spot_img
Home Blog Page 6942

ଚୀନ୍‌ କହୁଛି ଭାରତୀୟ ଗରିଲା ଫାଇଟର ଆମେରିକା-ରୁଷଠାରୁ ବି ଭୟଙ୍କର…!

ନୂଆଦିଲ୍ଲୀ: ଗଲବାନ ଘାଟିରେ ଭାରତର ୨୦ ଜଣ ସୈନିକ ସହିଦ ହେବା ପରଠାରୁ ସେଠାକାର ପରିସ୍ଥିତି ଭଲ ନାହିଁ । ଲଦାଖରେ ଭାରତୀୟ ସେନାକୁ ଏଲ୍‌ଏସିରେ ଆର୍ଲଟ କରିଦିଆଯାଇଛି । ଏହି ମଧ୍ୟରେ ୩୪୮୮ କିଲୋମିଟର ବିଶିଷ୍ଟ ଲମ୍ବା LACରେ ମାଉଣ୍ଟେନ ଫୋର୍ସକୁ ମୁତୟନ ମଧ୍ୟ କରିଛି ଭାରତ । ଏହି ମାଉଣ୍ଟେନ୍‌ ଫୋର୍ସ ହେଉଛି ସେନାର ସେହି ଟିମ୍‌ ଯିଏ କି, ପାହାଡ଼ ଉପରୁ ଶତ୍ରୁଙ୍କ ଉପରେ ନଜର ରଖିବ । କୁହାଯାଉଛି ଯେ, ଚୀନ୍‌ ସେନାକୁ ମୁହଁ ତୋଡ଼ ଯବାବ ଦେବା ପାଇଁ ଏହି ସେନାକୁ ଏଠାରେ ନିୟୋଜିତ କରାଯାଇଛି ।

Indian Army ମାଉଣ୍ଟେନ୍‌ ଫୋର୍ସ କ’ଣ ?

ସୀମରେ ମୁତୟନ ହୋଇଥିବା ଏହି ମାଉଣ୍ଟେନ୍‌ ଫୋର୍ସ ଗୋରିଲା ଯୁଦ୍ଧରେ ମାହିର । ଖରାପ ଏବଂ ବିପଦପୂର୍ଣ୍ଣ ସ୍ଥିତିରେ ମଧ୍ୟ ସେମାନେ ଶତ୍ରୁକୁ କଡ଼ା ଜବାବ ଦେବାରେ ସିଦ୍ଧହସ୍ତ । ବିଶେଷ କରି ସେମାନଙ୍କୁ ପାହାଡ଼ ଉପରେ ଯୁଦ୍ଧ କରିବା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ । ୧୯୯୯ ର କାର୍ଗିଲ ଯୁଦ୍ଧରେ, ମାଉଣ୍ଟେନ୍ ଫୋର୍ସ ପାକିସ୍ତାନୀ ସୈନିକମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲା । ଚୀନ୍ ବିଶେଷଜ୍ଞ ମାନେ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ, ଭାରତୀୟ ପାହାଡ଼ି ସେନା ଆମେରିକା କିମ୍ବା ଋଷ ସେନାଠାରୁ ଅଧିକ ଶକ୍ତିଶାଳୀ । ଆମେରିକା କିମ୍ବା ଋଷ ପାଖରେ ବି ନାହିଁ ଏଭଳି ଶକ୍ତିଶାଳୀ ମାଉଣ୍ଟେନ୍‌ ଫୋର୍ସ ।

Indian Army

ସୁଟିଂରେ ମାଷ୍ଟର

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଣେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି ଯେ, ମାଉଣ୍ଟେନ୍ ଫୋର୍ସର ଟାର୍ଗେଟ୍ ଅଧିକାଂଶ ସମୟରେ ସଠିକ୍‌ ଥାଏ । ଏମାନଙ୍କର ଟାର୍ଗେଟ୍‌ କେବେ ମିସ୍‌ ହୋଇନଥାଏ । ଏହି ଫୋର୍ସରେ ଅଧିକାଂଶ ଉତ୍ତରପ୍ରଦେଶ, ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ସୈନିକମାନଙ୍କୁ ସ୍ଥାନ ଦିଆଯାଇଥାଏ । ଚୀନ୍‌ର ଅଞ୍ଚଳ ଟିକେ ସମତଳ କିନ୍ତୁ ଭାରତ ସୀମାରେ କେବଳ ପାହାଡ଼ ପର୍ବତ ରହିଛି ଏବଂ ଏଠାରେ ଚଳପ୍ରଚଳ କରିବା ବହୁତ କଷ୍ଟଦାୟକ । ଏଭଳି ପରିସ୍ଥିତିରେ ସେନା ପାଇଁ ଆଗକୁ ବଢ଼ିବା ସହଜ ନୁହେଁ । କିନ୍ତୁ ମାଉଣ୍ଟେନ୍ ଫୋର୍ସ ଏହାକୁ ଅତି ସହଜରେ ଅତିକ୍ରମ କରିପାରିବ ଏବଂ ପୁରା ଇଲାକାକୁ ନିଜ ନିୟନ୍ତ୍ରଣରେ ରଖିପାରିବ ।

Indian Army

ମନମୋହନ ସିଂହଙ୍କ ଉପରେ ଜେପି ନଡ୍ଡାଙ୍କ ପାଲଟା ଆକ୍ରମଣ, ୟୁପିଏ ସରକାରର ବିଫଳତାକୁ ମନେ ପକାଇଦେଲେ ବିଜେପି ମୁଖ୍ୟ

ନୂଆଦିଲ୍ଲୀ:  ଚୀନ୍ ଭାରତ ସୀମା ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନମୋହନଙ୍କ ଉପରେ ପାଲଟା ଆକ୍ରମଣ କରି ସେ କହିଛନ୍ତି ଯେ, ମନମୋହନ ସିଂହଙ୍କ ବୟାନ ଶବ୍ଦର ଖେଳ । ମନମୋହନଙ୍କ ୟୁପିଏ ସରକାର ଅମଳରେ ଭାରତୀୟ ଭୂମି ଚୀନକୁ ଛାଡି ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜବାବ ଦେଇ ଜେପି ନଡ୍ଡା ଟ୍ୱିଟ୍ କରିଛନ୍ତି । ମନମୋହନ ସିଂହ ତାଙ୍କ ଲିଖିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପଦେଶ ଦେଇ କହିଥିଲେ ଯେ, ମିଥ୍ୟା ଆଡ଼ମ୍ବର ଦ୍ୱାରା ସତ୍ୟକୁ ଲୁଚା ଯାଇପାରିବ ନାହିଁ ।

ମନମୋହନ ଏଭଳି ଅନେକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ଯାହାର ଜବାବ ଦେଇ ନଡ୍ଡା କହିଛନ୍ତି ଯେ, ଏହା ଶବ୍ଦର ଖେଳ ଓ କୌଣସି ଭାରତୀୟ ଏହା ଉପରେ ବିଶ୍ୱାସ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ଏହା ସେହି କଂଗ୍ରେସ ଦଳ, ଯିଏ ସବୁବେଳେ ଆମ ସେନାକୁ ନେଇ ପ୍ରଶ୍ନ ଉଠାଇ ଆସିଛିି ଓ ସେମାନଙ୍କ ମନୋବଳ କମ୍‌ କରିଛି ।

ଜେପି ନଡ୍ଡା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ମନମୋହନ ସିଂହ ସେହି ଦଳର ଅଟନ୍ତି ଯିଏ, ୪୩୦୦୦ କିଲୋମିଟର ଭାରତୀୟ ଭୂମି ଚାଇନାକୁ ସମର୍ପଣ କରିଥିଲେ  । ୟୁପିଏ ସରକାର ସମୟରେ ଏକ ଖରାପ ରଣନୀତି ଦେଖିବାକୁ ମିଳିଥିଲା । ବିନା ଯୁଦ୍ଧରେ ଭାରତୀୟ ଜମି ଚୀନକୁ ଦିଆଯାଇଥିଲା । ଏହା ବ୍ୟତୀତ ଜେପି ନଡ୍ଡା ଲେଖିଛନ୍ତି, ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି ଏବଂ ସମର୍ଥନ କରନ୍ତି । ପରୀକ୍ଷା ସମୟରେ୧୩୦ କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଦେଖିଛନ୍ତି, ସେ ସର୍ବଦା ଦେଶକୁ ଶୀର୍ଷରେ ରଖିଛନ୍ତି ।

ସୁନା-ରୂପା ଆକାଶ ଛୁଆଁ,ଖୁବଶୀଘ୍ର ସୁନା ଦର ହେବ ୫୩ ହଜାର !

ମୁମ୍ବାଇ:  ଗଲା ୧୧ ଦିନ ହେବ ସୁନା ଦର ବଢୁଛି । ୧୦ ଗ୍ରାମ ପିଛା ଏବେକା ଦର ୪୮ହଜାର ୩ଶହ ରହିଥିବା ବେଳେ ଖୁବ୍ ଶୀଘ୍ର ଦର ୫୩ ହଜାରରେ ପହଞ୍ଚିବାର ପୂର୍ବାନୁମାନ ହେଲାଣି । ୧୧ ଦିନ ତଳେ ଦର ୧୮୨୧ ଟଙ୍କା କମ୍ ଥିଲା । ବିଦେଶୀ ବଜାରରେ ସୁନାର ଚାହିଦା ବଢିବା ହେତୁ ଦର ବେଲଗାମ ହେବାରେ ଲାଗିଛି ।

gold price hike

ତେବେ କେବଳ ସୁନା ନୁହେଁ ରୂପା ଦର ମଧ୍ୟ ବଢୁଛି । ଜୁଲାଇ ମାସର ଚାହିଦା ଅନୁଯାୟୀ ଭାରତୀୟ ବଜାରରେ ଦର ପୂର୍ବାପେକ୍ଷା ୧.୨ ପ୍ରତିଶତ ବଢି କିଲୋ ପିଛା ୪୯ ହଜାର ୧୯୦ରେ ପହଞ୍ଚିଛି । ଅର୍ଥାତ ପୂର୍ବ ଦର ତୁଳନାରେ ରୂପା ୧୧୬୧ ଟଙ୍କା ବଢିଛି । ତେବେ ସୁନା-ରୂପାର ଦରରେ ଏଭଳି ଅହେତୁକ ମୂଲ୍ୟବୃଦ୍ଧି ପଛର କାରଣ ଦର୍ଶାଇ କେଡିଆ କମୋଡିଟିର ପ୍ରବନ୍ଧକ ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ କରୋନା ମହାମାରୀ ହେତୁ ପ୍ରାୟ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିଜ ବିତ୍ତୀୟ ବ୍ୟବସ୍ଥାକୁ କୋହଳ କରିଛି । ବଜାରର ମାନ୍ଦାବସ୍ଥା ମାରିବା ପ୍ରୟାସରେ ରେପୋ ଓ ରିଭର୍ସ ରୋପ ରେଟକୁ କମାଇ ଯାଇଛି, ମାତ୍ର ସାଧାରଣ ଲୋକଙ୍କ ପାଖରେ ଟଙ୍କା ପହଞ୍ଚିବା ଏବେ ଯାଏଁ ସ୍ୱାଭାବିକ ହେଉନି । ଫଳସ୍ୱରୂପ ଉଭୟ ନିବେଶ ବଜାର ଓ ଆର୍ଥିକ ବ୍ୟାପାର ସଂସ୍ଥାରେ(ବ୍ୟାଙ୍କ, ସ୍ମଲ୍ ଓ  ନନ୍ ଫାଇନାନ୍ସ ଗ୍ରୁପ୍ ଇତ୍ୟାଦି) ନଗଦ ଟଙ୍କା ବଦଳରେ ବସ୍ତୁଗତ ଅର୍ଥର ଚାହିଦା ବଢୁଛି । ଲୋକେ ସୁନା-ରୂପା ଖରିଦ ଉପରେ ଜୋର ଦେଉଛନ୍ତି । ବିତ୍ତୀୟ ବ୍ୟବସ୍ଥା ପ୍ରତି ସୁନା ଓ ରୂପାର ମାତ୍ରାଧିକ ଓ କ୍ରମାଗତ ମୂଲ୍ୟ ବୃଦ୍ଧି ଉଭୟ ଭଲ ଓ ଖରାପ ପ୍ରଭାବ ପକାଇପାରେ ବୋଲି ଅର୍ଥ ବିଶେଷଜ୍ଞମାନେ ମତ ରଖୁଛନ୍ତି ।

ନିଜ ଡ୍ରେସ୍‌ ପାଇଁ ଏମିତି ଟ୍ରୋଲ ହୋଇଛନ୍ତି ସୋନମ କପୁର… ଦର୍ଶକ କହିଲେ ବାପାଙ୍କ ସାମ୍ନାରେ ପିନ୍ଧନ୍ତି ଏମିତି ଡ୍ରେସ !

ମୁମ୍ବାଇ: ସୋନମ କପୁରଙ୍କୁ ବଲିଉଡର ଫେଶନିଷ୍ଟା କୁହାଯାଏ । ଷ୍ଟାଇଲ ଓ ଟ୍ରେଣ୍ଡ ମାମଲାରେ ଅନ୍ୟ ଅଭିନେତ୍ରୀଙ୍କୁ ସବୁବେଳେ ମାତ ଦିଅନ୍ତି ସୋନମ । କିଛି ସମୟ ପୂର୍ବରୁ ସେ ଏକ କର୍ସେଟ୍ ଷ୍ଟାଇଲ୍ ବ୍ଲାକ୍ ଡ୍ରେସରେ ନଜର ଆସିଥିଲେ । ସୋନମଙ୍କ ପରେ ଅନେକ ଅଭିନେତ୍ରୀଙ୍କୁ ଏଭଳି ପୋଷାକରେ ଦେଖିବାକୁ ମିଳିଥିଲା​​ । ଅବଶ୍ୟ, ଯେତେବେଳେ ସୋନମଙ୍କର ଏହି ଡ୍ରେସର ଫଟୋ ଭାଇରାଲ ହୋଇଥିଲା ସେତେବେଳେ ତାଙ୍କୁ ପ୍ରଶଂସା ଅପେକ୍ଷା ଲୋକେମାନେ ଅଧିକ ସମାଲୋଚନା କରିଥିଲେ  । ଏହା ସହ ତାଙ୍କୁ ‘ପୋଷାକ ପିନ୍ଧିବା’ ଶିଖାଇବାକୁ ଚେଷ୍ଟା କରିଥିଲେ ।

 

ଏହି ପୁରା ଘଟଣା ଏକ ଇଭେଣ୍ଟ ସହ ଜଡିତ । ଏହି ଇଭେଣ୍ଟରେ ସୋନମ ତାଙ୍କ ବାପା ଅନୀଲ କପୁରଙ୍କ ସହ ନଜର ଆସିଥିଲେ । ସୋନମ ଅଧିକାଂଶ ସମୟରେ ପ୍ଲିଜିଂ ନେକଲାଇନ୍ ଡ୍ରେସରେ ନଜର ଆସନ୍ତି । ଏହି ଇଭେଣ୍ଟରେ ମଧ୍ୟ ସୋନମ ଠିକ୍ ସେମିତି ଏକ ଡ୍ରେସ ପିନ୍ଧିଥିଲେ ।

ଅଭିନେତ୍ରୀ ବ୍ଲାକ ରଂଗର ଲଙ୍ଗ ଫ୍ରକ ଷ୍ଟାଇଲ୍ ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସରେ ସୁଇଟହାର୍ଟ ନେକଲାଇନ୍ ଥିଲା । ଯାହା ତାଙ୍କ ଶରୀରର କିଛି ଅଙ୍ଗକୁ ହାଇଲାଇଟ୍ କରୁଥିଲା । ଏହି ଡ୍ରେସରେ ସୋନମ ବହୁତ ଷ୍ଟାଇଲିସ ଲାଗୁଥିଲେ ସତ ହେଲେ ପ୍ରଶଂସକ ତାଙ୍କର ଏହି ଲୁକ୍ କୁ ପସନ୍ଦ କରିନାହାନ୍ତି ।

ଅଧିକାଂଶ ଦର୍ଶକ ଅଭିନେତ୍ରୀଙ୍କର ଏହି ଫଟୋ ଦେଖିବା ପରେ ତାଙ୍କୁ ସମାଲୋଚନା କରିଛନ୍ତି । ସେ ନିଜ ବାପାଙ୍କ ସାମ୍ନାରେ କେମିତି ଏମିତି ଡ୍ରେସ  ପିନ୍ଧିଲେ ବୋଲି ତାଙ୍କୁ ଟ୍ରୋଲର ପ୍ରଶ୍ନ କରୁଛନ୍ତି । ସେଥିପାଇଁ ସୋନମ ଏବେ ଖୁବ ଟ୍ରୋଲ ହେଉଛନ୍ତି । ତାଙ୍କୁ ଭାରତୀୟ ସଂସ୍କାର ଉପରେ ଶିକ୍ଷା ନେବା ଜରୁରୀ ବୋଲି ଦର୍ଶକ କହୁଛନ୍ତି । ସୋସିଆଲ ମିଡିଆରେ ଏମିତି ଅନେକ କମେଣ୍ଟ ଦ୍ୱାରା ସେ ଟ୍ରୋଲ ହେଉଛନ୍ତି ।

ବାପାଙ୍କ ସାମ୍ନାରେ ଏମିତି ଡ୍ରେସ ପିନ୍ଧିବାକୁ ଲାଜ ଲାଗିଲାନାହିଁ ବୋଲି ଅନେକ ସୋନମଙ୍କୁ ପ୍ରଶ୍ନ କରିଛନ୍ତି । କିଏ ପଚାରୁଛି “ବାପାଙ୍କ ସାମ୍ନାରେ ଏଭଳି ପୋଷାକ କିଏ ପିନ୍ଧେ” ତ ଆଉ କିଏ ପରିଧାନ ଶୈଳୀ ବଦଳାଇବାପାଇଁ କମେଣ୍ଟ କରିଛି ।

ସୋନମ କପୁର ନିଜ ବୋଲ୍ଡ ଅବତାର ପାଇଁ ଅଧିକାଂଶ ସମୟ ଟ୍ରୋଲର ଶିକାର ହୁଅନ୍ତି । ଅନେକ ଥର ଅଭିନେତ୍ରୀ ନିଜ ବୟାନରେ କହିଛନ୍ତି ଯେ, ଦର୍ଶକଙ୍କ ମତ ନେଇ ତାଙ୍କୁ କୌଣସି ଫରକ ପଡେ ନାହିଁ ।

 

୧୦ ହଜାରରୁ କମ ଦାମର ୫ କ୍ୟାମେରା ବାଲା ଫୋନ୍, ଯାହାର ମେଗା ବ୍ୟାଟେରୀ ଦେବ ୪ ଦିନର ବ୍ୟାକଅପ୍

ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ଜବରଦସ୍ତ ଫିଚର୍ସ ଫୋନ୍ କିଣିବା ବହୁତ କଷ୍ଟସାଧ୍ୟ, କିନ୍ତୁ ତଥାପି ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ ନିଜ ଫୋନ୍ ପାଇଁ ଜଣାଶୁଣା । ଟେକ୍ନୋ କମ୍ପାନୀ ସେମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା କମ୍ ମୂଲ୍ୟରେ ଭଲ ଫିଚର୍ ଦେଇଥାଏ । କମ୍ପାନୀ ଏହି  ସପ୍ତାହର ନିଜର ଏକ ଶସ୍ତା ଏବଂ ଉତ୍ତମ ଫୋନ Techno Spark Go Power 2  ଲଞ୍ଚ ହୋଇଛି ।  ଟେକ୍ନୋର ଏହି ଫୋନର ମୂଲ୍ୟ ମାତ୍ର ୯,୯୯୯ ଟଙ୍କା, ଏହାର ୪ ଜିବି RAM ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି ।

କମ୍ପାନୀ ଏହି ଫେନର ପ୍ରଥମ ସେଲ ଜୁନ ୨୩ରେ ଫ୍ଲିପକାର୍ଡରେ ଏକ୍ସକ୍ଲୁସିଭ ରଖିଛି । ତେବେ ଆସନ୍ତ ଜାଣିବା ଏହାର ଫିଚର୍ସ ଗୁଡ଼ିକ ସମ୍ବନ୍ଧରେ । Tecno Spark Power 2 ରେ ୭ ଇଞ୍ଚର ବଡ଼ ଡିସପ୍ଲେ ଦିଆଯାଇଛି । ଏହି ଫୋନର ସବୁଠୁ ଖାସ ଫିଚର ହେଉଛି ୬୦୦୦ ଏମଏଏଚକି ପାୱାରଫୁଲ ବ୍ୟାଟେରୀ ।

୭ ଇଞ୍ଚର ଏଚଡି ୱାଟରଡ୍ରପ ନୋଚ୍ ଡିସପ୍ଲେର ଏହି ଫୋନ ମିଡିଆଟେକ ହେଲିୟୋ P22 ପ୍ରେସେସରରେ କାମ କରେ । ଏହାର ରେଗୁଲେସନ 720×1640 ପିକ୍ସଲ୍ସ ଅଛି । ଏହି ଫୋନ ଆଣ୍ଡରଏଡର HIOS 6.1 ଅପରେଟିଂ ସିଷ୍ଟଂ ଉପରେ କାମ କରେ । ଫୋନରେ 2GHz MediaTek Helio P22 MTK6762 octa-core ପ୍ରସେସର ଅଟେ । ଏହି ଫୋନ ୪ ଜିବି ରାମ୍ ଏବଂ ୬୪ ଜିବି ଇଣ୍ଟରନାଲ ମେମୋରୀ ରହିଛି, ଯାହାକୁ ମାଇକ୍ରୋଏସଡିଲ କାର୍ଡ ସହିତ ୨୫୬ ଜିବି ଯାଏଁ ବଢ଼ାଯାଇପାରିବ ।

କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନର ପଛ ପ୍ୟାନେଲରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୧୬ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଥିବାବେଳେ ସେକେଣ୍ଡାରୀ କ୍ୟାମେରା ଏକ ୱାଇଡ ଆଙ୍ଗଲ୍ କ୍ୟାମେରା, ତୃତୀୟ କ୍ୟାମେରା ହେଉଛି ମାଇକ୍ରୋ କ୍ୟାମେରା । ସେଲଫି ପାଇଁ ଫୋନର ସମ୍ମୁଖରେ ୧୬ ମେଗାପିକ୍ସେଲ କ୍ୟାମେରା ଯୋଗାଇ ଦିଆଯାଇଛି । ଅର୍ଥାତ୍ ଏଥିରେ ମୋଟ ୫ ଟି କ୍ୟାମେରା ଅଛି ।

ପାୱର ପାଇଁ, ଫୋନରେ 6000mAh ବ୍ୟାଟେରୀ ଅଛି, ଯାହା ୧୮ ୱାଟ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ସହିତ ଆସିଥାଏ । ଥରେ ଚାର୍ଜ ହେବା ପରେ ଫୋନ୍ ୪ ଦିନ ଚାଲିବ ବୋଲି କମ୍ପାନୀ ଦାବି କରିଛି ।

ସଚିନଙ୍କ ବଦଳରେ ଗାଙ୍ଗୁଲିଙ୍କୁ କ’ଣ ପାଇଁ ଅଧିନାୟକ ଭାବେ ବାଛିଥିଲା ବିସିସିଆଇ ? ରହସ୍ୟ ଉପରରୁ ପରଦା ହଟାଇଲେ ଚନ୍ଦୁ ବୋର୍ଡେ

0

ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ହଟାଇ  କାହିଁକି ଗାଙ୍ଗୁଲିଙ୍କୁ  ଦାୟିତ୍ୱ  ଯାଇଥିଲା  ? ଏହି ଦ୍ୱନ୍ଦ ଉପରୁ ପରଦା ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଚିଫ୍ ସିଲେକ୍ଟେର ଚନ୍ଦୁ ବୋର୍ଡେ । ତାଙ୍କ କହିବା ଅନୁଯାୟୀ ସଚିନଙ୍କର  ଅଧିନାୟକ ଦାୟିତ୍ୱ ନେବାରେ ସାମାନ୍ୟତମ ଆଗ୍ରହ ନଥିଲା । ସଚିନ ଅଧିନାୟକ ଭାବେ ବିଫଳ ହେବାର କାରଣ ମଧ୍ୟ ଅଧିନାୟକତ୍ୱ ପ୍ରତି ଥିବା ତାଙ୍କ ନୈରାଶ୍ୟଜନକ ମନୋଭାବ । କୌଣସି ସିଲେକ୍ଟେରମାନଙ୍କର ଚାପ ତାଙ୍କ ଉପରେ ନଥିଲା ।  ଟିମର ଶ୍ରେଷ୍ଠ ପ୍ଲେୟାର ହୋଇଥିବା ହେତୁ ତାଙ୍କ ଉପରେ କୌଣସି ପ୍ରକାର ଚାପ ମ୍ୟାନେଜମେଣ୍ଟର ପକାଇବାକୁ ଦେଇନି ।

sachin pulls himself

୧୯୯୬ରୁ ୨୦୦୦ ମଧ୍ୟରେ ଟେଷ୍ଟରେ ୨୫ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇ ସଚିନ ମାତ୍ର ୪ଟି ଟେଷ୍ଟରେ ଭାରତକୁ ବିଜୟ ଦେଇପାରିଥିବା ବେଳେ ୭୩ଟି ଦିନିକିଆରୁ ୨୩ଟିରେ ଭାରତକୁ ବିଜୟ ଦେଇଛନ୍ତି । ଅଧିନାୟକ ଭାବେ ଦାୟିତ୍ୱ ନେବାକୁ ଚାହୁଁନଥିବା ହେତୁ ସଚିନ ନିଜେ ମ୍ୟାନେଜମେଣ୍ଟ ପାଖରେ ପହଞ୍ଚି ତାଙ୍କୁ କ୍ୟାପ୍ଟେନ୍ ପଦବୀରୁ ହଟାଇବା ପାଇଁ ଜଣାଇଥିଲେ । ସେ କହିଥିଲେ ଯେ ଅଧିନାୟକ ଦାୟିତ୍ୱ ନେଇ ମୁଁ ମୋ ଖେଳ ଉପରେ ଏକାଗ୍ରତା ରଖି ପାରୁନାହିଁ । ଜଣେ ବ୍ୟାଟସ୍ ମ୍ୟାନ ଭାବେ ଉନ୍ନତ ବ୍ୟାଟିଙ୍ଗ କରିବା ମୋର ପ୍ରାଥମିକତାରେ ରହିଛି । ତେଣୁ ମୋତେ କେବଳ ଖେଳିବାକୁ ଦିଆଯାଉ ।  ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ସଚିନ ଏଭଳି କହିଥିବା ବୋର୍ଡେ କହିଛନ୍ତି ।

ଭୁଶୁଡ଼ିଲା ପୋଲ: ନବରଙ୍ଗପୁର-କୋଷାଗୁମୁଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ନବରଙ୍ଗପୁର: ଭୁଶୁଡ଼ିଲା ପୋଲ । ପ୍ରଥମ ବର୍ଷାରେ ଭୁଶୁଡ଼ିଲା ବଡ଼ ମସିଗାଁ ପୋଲ । ୪୦ ବର୍ଷ ତଳେ ତୁରୀ ନଦୀ ଉପରେ ଏହି ପୋଲ ନିର୍ମାଣ ହୋଇଥିଲା । ପ୍ରତିଦିନ ଶହଶହ ଗାଡ଼ି ଏହି ପୋଲ ଦେଇ ଯାଆସ କରୁଥିଲେ । ପୋଲ ଭୁଶୁଡିଯିବାରୁ ନବରଙ୍ଗପୁର-କୋଷାଗୁମୁଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ତେବେ ସୂଚନା ଅନୁସାରେ ପୋଲଟି ଯେହେତୁ ପୁରୁଣା ହୋଇ ଆସୁଥିଲା ତେଣୁ ତା ପାଖରେ ଆଉ ଏକ ପୋଲର ନିର୍ମାଣ କାର୍ଯ୍ୟ ହୋଇସାରିଥିଲା । ତେବେ ଗତ ରାତି ତମାମ ବର୍ଷା କାରଣରୁ ଏ ପୋଲଟି ଭୁଶୁଡ଼ି ଯାଇଥିବା ଜଣା ପଡ଼ିଛି । ତେବେ ନୂଆ ପୋଲ ନହୋଇ ପୂରୁଣା ପୋଲ ଭୁଶିଡ଼ିବା କାରଣରୁ ନବରଙ୍ଗପୁର-କୋଷାଗୁମୁଡ଼ା ମଧ୍ୟ ସମସ୍ତ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟପଟେ ପୋଲଟି ଦୁର୍ବଳ ହୋଇଯାଇଥିବା ନେଇ କୌଣସି ସୂଚନା ଦିଆ ଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଦିଓ ଏହି ପୋଲ ପାଖରେ ଆଉ ଏକ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିଲା ।

ଏହି ୪୭ କାରଣ, ଯେଉଁଥିପାଇଁ ଲୋକେ ହୋଇପାରନ୍ତି ନାହିଁ କୋଟିପତି

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି । ଆର୍ଥିକବସ୍ଥା ଭଲ ରହିବା ନେଇ ସମସ୍ତେ ଚିନ୍ତା କରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ସତ୍ତ୍ୱେ କିଛିଟା ଜିନିଷ ଯୋଗୁଁ ଟଙ୍କା ଖର୍ଚ୍ଚ ହୋଇଯାଏ । ଅନେକ ଚେଷ୍ଟା ପରେ ମଧ୍ୟ କିଛି ଲୋକ ଟଙ୍କା ଜମା କରିବାରେ ସଫଳ ହୁଅନ୍ତି ନାହିଁ । ତେବେ ତାଙ୍କର ବିଫଳତାର କାରଣ କ’ଣ ଏହା ଜାଣିବା ଜରୁରୀ । କେବଳ ଯେ ରାଶି ଅନୁସାରେ ଧନଲାଭ ହୁଏ ତାହା ଭୁଲ । ଏହାର ଦୁଇଟି କାରଣ ରହିଛି, ପ୍ରଥମଟି ହେଉଛି ମଣିଷର ଅଧା ଥିବା କର୍ମ ଓ ଅନ୍ୟଟି ହେଉଛି ଭାଗ୍ୟ । କିନ୍ତୁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନ୍ୟ କେତେକ କାରଣ ମଧ୍ୟରହିଛି । ତେବେ ଏହି କାରଣ ଗୁଡିକ କଣ ଜାଣନ୍ତୁ ।

୧- ଘରେ ଭଙ୍ଗା ଜିନିଷ ରହିବା ଅନୁଚିତ୍ ।

୨- ଘରେ ବୁଢିଆଣି ଜାଲ ରହିବା ଅଶୁଭ ବୋଲି କୁହାଯାଏ ।

୩- ଘରେ ପାରା ଭାଡି ରହିଲେ ଟଙ୍କା ସଞ୍ଚୟ ହୁଏ ନାହିଁ ।

୪- ବିଦ୍ୟୁତ୍ ତାର ଘରେ ଓହଳିକି ରହିବା ଅନୁଚିତ୍ ।

୫- ଘର ଭିତରେ ପୋଷାକ ଶୁଖାଇବା ଅଶୁଭ ବୋଲି ବିଶ୍ୱାସ ରହିଛି ।

୬- କାନ୍ଥରେ ବନ୍ଦଘଣ୍ଟା ରହିବା ଅନୁଚିତ ।

୭- ଘରେ ନକରାତ୍ମକ ଜିନିଷ ରହିବା ଯେମିତି କି ବୁଡିଯାଉଥିବା ଡଙ୍ଗା, ତାଜମହଲ ରହିବା ଅଶୁଭ ।

୮- ପୁରୁଣା, ଚିରା ପୋଷାକ ଘରେ ରହିବା ଅନୁଚିତ୍ ।

୯- କଣ୍ଟା ଥିବା ଗଛ ବା ଶୋ’ ପ୍ଲାଣ୍ଟ ଭଳି ଜିନିଷ ଘରେ ରହିବା ଅଶୁଭ ବୋଲି କୁହାଯାଏ ।

୧୦- ତମ୍ବାକୁ, ସିଗରେଟ୍, ମଦ ଘରେ ରହିବା ଅନୁଚିତ୍ ।

୧୧- ଶରୀରରକୁ ପରିସ୍କାର ରଖିବା ଜରୁରୀ ।

୧୨- ସନ୍ଧ୍ୟା ସମୟରେ ନକରାତ୍ମକ ଚିନ୍ତା କରିବା ଅନୁଚିତ୍ ।

୧୩- କ୍ରୋଧଠୁ ଦୁରେଇ ରହିବା ଜରୁରୀ ।

୧୪- ଜୀବନରେ ମିଛ କହିବା ଓ ଧୋକା ଦେବା ଅନୁଚିତ ।

୧୫- ସ୍ତ୍ରୀ, ବୃଦ୍ଧ, ଶିଶୁ, ପଶୁ ଏବଂ ପକ୍ଷୀମାନଙ୍କୁ ହଇରାଣ କରିବା ଅନୁଚିତ୍ ।

୧୬- ରୋଷେଇ ଘର ନିକଟରେ ପରିସ୍ରା କରିବା ଅଶୁଭ ବୋଲି ବିଶ୍ୱାସ ରହିଛି ।

୧୭- ବାମ ଗୋଡରେ ପ୍ୟାଣ୍ଟ ପିନ୍ଧିବା ଅନୁଚିତ୍ ।

୧୮- ଅତିଥି ମାନଙ୍କୁ ଅସମ୍ମାନ କରିବା ଅନୁଚିତ୍ ।

୧୯- ଦାନ୍ତରେ ନଖ କାଟିବା ଅନୁଚିତ୍ ।

୨୦- ମହିଳାମାନେ ଠିଆ ହୋଇ କେଶ ବାନ୍ଧିବା ଅଶୁଭ ।

୨୧- ଚିରା ପୋଷାକ ପିନ୍ଧିବା ଅନୁଚିତ୍ ।

୨୨- ଗଛ ତଳେ ଠିଆ ହୋଇ ପରିସ୍ରା କରିବା ଅନୁଚିତ ।

୨୩- ମନ୍ଦିରରେ କଥାବାର୍ତ୍ତା କରିବା ଅଶୁଭ ।

୨୪- ମଶାଣିରେ ହସିବା ଅନୁଚିତ ।

୨୫- କାହାର ଦାରିଦ୍ର୍ୟ ଏବଂ ଅସହାୟତାକୁ ପରିହାସ କରିବା ଅନୁଚିତ ।

୨୬- ଅଗାଧୁଆ ଧର୍ମଗ୍ରନ୍ଥ ପଢିବା ଅଶୁଭ ।

୨୭- ଦୁଆରରେ ବସିବା କିମ୍ବା ଠିଆ ହେବା ଅନୁଚିତ ।

୨୮- ରସୁଣ କିମ୍ବା ପିଆଜ ଚୋପା ଜାଳିବା ଅଶୁଭ ।

୨୯- ହାତ ନଧୋଇ ଖାଦ୍ୟ ଖାଇବା ଅନୁଚିତ ।

୩୦- ଜୋତା ଓଲଟା ପଡିଥିଲେ ତାହା ସିଧା କରିବା ଜରୁରୀ ।

୩୧- ମୁହଁ ଲଗାଇ ପାଣି ପିଇବା ଅଶୁଭ ।

୩୩- ପୋଖରୀ କୂଳରେ ପରିସ୍ରା କରିବା ଅନୁଚିତ୍ ।

୩୪- ଗୋମାତାଙ୍କୁ ଗୋଇଠା ମାରିବା ଅଶୁଭ।

୩୫- ମଧ୍ୟରାତ୍ରିରେ ଖାଦ୍ୟ ଖାଇବା ।

୩୬- ଶୋଇବା ଖଟ ପରିସ୍କାର ରହିବା ଉଚିତ ।

୩୭- ଧର୍ମର ପରିହାସ କରିବା କିମ୍ବା ଅପମାନ କରିବା ଅଶୁଭ ।

୩୮- ଖାଦ୍ୟ ପ୍ଲେଟରେ ହାତ ଧୋଇବା ଅନୁଚିତ୍ ।

୩୯- ରାତିରେ ରଷେଇ ଘର ସଫା କରି ଶୋଇବା ଜରୁରୀ ।

୪୦- ଭୋକିଲା ଥିବା ଲୋକଙ୍କୁ ଖାଦ୍ୟ ନଦେବା ଅଶୁଭ ।

୪୧- ​​ଭୋଜନ ପୂର୍ବରୁ ଦେବତାମାନଙ୍କୁ ପୂଜା କରିବା ଜରୁରୀ ।

୪୨- ରାତିରେ ଚାଉଳ, ଦହି ଖାଇବା ଅନୁଚିତ ।

୪୩- ଦକ୍ଷିଣମୁହାଁ ହୋଇ ଖାଦ୍ୟ ଖାଇବା ଅନୁଚିତ୍ ।

୪୪- ସକାଳେ ମୁହଁ ନଧୋଇ ପାଣି ପିଇବା ଅନୁଚିତ ।

୪୫- ଘରେ ଟ୍ୟାପ୍ ଇତ୍ୟାଦିରୁ ପାଣି ପିଇବା ଅନୁଚିତ ।

୪୬- ବାରମ୍ବାର ଛେପ ପକାଇବା, କିମ୍ବା ଜୋର କାଶିବା ଅଭ୍ୟାସ ଭଲ ହୋଇନଥାଏ ।

୪୭- ପାଦ ଘୋଷାଡି ଘୋଷାଡି ଚାଲିବା ଅଶୁଭ ।

କର୍ଣ୍ଣଲ ସନ୍ତୋଷ ବାବୁ: ,ସେହି ସହିଦ କମାଣ୍ଡର ଯିଏ ଚୀନ ସୈନିକଙ୍କ ଉପରେ ପଡ଼ିଥିଲେ ଭାରି

ନୂଆଦିଲ୍ଲୀ: ଜୁନ୍ ୧୫ରେ ଲଦାଖର ଗଲବାନ ଉପତ୍ୟକାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁ ଭାରତୀୟ ସୈନ୍ୟବାହିନୀର ନେତୃତ୍ୱ ନେଉଥିଲେ । ଚୀନ୍ ସୈନିକମାନଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଥିବାବେଳେ ସେ ବିନମ୍ର ଥିଲେ କିନ୍ତୁ ତା ସହିତ ଶକ୍ତିଶାଳୀ ମଧ୍ୟ ଥିଲେ । ଚୀନ୍ ସୈନିକମାନେ ପଥର ଫିଙ୍ଗିବା ଦ୍ୱାରା ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ସେଠାରୁ ଯାଇ ନଥିଲେ । ଦଳର ନେତୃତ୍ୱ ନେଉଥିବା ବେଳେ ସେ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ।

ଗଲବାନ ଘାଟି, ଲେହ ଏବଂ ଥଙ୍ଗାଷ୍ଟେରେ ନିୟୋଜିତ ଥିବା ଆର୍ମି ଅଫିସର ମାନଙ୍କ ସୂଚନା ଅନେକ ଗୁରୁତ୍ୱପୂର୍ବ ତଥ୍ୟର ଖୁଲାସା କରିଛି । କର୍ଣ୍ଣଲ ସନ୍ତୋଷ ବାବୁଙ୍କ ବୀରତ୍ୱ ବିଷୟରେ ଜାଣି ସମସ୍ତେ ତାଙ୍କ ଆଗରେ ନତମସ୍ତକ ।

ଗଲବାନ ନଦୀ କୂଳରେ ଥିବା ଏକ ଚୀନ୍ ସର୍ବେକ୍ଷଣ ପୋଷ୍ଟ ଭାରତ ସୀମାରେ ଥିଲା ଏବଂ ଏହାକୁ ହଟାଇବା ପାଇଁ ଚୀନ୍ ସେନା ସହିତ ଏକ ଚୁକ୍ତିନାମା ହୋଇଥିଲା । କଥାବାର୍ତ୍ତାର କିଛି ଦିନ ପରେ ଚୀନ୍ ଏହି ପୋଷ୍ଟକୁ ହଟାଇ ଦେଇଥିଲା । ସେହି ଦିନ ୧୬ତମ ବିହାର ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣଲ ବି ସନ୍ତୋଷ ବାବୁ ମଧ୍ୟ ତାଙ୍କ ପ୍ରତିପକ୍ଷ ଚୀନ୍ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ଜୁନ୍ ୧୪ ତାରିଖ ମଧ୍ୟରାତ୍ରିରେ ଚୀନ୍ ପୁଣି ସେହି ସ୍ଥାନରେ ନିଜର ପୋଷ୍ଟ ସ୍ଥାପନ କଲା । ୧୫ ଜୁନ୍ ଦିନ ଅପରାହ୍ନ ୫ଟାରେ କର୍ଣ୍ଣଲ ସନ୍ତୋଷ ବାବୁ ନିଷ୍ପତ୍ତି ନେଇଥିଲେ ଯେ ସେ ନିଜେ ଏକ ଟିମ ସହିତ କ୍ୟାମ୍ପ ପାଖକୁ ଯିବେ ଏବଂ ଏହି ପୋଷ୍ଟଟି ପୁଣି ଥରେ କିପରି ଲଗା ହୋଇଛି ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପଚାରି ଆସିବେ । କର୍ଣ୍ଣେଲ ବି ସନ୍ତୋଷ ବାବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସେ କିଛି ଦିନ ପୂର୍ବରୁ ଏହି ପୋଷ୍ଟ ବିଷୟରେ ଚୀନ୍ ସୈନିକଙ୍କ ସହ କଥା ହୋଇଥିଲେ, ତା’ପରେ ମଧ୍ୟ କିପରି ସେମାନେ ଏହି ପୋଷ୍ଟଟିକୁ ଆଉଥରେ ଲଗାଇଲେ ।

ଇତିମଧ୍ୟରେ, ୧୬ ବିହାର ରେଜିମେଣ୍ଟରେ ମାହୋଲ ଖୁବ ଗରମ ଥିଲା । ୟୁନିଟର ଯୁବ ସୈନିକମାନେ ରାଗି ଯାଇଥିଲେ ଏବଂ ସେମାନେ ନିଜେ ଚୀନ୍‌ର ବିବାଦୀୟ ପୋଷ୍ଟକୁ ହଟାଇବାକୁ ଚାହୁଁଥିଲେ। କିନ୍ତୁ କର୍ଣ୍ଣଲ ବାବୁଙ୍କ ମତ ଭିନ୍ନ ଥିଲା । କର୍ଣ୍ଣଲ ବାବୁ ତାଙ୍କ ୟୁନିଟରେ ଜଣେ ଅତି ଭଦ୍ର ଶାନ୍ତ ମନୋଭାବକାରୀ ଅଧିକାରୀ ଭାବରେ ବିବେଚିତ ହୋଇଥିଲେ । ସେ ପୂର୍ବରୁ ଏହି କ୍ଷେତ୍ରରେ କମ୍ପାନୀ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। କର୍ଣ୍ଣଲ ବାବୁ ନିଷ୍ପତ୍ତି ନେଇଥିଲେ ଯେ ସେ ନିଜେ ଚୀନ୍‌ର ସେହି ପୋଷ୍ଟକୁ ହଟାଇବେ ।

୩୫ ସୈନିକଙ୍କ ସହିତ ବାହାରିଲେ କର୍ଣ୍ଣଲ ବାବୁ-

ଜୁନ ୧୫ ସନ୍ଧ୍ୟା ୭ଟାରେ କର୍ଣ୍ଣଲ ବାବୁ ଅଫିସର ଏବଂ ଯବାନ ମାନଙ୍କର ଏକ ୩୫ ଜଣିଆ ଟିମ ପ୍ରସ୍ତୁତ କରି ଚାଲିଚାଲି ସେହି ପୋଷ୍ଟ ପାଖକୁ ଗଲେ ଯାହାକୁ ଚୀନ ସୈନିକ ମାନେ ପୁଣି ଥରେ ତିଆରି କରିଥିଲେ । କର୍ଣ୍ଣଲଙ୍କ ଟିମରେ ଦୁଇ ଜଣ ମେଜର ଥିଲେ  । ଟିମର ମନୋଭାବ ଗରମ ନଥିଲା, ଏମିତି ଲାଗୁଥିଲା ଯେମିତି ସେମାନ କିଛି ପଚରାଉଚରା ପାଇଁ ଯାଉଛନ୍ତି । ଯେତେବେଳେ ଭାରତର ଏହି ଟିମ ଚୀନ କ୍ୟାମ୍ପ ପାଖରେ ପହଞ୍ଚିଲା ସେତେବେଳେ ଭାରତାୟ ସୈନ୍ୟମାନେ ଅନୁଭବ କଲେ ଯେ ଚୀନ ସୈନ୍ୟ ମାନଙ୍କ ମନୋଭାବ କିଛି ଅଲଗା ଥିଲା । ପୋଷ୍ଟରେ ନିୟୋ ଜିତ ଥିବା ଚୀନ ସୈନ୍ୟ ମାନେ ସାଧାରଣତଃ ନୂଆ ଥିଲେ ।

ଚୀନ ସୈନିକ କର୍ଣ୍ଣଲଙ୍କୁ ଧକ୍କା ଦେଇଥିଲେ-

ଯେତେବେଳେ ଭାରତର ଟିମ ସେହି ବିବାଦୀୟ ପୋଷ୍ଟ ପାଖକୁ ପହଞ୍ଚିଥିଲା, ଚୀନର ସୈନିକଙ୍କ ହାବଭାବ ଅଲଗା ଥିଲା । ଯେତେବେଳେ କର୍ଣ୍ଣଲ ବାବୁ କଥାବାର୍ତ୍ତା ଆରମ୍ଭ କଲେ ଏବଂ ପଚାରିଲେ କି ଏଠାରେ ଆଉଥରେ ପୋଷ୍ଟ କାହିଁକି ତିଆରି ହେଲା ଠିକ ସେତିକି ବେଳେ ଚୀନ ସୈନ ମଧ୍ୟରୁ ଜଣେ ଆସି କର୍ଣ୍ଣଲଙ୍କୁ ପଛପଟୁ ଧକ୍କା ଦେଇଥିଲା ।  ରିପୋର୍ଟ ମୁତାବକ ଚୀନର ଏହି ଅଭଦ୍ର ସୈନିକ ଚାଇନିଜ ଭାଷାରେ ଅପମାନଜନକ ଶବ୍ଦର ପ୍ରୟାଗ ମଧ୍ୟ କରିଥିଲେ ।

ଭାରତୀୟ ସୈନିକମାନେ ପ୍ରତିଶୋଧ ନେବାକୁ ବାହାରି ପଡ଼ିଲେ-

ଏହି ଘଟଣା ପରେ ତୁରନ୍ତ ଭାରତ ତରଫରୁ ପ୍ରତିକ୍ରିୟା ଆସିଥିଲା । ଭାରତୀୟ ଦଳ ଚୀନ୍ ଉପରେ ଆକ୍ରମଣ କରିଥିଲେ । ଏହି ଲଢ଼େଇ ଗୋଇଠା ବିଧା ଭିତରେ ସୀମିତ ଥିଲା । ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଅସ୍ତ୍ର ବ୍ୟବହାର କରାଯାଇନଥିଲା  । ୩୦ ମିନିଟ ଧରି ଚାଲିଥିବା ଏହି ଲଢ଼େଇରେ ଉଭୟ ପାର୍ଶ୍ୱରୁ ଲୋକମାନେ ଆହତ ହୋଇଥିଲେ । ୧୬ ବିହାର ରେଜିମେଣ୍ଟର ସାହସୀ ସୈନିକମାନେ ସେହି ପୋଷ୍ଟକୁ ଭାଙ୍ଗି ସେଠାରୁ ପ୍ରତ୍ୟେକ ଚାଇନାର ପ୍ରତୀକକୁ ହଟାଇ ଦେଇଥିଲେ । ଭାରତର କମାଣ୍ଡିଂ ଅଫିସରଙ୍କୁ ଧକ୍କା ଦେବା ପରେ ସଂଯମତା ରକ୍ଷା କରିବାର ସମୟ ସୀମା ଶେଷ ହୋଇସାରିଥିଲା ।

ବିପଦକୁ ଅନୁଭବ କରିନେଲେ କର୍ଣ୍ଣଲ-

ଏହି ଘଟଣାର ପରେ କର୍ଣ୍ଣଲ ଜାଣିସାରିଥିଲେ ଯେ କିଛି ବଡ଼ ଧରଣର ଘଟଣା ଘଟିବାକୁ ଯାଉଛି । ତେଣୁ ଆହତ ହୋଇଥିବା ଭାରତୀୟ ସୈନ୍ୟମାନଙ୍କୁ ପୋଷ୍ଟ ଫେରିଯାଇ ଆହୁରି ସୈନ୍ୟ ମାନଙ୍କୁ ଆଣିବାକୁ କହିଥିଲେ । ସେତେବେଳେ ଚାଇନିଜ ସୈନିକମାନଙ୍କ ପ୍ରତି ଭାରତୀୟ ସୈନ୍ୟଙ୍କ କ୍ରୋଧ ବଢ଼ିସାରିଥିଲା କିନ୍ତୁ କର୍ଣ୍ଣଲ ସଂଯମତା ଦେଖାଇ ସୈନ୍ୟ ମାନଙ୍କୁ ଶାନ୍ତ ରହିବାକୁ କହିଥିଲେ ।

କର୍ଣ୍ଣେଲ ବାବୁ ଏବଂ ତାଙ୍କ ଟିମ୍ ଦ୍ୱାରା ଧରାପଡ଼ିଥିବା ଚାଇନିଜ୍ ଯବାନ ମାନଙ୍କୁ କାବୁ କରିଥିଲେ ଏବଂ ସେମାନଙ୍କୁ LAC ପାର ହୋଇ ଚୀନ୍ ସୀମା ଆଡକୁ ନେଇଯାଇଥିଲେ । ଭାରତୀୟ ଦଳ କେବଳ ଏହି ଚୀନ୍ ସୈନିକମାନଙ୍କୁ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ ଏବଂ ଅଧିକ ଚୀନ୍ ସୈନିକ ଆସୁଛନ୍ତି କି ନାହିଁ ତାହା ଜାଣିବାକୁ ଯାଇଥିଲେ ।

କିନ୍ତୁ କର୍ଣ୍ଣଲ ବାବୁଙ୍କ ସନ୍ଦେହ ସତ ହେଲା, ଚୀନର କିଛି ନୂଆ ସୈନିକ ନଦୀର ଦୁଇ କୂଳରେ ଆକ୍ରମଣାତ୍ମକ ପୋଜିସନରେ ଅପେକ୍ଷା କରୁଥିଲେ । ଏହା ବ୍ୟତୀତ ସେ ଡାହାଣ ପାର୍ଶ୍ୱରେ ଥିବା ଏକ ରିଜ୍ ଉପରେ ଏକ ପୋଜିସନ୍ ସହିତ ପ୍ରସ୍ତୁତ ଥିଲେ । ଭାରତୀୟ ସୈନିକମାନେ ସେଠାରେ ପହଞ୍ଚିବା ମାତ୍ରେ ବଡ଼ ପଥର ସେମାନଙ୍କ ଉପରେ ଢଳିବାକୁ ଲାଗିଲା। ରାତି ପ୍ରାୟ ୯ଟା ବେଳେ କର୍ଣ୍ଣଲ ବାବୁଙ୍କ ମୁଣ୍ଡରେ ଏକ ବଡ ପଥର ମାଡ ହେବାରୁ ଗଲବାନ ନଦୀରେ ଖସିପଡିଥିଲେ ।

ରାତିର ଅନ୍ଧକାରରେ ଧସ୍ତାଧସ୍ତି:

ଭାରତ ଏବଂ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ଏହି ସଂଘର୍ଷ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​ । ରାତିର ଅନ୍ଧକାରରେ ଘଟିଥିବା ଏହି ଭୟଙ୍କର ଯୁଦ୍ଧ ସମୟରେ ଅନେକ ସୈନ୍ୟମାନେ ନିକ ବୀରତ୍ୱର ପ୍ରଦର୍ଶନ କରିଥିଲେ । ଏହି ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହି ଯୁଦ୍ଧ LACର ଅନେକ ପକେଟରେ ଚାଲିଥିଲା । ଏହି ଯୁଦ୍ଧରେ ପ୍ରାୟ ୩୦୦ ଜଣ ଏହି ଯୁଦ୍ଧରେ ସାମିଲ ଥିଲେ । ଉଭୟ ଭାରତ ଏବଂ ଚୀନ୍ର ଅନେକ ସୈନ୍ୟ ଗଲବାନ୍ ନଦୀରେ ପଡ଼ିଯାଇଥିଲେ । ଏଥିରେ ଭାରତର କମାଣ୍ଡିଂ ଅଫିସର ମଧ୍ୟ ସାମିଲ ଥିଲେ। ଏହି ଯୁଦ୍ଧରେ ଚାଇନିଜମାନେ କଣ୍ଟା ଲାଗିଥିବା ରଡ୍ ଏବଂ ବାଡ଼ିର ବ୍ୟବହାର କରିଥିଲେ । ଏହା ପରେ ଦୁଇ ଦଳର ସୈନ୍ୟମାନେ ନିଜ ଆହତ ସୈନ୍ୟଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଗଲେ । ରାତି ୧୧ଟା ପର୍ଯ୍ୟନ୍ତ ସ୍ଥିତି ଶାନ୍ତ ଥିଲା ।

ଏହି ସମୟରେ କର୍ଣ୍ଣଲ ବାବୁ ଏବଂ ଅନ୍ୟ ଆହତ ସୈନିକମାନଙ୍କୁ ଭାରତୀୟ କ୍ୟାମ୍ପକୁ ନିଆଯାଇଥିଲା । ଅବଶିଷ୍ଟ ସୈନିକମାନେ ଚୀନ୍ ସୀମାରେ ରହି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇସାରିଛି ଯେ ଭାରତର କମାଣ୍ଡିଂ ଅଫିସରଙ୍କ ସନ୍ଦେହ ସତ ଥିଲା। ଭାରତର ସୈନିକମାନେ ସେମାନଙ୍କ କମାଣ୍ଡିଂ ଅଫିସରଙ୍କ ଆଖି ସାମ୍ନାରେ ଶହୀଦ ହୋଇଥିବା ଦେଖି କ୍ରୋଧିତ ହେଲେ । ସୈନିକମାନଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା ।

ରାତି ୧୧ଟା ପରେ ତୃତୀୟ ଏବଂ ଶେଷ ଲଢ଼େଇ-

ଚୀନ୍ ଏବଂ ଭାରତୀୟ ସୈନ୍ୟ ମଧ୍ୟରେ ତୃତୀୟ ମୁହାଁମୁହିଁ ରାତି ୧୧ଟା ପରେ ଆରମ୍ଭ ହୋଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା ​ । ଏହି ଯୁଦ୍ଧ ଚୀନ୍ ସୀମାରେ ସଂପୂର୍ଣ୍ଣ ହୋଇଥିଲା । ଏହି ମୁହାଁମୁହିଁ ମେଲି ସମୟରେ । ଭାରତୀୟ ସୈନିକମାନେ ଚୀନ୍ ସୈନ୍ୟଙ୍କ ଉପରେ ଭାରି ପଡୁଥିଲେ, କିନ୍ତୁ ସଂକୀର୍ଣ୍ଣ ଉପତ୍ୟକା ଏବଂ ଆରୋହଣ ଯୋଗୁଁ ଅନେକ ସୈନିକ ନଦୀରେ ପଡ଼ିଗଲେ ।

ଅନେକ ସୈନିକ ପଡ଼ିଯିବା ସମୟରେ ପଥରରେ ଦ୍ୱାରା ଧକ୍କା ହୋଇଥିଲା । ସାତ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧର ୫ ଘଣ୍ଟା ପରେ, ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଉଭୟ ଭାରତ ଏବଂ ଚାଇନାର ସ୍ୱାସ୍ଥ୍ୟ କର୍ମୀମାନେ ସେଠାରେ ପହଞ୍ଚିଥିଲେ। ମୃତ ସୈନିକମାନଙ୍କୁ ସେଠାରୁ ଉଠାଯାଇଥିଲା ଏବଂ  ଆହତ ସୈନିକମାନଙ୍କୁ ଚିକିତ୍ସା କରାଯାଇଥିଲା । ଅନ୍ଧାରରେ ଆହତ ଏବଂ ମୃତ ସୈନିକଙ୍କ ଆଦାନପ୍ରଦାନ ହୋଇଥିଲା ।

ରଥଯାତ୍ରା ହେବ କି ନାହିଁ ? ଆରମ୍ଭ ହେଲା ଶୁଣାଣି

ନୂଆଦିଲ୍ଲୀ: ଆସନ୍ତାକାଲି ଜଗତରନାଥ ଜଗନ୍ନାଥଙ୍କ ରଥଯାତ୍ରା । ତେବେ କରୋନା କାଳରେ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱାଧୀନ ବେଂଚ ଆବେଦନ ଉପରେ ଶୁଣାଣି କରୁଛନ୍ତି ।

ନାଗପୁରରେ ଥିବା ପ୍ରଧାନ ବିଚାରପତି ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିରେ ସାମିଲ ହୋଇଛନ୍ତି । ଜୁନ୍ ୧୮ ତାରିଖ ଦିନ ସୁପ୍ରିମକୋର୍ଟ କରୋନା ମହାମାରୀ କାଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ  । ଏହାପରେ ରାଜ୍ୟ ସରକାର ଏବେ କେବଳ ପୁରୀରେ ରଥଯାତ୍ରା ଅନୁମତି ଦେବା ପାଇଁ ଆବେଦନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ପ୍ରିନସିପାଲ ରେସିଡେଣ୍ଟ୍ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ସତ୍ୟପାଠରେ ରାଜ୍ୟ ସରକାର କହିଛନ୍ତି ଯେ, ବିନା ଭକ୍ତ ଓ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ମିଳିଲେ ରାଜ୍ୟ ସରକାର ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ଗଜପତିଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସୀମିତ ଭକ୍ତ ଓ ବିନା ସେବାୟତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କେନ୍ଦ୍ର ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ସପକ୍ଷରେ ଥିବା ଜଣା ପଡୁଛି । କାରଣ  ସଲିସିଟର ଜେନରାଲ ମଧ୍ୟ ଆଶା କରିଛନ୍ତି ଯେ, ବିନା ଭକ୍ତରେ ରଥଯାତ୍ରା ହେବାକୁ ଅନୁମତି ମିଳିବ ।

ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ବିନା ଭକ୍ତରେ ରଥଯାତ୍ରା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବେଂଚ ସମ୍ମୁଖରେ ମତ ରଖିଛନ୍ତି । ଆଗରୁ ଏହି ମାମଲାର ଶୁଣାଣୀ ଜଣେ ବିଚାରପତି କରିବାର ଥିଲା । କିନ୍ତୁ ପରେ ଏହା ତିନି ଜଣିଆ ଖଣ୍ଡପୀଠକୁ ହସ୍ତାନ୍ତରିତ କରାଯାଇଛି ।

ଏଣେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଜଣା ପଡିଛି ।