spot_img
Home Blog Page 6772

Rajasthan crisis: ପାଇଲଟ କ୍ୟାମ୍ପକୁ ହାଇକୋର୍ଟଙ୍କ ସାମୟିକ ଆଶ୍ୱସ୍ତି, ସୁପ୍ରିମକୋର୍ଟ ଯିବେ ବାଚସ୍ପତି

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ମଧ୍ୟରେ ଗୋଟିଏ ବଡ ଖବର ସାମ୍ନାକୁ ଆସିଛି । ଏହି ପୁରା ପ୍ରସଙ୍ଗରେ ସଚିନ ପାଇଲଟଙ୍କ କ୍ୟାମ୍ପକୁ ହାଇକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ତେବେ ଏହା ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ଡ.ସି ପି ଜୋଷୀ ସୁପ୍ରିମକୋର୍ଟ ଯିବେ । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜୋଷୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ବିଧାନ ପାଳିକା ଓ ବିଚାର ପାଳିକା ମଧ୍ୟରେ ଯେମିତି ସଂଘର୍ଷ ନହେବ ସେଥିଲାଗି ସୁପ୍ରିମକୋର୍ଟରେ ଏସଏଲପି(ବିଶେଷ ଅନୁମତି ଆବେଦନ) ଦାଏର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ,ରାଜସ୍ଥାନ ହାଇକୋର୍ଟ ତାଙ୍କ ଆଦେଶରେ ୨୪ ଜୁଲାଇ ପର୍ଯ୍ୟନ୍ତ ବାଚସ୍ପତିଙ୍କୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କହିଥିଲେ  ।

cp joshi raj speaker

ଡ. ଜୋଷୀ ମିଡିଆକୁ କହିଛନ୍ତି ଯେ,ସଂସଦୀୟ ବ୍ୟବସ୍ଥାରେ ସମସ୍ତଙ୍କ ଭୂମିକା ପରିଭାଷିତ । ଆୟା ରାମ ଗୟା ରାମ (ଦଳ ବଦଳ ) ସଂସ୍କୃତିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ୧୯୯୨ ମସିହାରେ ଆଦେଶ ଦେଇଥିଲେ । ଯେଉଁଥିରେ ଦଳ ବଦଳ ମାମଲାରେ ସଦସ୍ୟଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର ବାଚସ୍ପତିଙ୍କୁ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ କାହାରି ମଧ୍ୟ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ୧୯୯୨ ମସିହାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଦଳ ବଦଳ ଆଇନ ଅନ୍ତର୍ଗତରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସଦସ୍ୟତା ସମାପ୍ତ କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ବାଚସ୍ପତି  କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

cp joshi with pilot

ସଂଘର୍ଷର ସ୍ଥିତି ଉତ୍ପନ ହୋଇପାରେ

ବାଚସ୍ପତି କହିଛନ୍ତି ଯେ, ମୁଁ ଅଦାଲତଙ୍କୁ ସମ୍ମାନ ଦେଇଛି । କିନ୍ତୁ ଆମ ସାଥି ନୋଟିସର ଜବାବ ଦେବା ପାଇଁ ସ୍ପିକରଙ୍କ ପାଖକୁ ଆସିବାକୁ ଚାହୁଁନାହାନ୍ତି । ସେମାନେ ସିଧା ଅଦାଲତଙ୍କ ପାଖକୁ ଚାଲିଗଲେ ।ସ୍ପିକରଙ୍କ ନୋଟିସରେ ଆଜି ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରି ନାହାନ୍ତି । ଦଳବଦଳ ଆଇନ କ୍ରମରେ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଧିକାର କେବଳ ବାଚସ୍ପତିଙ୍କର ଅଛି । ଏଭଳି କୌଣସି ଉଦାହରଣ ନାହିଁ ଯେତେବେଳେ ମଝିରେ ହସ୍ତକ୍ଷେପ କରାଯାଇଛି । ଆଗକୁ ଏହା ସଂଘର୍ଷର ରୂପ ନେଇପାରେ । ସେଥିପାଇଁ ଆମେ ସୁପ୍ରିମକୋର୍ଟ ଯିବାପାଇଁ ନିଷ୍ପତି ନେଇଛି । ସୁପ୍ରିମକୋର୍ଟ ଆମ କଥା ଶୀଘ୍ର ଶୁଣିବେ ବୋଲି ଆଶା ।

