spot_img
Home Blog Page 7006

ପଥର ଖଣିରେ ଜଗି ବସିଥିଲା ମୃତ୍ୟୁ, ମାଟି ଅତଡ଼ା ଖସି ଚାଲିଗଲା ୩ ଜୀବନ

ଗଞ୍ଜାମ: ମାଟି ଅତଡ଼ା ଖସି ଚାଲିଜଲା ୩ ଜଣଙ୍କର ଜୀବନ । କାମ କରୁଥିବା ବେଳେ ଖସିଥିଲା ମାଟି ଅତଡ଼ା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗାଁ ନିକଟ ପଥର ଖଣିରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ଶ୍ରମିକ ମାନେ ସବୁଦିନ ଭଳି ଆଜି ମଧ୍ୟ କାମକୁ ଯାଇଥିଲେ ।  କିନ୍ତୁ ଆଜି ବୋଧେ ତାଙ୍କର ଭାଗ୍ୟର ନିୟତିରେ କିଛି ଅଲଗା ଲେଖାଥିଲା । ପଥର ଖଣିରେ ଜଗି ବସିଥିଲା କାଳ ।  କାମ କଲା ବେଳେ କାଳ ତାର ଇଚ୍ଛାକୁ ପୁରଣ କରିଥିଲା । ଅପରାହ୍ନରେ ପଥର ଖଣିରେ କାମ କରୁଥିବା ସମୟରେ ହଠାତ୍‌ ଉପରୁ ମାଟି ଓ ପଥର ଅତଡ଼ା ଖସିଥିଲା । ଯେଉଁଥିରେ ୩ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

ପୁରୁଣା ଭିଡିଓ ଶେୟାର କରି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦ ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ନିଜ ଟ୍ୱିଟ୍‌ ଜରିଆରେ ପୁଣି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ରାହୁଲ ନିଜ ଟ୍ୱିଟ୍‌ ଜରିଆରେ କହିଛନ୍ତି ଯେ, ସେ ପୂର୍ବରୁ ସଂସଦରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିବାକୁ ଦାବି କରିଥିଲେ । କିନ୍ତୁ ତାଙ୍କ କଥାକୁ ଚାପି ଦିଆଯାଇଥିଲା । ଆଉ ତଥ୍ୟ ଦେବାକୁ ମନା କରାଯାଇଥିଲା । କାରଣ ସେଥିରେ ବିଜେପିର ଅନେକ ବନ୍ଧୁଙ୍କ ନାଁ ସାମିଲ ଥିଲା । ତେଣୁ ସରକାର ସେତେବେଳେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ ।

ଏବେ ଆର୍‌ବିଆଇ ପକ୍ଷରୁ ପ୍ରମୁଖ ବ୍ୟଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କାହିଁକି ସରକାର ସେତେବେଳେ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ । କାରଣ ତାଲିକାରେ ନୀରବ ମୋଦୀ, ମେହୁଲ ଚୋକସିଙ୍କ ସମେତ ଅନେକ ବିଜେପି ବନ୍ଧୁଙ୍କ ନାମ ରହିଛି ବୋଲି ରାହୁଲ କହିଛନ୍ତି ।

ସୂଚନାଥାଉକି, ଗତ ମାର୍ଚ୍ଚରେ ବଜେଟ୍ ଅଧିବେଶନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ବ୍ୟାଙ୍କିଂ ଠକେଇ ପ୍ରସଙ୍ଗ ଉଠାଇଥିଲେ । ସେ ଦେଶର ପ୍ରାୟ ୫୦ ପ୍ରମୁଖ ବ୍ୟାଙ୍କ ଖିଲାପକାରୀ କିଏ ବୋଲି ପ୍ରଶ୍ନ କରି ସରକାରଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ସେତେବେଳେ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା ।

ବାଲେଶ୍ୱରର ସୁପର୍ ସ୍ପ୍ରେଡର ପାଲଟିଛନ୍ତି ୬୧ ନମ୍ବର ରୋଗୀ,କେତେ ଜଣ ତାଙ୍କ ପାଇଁ ହୋଇଛନ୍ତି ସଂକ୍ରମିତ ?

