spot_img
Home Blog Page 6972

୩୪ କୋଟି ଆତ୍ମସାତ ମାମଲା: ଜବତ ହେଲା ୩୭ ଲକ୍ଷ

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩୪ କୋଟି ଟଙ୍କା ଆତ୍ମସାତ ମାମଲା । ଗ୍ଳୋବାଲ ଟ୍ରେନିଂ ସେଣ୍ଟରର ପୂର୍ବତନ  ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କ ଲକର ସର୍ଚ କଲା ସିବିଆଇର ସ୍ୱତନ୍ତ୍ର ଟିମ୍ । କିଟଛକ ସ୍ଥିତ ଏକ ଘରୋଇ ବ୍ୟାଙ୍କରେ ଥିବା ତାଙ୍କ ଲକର ସର୍ଚ କରି ୩୭ ଲକ୍ଷ ୯୦ ହଜାର ଜବତ କଲା ସିବିଆଇ। ଏ ସମ୍ପୃକ୍ତ ସଂସ୍ଥାର ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ।

ଏହି ଠକେଇ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । EDର ତଦନ୍ତ ପରିସରକୁ ଆସିଛନ୍ତି ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ଲିମିଟେଡ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ମାଧ୍ୟମରେ ତଦନ୍ତ ଆରମ୍ଭ କରୁଛି ED ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ଯାଜପୁରରୁ ୧୯, କଟକରୁ ୧୫, ମୟୂରଭଞ୍ଜରୁ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ାରୁ ୯ ଜଣ, ସୁନ୍ଦରଗଡ଼ରୁ ୭ ଜଣ, କନ୍ଧମାଳରୁ ୬ ଓ ବଲାଙ୍ଗୀର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ବାଲେଶ୍ୱର ଓ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, କେନ୍ଦୁଝର, ଗଞ୍ଜାମ ଓ ପୁରୀରୁ ୩ ଜଣ ଲେଖାଏଁ, ଅନୁଗୁଳ ଓ କଳାହାଣ୍ଡି ଓ କୋରାପୁଟରୁ ୨ ଜଣ ଲେଖାଏଁ ଏବଂ ମାଲକାନଗିରିର ଜଣେ ସଂକ୍ରମିତି ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୯୭୪ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

କାହିଁକି ପ୍ରଧାନମନ୍ତ୍ରୀ କହିଲେ, ସତର୍କ ନହେଲେ ମହଙ୍ଗା ପଡିବ ?

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ, ଚଣ୍ଡିଗଡ଼ ସମେତ ପାହାଡ ଏବଂ ଉତ୍ତର ପୂର୍ବ ରାଜ୍ୟ ସହ ଆଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା କାରଣରୁ  ହେଉଥିବା ପ୍ରତି ମୃତ୍ୟୁ ଦୁଃଖଦାୟକ  ଅଟେ । ଭାରତ ଅନ୍ୟ ସବୁ ରାଷ୍ଟ୍ର ଭଳି କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇନାହିଁ । ବିଶ୍ୱର ବଡ ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଲକଡାଉନ୍ ଏବଂ ଭାରତବାସୀଙ୍କ ଦ୍ୱାରା ପ୍ରଦର୍ଶିତ ଅନୁଶାସନ ଆଜି ଆଲୋଚନ କରୁଛନ୍ତି । ଏବେ ଭାରତର ସୁସ୍ଥଙ୍କ ସଂଖ୍ୟା ୫୦%ରୁ ଅଧିକ ହୋଇଛି । ଏବେ ସାରା ବିଶ୍ୱରେ ଭାରତକୁ କରୋନା ସହ ଯୁଦ୍ଧ କରୁଥିବା ଏକା ରାଷ୍ଟ୍ର ଭାବେ ଗଣତି କରାଯାଉଛି । ଭାତରେ ଏବେ ଅଧିକରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହେଉନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏବେ ଟିକିଏ ଦାୟିତ୍ୱହୀନତା ସବୁ ପରିଶ୍ରମକୁ ବେକାର କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭବିଷ୍ୟତରେ ଯେତେବେଳେ ଭାରତର କରୋନା ବିରୋଧରେ ଲଢ଼େଇର ଇତିହାସ ଲେଖାଯିବ, ସେତେବେଳେ ଦେଖାଯିବ ଆମେ କିପରି ଏକାଠି କାମ କରିଥିଲୁ ।  ମୋଦି ଆଉ ଗୋଟିଏ ବଡ଼ କଥା କହିଛନ୍ତି ଆମେ ଯେତେ ଅଧିକ କରୋନାକୁ ଅଟକାଇ ପାରିବା ସେତେ ଆମର ଅଭିବୃଦ୍ଧି ଘଟିବ । ଆମର ଅର୍ଥନୀତି ସେତେ ଖୋଲିବ ଏବଂ ତଳକୁ ଖସିଥିବା ଅର୍ଥନୀତି ବୃଦ୍ଧି ଘଟିବ । ଖାଲି ସେତିକି ନୁହେଁ ଆମର କାର୍ଯ୍ୟାଳୟ, ବଜାର, ପରିବହନ ମାଧ୍ୟମ ବି ଖୋଲିବ ଏବଂ ସମାନ ଭାବରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।

ସେପଟେ ଦେଶରେ କିପରି କାରଖାନା ଗୁଡ଼ିକର ଉନ୍ନତି କରଣ ହୋଇପାରିବ ସେନେଇ ସୂଚନା ଦେଇଛନ୍ତି । ମୁଖ୍ୟନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଉତ୍ପାଦର ମାର୍କେଟିଂ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ କରାଯାଇଛି ସେଥିପାଇଁ ଚାଷୀଙ୍କୁ ବହୁତ ଲାଭଦାୟକ ହେବ। ଏହା ସହିତ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ପାଇଁ ନୂତନ ବିକଳ୍ପ ଉପଲବ୍ଧ ହେବ, ସେମାନଙ୍କର ଆୟ ବୃଦ୍ଧି ପାଇବ ।

ଗଲବାନ୍ ଘାଟି,ସେହି ସ୍ଥାନ ଯେଉଁଠି ୧୯୬୨ରେ ଚୀନ୍ ଦେଇଥିଲା ଧୋକା

ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଜାରି ଥିବା ଉତ୍ତେଜନା ଭିତରେ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ଯେଉଁଥିରେ ଭାରତ ପଟୁ ଜଣେ କର୍ଣ୍ଣେଲ ରାଙ୍କ ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ୫ ଜଣ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଏହି ଘଟଣା ଗଲବାନ ଘାଟିରେ ଘଟିଛି । ସେହି ଗଲବାନ ଘାଟି ଯେଉଁଠି ଚୀନ୍ ୧୯୬୨ ମସିହାରେ ଭାରତକୁ ଧୋକା ଦେଇଥିଲା ।

ଗଲବାନ ଘାଟି ଲଦାଖର ଗୋଟିଏ ଅଂଚଳ । ଏହି ଘାଟି ଦେଇ ଯାଇଛି ଗଲବାନ ନଦୀ । ଗଲବାନ୍ ଘାଟିରେ ୧୯୬୨ ମସିହାରେ ଭାରତ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ବିବାଦୀୟ କ୍ଷେତ୍ରରେ ଗତ କେଇ ବର୍ଷ ଧରି ଚୀନ୍ ସେନା ଟେଣ୍ଟ୍ ପକାଇ ଆସୁଛି । ଚୀନର ପିପୁଲ’ସ ଲିବରେସନ୍ ଆର୍ମି ରଣନୀତିରେ ଏହା ଗୋଟିଏ ଅଂଶ । ଚୀନ୍ ସୈନିକଙ୍କୁ ଟେଣ୍ଟ୍ ପକାଇବାକୁ ମନା କରିବାରୁ ହିଁ ହିଂସା ହୋଇଛି ।

