spot_img
Home Blog Page 6911

ପଶ୍ଚିମ ଓଡ଼ିଶାର ଆଉ ଏକ ଜିଲ୍ଲା ଛୁଇଁଲା କରୋନା, କ୍ୱାରେଣ୍ଚାଇନରେ ଥିବା ବ୍ୟକ୍ତି ସଂକ୍ରମିତ

ବରଗଡ଼: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ କରୋନା ସଂକ୍ରମିତ ହୋଇନଥିବା ଜିଲ୍ଲାରେ ଧିରେ ଧିରେ ଲୋକ ପଜିଟିଭ୍ ଆସୁଛନ୍ତି । ପଶ୍ଚିମ ଓଡ଼ିଶାର ବରଗଡ଼ରେ କରୋନା ଖାତା ଖୋଲିଛି । ଜିଲ୍ଲାରେ ପ୍ରଥମ କରି ଚିହ୍ନଟ ହୋଇଛନ୍ତି ଜଣେ କରୋନା ପଜିଟିଭ୍ । ବରଗଡ଼ ପୌରପରିଷଦରେ ଜିଲ୍ଲାର ପ୍ରଥମ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ପୌର ପରିଷଦର ୧୪ ନମ୍ବର ୱାର୍ଡରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁବାସ ନଗର ମାଷ୍ଟ୍ରର ଟିକ୍ରା ଜଣଙ୍କୁ କରୋନା ହୋଇଛି । ସଂକ୍ରମିତଙ୍କ ଜଣଙ୍କ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ଆସିପାରିବେ ନାହିଁ । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

ଅଟକି ଥିବା କାର୍ଯ୍ୟ ଶିଘ୍ର ହୋଇଯିବ… ଦିନଟି ଅଶାନ୍ତିରେ କଟିବ

ମେ ୨୪, ୨୦୨୦ ମସିହା, ବୃଷ ୧୧ ଦିନ,

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ରବିବାର

ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଉତ୍ତର ଦିଗରେ ରହିବେ ରାତି ୧ ଟା ୪ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ଆଗ୍ନେୟ କୋଣରେ ରହିବେ

ବିଛା ରାଶି ପୁରୁଷଙ୍କ ପାଇଁ ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଶୁଭ ସମୟ- ସକାଳ ୭ ଟା ୪୭ ଠାରୁ ଦିନ ୧୧ ଟା ୧୭ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୪ଟା ୩୯ ରୁ ସନ୍ଧ୍ୟା ୬ ଟା ୧୭ ମିନିଟ୍‌ ପର୍ଯ୍ୟନ୍ତ

ଆଜି ଭେଜି ବାଇଗଣ ଖାଇବା ମନା

ମେଷ ରାଷି

ଅଶ୍ୱିନୀ – ଚିନ୍ତା ଲାଗି ରହିବ, ଯୁକ୍ତିତର୍କ ଠାରୁ ଦୁରେଇ ରୁହନ୍ତୁ

ଦ୍ୱିଜା- ଖର୍ଚ୍ଚ ଅଧିକ ହୋଇଯିବ, ନିଜ ଲୋକ କଷ୍ଟ ଦେବେ

କୃତ୍ତିକା- ପରିବାରରେ ଅଶାନ୍ତି, କଳହ ଲାଗି ରହିବ

ସୂର୍ଯ୍ୟନାରାୟଣଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ

ବୃଷ ରାଶି

କୃତ୍ତିକା – ଶୁଭ କାର୍ଯ୍ୟ କିଛି ହେବାର ଯୋଗ ରହିଛି

ରୋହିଣୀ- ଅଟକି ଥିବା କାର୍ଯ୍ୟ  ଶିଘ୍ର ହୋଇଯିବ

ମୃଗଶିରା- ନିଜର ଭବିଷ୍ୟତ ପାଇଁ ଯୋଜନା କିଛି କରନ୍ତୁ

ଶିବଲିଙ୍ଗରେ ମିଠା ଜଳ କିମ୍ବା ଲହୁଣୀ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା- ଦିନଟି ଅଶାନ୍ତିରେ କଟିବ, କିଛି ଜିନିଷ ଚୋରି ହୋଇପାରେ

