ ପ୍ରୋଟୋକଲ୍ ଅନୁସରଣ କରିବା ଉଚିତ୍ । ଏଥି ସହ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ ପୀଡିତଙ୍କ ମୃତଦେହ ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏପରି ବ୍ୟବହାର ଅମାନବୀୟ ଏବଂ ଯନ୍ତ୍ରଣାଦାୟକ ଅଟେ । ସ୍ୱାସ୍ଥ୍ୟ କର୍ମୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବିକତାଠାରୁ କୌଣସି ଧର୍ମ ନାହିଁ, ତେଣୁ ଶବକୁ ଶବଦାହ କରିବା ଉଚିତ୍ ।
ଇଲେକଟ୍ରିକ୍ ସାଇକେଲ ଲଂଚ କଲା କେଟିଏମ୍
ନୂଆ ଦିଲ୍ଲୀ: KTM ବ୍ରାଣ୍ଡ ଦୁଇଟି ଇଲେକଟ୍ରିକ୍ ସାଇକେଲ୍ ଲଞ୍ଚ କରିଛି । କେଟିଏମ୍ ଇଲେକଟ୍ରିକ୍ ବାଇକ୍ ଏବଂ ସାଇକେଲ୍ ତିଆରି କ୍ଷେତ୍ରରେ ପ୍ରବେଶ କରିଛି । ସୂଚନାଯୋଗ୍ୟ ଯେ, ଖୁବ୍ ଶୀଘ୍ର କମ୍ପାନୀ ଇଲେକଟ୍ରିକ୍ ମୋଟରସାଇକେଲ୍ ବଜାରରେ ଲଞ୍ଚ କରିବ। ଇଲେକଟ୍ରିକ୍ ସାଇକେଲ କମ୍ପାନୀ ଷ୍ଟେସାଇକ୍ KTM ର ଦୁଇଟି ରେପ୍ଲିକା ମଡେଲ ଉପସ୍ଥାପନ କରିଛି ।

ଏଥିରେ 12E ଡ୍ରାଇଭ୍ ଏବଂ 16E ଡ୍ରାଇଭ୍ ବାଲାନ୍ସ ଇଲେକଟ୍ରିକ୍ ସାଇକେଲ୍ ସାମିଲ ଅଛି । 12E ଡ୍ରାଇଭରେ ୧୨ ଇଞ୍ଚ ଚକ ଥିବାବେଳେ 16E ଡ୍ରାଇଭରେ ୧୬ଇଞ୍ଚ ଚକ ରହିଛି । ଉଭୟ ବାଲାନ୍ସ ସାଇକେଲ ଆରାମଦାୟକ ରାଇଡିଂ ଏବଂ ସେଲ୍ଫ ବାଲେନ୍ସିଂ ଫିଚର୍ସ ସହିତ ଆସେ । ଏହି ସାଇକେଲଗୁଡିକର ଦୁଇଟି ରାଇଡିଂ ମୋଡ୍ ରହିଛି ଯାହା ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବ ।

ଏହି ସାଇକେଲଗୁଡିକରେ ୧୩ ଇଞ୍ଚରୁ ୧୭ ଇଞ୍ଚ ପର୍ଯ୍ୟନ୍ତ ଏକ ନିୟନ୍ତ୍ରିତ ସିଟ୍ ମଧ୍ୟ ଦିଆଯାଇଥିଲା ଯାହା ସବୁ ବୟସର ଲୋକମାନେ ବ୍ୟବହାର କରିପାରିବେ । ଏହି ଦୁଇଟି ସାଇକେଲ ଚାର୍ଜ ହେବାକୁ ୪୦-୬୦ ମିନିଟ୍ ଲାଗେ । ଏହି ସାଇକେଲଗୁଡିକରେ ଏମିତି ବ୍ୟାଟେରି ରହିଛି ଯାହା କାଢି ଚାର୍ଜ କରାଯାଇପାରିବ । ଉଭୟ ସାଇକେଲର ଦାମ ରାଖାପାଖି ୧୨,୪୦୦ ଟଙ୍କାରୁ ଆରମ୍ଭ ହୁଏ ।