୫୮ ବର୍ଷ ତଳେ ଏହି ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏବେ ସେହି ଏକା ସ୍ଥାନରେ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘାଟିରେ ନଦୀ କୁଳରେ ଟେଣ୍ଟ୍ ଲଗାଇବାକୁ ନେଇ ଭାରତ ଓ ଚୀନ ସୀମାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ଭାରତୀୟ ସେନା ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହେବା ପରେ ସ୍ଥିତି ଅଧିକ ବିପଜ୍ଜନକ ହୋଇ ପଡିଛି ।

କିଛି ଦିନ ଧରି ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶଙ୍କ ମଧ୍ୟରେ ଆଲୋଚନା ଚାଲୁଛି କିନ୍ତୁ ଆଲୋଚନା ଭିତରେ ହିଁ ଏଭଳି ହିଂସା ଘଟିଛି । ଚୀନ ବିବାଦର ଶାନ୍ତିପୁର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରୁଛି ବୋଲି କହୁଛି କିନ୍ତୁ ତା’ର କାମ ଅଲଗା କଥା କହୁଛି । କରୋନାକୁ ନେଇ ଚୀନ ଅନ୍ତର୍ଜାତୀୟ ମଂଚରେ ଅପଦସ୍ତ ହେଉଥିବା ବେଳେ ନିଜ ଭୁଲକୁ ଘଣ୍ଟ ଘୋଡାଇବା ପାଇଁ ପଡ଼ୋଷୀ ଦେଶଙ୍କ ସହ ଜାଣିଶୁଣି ବିବାଦ ସୃଷ୍ଟି କରୁଛି ।

ସସ୍ମିତଙ୍କ ପାଲଟା ପ୍ରଶ୍ନ: କେଉଁ ବିଜେପି ଶାସିତ ରାଜ୍ୟରେ ହୋଇଛି ସଂଙ୍ଗରୋଧ କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂସ୍ଥା ଆଇସିଏମ୍‌ଆର ପକ୍ଷରୁ କୋଭିଡ-୧୯ ଟେଷ୍ଟିଂ ନେଇ ଗାଇଡଲାଇନ ଜାରି କରାଯାଇଛି । ସେହି ଗାଇଡଲାଇନ୍‌ରେ କରୋନା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ରହିଛି । ଏହି ଗାଇଡଲାଇନ୍‌ ଅନୁଯାୟୀ ରାଜ୍ୟରେ କୋଭିଡ ଟେଷ୍ଟିଂ କରାଯାଉଛି ।

ICMR Recommends Use Of Antigen-Based Testing Kits For Faster ...

ଏଥିସହିତ ଗାଇଡଲାଇନ୍‌ ଅନୁଯାୟୀ ରାଜ୍ୟରେ ରେଣ୍ଡଲ ସାମ୍ପଲ ଟେଷ୍ଟିଂ ମଧ୍ୟ ଜାରି ରହିଛି । ଉଭୟ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଏହା ଅନୁଯାୟୀ ଟେଷ୍ଟିଂ କରାଯାଉଛି ।  ଏହାର ପରିଣାମ ସ୍ୱରୂପ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର ।

OTV on Twitter:

କୋଭିଡ ଟେଷ୍ଟିଂ ନେଇ ରାଜ୍ୟ ପକ୍ଷରୁ ହୋଇଥିବା ଅଭିଯୋଗର ଜବାବ ରଖି ଶ୍ରୀ ପାତ୍ର ଆହୁରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ଦୈନିକ ୧୫ ହଜାର ନମୁନା ପରୀକ୍ଷଣ ବ୍ୟବସ୍ଥା କରାଯାଇଛି । କିନ୍ତୁ ଆଇସିଏମ୍‌ଆର ଗାଇଡଲାଇନ୍‌ ଅନୁଯାୟୀ ରାଜ୍ୟରେ ନମୁନା ପରୀକ୍ଷଣ ଚାଲିଛି ।

