spot_img
Home Blog Page 6939

ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି, ଝୁଲି ଝୁଲି ରଥକୁ ଆସୁଛନ୍ତି ଶ୍ରୀଜିଉ

ପୁରୀ: ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଶ୍ରୀସୁଦର୍ଶନଙ୍କ ପହଣ୍ଡି ପରେ ଗୋଟି ପହଣ୍ଡିରେ ବଡ଼ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଆଉ କାଳିଆ ସାଆନ୍ତ ରଥରେ ବିରଜମାନ କରିବେ । ପ୍ରବଳ ଭକ୍ତର ସମାଗମରେ ବଡ଼ ଦାଣ୍ଡ ଲୁଚିଯାଉଥିଲା ।

କିନ୍ତୁ ଆଜି ମହାପ୍ରଭୁମାନେ ଦେଖିବେ ଖାଲି ପଡ଼ିଥିବା ତାଙ୍କ ବଡ଼ଦାଣ୍ଡର ଅସରନ୍ତି ରାସ୍ତା । ଯଦିଓ ଏହି ଯାତ୍ରା କିଛି ସମୟରେ ସରିଯିବ କିନ୍ତୁ ଭାବ ବିନୋଦିଆକୁ ନିଶ୍ଚେ ଅସରନ୍ତି ବାଟ ଭଳି ଲାଗିବ ।

କାହିଁ କେତେ ଭକ୍ତ ଦୁଃଖ ବୁଝୁଥିଲା ସେ ବଡ଼ ଦାଣ୍ଡରେ କିନ୍ତୁ ଆଜି କେହି ବି ଭକ୍ତ ନାହାଁନ୍ତି ତାକୁ ପାଛୋଟି ନେବାକୁ । ତାଙ୍କୁ ସବୁ ଆଜି ଖାଁ ଖାଁ ଲାଗୁଥିବ ନିଶ୍ଚେ । କିଛି ସମୟ ପରେ ବଡ଼ ଠାକୁରଙ୍କ ବଡ଼ ଯାତ୍ରା ଆରମ୍ଭ ହେବ ।  ଭାବ ବିନୋଦିଆର ଭାବ ବୁଝିବାକୁ ନାହାଁନ୍ତି ଭକ୍ତ । ସକାଳ ୧୦ଟାରେ ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ, ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତାଲାଗି, ୧୧ଟାରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ କରିବାକୁ ନୀତି ନିର୍ଘଣ୍ଟ କରାଯାଇଛି ।

୧୧ଟା ୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ । ଛେରାପହଁରା ପରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି । ପୁରୀରେ ଗତକାଲି ରାତିରୁ କର୍ଫ୍ୟୁ ଲାଗୁ ହୋଇଥିବାରୁ ସମସ୍ତେ ଘରେ ରହି ଟେଲିଭିଜନ ମାଧ୍ୟମରେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

https://youtu.be/uoST26J1uf0

କରୋନା ପାଇଁ ଆସିଲା ପ୍ରଥମ ଆୟୁର୍ବେଦିକ ଔଷଧ, ଆଜି ଘୋଷଣା

ନୂଆଦିଲ୍ଲୀ: ଦୁନିଆରେ ଆତଙ୍କ ଖେଳାଇଥିବା କରୋନା ଭାଇରସର ଚିକିତ୍ସା ପାଇଁ ସବୁଠି ଚାଲିଛି ପରୀକ୍ଷା ନୀରିକ୍ଷା ଓ ଅନୁସନ୍ଧାନ । ଏହାରି ଭିତରେ ବାବା ରାମଦେବଙ୍କ ସଂସ୍ଥ ପତଞ୍ଜଳି ଆଣିଛି ଖୁସି ଖବର । ସଂସ୍ଥା କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲ୍ ପ୍ରସ୍ତୁତ କରିଛି । ଆଜି ବିଧିବଦ୍ଧ ଭାବେ ସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ବୈଜ୍ଞାନିକ ବିବରଣୀ ସହିତ କୋରୋନିଲ୍ ଲଞ୍ଚ କରାଯିବ ।

https://twitter.com/Ach_Balkrishna/status/1275059403750703116

ହରିଦ୍ୱାରର ପତଞ୍ଜଳି ଯୋଗପୀଠରେ ଆଚାର୍ଯ୍ୟ ବାଳକୃଷ୍ଣ କୋରୋନିଲ୍ ଲଞ୍ଚ କରିବେ । ଏହି ଅବସରରେ ସେଠାରେ ବାବା ରାମଦେବ ଉପସ୍ଥିତ ରହିବେ । କୋରୋନିଲର କ୍ଲିନିକାଲ ଟ୍ରାଏଲ ସରିଛି । ଆଜି ସଂସ୍ଥାର ଏହାର ଫଳାଫଳ କିଭଳି ରହିଛି କହିବ । ଟ୍ରାଏଲରେ ସାମିଲ୍ ଥିବା ବୈଜ୍ଞାନିକ ଓ ଡାକ୍ତରୀ ଟିମ୍ ମଧ୍ୟ ଉପସ୍ଥିତ ରହିବେ ।

ଏହି ଔଷଧ ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ହରିଦ୍ୱାର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଜୟପୁର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଔଷଧ ନିର୍ମାଣ କରିଛି ଦିବ୍ୟ ଫାର୍ମାସୀ ହରିଦ୍ୱାର ଓ ପତଞ୍ଜଳି ଆୟୁର୍ବେଦିକ ଲିମିଟେଡ୍ ହରିଦ୍ୱାର ।

ପୁଲୱାମାରେ ସେନାର ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲୱାମା ବାନ୍ଦଜୁ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନା ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି । ଏଥିରେ ଜଣେ ସିଆରପିଏଫ୍ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

କଶ୍ମୀର ଜୋନର ଆଇଜି ବିଜୟ କୁମାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି । ଆତଙ୍କବାଦୀ ଛପି ରହିଥିବା ଖବର ପରେ ପୋଲିସ, ସେନା ଓ ସିଆରପିଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାବଳ ଉକ୍ତ ସ୍ଥାନକୁ କର୍ଡନ କରିବା ପରେ ଆତଙ୍କବାଦୀ ଫାୟାରିଂ ଆରମ୍ଭ କରିଦେଇଥିଲେ । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ।

ସୋମବାର ଦିନ ପୁଲୱାମାର ଟ୍ରାଲ୍ ସେକ୍ଟରର ସିଆରପିଏଫ କ୍ୟାମ୍ପ ନିକଟରେ ଫାୟାରିଂ ସହ ଗ୍ରେନେଡ୍ ଆକ୍ରମଣ ହୋଇଥିଲା ।

 

ଚତୁର୍ଦ୍ଧା ମୂରତିଙ୍କୁ ଚାହିଁ ରହିଛନ୍ତି ତିନି ରଥ, କିଛି ସମୟ ପରେ ଆରମ୍ଭ ହେବ ପହଣ୍ଡି

ପୁରୀ: ରଥ-ପଥ ସବୁ କିଛି ପ୍ରସ୍ତୁତ । କରୋନା କଟକଣା ଭିତରେ ଭକ୍ତର ମନବାଞ୍ଛା ପୂରଣ କରିବେ କାଳିଆ ସାଆନ୍ତ । ବର୍ଷକ ପରେ ପୁଣି ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ । କିନ୍ତୁ, କରୋନା ପାଇଁ ଏଥର ବିନା ଭକ୍ତରେ ଗଡ଼ିବ ରଥ । କର୍ଫ୍ୟୁ କଟକଣା ଭିତରେ ବଡ଼ଦାଣ୍ଡରେ ହେବ ରଥଟଣା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଥିବା କର୍ମଚାରୀ ଓ ସେବାୟତ ରଥଯାତ୍ରାରେ ସାମିଲ୍ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ଘୋଷଯାତ୍ରା କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ମନ୍ଦିର ଭିତରେ ଶ୍ରୀଜିଉଙ୍କ ନୀତିକାନ୍ତି କରାଯାଉଛି । ପ୍ରାତଃ ୩ଟାରେ ମଙ୍ଗଳ ଆଳତି ପରେ ମଇଲମ ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ପରେ ଠାକୁରଙ୍କ ତଡ଼ପ ଲାଗି, ରୋଷ ହୋମ, ଅବକାଶ ନୀତି ସମ୍ପାଦିତ ହୋଇଛି । ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ଓ ବେଶ, ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି ସରିଛି । ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ସକାଳ ୭ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ ।

ସକାଳ ୧୦ଟାରେ ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ, ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତାଲାଗି, ୧୧ଟାରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ କରିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ୧୧ଟା ୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ । ଛେରାପହଁରା ପରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି । ପୁରୀରେ ଗତକାଲି ରାତିରୁ କର୍ଫ୍ୟୁ ଲାଗୁ ହୋଇଥିବାରୁ ସମସ୍ତେ ଘରେ ରହି ଟେଲିଭିଜନ ମାଧ୍ୟମରେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

ଲୀଳା ଲଗାଇଛି ନିଳାଚଳିଆ: ଭାବର ଭଗବାନଙ୍କ ପାଖରେ ନାହିଁ ଆଜି ଭକ୍ତଙ୍କ ଭିଡ଼

ଗଡ଼ିବ ରଥ ଭିଜିବ ନେତ୍ର । ମନ ପ୍ରାଣ ଆତ୍ମା ସବୁ ଆଜି ଜଗନ୍ନାଥମୟ । ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । କେବଳ ଅପକ୍ଷା ଗଡ଼ ଗଡ଼ ହୋଇ ୩ ରଥ ବଡ଼ଦାଣ୍ଡରେ ଗଡ଼ିବାକୁ । ଭକ୍ତ ଭାବରେ ବନ୍ଧା ମହାପ୍ରଭୁ। କୋଟି ଭକ୍ତଙ୍କ ଭାବର ଭଗବାନ । କଥାରେ ଅଛି ଭାବ ନଥିଲେ ଭାବ ବିନୋଦିଆ ଦେଖା ଦେବନି । ସେଥିପାଇଁ ଆଜି କଠିନ ପରୀକ୍ଷାର ସାମ୍ନା କରିଛନ୍ତି କୋଟି ଭକ୍ତ । କେତେ ପ୍ରାର୍ଥନା କେତେ ଅଳି କେବଳ ରଥଯାତ୍ରା ପାଇଁ । ଏତେ ସବୁ ପରେ କେମିତି ବା ରହିଥାନ୍ତେ ମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତ୍ତି । ସେଥିପାଇଁ ଟାହିଆ ହଲେଇ ଆଉ କିଛି ସମୟ ପରେ ଛୁଟି ଆସିବେ ଚତୁର୍ଦ୍ଧାମୂର୍ତ୍ତି ।

ରଥାରୂଢ଼ ହେବେ ବଡ଼ ଭାଇ ବଳଭଦ୍ର, ଗେହ୍ଲି ଭୁଉଣୀ ମା ଶୁଭଦ୍ରା ଏବଂ ମହାପ୍ରଭୁ କାଳିଆ ସାଆନ୍ତ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ହେବ ଭକ୍ତିର ଯାତ୍ରା । ହେଲେ ଯେଉଁ ବଡ଼ ଦାଣ୍ଡ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ହୁଳହୁଳିରେ ଫାଟି ପଡ଼ୁଥିଲା ଆଜି ସେ ବଡ଼ଦାଣ୍ଡ ଖାଁ ଖାଁ । କୋଟି ଭକ୍ତଙ୍କ ଲୁହରେ ଯେଉଁ ପଥ ତାହା ଭିଜୁଥିଲା ଆଜି ସୁଖିଲା । କାରଣ କରୋନା କଟକଣା ଆଜି ପ୍ରତିବନ୍ଧକ ସାଜିଛି ଭକ୍ତ ଓ ଭଗବାନଙ୍କ ଭିତରେ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ହେଉଛି ରଥଯାତ୍ରା । ହରିବୋଲ ହୁଳହଳିରେ ଲୁଚି ଯାଉଥିବା ରଥର ଘଡ଼ ଘଡ଼ ଶବ୍ଦ ଆଜି ଜୋରେ ଶୁଭିବ । କାରଣ ବିନା ଭକ୍ତରେ ହେଉଛି ରଥଯାତ୍ରା ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୁଶାନ୍ତଙ୍କ ଭିଡିଓ, ଦେଖିଲେ ଆଖିରୁ ଲୁହ ଆସିବ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାରା ବଲିଉଡ୍‌ ଏବେ ଉଠୁଛି ପଡ଼ୁଛି । ୧୪ ଜୁନ୍ ୨୦୨୦ରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମୃତ୍ୟୁକୁ ନେଇ ଫ୍ୟାନ୍ସ‌ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । ସୁଶାନ୍ତଙ୍କ ଫ୍ୟାନ୍‌ମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି । ସୁଶାନ୍ତଙ୍କ ବିଭିନ୍ନ ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି ।

Sushant Singh

ଏହି ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସୁଶାନ୍ତ ଭାରତୀୟ ସୈନିକମାନଙ୍କୁ ଖାଦ୍ୟ ପରଷୁଛନ୍ତି । ଏହି ଭିଡିଓଟି ସୁଶାନ୍ତ ସିଂ ରାଜପୁତଙ୍କ ଇନଷ୍ଟାଗ୍ରାମ ଫ୍ୟାନ୍ ପେଜ୍ ସେୟାର କରାଯାଇଛି ।

ଭିଡିଓରେ ସୁଶାନ୍ତ ଭାରତୀୟ ସୈନିକମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବାବେଳେ ବହୁତ ଖୁସି ଥିବା ଦେଖାଯାଇଛି । ଏହି ଭିଡିଓ ଏବେ ସୁଦ୍ଧା ହଜାର ହଜାର ସେୟାର ହୋଇସାରିଥିବା ବେଳେ ଲକ୍ଷ ଲକ୍ଷ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଖିସାରିଛନ୍ତି । ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଭିଡିଓରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ସୁଶାନ୍ତଙ୍କୁ ମନେ ପକାଉଛନ୍ତି । ଆଉ ଏହି ଭିଡିଓ ଦେଖିଲେ ଏବେ ଫ୍ୟାନ୍‌ମାନଙ୍କ ଆଖିରୁ ଲୁହ ଆସିଯାଉଛି ।‌

https://www.instagram.com/p/CBtFrBDBXmM/?utm_source=ig_embed

ସୁଶାନ୍ତ ନିଜ କ୍ୟାରିୟର ଟିଭି ସିରିଏଲ୍‌ରୁ ଆରମ୍ଭ କରିଥିଲେ । ପ୍ରଥମେ ‘କିସ୍ ଦେଶ ମେନ୍ ହେ ମେରା ଦିଲ୍’ ସିରିଏଲରେ ସେ ଅଭିନୟ କରିଥିଲେ କିନ୍ତୁ ମେଗା ସିରିଏଲ ପବିତ୍ର ରିସ୍ତାରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ଏଥିରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ସେ ଏହି ସିରିଏଲ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ସୁଶାନ୍ତ ୨୦୧୩ ବଲିଉଡ ଫିଲ୍ମ ‘କାଇ ପୋ ଚେ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସୁଶାନ୍ତ ‘ସୁଦ୍ଧ ଦେଶୀ ରୋମାନ୍ସ’, ‘କେଦାରନାଥ’, ‘ପି.କେ’, ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ବଡ଼ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ଅଭିନୟ ଆଧାରରେ ସୁଶାନ୍ତ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।

ସୀମାରେ ଉତ୍ପାତ ହେଲା ଚୀନ୍‌ ସେନା, ମହାରାଷ୍ଟ୍ର ସରକାର ଚଇନା କମ୍ପାନୀକୁ ଏମିତି ଦେଲେ ପାନେ

ମୁମ୍ବାଇ: ଗଲବାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛଇନ୍ତି । ସୀମାରେ ଭାରତ-ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ପରେ ଏବେ ସାରା ଦେଶରେ ଏହାକୁ ନେଇ କ୍ରୋଧର ବହ୍ନୀ ଦେଖିବାକୁ ମିଳିଛି । ସମସ୍ତେ କ୍ରୋଧରେ ଚିତ୍କାର କରୁଛନ୍ତି ବୟକଟ୍‌ ଚାଇନା । ଚାଇନା ସାମଗ୍ରୀକୁ ବର୍ଜନ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି ।

Boy Cot China1

ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଚାଇନା ସାମଗ୍ରୀକୁ ନଷ୍ଟ କରୁଛନ୍ତି ଏବଂ ସ୍ଲୋଗାନ୍‌ ଦେଉଛନ୍ତି ବୟ କଟ୍‌ ଚାଇନା । ଖାଲି ସେତିକି ନୁହେଁ ବିଭିନ୍ନ ସ୍ଥାନରେ ସି ଜିନ୍‌ ପିଙ୍ଗ୍‌ଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଯଥାସମ୍ଭବ ଚୀନ କମ୍ପାନୀଗୁଡ଼ିକ ସହିତ ସମ୍ପର୍କ କମାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ହେଲେ ସବୁଠାରୁ ବଡ଼ କଥା ହେଲା, ମହାରାଷ୍ଟ୍ର ସରକାର ଏବଂ ଚାଇନା କମ୍ପାନୀ ମଧ୍ୟରେ ହୋଇଥିବା ଏକ ୩ଟି ବଡ଼ ଚୁକ୍ତି ଏବେ ସ୍ଥଗିତ ହୋଇଯାଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି । ଏହି ୩ଟି କମ୍ପାନୀ ସହିତ ପ୍ରାୟ ୫ ହଜାର କୋଟି ଟଙ୍କା ପ୍ରକଳ୍ପର ଚୁକ୍ତିନାମା ହୋଇଥିଲା ।

ନିକଟରେ ମ୍ୟାଗ୍ନେଟିକ୍‌ ମହାରାଷ୍ଟ୍ର ୨.୦ ନିବେଶକ ସମ୍ମିଳନୀରେ ଚୀନ୍‌ କମ୍ପାନୀଗୁଡ଼ିକ ସହିତ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ତେବେ ବର୍ତ୍ତମାନ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରକଳ୍ପଗୁଡ଼ିକ ଉପରେ ରୋକ୍‌ ଲଗାଇଛନ୍ତି ।

ତେବେ ଏହି ଚୁକ୍ତିକୁ ଯଦି ଖାରଜ କରାଯାଏ ତେବେ ଚାଇନା ପାଇଁ ନିହାତି ଭାବେ ଏକ ବଡ଼ କ୍ଷତି ହେବ ବୋଲି କୁହାଯାଇପାରେ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସାରା ଦେଶ ଖୁସି: ଅମିତ ଶାହ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାଳରେ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ଆଜି ଦିନଟି ସମସ୍ତଙ୍କ ପାଇଁ ବହୁତ ନିଆରା । ବିଶେଷକରି ଓଡ଼ିଶାର ଭାଇ ଓ ଭଉଣୀଙ୍କ ସହିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଦିନଟି ଖାସ୍ ଅଟେ । ରଥଯାତ୍ରାକୁ ଅନୁମତି ଦେଇ ସୁପ୍ରିମକୋର୍ଟ ଦେଶବାସୀଙ୍କୁ ଖୁସି କରିଛନ୍ତି ।

ଅମିତ ଶାହ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ କ୍ରମେ ପୁରୀ ଗଜପତି ମହାରାଜା ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇଥିବା କହିଛନ୍ତି । ବାର୍ତ୍ତାଳାପକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶାହ ସଲିସିଟର ଜେନେରାଲଙ୍କ ସହ କଥା ହୋଇଥିବା କହିଛନ୍ତି ।Ratha Yatra Supreme Court

ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ପୁରୀରେ ରଥଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ କୋର୍ଟ କହିଛନ୍ତି ପୂର୍ବରୁ କଲେରା ଓ ପ୍ଲେଗ୍ ମହାମାରୀ ବେଳେ ରଥଯାତ୍ରା ସୀମିତ ନିୟମ ଓ ଶ୍ରଦ୍ଧାଳୁଙ୍କ ନେଇ ହୋଇଥିଲା ।

୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତକାଲି କଟକଣା ଭିତରେ କରୋନା ଗାଇଡଲାଇନ୍ ମାନି ପୁରୀରେ ଘୋଷଯାତ୍ରା ହେବ । ତେବେ, ମହାମାରୀ ମୁକାବିଲାରେ ଓଡ଼ିଶା ସରକାରଙ୍କ ଭଲ ଅଭିଜ୍ଞତା ରହିଛି । ଏ ଦିଗରେ ନବୀନ ପଟ୍ଟନାୟକଙ୍କ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ସୁପ୍ରିମକୋର୍ଟ କହିଛନ୍ତି ।

୧) ରଥଯାତ୍ରା ସମୟରେ ପୁରୀରେ ଥିବା ରେଲୱେ ଷ୍ଟେସନ୍ ଓ ବସଷ୍ଟାଣ୍ଡ ବନ୍ଦ ରହିବ ।

୨) ଯାତ୍ରା ଦିନ ଗୁଡ଼ିକରେ କର୍ଫ୍ୟୁ ଲାଗୁ ହେବ ।

୩) ପ୍ରତି ରଥକୁ ୫୦୦ରୁ ଅଧିକ ଜଣ ଟାଣିବେ ନାହିଁ ।

୪) ପ୍ରତି ରଥ ଟଣାରେ ୧ ଘଣ୍ଟାର ଅନ୍ତର ରହିବ ।

୫) ରଥଯାତ୍ରା ବେଳେ ପରେ ସାମାଜିକ ଦୂରତା ରକ୍ଷା ।

୬) କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ରଥ କାର୍ଯ୍ୟରେ ଅଂଶଗ୍ରହଣ ।

୭) ଠିକ୍ ଭାବେ ନିୟମ ପାଳନ ପାଇଁ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତ୍ୟେକ ସଦସ୍ୟ ଦାୟୀ ରହିବେ ।

୮) ରୀତିନୀତକୁ ଦୃଶ୍ୟସାବ୍ୟ ଗଣମାଧ୍ୟମ ଦ୍ୱାରା ମୁକ୍ତଭାବେ ସଂଗ୍ରହ କରିବା ।

୯) ଯଥା ସମ୍ଭବ କମ୍ ସଂଖ୍ୟକ ଅଂଶଗ୍ରହଣରେ ନୀତି ସମ୍ପାଦନ । ମହାମାରୀ ମୁକାବିଲାରେ ଓଡ଼ିଶାର ପୂର୍ବରୁ ସୁନାମ ରହିଛି ।

୧୦) ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ।

୧୧) ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତଙ୍କ ତଥ୍ୟ ଓ ମେଡିକାଲ ସମ୍ବନ୍ଧୀୟ ଡାଟା ସରକାର ସଂଗ୍ରହ କରିବେ ।

କେବଳ ପୁରୀରେ ହେବ ରଥଯାତ୍ରା

ରଥଯାତ୍ରା ପାଇଁ ପୁରୀକୁ ବସ୍ ଓ ଟ୍ରେନ୍ ସବୁ ବନ୍ଦ

ପୁରୀ: କୋଭିଡ୍ କଟକଣା ଭିତରେ ବଡ଼ଦାଣ୍ଡରେ ଆସନ୍ତାକାଲି ଗଡ଼ିବ ତିନିରଥ । ଏଥପାଇଁ ଆଜି ରାତିରୁ ପୁରୀ ଜିଲ୍ଲାକୁ ସଟଡାଉନ୍ କରାଯାଇଛି । ଶୃଙ୍ଖଳାର ସହ ରଥଯାତ୍ରା ସମାପନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀକୁ ପାସେଞ୍ଜର ଟ୍ରେନ୍ ଓ ବସ ବନ୍ଦ କରିଛନ୍ତି ରାଜ୍ୟ ସରକାର । ସଟଡାଉନ୍ ଶେଷ ପର୍ଯ୍ୟନ୍ତ ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ପୁରୀକୁ ଟ୍ରେନ ଓ ବସ୍ ସେବା ବନ୍ଦ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ସରକାରୀ କର୍ମଚାରୀ, ପୋଲିସ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପୁରୀକୁ ଚଳାଚଳ କରିପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଜିଲ୍ଲାରେ ସଟଡାଉନ୍ କରାଯାଇଥିବାରୁ ଘରେ ବସି ଟେଲିଭିଜନରେ ରଥଯାତ୍ରା ଦେଖିବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି । ପୁରୀରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ରଥଯାତ୍ରା: ମୁଖ୍ୟମନ୍ତ୍ରୀ