ଭୁବନେଶ୍ୱର: କଳା ଓ କଳାକାର ଉପରେ କରୋନା ପ୍ରଭାବ । ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟଧରି ଚଳଚ୍ଚିତ୍ର ଶିଳ୍ପ ବନ୍ଦ ରହିଛି । କଟକ ସହରର ଅନ୍ୟତମ ପୁରାତନ ଫିଲ୍ମ ହଲ ଜୟଶ୍ରୀକୁ ସବୁଦିନ ପାଇଁ ମାଲିକ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଯାହା ପ୍ରଯୋଜକମାନଙ୍କୁ ଚିନ୍ତାରେ ପକାଇଛି । ସେପଟେ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ହଲ ନିର୍ମାଣ ପାଇଁ ଯୋଜନା କରୁଥିବା କହିଛନ୍ତି ଚଳଚ୍ଚିତ୍ର ନିଗମ କର୍ତ୍ତୃପକ୍ଷ ।

କଟକ ବାଦାମବାଡ଼ି ଛକରେ ଥିବା ରାଜ୍ୟର ଅନ୍ୟତମ ପୁରୁଣା ସିନେମା ହଲ ଜୟଶ୍ରୀ ଟକିଜ ସବୁଦିନ ପାଇଁ ବନ୍ଦ ହୋଇଛି । ୧୯୮୫ ମସିହାରେ ତିଆରି ହୋଇଥିବା ପ୍ରେକ୍ଷାଳୟ ଏବେ ଇତିହାସ ହେବାକୁ ବସିଛି । କରୋନା ସଙ୍କଟରେ ଆଶାନୁରୂପକ ବ୍ୟବସାୟ ହୋଇ ପାରିଲା ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ସିନେମା ହଲର ଅବସ୍ଥା ଶୋଚନୀୟ ହୋଇପଡିଛି । ହଲ ଚାଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ମାଲିକ ହଲ ବନ୍ଦ କରିବାକୁ ନିଷ୍ପତି ନେଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 
ଓଡ଼ିଆ ଚଳଚ୍ଚିତ୍ର ଜଗତର ଏନ୍ତୁଡ଼ିଶାଳ । କଟକ ସହରରେ ପ୍ରାୟ ୧୫ଟି ଫିଲ୍ମ ହଲ ଥିଲା । ପୂର୍ବରୁ ପାର୍ବତୀ, ହିନ୍ଦ, ସୁରଜ, ରାଜତରଙ୍ଗିନୀ, ନିଶାମଣିଲଷ୍ମୀ, ଦେବୀ, ଦୁର୍ଗା ଭଳି ଫିଲ୍ମ ହଲ୍ ବନ୍ଦ ହୋଇସାରିଛି । ଏହା ଚଳଚ୍ଚିତ୍ର ଶିଳ୍ପ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ସେପଟେ ଖୁବଶୀଘ୍ର ସରକାର ରାଜ୍ୟରେ ଏହି ଶିଳ୍ପର ବିକାଶ ପାଇଁ ନୂତନ ହଲ ମାନ ନିର୍ମାଣ କରିବାକୁ ଯାଉଥିବା କହିଛନ୍ତି ଚଳଚିତ୍ର ନିଗମ ଅଧ୍ୟକ୍ଷ ।






ରାଜ୍ୟ ରାଜସ୍ୱ ଟିକସ ବାବଦରେ ହ୍ରାସ ପାଇଥିଲେ ମଧ୍ୟ ଏହି ଖଣି ନିଲାମ ପ୍ରକ୍ରିୟା ଯୋଗୁଁ ଅଣଟିକସ ବାବଦରେ ୪% ରାଜସ୍ୱ ବୃଦ୍ଧି ପାଇଛି । ଖଣି ନିଲାମ ପ୍ରକ୍ରିୟାକୁ ସଫଳ କରିବା ଦିଗରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଉଲ୍ଲେଖନୀୟ ଭୂମିକା ଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତାଙ୍କୁ ଖଣି ବିଭାଗର ଓଏସ୍ଡି ଭାବରେ ପୁନଃ ନିଯୁକ୍ତ କରିଛନ୍ତି ।

କରୋନାର କଳା ବାଦଲରେ ଢାଙ୍କି ହୋଇ ଯାଇଛି ପୁରା କଳାକାର ପରିବାର । ଯାତ୍ରାର ଯାତ୍ରା ଅଟକିବା ସହ ପେଟପାଟଣାରେ ତାଲା ପଡ଼ିଛି । ବାଲେଶ୍ୱର ଜିଲ୍ଲା ବାଗୁଡି଼ ଗାଁର ସୁବାଷ କୁମାର ଜେନା । ବାଘା ଯତିନ୍ ଗଣନାଟ୍ୟରେ କଳାକାର ତଥା ଉପସ୍ଥାପକ ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି ।








ତେବେ ଏନେଇ ଅଭିଯୋଗ କରିଛି ବିଜେଡି । ବିଜେପିର ବାରମ୍ବାର ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛି ବିଜେଡି । କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମଖୁପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ୍ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।