ଷ୍ଟେସାଇକ୍ କେଟିଏମ୍ 12E ଡ୍ରାଇଭ୍ ସାଇକେଲର ଦାମ ହେଉଛି ୪୯,୦୦୦ ଟଙ୍କା ଏବଂ 16E ଡ୍ରାଇଭ୍ର ସାଇକେଲର ଦାମ ହେଉଛି ୬୪,୧୦୦ । ବାସ୍ତବରେ ଷ୍ଟେସାଇକ୍ ଏହି ୨ଟି ସାଇକେଲ ଟିନେଜର୍ସଙ୍କ ପାଇଁ ଡିଜାଇନ୍ କରିଛି, କିନ୍ତୁ ଏହି ସାଇକେଲ ବୟସ୍କ ଲୋକେ ମଧ୍ୟ ବ୍ୟବହାର କରିପାରିବେ । ହେଲେ ଏହା ଭାରତର ପିଲାମାନଙ୍କ ପାଇଁ ମହଙ୍ଗା ସାଇକେଲ ହୋଇପାରେ । ସେଥିପାଇଁ କେଟିଏମ୍ ସାଇକେଲ ଲଞ୍ଚ କରିଛି ଯାହାର ଦାମ୍ ଓ ଫିଚର୍ସ ସମସ୍ତଙ୍କ ପାଇଁ ଭଲ ପ୍ରମାଣ ହୋଇପାରେ ।
ଧାଡ଼ି ପହଣ୍ଡି ପରେ ରଥରେ ବିରାଜମାନା ଶ୍ରୀବିଗ୍ରହ, ଛେରାପହଁରା ନୀତି ପରେ ଆରମ୍ଭ ହେବ ରଥ ଟଣା
ପୁରୀ: ଟାହିଆ ହଲାଇ ଧାଡ଼ି ପହଣ୍ଡିରେ ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂରତି । ଜନ୍ମ ବେଦୀରୁ ରତ୍ନ ବେଦୀକୁ ଲେଉଟାଣି ପାଇଁ ତିନି ରଥରେ ବିରାଜମାନ ଏବେ ଶ୍ରୀବିଗ୍ରହ । ଜଣଙ୍କ ପରେ ଜଣେ ଜନ୍ମ ବେଦୀରୁ ଓହ୍ଲାଇ ଆସିଥିଲେ ରଥ ଆଡ଼କୁ । ରଥରେ ଚଢ଼ିଲା ବେଳକୁ ଆଉ ମଥାରେ ନଥିଲା ନହ ନହକା ଟାହିଆ । ଖାଲି ଖାଲି ଦିଶୁଥିଲା ମଥା, କାରଣ ସେବାୟତ ମାନେ ଛିଣ୍ଡାଇ ନେଇଥିଲେ ମହାପ୍ରଭୁଙ୍କ ଟାହିଆ । ମହାପ୍ରଭୁ ନିଳାଦ୍ରୀନାଥ ଜଗନ୍ନାଥଙ୍କ ପହଣ୍ଡି ସମୟରେ ଏମିତି ଲାଗୁଥିଲା ଯେମିତି ସେ ଢ଼େଗା ଢ଼େଗା ଆଖିରେ ତା ଭକ୍ତଙ୍କୁ ଖୋଜୁଛି ।

ଆଉ ଏପଟେ ତା ଆଖିକୁ ଦେଖି ଭକ୍ତଙ୍କ ଆଖରିୁ ଝରି ପଡ଼ୁଥିବ ବୁନ୍ଦା ବୁନ୍ଦା ଅଶ୍ରୁ । ମନେ ମନେ ଭକ୍ତ କହୁଥିବ ହେ କାଳିଆ ସାଆନ୍ତ ଏ କରୋନାର କଳା ବାଦଲକୁ ହଟେଇଦେ । ମୋତେ ତୋ ଦର୍ଶନ ଦେ, ଆଉ କେତେ ଦିନ ତୋଠୁ ବା ଦୂରେଇ ରହିବି । ମନ ଡ଼ାକିଲାଣି ତୋ ଆଖିରେ ଆଖି ମିଶାଇ ତତେ ଟିକେ ଦେଖିବାକୁ । ବାହାର ପବନ ଆଉ ଭଲ ଲାଗୁନି ମନ ହେଲାଣି ତୋ ନୀଳକନ୍ଦରର ସୁଲୁସୁଲିଆ ପବନ ଟିକେ ଖାଇବାକୁ । ଏପରି କିଛି ହେଉଥିବ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଭକ୍ତର ମନ ।

୯ ଦିନର ଲିଳାଖେଳା ସାରି ଲେଉଟି ଯିବେ ନୀଳକନ୍ଦରକୁ ମହାପ୍ରଭୁ । ଗୁଣ୍ଡିଚା ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ସରିବା ପରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ମନ୍ଦିର ଭିତରୁ ବାହାରକୁ ଛୁଟି ଆସିଥିଲା ବଡ଼ ଠାକୁର ବଳଭଦ୍ର । ବଳଭଦ୍ରଙ୍କୁ ରଥାରୂଢ଼ କରିବା ପରେ ଆରମ୍ଭ ହୋଇଥିଲା ମା ସୁଭଦ୍ରାଙ୍କର ପହଣ୍ଡି । ଶେଷରେ ଟାହିଆ ହଲାଇ ଆସିଛିଲା ଚକା ଆଖିଆ । ଦୋହଲି ଦୋହଲି ଚଢ଼ିଥିଲା ରଥ ଉପରେ ।

ତେବେ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ଏବେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧା ମୂରତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଠାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ଏହା ପରେ ରଥାରୁଢ ଶ୍ରୀବିଗ୍ରହଙ୍କ ଆରମ୍ଭ ହେବ ଛେରାପହଁରା ନୀତି ।

ଫେସ୍ବୁକ୍ରେ ଆସିଲା ନୂଆ ଫିଚର: ନିଜ ଆକାଉଣ୍ଟରେ ତିଆରି କରିପାରିବେ ନିଜ ଅବତାର, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ସୋସିଆଲ୍ ନେଟୱାର୍କିଂ ୱେବସାଇଟ୍ ଫେସ୍ବୁକ୍ ଭାରତରେ ତାର ନୂଆ ଫିଚର ଅବତାର ଲଞ୍ଚ କରିଛି । ଏହା ଅଧୀନରେ, ଫେସବୁକ୍ ବ୍ୟବହାରକାରୀମାନେ ଭର୍ଚୁଆଲ୍ ଅବତାର ସୃଷ୍ଟି କରିପାରିବେ ଯାହା ନିଜ ଭଳି ଦେଖାଯିବ । ଫେସବୁକ ଏହି ଫିଚରକୁ ସେହି ସମୟରେ ବଜାରକୁ ଛାଡ଼ିଛି ଯେଉଁ ସମୟରେ ଭାରତରୁ ୫୯ଟି ଚାଇନୀଜ୍ ଆପ୍କୁ ଦେଶରୁ ବାରଣ କରାଯାଇଛି । ଫେସବୁକ୍ ମାଧ୍ୟମରେ ସୃଷ୍ଟି ହୋଇଥିବା ଏହି ଅବତାରକୁ ଷ୍ଟିକର ଭାବରେ ଚାଟ୍ ଏବଂ କମେଣ୍ଟ ମାଧ୍ୟମରେ ସେୟାର କରିପାରିବେ । ଭାରତରେ ଏହା ଲଞ୍ଚ କରାଯାଇଛି ବୋଲି କମ୍ପାନୀ କହିଛି । ଯେହେତୁ ଲକଡାଉନ୍ ଯୋଗୁଁ ସାମାଜିକ କଥାବାର୍ତ୍ତା ବୃଦ୍ଧି ପାଉଛି ସେଥିପାଇଁ ଏହାକୁ ଲଞ୍ଚ କରାଯାଇଛି ବୋଲି ସୂଚନା ମିଳିଛି ।

