ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ଏବେ ସେଠାରେ ବାୟୁ ପ୍ରତିରକ୍ଷା ସିଷ୍ଟମ ମୁତ୍ତୟନ କରିଛି । ସେନା ସୂତ୍ରରୁ ପ୍ରକାଶ ଯେ,ଚୀନ ପଟୁ କୌଣସି ପ୍ରକାର ବାୟୁସୀମା ଉଲ୍ଲଘଂନର ଉତ୍ତର ଦେବାକୁ ଉଭୟ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ବାୟୁ ପ୍ରତିରକ୍ଷା ସିଷ୍ଟମ ମୁତ୍ତୟନ କରାଯାଇଛି ।
ଗତକିଛି ଦିନ ଧରି ଚୀନର ଲଢୁଆ ବିମାନ ଭାରତୀୟ ସୀମାଠାରୁ ୧୦ କିଲୋମିଟର ଦୂରରେ ଉଡୁଛନ୍ତି । ଏହାର ଯବାବ ଦେବାକୁ ଭାରତ ଖୁବଶୀଘ୍ର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ମୁତ୍ତୟନ କରିବ । ଏଲଏସିରେ ଲଢୁଆ ବିମାନ ଓ ମିଶାଇଲ ସିଷ୍ଟମ ମୁତ୍ତୟନର ଅର୍ଥ ହେଉଛି ଚୀନର ଗତିବିଧି ଉପରେ ନଜର ରଖିବା ।
ଏହି ସବୁ କ୍ଷେତ୍ରରେ ଚୀନ୍ ହେଲିକପ୍ଟର ଉଡାଣ ଭରୁଛନ୍ତି
ଚୀନ୍ ହେଲିକପ୍ଟର ସବ ସେକ୍ଟର ନର୍ଥ (ଦୌଲତ ବେଗ୍ ଓଲ୍ଡି ସେକ୍ଟର),ଗଲବାନ ଘାଟି ପାଖ ପେଟ୍ରୋଲିଂ ପଏଣ୍ଟ୍ ୧୭ ଓ ୧୭ ଓ ସହିତ ଅନ୍ୟ ସମସ୍ତ ବିବାଦୀୟ କ୍ଷେତ୍ରରେ ଉଡାଣ ଭରୁଛନ୍ତି । ସେମାନେ ଭାରତୀୟ ସୀମା ନିକଟରେ ବାରମ୍ବାର ଉଡୁଥିବା ଲକ୍ଷ୍ୟ କରାଯାଉଛି ।
ଭାରତ କ’ଣ କରୁଛି ?

ଭାରତୀୟ ସେନା ଓ ବାୟୁସେନା ଚୀନକୁ ଯବାବ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଲଢୁଆ ବିମାନ ଓ ଡ୍ରୋନକୁ ଏଲଏସି ନିକଟକୁ ନିଆଯାଇଛି । ଅଧିକ ଉଚ୍ଚତାରେ ଯେଭଳି ମିଶାଇଲ କାମ କରିବ ସେଥିପାଇଁ ମିଶାଇଲରେ କିଛି ପରିବର୍ତ୍ତନ ଅଣାଯାଉଛି । ଏହା ସହ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ସକ୍ରିୟ ରହିଛି ।
ମେ’ ମାସରୁ ମୁତ୍ତୟନ ହୋଇଛି ସୁଖୋଇ

ଗତ ମାସ ଆରମ୍ଭରେ ଯେତେବେଳେ ଚୀନ୍ ସେନା ଭାରତୀୟ ଅଂଚଳ ଭିତରକୁ ଅନୁପ୍ରବେଶ କଲା,ସେବେଠାରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ଏମକେଆଇ ପୂର୍ବ ଲଦାଖରେ ମୁତ୍ତୟନ ଅଛି । ଏଲଏସିର ନିଜ ପଟରେ ଚୀନ୍ ଅନେକ ନିର୍ମାଣ କାର୍ଯ୍ୟ କରିଛି ।





ଶେଷରେ ଶ୍ରମିକମାନେ ବାଧ୍ୟ ହୋଇ ସୁବର୍ଣ୍ଣପୁରରୁ ଚାଲି ଚାଲି ବାହାରିଛନ୍ତି ଗଞ୍ଜାମ ଜିଲ୍ଲାର ଅଳସୁ ଗାଁକୁ । ସଂକ୍ରମଣ ସମୟରେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।










ସେପଟେ ରେଶମ ସହର ବ୍ରହ୍ମପୁରରେ ସଂକ୍ରମଣ ଧାରାକୁ ବ୍ରେକ୍ ଦେବା ପାଇଁ ସଟଡାଉନ୍ କରାଯାଇଛି । ଆଜିଠାରୁ ୪ ଦିନ ଅର୍ଥାତ୍ ମଙ୍ଗଳବାର ଯାଏଁ ସଟଡାଉନ୍ ଭିତରେ ରହିବ ବ୍ରହ୍ମପୁର ସହର । ପ୍ରଶାସନ ପକ୍ଷରୁ ଏହି ସମୟରେ ୭୦ଟି ଟିମ୍ ଘରକୁ ଘର ବୁଲି ସର୍ଭେ କରିବ । ଏହି ସମୟରେ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନକୁ ପ୍ରଶାସନ ଅନୁମତି ଦେଇଛି ।