Odisha Govt Fixes Costs, Rules For Temporary COVID-19 Medical Centres

ଅପରପକ୍ଷରେ ରାଜ୍ୟରେ କୋଭିଡ ଟେଷ୍ଟିଂ ନେଇ ବିଜେପିର ଅଭିଯୋଗକୁ ନିନ୍ଦା କରିଛନ୍ତି ଡ. ପାତ୍ର । ବିଜେପି ଏଭଳି ଅଭିଯୋଗ କରିବା ପୂର୍ବରୁ ତାଙ୍କ ପାର୍ଟି ଦ୍ୱାରା ଶାସିତ କେନ୍ଦ୍ର ସରକାରଙ୍କ ସଂସ୍ଥା ଆଇସିଏମ୍‌ଆରର ଗାଇଡଲାଇନ୍‌କୁ ଅନୁଧ୍ୟାନ କରୁ । ଏବଂ ଏଭଳି ଗମ୍ଭୀର ବିଷୟକୁ ନେଇ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି । ଏବେବି ଓଡ଼ିଶାରେ ସ୍ଥିତି ଭଲ ରହିଛି । ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଓ ସଙ୍ଗରୋଧ କେନ୍ଦ୍ର ଭଳି ଅଭୂତପୂର୍ବ ବ୍ୟବସ୍ଥା ବଳରେ ଏପରି ହୋଇପାରିଛି । ଯାହା ଅନ୍ୟ କୌଣସି ରାଜ୍ୟରେ ହୋଇନାହିଁ ।

ଆଡଭାନ୍ସ ଟଙ୍କା ନଫେରାଇବାରୁ ବଢ଼େଇଙ୍କୁ ମାରିଦେଲେ ପୋଲିସ ବାବୁ !

ବଣାଇ: ରକ୍ଷକ ସାଜିଛି ଭକ୍ଷକ । ବାରମ୍ବାର ଖାକିରେ ଲାଗୁଛି କଳଙ୍କ । କେତେବେଳେ ହତ୍ୟାର ଅଭିଯୋଗ ଆସୁଛି ତ ପୁଣି କେତେବେଳେ ଅପହରଣ ର ନିନ୍ଦା ସହୁଛି ଖାକି । ଏଇ କିଛି ଦିନ ହେବ ପୋଲିସ ବାବୁଙ୍କ ନାମରେ ଗୋଟେ ପରେ ଗୋଟେ ଅଭିଯୋଗ ଦାୟର ହେବାରେ ଲାଗିଛି । ଅପହରଣ,ଜବରଦସ୍ତିଆ ପ୍ରେମ ପରେ  ଖାକି ବିରୋଧରେ ଏବେ ହତ୍ୟା ଅଭିଯୋଗ ଆସିଛି ।

ବଣାଇରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାରି ଦେଇଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ବଣାଇ ବଲାଙ୍ଗ ଥାନା ଏ ଏସ୍ ଆଇ ସନ୍ତୋଷ କୁମାର ବେହେରାଙ୍କ ବିରୁଦ୍ଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଜଣେ ସୁରେଶ କୁମ୍ଭାର ନାମକ ବଢ଼େଇଙ୍କୁ ଏଏସଆଇ ଜୀବନରେ ମାରିଦେଇଥିବା ଅଭିଯୋଗ ଆସିଛି । ମୃତକ ହେଉଛନ୍ତି ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗର ସୁରେଶ କୁମ୍ଭାର । ଗତ କାଲି ରାତିରେ ତାଙ୍କର ମୃତ ଦେହ ଜବତ ହୋଇଥିଲା । ଗୌରୀ ସିଧା ସଳଖ କେ ବଲାଙ୍ଗ ଥାନାର ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତାଙ୍କ ସ୍ୱାମୀକୁ ମାରିଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ସୁରେଶ କୁମ୍ଭାର ପେଶାରେ  ବଢ଼େଇ ।  ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ତାଙ୍କୁ ଏକ ପଲଙ୍କ ପାଇଁ ୧୧ ହଜାର ଟଙ୍କା ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ପୋଲିସ ବାବୁ ତାଙ୍କ ସେ ଟଙ୍କା ଫେରେଇ ଦେବା ପାଇଁ କହିଥିଲେ । ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ସନ୍ତୋଷ କୁମାର ତାଙ୍କ ଘରକୁ ଯାଇ ସୁରେଶଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏନେଇ ଶୁକ୍ରବାର ୧୨ ତାରିଖରେ ସୁରେଶ ଥାନାକୁ ଯାଇ ଏ ଏସ୍ ଆଇଙ୍କୁ ଭେଟିବା ପରେ ଆଉ ଘରକୁ ଫେରି ନଥିଲେ ।  ସେହି ଦିନଠୁ ସୁରେଶ ନିଖୋଜ ଥିବା କୁହାଯାଇଛି ।

ଗତକାଲି ସିଲପୁଞ୍ଜି ନିକଟରୁ ସୁରେଶରଙ୍କ ମୃତ ଦେହ ଗଳିତ ଅବସ୍ଥାରେ ଉଦ୍ଧାର ପରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ବଲାଙ୍ଗ ଥାନା ଘେରିଛନ୍ତି । ଏଏସଆଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରାଯାଉ ଏବଂ କ୍ଷତିଗ୍ରସ୍ତ ପରିବାରର ଭରଣପୋଷଣ ପୋଲିସ ପକ୍ଷରୁ କରାଯାଉ ବୋଲି ଦାବି କରାଯାଇଛି । ଘଟଣାସ୍ଥଳରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଜବୁର୍ ରେହମାନ୍ ପ୍ରମୁଖ ପହଞ୍ଚି ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ  ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବାରମ୍ଭାର ପୋଲିସ ଉପରେ ଏଭଳି ଅଭଯୋଗ କାହିଁକି ? ଏଠି ଖାକିର ଦୋଷ ନା ଖାକି ପିନ୍ଧିଥିବା ମଣିଷ ରୁପି ରାକ୍ଷାସର ଦୋଷ ? କେତେକ ମଣିଷ ରୁପି ରାକ୍ଷସ ଖାକିର ଫାଇଦା ଉଠାଇ ଗୋଟେ ପରେ ଗୋଟେ ଅପରାଧ କରିବାରେ ଲାଗିଛନ୍ତି । ଯେଉଁ ଅପରାଧ ପାଇଁ ଆଜି ସାହାରା ଦେଉଥିବା ରକ୍ଷକ ଉପରୁ  ଭରସା ତୁଟିବାରେ ଲାଗିଛି ।

ମନା କରିଦେଲା ଆମ୍ୱୁଲାନ୍ସ: ୧୪୦ କିଲୋମିଟର ଅଟୋ ଚଳାଇ ଘରେ ପହଞ୍ଚାଇଲେ ମହିଳା

ଇମ୍ଫାଲ: ଭୟଙ୍କର ଭୂତାଣୁ କରୋନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କୋକୁଆ ଭୟ । ଏଭଳି ସମୟରେ ଜଣେ ସାଧାରଣ ଲୋକ ଅନ୍ୟ ଜଣେ ଅଚିହ୍ନ ଲୋକଙ୍କ ସଂସ୍ପର୍ଶକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ଏଭଳି ସମୟରେ ଜଣେ ମହିଳା ଅଟୋ ଡ୍ରାଇଭର ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇଛନ୍ତି । ପାଖାପାଖି ୧୪୦ କି.ମି ନିଜେ ଅଟୋ ଚଳାଇ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।

Image

ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଇମ୍ଫାଲ ସ୍ଥିତ ଜବହାରଲାଲ ନେହେରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ସେ ଅନ୍ୟ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଘରକୁ ପଠାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମ୍ୱୁଲାନ୍ସ ଦିଆଯାଇନଥିଲା ।

