spot_img
Home Blog Page 693

ପୁରୀ ଜିଲ୍ଲାକୁ ଡେଇଁଲା ଡାଇରିଆ

କୋଣାର୍କ :ଇଲାଣି ଡାଇରିଆ। ପୁରୀ ଜିଲ୍ଲାକୁ ଡେଇଁଲା ଡାଇରିଆ।  ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୨୪ଘଣ୍ଟା ମଧ୍ୟରେ ୨୦ରୁ ଉର୍ଦ୍ଧ ଝାଡାବାନ୍ତି ରୋଗୀ ଚିକିତ୍ସା ହୋଇସାରିଲେଣି।  ହସ୍ପିଟାଲରେ ଝାଡାବାନ୍ତି ରୋଗୀ ହାଉଯାଉ। ଆକ୍ରାନ୍ତଙ୍କ ଲାଗିଛି ଲମ୍ବାଲାଇନ। ୨୪ଘଣ୍ଟାରେ ୨୦ରୁ ଉର୍ଦ୍ଧ ଚିକିତ୍ସା ହୋଇଥିବା ଜଣାପଡିଛି। ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଆକ୍ରାନ୍ତ ମଧ୍ୟରେ ଶିଶୁ, ମହିଳା ଓ ବୟସ୍କ ଅଛନ୍ତି। ଏହାର ପ୍ରକୃତ କାରଣ ଖୋଜା ଚାଲିଛି। ଏନେଇ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଭାରତ ମହାଲିକ କହିଛନ୍ତି ଖାଦ୍ୟ ବିଷକ୍ରିୟା କିମ୍ବା ଦୂଷିତ ଜଳ ଯୋଗୁଁ ରୋଗ ବ୍ୟାପୁଥିବା ଜଣାପଡୁଛି । ପାଗ ପରିବର୍ତ୍ତନ ଯୋଗୁଁ ମଧ୍ୟ ହୋଇଥାଇପାରେ। ଲୋକମାନେ ସଚେତନ ରହିବା ସହ ଭୋଜି ଭାତରୁ ଦୂରେଇ ରହିବାକୁ ବାରଣ କରାଯାଇଛି।

ଯାଜପୁରରେ କାୟା ମେଲାଉଛି ଝାଡ଼ାବାନ୍ତି, ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ !

ଯାଜପୁର : ଯାଜପୁରରେ କାୟା ମେଲାଉଛି ଝାଡ଼ାବାନ୍ତି। ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଥିବା ବେଳେ, ଚିକିତ୍ସା ପାଇଁ ମେଡିକାଲ ଯାଉଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ୨ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସ୍ଥିତି କିଭଳି ନିୟନ୍ତ୍ରଣ ହେବ ସେ ନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରରୁ ୧୪ ଜଣିଆ ଟିମ୍। ଯେଉଁଥିରେ ଅଛନ୍ତି ICRM, NCDC, WHO ଓ ଖାଦ୍ୟ ନିରାପତ୍ତା ସଦସ୍ୟ। ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ। ଝାଡାବାନ୍ତିରେ ଏଯାଏଁ ୧୫୦୦ରୁ ଅଧିକ ହେଲେଣି ଆକ୍ରାନ୍ତ। ୨୦୦ରୁ ଅଧିକ ରୋଗୀଙ୍କର ଚାଲିଛି ଚିକିତ୍ସା।

କେଦାରନାଥ ଯାଉଥିବା ହେଲିକପ୍ଟର ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନନ୍ଦିଘୋଷ ବ୍ୟୁରୋ : ଆଜି ସକାଳେ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନଦା ମିଳିଛି । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତଥାପି, ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି। ହେଲିକପ୍ଟରର ଭଗ୍ନାବଶେଷ ଘଟଣାସ୍ଥଳେ ବିଛାଡ଼ି ପଡ଼ିଛି। ଧୂଆଁ ଦେଖିବା ପରେ ଘାସ କାଟୁଥିବା ମହିଳାମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ସମ୍ପୂର୍ଣ୍ଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସମଗ୍ର ଘଟଣାଟି ସକାଳ ପ୍ରାୟ ସାଢ଼େ ୫ଟାରେ ଘଟିଥିଲା। ଏହି ଦୁର୍ଘଟଣାରେ ୫ ଜଣ ବୟସ୍କ, ପିଲା ଏବଂ ପାଇଲଟ୍ ଏବଂ ଜଣେ ଶିଶୁର ମୃତ୍ୟୁ ହୋଇଛି।

ଚାରିଧାମ ଯାତ୍ରା ସମୟରେ ଯାତ୍ରୀମାନେ ଅସୁବିଧାରୁ ରକ୍ଷା ପାଇବା ଏବଂ ଚଢ଼ିବା ଏଡାଇବା ପାଇଁ ହେଲିକପ୍ଟର ବ୍ୟବହାର କରନ୍ତି। ସାମ୍ପ୍ରତିକ ସମୟରେ କେଦାରନାଥରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ରାସ୍ତାରେ ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହା ବ୍ୟତୀତ, କିଛି ଦିନ ପୂର୍ବରୁ ଆଉ ଏକ ହେଲିକପ୍ଟର ଉଡ଼ାଣ ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତୁହାକୁ ତୁହା ଭିଜିବ ଓଡ଼ିଶା, ପୁଣି ୧୮ ତାରିଖ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ବର : ଆଜିଠୁ ବଢିବ ମୌସୁମି ଜନିତ ବର୍ଷାର ପରିମାଣ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ   ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ରହିଛି  । ତେବେ  ୧୮ ତାରିଖ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ମସୁମୀକୁ ସକ୍ରିୟ କରିବାରେ ସହାୟତା କରିବ ।  ଫଳରେ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୦ ତାରିଖ ଯାଏ  ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଆଜି ମଧ୍ୟ ନବରଙ୍ଗପୁର,କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି   I ଫଳରେ ତାପାମାତ୍ର ଦୁଇରୁ ତିନି ଡିଗ୍ରୀ କମିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

ଇରାନର କେତେକ ଅଞ୍ଚଳରେ ମିସାଇଲ ମାଡ଼ କଲା ଇସ୍ରାଏଲ

ନନ୍ଦିଘୋଷ ବ୍ୟୁରୋ :  ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଗତ ରାତିରେ ମଧ୍ୟ ଇରାନର ରାଜଧାନୀ ତେହେରାନର କେତେକ ଅଞ୍ଚଳରେ ମିସାଇଲ ଓ ବୋମାମାଡ଼ କରିଛି ଇସ୍ରାଏଲ। ବିଶେଷ କରି ଆଣବିକ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିବାର ଜଣାପଡ଼ିଛି। ଇସ୍ରାଏଲ ଚେତାବନ ଦେଇଛି ଯଦି ଇରାନ ପାଲଟା ଆକ୍ରମଣ କରେ ତେହେରାନକୁ ପୁରା ଜାଳି ଦେବୁ। ଇସ୍ରାଏଲର ଅପରେସନ ଲାୟନ ଜବାବରେ ଇରାନ ଅପରେସନ ଟ୍ରୁ ପ୍ରମିଜ କରିଥିଲା। ଇସ୍ରାଏଲରେ ବୋମାମାଡ଼ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ। ଏପରିକି ଇସ୍ରାଏଲ ପ୍ରତିରକ୍ଷା ହେଡ କ୍ଵାଟର ବି କ୍ଷତିଗ୍ରସ୍ତ ହୋଇଛି। ସେପଟେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ନାଲି ଦେଖାଇଛି ଇରାନ। ହସ୍ତକ୍ଷେପ ନ କରିବାକୁ ଚେତାବନୀ। ନ ହେଲେ ଆମେରିକା, ବ୍ରିଟେନର ଏୟାରବେସରେ ହମକା କରିବାକୁ ଧମକ ଦେଇଛି।

ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି, ୨୯ ଆକ୍ରାନ୍ତ

ବାଙ୍କୀ : କଟକ ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ଏଥିରେ ୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇବା ପରେ ସୁବର୍ଣ୍ଣପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର ଅମରେଶ ସାହୁଙ୍କ ତତତ୍ଵାବଧାନରେ ଏକ ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳକୁ ଯାଇଛି। ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଔଷଧ, ହାଲୋଜେନ ବଟିକା ବଣ୍ଟନ କରିଥିଲେ । ଖୋଲା କୂଅ, ନଳକୂଅରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବା ସହ ପାଣି ନମୁନା ପରୀକ୍ଷାଗାରକୁ ପଠା ଯାଇଛି।  ପାଣି ଫୁଟାଇ ପିଇବାକୁ ଲୋକଙ୍କୁ କୁହାଯାଇଛି। ଆଶା କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଛନ୍ତି। କଟକରୁ ମାଇକ୍ରୋ ବାଇଲୋଜିଷ୍ଟ ଦଳ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯିବେ ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଉଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ଯାଜପୁର ଯାଇ ଡାଇରିଆ ସ୍ଥିତିର ଅନୁଧ୍ୟାନ କରିବେ। ଗତକାଲି ସ୍ଵାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯାଇ ପରିସ୍ଥିତି ଦେଖିଥିଲେ। ଏହା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯାଜପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୬ । ସେମାନଙ୍କ ଭିତରୁ ୧୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୨୧୦ ଜଣ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ପ୍ରେସ୍‌ ରିଲିଜ୍‌ । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା. ଡିଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ ମହାପାତ୍ର ଜିଲ୍ଲା ଗସ୍ତ କରି ହସ୍ପିଟାଲରେ ସଂକ୍ରମିତମାନଙ୍କ ଚିକିତ୍ସା ତଦାରଖ କରିଥିଲେ । ଧୀରେ ଧୀରେ ଜିଲ୍ଲାରେ ଡାଇରିଆ ସ୍ଥିତିରେ ସୁଧାର ଆସୁଛି । ଯେଉଁସବୁ ରୋଗୀ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରୁଥିବା ସ୍ବାସ୍ଥ୍ୟ ବିଭାଗ ଦର୍ଶାଇଛି । ଭଦ୍ରକ ଓ କଟକ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିଲେ ବି ସେତେଟା ଗୁରୁତର ସ୍ଥିତି ନଥିବା କହିଛନ୍ତି ସରକାର । ଡାଇରିଆ ସଂକ୍ରମଣ ଉପରେ ନଜର ରଖିବାକୁ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି । ଏହାସହିତ ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ, ରାପିଡ ଆକ୍ସନ ଟିମ୍‌ ଓ ଜନସ୍ବାସ୍ଥ୍ୟ ଟିମ୍‌କୁ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । କ୍ଷେତ୍ର ସ୍ତରରେ ସଂକ୍ରମଣ  ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଟି ବିଭାଗର ୧୪ଜଣିଆ ଟିମ୍‌ ଓଡ଼ିଶା ଆସିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୭ ଜଣିଆ ସ୍ବାସ୍ଥ୍ୟ ଟିମ୍‌ ଓ ୩ ଜଣିଆ ଖାଦ୍ୟ ନିରାପତ୍ତା ଟିମ୍‌ ଓଡ଼ିଶାକୁ ପଠାଯାଇଛି । ସେହିପରି ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷଙ୍କ ତରଫରୁ ଏକ ୪ ଜଣିଆ ବିଶିଷ୍ଟ ଟିମ୍‌ ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିବେ । ଏସବୁ ଟିମ୍‌ ସଦସ୍ୟମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ରୋଗର କାରଣ ଓ ନିରାକରଣ ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ତେବେ ଡାଇରିଆରେ ଏପର୍ଯ୍ୟନ୍ତ ୪ଟି ଯାକ ଜିଲ୍ଲାରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡିଥିଲେ ବି ସରକାର ରୋଗୀ ମୃତ୍ୟୁ ସଂଖ୍ୟା ୫ରେ ସୀମିତ ରଖିଛନ୍ତି ।

ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଜିତିଲା ଟେଷ୍ଟ ଚାମ୍ପିୟନସିପ୍

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଜିତିଲା ଟେଷ୍ଟ ଚାମ୍ପିୟନସିପ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୨ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୨୦୭ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୩୮ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୨୮୨ ରନ୍ କରି ମ୍ୟାଚ ଜିତି ନେଇଛି। ୨୮ବର୍ଷ ପରେ ଏକ ଆଇସିସି ଟାଇଟଲ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଏହି ବିଜୟର ହିରୋ ହେଉଛନ୍ତି ଏଡେନ ମାରକ୍ରମ୍ । ପ୍ରଥମ ଇନିଂସରେ ଡକ୍ ହୋଇଥିଲେ ମଧ୍ୟ ଦ୍ଵିତୀୟ ଇନିଂସରେ ସେ ଶତକ ହାସଲ କରିଥିଲେ।

ପ୍ରକାଶ ପାଇଲା NEET-UG-୨୦୨୫ ଫଳ

ଭୁବନେଶ୍ବର : ପ୍ରକାଶ ପାଇଲା NEET-UG-୨୦୨୫ ଫଳ। ପ୍ରାୟ ୨୨ ଲକ୍ଷ ୭୦ ହଜାର ପିଲା ଡାକ୍ତରୀ ପଢ଼ିବା ପାଇଁ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୨ ଲକ୍ଷ ୩୬ ହଜାର ପିଲା କ୍ଵାଲିଫାଏ କରିଛନ୍ତି । ଦେଶର ୫୦୦ ସହରରେ ପରୀକ୍ଷା ହୋଇଥିଲା। WWW.NEET.NTA.NIC.IN ରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। ଏଥର ବି ବାଜି ମାରିଛନ୍ତି ଝିଅମାନେ। ୭ ଲକ୍ଷ ୨୨ ହଜାର ଝିଅ ରାଙ୍କ୍ ପାଇଥିବା ବେଳେ ୫ ଲକ୍ଷ ୧୪ ହଜାର ପୁଅଙ୍କୁ ରାଙ୍କ୍ ମିଳିଛି।  ରାଜସ୍ଥାନର ମହେଶ କୁମାର ୯୯.୯୯ ପ୍ରତିଶତ ନମ୍ଵର ରଖି ଟପ୍ପର ହୋଇଛନ୍ତି। ଓଡ଼ିଶାର ଟପ୍ପର ହୋଇଛନ୍ତି ସ୍ନେହାଶିଷ ଦାଶ । ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ହେଉଛି ୬୦ ।

କଣ ପାଇଁ ହେଲା ବିମାନ ଦୁର୍ଘଟଣା? କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି

ନନ୍ଦିଘୋଷ ବ୍ୟୁରୋ : କଣ ପାଇଁ ହେଲା AI-171 ବିମାନ ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଶତାଧିକ ଯାତ୍ରୀ ପ୍ରାଣ ହରାଇଲେ । ଏ ନେଇ ହେବ ଉଚ୍ଚସ୍ତରୀୟ ତଦନ୍ତ । ଏଥିପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି । ଆଜି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ବିମାନର ବ୍ଲାକ ବକ୍ସ ମିଳିବା ପରେ ବୈଷୟିକ ତ୍ରୁଟି କିମ୍ବା ଆଉ କିଛି କାରଣ ପାଇଁ ଦୁର୍ଘଟଣା ହେଲା ସେ ନେଇ ସବିଶେଷ ତଥ୍ୟ ପଦାକୁ ଆସିବ । ଡିଜିସିଏ, ଏୟାରକ୍ରାଫ୍ଟ୍‌ ଆକସିଡେଣ୍ଟ ଇନଭେଷ୍ଟିଗେସନ୍‌ ବ୍ୟୁରୋ ବୈଷୟିକ ତ୍ରୁଟି ସମ୍ପର୍କରେ ପୁଙ୍ଖୁନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ସାମଗ୍ରୀକ ଭାବେ ସବୁ ଦିଗରୁ ତଦନ୍ତ କରିବା ଭାରତ ସରକାରଙ୍କୁ ୩ ମାସ ଭିତରେ ରିପୋର୍ଟ ପ୍ରଦାନ କରିବ । ଆସନ୍ତା ସୋମବାର କମିଟିର ପ୍ରଥମ ବୈଠକ ବସିବ । କମିଟିରେ ସ୍ବରାଷ୍ଟ୍ର ସଚିବଙ୍କ ବ୍ୟତୀତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଗୁଜୁରାଟ ସରକାରଙ୍କ ପ୍ରତିନିଧି, ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ୍ରାଧୀକରଣ ପ୍ରତିନିଧି, ଅହମ୍ମଦାବାଦ ପୋଲିସ କମିଶନର, ବାୟୁସେନା ସୁରକ୍ଷା ସଂକ୍ରାନ୍ତ ତଦାରଖ ଡିଜି, ବେସାମରିକ ବିମାନଚଳାଚଳ ନିରାପତ୍ତା ବ୍ୟୁରୋ ଡିଜି, ଡିଜିସିଏ ଡିଜି, କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ସ୍ବତନ୍ତ୍ର ନିର୍ଦ୍ଦେଶକ ଓ ଗୁଜୁରାଟ ଫରେନସିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏଣିକି ସମସ୍ତ ବୋଇଂ ୭୮୭ ଡ୍ରିମ ଲାଇନର ବିମାନର ସୁରକ୍ଷା ଓ ବୈଷୟିକ ଯାଞ୍ଚ କଡ଼ାକଡ଼ି କରାଯିବ । ଭାରତରେ ମୋଟ ୩୪ଟି ୭୮୭ ଡ୍ରିମ ଲାଇନର ବିମାନ ରହିଛି । ଅହମ୍ମଦାବାଦ ଦୁର୍ଘଟଣା ପରେ ସୁବ ବିମାନର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।  ଏବେସୁଦ୍ଧା ୮ଟି ବିମାନର ଯାଞ୍ଚ ସରିଛି । ଆସନ୍ତା ଦିନରେ ଏପରି ଦୁର୍ଘଟଣା ଯେପରି ଆଉଥରେ ନ ଘଟେ ସେଥିପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଘୋଷଣା କରିଛି ଏୟାର ଇଣ୍ଡିଆ।