ବାଲେଶ୍ୱର: ବାଲେଶ୍ୱରରେ ୧୬କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏହା ଭିତରେ ଏମିତି ଗୋଟିଏ ଖବର ଆସିିଛି ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।  ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଛନ୍ତି ଜଣେ ପେସେଣ୍ଟ  । ଏହି ଆକ୍ରାନ୍ତ ଜଣେ ଦି’ଜଣ ନୁହନ୍ତି ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି ।  ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଥିବା ଏହି  ଆକ୍ରାନ୍ତ ହେଉଛନ୍ତି ସଂକ୍ରମିତ ସଂଖ୍ୟା-୬୧ । ଆକ୍ରାନ୍ତ ଜଣଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ପେସେଣ୍ଟ ନଂ-୧୦୪, ୧୦୫, ୧୦୬  ଏବଂ ୧୦୭ । ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଥିଲେ  ୭୫,୭୬,୭୭,୭୮, ୭୯, ୮୮ ଓ ୮୯  ନମ୍ବର ଆକ୍ରାନ୍ତ । ତଥ୍ୟକୁ ମିଶାଇଲେ ମୋଟ ୧୧ ଜଣଙ୍କ ସଂପର୍କରେ ଆସିଛନ୍ତି ଆକ୍ରାନ୍ତ ଜଣଙ୍କ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଟ୍ରାଭେଲ ହିଷ୍ଟ୍ରିରେ ଆସିଛି ଏଭଳି ତଥ୍ୟ । ନେଳିଆବାଗର ୧୦୪, ୧୦୫, ୧୦୬,୧୦୭ ନମ୍ବର ଆକ୍ରାନ୍ତ ଜଣଙ୍କ ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ୨୨ ମାର୍ଚ୍ଚରୁ ୧୮ ଏପ୍ରିଲ ଯାଏ କ୍ୱାରେଣ୍ଟାଇନରେ ଥିଲେ । ପରେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ଯାଏଁ କଣ୍ଟେନମେଣ୍ଟ ଜୋନ ସମୟରେ ଘରେ ରହିଥିଲେ ।  ୨୬ ଏପ୍ରିଲରେ ତାଙ୍କ ରିପୋର୍ଟର ପଜିଟିଭ ଆସିଥିଲା ।  ଅନ୍ୟପଟେ ପେସେଣ୍ଟ ନମ୍ବର-୭୯ଙ୍କ ସଂପର୍କରେ ଆସିଛନ୍ତି ପେସେଣ୍ଟ ନମ୍ବର-୧୦୮ । ସେ ମଧ୍ୟ ହୋମ କ୍ୱାରେଣ୍ଟାଇନ ଓ କଣ୍ଟେନମେଣ୍ଟ ଜୋନ ବେଳେ ଘରେ ରହିଥିଲେ । ପରେ ୨୬ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ସମସ୍ତଙ୍କୁ ୨୭ ଏପ୍ରିଲରେ କଟକ ଅଶ୍ୱିନୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସିପି କ’ଣ ପାଇଁ କହିଲେ, ସବ୍‌କା ଟାଇମ୍‌ ଆଏଗା ?

ଭୁବନେଶ୍ୱର: ସାରା ବିଶ୍ୱ ସମେତ ଦେଶ ତଥା ଆମ ରାଜ୍ୟ ମଧ୍ୟ ଏବେ ଲକ୍‌ ଡାଉନ୍ ସ୍ଥିତି‌ ଦେଇ ଗତି କରୁଛି । ଲକ୍‌ ଡାଉନ୍‌ ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ଲୋକଙ୍କୁ ଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଜରିଆରେ ମଧ୍ୟ ସଚେତନ କରାଯାଉଛି ।

ତେବେ ଏହାରି ମଧ୍ୟରେ ଟ୍ୱିନ୍‌ସିଟ୍‌ ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ମଧ୍ୟ ଏକ ନିଆରା ଢ଼ଙ୍ଗରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ଷଢ଼ଙ୍ଗୀ ନିଜ ଟ୍ୱିଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଆଉ ଏଭଳି ସ୍ଥିତିରେ ମଧ୍ୟ ସେ ନିଜ ଟ୍ୱିଟ୍‌ ଯୋଗେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଉ ଲୋକଙ୍କୁ ସଚେତନ କରିଛନ୍ତି ।

ସେ ନିଜ ଟ୍ୱିଟ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଇଂରାଜୀରେ ଲେଖାଯାଇଛି ‘ସବ୍‌କା ଟାଇମ୍‌ ଆଏଗା’ । ଏହା ଦ୍ୱାରା ସେ କହିଛନ୍ତି ଯେ, ଲୋକମାନେ ଆଜି ଯଦି ଘରେ ରହିବେ ତେବେ ସୁରକ୍ଷିତ ରହିବେ । ଘରେ ରହିଲେ ସେମାନଙ୍କ ଜୀବନ ପ୍ରତି ବିପଦ ନାହିଁ ବୋଲି ସେ କହିବାକୁ ଚାହିଁଛନ୍ତି ।

https://twitter.com/SarangiSudhansu/status/1255112584333684736

କରୋନା ବିରୋଧୀ ଯୁଦ୍ଧ: ଓଡ଼ିଶାରେ ହସ୍ପିଟାଲରେ ରୋବର୍ଟ ଯୋଗାଇବ ଆବଶ୍ୟକୀୟ ସାମଗ୍ରୀ !

କଟକ: କରୋନାକୁ ନେଇ ସମସ୍ତେ ଚିନ୍ତାରେ  । କେମିତି ଏହି ରୋଗକୁ ମାତ୍ ଦିଆଯିବ ସେନେଇ ଚାଲିଛି ପ୍ରୟାସ । ଏବଂ ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲକଡାଉନର ସାହାରା ମଧ୍ୟ ନେଇଛନ୍ତି ।

 ଭାରତ କରୋନାକୁ  ଯଦିଓ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଛି  । ତଥାପି ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖାଦେଇଛି । ତେବେ ଏହି ପରିସ୍ଥିତିରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଉଛି ।

ଏହାକୁ ନଜରରେ ରଖି କଟକରେ ତିଆରି ହୋଇଛି ରୋବର୍ଟ । ରୋବର୍ଟ ହସ୍ପିଟାଲରେ ଥିବା ରୋଗୀଙ୍କ ପାଖକୁ ଯାଇ ସେମାନଙ୍କୁ ଦରକାରୀ ଜିନିଷ ଯୋଗାଇବାକୁ ସହାୟକ ହେବ । ତେବେ କଟକର ଖପୁରିଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ତିଆରି କରାଯାଇଛି ୨ଟି ରୋବର୍ଟ ।

ଏହି ୨ଟି ରୋବର୍ଟ କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ସହଯୋଗ କରିବେ । ପ୍ରତିଷ୍ଠାନର ୫ଜଣ ଶିକ୍ଷକ ଓ ସାକ୍ ବୟୋଟିକ ଲାଵର ଇଂଜିନିୟର ୧୫ଦିନରେ ଏହି ରୋବର୍ଟ ତିଆରି କରି ଦେଖାଇଛନ୍ତି । ଆହୁରି ୨ଟି ରୋବର୍ଟ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଚିମ୍ ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି ମସ୍ତି, ଭିଡିଓ ହେଲା ଭାଇରାଲ

ସାଲେପୁର: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମଜା ମଜଲିସ୍‌ । ଏ ଦୃଶ୍ୟ ଦେଖିଲେ ଆପଣ ଜାଣିଯିବେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କଣ ଚାଲିଛି । ଅବଶ୍ୟ ସବୁଠି ନୁହେଁ । କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସନ୍ଦିଗ୍‌ଧ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବାର ବ୍ୟବସ୍ଥା କରାଯାଇଛି । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କିଛି ନିୟମ ସହ ଲୋକମାନେ ଯେମିତି ସମସ୍ୟାରେ ନପଡ଼ନ୍ତି, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥା କରିବାକୁ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କୁ ଦିଆଯାଇଛି ଦାୟିତ୍ୱ । ଆଉ ଏହାର ଫାଇଦା ଉଠାଉଛନ୍ତି ସରପଞ୍ଚଙ୍କ ସଂପର୍କୀୟ ଓ ସାଙ୍ଗସାଥୀ ।

https://www.facebook.com/NandighoshaTV/videos/658695998258025/

ଏ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମହଣ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ର ଦୃଶ୍ୟ । ଅନ୍ୟ ନିୟମ ତ ଦୂରର କଥା, ସାମାଜିକ ଦୂରତା ରକ୍ଷା କଥା କିଏ ମାନୁଛି ? ୪-୫ ଜଣ ବ୍ୟକ୍ତି ବେଡ୍‌ ଉପରେ ଶୋଇ ମଉଜ କରୁଛନ୍ତି । ଏ ଲୋକମାନଙ୍କ ମଧ୍ୟରେ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସ୍ୱାମୀ ଓ ଜଣେ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଅଛନ୍ତି । ଏ ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି । ଭିଡିଓ ଭାଇରାଲ୍‌ ପରେ ସଂପୃକ୍ତ ଲୋକମାନେ ଜ୍ୟୋତିରଞ୍ଜନ ମିଶ୍ର ନାମକ ଜଣେ ଯୁବକଙ୍କୁ ଧମକ ଦେଇଛନ୍ତି । ଏନେଇ ଜ୍ୟୋତିରଞ୍ଜନ ଥାନାରେ ଏତଲା ଦେଇଛନ୍ତି । ଘଟଣାକୁ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତି ଅନ୍ୟରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ଘଟଣାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଶୁଣନ୍ତୁ, କଣ କହୁଛନ୍ତି ସଂପୃକ୍ତ ଯୁବକ ଜ୍ୟୋତିରଞ୍ଜନ ମିଶ୍ର ଓ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତି ।

ଲକଡାଉନ : ମିଳିଲାନି ମହାପ୍ରୟାଣ ଗାଡି, ଝିଅ ଶବକୁ ବାଇକରେ ନେଇ ଘରକୁ ଫେରିଲେ ବାପା

ଭଦ୍ରକ: ଦୁନିଆକୁ ଭଲରେ ଦେଖିନି ସେ ।  ଦୁନିଆକୁ ବୁଝିବା ଆଗରୁ ଆଖି ବୁଜି ଦେଲା ସେ । ଆଉ ୬ ମାସ ପାଇଁ ବାପା ମାଆ ହୋଇଥିବା ଦୁଇ ମଣିଷକୁ ଛାଡ଼ି ଚାଲି ଯାଇଛି ଅନେକ ଦୂର । ଆଉ ତାର ଶେଷ ଯାତ୍ରାକୁ ଦେଖିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ । ଆମେ କହୁଛୁ ବାସୁଦେବପୁର ଗାଁର ସେଇ ଦମ୍ପତ୍ତିଙ୍କ ୬ମାସର ଶିଶୁକନ୍ୟାଙ୍କ ବିଷୟରେ । ଜିଏ କି ଦୁନିଆକୁ ଭଲରେ ଦେଖିବା ଆଗରୁ ପ୍ରାଣ ହରାଇଛି । ଏବଂ ତାର ସେଇ ଶେଷ ଯାତ୍ରାରେ ବାପାଙ୍କ ବାଇକ୍ ହିଁ ସାହାରା ହୋଇଛି । ମହାପ୍ରୟାଣ ଗାଡ଼ି ନ ଆସିବାରୁ ବାଇକରେ ଯାଇଛି ଝିଅର ଶବ ।

ସୂଚନା ଅନୁସାରେ, ଭଦ୍ରକର ବାସୁଦେବପୁର ବ୍ଲକ ସୁଗୋ ଗାଁରେ ଦିନ ମଜୁରିଆ ଭାବେ କାମ କରନ୍ତି ଅଭିମନ୍ୟୁ ଜେନା । ତାଙ୍କର ୬ମାସର ଶିଶୁକନ୍ୟା ଦେହ ଅସୁସ୍ଥ ଥିବାରୁ ତାକୁ ଭଦ୍ରକର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଅଭିମନ୍ୟୁ । ଏବଂ ଭଦ୍ରକ ମେଡ଼ିକାଲରେ ପହଞ୍ଚିବାର କିଛି ସମୟ ମଧ୍ୟରେ ହିଁ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିଲା । ଲକଡାଉନ କାରଣରୁ ସବୁ ଗାଡ଼ିର ଜାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଝିଅର ଶବକୁ ଘରକୁ ନେବାକୁ କୌଣସି ସୁବିଧା ନଥିବାରୁ ମହାପ୍ରୟାଣ ଗାଡ଼ିରେ ଝିଅର ଶବକୁ ନେବାକୁ ଗାଡିକୁ ଫୋନ କରିଥିଲେ । କିନ୍ତୁ ଗାଡ଼ି ନଆସିବାରୁ ବାଇକରେ ଝିଅର ଶବକୁ ୨୦କିଲୋମିଟର ଦୂର ନିଜ ଗାଁକୁ ନେଇଥିଲେ ଅଭିମନ୍ୟୁ । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କରୋନା ବିରୋଧୀ ଲଢେଇରେ ଟଙ୍କାର ଅଭାବ ବାଧା ସାଜିବନି

ଭୁବନେଶ୍ୱର: କରୋନା ବିରୋଧୀ ଯୁଦ୍ଧରେ ରାଜ୍ୟ ସରକାରଙ୍କ ନୀତି ହେଉଛି ଲୋକ ପ୍ରଥମେ, ଟଙ୍କା ପଛ । ଏହି ନୀତିକୁ ନେଇ ଓଡ଼ିଶା ସରକାର କରୋନା ବିରୋଧୀ ଯୁଦ୍ଧ ଲଢୁଛନ୍ତି । ବିଦେଶରୁ ଟେଷ୍ଟିଂ କିଟ୍ ମଗାଇବା ହେଉ କିମ୍ବା ଇଂଜିନିୟରଙ୍କୁ ଓଡ଼ିଶା ଆଣିବାରେ ରାଜ୍ୟ ବିମାନର ବ୍ୟବହାର ହେଉ । ରାଜ୍ୟ ହିତ ପାଇଁ ଯାହା ଜରୁରୀ ସେଥିପାଇଁ ଓଡ଼ିଶା ସରକାର ଅର୍ଥ ବ୍ୟୟ କରିବାରେ ପଛଘୁଂଚା ଦେଉନାହାନ୍ତି ବୋଲି ଆଜି ରାଜ୍ୟ ସରକାରଙ୍କ ପ୍ରେସମିଟରେ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଆଜି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ହେମନ୍ତ ଶର୍ମା ରାଜ୍ୟ ସରକାରଙ୍କ ବିଭିନ୍ନ ଅପରେସନର କଥା କହିଛନ୍ତି । କେମିତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ କଳ ପ୍ରୋଆକ୍ଟିଭ୍ ଭାବେ କରୋନା ଯୁଦ୍ଧ ଲଢୁଛି ସେକଥା ହେମନ୍ତ ଶର୍ମା କହିଥିଲେ ।

ଅନେକ ବାଧା ବିଘ୍ନ ସତ୍ତ୍ୱେ ଚାଇନା, ସିଙ୍ଗାପୁର, ୟୁକେ ଭଳି ଦେଶରୁ ମଗାଯାଉଛି ମେଡିକାଲ ଇକ୍ୟୁପ୍‌ମେଣ୍ଟ ବା ଟେଷ୍ଟିଂ କିଟ୍‌ । ସାରା ବିଶ୍ୱର ଏବେ ମେଡିକାଲ ଉପକରଣର ଅଭାବ ରହିଥିଲେ ମଧ୍ୟ ଓଡ଼ିଶା ସରକାର ଦିନରାତି ଚେଷ୍ଟା ଚଳାଇଛନ୍ତି କଭଳି ଅଧିକରୁ ଅଧିକ ମେଡିକାଲ କିଟ୍‌ ଅଣାଯିବ ଓ ଲୋକଙ୍କୁ କରୋନା ଦାଉରୁ ରକ୍ଷା କରାଯିବ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହିଁ ଏବେ ସମ୍ପୂର୍ଣ୍ଣ ସକ୍ରିୟ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା

କରୋନା ସହ ଯ଼ୁଦ୍ଧ ପାଇଁ ସବୁ ପ୍ରକାର ବଳ ଆବଶ୍ୟକ । ଧନବଳ, ଜନବଳ, ସାମଗ୍ରୀବଳ ସହ ଜ୍ଞାନ କୌଶଳ ମଧ୍ୟ ଲୋଡା ରହିଛି । ବିଶ୍ୱର ଅନେକ ବଡ଼ ବଡ଼ ଦେଶମାନେ ଏହି ସବୁ ଦିଗରେ ଆଗରେ ରହିଥିଲେ ମଧ୍ୟ ଆଜି ସେମାନେ ନିରାଶ । ହେଲେ ଓଡ଼ିଶା ସରକାର ନିଜର ସମସ୍ତ କଳ ବଳ କୌଶଳ ଲଗାଇଛନ୍ତି କରୋନା ଯୁଦ୍ଧରେ ଜିତିବା ପାଇଁ ବୋଲି କହିଛନ୍ତି ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

ସ୍ୱାସ୍ଥ୍ୟ ବିଭାଗ ପାଇଁ ବଜେଟ୍‌ ଅସୀମିତ

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବର୍ଷକର ବଜେଟ ହେଉଛି ୬୩୦ କୋଟି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ଯୋଗୁଁ ସ୍ୱସ୍ଥ୍ୟ ବିଭାଗର ବଜେଟକୁ ଅସୀମତ କରିଦେଇଛନ୍ତି ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

ଓଡ଼ିଶା ଆସିବ ୩ କୋବାସ ମେସିନ୍‌

କରୋନା ପାଇଁ ଓଡ଼ିଶାକୁ ଅଧିକ କୋବାସ ମେସିନ ଅଣାଯିବ । ଏହି ମେସିନ୍‌ ବ୍ୟୟବହୂଳ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ତଥାପି ଓଡ଼ିଶାକୁ ଅଧିକ କୋବାସ ମେସିନ୍‌ ଆଣିବାକୁ ଯୋଜନା ଚାଲିଛି । ପ୍ରଥମେ ୩ ମେଡିକାଲ କଲେଜରେ ଏହି ମେସିନ ସ୍ଥାପନ ହେବାକୁ ଯୋଜନା ରହିଛି । କୋରାପୁଟ, ବଲାଙ୍ଗିର ଓ ବାଲେଶ୍ୱରରେ ସ୍ଥାପିତ ହେବ କୋବାସ ମେସିନ୍ । ଏବେ ରାଜ୍ୟରେ ଗୋଟିଏ କୋବାସ ମେସିନ୍‌ ରହିଛି ।

ନବୀନଙ୍କ ମୋଦିଙ୍କୁ ଫୋନ୍ ପରେ ରାତିରେ ଖୋଲିଥିଲା ବିମାନ ବନ୍ଦର

ଜରୁରୀକାଳିନ ପରିସ୍ଥିତି ପାଇଁ ଖୋଲାଯାଇଥିଲା ନାସିକ୍‌ ବିମାନ ବନ୍ଦର । ଲକ୍‌ଡାଉନ୍‌ ଯୋଗୁ ବିମାନ ଚଳାଚଳ ଉପରେ ଲାଗଥିଲା ରୋକ । କିନ୍ତୁ ମେଡିକାଲ କିଟ୍ ଓଡିଶାରେ ପହଂଚିବା ଜରୁରି ଥିଲା । ଏମିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ କରିଥିଲେ । ଏହାପରେ ରାତିରେ ଖୋଲିଥିଲା ବିମାନ ବନ୍ଦର । ମେଡିକାଲ କିଟ୍ ନେଇ ଓଡିଶା ଆସିଥିଲା ବିମାନ । ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ ସଚିବ ହେମନ୍ତ ଶର୍ମା

ରାସନ କାର୍ଡ ନଥିଲେ ବି ମିଳିବ ରାସନ୍‌

ମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯେ, ରାଜ୍ୟରେ ରାସନକାର୍ଡ ନଥିଲେ ମଧ୍ୟ ଲୋକଙ୍କୁ ରାସନ ଦିଆଯିବ । କୌଣସି ଶ୍ରମିକ ଯେଭଳି ଭୋକିଲା ନରୁହେ ସେଥିପାଇଁ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବାହାରୁ ଓଡ଼ିଶା ଫେରୁଥିବା ସମସ୍ତ ଶ୍ରମିକ ବା ଲୋକ ନିଜର ନାଁ ପଞ୍ଜିକୃତ କରିବା ବାଧ୍ୟତାମୂଳକ । ସେମାନେ ଓଡ଼ିଶା ଆସି ପ୍ରଥମେ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରହିବେ । ଆଉ ସରକାର ସେମାନଙ୍କ ଖାଦ୍ୟ ପାନୀୟର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୦ ଲକ୍ଷ ଲୋକଙ୍କୁ କାମ

ପୂବର୍ରୁ ମନରେଗା ଯୋଜନାରେ ରାଜ୍ୟରେ ଦିନକୁ ୫ ଲକ୍ଷ ଲୋକଙ୍କୁ କାମ ଦିଆଯାଉଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନକୁ ୧୦ ଲକ୍ଷ ଲୋକଙ୍କୁ କାମ ଦିଆଯିବ । ଅନ୍ୟପଟେ ଖୁବ୍‌ ଶୀଘ୍ର ଦିନକୁ ୧୫ ହଜାର ରକ୍ତ ନମୁନା ପରୀକ୍ଷା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମୁଖପାତ୍ର ଶ୍ରୀ ବାଗ୍‌ଚୀ ।

https://www.facebook.com/NandighoshaTV/videos/259770372083848/

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରୁଛି କରୋନା ସଂକ୍ରମଣ । ଏଇ କିଛି ଦିନ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ରୂପ ନେଇଛି । ଫେରନ୍ତାଙ୍କ ଚିନ୍ତାରେ ପଢ଼ିଛି ସାରା ରାଜ୍ୟ । ପ୍ରତି ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କାରଣ ପଜିଟିଭ ଫେରନ୍ତାଙ୍କ ପାଇଁ ରାଜ୍ୟରେ ବଡ଼ିଛି କରୋନା ସଂକ୍ରମଣ । କିନ୍ତୁ ଏହାରି ଭିତରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ।

ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ  ଡିସଚାର୍ଜ କରାଯାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୮ ଜଣ ସୁସ୍ଥ ହୋଇଥିବାବେଳେ ୧୧୮ ଜଣ ସଂକ୍ରମିତ ହୋଇଛନ୍ତି ।

ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

 

ଆମେରିକା ଆକାଶରେ ଉଡନ୍ତା ଥଳିଆ, ପେଣ୍ଟାଗନ୍ ଜାରିକଲା ୩ଟି ଭିଡ଼ିଓ

ୱାସିଂଟନ: ଆମେରିକାର ପେଣ୍ଟାଗନରେ ଆନୁଷ୍ଠାନିକ ଭାବରେ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁଥିରେ ଆକାଶରେ ଏକ ଅଜ୍ଞାତ ୟୁଏଫଓ ଦେଖା ଯାଇଛି । ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇପଡ଼ିଛି । ଏହିଭଳି ୩ଟି ଭିଡ଼ିଓ ଆମେରିକାର ନୌସେନାର ପାଇଲଟଙ୍କ ଦ୍ୱାରା ଜାରି କରାଯାଇଛି । ଯେଉଁଥିରେ ଆକାଶରେ ଏକ ଅଜ୍ଞାତ ବିମାନ ଉଡ଼ୁଥିବାର ଦେଖାଯାଇଛି।

  ଯେଉଁ ଭିଡିଓ ଗୁଡିକ ଜାରି କରାଯାଇଛି ତାହାକୁ ୨୦୦୪ ଏବଂ ୨୦୧୫ରେ ଆକାଶରେ ଫ୍ଲାଇଟ ଉଡାଇବାର ଟ୍ରେନିଂ  ସମୟର ପାଇଲଟମାନେ  ସେନ୍ସର ଟେକ୍ନୋଲୋଜି ମାଧ୍ୟମରେ ଆକାଶରେ କଏଦ କରିଥିଲେ । ପରେ ଏହାକୁ ଆମେରିକାର ନୌସେନା ଦ୍ୱାରା ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା ।

ଏହିମଧ୍ୟରୁ ଦୁଇଟି ଭିଡିଓ କ୍ଲିପକୁ ପ୍ରଥମ ଥର ପାଇଁ ୨୦୧୭ରେ ନ୍ୟୁୟର୍କ ଟାଇମ୍ସରେ ଏବଂ ତୃତୀୟ କ୍ଲିପ୍ ୨୦୧୮ରେ ଷ୍ଟାର୍ସ ଏକାଡେମୀରେ ସ୍ଥାନ ମିଳିପାରିଥିଲା । ପ୍ରତିରକ୍ଷା ବିଭାଗ ଏହି ତିନୋଟି ଅଜ୍ଞାତ ଭିଡିଓକୁ ଜାରି କରିବାକୁ ନୌସେନାକୁ ଅନୁମତି ଦେଇଥିଲା।  ପ୍ରତିରକ୍ଷା ବିଭାଗର ମୁଖପାତ୍ର ସୁଶାନ ଗଫ୍ କହିଛନ୍ତି ଯେ, ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ ନଭେମ୍ବର ୨୦୦୪ରେ ନିଆଯାଇଥିବାବେଳେ ଦୁଇଟି ଜାନୁଆରୀ ୨୦୧୫ରେ କଏଦ ହୋଇଛି । ଏହି ଭିଡିଓ ୨୦୦୭ ରୁ ୨୦୧୭ ମଧ୍ୟରେ ଲୋକଙ୍କ ପାଖରେ ଅନଅଧିକୃତ ଭାବରେ ଉପଲବ୍ଧ ଥିଲା ।

ଭିଡିଓ ବିଷୟରେ ସୋମବାର ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଭିଡ଼ିଓଗୁଡ଼ିକୁ ‘ଗଭୀର ସମୀକ୍ଷା’ ପରେ ଜାରି କରାଯାଇଛି । ଏହାପୂର୍ବରୁ ଅନୁସନ୍ଧାନରେ ନିଷ୍ପତ୍ତି ନିଆଯାଇଛି ଯେ ଏହି ଅଜ୍ଞାତ ଭିଡିଓରୁ କୌଣସି ପ୍ରକାରର ସମ୍ବେଦନଶୀଳ ସୂଚନା କିମ୍ବା ପ୍ରଯୁକ୍ତିବିଦ୍ୟା ସୂଚନା ନିଆଯାଇ ନାହିଁ ।