‘ଦିଲ ବେଚାରା’ ରିଲିଜ ପୂର୍ବରୁ ସୁଶାନ୍ତଙ୍କ ସ୍ମୃତିରେ ହେବ ଭର୍ଚୁଆଲ ମ୍ୟୁଜିକାଲ କନସର୍ଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ ସମେତ ପୁରା ଦେଶ ତାଙ୍କୁ ମନେ ପକାଉଛି । ସୁଶାନ୍ତଙ୍କ ଫିଲ୍ମ ‘ଦିଲ ବେଚାରା’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ଖୁବ ଉତ୍ସୁକ ଅଛନ୍ତି । ଫିଲ୍ମର ୩ଟି ଗୀତ ରିଲିଜ ହୋଇଛି ଯାହା ୟୁଟ୍ୟୁବରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣାଇ ରଖୁଛୁ ଯେ ସୁଶାନ୍ତ ନିଜର ଅନ୍ତିମ ଫିଲ୍ମରେ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ସହ ନଜର ଆସିବେ । ଏହି ଫିଲ୍ମ ଜୁଲାଇ ୨୪ ତାରିଖ ଦିନ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ମେକର୍ସ ପ୍ରଶଂସକ ମାନଙ୍କ ପାଇଁ ଏକ ସରପ୍ରାଇଜ ନେଇ ଆସିଛନ୍ତି । ଯେଉଁଥିରେ ମ୍ୟୁଜିକ କମ୍ପୋଜର ତଥା ଗାୟକ ଏ.ଆର ରେହମାନ ସୁଶାନ୍ତ ସିଂହ ରାଜପୁତଙ୍କୁ ଏକ ମ୍ୟୁଜିକାଲ ଟ୍ରିବ୍ୟୁଟ ଦେବାକୁ ଯାଉଛନ୍ତି ।

https://www.instagram.com/p/CC6UFXggFfm/?utm_source=ig_embed

‘ଦିଲ୍ ବେଚାରା’ ରିଲିଜ୍ ହେବା ପୂର୍ବରୁ ଆର୍ ରହମାନ, ଶ୍ରେୟା ଘୋଷାଲ, ସୁନୀଧି ଚୌହାନ, ଅମିତାଭ ଭଟ୍ଟାଚାର୍ଯ୍ୟ, ମୋହିତ ଚୌହାନ, ଅରିଜିତ ସିଂ, ହୃଦୟ ଗଟ୍ଟାନୀ ଏବଂ ଜୋନୀତା ଗାନ୍ଧୀ, ସୁଶାନ୍ତ ସିଂ ରାଜପୁତଙ୍କୁ ଏକ ଭର୍ଚୁଆଲ୍ ମ୍ୟୁଜିକାଲ୍ କନ୍ସର୍ଟ ମାଧ୍ୟମରେ ଟ୍ରିବ୍ୟୁଟ ଦେବେ । ମୁକେଶ ଛାବ୍ରା ଏ ବିଷୟରେ ଏକ କ୍ଷୁଦ୍ର ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏ. ଆର୍ ରେହମାନ ‘ଦିଲ୍ ବେଚାରା’ର ଟାଇଟଲ୍ ଟ୍ରାକ୍ ଗାଉଥିବାର ନଜର ଆସିଛନ୍ତି । ଜଣାଇ ରଖୁଛୁ ଯେ, ଏହି କନସର୍ଟ ମଧ୍ୟାହ୍ନ ୧୨ ଟାରେ ହେବ । ମୁକେଶଙ୍କ ଏହି ଭିଡିଓରେ ପ୍ରଶଂସକମାନେ ନିଜର ମତ ପ୍ରକାଶ କରିଛନ୍ତି ।

OTT ପ୍ଲାଟଫର୍ମ ହଟଷ୍ଟାର ଡିଜନିରେ ସୁଶାନ୍ତ ସିଂହ ରାଜପୁତ ଏବଂ ସଞ୍ଜନା ସାଙ୍ଘୀଙ୍କ ଫିଲ୍ମ ‘ଦିଲ ବେଚାରା’ ମୁକ୍ତିଲାଭ କରିବ। ଦୁଇ କର୍କଟ ରୋଗୀଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲ୍ଟ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ।ଜଣାଇ ରଖୁଛୁ ଯେ, ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ପାର୍ଟନର ହେଉଛି ସୋନି ମ୍ୟୁଜିକ୍ ଇଣ୍ଡିଆ । ଏହି ଫିଲ୍ମ ଜୁଲାଇ ୨୪ରେ ମୁକ୍ତିଲାଭ କରିବ।

 

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ: ରାଜ୍ୟରେ ରେକର୍ଡ ପରେ ରେକର୍ଡ କରୁଛି କରୋନା । ଦିନ ବଢିବା ସହ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବଂ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍ । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଜି ସବୁ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୭୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୭୨୧ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩୫୭ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।  ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୮ଟି ଜିଲ୍ଲାରୁ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ରେକର୍ଡ ଭାଙ୍ଗିଛି ଗଞ୍ଜାମ । ଗଞ୍ଜାମରୁ ସର୍ବାଧିକ ୩୭୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୧, ରାଯଗଡ଼ାରୁ ୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ମାଲକାନଗିରିରୁ ୬୬, କଟକରୁ ୫୭, ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୪ ପଜିଟିଭ୍ ଚିହ୍ନଟ ସୁନ୍ଦରଗଡ଼ରୁ ୨୯, ପୁରୀରୁ ୨୮, ବରଗଡ଼ରୁ ୨୬, କେନ୍ଦ୍ରାପଡ଼ା ଓ ଗଜପତିରୁ ୨୪ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସମ୍ବଲପୁର ଓ ଯ଼ାଜପୁରରୁ ୨୦ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୭, କେନ୍ଦୁଝରରୁ ୧୬, କଳାହାଣ୍ଡି ଓ କୋରାପୁଟରୁ ୧୫ଜଣ ଲେଖାଏଁ, ମଯୂରଭଞ୍ଜ ଓ କନ୍ଧମାଳରୁ ୧୩ଜଣ ଲେଖାଏଁ, ବାଲେଶ୍ୱର ଓ ସୋନପୁରରୁ ୧୦ଜଣ ଲେଖାଏଁ, ବଲାଙ୍ଗିରରୁ ୬, ନଯାଗଡ଼ରୁ ୫, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ଅନୁଗୁଳ ଓ ଭଦ୍ରକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି ।

୨୪ ଘଣ୍ଟାରେ ହଜାରେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଜିଲ୍ଲାରୁ କରୋନା ପଜିଟିଭ୍ ସଂଖ୍ୟା ରହିଛି । ମୋଟ୍ ସଂକ୍ରମିତ ସଂଖ୍ୟା ୧୯ହଜାର ୮୩୫କୁ ବୃଦ୍ଧି ହୋଇଛି ।  ରାଜ୍ୟରେ ଆଜି କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଗଞ୍ଜାମରୁ ୩, ଗଜପତିରୁ ୧ ଓ କନ୍ଧମାଳରୁ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ହୋଇଛି । ଏହାସହ ୧୩୩୦୯ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୬୩୮୭ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ କୋଭିଡ଼ ସ୍ଥିତି ଓ ପରିଚାଳନା ହେବ ବୈଠକର ମୁଖ୍ୟ ଏଜେଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଦିନ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର । କିନ୍ତୁ ଏସବୁ ସତ୍ତ୍ୱେ ନିୟନ୍ତ୍ରଣରେ ଆସୁନି କରୋନା । ଯଦିଓ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ବଢୁଛି କିନ୍ତୁ ଆକ୍ରନ୍ତଙ୍କ ସଂଖ୍ୟା କମିବାର ନାଁ ନେଉ ନାହିଁ । ଆଜି ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ  ।

ଲୋକସେବା ଭବନରେ ଅନୁଷ୍ଠିତ ହେବ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକ  । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଉପସ୍ଥିତ ରହିବେ । ରାଜ୍ୟରେ କୋଭିଡ଼ ସ୍ଥିତି ଓ ପରିଚାଳନା ହେବ ବୈଠକର ମୁଖ୍ୟ ଏଜେଣ୍ଡା  । ଏଥି ସହ ଅନ୍ୟ ୫ଟି ଏଜେଣ୍ଡା ଉପରେ ବୈଠକରେ ଆଲୋଚନା ହେବା ନେଇ ସୂଚନା ରହିଛି । ଏସବୁ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର କିଛି ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୨୪ ଘଣ୍ଟାରେ ଦେଶରେ ୩୭,୭୨୪ ନୂଆ କରୋନା ସଂକ୍ରମିତ ମାମଲା, ୬୪୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩୭ ହଜାର ୭୨୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଲେ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୧ ଲକ୍ଷ ୯୨ହଜାର ୯୧୫କୁ ବୃଦ୍ଧି ହୋଇଛି । ସେହିପରି ଆକ୍ଟିଭ୍ କେସ ରହିଛି ୪ଲକ୍ଷ ୧୧ହଜାର ୧୩୩, ସୁସ୍ଥ ହେଲେଣି ୭ଲକ୍ଷ ୫୩ହଜାର ୫୦ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୭୩୨ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଏହି ମହାମାରୀ ଯୋଗୁଁ  ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭,୫୩,୦୫୦କୁ ପହଞ୍ଚିଛି । ଦେଶରେ ବର୍ତ୍ତମାନ ରିକଭରୀ ରେଟ୍ ୬୩.୧୨ % ରହିଛି । ଅନ୍ୟପଟେ ପଜିଟିଭିଟି ରେଟ୍ ୧୦.୯୯% ରେ ପହଞ୍ଚିଛି । ଅର୍ଥାତ ଯେତିକି ନମୁନାର ଯାଞ୍ଚ କରାଯାଉଛି, ସେଥିରୁ ୧୦.୯୯% ନମୁନା ପଜିଟିଭ ବାହାରୁଛି । ଯଦି ସାମ୍ପେଲ ଟେଷ୍ଟିଂର କଥା କହିବା ତେବେ ଦେଶରେ ୨୧ ଜୁଲାଇ ଯାଏଁ ୧,୪୭,୨୪,୫୪୬ ସାମ୍ପେଲର ଟେଷ୍ଟଂ ହୋଇଚି । ଅନ୍ୟପଟେ ୨୧ ଜୁଲାଇରେ ୩,୪୩,୨୪୩ ସାମ୍ପବେଲ ଟେଷ୍ଟିଂ କରାଯାଇଛି ।

ସେହିପରି ମହାରାଷ୍ଟ୍ରରେ ୩ ଲକ୍ଷ ଟପିଲାଣି କରେନା ଆକ୍ରାନ୍ତଙ୍କ ସଂଖ୍ୟା । ୧୨ ହଜାର ୨୭୬ କୁ ବୃଦ୍ଧି ହୋଇଛି ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା । ତାମିଲନାଡୁରେ ଲକ୍ଷେ ୮୦ ହଜାର ୬୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୬ ଶହ ୨୬ ଜଣଙ୍କ ମୃତ୍ୟ ହେଲାଣି ଦିଲ୍ଲୀରେ ଲକ୍ଷେ ୨୫ ହଜାର ୯୬ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୬ଶହ ୯୦ଜଣଙ୍କ ମୃତ୍ୟୁ ହେଲାଣି ।

ବ୍ୟାଙ୍କରୁ ବ୍ୟାଙ୍କ ଡେଉଁଥିଲା କରୋନା, ଏବେ ଜିଲ୍ଲାପାଳ ନେଲେ ଏମିତି ପଦକ୍ଷେପ

ଫୁଲବାଣୀ: ଆଜିଠୁ ସପ୍ତାହେ ପଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ବନ୍ଦ । ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ଏମିତି ନେଇଛି । ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ହୋଇଛି । କିଛି ଲକ୍ଷଣ ଜଣାପଡ଼ିଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍ ବନ୍ଦ ରଖିବା ସହ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହେ ପରେ ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ରେ ୫୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ।

ସୂଚନା ଅନୁସାରେ ୭ଦିନ ପୂର୍ବରୁ ଜଣେ ବ୍ୟାଙ୍କ କର୍ମଚାରୀ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ହୋଇ ଥିବା ଜଣାପଡ଼ିଥିଲା । ଏହାପରେ ଜଣଙ୍କ ପରେ ଜଣେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ଚିନ୍ତା ବଢିଥିଲା ଏବଂ ସଂକ୍ରମଣଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଏମିତି ପଦକ୍ଷପ ନେଇଥିବା ଜଣାପଡ଼ଛି । ଏହି ସଂକ୍ରମଣର ଚେନ୍  ଭାଂଗିବାକୁ ଏଭଳି ଦୃଢ ପଦକ୍ଷେପ ଜରୁରୀ ବୋଲି ଜିଲ୍ଲାପଳ ସୂଚନା ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, କନ୍ଧମାଳରେ ସମୁଦାୟ ୨୫୫ଜଣ କରୋନା ଆକ୍ରାନ୍ତ ଚିଙ୍ନଟ ହୋଇଥିବା ବେଳେ ୧୯୯ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଅନ୍ୟ ୫୬ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

( ଫୁଲବାଣୀରୁ ପ୍ରଶାନ୍ତ କୁମାର ଜେନା )

ଦୁର୍ବ୍ୟବହାରର ବିରୋଧ କରିବାରୁ ଗୁଳିମାରିଲେ ଦୁର୍ବୃତ୍ତ, ଆହତ ସାମ୍ବାଦିକଙ୍କର ଡାକ୍ତରଖାନାରେ ମୃତ୍ୟୁ

ଗାଜିଆବାଦ: ଦିଲ୍ଲୀ ନିକଟରେ ଅବସ୍ଥିତ ଗାଜିଆବାଦରେ ସୋମବାର ରାତି କିଛି ଦୁର୍ବୃତ୍ତ ଜଣେ ସାମ୍ବାଦିକଙ୍କୁ ଗୁଳି ମାରିଥିଲେ । କାରଣ ସେ ଜୁଲାଇ ୧୬ରେ ନିଜ ଭାଣିଜୀଙ୍କ ସହ ହୋଇଥିବା ଦୁର୍ବ୍ୟବହାର ବିରୋଧରେ ଅଭିଯୋଗ କରିଥିଲେ । ବୁଧବାର ସକାଳେ ସାମ୍ବାଦିକଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ସାମ୍ବାଦିକ ବିକ୍ରମ ଯୋଶୀଙ୍କ ଉପରକୁ ଗୁଳି ଚଳାଇବା ମାମଲାରେ ମଙ୍ଗଳବାର ପୋଲିସ ୯ ଜଣ ଆରୋପୀଙ୍କୁ ଗିରଫ କରିଛି । ଅନ୍ୟପଟେ ଘଟଣାକୁ ନେଇ ଷ୍ଟେସନ ଇନଞ୍ଚାର୍ଜଙ୍କ ଅବହେଳା କରିଥିବାରୁ ତାଙ୍କୁ ସସପେଣ୍ଡ କରିଦିଆଯାଇଛି ।

