spot_img
Home Blog Page 6794

ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ… ମହାକାଶରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାଜାଗତିକ ଖେଳ

ଭୁବନେଶ୍ୱର: ଆଜି ସୂର୍ଯ୍ୟ ପରାଗ । ମହାକାଶରେ ଘଟିବ ବିରଳ ମହାଜାଗତିକ ଘଟଣା । ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଏକ ସରଳରେଖାରେ ରହିବେ । ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ସୂର୍ଯ୍ୟ ଚାରିପଟେ ଦୃଶ୍ୟମାନ ହେବ ନିଆଁ ଭଳି ବଳୟ । ଆଫ୍ରିକା, ୟୁରୋପ ଏବଂ ଏସିଆରେ ଦେଖାଯିବ ଏହି ପରାଗ । ଭାରତର ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ୨୭୦ କିଲୋମିଟର ପରିଧିରେ ଏହା ଦୃଶ୍ୟମାନ ହେବ । କିନ୍ତୁ ଓଡ଼ିଶାରେ ହେବ ଆଂଶିକ ଦୃଶ୍ୟମାନ । ସୁନ୍ଦରଗଡ଼ରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟକୁ ଘୋଡ଼ାଇବ ଚନ୍ଦ୍ର । ସେହିପରି ମାଲକାନଗିରିରେ ୬୧ ଏବଂ ଭୁବନେଶ୍ୱରରେ ସୂର୍ଯ୍ୟକୁ ୬୫ ପ୍ରତିଶତ ଚନ୍ଦ୍ର ଢାଙ୍କିଦେବ । ପରାଗ ସକାଳ ୧୦ଟା ୨୦ ରୁ ଆରମ୍ଭ ହୋଇ ଦିନ ୨ ଟା ୨୦ ରେ ସର୍ବମୋକ୍ଷ ହେବ ।

ରବିବାର ସୂର୍ଯ୍ୟ ପରାଗ, ଜାଣନ୍ତୁ କେତେବେଳେ କରିବେ ପାକ ତ୍ୟାଗ …

ରାହୁଗ୍ରସ୍ତ ଚୂଡ଼ାମଣି ଯୋଗରେ ସୂର୍ଯ୍ୟପରାଗ ହେଉବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ସୂର୍ଯ୍ୟ ପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏଥିପାଇଁ ଗତକାଲି ରାତି ସାଢ଼େ ୧୦ ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକୁ ସମ୍ପୂର୍ଣ୍ଣ କରାଯାଇଛି । ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନାହିଁ । ପରାଗ ସ୍ପର୍ଶ ପରେ ବିଧି ଓ ପରମ୍ପରା ଅନୁସାରେ ଶ୍ରୀଜିଉଙ୍କର ଉତ୍ତରୀ ମଇଲମ ନୀତି କରାଯିବା ସହ ଗ୍ରହଣ ମହାସ୍ନାନ, ମଇଲମ ଓ ବେଶ କରାଯାଇ ଦିନ ଗୋଟାଏ ସୁଦ୍ଧା ମଙ୍ଗଳ ଆଳତି ହେବ । ତେବେ ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବାକୁ ବିଶେଷଜ୍ଞ ବାରଣ କରିଛନ୍ତି ।

