spot_img
Home Blog Page 677

ବିଜେପି ଶାସନରେ ବଢିଚାଲିଛି ନାରୀ ନିର୍ଯାତନା : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପି ଶାସନରେ ନାରୀ ନିର୍ଯାତନା ବଢିଚାଲିଛି । ଏମିତି କୌଣସି ସରକାର ସମୟରେ ହୋଇନଥିଲା । ଗୋପାଳପୁରରେ ଗଣଦୁଷ୍କର୍ମ ଘଟିଗଲା । ଏଥିରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମହିଳାଙ୍କ ପ୍ରତି ଦରଦ କେତେ ଜଣାପଡିଯାଇଛି ବୋଲି କଟାକ୍ଷ କରି କହିଛି ବିଜେଡି । ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାର ବର୍ଷପୂର୍ତ୍ତି ଉତ୍ସବରେ ମାତିଛନ୍ତି ଖୁସି କରୁଛନ୍ତି । ସରକାରକୁ ଆସୁ ଆସୁ ଓଡି଼ଆ ଅସ୍ମିତାକୁ ବିଜେପି ଜଳାଞ୍ଜଳି ଦେଇଦେଲା । ରାଜ୍ୟପାଳଙ୍କ ପୁଅ ଦ୍ୱାରା ଓଡ଼ିଆ ASO ଙ୍କୁ ମାଡ଼ ମରାଗଲା । ଗୋଟିଏ ବର୍ଷରେ ଏପରି ୩ ହଜାରରୁ ଅଧିକ ମାମଲା ହେଲାଣି । ବିଜେପି ନେତା ଏହାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ।

ଆଜି ଥାନାକୁ ଯିବାକୁ ଡରୁଛି ମହିଳା । ଆମେ ସମସ୍ତେ ବ୍ୟତିବ୍ୟସ୍ତ ଓ ଦୁଃଖିତ । ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ନ ସୁଧୁରିଲେ ଆନ୍ଦୋଳନ କରି ସରକାରଙ୍କ ମିଛର ଅସଲ ମୁଖା ଖୋଲି ଦେବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରମିଳା । ମିଛ ପ୍ରତିଶୃତି ଦେଇ କେବଳ ବାହାସ୍ଫୋଟ ମାରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମୁଖ୍ୟ । ବିଧାନସଭା ଶ୍ୱେତପତ୍ରରେ ଲେଖିଥିଲେ ୨ ଲକ୍ଷରୁ ଅଧିକ ଅପରାଧିକ ମାମଲା, ୩୨ ହଜାର ମହିଳା ଓ ଶିଶୁ ନିର୍ଯାତନା ମାମଲା ହୋଇଛି । ଦିନକୁ ୧୫ ବଳାତ୍କାର ମାମଲା ହେଉଛି । କିନ୍ତୁ ମାମଲା ରୁଜୁ ହେଉନି । ଦୁର୍ଭାଗ୍ୟ ଯେ ଟପ ଟେନ ସର୍ବାଧିକ ନାରୀ ନିର୍ଯାତନା ରାଜ୍ୟ ଭିତରେ ବିଜେପି ଶାସିତ ୮ଟି ରାଜ୍ୟ ଅଛି । ଏହି ଆଠଟି ରାଜ୍ୟରେ ଓଡି଼ଶା ମଧ୍ଯ ଅନ୍ତର୍ଭୁକ୍ତ । ଆଦିବାସୀ ମୁଖ୍ୟମନ୍ତ୍ରୀ ସମୟରେ ଆଦିବାସୀ ମହିଳା ଅସୁରକ୍ଷିତ । ଅପରାଧୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ । ଓଡ଼ିଶାରେ ମାତ୍ର ୫.୫୭% ମାମଲାରେ ଦଣ୍ଡ ମିଳୁଛି । ମୁଖ୍ୟମନ୍ତ୍ରୀ ଏହା ସୁଧାରିବା ଦରକାର ବୋଲି କହିଛି ବିଜେଡି ।

ସୁଭଦ୍ରା ଆଜି ଅଧିକ ଅସୁରକ୍ଷିତ । ମୂକ ବଧିର ସରକାର । ମନ୍ତ୍ରୀ ପାଖରେ ମାଳ ମାଳ ପୋଲିସ ରହିଲେ, ସାଧାରଣ ଲୋକଙ୍କୁ ସୁରକ୍ଷା କେମିତି ପାଇବ? ଗୋପାଳପୁର ଗୋଟିଏ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ରାତି ୭ଟା ରେ ଝିଅଟି ଯାଇଥିଲା । ଗୃହ ବିଭାଗ SOP ଜାରି କରି କହୁ ଯେ ମହିଳା କେତେବେଳେ ପର୍ଯ୍ୟଟନ ସ୍ଥଳୀ ଯିବେ । କେଉଁ ଡ୍ରେସ ପିନ୍ଧିବେ? ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ । ଆଗରୁ କିଛି ହେଲେ ମନ୍ତ୍ରୀ ଇସ୍ତଫା ଦେଉଥିଲେ । ଏବେ ମାମଲା ବାଏଁ ବାଏଁ ଉଡି ଯାଉଛି । କୌଣସି ତଦନ୍ତ ରିପୋର୍ଟ ଆସୁନି । କେହି ଉତ୍ତରଦାୟିତ୍ୱ ନେଉ ନାହାନ୍ତି । ବର୍ଷେ ହେଲାଣି ସରକାରକୁ । ସରକାର ଆଉ ଛୁଆ ହୋଇ ନାହାଁନ୍ତି । ନାରୀ ଚୁପ ବସିବ ନାହିଁ । ରାଜରାସ୍ତାକୁ ଆସି ମହିଳାମାନେ କୌଣସି ମନ୍ତ୍ରୀଙ୍କୁ ନିର୍ବାଚନ ମଣ୍ଡଳୀ ପୂରାଇ ଦେବେ ନାହିଁ ବୋଲି ଚେତାଇ ଦେଇଛି ବିଜେଡି ।

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ : ଦେବୀ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଦିନ ୧୦ଟାରେ ମୁମ୍ବାଇ ପାଇଁ ବାହାରିବେ ନବୀନ ପଟ୍ଟନାୟକ । ମୁମ୍ବାଇରେ ଚିକିତ୍ସା ଚାଲିବ । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ ସହ ବିମାନ ବନ୍ଦର ଯାଇ ପାରନ୍ତି । ମୁମ୍ବାଇରେ ଡାକ୍ତର ରମାକାନ୍ତ ପଣ୍ଡା କୋର୍ଡିନେଟ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ କରୁଣା ତାଙ୍କ ପ୍ରତି ଅଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସେହିପରି ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ନିଜର ପରିବାର ସଦସ୍ୟ ବୋଲି ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।  ନବୀନ ବାବୁଙ୍କ ଦେହ ଖରାପ କଥା ଶୁଣି ଲୋକେ ଚିନ୍ତିତ ଅଛନ୍ତି । ସମସ୍ତେ ସେ ତୁରନ୍ତ ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଅତୁଟ ରହିଛି । ସେ ବି ଓଡିଶାବାସୀଙ୍କୁ ନିଜର ପରିବାର ଭାବି କାମ କରୁଛନ୍ତି । ସେ କ୍ଷମତାରେ ଥାଆନ୍ତୁ କି ବିରୋଧୀ ଦଳରେ, ସବୁବେଳେ ଲୋକସେବାକୁ ଗୁରୁତ୍ବ ଦିଅନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା : ତଥ୍ୟ ଉଦ୍ଧାର ପାଇଁ ଆମେରିକା ଯିବ ବ୍ଲାକବକ୍ସ

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ଉଦ୍ଧାର ବ୍ଲାକବକ୍ସ ନଷ୍ଟ ହୋଇଯାଇଥିବା ସୂଚନା। ବ୍ଲାକବକ୍ସ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିରୁ ତତ୍ୟ ଉଦ୍ଧାର କାରାଯାଇପାରୁନାହିଁ। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର୍ ବିମାନର ବ୍ଲାକ୍ ବକ୍ସ କ୍ଷତିଗ୍ରସ୍ତ ହୋଇଛି । ତଥ୍ୟ ଉଦ୍ଧାର ଲାଗି ଏହାକୁ ଆମେରିକା ପଠାଯାଇପାରେ ବୋଲି ଜଣାପଡିଛି। ତେବେ ସରକାର ଶେଷ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ବ୍ଲାକ୍ ବକ୍ସ ପ୍ରକୃତରେ ଦୁଇଟି ଉପକରଣ କକପିଟ୍ ଭଏସ୍ ରେକର୍ଡର୍ ବା CVR ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ ବା FDRକୁ ନେଇ ଗଠିତ। ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରୁ ଉଦ୍ଧାର ହୋଇଥିବା ବ୍ଲାକ୍ ବକ୍ସକୁ ଯାଞ୍ଚ ପାଇଁ ୱାଶିଂଟନ୍ ଡିସିର ଜାତୀୟ ପରିବହନ ସୁରକ୍ଷା ବୋର୍ଡକୁ ପଠାଯାଇପାରେ। ବ୍ଲାକ୍ ବକ୍ସକୁ ଆମେରିକା ପଠାଗଲେ ସମସ୍ତ ପ୍ରୋଟୋକଲ୍ ପାଳନ କରାଯାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ବ୍ଲାକ୍ ବକ୍ସ ସହିତ ରହିବେ।

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ AI171 ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅପରାହ୍ନ  ଗୋଟାଏ ୪୦ ମିନିଟରେ ମେଘାନୀ ନଗର ଅଞ୍ଚଳର ଏକ ମେଡିକାଲ କଲେଜ ହଷ୍ଟେଲ ପରିସରରେ ବିମାନଟି ଖସିପଡ଼ିବା ପରେ ଏଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ବିମାନରେ ଥିବା 242 ଜଣଙ୍କ ମଧ୍ୟରୁ କେବଳ ଜଣେ ବଞ୍ଚି ଯାଇଥିଲେ। ଦୁର୍ଘଟଣାର ୨୮ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରୁ ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଥିଲା। ବ୍ଲାକ୍ ବକ୍ସଗୁଡ଼ିକ ପ୍ରକୃତରେ ଉଜ୍ଜ୍ୱଳ ନାରଙ୍ଗୀ ରଙ୍ଗର। ଯାହା ସେମାନଙ୍କୁ ଭଗ୍ନାବଶେଷ ଏବଂ ଭଗ୍ନାବଶେଷ ମଧ୍ୟରୁ ଚିହ୍ନଟ କରିବାରେ ସୁବିଧା ହୋଇଥାଏ।

ଭୁବନେଶ୍ବରରେ କାର ସୋରୁମ ଉପରକୁ ଅତର୍କିତ ବୋମାମାଡ଼

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଶ୍ଯାମପୁରରେ ବୋମାମାଡ଼। ଏକ କାର ସୋରୁମ ଉପରକୁ ଅତର୍କିତ ବୋମାମାଡ଼ ହୋଇଛି । ଏକ ସ୍କର୍ପିଓରେ ଆସି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି । ସିସିଟିଭିରେ ରେକର୍ଡ ହୋଇଛି ବୋମାମାଡ଼ର ପୂରା ଦୃଶ୍ୟ । ୧୦ ରୁ ୧୨ ଜଣ ୫ ବୋମା ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୋ ରୁମ ମାଲିକ । ଏଥିରେ ଏକାଧିକ ଗାଡ଼ି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା କହିଛି ପୋଲିସ ।  ପୂର୍ଵଶତ୍ରୁତାରୁ ବୋମାମାଡ଼ କରିଥିବା ସୂଚନା ଦେଇଛି ପୋଲିସ ।

ମେଘାଳୟ ହନିମୁନ ହରର : ଆଜି ସରୁଛି ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ନନ୍ଦିଘୋଷ ବ୍ୟୁରୋ: ମେଘାଳୟ ହନିମୁନ ହରର। ରାଜା ରଘୁବଂଶୀ ହତ୍ୟା ଘଟଣାର ୫ ଅଭିଯୁକ୍ତଙ୍କ ଆଜି ସରୁଛି ରିମାଣ୍ଡ ଅବଧି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ ପୋଲିସ। ପୂର୍ବରୁ ୮ ଦିନ ଲାଗି ରିମାଣ୍ଡରେ ନେଇଥିବାବେଳେ ଆଉ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିବ ପୋଲିସ। ସେପଟେ ଗତକାଲି ସୋନମ ରଘୁବଂଶୀଙ୍କୁ ଇନ୍ଦୋର ଆଣି ରାଜା ରଘୁବଂଶୀଙ୍କ ଘରକୁ ନେଇ ଖୋଳତାଡ଼ କରିଛି ପୋଲିସ। ତଦନ୍ତବେଳେ ପଦାକୁ ଆସିଛି ଆଉ ଜଣେ ବ୍ୟକ୍ତିଙ୍କ ନାଁ। ସେ ହେଉଛନ୍ତି ସଞ୍ଜୟ ବର୍ମା।

ରାଜାଙ୍କ ପତ୍ନୀ ସୋନମଙ୍କ ସହ ସେ ବିବାହ ପୂର୍ବରୁ ଓ ପରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ତଦନ୍ତରୁ ଜଣାଯାଇଛି।  ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୫ ଯାଏ ଉଭୟ ସୋନମ ଓ ସଞ୍ଜୟଙ୍କ ମଧ୍ୟରେ ୧୧୯ଟି କଲ୍ ହୋଇଥିବା କଲ ରେକର୍ଡରୁ ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ସ୍ଥିତି ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ଗତ ମେ ୨୩ରେ ରାଜାଙ୍କୁ ମେଘାଳୟରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ୧୦ ଦିନ ପରେ ମେଘାଳୟରୁ ମିଳିଥିଲା। ରାଜାଙ୍କୁ ଏକ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ବିଶାଳ ସିଂ ଆକ୍ରମଣ କରିଥିବା କୁହାଯାଉଛି। ସୋନମଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାଜ ଖୁସୱାହା ୩ ଅଭିଯୁକ୍ତ ବିଶାଳ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀଙ୍କୁ ହତ୍ୟା ଲାଗି  ଯୋଗାଡ କରିଥିବା ଅଭିଯୋଗ ହୋଇଛି।

ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି। ୨ଦିନ ମଧ୍ୟରେ ୮ଜଣ ଆକ୍ରାନ୍ତ ଆରଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମେଡିକାଲର ସମସ୍ତ ଟିମ ଆଲର୍ଟ ରହିଛନ୍ତି। ସେପଟେ ପୀଠର ପ୍ରବେଶ ପଥ ଓ ବିଭିନ୍ନ ସ୍ଥାନ ମୁଖ୍ୟ ବଜାରରେ ଅଳିଆ ଆର୍ବଜନା ଗଦା ହୋଇ ପଡିଛି। ଏପରିକି ଦୂଷିତ ପାଣି ମଧ୍ୟ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ପିଉଥିବା ଦେଖିବାକୁ ମିଳିଛି। ଝାଡାବାନ୍ତି ଭୟରେ ଆରଡିପୀଠ ଆଖଣ୍ଡଳମଣିଙ୍କ  ମନ୍ଦିର ପରିସରରେ ଥିବା  ସମସ୍ତ ଭୋଗ ଦୋକାନ ସହ ବଜାରରେ ଥିବା ଜଳଖିଆ ଦୋକାନ,  ହୋଟେଲ ଆଦି ସମସ୍ତ ଦୋକାନ ବନ୍ଦ ରହିଛି।

ଏବେ ଡାଇରିଆ ଅଞ୍ଚଳରେ ସ୍କୁଲ ଖୋଲିନପାରେ, ଜାଣନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଖରାଛୁଟି ପରେ ଆସନ୍ତାକାଲିଠାରୁ ସ୍କୁଲ ଖୋଲିବାର ଥିଲେ ମଧ୍ୟ ଡାଇରିଆ ଅଞ୍ଚଳରେ ସ୍କୁଲ ଖୋଲିନପାରେ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଡାଇରିଆ ବ୍ୟାପିଥିବା ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ ରଖିପାରିବେ। ଆକ୍ୱାଗାର୍ଡ ନ ଥିବା ସ୍କୁଲରେ ପିଲାଙ୍କୁ ଫୁଟା ପାଣି ପିଇବାକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଚିକାମାନେ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟା ପାଣି ଦେବା ପାଇଁ କୁହାଯାଇଛି। ହଷ୍ଟେଲରେ ବି ସମାନ ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ୍ ପରିବେଶ ସହ ପାଣି ଟାଙ୍କି  ସଫା କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଏହା ସହିତ ସ୍କୁଲ ପରିସରର ସ୍ଵଚ୍ଛତା ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗୋପାଳପୁର ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ହେବ ଡିଏନଏ ଟେଷ୍ଟ

ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ହେବ ଡିଏନଏ ଟେଷ୍ଟ । ୧୦ ଅଭିଯୁକ୍ତଙ୍କଠାରୁ ସାମ୍ପୁଲ ସଂଗ୍ରହ କରାଯାଇଛି। ତୃତୀୟ ଦିନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଟିମର ତଦନ୍ତ। କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଗୋପାଳପୁର ଥାନାକୁ ଆସି କାଗଜପତ୍ର ଯାଞ୍ଚ କରିଛନ୍ତି। ଗଣଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗକୁ ନେଇ ଆଜି ମଧ୍ୟ ଘାଣ୍ଟିବ କ୍ରାଇମବ୍ରାଞ୍ଚ। ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରେ କ୍ରାଇମବ୍ରାଞ୍ଚ। ଗଣଦୁଷ୍କର୍ମ ଘଟଣାର କିଛି ସାକ୍ଷୀଙ୍କୁ ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ ଯାଇଥିବା ସୂଚନା । ଦୁଇଟି କ୍ରାଇମବ୍ରାଞ୍ଚର ଟିମ୍ ଗୋପାଳପୁର ଅଞ୍ଚଳରେ ଡେରା ପକାଇଛି। ଗତ ରବିବାର ସଂଧ୍ୟାରେ ଜଣେ ଯୁବତୀଙ୍କୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା।

ରେକର୍ଡ ଭାଙ୍ଗିବେ କି ଅମୀର ଖାନ ? ଏହି ଫିଲ୍ମ…

ନନ୍ଦିଘୋଷ ବ୍ୟୁରୋ: ସବୁବେଳେ ନିଜର ଅଭିନୟ ସାଙ୍ଗକୁ ବକ୍ସ ଅଫିସରେ ରେକର୍ଡ ରୋଜଗାର ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅମୀର ଖାନ୍ । ଅମୀରଙ୍କ ’ଲାଲ ସିଂ ଚଢ଼ା’ ଫ୍ଲପ୍ ହେବାପରେ ପୁଣିଥରେ ଦମଦାର କମବ୍ୟାକ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟ । ’ସିତାରେ ଜମିନ୍ ପର’ ଫିଲ୍ମ ଜରିଆରେ ଆଗାମୀ ଫିଲ୍ମରେ ନଜର ଆସିବେ । ତେବେ ଏହି ଫିଲ୍ମ ଭଲ ରୋଜଗାର କରିବା ସହ ରେକର୍ଡ ରୋଜଗାର କରିବା ଲକ୍ଷ୍ୟରେ ରହିଛି ପ୍ରଯୋଜନା ସଂସ୍ଥା । ତେବେ ତାଙ୍କର ଅପକମିଙ୍ଗ୍ ଫିଲ୍ମ ଓଟିଟିରେ ରିଲିଜ ହେବ ନାହିଁ । ଏହି ଫିଲ୍ମକୁ ଦେଖିବାକୁ ହେଲେ ଦର୍ଶକଙ୍କ କେବଳ ଥିଏଥରକୁ ଯିବାକୁ ପଡ଼ିବ । ପୂର୍ବ ଫିଲ୍ମରେ ରହିଥିବା ଦାମ ମଧ୍ୟ ଏଥିରେ ରହିଛି । ଏଣୁ କେତେ ରୋଜଗାର କରୁଛି ତାହା ଉପରେ ରହିଛି ନଜର । ୩ ବର୍ଷ ପରେ ପୁଣି କମବ୍ୟାକ୍ କରୁଥିବାବେଳେ କୁହାଯାଉଛି କି, ପ୍ରଥମ ଦିନରେ ୧୧ରୁ ୧୨ କୋଟି ଟଙ୍କାର ବ୍ୟବସାୟ କରିପାରିବ । ଲାଲ ସିଂ ଚଢ଼ା ପ୍ରଥମ ଦିନରେ ୧୧ କୋଟି ଟଙ୍କା ରୋଜଗାର କରିଥିଲା । ତେବେ ଏହି ଫିଲ୍ମ ଫ୍ଲପ ହୋଇଥିଲେ ସୁଦ୍ଧା ଭଲ ରୋଜଗାର କରିଥିଲା । ଅପକମିଙ୍ଗ ଫିଲ୍ମରେ ଅମୀର ନିଜେ ପ୍ରଯୋଜନା କରିଥିବାବେଳେ ଏହା ଅଧିକ ରୋଜଗାର କରିବ ବୋଲି ଆଶା ରହିଛି । ଆଡଭାନ୍ସ ଟିକେଟ ବୁକିଂ ଯଦି କହିବା ତାହେଲେ ଏଯାବତ ଏହା ୩ କୋଟି ଟଙ୍କା ଆୟ କରିଛି । ଆହୁରି କିଛି ଦିନ ରହିଥିବାବେଳେ ବଡ଼ କଳାକାରଙ୍କ ଫିଲ୍ମ ହୋଇଥିବାରୁ ଆଖିଦୃଷିଆ ରୋଜଗାର କରିବ ବୋଲି କୁହାଯାଉଛି ।

ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ, ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍

ନନ୍ଦିଘୋଷ ବ୍ୟୁରୋ: ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ ପାଇଁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍। ଏହି ସବୁ ଜିଲ୍ଲାରେ ସ୍ଥିତିର ଅନୁଧ୍ୟାନ କରାଯିବ। ଭଦ୍ରକ ପହଞ୍ଚିଲେ କେନ୍ଦ୍ରୀୟ ଓ ରାଜ୍ୟର ସ୍ବାସ୍ଥ୍ୟ ଟିମ । ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଜଣିଆ ଟିମ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମର ୨ ଜଣ ଥିବା ବେଳେ ଜଣେ ରାଜ୍ୟରୁ ଅଛନ୍ତି। ସମୀକ୍ଷା ପରେ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳକୁ ଗସ୍ତ କରିବ ଏହି ଟିମ୍ ।

ଗତକାଲି କେନ୍ଦ୍ରୀୟ ଟିମ୍ ସହିତ ସ୍ଵାସ୍ଥ୍ୟ ବିଭାଗର ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର୍ ଟିମ। ଏହି ଟିମର ଆବାହକ ରହିବେ CDMO। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତର୍ଜମା କରାଯିବ ଏବଂ ତାପର ଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ପ୍ରତି ୩ ଦିନରେ ବିଶୋଧନକୁ ତ୍ବରାନ୍ବିତ କରାଯିବ। ରୋଗୀଙ୍କ କେସ୍ ହିଷ୍ଟ୍ରି ଯାଞ୍ଚ କରାଯିବ। ଡାଇରିଆକୁ ନେଇ ବ୍ୟାପକ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ। ପଞ୍ଚାୟତିରାଜ ବିଭାଗର RWSSର କର୍ମଚାରୀ ମାନେ ଜଳ ଉତ୍ସକୁ ବୁଲି ଦେଖିବେ। ଡାଇରିଆ ସଚେତନତା କ୍ୟାମ୍ପେନରେ ଯୋଗଦେବେ ମିଶନ ଶକ୍ତି ମହିଳା। ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲରେ ବିଶୋଧନ ହେବ ପାଣି।  ହଷ୍ଟେଲ ଓ ସ୍କୁଲରେ ସଫା ହେବ ପାଣି ଟାଙ୍କି। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ ହେବ। ଏହାସହ  ପିଲାଙ୍କ ହାତ ଧୂଆ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।