ବାସ୍ତବରେ, ଗାଜିଆବାଦରେ ସାମ୍ବାଦିକ ତାଙ୍କ ଭାଣିଜାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ନେଇ ପୋଲିସକୁ ଜଣାଇଥିଲେ । ପୋଲିସ ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନା କାହାକୁ ଗିରଫ କଲା । ଥାନାରେ ଅଭିଯୋଗ କରିବା ନେଇ କ୍ରୋଧିତ ଦୁଷ୍କର୍ମକାରୀମାନେ ସୋମବାର ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଗୁଳି କରିଥିଲେ। ପୋଲିସ ଷ୍ଟେସନ ବିଜୟାନଗର ଅଞ୍ଚଳରେ ଏହି ଘଟଣା ସଂପର୍କରେ ଏସପି ସିଟି କହିଛନ୍ତି ଯେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଏବଂ ଅନ୍ୟମାନଙ୍କୁ ଗିରଫ କରାଯାଇଛି ।

ବିକ୍ରମ ଯୋଶୀଙ୍କ ଦୋଷ ଥିଲା ଯେ ତାଙ୍କ ଭାଣିଜୀଙ୍କୁ ବାରମ୍ବାର ହଇରାନ କରାଯାଉଥିଲା ଏବଂ ସେ ପୋଲିସ୍ ଷ୍ଟେସନରେ ସେହି ଦୁର୍ବୃତ୍ତମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। କ୍ରୋଧିତ ଦୁର୍ବୃତ୍ତମାନେ ସୋମବାର ରାତିରେ ବିକ୍ରମଙ୍କୁ ହତ୍ୟା କରିଥିଲେ। ବିକ୍ରମଙ୍କ ମୁଣ୍ଡରେ ଗୁଳି ବାଜିଥିଲା, ତାଙ୍କୁ ଗୁରୁତର ଅବସ୍ଥାରେ ଯଶୋଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପୋଲିସ କହିଛି ଯେ ଯିଏ ଅଭିଯୁକ୍ତ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରିବାର ସଦସ୍ୟ ଏହା ମଧ୍ୟ କହିଛନ୍ତି ଯେ ଯଦି ବିକ୍ରମ ଦେଇଥିବା ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା, ତେବେ ଏହି ଘଟଣା ଆଜି ହୋଇ ନଥାନ୍ତା । ବିକ୍ରମଙ୍କ ଭାଣିଜୀଙ୍କୁ ବାରମ୍ବାର ହଇରାନ  କରାଯାଉଥିଲା ଏବଂ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ଜଣାଇ ରଖୁଛୁ ଯେ ଘଟଣାର ଏକ ସିସିଟିଭି ଫୁଟେଜ୍ ଜବତ କରାଯାଇଛି, ଯେଉଁଥିରେ ଦେଖାଯାଇଛି ଯେ, ପାଞ୍ଚ-ଛଅ ଜଣ ଦୁର୍ବୃତ୍ତ ଯୋଶୀଙ୍କ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି ଏବଂ ତା’ପରେ ଅନ୍ୟ ଜଣେ ଅପରାଧୀ ଆସି ତାଙ୍କୁ ଅତି ନିକଟରୁ ମୁଣ୍ଡରେ ଗୁଳି କରିଛି । ଗୁଳି ଚଳାଇବା ପରେ ଯୋଶୀ ତଳେ ପଡ଼ିଯାଇଥିଲେ ଏବଂ ସାଠାରେ ଉପସ୍ଥିତ ଥିବା ଦୁର୍ବୃତ୍ତ ମାନେ ପଳାଇଥିଲେ । କିଛି ସମୟ ପରେ, ତାଙ୍କ ଝିଅ ପାଖକୁ ଆସିଥିଲେ ଏବଂ ସହାୟତା ପାଇଁ ଚିତ୍କାର କଲିଥିଲେ ।

କରୋନା ମହାମାରୀ ପାଇଁ ଚଳିତ ବର୍ଷ ବନ୍ଦ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଅମରନାଥ ଯାତ୍ରାରୁ ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଯାତ୍ରାକୁ ୧୦ ଦିନ ପାଇଁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଅମରନାଥ ଯାତ୍ରା ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି ।

ଜୁଲାଇ ୮ ରେ ନିଷ୍ପତ୍ତି ନିଆଗଲା ଯେ ଏହି ବର୍ଷ ଅମରନାଥ ଯାତ୍ରା ପ୍ରତିବନ୍ଧକ ସହିତ କରାଯିବ ଏବଂ କରୋନା ମହାମାରୀ ହେତୁ ପ୍ରତିଦିନ ୫୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଭଗବାନ ଶିବଙ୍କ ପବିତ୍ର ଗୁମ୍ଫା ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ । ନର୍ଥ ବ୍ଲକରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଜୁଲାଇ ୨୧ ରୁ ଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହାପୂର୍ବରୁ ସେନା କହିଥିଲେ ଯେ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଟାର୍ଗେଟ କରୁଛନ୍ତି । ଗତ ଶୁକ୍ରବାର ଦିନ ଜଣେ ସେନା ଅଧିକାରୀ ଏହି ସୂଚନା ଦେଇଥିଲେ ।

ଜଣାଇ ରଖୁଛୁ ଯେ, ଏହା ପୂର୍ବରୁ ଶନିବାର ଦିନ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅମରନାଥରେ ବାବା ବର୍ଫାନୀଙ୍କର ଦର୍ଷନ କରିଥିଲେ । ସେ ଏହାର ସୂଚନା ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଥିଲେ । ରକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ଯେ, ମୁଁ ଭାଗ୍ୟବାନ ଯେ ପବିତ୍ର ଗୁମ୍ଫା ଶ୍ରୀ ଅମରନାଥ ବାବା ବର୍ଫାନୀଙ୍କୁ ଦର୍ଶନ କରିବାର ସୁଯୋଗ ପ୍ରାପ୍ତ ହୋଇଛି । ସେହି ସମୟରେ ତାଙ୍କ ସହ DCS ବିପିନ ରାୱତ ଏବଂ ସେନା ପ୍ରମିଖ ଜେନେରାଲ ମୁକୁନ୍ଦ ନରଭାଣେ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଥମ ଥର ପାଇଁ ହାଉସ ଚାମ୍ବରରେ ଶପଥ ନେବେ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର: ଆଜି ହାଉସ ଚାମ୍ବରରେ ଶପଥ ନେବେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ । ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ଶପଥ ନେବେ । ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ଏହି ୪ଜଣ ନିରଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ହେଲେ କରୋନା ସ୍ଥିତି ଓ ଲକଡାଉନ ପାଇଁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ ।

ସଂସଦର ଅଧିବେଶନ ଚାଲୁନଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ନେବେ । ନିକଟରେ ୨୦ ରାଜ୍ୟରୁ ୬୧ସଦସ୍ୟ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ଲକଡାଉନ୍ ପାଇଁ ଯେଉଁ ସଦସ୍ୟମାନେ ଦିଲ୍ଲୀ ଯାଇ ଶପଥ ନେଇପାରିନାହାନ୍ତି ସେମାନେ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି । କରୋନା କଟକଣା ଯୋଗୁଁ ପ୍ରଥମ ଥର ପାଇଁ ହାଉସ ଚାମ୍ବରରେ ଏହି ଶପଥ ସମାରୋହ ହେବ । ଆଜି ଦିନ ୧୧ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବଷ । ଏବଂ ଶପଥ ଗ୍ରହଣ ସମୟରେ ସାମାଜିକ ଦୂରତା ବଜାୟ ରହିବ ବୋଲି ସୂଚନା ଦିଆଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ସଦସ୍ୟଙ୍କ ସହ ଜଣେ ଅତିଥି ରହିପାରିବା ଅନୁମତି ରହିଛି  ।