ସାବଧାନ ! କାଲିଠୁ ଭାରତ ଉପରେ ସାଇବର ଆଟାକ୍ କରିପାରେ ଚୀନ, ଆସିପାରେ ଏହି ନାମରେ ମେଲ୍

ନୂଆଦିଲ୍ଲୀ: ସୀମାରେ ସଂଘର୍ଷ ପରେ ଆଉ ଏକ ଚାଲାକି କରୁଛି ଚୀନ୍ । ଭାରତ ଉପରେ ଚୀନ୍ ସାଇବର ଆଟାକ୍ ପାଇଁ ଯୋଜନା କରୁଛି । ମିଳିଥିବା ସୂଚନା ମୁତାବକ ଭାରତ ଉପରେ ଚୀନ୍ ଜୁନ୍ ୨୧ରୁ ସାଇବର୍ ଆଟାକ୍ କରିପାରେ । ଏହି ଆଟାକରେ ଆପଣଙ୍କ ପାଖକୁ cov2019.gov.inରୁ ଏକ ମେଲ୍ ଆସିପାରେ । ଏହି ମେଲର ସବଜେକ୍ଟ ବା ବିଷୟବସ୍ତୁ- ‘Free Covid 19 Test’ ରହିପାରେ ବୋଲି କୁହାଯାଉଛି ।

ଚୀନର ସାଇବର ଆଟାକରୁ ବର୍ତ୍ତିବା ପାଇଁ ଆସିଥିବା ମେଲ୍ କିମ୍ବା ଆଟାଚମେଣ୍ଟକୁ ଖୋଲନ୍ତୁ ନାହିଁ । କୁହାଯାଉଛି ପ୍ରାୟ ୨୦ ଲକ୍ଷ ଲୋକଙ୍କ ଇମେଲ ଟାର୍ଗେଟରେ ରହିଛି । ଘରୋଇ ଓ ଆର୍ଥିକ ସଂସ୍ଥାର ଇମେଲକୁ ଟାର୍ଗେଟ୍ କରିପାରନ୍ତି ଚୀନ ହ୍ୟାକର । କିଛିଦିନ ତଳେ ଚୀନ୍ ଅଷ୍ଟ୍ରେଲିଆ ଉପରେ ସାଇବର ଆକ୍ରମଣ କରିଥିଲା ।

ଗୁଇନ୍ଦା ଏଜେନ୍ସି ସାଇବର ଆଟାକ୍ ନେଇ ସୂଚନା ଦେବା ପରେ ତିନି ଚାରୋଟି ୱେବସାଇଟ୍ ଉପରେ ନଜର ରଖାଯାଇଛି । ସୂଚନା ମୁତାବକ, ଚୀନ୍ ହ୍ୟାକର ଏହି ସାଇବର ଆଟାକ୍ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ।

କଣ କହୁଛନ୍ତି ସାଇବର ଏକ୍ସପର୍ଟ ?

ସାଇବର ବିଶେଷଜ୍ଞ ପବନ ଦୁଗ୍ଗଲଙ୍କ ମତରେ ଚେତାବନୀକୁ ବର୍ତ୍ତମାନ ସ୍ଥିତିର ହାଲକା ଭାବେ ନେବା ଉଚିତ୍ ହେବନାହିଁ । ଯଦି ଆପଣଙ୍କୁ କୌଣସି ଅପରିଚିତ ମେସେଜ ଆସୁଛି ଓ କୁହାଯାଉଛି ଲିଙ୍କରେ କ୍ଲିକ୍ କରନ୍ତୁ । ଏପରି କରିବା ଅନୁଚିତ୍ । ଅପରିଚିତ ଠିକଣାରୁ ଆସୁଥିବା ମେଲ୍ କି ଆଟାଚମେଣ୍ଟ ଖୋଲନ୍ତୁ ନାହିଁ । କରୋନା ଯୋଗୁଁ ସାଇବର କ୍ରାଇମ୍ ବଢ଼ିଥିବା ବେଳେ ଏବେ ଜାଗ୍ରତ ହେବାର ସମୟ ଆସିଛି ।

 