ଫେସବୁକ୍ ପାଇଁ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ବଜାର । ଏହାର ସୁଯୋଗ ନେଇ କମ୍ପାନୀ ଭାରତ ପାଇଁ ଏହି ଆପ୍ ଲଞ୍ଚ କରିଛି । ଫେସବୁକ୍ ଅବତାରରେ ବିଭିନ୍ନ ଚେହେରା, ହେୟାର ଷ୍ଟାଇଲ୍ ଏବଂ ପୋଷାକ ପାଇଁ ବିକଳ୍ପ ରହିଛି ଯାହା ଭାରତରେ ବ୍ୟବହାରକାରୀଙ୍କ ପାଇଁ ଆବଶ୍ୟକତା ରହିଛି । ଫେସବୁକ୍ ଷ୍ଟୋରୀ ପରି, ଏହି ଫିଚର ମଧ୍ୟ ସ୍ନାପଚାଟ ସହିତ ସମାନ । ସ୍ନାପଚାଟ ବିଟମୋଜି ନାମକ ଏକଫିଚର ଅଛି ଯେଉଁଥିରେ ସ୍ନାପଚାଟ ବ୍ୟବହାରକାରୀମାନେ ଅବତାର ସୃଷ୍ଟି କରିପାରିବେ । ଆପଣ ଏହାକୁ ହ୍ୱାଟସ୍ ଆପରେ ଷ୍ଟିକର୍ ଭାବରେ ପଠାଇ ପାରିବେ କିମ୍ବା ଆପଣ ଏହାକୁ ଆପଣଙ୍କର ପ୍ରୋଫାଇଲ୍ ଫଟୋ କରିପାରିବେ ।
ଏହିପରି ତୁମେ ତୁମର ଫେସବୁକ୍ ଅବତାର ତିଆରି କରିପାରିବ
- ଆପଣଙ୍କ ସ୍ମାର୍ଟଫୋନରୁ ଫେସବୁକ୍ କିମ୍ବା ମେସେଞ୍ଜରକୁ ଖୋଲିବେ । କମେଣ୍ଟ ଅପ୍ସନ୍ କୁ ଯାଇ ଆପଣଙ୍କୁ ସ୍ମାଇଲ୍ ବଟନ୍ ଟ୍ୟାପ୍ କରିବାକୁ ପଡିବ । ଏହା ପରେ, ଷ୍ଟିକରର ଟ୍ୟାବ୍ ଚୟନ କରିବାକୁ ପଡିବ ।
- ଏଠାରେ ତୁମେ ତୁମର ଅବତାର ସୃଷ୍ଟି କରିବାର ବିକଳ୍ପ ପାଇ ପାରିବେ । ଏଠାରୁ ତୁମେ ତୁମର ଭର୍ଚୁଆଲ୍ ଅବତାର ପ୍ରସ୍ତୁତ କରିପାରିବେ । ଅନେକ ପ୍ରକାରର କଷ୍ଟମାଇଜେସନ୍ ବିକଳ୍ପ ଦେଖିବାକୁ ପାଇବେ ।
- ଚର୍ମ ରଙ୍ଗ, କେଶ ଷ୍ଟାଇଲ ଏବଂ ପୋଷାକ ଉପରେ ଅନେକ କଷ୍ଟମାଇଜେସନ୍ ବିକଳ୍ପ ରହିଛି । ଅବତାର ପ୍ରସ୍ତୁତ ହେବା ପରେ, ସେଭ୍ କରିବାର ବିକଳ୍ପ ପାଇବେ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଫେସବୁକରେ ମଧ୍ୟ ସେୟାର କରିପାରିବେ ।
- ଫେସବୁକ୍ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ପ୍ରସ୍ତୁତ କରିଛି, କିନ୍ତୁ ଆଗାମୀ ସମୟରେ ଏହି ଫିଚର ଆଇଫୋନ୍ ବ୍ୟବହାରକାରୀଙ୍କୁ ମଧ୍ୟ ଦିଆଯିବ ।
ଦିଲ୍ଲୀରେ ଟୁର୍ ଆଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଚୀନ୍ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବାକୁ ବାରଣ କରିଛି
ନୂଆଦିଲ୍ଲୀ: ଚାଇନା ମାଲକୁ ବୟକଟ୍ ପରେ ଏବେ ଚାଇନାର ଜନସାଧାରଣଙ୍କୁ ବୟକଟ କଲେଣି ଭାରତୀୟ । ଦିଲ୍ଲୀ ହୋଟେଲ ଆସୋସିଏସନ ପରେ ବର୍ତ୍ତମାନ ଟୁର ଆଣ୍ଡ ଟ୍ରାଭେଲ ଆସୋସିଏସନ ମଧ୍ୟ ଚୀନ୍ ନାଗରିକଙ୍କୁ ବାରଣ କରିଛି । ବର୍ତ୍ତମାନ ଚୀନ୍ ନାଗରିକମାନେ ଟ୍ୟାକ୍ସି ସେବା ପାଇବେ ନାହିଁ । ଦିଲ୍ଲୀର ଟୁର ଏବଂ ଟ୍ୟାକ୍ସି ଟ୍ରାଭେଲ ଆସୋସିଏସନର ଉପାଧ୍ୟକ୍ଷ କମଲ ଖିବର ମଙ୍ଗଳବାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଆମେ ଚୀନ୍ ନାଗରିକ ମାନଙ୍କୁ ଆମ ଟ୍ୟାକ୍ସିରେ ବସାଇବୁ ନାହିଁ ।

