spot_img
Home Blog Page 6953

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ,ମୋଟ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ପୁରୀ: ରାଜ୍ୟରେ ଆଉ ଜଣେ ସଂକ୍ରମିତଙ୍କ ମୁଣ୍ଡ ନେଇଛି କରୋନା । ମୃତକ ଜଣଙ୍କ ପୁରୀ ଜିଲ୍ଲାର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମୃତକ ଜଣଙ୍କ ୬୦ ବର୍ଷୀୟର ପୁରୁଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନାରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୬୦ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

ପୂର୍ବରୁ ଖୋର୍ଦ୍ଧାରୁ ଜଣେ, ଭୁବନେଶ୍ୱରରୁ ୩ଜଣ, କଟକ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ପୁରୀରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଆଜି  ରାଜ୍ୟରେ ୧୭୯ଟି ନୂଆ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି ।

କ୍ୱାରେଣ୍ଟାଇନରୁ ୧୫୦, ସ୍ଥାନୀୟ ସଂକ୍ରମଣ ୨୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍‌ ଚିହ୍ନଟ  ହୋଇଛନ୍ତି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ୯୪୮କୁ ବୃଦ୍ଧି ହୋଇଛି । ୨୪ ଘଣ୍ଟାରେ ୧୪ ହଜାର ୫୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୫ ଜଣଙ୍କ ମୃତ୍ୟୁ ହେଲାଣି। ଦେଶରେ ମୋଟ୍‌ ୩,୯୫,୦୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

ଆରମ୍ଭ ହେଲା କେନ୍ଦ୍ର ସରକାରଙ୍କ ‘ଗରିବ କଲ୍ୟାଣ ଯୋଜନା’, ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା କେନ୍ଦ୍ର ସରକାରଙ୍କ ନୂଆ ରୋଜଗାର ସ୍କିମ୍‌ । ‘ଗରିବ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କଲେ ମୋଦି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରରେ ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ ଯୋଗଇ ଦିଆଯିବ କାମ । ଦେଶର ୧୬୦ ଜିଲ୍ଲାରେ ଲାଗୁ ହେବ ଏହି ଯୋଜନା । ଏହି ତାଲିକାର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ , ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ରହିଛି । ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କାର ଅଟକଳ କରାଯାଇଛି ।

ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗ୍ରାମିଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ. ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ., ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ୍ର ସୋରେନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ପ୍ରତାପ ଜେନା ସାମିଲ ଥିଲେ ।

କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ନୂଆ  ଯୋଜନା ଆରମ୍ଭ କରିଛନ୍ତି  । ଯାହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଉପକୃତ ହେବେ । ଏହି ଯୋଜନାର ନାଁ ହେଉଛି ଗରିବ କଲ୍ୟାଣ ରୋଜଗାର ଯୋଜନା  । ଏହାର ମୂଳ ଲକ୍ଷ୍ୟ ହେଉଛି ଲକଡାଉନ ସମୟରେ ନିଜ ରାଜ୍ୟ ଏବଂ ଗ୍ରାମକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାରକ୍ଷମ କରାଇବା ସହ ଦକ୍ଷତା ବିକାଶ ଓ ଥଇଥାନର ସୁବିଧା ଯୋଗାଇବା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଶ୍ରମିକ ଓ କୃଷକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି  । ଏହି ପଦକ୍ଷେପ ଲୋକମାନଙ୍କର ରୋଜଗାରକୁ ବଜାୟ ରଖିବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିବ ।  ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନ ୧୨୫ ଦିନ ଧରି ଚାଲିବ । ଏହା ଅଧିନରେ ପ୍ରବାସୀଙ୍କ ପାଇଁ ୨୫ ପ୍ରକାରର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି  । ଏଥିରେ ୫୦ ହଜାର କୋଟି ଖର୍ଚ୍ଚ ହେବାର ଆକଳନ କରାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଯୋଜନା, ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ସ୍କିମ୍

ଏହି ଯୋଜନାକୁ ବିହାର ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ସଂଯୁକ୍ତ କରାଯାଇଛି  । ଏଥିରେ ବିହାରର ସର୍ବାଧିକ ୩୨ଟି ଜିଲ୍ଲା ରହିଛି । ସୂଚନା ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ  ପ୍ରାୟ ୪୨କୋଟି ଗରିବଙ୍କ ପାଇଁ  ୫୩ ହଜାର ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ମାର୍ଚ୍ଚ ୨୦କୁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜର ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଗରିବଙ୍କୁ ମାଗଣାରେ ଖାଦ୍ୟ, ମହିଳା, ବୃଦ୍ଧ ଏବଂ ଅନ୍ୟମାନଙ୍କୁ ନଗଦ ସାହାଯ୍ୟ କରିବା ସାମିଲ ରହିଛି ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ସଂକ୍ରମିତ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୯ଟି ନୂଆ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୫୦, ସ୍ଥାନୀୟ ସଂକ୍ରମଣ ୨୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍‌ ଚିହ୍ନଟ  ହୋଇଛନ୍ତି।

ରାଜ୍ୟରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୪୮୫୬ କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧାରୁ୨୭, କେନ୍ଦୁଝରରୁ ୧୮, କଟକରୁ ୧୫ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୦, ଅନୁଗୁଳରୁ ୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭଦ୍ରକ, ରାୟଗଡ଼ା କେନ୍ଦ୍ରାପଡ଼ାରୁ ୫ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୪ ଜଣ ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ବରଗଡ଼, ମାଲକାନଗିରିରୁ ୨ ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ଓ ଦେଓଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୫ ଜିଲ୍ଲାରୁ ୧୭୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ରହିଛନ୍ତି ଏନଡିଆରଏଫ୍‌ ଓ ଅଗ୍ନିଶମ ବାହିନୀରୁ ୧୮ ଜଣ ଯବାନ । ଏମାନେ ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।

ଲଦାଖରେ ହେଉଥିବା ଉତ୍ତେଜନା ପାଇଁ ଚୀନ ଦାୟୀ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: ଲଦାଖର ଗଲବାନ୍ ଘାଟିରେ କିଛିଦିନ ତଳେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏଭଳି ପରିସ୍ଥିତିରେ ଭାରତ ଏବଂ ଚୀନ୍ ମଧ୍ୟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ପରିସ୍ଥିତି ଗରମ ରହିଛି । ପୂରା ଘଟଣାକୁ କଥାବାର୍ତ୍ତା ମାଧ୍ୟମରେ ଶାନ୍ତ କରିବାକୁ ଚେଷ୍ଟା କରାଯାଉଛି, ଯଦିଓ ସେନାକୁ ଆର୍ଲଟରେ ରଖାଯାଇଛି । ଏଭଳି ପରିସ୍ଥିତିରେ, ଆମେରିକା କହିଛି ଯେ ଗଲବାନ ଘାଟିରେ ଯାହା ହୋଇଛି ସେଥିପାଇଁ ଚୀନ୍ ସମ୍ପୂର୍ଣ୍ଣ ଦାୟୀ । ଆମେରିକା ଏହା ମଧ୍ୟ କହିଛି ଯେ ଏଭଳି କାର୍ଯ୍ୟ କରି ଚୀନ୍ କରୋନା ମହାମାରୀରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛି ।

ଚୀନ୍‌ର ହିଁ ଭୁଲ ରହିଛି

ଆପଣଙ୍କୁ କହି ରଖୁଛୁ ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଶୁକ୍ରବାର ଦିନ ଚାଇନାରେ ଥିଲେ । ସେଠାରେ ସେ ଚୀନର ବଡ଼ କୂଟନୀତିଜ୍ଞ ୟାଙ୍ଗ ରେଚିଙ୍କୁ ଭେଟିଥିଲେ । ଏହି ବୈଠକ ପରେ ଆମେରିକାର ଅଧିକାରୀ ଡେଭିଡ ଷ୍ଟିଲୱେଲ ଏକ ବୟାନ ଜାରି କରି କହିଛନ୍ତି ଯେ ପୂର୍ବରୁ ମଧ୍ୟ ଭାରତ-ଚୀନ୍ ସୀମାରେ ଏପରି ଗତିବିଧି ଘଟିଛି, ଯେତେବେଳେ ୨୦୧୫ ମସିହାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ  ଭାରତ ଗସ୍ତରେ ଯାଇଥିଲେ । ସେ ସମୟରେ ଚୀନ୍ ସେନା ଭିତରକୁ ପ୍ରବେଶ କରିଥିଲା । ସେମାନଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା। ଏହାପୂର୍ବରୁ, ଆମେ ଡୋକଲାମରେ ମଧ୍ୟ ସମାନ ପରିସ୍ଥିତି ଦେଖିଥିଲୁ  ।

ଲଦାଖରେ ଭାରତୀୟ ସୈନିକମାନେ ସହିଦ ହେବା ପରେ ବୈଦେଶିକ ମନ୍ତ୍ରୀ ପମ୍ପିଓ କହିଥିଲେ ଯେ, ଚୀନ୍ ସହ ସଂଘର୍ଷରେ ପ୍ରାଣ ହରାଇଥିବା  ଭାରତୀୟ ସହିଦମାନଙ୍କୁ ଆମେ ଗଭୀର ସମବେଦନା ଜଣାଉଛୁ ।

ଚୀନ୍‌କୁ ଟ୍ରମ୍ପଙ୍କ ଧମକ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସର୍ବଦା ଚୀନ୍ ଉପରେ ତାଙ୍କର ଅସନ୍ତୋଷ ପ୍ରଦର୍ଶନ କରି ଆସୁଛନ୍ତି । ଗୁରୁବାର ଏକ ଟୁଇଟ୍‌ରେ ସେ ଦର୍ଶାଇଛନ୍ତି ଯେ ଆମେରିକା ଚୀନ୍‌ ସହିତ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କକୁ ତୁଟାଇବାକୁ ଚାହୁଁଛି । ସେ ଗୁରୁବାର କହିଛନ୍ତି ଯେ – ଆମେରିକା ପାଖରେ ଚୀନ୍ ଠାରୁ ସମ୍ପୂର୍ଣ୍ଣ ଅଲଗା ହେବାର ବିକଳ୍ପ ରହିଛି । ଟ୍ରମ୍ପ ଏକ ଟୁଇଟ୍‌ରେ ଆମେରିକାର ବାଣିଜ୍ୟ ପ୍ରତିନିଧୀ ରବର୍ଟ ଲାଇଟହାଜରଙ୍କ ଦିନକ ପୂର୍ବରୁ ଦେଇଥିବା ବିବୃତ୍ତିକୁ ଅସ୍ୱୀକାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥନୀତିକୁ ପୃଥକ କରିବା ସମ୍ଭବ ହେବ ନାହିଁ ।

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ… ଭୋର୍ ରୁ ବନକ ଲାଗି ପରେ ଆରମ୍ଭ ହୋଇଛି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ବା ନେତ୍ରଉତ୍ସବ ନୀତି ଅନୁଷ୍ଠିତ ହେବ । ଭୋରରୁ ଦତ୍ତମହାପାତ୍ର ମାନେ ଶ୍ରୀମନ୍ଦିରରେ ବନକ ଲାଗି କରିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଲତି ଓ ଅନ୍ୟାନ୍ୟ ନୀତି ବଢି ଦଶାବତାର ଦିଅଁଙ୍କୁ ବାହୁଡା ବିଜେ କରାଯିବ । ତାଟି ଫିଟିବା ପରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ପରେ ସନ୍ଧ୍ୟା ସାଢେ ୬ଟାରେ ନେତ୍ରୋତ୍ସବ ବଢି ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା, ସର୍ବାଙ୍ଗ ନୀତି ସମ୍ପନ୍ନ ହେବ ।

ଏହା ପରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ବେଶ ଶେଷ ହୋଇ ଗୋପାଳବଲ୍ଲଭ ଓ ଘଣ୍ଟ ଛତା ନୀତି ହେବ । ରାତି ୯ଟାରୁ ସାଢେ ଦଶଟା ଭିତରେ ଭୋଗ ମଣ୍ଡପ ଉଠିବା ପରେ ମଇଲମ ଓ ତଡପ ଲାଗି ହେବ । ଏହାପରେ ସୂର୍ଯ୍ୟପରାଗ ପାଇଁ ପାକତ୍ୟାଗ, ଅନ୍ନ ଭୋଜନ, ଓ ଦେବନୀତି ନିଷେଧ ରହିବ । ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ନାହିଁ ।

ବାପାକୁ ନୃଶଂସ ଭାବେ ହତ୍ୟା କଲେ ୨ ସୈତାନ ପୁଅ

ଗଞ୍ଜାମ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବାପାକୁ ନୃଶଂସ ଭାବେ ହତ୍ୟା କଲେ ୨ ସୈତାନ ପୁଅ। ଆଜି ସଟଡାଉନ୍ ଥିବା ବେଳେ ସକାଳୁ ସକାଳୁ ଏଭଳି ଏକ ଖବର ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଗଞ୍ଜାମ ଜିଲ୍ଲା ଆସିକା ପୋଲସରା ଥାନା ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। କଳମ୍ବ ବଡ଼ସାହିର ସୁଶାନ୍ତ ଓ ମଙ୍ଗୁଳୁ ପ୍ରଧାନ ବାପାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ବିଳମ୍ବିତ ରାତିରେ ମଦ୍ୟପ ପୁଅମାନେ ଲଗାତାର ଭାବେ ବାପା ମାଆଙ୍କୁ ମାରପିଟ୍ କରିଥିଲେ ।

ବାପାକୁ ଆକ୍ରମଣ ବେଳେ ମା’ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନ ଧରି ଉଭୟ ପୁଅ ମାଆ ବାପାଙ୍କୁ ମାରପାଟ୍ କରୁଥିଲେ । ପରିବାରରେ ଲଗାତାର ଆଶାନ୍ତି ଜାରି ରହୁଥିବେ ବେଳେ ଆଜି ସକାଳେ ସୈତାନ ପୁଅ ବାପାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି । ପୋଲିସ ୨ ଭାଇ ସୁଶାନ୍ତ ଓ ମଙ୍ଗୁଳୁକୁ ଅଟକ ରଖିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି।

ରାଜ୍ୟରେ ସକ୍ରିୟ ମୌସୁମୀ… ଟ୍ୱିନ୍ ସିଟିରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବର୍ଷା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ବର୍ଷା ଆରମ୍ଭ ହୋଇଛି । କିଛି ସ୍ଥାନରେ ଘଡି ଘଡି ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନରୁ ଦକ୍ଷିଣ ଆସାମ ଭାୟା ଉତ୍ତର ରାଜସ୍ଥାନ, ଦକ୍ଷିଣ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

 

ଦେବଗଡ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ଅନୁଗୁଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର, ବୌଦ୍ଧ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ତାରିଖରୁ ୨ ରୁ ୩ ଦିନ ମୌସୁମୀ ପ୍ରବାହରେ ବାଧା ସୃଷ୍ଟି ହେବ। ଫଳରେ ବର୍ଷାର ପରିମାଣ ହ୍ରାସ ପାଇବ । ତାପରେ ପୁଣି ମୌସୁମୀ ସକ୍ରିୟ ହେବ।

ଦେଶରେ ଉପରମୁହାଁ ତେଲ ଦର… ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ହୁ ହୁ ହୋଇ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଗ୍ରାହକଙ୍କୁ ଘାରିଛି ମହଙ୍ଗା ମାଡ଼। ଲଗାତର ୧୪ ଦିନ ପାଇଁ ବଢ଼ିଲା ତେଲ ଦର। ଆଜି ପେଟ୍ରୋଲ୍‌ ଦର ୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ୬୧ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଦର ଏବେ ୭୮.୮୮ ପଇସା ହୋଇଛି । ଅପରପକ୍ଷରେ ଡିଜେଲ ଦର ଏବେ ୭୭.୬୭ ପଇସା ହୋଇଛି।

୧୪ ଦିନରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୮୮ ପଇସା ବୃଦ୍ଧି ହେଲାଣି। ସେହିପରି ଡିଜେଲ ଦର ଲିଟର ପିଛା ୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଲକଡାଉନ ଯୋଗୁଁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ କେନ୍ଦ୍ରର ଗ୍ରାହକ ମାରଣନୀତିକୁ ନିନ୍ଦା କରାଯାଇଛି। ଗଲା ୬ ତାରିଖରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା। ଡିଜେଲ ଦର ଥିଲା ୬୭ ଟଙ୍କା ୭୩ ପଇସା। ୭ ତାରିଖରୁ ଲଗାତାର ତେଲ ଦର ବଢ଼ିବଢ଼ି ୭ ଟଙ୍କା ୫୫ ପଇସା ମହଙ୍ଗା ହେଲାଣି।

କାହିଁକି ଅଧାରେ ରହିଯାଇଥିଲା ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତାଙ୍କ ପ୍ରେମ କାହାଣୀ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । କିଛି ଘଣ୍ଟା ପୂର୍ବରୁ ସୁଶାନ୍ତଙ୍କ ନିର୍ଦ୍ଦଶକ ପୋଲିସକୁ ଜଣାଇଥିଲେ ଯେ, ସୁଶାନ୍ତ ସର୍ବଦା ଅନୁତାପ କରନ୍ତି ଯେ ସେ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କ ଭାଙ୍ଗିଗଲା । ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ସବୁବେଳେ ଆଶ୍ଚର୍ଯ୍ୟ ହୁଅନ୍ତି କାହିଁକି ଦୁହେଁ ଅଲଗା ହେଲେ ? ମନୋଚିକିତ୍ସକଙ୍କ ଖୁଲାସା ପରେ ସୁଶାନ୍ତଙ୍କ ପ୍ରଶଂସକମାନେଙ୍କ ମନରେ ଗୋଟିଏ ପ୍ରଶ୍ନ ଏବେ ବାରମ୍ବାର ଆସିବ । ଚାରି ବର୍ଷ ପୂର୍ବେ ଦୁହିଁଙ୍କ ବନ୍ଧୁମାନେ ସେମାନଙ୍କ ସମ୍ପର୍କର ତିକ୍ତତା ବିଷୟରେ ପ୍ରକାଶ କରିଥିଲେ । ତେବେ ଆସନ୍ତୁ ଜାଣିବା କେମିତି ଓ କାହିଁକି ଭାଙ୍ଗିଥିଲା ଦୁହିଁଙ୍କ ସମ୍ପର୍କ ।

ଦୁହିଁଙ୍କ ପ୍ରଥମ ସାକ୍ଷାତ

ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ‘ପବିତ୍ର ରିସ୍ତା ‘ ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ଏବଂ ସେହି ସେଟରେ ହିଁ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ଗଢି ଉଠିଥିଲା ।

ଅଙ୍କିତା ଏବଂ ସୁଶାନ୍ତ ବହୁ ବନ୍ଧୁପ୍ରିୟ ଥିଲେ    ଟିଭି ଇଣ୍ଡଷ୍ଟ୍ରିରେ ଜଡିତ ଥିବାରୁ ଅଙ୍କିତା ଏବଂ ସୁଶାନ୍ତ ସିଂ ରାଜପୁତଙ୍କର ବନ୍ଧୁ ମଧ୍ୟ ବହୁତ ଥିଲେ । ଏହାସହ ସବୁ ବେଳେ ସେମାନେ ବନ୍ଧୁମାନଙ୍କ ଗହଣରେ ହିଁ ନଜର ଆସନ୍ତି ।

ଅଙ୍କିତା ଲୋଖଣ୍ଡେ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ

ଅଙ୍କିତା ଲୋଖଣ୍ଡେ ନିଜ ଜୀବନଠୁ ଅଧିକ ସୁଶାନ୍ତ ସିଂ ରାଜପୁତଙ୍କୁ ଭଲ ପାଉଥିଲେ । ନିକଟରେ ବିକାଶ ଗୁପ୍ତା କହିଥିଲେ ଯେ ଅଙ୍କିତା ମୁହଁରୁ ହିଁ ମନକଥା ଜାଣିପାରନ୍ତି ତେଣୁ ଯେତେବେଳେ ସୁଶାନ୍ତ ମନଦୁଃଖ କରନ୍ତି କି କୌଣସି ଚାପରେ ରୁହନ୍ତି ସେତେବେଳେ ଅଙ୍କିତା ଜାଣିପାରନ୍ତି । ଏବଂ ସୁଶାନ୍ତଙ୍କ ସହ ହିଁ ରୁହନ୍ତି ତାଙ୍କୁ ଛାଡ଼ି କୁଆଡ଼େ ବି ଯାଆନ୍ତି ନାହିଁ ।

ଅଙ୍କିତା ଲୋଖଣ୍ଡେ, ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂଙ୍କ ସହ ମଧ୍ୟ ଘନିଷ୍ଠ ବନ୍ଧୁତା ରହିଥିଲା । ନିକଟରେ ଯେତେବେଳେ ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ଭେଟିବାକୁ ଆସିଥିଲେ, ସନ୍ଦୀପ ତାଙ୍କ ସହ ଥିଲେ ।

ଦୁହେଁ ଏକାସାଙ୍ଗରେ ହିଁ ଲାଇମ ଲାଇଟକୁ ଆସ

ଅଙ୍କିତା ଏବଂ ସୁଶାନ୍ତ ସିରିଏଲ ‘ପବିତ୍ର ରିସ୍ତା’ ମାଧ୍ୟମରେ ବହୁ ନାଁ କରିଥିଲେ ଏବଂ ଏହି କାରଣରୁ ଉଭୟେ ପରସ୍ପରର ଷ୍ଟ୍ରଗଲ ବିଷୟରେ ବେସ୍ ଭଲ ଭାବରେ ଜାଣିଥିଲେ ।

ବ୍ରେକଅପ୍ ପରେ ମଧ୍ୟ ଦୁହେଁ ପରସ୍ପରକୁ ପ୍ରଶଂସା କରନ୍ତି

ଏମଏସ ଧୋନି ଦେଖିବା ପରେ ଅଙ୍କିତା ହିଁ ପ୍ରଥମ ବ୍ୟକ୍ତି ଯିଏକି ସୁଶାନ୍ତଙ୍କୁ ଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ, ସେତେବେଳେ ସେମାନଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ ଭାଙ୍ଗିସାରିଥିଲା । ଏଥିସହ ମାଣିକର୍ଣ୍ଣିକାଙ୍କ ପ୍ରଥମ ଲୁକ୍ ରିଲିଜ ହେବା ପରେ ସୁଶାନ୍ତ ସୋସିଆଲ ମିଡିଆରେ ଅଙ୍କିତାଙ୍କୁ ପ୍ରଶଂସା କରିଥିଲେ ।

ସମସ୍ୟା କେଉଁଠୁ ଆସିଲା?

ଜାତୀୟ ଗଣମାଧ୍ୟର ଦିଆଯାଇଥିବା ୨୦୧୬ର ସାକ୍ଷାତକାରରେ ଦୁହିଁଙ୍କର ଜଣେ ବନ୍ଧୁ ପ୍ରକାଶ କରିଥିଲେ ଯେ, ସିନେମା ଜଗତରେ ପ୍ରବେଶ କରିବା ପରେ ସୁଶାନ୍ତ ବହୁ ବ୍ୟସ୍ତ ଥିଲେ ଏବଂ ସେତେବେଳେ ଅଙ୍କିତା ଅଭିନୟ ଜଗତରୁ ଟିକେ ଦୂରେଇ ଯାଇଥିଲେ । ତେଣୁ ଏହି ସମୟରେ ଅଙ୍କିତା ସୁଶାନ୍ତଙ୍କୁ ନେଇ ସବୁ ବେଳେ ଇନସିକ୍ୱୋର ରହୁଥିଲେ ।

ଅଙ୍କିତାଙ୍କୁ ବୁଝାଇବା ପାଇଁ ସୁଶାନ୍ତ ସିଂ ରାଜପୁତ ସବୁବେଳେ ଚେଷ୍ଟା କରୁଥିଲେ

ବନ୍ଧୁ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତ ସର୍ବଦା ଭଲରେ ଅଙ୍କିତାଙ୍କୁ ବୁଝାଉଥିଲେ ଯେ ସେ ତାଙ୍କୁ କେବେ ଧୋକା ଦେବେ ନାହିଁ । ଅଙ୍କିତା କିଛି ଦିନ ପାଇଁ ବୁଝି ବି ଯାଇଥିଲା କିନ୍ତୁ ତା’ପରେ ଜିନିଷ ଧିରେ ଧିରେ ପରିବର୍ତ୍ତନ ହୋଇଗଲା ଫଳରେ ଧୀରେ ଧୀରେ ସୁଶାନ୍ତ ବିରକ୍ତ ହେବାକୁ ଲାଗିଲେ ।

୬ବର୍ଷ ଧରି ସୁଶାନ୍ତଙ୍କ ଜୀବନରେ କେବଳ ଗୋଟିଏ ଝିଅ ଥିଲା

ସୁଶାନ୍ତ ଏବଂ ଅଙ୍କିତାଙ୍କର ଏକ ସୁନ୍ଦର ସମ୍ପର୍କ ଥିଲା, କିନ୍ତୁ କିଛି ଭୁଲ ବୁଝାବଣା ପାଇଁ ଦୁହିଁଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଥିଲା ।

ଟ୍ରାକ୍ଟର ଛାଡିବାକୁ ଲାଞ୍ଚ ନେବା ବେଳେ ଏଏସ୍ଆଇ ଗିରଫ

କଳହାଣ୍ଡି: କଳାହାଣ୍ଡିର ଲାଞ୍ଚୁଆ ପୋଲିସ୍‌ ବାବୁ ଗିରଫ ହୋଇଛନ୍ତି । କଳହାଣ୍ଡି ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଏଏସ୍‌ଆଇ ମଳୟ ରାଣା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି । ଏକ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ରିଲିଜ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାହୁଙ୍କ ଟ୍ରାକ୍ଟର ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣାଗ୍ରସ୍ତ ପରେ ପୋଲିସ ଟ୍ରାକ୍ଟର ଜବତ କରିଥିଲା । ଜବତ ଟ୍ରାକ୍ଟର ରିଲିଜ୍‌ ପାଇଁ ଏଏସ୍‌ଆଇ ଟଙ୍କା ଦାବି କରିଥିଲେ । ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ପରେ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ଘଟଣାସ୍ଥରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା ।