spot_img
Home Blog Page 6963

୧୦୩ ମହିଳାଙ୍କ ସମେତ ୬୯୮ ପ୍ରବାସୀ ଭାରତୀୟଙ୍କୁ ଧରି ଆସୁଛି INS ଜଳସ୍ୱ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ପ୍ରବାସୀମାନେ ଫସିରହିଛନ୍ତି । ସେମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି । ଲୋକଙ୍କୁ ବାୟୁ ପଥ ସହିତ ଜଳପଥ ମଧ୍ୟରେ ଅଣାଯାଉଛି । ଆଇଏନ୍‌ଏସ୍‌ ଜଲସ୍ୱ ସାହାଯ୍ୟରେ ମାଳଦ୍ୱୀପରୁ ୬୯୮ ଜଣ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ୬୯୮ ଜଣଙ୍କ ମଧ୍ୟରୁ ୫୯୫ ପୁରୁଷ ଓ ୧୦୩ ମହିଳା ରହିଛନ୍ତି । ଏହାସହ ସେମାନଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬୯୮ ଜଣ ଭାରତୀୟ ମାଲ୍‌ଦ୍ୱୀପ୍‌ର ମାଲେ ଅଞ୍ଚଳର । ସେମାନଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାରିଛି ।

ଆନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆଇଏନ୍‌ଏସ୍‌ ଜଲସ୍ୱ ଓ ଆଇଏନ୍‌ଏସ୍‌ ମଗରକୁ ମାଲଦ୍ୱୀପ୍‌ରେ ଫସିଥିବା ୧୮୦୦ ରୁ ୨୦୦୦ ଭାରତୀୟଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ସେ ୪ ଥର ଯାତ୍ରା କରିବ । ଦୁଇ ଥର କୋଚିରୁ ଓ ଦୁଇ ଥର ତୁତିକୋରିନ୍‌ରୁ ଯାତ୍ରା କରିବ ।

ସୂତ୍ରରୁ ଜଣାପଡିଛି ଯେ ମାଲଦ୍ୱୀପରୁ ଭାରତୀୟଙ୍କୁ ଆଣିବା ପାଇଁ ପ୍ରାଥମିକ ସ୍ତରରେ କିଛି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ପ୍ରବାସୀଙ୍କର ପ୍ରଥମେ ଡାକ୍ତରୀ ପରୀକ୍ଷା କରାଯିବ ପରେ ବୟସ୍କ ବ୍ୟକ୍ତିଙ୍କୁ ଗରୁତ୍ୱ ଦିଆଯିବ ଏବଂ ପାରିବାର ସ୍ଥିତିକୁ ଧ୍ୟାନରେ ରଖିବା ସହ ବେରୋଜଗାରୀଙ୍କୁ ଗରୁତ୍ୱ ଦିଆଯିବ । ଏହି ମାନଙ୍କୁ ହିଁ ପ୍ରଥମେ ଭାରତ ଫେରାଇ ଆଣିବା ଦିଗରେ ଗୁରୁତ୍ୱ ଦିଆଯାଉଛି ।

ସେହିଭଳି ବିମାନ ଯୋଗେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ସୂଚନା ଅନୁଯାୟୀ, ୧୨ଟି ଦେଶରୁ ଭାରତୀୟଙ୍କୁ ଧରି ବିମାନ ଆସୁଛି । ଅନ୍ୟପଟେ ଆସନ୍ତା ସପ୍ତାହ ସୁଦ୍ଧା ଦେଶର ୧୪ଟି ସହରରେ ୬୪ଟି ବିମାନ, ପ୍ରବାସୀଙ୍କୁ ଧରି ଅବତରଣ କରିବ । ଏହି ବିମାନଗୁଡ଼ିକ ଛୋଟ ସହରରେ ମଧ୍ୟ ଅବତରଣ କରିବ । ଲୋକାଙ୍କର ନିକଟସ୍ଥ ଏୟାରପୋର୍ଟରେ ସେମାନଙ୍କୁ ଓହ୍ଲାଇବାକୁ ଗରୁତ୍ୱ ଦିଆଯାଉଛି ।

ସୂଚନାନୁସାରେ, ଏପର୍ଯ୍ୟନ୍ତ ୪ଟି ସ୍ୱତନ୍ତ୍ର ଫ୍ଲାଇଟ୍‌ ଦେଶରେ ଅବତରଣ କରିସାରିଛି । ଦୁବାଇରେ, ଦୁଇଟି ବିମାନ ଯଥାକ୍ରମେ ୧୮୧ ଓ ୧୮୨ ଯାତ୍ରୀଙ୍କୁ ଧରି ଅବତରଣ କରିସାରିଛି । ସେହିଭଳି ସିଙ୍ଗାପୁରରୁ ୨୩୪ ଯାତ୍ରୀ ଓ ଜାମ୍ମୁ କାଶ୍ମୀରରୁ ୧୬୮ ଛାତ୍ରଙ୍କୁ ନେଇ ବିମାନ ଢ଼ାକାରୁ ବାହାରି ଭାରତରେ ପହଞ୍ଚିଥିଛି ।

କନ୍ୟା-ମକର ରାଶିର ମହିଳାଙ୍କ ପାଇଁ ଆଜି ଘାତଚନ୍ଦ୍ର, ବୃଷ-ସିଂହ-କନ୍ୟା ପାଇଁ ଘାତବାର

୯ ମେ’, ୨୦୨୦ ମସିହା, ମେଷ ୨୭ ଦିନ

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ଶନିବାର ।

ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ରହିବେ ।

ଦିନ  ୧୦ଟା ୨୭ ମିନିଟ୍‌ ପରେ ଯ଼ୋଗିନୀ ଆଗ୍ନେୟରେ ରହୁଥିବାରୁ ଆଜି ଆଗ୍ନେୟ କୋଣକୁ ଯିବା ନିଷେଧ । ଆଜି ଉତ୍ତରବାୟୁ କୋଣକୁ ମଧ୍ୟ ଯାତ୍ରା ନିଷେଧ ।

ଘାତଚନ୍ଦ୍ର- କନ୍ୟା ଓ ମକର ରାଶିର ମହିଳାଙ୍କ ପାଇଁ । ଘାତବାର- ବୃଷ, ସିଂହ, କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ।

ଶୁଭ ସମୟ- ଦିନ ୧୦ଟା ୨୫ ମିନିଟ୍‌ ଠାରୁ ଦିନ ୧୨ଟା ୧୫ ମିନିଟ୍‌ । ଦିନ ୩ଟା ଠାରୁ ସନ୍ଧ୍ୟା ୫ଟା ୨୦ ମିନିଟ୍‌ ।

ଅଶୁଭ ସମୟ- ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍ ।‌

ମେଷରାଶି-

ଅଶ୍ୱିନୀ ନକ୍ଷତ୍ର- ନିଜର ଭୁଲ ପାଇଁ ଶାରିରୀକ କଷ୍ଟ ପାଇବେ ।

ଦ୍ୱିଜା ନକ୍ଷତ୍ର- ଅଟକି ରହିଥିବା କାର୍ଯ୍ୟରେ ସଫଳତା ପାଇବେ ।

କୃତ୍ତିକାନକ୍ଷତ୍ର- ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିବ, ସହକର୍ମୀଙ୍କ ସହଯ଼ୋଗ ପାଇବେ । ଓଁ କ୍ଳୀଂ କୃଷ୍ଣାୟ ନମଃ ମନ୍ତ୍ର ପାଠ କରନ୍ତୁ ।

ବୃଷରାଶି-

କୃତ୍ତିକା ନକ୍ଷତ୍ର- ନିଜର କଥା ମାଧ୍ୟମରେ କାର୍ଯ୍ୟରେ ସଫଳତା ପାଇବେ ।

ରୋହିଣୀ ନକ୍ଷତ୍ର – ଘରୋଇ ହିଂସା ଆପଣଙ୍କୁ ଚିନ୍ତାରେ ପକାଇବ ।

ମୃଗଶିରା- କୌଣସି ସାମାଜିକ କାର୍ଯ୍ୟରେ ଯ଼ୋଗଦେଇ ପାରନ୍ତି । ଲାଲ ରଙ୍ଗ ଆଜି ବ୍ୟବହାର କରନ୍ତୁ ନାହିଁ, ବିପଦ ରହିଛି ।

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର- ଧାର୍ମିକ ଭାବନା ଯ଼ୋଗୁ ନିଜର ଆତ୍ମ ବିଶ୍ୱାସ ବୃଦ୍ଧି ହେବ ।

ଆଦ୍ରା ନକ୍ଷତ୍ର- ଦିନଟି ଆପଣଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିବ, କାର୍ଯ୍ୟରେ ବାଧା ।

ପୁନର୍ବସୁ ନକ୍ଷତ୍ର- ମନରେ ଉତ୍ସାହ ବଢିବ, କାର୍ଯ୍ୟରେ ସଫଳତା ପାଇବେ । ବୁଲା କୁକୁରକୁ ଖାଦ୍ୟ ଦିଅନ୍ତୁ ।

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର- ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ, ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।

ପୁଷ୍ୟା ନକ୍ଷତ୍ର – କୌଣସି ବିଷୟକୁ ନ ବୁଝି ଶିଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଅଶ୍ଲେଷା ନକ୍ଷତ୍ର- ସନ୍ତାନଙ୍କ ଇଛାକୁ ପୁରଣ କରିବାରେ ସଫଳ ହେବେ । ଅସହାୟ ବ୍ୟକ୍ତିକୁ ଜଳ ଦାନ କରନ୍ତୁ ।

ସିଂହ ରାଶି-

ମୃଘାନକ୍ଷତ୍ର- ଅଧିକ ଚିନ୍ତା ଓ ଭାବନା କାରଣରୁ ମାନସିକ ଅସ୍ଥିରତା ବଢିବ ।

ପୂର୍ବା ଫାଲଗୁନୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନ ସୁଖମୟ ରହିବ, ସନ୍ତାନଙ୍କ ସହିତ ସମୟ କଟିବ ।

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆଜି ସମସ୍ତ ଚିନ୍ତାରୁ ମୁ୍କ୍ତି ପାଇବେ, ମହିଳାଙ୍କ ପାଇଁ ଦିନଟି ଭଲ ରହିବ । ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ।

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ କିଛି ଆଶ୍ୱସ୍ତି ସୂଚନା ମିଳିପାରେ ।

ହସ୍ତା ନକ୍ଷତ୍ର- ବ୍ୟବସାୟ ଓ ଚାକିରୀକୁ ନେଇ ଖୁସି ରହିବେ ।

ଚିତ୍ରା ନକ୍ଷତ୍ର- ଅଧିକ ଖର୍ଚ୍ଚ ଯ଼ୋଗୁ ଚିନ୍ତାରେ ରହିବେ ।ରୋଷେଇ ଘରେ କିଛି କର୍ପୂର ଓ ଲବଙ୍ଗ ଜାଳନ୍ତୁ ।

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ସମୟ ଭଲ ରହିବ ନାହିଁ, ଜଗିରଖି ଚଳନ୍ତୁ ।

ସ୍ୱାତୀ ନକ୍ଷତ୍ର- ଧାର୍ମିକ ଭାବନା ଆପଣଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ।

ବିଶାଖା ନକ୍ଷତ୍ର- ସନ୍ତାନଙ୍କ ସୁଖ, ପାରିବାରିକ ଶାନ୍ତି ମନରେ ଆନନ୍ଦ ଦେବ । ଗରିବଙ୍କୁ ଅଟା ବା ଚାଉଳ ଦାନ କରନ୍ତୁ ।

ବିଛା ରାଶି-

ବିଶାଖା ନକ୍ଷତ୍ର- ନୂଆ ଯ଼ୋଜନା ପ୍ରସ୍ତୁତ ପାଇଁ ସମୟ ଅନୁକୁଳ ରହିଛି ।

ଅନୁରାଧା ନକ୍ଷତ୍ର- ଆପଣଙ୍କ ମାନସିକସ୍ଥିତିରେ ପରିବର୍ତ୍ତନ ଆସିପାରେ ।

ଜ୍ୟଷ୍ଠା ନକ୍ଷତ୍ର- ମାନସମ୍ମାନ ହାନୀର ଯ଼ୋଗ ରହିଛି, ଜଗିରଖି ଚଳନ୍ତୁ । ଶ୍ରୀହନୁମାନ ଭଗବାନଙ୍କୁ ପ୍ରଣାମୃ କରି କାଯ୍ୟ ଆରମ୍ଭ କରନ୍ତୁ ।

ଧନୁରାଶି-

ମୂଳାନକ୍ଷତ୍ର- ସମୃୟ ଭଲ ରହିଛି, ସହକର୍ମୀଙ୍କ ସହଯ଼ୋଗ ପାଇବେ ।

ପୂର୍ବାଷାଢା ନକ୍ଷତ୍ର-ଘରୋଇ ହିଂସା ଯ଼ୋଗୁ ଅଶାନ୍ତି ଭୋଗ କରିବେ ।

ଉତ୍ତରଷାଢା- ନିଜର ପ୍ରଫେସନରେ ପରିବର୍ତ୍ତନ ହୋଇପାରେ । ସକାଳ ସମୟରେ ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ ।

ମକର ରାଶି-

ଉତ୍ତରାଷାଢା ନକ୍ଷତ୍ର- ନିଜର ନିସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ ।

ଶ୍ରବଣା ନକ୍ଷତ୍ର- ଜିନଟି ସଂଘର୍ଷମୟ ରହିବ, ପରିଶ୍ରମର ଫଳ ପାଇବେ ନାହିଁ ।

ଧନିଷ୍ଠା ନକ୍ଷତ୍ର- ଆର୍ଥିକସ୍ଥିତି ପୂର୍ବାପେକ୍ଷା ଭଲ ରହିବ, ଜରୁରୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ମା’ ଦୁର୍ଗାଙ୍କୁ ଲାଲ୍‌ ଫୁଲରେ ପୂଜା କରନ୍ତୁ ।

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- ପରୋପକାର କାର୍ଯ୍ୟ କରିବାର ସୁଯ଼ୋଗ ଯ଼ୋଗୁ ମନରେ ଶାନ୍ତି ରହିବ ।

ଶତଭିଷା ନକ୍ଷତ୍ର- ବୟସ୍କ ବ୍ୟକ୍ତିଙ୍କ ପରାମର୍ଶମାନି ଚଳନ୍ତୁ, କାମ ସବୁ ସହଜରେ ହୋଇଯିବ ।

ପୂର୍ବାଭାଦ୍ରପଦ ନକ୍ଷତ୍ର- ପରିବାରର ପୁରା ସହଯ଼ୋଗ ପାଇବେ, ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳ ହେବେ । ଶ୍ରୀଗଣେଶଙ୍କୁ କିଛି ମିଠା ଅର୍ପଣ କରନ୍ତୁ ।

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶରେ ସମୟ କାଟିବେ ।

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଦିନଟି ସଂପୂର୍ଣ୍ଣ ଭାବରେ ଶୁଭ ରହିବ ।

ରେବତୀ ନକ୍ଷତ୍ର- ଛୋଟକଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ହୋଇପାରେ, ଗୁରୁଜନଙ୍କ ପରାମର୍ଶ ମାନି ଚଳନ୍ତୁ ।

ଭଗବାନ ଶ୍ରୀବିଷ୍ଣୁଙ୍କୁ ୧୧ଟି ହଳଦୀରଙ୍ଗର ଫୁଲରେ ପୂଜା କରନ୍ତୁ ।

ମାତ୍ର ଗୋଟିଏ କ୍ଳିକ୍‌ରେ ମିଳିବ ମଦ, ଅନ୍‌ଲାଇନ୍‌ କାରବାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ଭୁବନେଶ୍ୱର/କଟକ: ଘରେ ପହଞ୍ଚିବ ମଦ । ରାଜ୍ୟ ସରକାର ଚାହିଁଲେ ଅନଲାଇନରେ ମଦ କାରବାର କରାଯାଇପାରିବ । ଲକଡାଉନରେ ମଦ ଦୋକାନ ଆଗରେ ଅସମ୍ଭବ ଭିଡ଼କୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିଲା ଜନସ୍ୱାର୍ଥ ମାମଲା ।

ଏହାର ବିଚାର କରି ଅନଲାଇନ ମଦ କାରବାର କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ କଟକରେ ୪୦ କୋଟି ଟଙ୍କାର ମଦ ବୋଝେଇ ଟ୍ରକ ଅଟକି ରହିଥିବା ଗୋଦାମ ଖାଲି ନଥିବାରୁ ମଦ ଅନଲୋଡ ହୋଇପାରୁନି । ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଡ୍ରାଇଭର ।

ମଦ ଦୋକାନ ବାହାରେ ଜମୁଛି ଭିଡ଼ । ଭିଡ଼କୁ ନିୟନ୍ତ୍ରଣ କରିବା ସହ ସାମାଜିକ ଦୂରତା ମାନିବାକୁ ହେଲେ ଅନଲାଇନରେ ମଦ ବିକ୍ରି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଣିକି ରାଜ୍ୟ ସରକାର ଅନୁମତି ଦେଲେ ରାଜ୍ୟ ଭିତରେ ମାତ୍ର ଗୋଟିଏ ଫୋନ କଲରେ ଅନଲାନରେ ମିଳିପାରିବ ମଦ । ଲକଡାଉନ ସମୟରେ ମଦ ଦୋକାନ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଆଇନଜୀବୀ ସାଇ ଦୀପକ । ଏହାକୁ ବିଚାର କରି ହୋମ ଡେଲିଭରିରେ ମଦ ବିକ୍ରି କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ କଟକ ନିର୍ଖଣ୍ଡି ଠାରେ ଅଟକି ରହିଛି ୭୦ଟି ମଦ ବୋଝେଇ ଟ୍ରକ ।  ଦେଢମାସ ହେବ ୪୦ କୋଟି ଟଙ୍କାର ମଦକୁ ଜଗି ରହିଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର ।  ସନ୍ଧ୍ୟା ନଇଁଲେ ଅସାମାଜିକ ଲୋକଙ୍କ ଆଡ୍ଡ। ଜମୁଛି । ୨ ଦୁଇ ଦିନ ମଧ୍ୟରେ  ମଦ ଖାଲି ନକଲେ  ଗାଡ ଛାଡି ଚାଲିଯିବାକୁ ଚେତାଇ ଦେଇଛନ୍ତି ଟ୍ରକ ଡ୍ରାଇଭର ।  ରାଜ୍ୟ ପାନୀୟ ନିଗମ କର୍ତ୍ତୃପକ୍ଷଙ୍କ କହିବା କଥା ନିଗମ ଗୋଦାମରେ ମଦ ମହଜୁଦ ରହିଛି ।  ଗୋଦାମ ଖାଲି ହେଲାପରେ ହିଁ ଟ୍ରକରୁ ମଦ ଅନଲୋଡ ହୋଇପାରିବ ।

୧୭ ମଇ ଯାଏଁ ଲକଡାଉନ ବୃଦ୍ଧି ଘୋଷଣା ପରେ ଗୃହ ମୃନ୍ତ୍ର।ଳୟ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥ୍‌ଲେ ।  ଅନେକ ରାଜ୍ୟରେ ମଦ ଦୋକାନ ଖୋଲିଲା । କିନ୍ତୁ ଛତିଶଗଡ, ପଶ୍ଚିମବଙ୍ଗ ଓ ପଞ୍ଜାବ ସରକାର ହୋମ ଡେଲିଭରିରେ ମଦ ବିକ୍ରିକୁ ଅନୁମତି ଦେଇସାରିଛନ୍ତି ।  ଏହାସହ ଦିଲ୍ଲୀରେ ଇ-ଟୋକନର ବ୍ୟବସ୍ଥା ହୋଇଛି ।

ସ୍କୁଲ୍‌ରେ ଲାଗୁ ହେବ ଅଡ୍-ଇଭେନ୍‌ ଫର୍ମୁଲା: ସ୍କୁଲକୁ ଆସିବେ ୫୦% ଛାତ୍ରଛାତ୍ରୀ

 ଭୁବନେଶ୍ୱର: ସ୍କୁଲରେ ଲାଗୁ ହେବ ଅଡ୍‌-ଇଭିନ୍‌ ଫର୍ମୁଲା । ପ୍ରତିଦିନ ଅଧା ଛାତ୍ରଛାତ୍ରୀ ଆସିବେ ସ୍କୁଲ । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ହେବ ପାଠପଢ଼ା । କାରଣ କରୋନା ପାଇଁ ବିଳମ୍ବ ହେଲାଣି ପାଠପଢା ।

ସଂକ୍ରମଣ ଭୟରେ ସବୁ ସ୍କୁଲ କଲେଜ ବନ୍ଦ । ପାଠ ପଢିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ କିଭଳି ପାଠପଢ଼ା ହେବ ସେ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟକୁ ପ୍ରସ୍ତାବ ଦେଇଛି ନ୍ୟାସନାଲ କାଉନ୍‌ସିଲ ଅଫ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ।

ଏସବୁ ପ୍ରଶ୍ନ ଏବେ ଅସମାହିତ ହୋଇଥିବା ବେଳେ ଆଶ୍ୱସ୍ତ କରିଛି NCERT ର ପ୍ରସ୍ତାବ । ସ୍କୁଲରେ ଅଡ୍‌-ଇଭିନ୍‌ ଫର୍ମୁଲା ଲାଗୁ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଜୁଲାଇ ବେଳକୁ ଦେଶର ସବୁ ସ୍କୁଲ ଖୋଲିବା ନେଇ ଆଶା କରାଯାଉଛି ।

ତେଣୁ ସ୍କୁଲ ଖୋଲିଲେ ଯ଼ୁଗ୍ମ ତାରିଖ ଦିନ ଯୁଗ୍ମ ରୋଲ ନମ୍ବର ଥିବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ପରଦିନ ଅଯୁଗ୍ମ ରୋଲ ନମ୍ବର ଥିବା ପିଲା ପାଠ ପଢିବେ । ଫଳରେ ସ୍କୁଲକୁ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଆସିବେ । ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ପାଠପଢା ସମ୍ଭବ ହୋଇପାରିବ । ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍‌ ।

ଲକଡାଉନ୍‌ ଆରମ୍ଭରୁ ଛାତ୍ରଛାତ୍ରୀମାନେ ଘରେ ରହିଛନ୍ତି । ପାଠ ପଢା ଠପ୍‌ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ କିଛି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢୁଛନ୍ତି । କିନ୍ତୁ ଏହି ବ୍ୟବସ୍ଥାରେ ଅନେକ ଛାତ୍ରଛାତ୍ରୀ ପାଠ ପଢିବା ଅସମ୍ଭବ ହୋଇପଡିଛି । ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଡାଉଟ୍‌ କ୍ଳିୟର କରିବା ଅସମ୍ଭବ ହୋଇପଡୁଛି । ସଂପୂର୍ଣ୍ଣ ସ୍କୁଲ ବନ୍ଦ ହେବା ଅପେକ୍ଷା ଦିନେ ଛାଡି ଦିନେ ସ୍କୁଲ ଗଲେ ପିଲାମାନେ କିଛି ଶିକ୍ଷା ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଭିଭାବକ ।

ସେପଟେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ କଥାବାର୍ତ୍ତା ପାଇଁ ପାଠ୍ୟକ୍ରମକୁ ଡିଜିଟାଇଜ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏନସିଇଆରଟି ଏଥିପାଇଁ ସ୍ୱତନ୍ତ୍ର ମ୍ୟାଟେରିଆଲ ଏବଂ ଲାଇଭ ଇଣ୍ଟର ଆକ୍ସନ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ଯୋଜନା କରିଛି । ଇଚ୍‌ କ୍ଳାସ୍ ଓ୍ୱାନ୍ ଚ୍ୟାନେଲ୍‌ ଯୋଜନାରେ ଏହାକୁ ଟିଭି ମାଧ୍ୟମରେ ପ୍ରସାରଣ କରାଯାଇପାରିବ ବୋଲି ପରିଷଦ ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟକୁ ଜଣାଇଛି ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ବ୍ରହ୍ମପୁର: କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପୋଲସରା ମାଟିଆସାହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୪୦ ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ । ସେ ସୁରତ୍‌ରୁ ଆସିଥିବା ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଗତ ୬ ତାରିଖରେ ଓଡ଼ିଶାକୁ ଫେରିଥିଲେ । ସେହି ଦିନ ସନ୍ଧ୍ୟାଠାରୁ ସେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଆସୁଥିଲେ । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ତାଙ୍କୁ ଜ୍ୱର ହୋଇଥିବା ନେଇ ସୂଚନା ରହିଛି ।

ମୃତକ ଜଣଙ୍କ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା । ତାଙ୍କ ସହ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମୋଟ ୬୯ଜଣ ସୁରଟ ଫେରନ୍ତା ରହୁଥିଲେ । ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ହଠାତ୍‌ ସେ ଟଳି ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଫୋନରେ ତାଙ୍କ ସହ କଥା ହୋଇଥିଲେ। ଏହାର କିଛି ସମୟ ପରେ ଖବର ପାଇଲି ସ୍ୱାମୀ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଡ଼ିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଆସି ମୃତକଙ୍କ ସ୍ୱାବ୍‌ ସଂଗ୍ରହ କରିଛନ୍ତି।

 

ଓଡ଼ିଆ ଶ୍ରମିକ କାମ କରୁଥିବା ତାମିଲନାଡ଼ୁର କମ୍ପାନୀରେ ୨ ଶ୍ରମିକ ଗୋଷ୍ଠୀ ମୁହାଁମୁହିଁ

ତାମିଲନାଡ଼ୁ: ଉଥୁକୁଲି ସ୍ଥିତ ଅଖିଳ ପୋଷାକ ଏକ୍ସପର୍ଟ କମ୍ପାନୀରେ ଶ୍ରମିକଙ୍କ ୨ ଗୋଷ୍ଠୀ ମୁହାଁମୁହିଁ । କରୋନା ପରିସ୍ଥିତିରେ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଥିବ ବିଭିନ୍ନ ସୁବିଧାକୁ ନେଇ ମୁହାଁମୁହିଁ । ଗୋଟିଏ ଗୋଷ୍ଠୀ କମ୍ପାନୀ ପକ୍ଷରୁ ଯୋଗାଇଦିଆଯାଉଥିବା ସୁବିଧାକୁ ନେଇ ସନ୍ତୁଷ୍ଟ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛି । ଯାହାକୁ ନେଇ ଉଭୟ ଗୋଷ୍ଠୀ ପରସ୍ପର ମଧ୍ୟରେ ହାତାହତି ହୋଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଗୋଟିଏ ଗୋଷ୍ଠୀରେ ଥିବା ୯୯ ଜଣ କମ୍ପାନୀ କର୍ମଚାରୀ ମ୍ୟାନେଜମେଣ୍ଟର ସୁବିଧା ସୁଯୋଗକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଥିବା ୩୧୬ କର୍ମଚାରୀ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ଭଲ ଖାଦ୍ୟ ଏବଂ ଔଷଧ ଯୋଗାଇବାକୁ ଦାବି କରିଥିଲେ । ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବଚସା ହେବାରୁ କମ୍ପାନୀ ମାନବ ସମ୍ୱଳ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ଆରଡିଓ ଏବଂ ଡିଏସ୍‌ପି ମାମଲାରେ ହସ୍ତକ୍ଷେପ କରିଥିଲେ । ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ଏ ନେଇ ମାମଲା ରୁଜୁ କରାଯିବା ସହ ତଦନ୍ତ ଚାଲିଥିବା ଓଡ଼ିଆ ଆଇପିଏସ୍‌ ଅଫିସର ଅମିତାଭ୍ ଠାକୁର ସୂଚନା ଦେଇଛନ୍ତି । ତେବେ ସେହି ଶ୍ରମିକମାନଙ୍କ ମଧ୍ୟରେ କିଛି ଓଡ଼ିଆ ଥିବା ନେଇ ସୂଚନା ରହିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୧ ନୁହେଁ, ୨୭୦ ଜାଣନ୍ତୁ କେମିତି !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୦କୁ ହ୍ରାସ ପାଇଛି । କିଛି ସମୟ ତଳେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ର ରାଜ୍ୟର ବୋଲି ସୂଚନା ମିଳିଛି ।  ୪୨ ବର୍ଷ ବୟଷ୍କ ଏହି ପୁରୁଷ ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ରର ଜଣେ ଟ୍ରକ ଡ୍ରାଇଭର । ଓଡ଼ିଶାରେ ଏକ ସଡ଼କ ଦୁର୍ଘଟଣାର ଆହତ ହୋଇ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ତାଙ୍କୁ ମହାରାଷ୍ଟ୍ର ରାଜ୍ୟର କରୋନା ସଂଖ୍ୟାରେ ଗଣାଯିବ ।

ତେଣୁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟାରେ ଗୋଟିଏ ସଂଖ୍ୟା ହ୍ରାସ ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି  ।

 

କାର୍ଯ୍ୟ ସମୟ ବୃଦ୍ଧି କଲେ ରାଜ୍ୟ ସରକାର: ଓଭର ଟାଇମ୍ ପାଇଁ ମିଳିବ ଟଙ୍କା

ଭୁବନେଶ୍ୱର: କରୋନା ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଅବଧି ବୃଦ୍ଧି । ଏଣିକି ୧୨ ଘଣ୍ଟା କାର୍ଯ୍ୟ କରିବେ ସରକାରୀ କର୍ମଚାରୀ । । ୮ ଘଣ୍ଟାରୁ ୧୨ ଘଣ୍ଟାକୁ କାର୍ଯ୍ୟ ସମୟ ବୃଦ୍ଧି କରାଯାଇଛି । ସପ୍ତାହରେ ୭୨ ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ । ଓଭର ଟାଇମ୍‌ ବାବଦକୁ ଅଧିକ ଟଙ୍କା ଦେବେ ରାଜ୍ୟ ସରକାର ।  ସପ୍ତାହରେ ସର୍ବାଧିକ ୨୪ଘଣ୍ଟାର ଓଭର ଟାଇମ୍ ଟଙ୍କା ଦେବେ ରାଜ୍ୟ ସରକାର ।

ଅପରପକ୍ଷରେ ବିଭିନ୍ନ ମହିଳା କର୍ମଜୀବୀଙ୍କ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସନ୍ଧ୍ୟା ୭ଟାରୁ ସକାଳ ୬ ମଧ୍ୟରେ କାର୍ଯ୍ୟ କରିପାରିବେ ନାହିଁ । ଏଥିଲାଗି ଅନୁମତି ନଥିଲେ କାର୍ଯ୍ୟ କରିପାରିବେ ନାହିଁ ।

ତେବେ ଏବେ ମଧ୍ୟ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ବାହୁଡ଼ା ଜାର ରହିଛି । ଶୁକ୍ରବାର ମୋଟ ୬୬୧୮ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମ ପ୍ରଶାସନକୁ ସହଯୋଗ କରିବା ପାଇଁ ୩ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଭାରତରେ କରୋନା ଔଷଧ ଟ୍ରାଏଲକୁ ମିଳିଲା ଅନୁମତି, CSIR କହିଲା ଶୀଘ୍ର ଦେବୁ ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବା ପାଇଁ ଚେଷ୍ଟା ଜାରି ରହିଛି । ଏହାଭିତରେ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଫେଭିପିରାବିର (Favipiravir)ନାମକ ଆଣ୍ଟି ଭାଏରାଲ ଔଷଧର ଟ୍ରାଏଲ ଆରମ୍ଭ ପାଇଁ ଅନୁମତି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବୈଜ୍ଞାନିକ ଓ ଶିଳ୍ପ ଅନୁସଂଧାନ ପରିଷଦ (CSIR) ଏହାର ଅନୁମତି ମିଳିବା ପରେ ଆସନ୍ତା ସପ୍ତାହରୁ ଟ୍ରାଏଲ ଆରମ୍ଭ ପାଇଁ ନିଷ୍ପତି ନେଇଛି

CSIR ମହାନିର୍ଦ୍ଦେଷକ ଡକ୍ଟର ଶେଖର ମାଣ୍ଡ୍ କହିଛନ୍ତି ଯେ, ଫେବିପିରାବିର ଏଭଳି ଏକ ଔଷଧ ଯାହା ଆଗରୁ ଇନଫ୍ଲୁଏଞ୍ଜାର ଚିକିତ୍ସା ପାଇଁ ଭାରତ ସମେତ ଅନ୍ୟକେତେକ ଦେଶରେ ବ୍ୟବହୃତ ହେଉଛି ।ଆମର ଆଶା ଯେ, ଏହା କରୋନା ଭାଇରସକୁ କାବୁ କରିପାରିବ । ଏହି ଔଷଧ ଜରିଆରେ କରୋନା ଭାଇରସର ଚିକିତ୍ସା ପାଇଁ ଅନୁମତି ଦେବା ପାଇଁ CSIR ଓ ଅନ୍ୟଗୋଟିଏ କଂପାନି ଅନୁମତି ମାଗିଥିଲା । ଭାରତ ସରକାର CSIRକୁ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ସପ୍ତାହ ବେଳକୁ ଏହା ଉପରେ କାମ ଆରମ୍ଭ ହେବ ।

ଖୁବଶୀଘ୍ର ଭଲ ଖବର

ଡକ୍ଟର ଶେଖରଙ୍କ ଅନୁସାରେ ଫେବିପିରାବିର ଏକ ସୁରକ୍ଷିତ ଔଷଧ ଓ ଏହାର ଟ୍ରାଏଲ ସିଧାସଳଖ ଫେଜ୍-୨ରୁ ଆରମ୍ଭ କରିହେବ । ତାଙ୍କ ଅନୁସାରେ ଏହାର ଟ୍ରାଏଲ ଏକ ମାସ ମଧ୍ୟରେ ଶେଷ ହୋଇଯିବ । ଯଦି ଟ୍ରାଏଲ ଫଳାଫଳ ଭଲ ହୁଏ ତେବେ ଖୁବଶୀଘ୍ର ଏହାକୁ ଶସ୍ତାର ବଜାରରେ ଉପଲବ୍ଧ କରାଯିବ ।