କଟକ: ବ୍ୟାପୁଛି କରୋନା । କଟକ ଆଚାର୍ଯ୍ୟ ହରିହର ରିଜିଓନାଲ୍ କ୍ୟାନସର ସେଣ୍ଟରର ୨ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ସେଣ୍ଟରର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ । ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିବା ବେଳେ ୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
୨ ଜଣ ନର୍ସ ସଂକ୍ରମିତ ହୋଇଥିବା ବେଳେ ଜଣେ ମହିଳା ଓ ପୁରୁଷ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ହସ୍ପିଟାଲକୁ ଜଣେ କର୍କଟ ରୋଗୀ ଆସିଥିଲେ । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
୨ ନର୍ସ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହା ପୂର୍ବରୁ କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଥିଲେ । କେବଳ କଟକ ନୁହେଁ ବାଲେଶ୍ୱର, ନୟାଗଡ଼ ସମେତ ଭୁବନେଶ୍ୱର ଏମ୍ସରେ ଡାକ୍ତର ଓ ନର୍ସ ମଧ୍ୟ କୋରନା ସଂକ୍ରମିତ ହୋଇଛନ୍ତି ।
କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏମାନେ କରୋନାରେ ଆକ୍ରାନ୍ତ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିଛନ୍ତି । କରୋନା ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସେୟାର କରିଛନ୍ତି । ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ । ସେମାନଙ୍କ ତ୍ୟାଗ ଅସୀମ । ଭିଡିଓକୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ତ୍ତମାନ ସମୟରେ ଆମ ଦାୟିତ୍ୱବୋଧତା ଏବଂ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ । ଏ ଯୁଦ୍ଧ ଜିତିବା ପାଇଁ ହେଲେ ସମସ୍ତ ବ୍ୟକ୍ତିଙ୍କୁ ନିଜ ନିଜସ୍ତରରେ ସଚେତନ ଓ ଆତ୍ମ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ । ତାହା ହିଁ ହେବ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ ।














ସୂଚନାଯୋଗ୍ୟ, ଗତ ୮ ସପ୍ତାହ ଧରି ସୀମାରେ ଚୀନ୍ ସେନା ପକ୍ଷରୁ ସାମିରକ କ୍ଷେତ୍ରକୁ ବଢ଼ାଇବା ପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରହିଛି । ହେଲେ ସୀମାରେ ଦୁଇ ଦେଶର ଯବାନମାନେ ମୁହାଁମୁହିଁ ହେବା ଫଳରେ ସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି ।
ଚୀନର ବୁହାନରୁ ପ୍ରଥମେ କରୋନା ସଂକ୍ରମଣ ହୋଇ ଦୁନିଆରେ ବ୍ୟାପିଥିଲା । ଚୀନରେ ୨ ହଜାର ୧୪୩ ଜଣ ଶିଶୁଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ୭୩୧ ଜଣ କରୋନା ସଂକ୍ରମିତ ଶିଶୁଥିବା ବେଳେ ଅବଶିଷ୍ଟ କରୋନା ସନ୍ଦିଗ୍ଧ ଥିଲେ । ଯେଉଁମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା କିମ୍ବା କାଶ, ଜ୍ୱର ଭଲି ସ୍ୱଳ୍ପ ଲକ୍ଷଣ ଦେଖା ଯାଉଥିଲା ।
ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ତଥ୍ୟ ଅନୁସାରେ, ଏପ୍ରିଲ ୨୦୨୦ରେ ଆମେରିକାରେ ୧.୭ ପ୍ରତିଶତ କରୋନା ସଂକ୍ରମିତ ମାମଲା ୧୮ ବର୍ଷରୁ କମ୍ ବୟସ୍କଙ୍କ ଠାରେ ଦେଖା ଯାଇଥିଲା । ସେଥିରୁ ମାତ୍ର ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ତଥ୍ୟ କହୁଛି । ଇଟାଲୀରେ କରାଯାଇଥିବା ଅଧ୍ୟୟନ ମଧ୍ୟ ସମାନ କଥା ଦର୍ଶାଉଛି ।