କମଲ କହିଛନ୍ତି ଯେ ୫୦୦ ରୁ ଅଧିକ ଟ୍ୟାକ୍ସି ଅପରେଟର ଏବଂ ଦିଲ୍ଲୀର ଟୁର ଏବଂ ଟ୍ରାଭେଲ ମାଲିକ ଏହି ଆସୋସିଏସନ ସହ ଜଡିତ । ଏଭଳି ପରିସ୍ଥିତିରେ ସମସ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଚାଇନିଜ ଅତିଥିଙ୍କୁ ସେମାନଙ୍କ ସେବା ଦେବେ ନାହିଁ । କମଲ ତାଙ୍କ କାର୍ଯ୍ୟାଳୟ ଏବଂ ଗାଡି ଉପରେ ଚୀନ୍ ନାଗରିକଙ୍କ ଉପରେ ନିଷେଧାଦେଶ ଜାରି କରିଛନ୍ତି।

ସୁଶାନ୍ତ ଟୁର୍ସ ଏବଂ ଟ୍ରାଭେଲ୍ସ ନାମରେ ଏକ ଏଜେନ୍ସି ଚଳାଉଥିବା ବିଜୟ ତିୱାରୀ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ କି ଚୀନ୍ ନାଗରିକମାନଙ୍କୁ ଆମ ଏଜେନ୍ସି ମାଧ୍ୟମରେ କୌଣସି ପର୍ଯ୍ୟଟନ ପ୍ୟାକେଜରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଏହା ସହିତ, ହୋଟେଲ ଆସୋସିଏସନର ନିଷ୍ପତ୍ତିକୁ ମଧ୍ୟ ଆମେ ସମର୍ଥନ କରୁ । ଗଲବାନ ବିବାଦରେ ୨୦ ଜଣ ଶୈନିକମାନଙ୍କ ଶହୀଦ ହେବା ପରେ ଦିଲ୍ଲୀର ସମସ୍ତ ହୋଟେଲ ଆସୋସିଏସନ ଚୀନ୍ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବୟକଟ କରିଛନ୍ତି । ବର୍ତ୍ତମାନ ଚୀନ୍ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବା ଉପଲବ୍ଧ ହେବ ନାହିଁ । ଅନ୍ୟପକ୍ଷରେ, ଏହି ପୁରା ବିବାଦ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଟିକ୍ଟକ୍ ସମେତ ୫୯ ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ…୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର
ଆଜିଠୁ ରାଜ୍ୟରେ ଅନଲକ ଟୁ… ରାତି ୯ଟାରୁ ସକାଳ ୫ ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ…୧୦ଟି ଉପକୂଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ବଳବତ୍ତର

