ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ରୁଟ ପରିବର୍ତନ ପାଇଁ ନିଷ୍ପତ୍ତି । ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।
ଦୁର୍ଘଟଣା ପରେ ବସ୍ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି । ୨୪ ଘଣ୍ଟାରେ ଘଟିଲାଣି ୩ଟି ଦୁର୍ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନାଗପୁର-ଅମରାବତି ଏନ୍ଏଚ୍ରେ ହୋଇଥିବା ଦୁର୍ଘଟଣାରେ ମାତ୍ର ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅଲଗା ଗାଡ଼ିରେ ପ୍ରବାସୀ ମାନଙ୍କୁ ଓଡ଼ିଶା ଅଣାଯାଉଛି । ବସ୍ ଦୁର୍ଘଟଣା ବଢ଼ୁଥିବାରୁ ବିକଳ୍ପ ଚିନ୍ତା କରାଯାଉଛି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
କୋଭିଡ୍ ବାହାନାରେ ଡାଏଲିସିସ୍, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ
କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି । ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ । ଗତକାଲି କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା
ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା
ବାଲିଗୁଡ଼ା: ପୁଣି ଏକ ବସ୍ ଦୁର୍ଘଟଣା । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ନେଇ ଆସୁଥିବା ବେଳେ ଆଉ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭଞ୍ଜନଗର-ଗଞ୍ଜାମକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍ କନ୍ଧମାଳ ସୀମାନନ୍ତ କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସୁରଟରୁ ୫୮ ପ୍ରବାସୀଙ୍କୁ ଧରି ଗଞ୍ଜାମ ସୋରଡ଼ା ଆସୁଥିଲା ଏହି ବସ୍ । କଳିଙ୍ଗା ଘାଟିର ତାରାବଙ୍କା ଠାରେ ଭାରସାମ୍ୟ ହରାଇ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଗ୍ରସ୍ତ ବସ୍ଟି ଅମ୍ବିକା ନଂ GJ06 ZZ 9559 । ଘଟଣା ସ୍ଥଳେ ଜି ଉଦୟଗିରି ଆଇଆଇସିଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।
ତେବେ ଏହା ପୂର୍ବରୁ ମଧ୍ୟ ସୁରଟରୁ ପ୍ରବାସୀଙ୍କୁ ଧରି ଆସୁଥିବା ଅନ୍ୟ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଞ୍ଜାମ ଅଭିମୁଖେ ଆସୁଥିବା ଏକ ବସ୍ ନାଗପୁର-ଅମରାବତୀ ୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ୫ ଜଣ ପ୍ରବାସୀ ଆହତ ହୋଇଛନ୍ତି । ଆହତଙ୍କୁ ତେଲଙ୍ଗାନାର କରଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ, ଦୁର୍ଘଟଣା କେମିତି ଘଟିଲା କାରଣ ସ୍ପଷ୍ଟ ହୋଇନାହିଁ । ଡ୍ରାଇଭରଙ୍କ ଆଖି ଲାଗି ଯାଇବାରୁ ବସ୍ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି ।
ସେହିଭଳି ଗତକାଲି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସୁରତରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ପଟେଲ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ଛତିଶଗଡ଼ରେ ବସ୍ ଭିତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଖବର ରହିଛି ।
କୋଭିଡ୍ ବାହାନାରେ ଡାଏଲିସିସ୍, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ
ଗଞ୍ଜାମରେ ୨ ସଂକ୍ରମିତ ଚିହ୍ନଟ ପରେ କ୍ୱାରେଣ୍ଟାଇନରୁ ୨୦ ସୁରତ ଫେରନ୍ତା ଛୁ…
ଗଞ୍ଜାମ: ଜିଲ୍ଲାରେ ୨ ସୁରନ୍ତ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉତ୍ତେଜନା ଦେଖାଦେଇଛି । ବେଗୁନିଆପଡ଼ା ବ୍ଲକ ରାଗପୁର ସେଣ୍ଟର ଗେଟ୍ ଭାଙ୍ଗି ସୁରତ ଫେରନ୍ତା ଖସି ପଳାଇଥିବା ଜଣାପଡ଼ିଛି ।

ରାଗପୁର ସେଣ୍ଟରରୁ ୧୫ରୁ ୨୦ ଜଣ ଖସି ପଳାଇଥିବା ଜଣାପଡ଼ିଛି । ଅନ୍ୟ ଏକ କେନ୍ଦ୍ରରେ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ସୁରତ ଫେରନ୍ତା । ବିଶେଷକରି କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡ଼ିକରେ ପୋଲିସ ସୁରକ୍ଷା ନଥିବାରୁ ସେମାନେ ଖସି ପଳାଇଥିବା ଜଣାପଡ଼ିଛି ।

କ୍ୱାରେଣ୍ଟାଇନରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡ଼ା କରାଇବ ।
ହେଲିକପ୍ଟରରୁ ପୁଷ୍ପ ବର୍ଷା, କରୋନା ଯୋଦ୍ଧାଙ୍କୁ ବାୟୁ ସେନାର ସ୍ୱତନ୍ତ୍ର ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କ ପାଇଁ ହେଲିକପ୍ଟରରୁ ଫୁଲ ବର୍ଷା କଲା ଭାରତୀୟ ବାୟୁ ସେନା । ଦେଶକୁ କରୋନା ଭଳି ମହାମାରୀଠାରୁ ବଞ୍ଚେଇ ରଖିବା ପାଇଁ ଦିନରାତି ଅହରହ ଯୁଦ୍ଧ ଚଳାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବାୟୁ ସେନା ପକ୍ଷରୁ ଏଭଳି ସ୍ୱତନ୍ତ୍ର ପ୍ରୟାସ କରାଯାଇଛି ।
ଆଜି ତିନି ସେନାର ସୈନିକମାନେ, କରୋନା ସହ ଯୁଦ୍ଧ କରୁଥିବା, ହଜାର ହଜାର ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ, ସ୍ୱିପର ଏବଂ ଅନ୍ୟ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି । ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ବର୍ଷା କରିଛନ୍ତି ।
ଭାରତର କୋଣ ଅନୁକୋଣରେ ଆଜି ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ତିନି ସେନା ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଓଡ଼ିଶାରେ ମଧ୍ୟ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ତେବେ ଦିଲ୍ଲୀ ହରିୟାଣଶରେ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ପର୍ଦ୍ଧନା ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ନେଇ ପ୍ରସ୍ତୁତି ସରିଛି ।
Mumbai: Indian Air Force aircraft SU-30 flypast Marine Drive to express gratitude towards medical professionals and all frontline workers in fighting #COVID19. pic.twitter.com/YG1vEBen0d
— ANI (@ANI) May 3, 2020
Haryana: Indian Army band performs outside Government Hospital, Panchkula to express gratitude towards medical professionals fighting #COVID19. pic.twitter.com/BbLw8S3hsh
— ANI (@ANI) May 3, 2020
#WATCH IAF chopper holds flypast over Government Hospital, Panchkula; Indian Army band performs outside the hospital to express gratitude towards medical professionals fighting #COVID19.#Panchkula pic.twitter.com/PKut0f3czf
— ANI (@ANI) May 3, 2020
#WATCH IAF chopper showers flower petals on the Police War Memorial in order to express to pay tribute to police officials for their contribution in the fight against COVID19 pandemic#Delhi pic.twitter.com/XmKDBOAtfJ
— ANI (@ANI) May 3, 2020
#WATCH Two IAF C-130J Super Hercules special operations transport aircraft fly over Sukhna Lake in Chandigarh. The aircraft took off from Srinagar,J&K and will fly all the way to Trivandrum in Kerala to show gratitude towards COVID-19 warriors. pic.twitter.com/iFGSrbFGq0
— ANI (@ANI) May 3, 2020
#WATCH Indian Air Force's flypast over Srinagar's Dal Lake to pay tribute to medical professionals and all other frontline workers. #COVID19 pic.twitter.com/enk7mwznJc
— ANI (@ANI) May 3, 2020
Delhi: Indian Air Force aircraft flypast over Rajpath to express gratitude towards medical professionals and all frontline workers in fighting COVID19 pic.twitter.com/EsYWLWy3C5
— ANI (@ANI) May 3, 2020
ଓଲଟିଲା ପ୍ରବାସୀଙ୍କୁ ନେଇ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍
ଭୁବନେଶ୍ୱର: ସୁରତ ଫେରନ୍ତାଙ୍କୁ ପିଛା ଛାଡ଼ୁନି ବିପଦ । ସ୍ୱତନ୍ତ୍ର ବସରେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଅଭିମୁଖେ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗପୁର-ଅମରାବତି ଜାତୀୟ ରାଜପଥ ୬ରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।

ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ତେଲଙ୍ଗାନାର କରଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ, ଦୁର୍ଘଟଣା କେମିତି ଘଟିଲା କାରଣ ସ୍ପଷ୍ଟ ହୋଇନାହିଁ । ଡ୍ରାଇଭରଙ୍କ ଆଖି ଲାଗି ଯାଇବାରୁ ବସ୍ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି ।
କୋଭିଡ୍ ବାହାନାରେ ଡାଏଲିସିସ୍, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ
ଗତକାଲି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସୁରତରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ପଟେଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସେହିଭଳି ଛତିଶଗଡ଼ରେ ବସ୍ ଭିତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା ।
କୋଭିଡ୍ ବାହାନାରେ ଡାଏଲିସିସ୍, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ
ପ୍ରବାସୀଙ୍କୁ ନେଇ କେରଳରୁ ଓଡ଼ିଶାରେ ପହଞ୍ଚିଲା ଟ୍ରେନ୍
ଭୁବନେଶ୍ୱର: ଗଞ୍ଜାମ ଜଗନ୍ନାଥପୁର ଷ୍ଟେସ୍ନରେ ପହଞ୍ଚିଲା କେରଳରୁ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ । ଟ୍ରେନ୍ରେ ପ୍ରାୟ ୧୫୦୦ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ସେ ମଧ୍ୟରେ ୫୭୦ଜଣ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇଛନ୍ତି । ଅବଶିଷ୍ଟ ପ୍ରବାସୀଙ୍କୁ ଧରି ଖୋର୍ଦ୍ଧା ଅଭିମୁଖେ ବାହାରିଛି ସ୍ୱତନ୍ତ୍ର ଟ୍ରେନ୍ । ଗଞ୍ଜାମ ସମେତ ରାୟଗଡ଼ା, କୋରପୁଟ, ନବରଙ୍ଗପୁର ଓ କନ୍ଧମାଳର ପ୍ରବାସୀ ଓଡ଼ିଆ ମଧ୍ୟ ଟ୍ରେନରେ ଅଛନ୍ତି । ପ୍ରବାସୀ ଓଡ଼ିଆ ଓହ୍ଲାଇବା ପରେ ପ୍ରଥମେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ଯିବା ପାଇଁ ସ୍ୱତନ୍ତ୍ର ବସ୍ର ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଛି କେରଳରୁ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍ । ଯାହାକୁ ନେଇ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ କେରଳ ଫେରନ୍ତା ଶ୍ରମିକ ମାନଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥାନକୁ ବସରେ ପଠାଯାଉଛି । ଯାଜପୁର, କେନ୍ଦ୍ରପଡା, ନୟାଗଡ, କେନ୍ଦୁଝର, ନୂଆପଡା , ଜିଲ୍ଲାକୁ ବସ ଯୋଗେ କେରଳ ଫେରନ୍ତାଙ୍କୁ ପଠାଯାଉଥିବା ବେଳେ । ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ରେଳବାଇ ଅଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

ଦେଶରେ କରୋନା କାୟା, ଦିନକରେ ୯୯ ମୃତ, ୨୫୬୪ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଲକଡାଉନ ଭଳି କଡ଼ା ପଦକ୍ଷେପ ପରେ ବି ଭାରତରେ ମହାମାରୀ କରୋନା ଥମୁନି । ଶନିବାର ଦେଶରେ ୨୫୬୪ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଗତକାଲି ୯୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଦେଶରେ ଗୋଟିଏ ଦିନରେ ସର୍ବାଧିକ । ଏଥିସହ କରୋନାରେ ଦେଶରେ ଏଯାଏଁ ୧୩୨୦ ଜଣଙ୍କ ମୃତ୍ୟୁ ହେଲାଣି ।
ଦେଶରେ ପ୍ରଥମ ପାଇଁ ଗୋଟିଏ ଦିନରେ ୨୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସଂଖ୍ୟା ୪୦ ହଜାର ଠାରୁ ମାତ୍ର ୨୧୧ ମାମଲା ଦୂରରେ ରହିଛି । ବର୍ତ୍ତମାନ ଯାଏଁ ୧୦ ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଶନିବାର ଦିଲ୍ଲୀରେ ୩୮୪ଟି ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରେ ୭୯୦ଟି ମାମଲା ଚିହ୍ନଟ ହୋଇଛି । ଗୁଜରାଟରେ ୩୩୩, ତାମିଲନାଡ଼ୁରେ ୨୩୧, ପଞ୍ଜାବ ୧୮୭, ଉତ୍ତରପ୍ରଦେଶ ୧୫୯, ପଶ୍ଚିମବଙ୍ଗ ୧୨୭, ରାଜସ୍ଥାନରେ ୧୦୬ ଜଣ ଗତକାଲି ଚିହ୍ନଟ ହୋଇଛନ୍ତି ।
୯୯ ଜଣ ଗତକାଲି ମୃତ୍ୟୁବରଣ କରିଥିବା ବେଳେ ଏଥିରେ ମହାରାଷ୍ଟରୁ ୩୬ ଜଣ ରହିଛନ୍ତି । କେବଳେ ମୁମ୍ବାଇରେ ଦିନକରେ ୨୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩, ଗୁଜରାଟ ୨୬, ପଶ୍ଚିମବଙ୍ଗ ୧୫, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୬ ଜଣ ଲେଖାଏଁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୩ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ୱର: ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ । ଝାରସୁଗୁଡ଼ାରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ୪୦ ବର୍ଷୀୟ ମହିଳା । ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ ।
ଭୁବନେଶ୍ୱର: ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ । ଝାରସୁଗୁଡ଼ାରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ୪୦ ବର୍ଷୀୟ ମହିଳା । ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ ।
ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ । ଆଜି ପ୍ରଥମ ଥର ପାଇଁ ଗଞ୍ଜାମରେ ୨ଟି କରୋନା ଚିହ୍ନଟ ହେବା ପରେ ପୁଣି ଥରେ ଝାରସୁଗୁଡ଼ାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିସାଇ ଝାରସୁଗୁଡ଼ାରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସଂକ୍ରମିତ ହେଉଛନ୍ତି ଜଣ ମହିଳା ତାଙ୍କର ବୟସ ହେଉଛି ୪୦ ବର୍ଷ । ମହିଳା ଜଣକ ପୂର୍ବ ସଂକ୍ରମିତଙ୍କ ସଂଶ୍ପର୍ଷ ଆସିଥିଲେ । ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାରେ ଏପ୍ରିଲ ୨୯ ତାରିଖରେ ଜଣେ ଚିହ୍ନଟ ହୋଇଥିଲେ ।
First Health Update, 3rd May
Two Positives of Ganjam
17 yr Male & 22 yr Male
(Surat returnees. Asymptomatic)One Positive Case in Jharsuguda
40 yr Female
Contact of previous positive caseContact tracing and follow-up action is being done.
Total Positive Case: 160— I & PR Department, Odisha (@IPR_Odisha) May 3, 2020
ସେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଥିଲା । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ ।