Image

ଏଭଳି ସମୟରେ ୨ ଛୁଆର ମା’ ଏଚେ  ଲାବି ଓଇନାମ୍‌ ନାମକ ଜଣେ ମହିଳା ଅଟୋ ଚାଳକ ତାଙ୍କୁ ନେଇ ଘରକୁ ଯିବାକୁ ରାଜି ହୋଇଥିଲେ । ଦୀର୍ଘ ୮ ଘଣ୍ଟା ଅଟୋ ଚଳାଇବା ପରେ ସେ ସୁସ୍ଥ ବ୍ୟକ୍ତି ଜଣଙ୍କୁ ନେଇ ଘରେ ପହଞ୍ଚିଥିଲେ ।

ମହିଳାଙ୍କ ଏଭଳି ସହଯୋଗକୁ ସମସ୍ତେ ପ୍ରଶାଂସା କରିଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍ ସିଂହ ମହିଳାଙ୍କ ଏଭଳି ସାହସିକତା ଏବଂ ସହଯୋଗକୁ ପ୍ରଶଂସା କରିବା ସହ ୧.୧୦ ଲକ୍ଷ ଟଙ୍କାର ଆର୍ଥକ ପୁରସ୍କାର ପ୍ରଦାନ କରିଛନ୍ତି । ଏ ନେଇ ନିଜ ଟ୍ୱିଟ୍ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଇଛନ୍ତି ।

LACରେ ହିଂସାତ୍ମକ ସଂଘର୍ଷ, ଚୀନର ୫ଜଣ ସୈନିକ ନିହତ

ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗମ୍ଭୀର ହୋଇଛି । ସୋମବାର ରାତିରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଦୁଇ ଭାରତୀୟ ସେନା ଅଧିକାରୀ ଏବଂ ଦୁଇ ସୈନିକ ସହିଦ ହୋଇଛନ୍ତି । ସୋମବାର ରାତିରେ ଗାଲଭାନ ଉପତ୍ୟକା ନିକଟରେ ଏହି ଘଟଣା ଘଟିଛି, ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସବୁକିଛି ସ୍ୱାଭାବିକ ହେବା ପରେ ଏଭଳି ପରିସ୍ଥିିତି ଦେଖା ଦେଇଥିଲା ।

କୁହାଯାଉଛି ଯେ କେବଳ ଭାରତ ନୁହେଁ ଚୀନରେ ମଧ୍ୟ କିଛି ସୈନିକ ଆହତ ହୋଇଛନ୍ତି । ଏହି ଝଗଡା ବେଳେ କୌଣସି ପ୍ରକାରର ଗୁଳି ବିନିମୟ ହୋଇ ନାହିଁ, ଅର୍ଥାତ୍ ବିନା ହତିଆରରେ ଝଗଡା ହୋଇଥିଲା । ଏହି ଝଗଡ଼ାରେ ଚିନର କିଛି ସୈନିକ ଆହତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !

ଭାରତୀୟ ସେନା ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସୋମବାର ରାତିରେ ଗାଲଭାନ ଉପତ୍ୟକାରେ ଡି-ଏସ୍କାଲେସନ ପ୍ରକ୍ରିୟା ସମୟରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ସୈନିକ ଶହୀଦ ହୋଇଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଅବସ୍ଥାରେ ଆସିଲେ ଅଙ୍କିତା…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖେଣ୍ଡେଙ୍କ ପାଇଁ କୌଣସି ଝଟକାରୁ କମ ନଥିଲା । ଗତ କାଲି ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ଅଙ୍କିତା ତାଙ୍କ ପରିବାର ଲୋକଙ୍କ ଦେଖା କରିବା ପାଇଁ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟରେ ପହଞ୍ଚିଥିଲେ । ଯେଉଁଠାରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

ଅଙ୍କିତା ଲୋଖେଣ୍ଡେଙ୍କ ଚେହେରାରେ ସୁଶାନ୍ତଙ୍କ ପରଲୋକର ଦୁଃଖ ଦେଖିବାକୁ ମିଳିଥିଲା ।

ଅଙ୍କିତାଙ୍କ ସହ ତାଙ୍କର ଓ ସୁଶାନ୍ତଙ୍କର ଜଣେ କମନ୍ ଫ୍ରେଣ୍ଡ ସନ୍ଦିପ ସିଂହ ମଧ୍ୟ ନଜର ଆସିଥିଲେ ।

ଅଙ୍କିତା ଅନେକ ଦୁଃଖିତ ଥିଲେ । ଅଙ୍କିତା ମାସ୍କ ଓ ଗ୍ଲୋବ୍ସ ପିନ୍ଧିଥିଲେ ।

ଅଙ୍କିତା ସୁଶାନ୍ତଙ୍କ ନିଧନ ଖବର ଶୁଣି ମାନସିକ ସ୍ତରରେ ଭାଙ୍ଗିପଡିଥିଲେ । ତାଙ୍କୁ ଫୋନ୍ ମାଧ୍ୟମରେ ଏହି ଖବର କୌଣସି ବନ୍ଧୁ ଦେଇଥିଲେ । ଫୋନ୍ ରିସିଭ୍ କରିବା ପରେ ଅଙ୍କିତାଙ୍କ ମୁହଁରୁ ପଦେ କଥା ବାହାରିଥିଲା..ଏମିତି କେବେ ହେଇ ନଥିବ । ଏହା ପରେ ସେ ଫୋନ୍ ରଖିଦେଇଥିଲେ  ।

ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ସୃଷ୍ଟି କରୁଛନ୍ତି କର୍ମନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ପ୍ରବାସୀଙ୍କୁ ଦିଆଯିବ ଦକ୍ଷତା ବିକାଶ ପ୍ରଶିକ୍ଷଣ । ସେମାନଙ୍କ ପାଇଁ ରାଜ୍ୟ ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । କରୋନା ପାଇଁ ଲକଡାଉନ୍ ଆଉ ଲକଡାଉନ ପାଇଁ ସବୁ ପ୍ରକାର କାର୍ଯ୍ୟ ବନ୍ଦ ଏବଂ ଏଥିପାଇଁ ପେଟପୋଷିବାର ବାଟ ବି ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଘରମୁହାଁ ହୋଇଛନ୍ତି ପ୍ରବାସୀ । ଆଉ ସେମାନଙ୍କର ଏକମାତ୍ର ସାହାରା ହୋଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ  ନିଜ ଘରକୁ ଫେରାଇ ଆଣିଛନ୍ତି ସରକାର । ଏବେ ସେମାନେ ନିଜ ରାଜ୍ୟରେ ଅଛନ୍ତି ତ ସତ କିନ୍ତୁ ଏଭଳି ସ୍ଥିତିରେ ସେମାନଙ୍କ କାମ ବନ୍ଦ ହୋଇଯାଇଥିବାକୁ ସେମାନଙ୍କୁ ସହଯୋଗର ହାତ ବଢାଇବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର ।

ବାହାର ରାଜ୍ୟରୁ ଫେରିଥିବା ଓଡ଼ିଆ ଶ୍ରମିକମାନେ ଆଉ ଯେପରି ସେଠାକୁ ନଯିବେ, ସେନେଇ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଫେରିଥିବା ଶ୍ରମିକମାନଙ୍କ ଦକ୍ଷତା ବିକାଶ ପାଇଁ ଆଇଟିଆଇ, ପଲିଟେକନିକ୍‌ ଓ ଅନ୍ୟ ଅନୁଷ୍ଠାନରେ ଟ୍ରେନିଂ ଦିଆଯିବ । ଏହାଦ୍ଵାରା ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ।