spot_img
Home Blog Page 6887

ଗଞ୍ଜାମରେ ଯାନବାହାନ ଚଳାଚଳ ବନ୍ଦ… ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ

ଗଞ୍ଜାମ: ଗଞ୍ଜାମରେ କରୋନା ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି । ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଜିଲ୍ଲାରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି । ଏହି କଟକଣା ନୂଆ ରୂପରେ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ଜୁଲାଇ ଯାଏଁ ଗଞ୍ଜାମରେ ସବୁ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଲେ ଜିଲ୍ଲାପ୍ରଶାସନ । ଜୁଲାଇ ପହିଲାରୁ ଏହି କଟକଣା ଲାଗୁ ହୋଇଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଗଞ୍ଜାମରେ ସର୍ବାଧିକ କରୋନା ସଂକ୍ରମିତ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜରୁରୀ ନଥିଲେ ଘରୁ ନବାହାରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ କୁହାଯାଇଛି ।

କେବଳ ଦୁଇ ଚକିଆ ଯାନ ଚଳାଚଳ କରିପାରିବ । ବିନା ଆଇଡି ପ୍ରୁଭ୍ ରେ ବାଇକ ଛଡ଼ା ଯିବନାହିଁ ବୋଲି କୁହାଯାଇଛି । ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବାହାର ଖାଦ୍ୟ ନଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ମାତ୍ରାଧିକ ପଜିଟିଭ୍ କେସ ଆସୁଛି । ଜୁଲାଇ ଯୁଦ୍ଧ ପାଇଁ ସରକାର ପ୍ରସ୍ତୁତ ଥିବାବେଳେ ଗଞ୍ଜାମରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ମାଲକାନଗିରିରେ ପଶୁ ହତ୍ୟାର ବର୍ବର ଚିତ୍ର… କାଲିମେଳା ପଡ଼ିଆ କାଲଦାପଲ୍ଲୀରେ କୁମ୍ଭୀରକୁ ଗଛରେ ବାନ୍ଧିଲେ ଲୋକେ… ମାଂସ ଭାଗ ବାଣ୍ଟି ଖାଇଥିବା ଅଭିଯୋଗ

ମାଲକାନଗିରିରେ ପଶୁ ହତ୍ୟାର ବର୍ବର ଚିତ୍ର… କାଲିମେଳା ପଡ଼ିଆ କାଲଦାପଲ୍ଲୀରେ କୁମ୍ଭୀରକୁ ଗଛରେ ବାନ୍ଧିଲେ ଲୋକେ… ମାଂସ ଭାଗ ବାଣ୍ଟି ଖାଇଥିବା ଅଭିଯୋଗ

ଆଜି ଶ୍ରୀଜିଉଙ୍କ ସୁନାବେଶ…ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ

ଆଜି ଶ୍ରୀଜିଉଙ୍କ ସୁନାବେଶ…ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ

ଭିଜିଲାନ୍ସ ଜାଲରେ ବରଗଡ଼ ଅବକାରୀ ଅଧିକ୍ଷକ ଓ ବାଲେଶ୍ୱର ଟାଉନ୍‌ ଥାନାର ସବ୍‌-ଇନ୍ସପେକ୍ଟର

ବାଲେଶ୍ୱର/ବରଗଡ଼: ଜମିଜମା ବିବାଦର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଟାଉନ୍‌ ଥାନାର ସବ୍‌-ଇନ୍ସପେକ୍ଟର ବିମଲ କୁମାର କର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏହି ମାମଲାରେ ମଧ୍ୟସ୍ଥତା କରୁଥିବା କଂଗ୍ରେସ୍‌ର ଯୁବ ନେତା ବାବୁଲି ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ବାଲେଶ୍ୱର ଟାଉନ୍‌ ଥାନାର ବୈରାମନଗରର ବିନ୍ଦୁଭୁଷଣ ପାତ୍ର ଜମିଜମା ବିବାଦକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାର ସମାଧାନ କରିବାକୁ ସବ୍‌-ଇନ୍ସପେକ୍ଟର ବିମଲ କୁମାର କର କଂଗ୍ରେସର ଯୁବନେତା ବାବୁଲି ନାୟକଙ୍କ ମାଧ୍ୟମରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟସ୍ଥି ବାବୁଲିଙ୍କ ସହିତ ସବ୍‌-ଇନ୍ସପେକ୍ଟର ବିମଲଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ରଙ୍ଗ ଲଗାଯାଇଥିବା ଟଙ୍କା ମଧ୍ୟ ଜବତ କରାଯାଇଛି ।

ଅପରପକ୍ଷରେ ବରଗଡରେ ଫସିଲେ ଅବକାରୀ ଅଧିକ୍ଷକ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଅବକାରୀ ଅଧିକ୍ଷକ ଧରାପଡିଛନ୍ତି । ଅବକାରୀ ସୁପରିଟେଣ୍ଡେଣ୍ଟ ମକର ଧ୍ୱଜ ବର୍ଗେଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକାକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ବରଗଡ଼ସ୍ଥିତ ଅଫିସ ବଲାଙ୍ଗୀର ଓ ସମ୍ବଲପୁର ସ୍ଥିତ ଘରେ ରେଡ୍ କରିଛି ଭିଜିଲାନ୍ସ । ସେହିପରି ସୋନପୁର ବୁର୍ଲା ଆଦି ସ୍ଥାନରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସୂଚନା ମିଳିଛି ।

ନଦୀରୁ ଧରି ଆଣିଲେ କୁମ୍ଭୀର, ପ୍ରଥମେ ନଖ କାଟିଲେ ଏବଂ ପରେ ମାଂସ ଖାଇଗଲେ ! ଭାଇରାଲ ହେଲା ଫଟୋ…

କାଲିମେଳା: ଆପଣ ମାନେ କୁମ୍ଭୀର ମଣିଷକୁ ଖାଇବା ଶୁଣିଥିବେ । ଆମ ରାଜ୍ୟ ଭିତରେ ଏମିତି ଅନେକ ବାର ଘଟିଛି । ନଦୀରେ ଗାଧୋଇଲା ବେଳେ ହେଉ କି କୁମ୍ବୀର ଦେଖିବା ପାଇଁ ବୁଲି ବାକୁ ଗଲାବେଳେ ହେଉ । ନଦୀ ଭିତରୁ ଲୋକଙ୍କୁ କୁମ୍ଭୀର ଟାଣି ନେଇ ତାର ଆହାର ବନେଇଛି । ଏଭଳି ଖବର ଆମ ପାଖକୁ ଅନେକ ବାର ଆସିଛି । କିନ୍ତୁ କୁମ୍ଭୀରକୁ ନେଇ ଆମ ପାଖରେ ଏମିତି ଏକ ଖବର ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ସେହି ଘଟଣାଟି ହେଉଛି ରାଜ୍ୟ ଭିତରେ ଏକ ଗାଁ ଅଛି ଯେୁଉଁଠି କୁମ୍ଭୀରକୁ ମାରି ଲୋକ ନିଜର ଆହାର ବନେଇଛନ୍ତି ।

ନଦୀରୁ ଆଣିବା ପରେ ପୁରା ଗାଁ ୧୦ ଫୁଟର କୁମ୍ବୀରକୁ କାଟି ଭାଗ ଭାଗ କରି ବାଣ୍ଟି ନେଇଛନ୍ତି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା ଲୋକେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ର କାଲଦାପଲ୍ଲୀ ଅଞ୍ଚଳରେ । ସେପଟେ ଏନେଇ ଚୁପ ବସିଛି ବନ ବିଭାଗ ।

ସୂଚନା ଅନୁଯାୟୀ, ଶାବେରୀ ନଦୀରୁ ଗଲା ମଙ୍ଗଳବାର ସ୍ଥାନୀୟ ଲୋକେ ଏକ କୁମ୍ଭୀର ଉଦ୍ଧାର କରି ଆଣିଥିଲେ । କୁମ୍ଭୀରର ଲମ୍ଭ ପ୍ରାୟ ୧୦ ଫୁଟ ହେବ । ଉଦ୍ଧାର କରି ଆଣିବା ପରେ କୁମ୍ଭୀର ଟିକୁ ଏକ ତେନ୍ତୁଳି ଗଛରେ ବାନ୍ଧି ଦେଇଥିଲେ । ଏହା ଆମେ କହୁନୁ ଯାହା ଫଟୋ କହୁଛି ତାହା ଆମେ ଆପଣଙ୍କୁ କହୁଛୁ । ଏହା ପରେ କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ଼ ଜମିଥିଲା  । ଏହା ପରେ ନଦୀରୁ ଧରିଆଣିଥିବା କୁମ୍ଭୀରଟିର ପ୍ରଥମେ ନଖ କାଟିବା ପରେ ତାକୁ ହାଣି ଦେଇଥିଲେ  । ଏହାପରେ କୁମ୍ଭୀରଟିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଗ ଭାଗ କରି ନେଇଯାଇଥିଲେ । ଏଥିସହ ସ୍ଥାନୀୟ ଲୋକ ଏହି ସବୁ ଘଟଣାକୁ କ୍ୟାମେରାରେ କଏଦ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ମଧ୍ୟ କରିଛନ୍ତି ।

ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯିବାର ୨୪ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବନବିଭାଗର ହାତ ଖାଲି ରହିଛି । ଅନ୍ୟପଟେ ଏ ସମ୍ପର୍କରେ କାଲିମେଳା ରେଞ୍ଜରଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଖବର ପାଇ ନାହାନ୍ତି ଏବଂ ସ୍ଥାନୀୟ ଲୋକ ଏନେଇ କୌଣସି ତଥ୍ୟ ଦେଉନାହାନ୍ତି ବୋଲି କହିଛନ୍ତି ।

ମାସକୁ ୧୫ ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଟିକ୍ ଟକ୍ ଷ୍ଚାର୍ସ ! ଆପ ବନ୍ଦ ହେବା ପରେ…

ନୂଆଦିଲ୍ଲୀ: LAC ଉପରେ ଚୀନ୍‌ର ଉତ୍ପାତ ପରେ ଏବେ ଭାରତରେ ଚାଇନା ଜିନିଷକୁ ବୟକଟ୍ କରାଯାଉଛି । ନିକଟରେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ସରକାର । ଟିକ୍‌ଟକ୍‌ ଆପ୍‌ ଲକ୍ ହୋଇସାରିଛି । ଏବେ ଦେଶରେ ୫୯ଟି ଚାଇନିଜ୍ ଆପ୍ କୌଣସି ଫୋନ୍ ରେ କାମ କରିବ ନାହିଁ । କିନ୍ତୁ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ଆପତ୍ତି ମଧ୍ୟ କରିଛନ୍ତି ।

ଟିକ୍ ଟକ୍ ବେଶ ଲୋକପ୍ରିୟ ଆପ୍ ଥିଲା । ଏହା ଏକ ଏମିତି ଆପ୍ ଥିଲା, ଯେଉଁଥିରୁ ଅନେକ ଲୋକ ଫେମସ ହେବା ସହ ଟଙ୍କା ରୋଜଗାର କରୁଥିଲେ । TikTok ହେଉଛି ଏକ ପ୍ଲାଟଫର୍ମ ଯେଉଁଥିରେ ଲୋକମାନେ ଛୋଟ ଭିଡିଓ ପ୍ରସ୍ତୁତ କରନ୍ତି । ଏହି ଆପରେ, ଲୋକମାନେ ନୃତ୍ୟ, କମେଡି, ଗୀତ ଏବଂ ବିଭିନ୍ନ ଉପାୟରେ ଲୋକଙ୍କର ମନୋରଞ୍ଜନର କାରଣ ପାଲଟୁଥିଲେ । କିଛି ଷ୍ଟାର୍ସ ଏମିତି ଅଛନ୍ତି ଯେଉଁମାନେ TikTok ଦ୍ୱାରା ରାତାରାତି ଷ୍ଟାର ହୋଇଥିଲେ । ଏଥିରେ ଅନେକ ଲୋକଙ୍କର ଲକ୍ଷ ଲକ୍ଷ, ଫଲୋଅର୍ସ ଥିଲେ, ଯେଉଁମାନେ ଟିକ୍ ଟକ୍ ଇନଫ୍ଲୁଏନ୍ସର ଭାବରେ ପରିଚିତ ହୋଇଛନ୍ତି ।

ଟିକ୍ ଟକ୍ କରିବା ପରେ କିଛି ଲୋକ ବହୁତ ଲୋକପ୍ରିୟ ହୋଇଛନ୍ତି । ଯେୋଉଁମାନଙ୍କୁ ଅନେକ ଶୋ, ଇଭେଣ୍ଟ ଏବଂ ବଡ ଇଭେଣ୍ଟରେ ମଧ୍ୟ ରୋଜଗାର କରିବାର ସୁଯୋଗ ମିଳୁଥିଲା । ଟିକ୍ ଟକ ତାରକାମାନଙ୍କ ସହିତ, ସେମାନଙ୍କର ମ୍ୟାନେଜରମାନଙ୍କୁ ମଧ୍ୟ ଅନେକ ଫାଇଦା ମିଳୁଥିଲା । ଏହି କାର୍ଯ୍ୟକ୍ରମଗୁଡିକରୁ ସେମାନେ ଖୁବ ଉପକୃତ ହେଉଥିଲେ । କାରଣ ବଡ ଚଳଚ୍ଚିତ୍ର ତାରକା ପରିବର୍ତ୍ତେ, ଟିକ୍ ଟକ୍ ଷ୍ଟାର୍ସମାନେ କମ୍ ଫି ନେଉଥିଲେ ଏବଂ ସେମାନେ ମଧ୍ୟ ଲକ୍ଷ ଲକ୍ଷ କୋଟି ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ ଥିଲେ । କାହାକୁ ଏହି ଆପ୍ ମାଧ୍ୟମରେ ସିରିଏଲରେ ଏଣ୍ଟ୍ରି ମିଳିଛି ତ କିଏ ବଲିଉଡ ଆଲବମ୍ ଜଗତରେ ପ୍ରତିଷ୍ଠିତ ହୋଇଛି ।

ଟିକ୍ ଟକ୍ ଷ୍ଟାର ମ୍ୟାନେଜର ତଥା PR ହିମନଶୁ ଝୁନଝୁନୱାଲା କହିଛନ୍ତି ଯେ, ଜଣେ ଫେମସ ଟିକ୍ ଟକ୍ ଷ୍ଟାର ଗୋଟିଏ ମାସରେ ପ୍ରାୟ ୧୫ ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କେବଳ ସାଧାରଣ ଲୋକ ଟିକ୍ ଟକ୍ ଷ୍ଟାର ନଥିଲେ, ଟିଭି ତାରକା ତଥା ଚଳଚ୍ଚିତ୍ର ତାରକାମାନେ ମଧ୍ୟ ଏହି ପ୍ଲାଟଫର୍ମ ମାଧ୍ୟମରେ ନିଜକୁ ଓ ଅନେକ ବ୍ରାଣ୍ଡକୁ ପ୍ରମୋଟ କରୁଥିଲେ । ଏହି ତାଲିକାରେ ଶିଳ୍ପା ଶେଟ୍ଟୀ, ସୋନୁ ସୁଦ, ରିତେଶ ଦେଶମୁଖଙ୍କ ଭଳି କଳାକାର ସାମିଲ ଥିଲେ।

ଅନେକ ଟିକ୍ ଟକ୍ ତାରକା ବିଶ୍ୱାସ କରନ୍ତି ଯେ, ଟିକ୍ ଟକ୍ ବ୍ୟାନ ହେବା ପରେ ତାଙ୍କର କୌଣସି ଅସୁବିଧା ହେବ ନାହିଁ । କାରଣ ସେମାନେ ଟିକ୍ ଟକ୍ ସହିତ ଫେସବୁକ୍, ଇନଷ୍ଟାଗ୍ରାମ ଭଳି ଆପ୍ ବ୍ୟାବହାର କରନ୍ତି । ଏହା ବ୍ୟତୀତ ଚିଙ୍ଗାରି ଏବଂ ଟକିଜ୍ ଭଳି ଆପ୍ ବଜାରରେ ରହିଛି । ରିପୋର୍ଟ ଅନୁସାରେ ଟିକ୍ ଟକ୍ ବ୍ୟାନ୍ ହେବା ପରେ ଗୋଟିଏ ଦିନରେ ଚିଙ୍ଗାରି ଆପର ୧ ମିଲିୟନରୁ ଅଧିକ ଲୋକେ ଡାଉନଲୋଡ୍ କରିଛନ୍ତି ।

ଭାରତ-ଚୀନ୍ ଗଲବାନ ଭ୍ୟାଲିରେ ପୂର୍ବ ସ୍ଥିତିକୁ ଫେରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଗଲବାନ୍ ଉପତ୍ୟକା ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ଚୀନ୍ ପୁଣି ଥରେ ସହମତ ହୋଇଛନ୍ତି । ପୂର୍ବ ଲଦାଖର ଏହି ଅଞ୍ଚଳରୁ ଉଭୟ ଦେଶ ଧୀରେ ଧୀରେ ଏବଂ ସ୍ୱତଃ ପ୍ରବୃତ୍ତ ଭାବରେ ନିଜର ସାମରିକ ବାହିନୀ ପ୍ରତ୍ୟାହାର କରିବେ । ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ସାମରିକ ଆଲୋଚନା ସମୟରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ସହମତି ପ୍ରକାଶ ପାଇଥିଲା । କିନ୍ତୁ ପରେ ଚୀନ୍ ସୈନ୍ୟମାନେ ଏହି ଚୁକ୍ତିନାମାକୁ ପାଳନ ନକରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି କାରଣରୁ, ୧୫ ଜୁନ୍ ରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।

ଯଦିଓ ପେଙ୍ଗୋଗ ସୋ (ହ୍ରଦ) ସମ୍ବନ୍ଧରେ କୌଣସି ସଫଳତା ହାସଲ କରାଯାଇ ନାହିଁ, ତଥାପି ଦୁଇ ଦେଶ ମଧ୍ୟରେ ବିବାଦକୁ ନେଇ ଏକ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି । PLA (ଚାଇନିଜ୍) ସୈନ୍ୟମାନେ ଏଠାରେ ବହୁ ସଂଖ୍ୟକ ବଙ୍କର ନିର୍ମାଣ କରିଛନ୍ତି ଏବଂ ଏହି ଅଞ୍ଚଳରେ ତାଙ୍କର ଶକ୍ତିକୁ ବୃଦ୍ଧି କରିଛନ୍ତି । ତାଙ୍କର ସୈନିକମାନେ ଏଠାରେ ସର୍ବୋଚ୍ଚ ଶିଖରକୁ କାବୁ କରିଛନ୍ତି ।

ବୁଧବାର ସରକାରୀ ସୂତ୍ରରୁ ପ୍ରଶାକସ ପାଇଛି କି ଦୁଇ ଦେଶର ସେନା ଏହି ପରିସ୍ଥିତିକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଛନ୍ତି ।  ଏବଂ ଏଠାରୁ ପଛକୁ ଯିବାକୁ ରାଜି ହୋଇଛନ୍ତି । ସୂଚନା ଅନୁଯାୟୀ ସାମରିକ ସ୍ତରରେ ୧୨ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ୍ ବୈଠକ ଜୁନ୍ ୬ ପରେ ଦୁଇ ଦେଶ ମଧ୍ୟରେ ତୃତୀୟ ଥର ପାଇଁ ହୋଇଥିଲା । ଏହି ଆଲୋଚନାରେ ଭାରତର ୧୪ ଜଣ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ନେତୃତ୍ୱ ନେଇଥିବାବେଳେ ଦକ୍ଷିଣ ଜିନଜିଆଙ୍ଗ ମିଲିଟାରୀ ଜିଲ୍ଲା ମୁଖ୍ୟ ମେଜର ଜେନେରାଲ ଲୁଇ ଲିନ ଏହି ଆଲୋଚନାରେ ଭାଗ ନେଇଥିଲେ ।

ଏକ ସୂତ୍ରରୁ ଜଣାପଡିଛି ଯେ ଜୁନ୍ ୬ ଏବଂ ୨୨ ରେ ଅନୁଷ୍ଠିତ ବୈଠକରେ ମଧ୍ୟ ଚୀନ୍ ଗଲବାନ ଏବଂ ହଟ୍ ସ୍ପ୍ରିଙ୍ଗରୁ ଓହରିଯିବାକୁ ରାଜି ହୋଇଥିଲା, କିନ୍ତୁ ଚୀନର ପ୍ରତିଶ୍ରୁତି ପିଏଲଏର ସ୍ଥାନରେ ଦେଖାଯାଇନଥିଲା ।

ଏହି ରାଶିର ଲୋକଙ୍କର ଆଜି ବଢିପାରେ ପାରିବାରିକ ଅଶାନ୍ତି… ନିଜ ଲୋକଙ୍କଠୁ ଧୋକା ମିଳିବ

ଆଜିର ପଞ୍ଚାଙ୍ଗ: ୦୨/୦୭/୨୦୨୦ ଗୁରୁବାର, ୧୪୨୭ସାଲ,

୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ମିଥୁନ ୧୮ଦିନ

ଆଷାଢ ଶୁକ୍ଲ ୧୧ଶୀ ଦିବା ୮ଟା ୪୮ଗତେ ୧୨ଶୀ

ବିଛା ଚନ୍ଦ୍ର ଅହୋରାତ୍ର

ଅନୁରାଧା ରାତ୍ରି ୦୧:୧୪ ଗତେ  ଜ୍ୟେଷ୍ଠା ନକ୍ଷତ୍ର

ଘାତ ଚନ୍ଦ୍ର – ନାହିଁ

ଘାତ ବାର – ତୁଳା ଓ କୁମ୍ଭ ରାଶିର

ଯୋଗିନି – ନୈଋତେ ଦିବା ୦୩:୧୭ ଗତେ ଦକ୍ଷିଣେ

ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ –

ଦିବା ୦୯:୩୯ ରୁ ୧୧:୨୪

ସଂଧ୍ୟା ୦୭:୦୯ ରୁ ୦୯:୧୯

ରାତ୍ର ୦୧:୧୨ ରୁ ୦୨:୨୨

ଅଶୁଭ ସମୟ –

ଦିବା ୦୧:୨୯ ରୁ ସଂଧ୍ୟା ୦୬:୨୬

ରାତ୍ର ୧୧:୫୦ ରୁ ରାତ୍ର ୦୧:୧୨

ଗୁରୁବାର-

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର –

ଉତ୍ସାହ ଉଦ୍ଦିପନା, କର୍ମରେ ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ

ଦ୍ୱିଜା ନକ୍ଷତ୍ର –

ଆଜି ଗୋଟିଏ ଗୁଆ ହନୁମାନଙ୍କର ଚରଣ ଷ୍ପର୍ଷ କରି ପାଖରେ ରଖିଲେ,  କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ

କୃତ୍ତିକା ନକ୍ଷତ୍ର –

ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ଅଧିକ ହଳଦିଆ ଦ୍ରବ୍ୟ ବ୍ୟବହାର, ମାତୃଶକ୍ତି ଉପାସନା ଶୁଭ ଦାୟକ

ଶୁଭ ରଙ୍ଗ – ହଳଦିଆ

ଆଜି ଗୃହରେ ମାଲକ୍ଷ୍ମୀଙ୍କୁ ହଳଦି ଏବଂ କ୍ଷିର ମିଶାଇ ସ୍ନାନ କରନ୍ତୁ ଆର୍ଶିବାଦ ମିଳିବ

ବୃଷ ରାଶି

କୃତ୍ତିକା ନକ୍ଷତ୍ର –

କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଜନସମାଜରେ ସଂପର୍କ ସୁଦୃଢ ହେବ

ରୋହିଣି ନକ୍ଷତ୍ର –

ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, ନିଜ ପାଖପଡୋସିଙ୍କର ସେବାରେ ବ୍ୟସ୍ତ ରହିବେ

ମୃଗଶିରା ନକ୍ଷତ୍ର –

ସମୟର ସ୍ରୋତ ଆପଣଙ୍କର ସପକ୍ଷରେ ଯିବ, ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଲାଭ ମିଳିବ

ଶୁଭ ରଙ୍ଗ – ସବୁଜ

କଳା କୁକୁରଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ

ମିଥୁ ରାଶି

ମୃଗଶିରା ନକ୍ଷତ୍ର –

ଟଙ୍କପଇସାକୁ ନେଇ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ, ବିବାହ କିମ୍ବା ନୂତନ ବ୍ୟବସାୟର ସମ୍ଭାବନା ସୃଷ୍ଟି ହେବ

ଆର୍ଦ୍ରା ନକ୍ଷତ୍ର –

ଆଜି କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ ସତର୍କ ରହିଥିବେ

ପୂନର୍ବସୁ ନକ୍ଷତ୍ର –

ମାନସମ୍ମାନ ଲାଭ, ଆର୍ଥିକ ଉନ୍ନତି ହେବ, କୌଣସି ସମାଜକଲ୍ୟାଣ ସେବାକରି ସମ୍ମାନିତ ହେବେ

ଶୁଭ ରଙ୍ଗ – କମଳା

ଶିବ ଭଗବାନଙ୍କୁ କ୍ଷିର କଦଳୀ ଗୁଡ ଏବଂ ମହୁରେ ଅଭିଷେକ କରନ୍ତୁ

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର –

ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ,ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜୀବନରେ ସତର୍କତାର ସହିତ ରୁହନ୍ତୁ

ପୂଷ୍ୟା ନକ୍ଷତ୍ର –

କର୍ମକ୍ଷେତ୍ରରେ କୌଣସି ବଡ ଯୋଜନାର ରୁପାୟନରେ କର୍ମଚାପ ମଧ୍ୟରେ ରଜହିବେ, ବ୍ଯୟ ବୃଦ୍ଧି ଓ ଭୁଲ ନିଷ୍ପତିର ଶିକାର ହେବେ

ଅଶ୍ଲେଷା ନକ୍ଷତ୍ର –

ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ

ଶୁଭ ରଙ୍ଗ – ଲାଲ

କୌଣସି ଦେବୀଶକ୍ତିଙ୍କର ଅଭିଷେକ କରାନ୍ତୁ ଏବଂ ଅସହାୟକୁ ଷୋରିସ ତେଲ ଦାନ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର –

ବହୁଜନ ସଂପର୍କ, ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ

ପୂର୍ବାଫାଲଗୁନି ନକ୍ଷତ୍ର –

ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନସାରି ଦକ୍ଷିଣ ଦିଗକୁ ମୁହଁ  କରି ଓଁ ହଂ ହନୁମତେ ନମଃ ୨୭ଥର ଜପ କରିବ

ଉତ୍ତରାଫାଲଗୁନୀ ନକ୍ଷତ୍ର –

କଳାପଶୁ କିମ୍ବା କୌଣସି ଦ୍ରବ୍ୟ ଲାଭ, ବିଭାଦରେ ଜୟ କିମ୍ବା  କୌଣସି ସମସ୍ୟାରୁ ମୁକ୍ତି ପାଇବେ

ଶୁଭରଙ୍ଗ – ଧଳା

ଗୋସେବା ଏବଂ ଶୁକ୍ରଙ୍କର ଗାୟତ୍ରୀ ଜପ ଶୁଭପ୍ରଦ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର –

ଭୁମି କ୍ରୟ କିମ୍ବା ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ

ହସ୍ତା ନକ୍ଷତ୍ର –

ଆର୍ଥିକ ସମୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ ଓ ଯାନବାହାନ ଲାଭ ସୁଚନା ରହିବ

ଚିତ୍ରା ନକ୍ଷତ୍ର –

ଶୁଭ ମାଙ୍ଗଳିକ କର୍ମରେ ଯୋଗଦାନ, ସନ୍ତାନବର୍ଗରେ ଶୁଭଫଳ, ପୁଞ୍ଜିନିବେଶରୁ ଲାଭ ହେବ

ଶୁଭ ରଙ୍ଗ – ହଳଦିଆ, କମଳା

ଗୃହରେ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସି ଏବଂ ଲବଣି ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର –

କୌଣସି ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ

ସ୍ୱାତୀ ନକ୍ଷତ୍ର –

କୌଣସି ଧାର୍ମିକ ଅନୁଷ୍ଠାନରେ ସମ୍ମିଳିତ ହେବେ, ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ॥

ବିଶାଖା ନକ୍ଷତ୍ର –

ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ୱାସ୍ଥ୍ୟପିଡା ରହିବ ମାତ୍ର ଆଥିକ ଦିଗଟି ସ୍ୱଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ

ଶୁଭ ରଙ୍ଗ – ଇଷତ୍ ଲାଲ

ପାରାଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ

ବିଛା ରାଶି

ବିଶାଖା ନକ୍ଷତ୍ର –

ମାନସିକ ଅଶାନ୍ତି ବୃଦ୍ଧି ହେବ, ଆଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ

ଅନୁରାଧା ନକ୍ଷତ୍ର –

କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ

ଜ୍ୟେଷ୍ଠା ନକ୍ଷତ୍ର

କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ

ଶୁଭ ରଙ୍ଗ – ହଳଦିଆ

ମାତା ପାର୍ବତିଙ୍କୁ ସ୍ମରଣ କରି “ଓଁ ରାଂ ରାହବେ ନମଃ” ୨୭ଥର ଜପ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର –

ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ

ପୂର୍ବଷାଢା ନକ୍ଷତ୍ର –

ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ

ଉତ୍ତରାଷାଢା ନକ୍ଷତ୍ର –

କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ

ଶୁଭ ରଙ୍ଗ – ଧଳା ରଙ୍ଗ

“ଓଁ ନମଃ ଶିବାୟ ” ଜପ ସହିତ ଅଶ୍ବତ୍ଥ ମୂଳରେ ୯ଥର ଜଳ ଅର୍ପଣ କରିବେ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର –

ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ

ଶ୍ରବଣା ନକ୍ଷତ୍ର –

ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ସିଦ୍ଧ ହେବ, ନୂଆ କର୍ମସଂସ୍ଥାର ମାର୍ଗ ପାଇବେ॥

ଧନିଷ୍ଠା ନକ୍ଷତ୍ର –

ସ୍ୱାସ୍ଥ୍ୟଗତ ଅସୁବିଧା ରହିବ,  ଦୁରଯାତ୍ରା କରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ

ଶୁଭ ରଙ୍ଗ – ସବୁଜ

କାଉକୁ ରୁଟି ଖାଇବାକୁ ଦିଅନ୍ତୁ

୨୭ଥର “ଓଁ କଂ କେତବେ ନମଃ” ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର –

ଜିବନସାଥି ସହ ମତାନ୍ତର ହେବ, ଧନ ମାନ ସମ୍ମାନ କ୍ଷେତ୍ରରେ କମି ପରିଲିକ୍ଷିତ ହେବ, ମନ ଦୁର୍ବଳ ରହିବ

ଶତଭିଷା ନକ୍ଷତ୍ର –

କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ

ପୂର୍ବଭାଦ୍ର ନକ୍ଷତ୍ର –

ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ ମାତ୍ର ରାଜଦଣ୍ଡର ସୁଚନା ରହିବ

ଶୁଭ ରଙ୍ଗ – ହଳଦିଆ

ସ୍ନାନସାରି ସୁଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ ଏବଂ ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ॥

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର-

ଜମିବାଡି ସଙ୍କ୍ରାନ୍ତିୟ କିମ୍ବା ମାତୃ ବର୍ଗରେ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିବେ

ଉତ୍ତରଭାଦ୍ର ନକ୍ଷତ୍ର –

ଜୀବନସାଥିଙ୍କର ସ୍ବାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ

ରେବତୀ ନକ୍ଷତ୍ର –

କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଅର୍ଥହାନି ହେବ

ଶୁଭ ରଙ୍ଗ – କମଳା

ଲବଙ୍ଗ ଗୋଟିଏ ପାଟିରେ ରଖି ସମୟ କାଟନ୍ତୁ ରିଷ୍ଟ କମିବ

 

ଗର୍ଗ ଜ୍ୟୋତିଷ

ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ 

ବାହୁଡା ପରେ ବଡଦାଣ୍ଡରେ ତିନି ରଥ… ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ଳିଳା ଖେଳା ସାରି ସରଧାବାଲିରୁ ବଡ ଦାଣ୍ଡକୁ ଲେଉଟିଲେ ଶ୍ରୀଜିଉ । ହେରା ପଞ୍ଚମିରେ ମହାଲକ୍ଷ୍ମୀ ରଥ ଭାଙ୍ଗିବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କର ବାହୁଡା ଯାତ୍ରା । ଆଉ ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଗତ କାଲି ବାହୁଡା ଯାତ୍ରା ପରେ ଶ୍ରୀମନ୍ଦିର ଫେରନ୍ତା ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ।  ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ବା ବଡ଼ତଢାଉ ବେଶ । ଆଜି ମଧ୍ୟାନ ଧୂପ ପରେ ଆରମ୍ଭ ହେବ ସୁନାବେଶ । ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିବ ମହାପ୍ରଭୁକଙ୍କର ମହଣ ମହଣ ସୁନା । ସେବାୟତମାନେ ମହାପ୍ରଭଙ୍କୁ ଲାଗି କରିବେ ସୁନା । ୩ଟା ୩୦ ମିନିଟ ସମୟରେ ଆରମ୍ଭ ହେବ ସୁନାବେଶ ନୀତିକାନ୍ତୀ  । ଏହାପରେ ସାଢ଼େ ୩ଘଣ୍ଟା ପରେ ସୁନା ବେଶ ଶେଷ ହେବ ।

ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରେର ଝଲସିବେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣ ରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିର୍ଣ୍ଣ ଭିର୍ଣ୍ଣ ସ୍ଵର୍ଣ ଅଳଙ୍କାର ରେ ଅଳଙ୍କୃତ ହେବ ଶ୍ରୀଜିଉ। ଭଣ୍ଡାର ଘରୁ ପାଳିଆ ମେକାପ ,ଖୁଣ୍ଟିଆ ସେବକ,ପୋଲିସ ଫୋର୍ସ,ମନ୍ଦିର ତଥା ଗାରଦ କର୍ମଚାରୀଙ୍କ ସହାୟତାରେ ଟନ ଓଜନର ସୁନା ଅଳଙ୍କାର ଶ୍ରୀମନ୍ଦିରରୁ ଅଣାଯିବ। ପରେ ଏହାକୁ ପାଳିଆ ପୁଷ୍ପାଳକ ,ଦଇତାପତି ,ଖୁଣ୍ଟିଆ ମେକାପ ,ତଳୁଛ ଓ ଭିତରଛୁ ସେବାୟତ ମାନେ ଶ୍ରୀଜିଉଙ୍କୁ ରଥ ଉପରେ ବେଶ କରାଇବେ ।

ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଶ୍ରୀଜୀଉଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ଶେଷ କରି ସୁନାବେଶ ଅନୁଷ୍ଠିତ ହେବ । ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ । ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଷ ଅଧିକ ରହିଛି | ତେବେ ଆଜି ସୁନାବେଶର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବରେ ସମାପନ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଯାଇଛି ।

ଭାରତରେ ୫୯ ଚାଇନିଜ୍‌ ଆପ୍‌ ବ୍ୟାନ୍‌, ଆମେରିକା କହିଲା ସଠିକ୍‌ ନିଷ୍ପତ୍ତି

ନୂଆଦିଲ୍ଲୀଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ୫୯ଟି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକୁ ସାରା ଦେଶବାସୀ ସ୍ୱାଗତ କରିଛନ୍ତି । ତେବେ କେବଳ ଭାରତବାସୀ ନୁହନ୍ତି ବରଂ ଆମେରିକା ଭଳି ଦେଶ ମଧ୍ୟ ଭାରତର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ କହିଛନ୍ତି ଏହା ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା ଓ ରାଷ୍ଟ୍ରୀୟ ସୁରକ୍ଷାକୁ ବଜାୟ ରଖିବା ପାଇଁ ଆବଶ୍ୟକ ଥିଲା । ସେ ଆହୁରି କହିଛନ୍ତି ଭାରତ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ । ଏହା ଦ୍ୱାରା ଦେଶ ନିଜର ସୁରକ୍ଷାକୁ ଆହୁରି ସୁଦୃଢ଼ କରିପାରିବ ।

ଗଲବାନ ଘାଟିରେ ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେଇଛି । ସେଠାରେ ଉଭୟ ଦେଶ ନିଜ ନିଜର ସେନା ବାହିନୀକୁ ମୁତୟନ କରିଛି । ଚୀନ୍‌ ପକ୍ଷରୁ ଅଧିକରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଭାରତ ମଧ୍ୟ ସମାନ ପନ୍ଥା ଆପଣାଇଛି । ଚୀନ୍‌ର ପ୍ରତିଟି ପଦକ୍ଷେପକୁ କଡ଼ା ଯବାବ ଦେବା ପାଇଁ ଭାରତୀ ସେନା ପ୍ରସ୍ତୁତ ରହିଛି । ସୀମାରେ ସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଦେଶ ଭିତରେ ଚୀନ୍‌କୁ ଶକ୍ତ ଝଟ୍‌କା ଦେଇଛନ୍ତି କେନ୍ଦ୍ର ସରକାର ।

ସେପଟେ ଭାରତୀୟ ରେଲୱେ, ଚାଇନିଜ୍‌ କମ୍ପାନୀ ସହ କଣ୍ଟ୍ରାକ୍ଟ ରଦ୍ଦ କରିଥିବା ନେଇ ସୂଚନା ମିଳିଛି । ଖାଲି ସେତିକି ନୁହେଁ  ଏବେ ହାଇୱେ ପ୍ରୋଜେକ୍ଟସ୍‌ରୁ ମଧ୍ୟ ଚୀନ୍‌ କମ୍ପାନୀକୁ ବାଦ ଦେବାକୁ ଯୋଜନା କରୁଛନ୍ତି ଭାରତ ସରକାର ।