ଆର୍ଦ୍ରା- ନିଜ ଲୋକ କେହି ଆପଣଙ୍କ ଠାରୁ ଦୁରେଇ ପାରନ୍ତି

ପୁନର୍ବସୁ- ଦୁର ଯାତ୍ରା କରନ୍ତୁ ନାହିଁ, କଷ୍ଟ ରହିଛି

ଶୁଖିଲା ଲଙ୍କା ମନ୍ଦିରରେ ପ୍ରସାଦ ପାଇଁ ଦାନ କରନ୍ତୁ

କର୍କଟ ରାଶି

ପୁନର୍ବସୁ – ରାଜନୀତିରେ ସଫଳ ରହିବେ, ଲକ୍ଷ୍ମୀ ପ୍ରାପ୍ତିର ଯୋଗ ରହିଛି

ପୁଷ୍ୟା – ଲୋକ ସଂପର୍କ ବହୁ ମାତ୍ରାରେ ବଢିବ

ଅଶ୍ଳେଷା- ପ୍ରେମ ସଂପର୍କ ବହୁତ ଭଲ ରହିଛି

ବାହାରକୁ ଯିବା ବେଳେ ୨ଟି ଡାଲଚିନି ପାଖରେ ରଖନ୍ତୁ

ସିଂହ ରାଶି

ମଘା -କର୍ମରେ ଉନ୍ନତି କରିବା ସହ କିଛି ନୂଆ କାମ ମଧ୍ୟ ମିଳିପାରେ

ପୂର୍ବା ଫାଲଗୁନି- ଅଫିସ୍‌ରେ କିଛି ଘଟଣାକୁ ନେଇ ଖୁସିର ମାହୋଲ୍‌ ରହିବ

ଉତ୍ତରାଫାଲଗୁନି- ସରକାରୀ କର୍ମଚାରି ଥିଲେ, ପଦୋନ୍ନତି ହେବାର ଯୋଗ

୨ଟି ଲବଙ୍ଗକୁ କର୍ପୁର ସହ ଜାଳି ଦିଅନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି – ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଭଲ ରହିଛି

ହସ୍ତା- ଧର୍ମ କାର୍ଯ୍ୟରେ ଅଧିକ ରୁଚି ବଢିବ

ଚିତ୍ରା- କୈାଣସି ଗୁରୁଙ୍କ ପରାମର୍ଶ ହିଁ ଆପଣଙ୍କୁ ଆନନ୍ଦ ଦେଇପାରେ

ରୋଷେଇ ଘରେ ଭୋଜନ କରନ୍ତୁ

ତୁଳା ରାଶି

ଚିତ୍ରା- ଶାରିରୀକ ଓ ମାନସିକ କଷ୍ଟ ଆପଣଙ୍କୁ ବିଚଳିତ କରିବ

ସ୍ୱାତୀ- କେହି ଆପଣଙ୍କୁ ଠକି ପାରନ୍ତି, ସତର୍କ ରହିବେ

ବିଶାଖା- ବିବାଦରେ ପଡିପାରନ୍ତି, ଦିନଟି ସମସ୍ୟାଯୁକ୍ତ ରହିପାରେ

ଗଛ ମୂଳରେ ଗୁଡ ଜଳ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା- ଅନ୍ୟମାନଙ୍କ ସହିତ ସଂପର୍କ ଅଧିକ ମଜବୁତ୍‌ ରହିବ

ଅନୁରାଧା- ପତି,ପତ୍ନିଙ୍କ ମଧ୍ୟରେ ସଂପର୍କ ଅତି ଉତ୍ତମ ରହିବ

ଜ୍ୟେଷ୍ଠା- ବ୍ୟବସାୟ ବୃଦ୍ଧି ହେବ, ଅର୍ଥ ଆସିବାର ସୂଚନା

ଅଶୋକ ବୃକ୍ଷ ପରିକ୍ରମା କରନ୍ତୁ

ଧନୁ ରାଶି

ମୂଳା – ଆପଣଙ୍କୁ କେହି ଶତୃ ଭଳି ବ୍ୟବହାର କରିପାରନ୍ତି

ପୂର୍ବାଷାଢ-  କୈାଣସି ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ

ଉତ୍ତରାଷାଢା- ଗୁପ୍ତଶତ୍ରୁଙ୍କ ଠାରୁ ଦୁରେଇ ରୁହନ୍ତୁ

ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା- ପ୍ରେମ ସଂପର୍କ ଆହୁରି ମଜବୁତ୍‌ ରହିବ

ଶ୍ରବଣା- ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଭଲ ରହିବ

ଧନିଷ୍ଠା- ରାଜନୀତିରେ ଫାଇଦା ପାଇପାରନ୍ତି,

ଗୋମାତାଙ୍କୁ କ୍ଷୀରି ଖୁଆଇବେ

କୁମ୍ଭରାଶି

ଧନିଷ୍ଠା- ସମାଜରେ ଏକ ନୂଆ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଇବେ

ଶତଭିଷା- ଘର,ଜମି କିଣିବାର ଯୋଗ ରହିଛି, ସଫଳ ହେବେ

ପୂର୍ବଭାଦ୍ରପଦ- ପରିବେଶର ପରିବତ୍ତର୍ନ ଯୋଗୁ ମାନ,ସମ୍ମାନ ବଢିବ

ମହାଦେବଙ୍କୁ ମହୁ ମିଶଅରିତ ଜଳ ଅର୍ପଣ କରନ୍ତୁ

ମୀନରାଶି

ପୂର୍ବଭାଦ୍ରପଦ- ଭାଇ,ଭଉଣୀଙ୍କ ମଧ୍ୟରେ ସଂପର୍କ ଆହୁରି ମଜବୁତ୍‌ ହେବ

ଉତ୍ତରଭାଦ୍ରପଦ- ପଡୋଶୀଙ୍କ ସହିତ ସୁସଂପର୍କ ବଢିବ

ରେବତୀ- ସାହାସର ସହିତ କିଛି ନୂତନ କାର୍ଯ୍ୟ କରନ୍ତୁ

ହନୁମାନଙ୍କୁ ପୂଜା କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

ଏହି ବଲିଉଡ ଅଭିନେତା ହେଲେ କରୋନା ଶିକାର…

ମୁମ୍ବାଇ: ହିନ୍ଦୀ, ଗୁଜୁରାଟୀ ଏବଂ ଭୋଜପୁରୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା କିରଣ କୁମାର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବଲିଉଡର ବରିଷ୍ଠ ଅଭିନେତା କିରଣ କୁମାର ନିଜେ ଏହି ବିଷୟରେ ତଥ୍ୟ ପ୍ରକାଶ କରିଛନ୍ତି । ଏକ ଗଣମାଧ୍ୟମ ସହ ସେ ଫୋନରେ କଥା ହୋଇଥିବାବେଳେ କହିଛନ୍ତି ଯେ, “ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହେଉଥିଲା । ଯେଉଁଥିପାଇଁ ତାଙ୍କର ଅନେକ ପରୀକ୍ଷା କରାଯାଉଥିଲା। ଏହା ମଧ୍ୟରେ ସେ କୋଭିଡ -୧୯ ପରୀକ୍ଷା ମଧ୍ୟ କରାଇଥିଲେ । ତେବେ ଟେଷ୍ଟ ହେବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ସହ ସେ କହିଛନ୍ତି ଯେ, ଟେଷ୍ଟ କରିବା ପୂର୍ବରୁ ତାଙ୍କ ଶରୀରରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା । ସେ ବାରମ୍ବାର ଡାକ୍ତରଖାନା ଯାଉଥିଲେ । ସେଥିପାଇଁ ସେ ସତର୍କତା ଦୃଷ୍ଟିରୁ ନିଜେ କରୋନା ଟେଷ୍ଟ କରାଇଥିଲେ ଓ ପରେ ସଂକ୍ରମିତ ହୋଇଥିବା ଜଣା ପଡିଲା । ଟେଷ୍ଟ କରିବା ପୂର୍ବରୁ ତାଙ୍କୁ ଥଣ୍ଡା, କାଶ, ଜ୍ୱର ଭଳି କୌଣସି ପ୍ରକାରର ରୋଗ ନଥିଲା । ଏସିମ୍ପ୍ଟମେଟିକ୍ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ । ଡାକ୍ତରମାନେ ତାଙ୍କୁ ସେଲ୍ଫ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସେ ନିଜ ଦୁଇ ମହଲା ଘରେ ଆରାମରେ ରହୁଛନ୍ତି । କିରଣ କୁମାରଙ୍କ ଘର ବହୁତ ବଡ। ସବୁ ନିୟମ ପାଳନ କରି ସେ ନିଜ ଉପର ମହଲାରେ ଏକା ରହୁଛନ୍ତି ବୋଲି କହିଛନ୍ତି। ଘରେ ତାଙ୍କ ପରିବାରର ସଦସ୍ୟ ସବୁ ତଳ ମହଲାରେ ରହୁଛନ୍ତି । ସେ ଏବେ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ଅଛନ୍ତି କାରଣ ଏଥିପାଇଁ ଡରିବାର କୌଣସି ଆବଶ୍ୟକତା ନାହିଁ  । ସେ ଏବେ ପୂର୍ଣ୍ଣ ରୂପେ ଠିକ୍ ଅଛନ୍ତି ।

କିରଣ କୁମାରଙ୍କ ଅନୁସାରେ, କରୋନା ଜଡିତ ତାଙ୍କର ପରବର୍ତ୍ତୀ କୋଭିଡ -୧୯ ପରୀକ୍ଷା ଆଗାମୀ କିଛି ଦିନ ମଧ୍ୟରେ ହେବ। କିରଣ କୁମାର ୭୦ ଓ ୮୦ ଦଶକରେ ଅନେକ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ଜଣେ ଅଭିନେତା ଭାବେ ସେ ଯେତିକି ସଫଳତା ହାସଲ କରିନଥିଲେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଧିରେ ଧିରେ ସେ ବଲିଉଡରେ ବେଶ ଲୋକପ୍ରିୟତା ମଧ୍ୟ ଲାଭ କରିଥିଲେ । ତାଙ୍କର ପ୍ରତ୍ୟେକ ଫିଲ୍ମରେ ସେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ କିରଣ କୁମାର ଅନେକ ହିନ୍ଦୀ ସିରିଏଲରେ ଅଭିନୟ କରିଥିବା ନଜର ଆସିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ମୁମ୍ବାଇରୁ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଯୁବକକୁ ମୁମ୍ବାଇରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ମହାରାଷ୍ଟ୍ର ଏସଟିଏଫ ଗିରଫ କରିଛି । ଅଭିଯୁକ୍ତକୁ ଜେରାବେଳେ ଦୋଷ ସ୍ୱୀକାର କରିବା ପରେ ମହାରାଷ୍ଟ୍ର ଏସଟିଏଫ ତାକୁ ୟୁପି ଏସଟିଏଫ ଜିମା ଦେଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ ସହ ରିମାଣ୍ଡ ଆବେଦନ କରାଯିବ । ଯାହାପରେ ଅଭିଯୁକ୍ତକୁ ୟୁପି ନିଆଯିବ ।

୨୫ ବର୍ଷୀୟ ଅଭିଯୁକ୍ତ କାମରାନ ଅମିନ ଖାନକୁ ମୁମ୍ବାଇର ଚୁନାଭଟ୍ଟି ଅଞ୍ଚଳରୁ ଏସଟିଏଫ ଗିରଫ କରିଛି । ଗୁରୁବାର ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଥିଲେ । ପୋଲିସ ମୁଖ୍ୟାଳୟର ହ୍ୱାଟ୍ସଆପର ନମ୍ବରକୁ ଏମିତି ଧମକ ପଠାଯାଇଥିଲା । ପୋଲିସ ଧମକ ଆସିଥିବା ନମ୍ବରରେ ଏଫଆଇଆର୍ ରୁଜୁ କରି ଯାଞ୍ଚ କରିଥିଲା । ଧମକରେ ଯୋଗୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଶତ୍ରୁ ବୋଲି କୁହାଯାଇଥିଲା ।

ଗୁରୁବାର ରାତି ପ୍ରାୟ ସାଢ଼େ ବାରଟା ବେଳେ ୟୁପି ପୋଲିସକୁ ହ୍ୱାଟ୍ସଆପ୍ ମେସେଜ ଆସିଥିଲା । ଯେଉଁଥିରେ ସିଏମ୍ ଯୋଗୀଙ୍କୁ ବୋମା ପକାଇ ମାରିଦେବି ବୋଲି ଲେଖା ଯାଇଥିଲା । ମେସେଜ ମିଳିବା ପରେ ପୋଲିସର ଉଚ୍ଚ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା । ଗୋମତି ନଗର ଥାନାରେ ୧୯ ମିନିଟ୍ ଭିତରେ ଏଫଆଇଆର୍ ରୁଜୁ ହୋଇଥିଲା ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

ଥମୁନି କରୋନା ଆତଙ୍କ…ବିଶ୍ୱରେ ୫୩ ଲକ୍ଷ ୬୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ୫୪ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୩ ଲକ୍ଷ ୪୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଲକ୍ଷ ୪୭ ହଜାର ଲୋକ ସୁସ୍ଥ ହୋଇଛନ୍ତି । ସର୍ବାଧିକ ଆମେରିକାରେ ୧୬ ଲକ୍ଷ ୫୪ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସେଠାରେ ୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମେରିକା ପଛକୁ ରହିଛି ବ୍ରାଜିଲ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ରହିଛି । ସେଠାରେ ମଧ୍ୟ ଗତ ୨୪ ଘଣ୍ଟାରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

ଋଷିଆ, ସ୍ପେନ, ବ୍ରିଟେନରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇଛି । ଏପଟେ ଭାରତରେ ୧ ଲକ୍ଷ ୨୫ ହଜାର ଲୋକେ କରୋନା ସଂକ୍ରମିତ ହୋଇଛନ୍ତି । ୩୭୨୦ ଜଣକ ଜୀବନ ନେଇଛି କରୋନା । ସେହିଭଳି ୫୧ ହଜାର ୭୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ଆରୋଗ ହାର ପ୍ରାୟ ୪୦ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ରହିଥିବାବେଳେ ଗୁଜରାଟ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନାରେ ସ୍ଥିତି ଅଣାୟତ୍ତ ରହିଛି । ପରିସ୍ଥିତିର ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ୍‌ ଜାରି ରହିଛି ।

କାଲିଠୁ ଉଡ଼ିବନି ଘରୋଇ ବିମାନ, ମନା କଲେ ଏହି ରାଜ୍ୟ ସରକାର

ମୁମ୍ବାଇ: ଆସନ୍ତାକାଲି ଠାରୁ ଦେଶରେ ଘରୋଇ ବିମାନ ଉଡ଼ାଣ ନେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଏୟାର ରୁଟକୁ ୭ ଭାଗରେ ବଣ୍ଟାଯାଇଛି । କେନ୍ଦ୍ର ସରକାର ଦୂରତା ଅନୁସାରେ ବିମାନ ଭଡ଼ା ସ୍ଥିର କରିଛନ୍ତି । କିନ୍ତୁ, ମହାରାଷ୍ଟ୍ର ସରକାର ଉଡ଼ାଣ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେଣୁ, ଲକଡାଉନ୍ ଯୋଗୁଁ ମହାରାଷ୍ଟ୍ରରେ ଫସି ରହିଥିବା ଲୋକଙ୍କୁ ବିମାନ ସେବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ମହାରାଷ୍ଟ୍ର ସରକାରଙ୍କ ଜଣେ ଅଧିକାରୀଙ୍କ ଅନୁସାରେ ରାଜ୍ୟ ସରକାର ମେ ୧୯ରେ ଜାରି କରିଥିବା ଲଡକାଉନ୍ ନିୟମରେ ବର୍ତ୍ତମାନ ଯାଏଁ ସଂଶୋଧନ କରିନାହାନ୍ତି । ଯେଉଁଥିରେ କେବେଳେ ଅତ୍ୟାବଶ୍ୟକୀୟ ସେବା ପାଇଁ ଉଡ଼ାଣ ଅନୁମତି ରହିଛି ।

ଏହାବ୍ୟତୀତ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇଥିଲେ । ଏହି ହିସାବରେ କୌଣସି ଯାତ୍ରୀ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ଯାତ୍ରା କରିପାରିବେ ନାହିଁ । ଘରୋଇ ମେଡିକାଲ ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଓ ସୁରକ୍ଷା ସେବା ସମ୍ବନ୍ଧିତ ଉଡ଼ାଣ ହୋଇପାରିବ ।

କୁହାଯାଉଛି, ଶନିବାର ମହାରାଷ୍ଟ୍ର ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି । ମୁମ୍ବାଇ ଓ ପୁନେ ସହର ଏବେ ରେଡ୍ ଜୋନରେ ରହିଛି । ଲୋକଙ୍କ ଯିବାଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିଛି । ଏଭଳି ପରିସ୍ଥିତିରେ ବିମାନ ସେବା ଆରମ୍ଭ କରିହେବ ନାହିଁ ।

କରୋନା ଲକଡାଉନ୍ ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ବିମାନ ଉଡ଼ାଣ ବନ୍ଦ ରହିଛି । ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଅଗଷ୍ଟରୁ ଅନ୍ତର୍ଜାତୀୟ ଉଡ଼ାଣ ନେଇ ପ୍ରୟାସ କରାଯିବ । ତେବେ, ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଜରୁରୀ ନଥିବା ବେଳେ ଯାତ୍ରୀ ଏକ ଘୋଷଣାନାମା ଦେବେ ।

ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

ଜଗତସିଂହପୁରରୁ ଆଉ ଜଣେ କରୋନା ପଜିଟିଭ୍‌

ଭୁବନେଶ୍ୱର: ଜଗତସିଂହପୁରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ । ୧୯ ତାରିଖରେ ତିର୍ତୋଲରୁ ୫ ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା  । ଆଜି ସେମାନଙ୍କ ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ୍‌ ଆସିଛି । ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଆକ୍ରାନ୍ତଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଆଜି ଗଜପତିରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗଜପତି ଜିଲ୍ଲାପାଳ ମଧ୍ୟ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଥିଲେ । ଅନ୍ୟପଟେ ରାଜ୍ୟରେ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି । ୬୨ ଜଣ ସୁସ୍ଥଙ୍କ ମଧ୍ୟରେ ୪୧ ଜଣ ଗଞ୍ଜାମ ଅଞ୍ଚଳରୁ ରହିଥିବା ବେଳେ ୧୫ ଜଣ ବାଲେଶ୍ୱର ଅଞ୍ଚଳରୁ ରହିଛନ୍ତି । ସେହିଭଳି ରାଉରକେଲାରୁ ଦୁଇ ଜଣ ଓ ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ମୋଟ୍‌ ୪୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୧୦ ଦିନରେ ୩୬ ଲକ୍ଷ ପ୍ରବାସୀ କରିବେ ଟ୍ରେନ୍‌ ଯାତ୍ରା, RAC ଟିକେଟ୍‌ ବି କନ୍‌ଫର୍ମ ସମ୍ଭାବନା…

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ରେଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରମିକଙ୍କୁ ନିଜ ଘରକୁ ଆଣିବା ହେଉ କିମ୍ବା ଟ୍ରେନର ବଗିକୁ କୋଭିଡ୍‌ କେୟାର ସେଣ୍ଟରରେ ପରିଣତ କରିବା ହେଉ । ସବୁ କ୍ଷେତ୍ରରେ ଆଗରେ ରହିଛି ରେଳ ବିଭାଗ । ଆଜି ଏନେଇ ଗୃହମନ୍ତ୍ର।ଳୟ ଓ ରେଳ ମନ୍ତ୍ର।ଳୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଗାମୀ ଦଶ ଦିନରେ ୨୬୦୦ ଶ୍ରମିକ ଟ୍ରେନରେ ଯାତ୍ରା କରିବେ ୩୬ ଲକ୍ଷ ଯାତ୍ରୀ । ଏବେ ସୁଦ୍ଧା ଦେଶରେ ୨୬୦୦ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ।

ଅନେକ ପ୍ରବାସୀ ଏହି ରେଳ ସେବାର ଲାଭ ଉଠାଇ ପାରିଛନ୍ତି । ବର୍ତ୍ତମାନ ସ୍ଥିତିରେ  ପ୍ରତିଦିନ ଶ୍ରମିକ ଟ୍ରେନ୍‌ର ସଂଖ୍ୟା ୨୦୦ରୁ ଅଧିକ ରହିଛି । ବସ୍‌ରେ ୪୦ଲକ୍ଷରୁ ଅଧିକ ଲୋକ ଯାତାୟତ କରିସାରିଛନ୍ତି । ୧ ଜୁନ୍‌ରୁ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ପାଇଁ ୧୪ ଲକ୍ଷରୁ ଅଧିକ ବୁକିଂ ସରିଲାଣି । କିଛି କିଛି ଟ୍ରେନ୍‌ରେ ୧୦୦% ସିଟ୍‌ ବୁକିଂ ସରିଛି । ୮୦% ରେଳ ଯାତ୍ରା ବିହାର ଏବଂ ଉତ୍ତରପ୍ରଦେଶ ଶ୍ରମିକଙ୍କ ଦ୍ଵାରା ହୋଇଛି । ଆଗାମୀ ଦିନରେ ଆର୍ଥିକ ସ୍ଥିତି ପ୍ରଭାବିତ ନକରିବା ପାଇଁ ଆହୁରି ଅଧିକ ରେଳ ଚଳାଚଳ କରାଯିବ । ପ୍ରତ୍ୟେକ ଟ୍ରେନ୍‌ ଚଳାଚଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କରାଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଆଗାମୀ ଦଶଦିନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି ।

ରେଲ୍‌ଓ୍ୱେ ବୋର୍ଡ ଚେୟର୍‌ମ୍ୟାନ୍‌ କହିଛନ୍ତି ଯେ, RAC ଟିକେଟ୍ ଏବେ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି । ସାମ୍ବାଦିକ ସମ୍ମିଳନୀରେ ବିନୋଦ କୁମାର ଯାଦବ କହିଛନ୍ତି ଯେ, କେବଳ କନ୍‌ଫର୍ମ ଟିକେଟ୍‌ଧାରୀଙ୍କୁ ହିଁ ଟ୍ରେନ୍‌ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ତେଣୁ ରାସ୍ତାରେ କୌଣସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଅନୁମତି ନାହିଁ, ତେଣୁ RAC ଟିକେଟ୍ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି ।

ଓଡ଼ିଶାରୁ ୩୦୦ ଜଣିଆ ଟିମ୍‌ ଗଲେ ପଶ୍ଚିମବଙ୍ଗ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଗଲେ ୩୦୦ କର୍ମଚାରୀ ! ବାତ୍ୟା ପରବର୍ତ୍ତି ସମୟରେ ରିଲିଫ୍‌ ଓ ପୁନରୁଦ୍ଧାର କାମରେ ସହାୟତା କରିବାକୁ ଓଡ଼ିଶାରୁ ଅଗ୍ନିଶମ ବିଭାଗ ପକ୍ଷରୁ ୩୦୦ ଜଣଙ୍କୁ ପଶ୍ଚିମବଙ୍ଗ ପଠାଯାଇଛି । ଅଗ୍ନୀଶମ ଅଧିକାରୀ ଓ ଯବାନମାନଙ୍କୁ ନେଇ ପୁରା ଟିମ୍‌ ଶନିବାର ରାତିରେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସମସ୍ତ ଅଧିକାରୀ ଓ ଯବାନ ସ୍ୱତନ୍ତ୍ର ପିପି କିଟ୍‌ ପରିଧାନ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ।

ଏଥି ସହିତ ଯବାନ ମାନେ ଓ ଅଗ୍ନିଶମ ବିଭାଗ ଆବଶ୍ୟକ ଯନ୍ତ୍ରପାତି, ବୋଟ୍‌ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି । ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ।

ରାସ୍ତା ଭୁଲିଗଲେ ଡ୍ରାଇଭର, ଗୋରଖପୁର ବଦଳରେ ଟ୍ରେନ୍‌ ପହଞ୍ଚିଲା ରାଉରକେଲାରେ

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ମୁମ୍ବାଇରୁ ଗୋରଖପୁରକୁ ଯାଉଥିବା ବେଳେ ତାହା ଓଡିଶାର ରାଉରକେଲାରେ ପହଞ୍ଚିଥିଲା । ଏନେଇ ଏକ ମାମଲା ସାମ୍ନାକୁ ଆସିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଆରପିଏନ୍‌ ସିଂ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ମୁମ୍ବାଇରୁ ଗୋରଖପୁର ଅଭିମୁଖେ ଯାଇଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଓଡ଼ିଶାର ରାଉରକେଲାରେ ପହଞ୍ଚିଛି, କାରଣ ଡ୍ରାଇଭର ରାସ୍ତା ଭୁଲି ଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ରେଳବାଇ ପକ୍ଷରୁ ସଫେଇ ଦିଆଯାଇଛି । ରେଳ ବୋର୍ଡର ଚେୟାରମ୍ୟାନ୍ କହିଛନ୍ତି ଯେ, କିଛି ଟ୍ରେନ୍‌କୁ ଭିନ୍ନ ଦିଗରେ ଛଡ଼ାଯାଇଥିଲା । କାରଣ ରୁଟ୍‌ରେ ଅଧିକ ଜାମ୍‌ ରହିଥିଲା ।

ସେୟାର ହୋଇଥିବା ଭିଡିଓରେ ଜଣେ ଯାତ୍ରୀ କହୁଛନ୍ତି ଯେ, ଆମେ ୟୁପିର ଗୋରଖପୁର ଯିବା ପାଇଁ ମୁମ୍ବାଇରୁ ଟ୍ରେନ୍‌ରେ ଚଢ଼ିଥିଲୁ କିନ୍ତୁ ଆମକୁ ଆଣି ଓଡ଼ିଶାରେ ଛିଡ଼ା କରିଛନ୍ତି । ଏବେ ଆମେ କିପରି ଯିବୁ ? ଆମେ କ’ଣ କରିବୁ, ଆମେ ବହୁତ ଅସୁବିଧାରେ ପଡ଼ିଛୁ ବୋଲି କହିଛନ୍ତି ଯାତ୍ରୀ ଜଣକ । ଟ୍ରେନ୍‌ ଡ୍ରାଇଭର ରାସ୍ତା ଭୁଲିଗଲା । ଟ୍ୱିଟରରେ ଏହି ଘଟଣାକୁ ନେଇ ଅନେକ ଟ୍ରୋଲ୍‌ କରାଯାଇଛି ।

ରେଳ ବିଭାଗର ସଫେଇ
ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶ ଏବଂ ବିହାର ଆଡ଼କୁ ଅଧିକ ସଂଖ୍ୟକ ଟ୍ରେନ୍ ଯାଉଛି । ଯାହା ଫଳରେ ଏହି ମାର୍ଗରେ ଅଧିକ ଜାମ୍‌ ରହୁଛି । ଏମିତି ପରିସ୍ଥିତିରେ ଆମେ ଅନ୍ୟ ଏକ ମାର୍ଗ ଦେଇ କିଛି ଟ୍ରେନ୍ ନେବାକୁ ସ୍ଥିର କରିଛୁ ଏବଂ ଏଭଳି ସାଧାରଣତଃ କରାଯାଇଥାଏ ।

ସେ ଆହୁରି କହିଛନ୍ତି, ଏହି ରୁଟ୍‌ ଗୁଡ଼ିକରେ ଅଧିକ ଟ୍ରାଫିକ୍‌ ଜାମ୍‌ ରହିଥାଏ । ତେଣୁ ଅଧିକ ସମୟ ଧରି ଠିଆ ହେବା ଅପେକ୍ଷା ଳମ୍ବା ରୁଟ୍‌ ଦେଇ ଶିଘ୍ର ପହଞ୍ଚିଯିବା ଭଲ । ରେଳ ବିଭାଗର ଏଭଳି ପ୍ରୋଟୋକଲ୍ ମଧ୍ୟ ରହିଛି । କିଛି ଟ୍ରେନ୍‌ ରୁଟ୍‌ ବଦଳାଯାଇଛି । କାରଣ ଯଦି ସମାନ ମାର୍ଗରେ ଟ୍ରେନ୍ ଚଳାଇବା ଜାରି ରଖାଯାଏ, ତେବେ କୌଣସି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ ନାହିଁ ।

ବିନୋଦ କୁମାର ଯାଦବ କହିଛନ୍ତି ଯେ ସେଥିପାଇଁ ଆମେ ସେହି ଟ୍ରେନକୁ ଅନ୍ୟ ରୁଟ୍‌ରେ ପଠାଇଛୁ । ଏହା ଏକ ସାଧାରଣ ପଦ୍ଧତି, ଯାହା ସାଧାରଣ ଦିନରେ ମଧ୍ୟ ଗ୍ରହଣ କରାଯାଇଥାଏ । ସେ କହିଛନ୍ତି ଯେ ଏହା ଲମ୍ବା ରୁଟ୍‌ ସତ କିନ୍ତୁ ଟ୍ରେନ୍ ନିଶ୍ଚିତ ଭାବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଏବଂ ଯାତ୍ରୀଙ୍କୁ ପହଞ୍ଚାଇବ ।