ରଥଯାତ୍ରା ପରେ ସ୍ଥଗିତ ରହିଲା କାଉଡ଼ି ଯାତ୍ରା

ନୂଆଦିଲ୍ଲୀ: କରୋନା ଉଜାଡ଼ି ଦେଲାଣି ଜୀବନ । କୋଭିଡ୍ ସଂକ୍ରମଣ ଯୋଗୁଁ ଲୋକ ଘରେ ବନ୍ଦୀ ହୋଇ ରହିଥିବା ବେଳେ ପର୍ବପର୍ବାଣୀ ପ୍ରଭାବିତ ହେବାରେ ଲାଗିଛି । ପ୍ରଥମେ ଚଳିତବର୍ଷ ସଂକ୍ରମଣକୁ ନଜରରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ବାର୍ଷିକ କାଉଡ଼ି ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଭିଡିଓ କନଫରେନ୍ସିଂ ଯୋଗେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ମୁଖ୍ୟମନ୍ତ୍ରୀ ଶନିବାର ଆଲୋଚନା କରିଥିଲେ । କରୋନା ସଂକ୍ରମଣ ଦେଶରେ ବଢ଼ି ଚାଲିଥିବାରୁ ଚଳିତବର୍ଷ କାଉଡ଼ି ଯାତ୍ରା ବନ୍ଦ ପାଇଁ ୩ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଶ୍ରାବଣ ମାସ ସୋମବାରରେ ଶିବଭକ୍ତ ନଦୀରୁ ଜଳ ନେଇ ଭୋଳାବାବାଙ୍କୁ ଅର୍ପଣ କରିଥାନ୍ତି । ଜୁଲାଇରେ ହରିଦ୍ୱାରର ଗଙ୍ଗା ନଦୀରୁ କାଉଡ଼ିଆ ପାଣି ଭାର ଧରି ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି । ନଦୀ ପଠାରୁ ମନ୍ଦିର ବେଢ଼ା ଯାଏଁ କାଉଡ଼ିଆଙ୍କ ଭିଡ଼ ଲାଗେ । ଭିଡ଼ରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ୩ ରାଜ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

ଗୁଜରାଟରେ ବି ଗଡ଼ିବନି କାଳିଆର ରଥ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅହମଦାବାଦ: କରୋନା କଟକଣାରେ ରଥ ଟଣା କେମିତି ହେବ ? ୩ ମାସ ହେଲା ଚକାନୟନକୁ ନ ଦେଖି ଭକ୍ତ ମନ ଅଥୟ ହେଉଥିବା ବେଳେ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କୋର୍ଟ । ପୁରୀ ସମେତ ଓଡ଼ିଶାର କୌଣସି ସ୍ଥାନରେ ଘୋଷଯାତ୍ରା ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଅହମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ହାଇକୋର୍ଟ ।

ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

FILE PHOTO

କରୋନା ସଂକ୍ରମଣକୁ ନଜରରେ ରଖି ଶୋଭାଯାତ୍ରା ଉପରେ ଅଙ୍କୁଶ ଲଗାଯାଇଛି । ଅହମଦାବାଦରେ ଦୀର୍ଘ ୧୮ କିମି ଧରି ରଥ ଟଣା ଯାଇଥାଏ । ଯେଉଁଥିରେ ପାଖାପାଖି ୮ ଲକ୍ଷ ଲୋକ ଏକଜୁଟ୍ ହୋଇଥାନ୍ତି ବୋଲି ଗୁଜରାଟ ସରକାର କୋର୍ଟରେ ତଥ୍ୟ ରଖିଥିଲେ ।

ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

ଭୂତ ଖାଇଦେଲା ୩ ବର୍ଷର ପିଡିଏସ୍‌ ସାମଗ୍ରୀ, ମୟୂରଭଞ୍ଜ ଜିଲ୍ଲା ବଡ଼ଖଲାଡ଼ିରେ ମହାଦୁର୍ନୀତିର ପର୍ଦ୍ଦ।ଫାସ

ମୟୂରଭଞ୍ଜ: ହିତାଧିକାରୀଙ୍କ ମୃତ୍ୟୁ ପରେ ବି ଉଠୁଛି ପିଡିଏସ୍‌ ଚାଉଳ । ମାସେ ନୁହେଁ କି ବର୍ଷେ । ଦୀର୍ଘ ୩ ବର୍ଷ ହେଲା ମତ ହିତାଧିକାରୀଙ୍କ ନାଁ ରେ ପିଡିଏସ୍‌ ସାମଗ୍ରୀ ଉଠାଣ ହେଉଛି । ତଦନ୍ତ ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ଉପ ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡଖଲାଲାଡି ପଞ୍ଚୟତର ସିନ୍ଧୁପୁର । ହିତାଧିକାରୀ ବାଞ୍ଛାନିଧି ମଣ୍ଡଳ ।

ପିଡିଏସ କାର୍ଡ ନମ୍ବର ୨୨୧୦୩୧୦୪୯୩ । କିନ୍ତୁ ୧୮ ସେପ୍ଟେମ୍ବର ୨୦୧୮ରୁ ସେ ମୃତ । ହେଲେ ଆଜିଯାଏଁ ତାଙ୍କ ଖାତାରେ ଉଠୁଛି ପିଡିଏସ ସାମଗ୍ରୀ । ଘଟଣାର ସତ୍ୟତା ପଦାକୁ ଆସିବା ପରେ ପଞ୍ଚାୟତ ଅଧିକାରୀ ବିଦ୍ୟୁତ୍‌ ମହାପାତ୍ରଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ଉପଜିଲ୍ଲାପାଳ । ଏହାସହ ପଞ୍ଚାୟତ ଅଧିକାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କ ଅନୁମତି ଲୋଡିଛନ୍ତି ।

୧୫ କ୍ୱିଣ୍ଟାଲ ୧୬ କିଲୋ ଚାଉଳ, ୬ କ୍ୱିଣ୍ଟାଲ ୯୪ କିଲୋ ଗହମ ଷ୍ଟକରେ ନଥିବାରୁ ଏହାର ମୂଲ୍ୟ ୯୯ ହଜାର ୩୪ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବାପା ମରିବା ପରେ ପିଡିଏସ୍‌ ନେଇ ନଥିବା କହିଛନ୍ତି ମୃତ ବାଞ୍ଛାନିଧିଙ୍କ ପୁଅ ।

ଘଟଣାକୁ ନେଇ କିନ୍ତୁ ନିଜ ମୁଣ୍ଡରୁ ଅଠା ଛଡାଇବାକୁ ଉଦ୍ୟମ କରିଛନ୍ତି ପଞ୍ଚାୟତ ଅଧିକାରୀ । ଚାଉଳ ଓ ଗହମ ଷ୍ଟକ୍‌ ଠିକ୍‌ ଥିବା ଦର୍ଶାଇବା ସହ ଯୋଗାଣ ସହାୟକଙ୍କ ଉପରେ ଦୋଷ ଲଦିଛନ୍ତି । ସେପଟେ କିନ୍ତୁ ପିଡିଏସ ବଣ୍ଟନର ସମସ୍ତ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯାଇ ନଥିବା କହିଛନ୍ତି ସହାୟକ ।

ବାଛି ବାଛି ଚାଇନା ସାମଗ୍ରୀ ଉପରେ ଲାଗିବ କଟକଣା, ତାଲିକା ତିଆରି କରୁଛନ୍ତି ସରକାର

ନୂଆଦିଲ୍ଲୀ: ଗଲବାନ୍ ପରେ ଦେଶରେ ଜୋର୍ ଧରିଛି ବୟକଟ୍ ଚାଇନା ନାରା । ଚୀନ୍ ତିଆରି ସାମଗ୍ରୀ ବହିଷ୍କାର ପାଇଁ ଆନ୍ଦୋଳନ ଆରମ୍ଭ ହେଲାଣି । ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଚୀନ ଉପରେ କମ୍ ନିର୍ଭର କରି ନିଜେ ଆତ୍ମନିର୍ଭର ହେବେ । ଏଥିପାଇଁ କେନ୍ଦ୍ର ସରକାର ଚୀନଠାରୁ କିଣା ଯାଉଥିବା ସାମଗ୍ରୀର ତାଲିକା ପ୍ରସ୍ତୁତ ଆରମ୍ଭ କରିଛନ୍ତି ।NandighoshaTV

ତାଲିକା ପ୍ରସ୍ତୁତ ପରେ ସରକାର ଅଣଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଚିହ୍ନଟ କରିବେ । ଚୀନ୍ ବ୍ୟତୀତ ଯେଉଁ ସାମଗ୍ରୀ ସ୍ଥାନୀୟ ସ୍ତରରେ ତିଆରି ହୋଇପାରିବ ଚିହ୍ନଟ କରାଯିବ । ଯେଉଁ କଞ୍ଚାମାଲ ଏବେ ଆମଦାନୀ ବନ୍ଦ କରିବା ସମ୍ଭବ ନୁହେଁ ଶିଳ୍ପ ବିଭାଗ ତାର ବିଶେଷ ତାଲିକା ପ୍ରସ୍ତୁତ କରିବ ।  NandighoshaTV

ଶିଳ୍ପ ବିଭାଗ, ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସହ ସମ୍ପର୍କ କରି ତାଲିକା ମାଗିଛି । ଭାରତ ଚୀନ ଠାରୁ ଅଟୋମୋବାଇଲ୍, ଫାର୍ମସ୍ୟୁଟିକାଲ, ଖେଳଣା, ପ୍ଲାଷ୍ଟିକ, ଫର୍ଣ୍ଣିଚର ଭଳି ସାମଗ୍ରୀ ବଡ଼ ପରିମାଣରେ ଆମଦାନୀ କରିଥାଏ । ଗଲବାନ୍ ଘାଟିରେ ୨୦ ଭାରତୀୟ ସହିଦ୍ ପରେ ସରକାର କହି ଆସୁଛନ୍ତି ଚୀନ୍ ଉପରେ କମ୍ ନିର୍ଭର କରିବେ । ଆଉ ଏହି ସ୍ୱର ସାରା ଦେଶରେ ଉଠିଛି ।NandighoshaTV

ଚୀନ୍ ଉପରେ କମ୍ ନିର୍ଭର କରିବା ପାଇଁ ସରକାର ୩ଟି ଟାଇମ୍ ଲାଇନ୍ ଷ୍ଟ୍ରାଟେଜିରେ କାମ କରୁଛନ୍ତି । ସର୍ଟ ଟର୍ମ, ମିଡିୟମ୍ ଟର୍ମ ଓ ଲଙ୍ଗ ଟର୍ମ ଷ୍ଟ୍ରାଟେଜି । ଶିଳ୍ପ ବିଭାଗ ସରକାରଙ୍କୁ ଦେବାକୁ ଥିବା ତାଲିକା ପ୍ରକାରେ ସର୍ଟ ଟର୍ମରେ କଣ ପଦକ୍ଷେପ ନିଆଯିବ ସ୍ଥିର ହେବ । ଏଥିସହିତ ମିଡିୟମ୍ ଓ ଲଙ୍ଗ ଟର୍ମ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ ।

ନୀତି ବଦଳାଉଛନ୍ତି ସରକାର

ଖବର ଅନୁସାରେ, ସରକାର ଷ୍ଟ୍ରାଟେଜିରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଏବେ ଘରୋଇ ସେକ୍ଟର ଉପରେ ଫୋକସ୍ ରଖିଛନ୍ତି । ଦୁଇ ଚାରିଦିନ ପୂର୍ବରୁ ଚାଇନିଜ୍ କମ୍ପାନୀଙ୍କ ସହ ସରକାର ବୁଝାମଣା ବାତିଲ୍ ମଧ୍ୟ କରିଥିଲେ । ରେଲୱେ, ଟେଲିକମ୍, ମେଟ୍ରୋ ଭଳି କେତକ ପ୍ରୋଜେକ୍ଟରେ ଚୀନ୍ କମ୍ପାନୀ ସହ ହୋଇଥିବା ଚୁକ୍ତି ରଦ୍ଦ ମଧ୍ୟ କରାଯାଇଛି ।

ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ମାମଲା ଅଧିକ ଗରମ ହେବାରେ ଲାଗିଛି । ହଠାତ ଏଭଳି  ଜଣେ ଯୁବ ଅଭିନେତାଙ୍କ ଆତ୍ମହତ୍ୟା ପଛରେ ଏକ ବଡ଼ କାରଣ ରହିଛି ବୋଲି ଦାବି ହେଉଛି । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡର ବଡ଼ ବଡ଼ ଡିରେକ୍ଟରଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ସାମିଲ ଥିବା ନେଇ ଅଭିଯୋଗ ଆସିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁରେ ବିହାରର ମୁଜାଫରପୁରରେ ଆଉ ଏକ ଅଭିଯୋଗ ଦାଖଲ କରାଯାଇଛି ।

ଶନିବାର ମୁଜାଫରପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ସୁଶାନ୍ତ ସିଂଙ୍କ ଗର୍ଲଫ୍ରେଣ୍ଡ  ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଦାଖଳ ହୋଇଛି । ଏହି ଅଭିଯୋଗ ପତାହିରେ ରହୁଥିବା କୁନ୍ଦନ କୁମାରଙ୍କ କରିଛନ୍ତି । ତେବେ ଜୁନ୍ ୨୪ ରେ ଏହି ମାମଲାର ଶୁଣାଣି ହେବ । ଧାରା ୪୨୦ ଏବଂ ୩୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି ।

କୁନ୍ଦନ କୁମାର ରିୟାଙ୍କ ବିରୁଦ୍ଧରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଷଡଯନ୍ତ୍ର କରି ପ୍ରେମ ଜାଲରେ ଫସାଇଥିଲେ । ପ୍ରେମରେ ଫସାଇବା ପରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଖରୁ ଅନେକ ଫାଇଦା ଉଠାଇଛନ୍ତି । ସୁଶାନ୍ତ, ରିୟାଙ୍କର ପ୍ରେମକୁ ସତ ବୋଲି ଭାବୁଥିବା ବେଳେ ରିୟା କେବଳ ତାଙ୍କର ଫାଇଦା ଉଠାଇଛନ୍ତି ବୋଲି କୁନ୍ଦନ  ଗଣମାଧ୍ୟମରେ କହିଛନ୍ତି ।

କୁନ୍ଦନ କୁମାର ଅଭିଯୋଗ କରିଛନ୍ତି ଯେ ପରିବାର ଲୋକଙ୍କ ସହ କଥା ହେବା ପରେ ସୁଶାନ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ସମୟରେ ରିୟା ସୁଶାନ୍ତଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ ।  କେବଳ ଏତିକି ନୁହେଁ, ରିୟା ବେଳେବେଳେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉଥିବା କହିଛନ୍ତି କୁନ୍ଦନ ।

କରୋନା ଚିକିତ୍ସା ପାଇଁ ଆସିଲା ଔଷଧ, ଗୋଟିଏ ଟାବଲେଟର ଦାମ୍ ୧୦୩ ଟଙ୍କା

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଣ୍ଟିଭାଇରାଲ୍ ଔଷଧ ଫେବିପିରାବିରକୁ ଫେବିଫ୍ଲୁ ବ୍ରାଣ୍ଡରେ ଆଣିଛି । ଏହା କରୋନାରେ ପ୍ରାଥମିକ ସ୍ତରରେ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର ହୋଇପାରିବ । କମ୍ପାନୀ ଶନିବାର ଏହି ସୂଚନା ଦେଇଛି । ମୁମ୍ବାଇର କମ୍ପାନୀ ଶୁକ୍ରବାର କହିଥିଲା- ଭାରତୀୟ ଔଷଧ ପ୍ରାଧିକରଣ ଔଷଧ ନିର୍ମାଣ ଓ ମାର୍କେଟିଂ ପାଇଁ ଅନୁମତି ଦେଇଛନ୍ତି ।

ଫେବିଫ୍ଲୁ କୋଭିଡ୍-୧୯ ଚିକିତ୍ସା ପାଇଁ ଫେବିପିରାବିର ଔଷଧ । ଯାହାକୁ ଅନୁମତି ମିଳିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶନ ଗ୍ଲେନ୍ ସଲଦାହ୍ନା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ୱାସ୍ଥ୍ୟ ସେବା ଗଭୀର ଚାପରେ ରହିଛି । ଫେବିଫ୍ଲୁ ଦ୍ୱାରା ଏହି ଚାପ କମିବ ବୋଲି ସେ ଆଶା ରଖିଛନ୍ତି ।

କରୋନାରେ ସାମାନ୍ୟ ଭାବେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଠାରେ ଫେବିଫ୍ଲୁର ମେଡିକାଲ ଟ୍ରାଏଲ୍ ହୋଇଛି । ଏବଂ ଏହା ଭଲ କାମ କରୁଥିବା ଜଣାପଡ଼ିଛି । ଏହା ସେବନ ଉପଯୋଗୀ ହେଉଥିବାରୁ ଚିକିତ୍ସା ସହଜ ହେବ । କମ୍ପାନୀ ସରକାର ଓ ଚିକିତ୍ସକଙ୍କ ସହ ମିଶି କାମ କରିବ । ଫଳରେ ଦେଶରେ ଔଷଧ ଉପଲବ୍ଧ ହୋଇପାରିବ । ଏହି ଔଷଧ ଚିକିତ୍ସଙ୍କ ପରାମର୍ଶ କ୍ରମେ ଟାବଲେଟ୍ ପିଛା ୧୦୩ ଟଙ୍କାରେ ମିଳିବ ।

କେମିତି କରିବେ ସେବନ ?

ସାମାନ୍ୟ କରୋନା ଆକ୍ରାନ୍ତ ପ୍ରଥମ ଦିନ ଫେବିଫ୍ଲୁ ୧୮୦୦ ଏମଜିର ଟାବଲେଟ ଦୁଇଥର ଖାଇବେ । ଏହାପରେ ୧୪ ଦିନ ଯାଏଁ ୮୦୦ ଏମଜି ଟାବଲେଟ୍ ଦିନକୁ ୨ ଥର ଖାଇବେ । ତେବେ, ଆଶ୍ୱସ୍ତିକର କଥା ହେଉଛି ଫେବିଫ୍ଲୁ ମଧୁମେହ, ଛାତି ସମସ୍ୟାରେ ପୀଡ଼ିତ କରୋନା ଆକ୍ରାନ୍ତଙ୍କୁ ମଧ୍ୟ ଦିଆଯାଇ ପାରିବ ।

୩୦ ପଇସାରେ କରୋନା ଔଷଧ,ଭାରତ ପାଖରେ Dexametasoneର ଭଣ୍ଡାର

ଦିଲ୍ଲୀରେ କରୋନା ନେଲା ଯୁବ ଓଡ଼ିଆ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ନେଲା କୋଭିଡ୍ ଯୋଦ୍ଧାଙ୍କ ପ୍ରାଣ । ଦିଲ୍ଲୀରେ କାର୍ଯ୍ୟରତ ଜଣେ ଯୁବ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି । ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୩୯ ବର୍ଷୀୟ ଓଡ଼ିଆ ଡାକ୍ତର ଜଣଙ୍କ ଘର କଟକ ଜିଲ୍ଲାର ବାଙ୍କୀରେ । ସେ ଜାତୀୟ ସ୍ୱାସ୍ଥ୍ୟ ପ୍ରଣାଳୀ ସଂଶାଧନ କେନ୍ଦ୍ରରେ ବରିଷ୍ଠ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଗତ ଜୁନ୍ ୧୬ ତାରିଖରେ କରୋନା ଲକ୍ଷଣ ଦେଖା ଦେବାରୁ ସେ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨ ଦିନ ପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଜୁନ୍ ୧୯ରେ ମଧୁମେହ ବଢ଼ି ଯାଇଥିଲା । ଶୁକ୍ରବାର ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା ।

ଶେଷରେ ଆଖି ବୁଜିଛନ୍ତି ସେ । ଏମକେସିଜି ମେଡିକାଲ କଲେଜ୍ ବ୍ରହ୍ମପୁରରୁ ସେ ଏମବିବିଏସ, କମ୍ୟୁନିଟି ମେଡିସିନରେ ଏମଡି କରିଥିଲେ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରର ୪ଜଣଙ୍କୁ କରୋନା

ପେଟ ଭରିବାକୁ ଯାଇଥିଲେ, ଚାଲିଗଲା ଆଖି: ସର୍ଦ୍ଦାର ବି ବୁଝିଲାନି ଦୁଃଖ

ବଲାଙ୍ଗିର: ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ ଯାଉଛନ୍ତି ଓଡିଆ ଶ୍ରମିକ । ହେଲେ ଅନେକ ସମୟରେ ସେମାନେ ନିର୍ଯାତନାର ଶିକାର ହେଉଛନ୍ତି । କେତେବେଳେ ତାଙ୍କର ମୃତଦେହ ଗାଁକୁ ଫେରୁଛି ତ କେବେ ଦିବ୍ୟାଙ୍ଗ ହୋଇ ଫେରୁଛନ୍ତି  ।

ଏମିତି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରରୁ । ଡାହିମାଲ ଗାଁ ର ୨୮ ବର୍ଷୀୟ ଦେବାନନ୍ଦ ମାଝି । ୬ ମାସ ତଳେ ଯାଇଥିଲେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣଲ୍‌ । ତାଙ୍କୁ ନେଇଥିଲେ ବେଲପଡ଼ା ଅଞ୍ଚଳର ଦାଦନ ସର୍ଦ୍ଦ।ର ସୁଶାନ୍ତ ପାତ୍ର । ସେଠାରେ ଇଟାଭାଟିରେ କାମ କରୁଥିଲେ ଦେବାନନ୍ଦ । କାମ କରୁଥିବାବେଳେ ନଷ୍ଟ ହେଲା ଡାହାଣ ଆଖି । ଭାଟି ମାଲିକ କିନ୍ତୁ ଦେଲାନି ଚିକିତ୍ସା ଖର୍ଚ୍ଚ । ଓଲଟି ଟଙ୍କା ବଦଳରେ ଦେଲା ନିର୍ଯାତନା । ଶେଷରେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଗାଁକୁ ଫେରିଛନ୍ତି ଦେବାନନ୍ଦ । ଏବେ ବାପା ମାଆଙ୍କୁ ନେଇ ସାହାଯ୍ୟ ପାଇଁ ବୁଲୁଛନ୍ତି ଅଫିସ୍‌ ଅଫିସ୍‌ । ଚିକିତ୍ସା ଖର୍ଚ୍ଚ ସହ ଦାଦନ ଶର୍ଦ୍ଦ।ର ଓ ଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଉପଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଦେବାନନ୍ଦ । ସେପଟେ ଶ୍ରମ ବିଭାଗ ଅଧିକାରୀ ମଧ୍ୟ ଘଟଣା ନେଇ ସମ୍ବେଦନଶିଳ ଥିବା କହିଛନ୍ତି । ତେବେ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଦାଦନ ଶ୍ରମିକଙ୍କ ପାଇଁ ଶ୍ରମବିଭାଗ ତତ୍ପର ଥିବାବେଳେ ବେଲପଡା ବ୍ଲକରେ ଅନେକ ସମୟରେ ଏପରି ଅଭିଯୋଗ ଆସିଛି । ଯାହା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି ।