spot_img
Home Blog Page 7060

ଆନ୍ଧ୍ରପ୍ରଦେଶରୁ ଖରାପ ଖବର : ୪୦ପିଲା ହେଲେ କରୋନା ପଜିଟିଭ୍

ହାଇଦ୍ରାବାଦ: ତାଣ୍ଡବ ରଚି ଚାଲିଛି କରୋନା । ଦିନ ବିତିବା ସହ ବଢୁଛି କରୋନର ପ୍ରକୋପ । ପ୍ରଥମେ କେବଳ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବା ବେଳେ ଏବେ ପିଲାମାନେ ମଧ୍ୟ ସଂକ୍ରମିତ ହେବାର ଘଟଣା ସାମ୍ନାକୁ ଆସିଛି । ଏବେ ୩ରୁ ୧୭ ବର୍ଷ ମଧ୍ୟରେ ୪୦ ଜଣ ପିଲା କୋରନା ସଂକ୍ରମିତ ହୋଇଛନ୍ତି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ଏଠାରେ ପ୍ରାୟ ୪୦ଜଣ ପିଲାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛନ୍ତି । ସେଠାରେ ଏପ୍ରିଲ୍ ୧୫ ସୁଦ୍ଧା ଉକ୍ତ ରାଜ୍ୟର ବିଭିନ୍ନ COVID-19 କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୪୭୫ ସକ୍ରିୟ ମାମଲା ମଧ୍ୟରେ ଏହି ପିଲାମାନେ ରହିଛନ୍ତି ।

ତେବେ ପିଲାମାନଙ୍କଠାରେ ଏହି କୋରନା ପଜିଟିଭ୍ ଆସିବାର ମୁଖ୍ୟ କାରଣ ହେଉଛି ନିଜାମୁଦ୍ଦିନରେ ତବଲିଗି ଜାମାତ ଲିଙ୍କ୍ । ସୂଚନା ଅନୁସାରେ ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜାମାତ ବୈଠକରେ ଯୋଗ ଦେଇଥିବା ପରିବାର ସଦସ୍ୟଙ୍କଠାରୁ ସମସ୍ତ ଶିଶୁଙ୍କୁ ଭୂତାଣୁ ସଂକ୍ରମିତ ହୋଇଛି । ଜଣେ  ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଜମାତରୁ ଫେରିଥିବା ଲୋକମାନେ ଜାଣି ନଥିଲେ ଯେ ସେମାନେ ସଂକ୍ରମିତ ତେଣୁ ତାଙ୍କ ଅଜାଣତରେ ସେମାନେ ତାଙ୍କ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରେ ଅନେକ ପିଲା ଅଛନ୍ତି ।

କେବଳ ସେତିକି ନୁହେଁ ଅନ୍ୟ ୧୨୪ ରୋଗୀ ହେଉଛନ୍ତି ମହିଳ । “କେତେକ କ୍ଷେତ୍ରରେ ପରିବାରର ସମସ୍ତ ସଂକ୍ରମିତ ମହିଳା ସଦସ୍ୟ, ସଂକ୍ରମିତ ବ୍ୟକ୍ତିଙ୍କ ସ୍ତ୍ରୀ, ଝିଅ ନହେଲେ ଭଉଣୀ”ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ 5-ଟି ସଚିବଙ୍କ ଅପିଲ: ସାଧାରଣ ଲୋକଙ୍କ ପାଖରେ ପହଞ୍ଚ, ଅଭାବୀ ଲୋକଙ୍କୁ ସାହାଯ୍ୟ କର , ସେୟାର କଲେ ଏକ ହୃଦୟସ୍ପର୍ଶୀ ଭିଡ଼ିଓ

ଭୁବନେଶ୍ୱର: କରୋନା ଯୋଗୁଁ ଦେଶରେ ଲକଡାଉନ୍ ଲଗୁରହିଛି ।  ଲୋକଙ୍କ ଜୀବନ ବଂଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନର ସାହରା ନେଇଛନ୍ତି । କିନ୍ତୁ ଏହାଯୋଗୁ ସାଧାରଣ ଲୋକଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଅସହାୟ,ନିରାଶ୍ରୟ ଓ ଅଭାବୀ ଲୋକଙ୍କୁ ଏହି ସମୟରେ ସାହାଯ୍ୟ କରିବାକୁ ଫାଇଭ୍ ଟି ସଚିବ  ଭି.କେ ପାଣ୍ଡିଆନ୍ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଜନସେବାର ଏହାହିଁ ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି ।

ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ସେବା ଓ ମାନବିକତାର ସଂକଳ୍ପ କରାଇ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ କହିଛନ୍ତି ଯେ,  ‘‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନଠାରୁ ଭଲ ସମୟ ଆଉ ନାହିଁ  । ତେଣୁ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହା ଉତ୍କୃଷ୍ଟ ସମୟ  । ନିଜର ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ହିଁ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ୍‌ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ ’’

https://www.facebook.com/nandighoshatv/videos/249990089383595/

ଏହାସହ ସେ ଏକ ନ୍ୟୁୟର୍କର ରୁଟି ଚୋରି ଘଟଣା ଉପରେ ପର୍ଯ୍ୟବେସିତ ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି । ଭାରତର  ଜିଲ୍ଲାପାଳ ସିଷ୍ଟମ ଭଳି ସାରା ବିଶ୍ୱରେ ବହୁତ୍‌ କମ୍‌ ଅନୁଷ୍ଠାନ ଅଛି । ଏହି ଶକ୍ତିଶାଳୀ ତଥା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଭି.କେ ପାଣ୍ଡିଆନ୍, 5 ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଜିଲ୍ଲାପାଳଙ୍କୁ ଅଭାବୀ ଲୋକଙ୍କ ସେବା ପାଇଁ ଉତ୍ସର୍ଗ କରିବାକୁ ନିବେଦନ କରିଛନ୍ତି।

ଦେଶରେ ବଢୁଛି କରୋନା କାୟା…୧୨ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୪ଶହରୁ ଅଧିକ ମୃତ୍ୟୁ…ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ… ୪ ରାଜ୍ୟରେ ହଜାରେ ଉପରେ ଆକ୍ରାନ୍ତ

ଦେଶରେ ବଢୁଛି କରୋନା କାୟା…୧୨ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୪ଶହରୁ ଅଧିକ ମୃତ୍ୟୁ…ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ…୪ ରାଜ୍ୟରେ ହଜାରେ ଉପରେ ଆକ୍ରାନ୍ତ

ଦେଶରେ ୧୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…୨୪ ଘଣ୍ଟା ମଧ୍ୟରେ ୧୧ଶହରୁ ଅଧିକ ନୂଆ ମାମଲା

ଦେଶରେ ଥମୁନି କରୋନା ସଙ୍କଟ । ବିଶ୍ୱବ୍ୟାପି କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଥିଲେ । ଯାହା ସମଗ୍ର ଜନସାଧାରଣ ପାଇଁ ଏକ ଭଲ ନିଷ୍ପତ୍ତି । କାରଣ କରୋନାକୁ ହରେଇବାକୁ ହେଲେ ଲୋକଙ୍କୁ ଏଭଳି କିଛି ପଦକ୍ଷେପ ଆପଣେଇବା ଜରୁରୀ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ଶହରୁ ଅଧିକ ନୂଆ ମାମଲା ଆସିଥିବା ବେଳେ ୩୯ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪ଶହ ଡେଇଁଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ରହିଛି। ୨୯ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୟଙ୍କର ଭାଇରସ ୧୮୦ରୁ ଅଧିକ ଜୀବନ ନେଇଛି। ଦିଲ୍ଲୀରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ୧୫ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଡେଇଁଛି। ସେହିପରି ତାମିଲନାଡୁ ଓ ରାଜସ୍ଥାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି।

ରିପୋର୍ଟ ଅନୁସାରେ ଭାରତରେ ୪୦୦ଟି  ଜିଲ୍ଲା କରୋନା ମୁକ୍ତ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଟକଣା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ର।ଳୟ । ଲକ୍‌ଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିବା ବେଳେ ଏହି ସମୟ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି । ଏପଟେ ଦେଶରେ ୧୨ ହଜାର ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୪୪ ଜଣ ସମ୍ପୂର୍ଣ୍ଣ ଭାଇରସ ମୁକ୍ତ ହୋଇଛନ୍ତି । ସେପଟେ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ନୂଆ ନୂଆ ରଣନୀତି ଆପଣେଇଛନ୍ତି ।

କଣ୍ଟେନମେଣ୍ଟ ଜୋନ୍‌ ଓ ହଟସ୍ପଟ ଏରିଆ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି । ବିଭିନ୍ନ ରାଜ୍ୟର ସମସ୍ତ ଜିଲ୍ଲାକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ହଟସ୍ପଟ ଜିଲ୍ଲା ଉପରେ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି ସରକାର । ଏ ପର୍ଯନ୍ତ ଦେଶରେ ୧୭୦ଟି ହଟସ୍ପଟ ଜିଲ୍ଲା ଚିହ୍ନଟ ହୋଇଛି । ଅପରପକ୍ଷରେ ୨୦୭ଟି ଜିଲ୍ଲାକୁ ନନ୍‌-ହଟସ୍ପଟ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨ହଜାର ୬ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତାପଛକୁ ରହିଛି ଦିଲ୍ଲୀ । ସେଠାରେ ୧୬୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁ ଓ ରାଜସ୍ଥାନରେ ହଜାରେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ବିଶ୍ୱସ୍ତରରେ ୨୦ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୨୮ ହଜାର ଟପିଛି ମୃତ୍ୟୁ ସଂଖ୍ୟା । କେବଳ ଆମେରିକାରେ ୬ ଳକ୍ଷ ୧୪ ହଜାର ଟପିଛି ପଜିଟିଭ୍‌ କେଶ୍‌ । ସ୍ପେନ, ଜର୍ମାନୀ, ଜାପାନ, ଇଟାଲୀରେ ମଧ୍ୟ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଲକ୍‌ଡାଉନ୍‌ କରିଛି କରୋନାକୁ ବନ୍ଦୀ…ଓଡ଼ିଶାରେ ସଂକ୍ରମଣ ହାର ମାତ୍ର ୧.୦୮ ପ୍ରତିଶତ…ହେଲେ ଭୁବନେଶ୍ୱରର ବମିଖାଲ୍‌ ପାଲଟିଛି ହଟସ୍ପଟ୍‌….୬ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ବ…ଅସ୍ତ୍ର ପାଲଟିଛି କଣ୍ଟେନ୍‌ମେଣ୍ଟ ଷ୍ଟ୍ର।ଟେଜି

ଲକ୍‌ଡାଉନ୍‌ କରିଛି କରୋନାକୁ ବନ୍ଦୀ…ଓଡ଼ିଶାରେ ସଂକ୍ରମଣ ହାର ମାତ୍ର ୧.୦୮ ପ୍ରତିଶତ…ହେଲେ ଭୁବନେଶ୍ୱରର ବମିଖାଲ୍‌ ପାଲଟିଛି ହଟସ୍ପଟ୍‌….୬ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ବ…ଅସ୍ତ୍ର ପାଲଟିଛି କଣ୍ଟେନ୍‌ମେଣ୍ଟ ଷ୍ଟ୍ର।ଟେଜି….

ଚାକିରୀରେ ସମସ୍ୟା ହେବ…ସବୁ ଆଶା ପୂରଣ ହେବାର ଯୋଗ ରହିଛି

ଆଜିର ପଞ୍ଚାଙ୍ଗ

ଏପ୍ରିଲ୍‌ ୧୬ ତାରିଖ, ୨୦୨୦ ମସିହା,ଗୁରୁବାର, ମେଷ ୪ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ, କୃଷ୍ଣପକ୍ଷ, ନବମୀ ତିଥି,ଶ୍ରବଣା ନକ୍ଷତ୍ର

ମକର ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ରହିବେ ପୂର୍ବ ଦିଗରେ, ତେଣୁ ପୂର୍ବ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ସିଂହ ରାଶି ପୁରୁଷ

ଘାତବାର- ତୁଳା ଓ କୁମ୍ଭ ରାଶିର

ଶୁଭ ସମୟ- ସକାଳ ୧୦ଟା ୩୧ ମିନିଟ୍‌ ରୁ  ଦିନ ୧ଟା ୨ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୨ଟା ୫୫ ମିନିଟ୍‌ ଠାରୁ ସନ୍ଧ୍ୟା ୬ଟା ୪ ମିନିଟ୍‌

ମେଷ ରାଶି

ଅଶ୍ବିନୀ ମେଷ- କୈାଣସି କାରଣରୁ ଅପମାନିତ ହୋଇପାରନ୍ତି

ଦ୍ବିଜା ନକ୍ଷତ୍ର- ଚାକିରୀ ସମସ୍ୟାର ସମାଧାନ ହେବ,ଭବିଷ୍ୟତ ଯୋଜନାରେ ସଫଳ ହେବେ

କୃତ୍ତିକା ନକ୍ଷତ୍ର- କାର୍ଯ୍ୟକ୍ଷେତ୍ରରେ ସଫଳ ଯୋଗୁ ପ୍ରଶଂସା ପାଇବେ

ମା’ଲକ୍ଷ୍ମୀଙ୍କୁ  ପୂଜା କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ପିତାଙ୍କ ସ୍ବାସ୍ଥ୍ୟ ଖରାପ ରହିବ, ଚାକିରୀରେ ସମସ୍ୟା ହେବ

ରୋହିଣୀ ନକ୍ଷତ୍ର- ଶୁଭ ଖବର ପାଇବେ, ଅର୍ଥ ପ୍ରାପ୍ତି ହେବ

ମୃଗଶିରା- ସବୁ ଆଶା ପୂରଣ ହେବାର ଯୋଗ ରହିଛି

ଲାଲ ରଙ୍ଗର ବସ୍ତ୍ର ପିନ୍ଧି ମା’ଲକ୍ଷ୍ମୀଙ୍କୁ  ପୂଜା କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଦୁର୍ଘଟଣାର ଯୋଗ ରହିଛି, କୈାଣସି ଅଘଟଣ ହୋଇପାରେ

ଆର୍ଦ୍ରା ନକ୍ଷତ୍ର- ଶତୃସମସ୍ୟା ଦୁର ହୋଇଯିବ, ଋଣ ମିଳିବ

ପୁନର୍ବସୁ ନକ୍ଷତ୍ର- ଉତ୍ତରାଧିକାରୀ ସୂତ୍ରରେ ଅର୍ଥ ପାଇବେ

ଶ୍ରୀଗଣେଶ ଭଗବାନଙ୍କୁ ଦୁବ, ଅରୁଆ ଚାଉଳରେ ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଗୁପ୍ତଶତ୍ରୁଙ୍କ  ବାଧା ରହିବ, ଦୁର ଯାତ୍ରା କରନ୍ତୁ ନାହିଁ

ପୁଷ୍ୟ। ନକ୍ଷତ୍ର- ବିବାହ ପ୍ରସ୍ତାବକୁ ନେଇ ବ୍ୟସ୍ତ ରହିବେ

ଅଶ୍ଳେଷା- ଆର୍ଥିକ ସମସ୍ୟା ଦୁର ହେବ, ଅନ୍ୟ ଠାରୁ ସାହାଯ୍ୟ ପାଇବେ

ଧଳା ବସ୍ତ୍ର ପିନ୍ଧି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ

ସିଂହ ରାଶି

ମୃଘା ନକ୍ଷତ୍ର- ଶତୃବାଧା ରହିବ, ଆର୍ଥିକ ଅନାଟନ ମଧ୍ୟରେ ସମୟ କଟିବ

ପୂର୍ବାଫାଲଗୁନି- କିଛି ବ୍ୟବସାୟ ପାଇଁ ଯୋଜନା  କରିବେ

ଉତ୍ତରାଫାଲଗୁନି- ଅସମ୍ଭବ କାମ ସମ୍ଭବ ହେବ, ଆର୍ଥିକ ସଙ୍କଟ ଦୁର ହେବ

ଶ୍ରୀଜଗନ୍ନାଥଙ୍କୁ ପୂଜା କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି ନକ୍ଷତ୍ର-ସନ୍ତାନ କଷ୍ଟ  ଲାଗି ରହିବ

ହସ୍ତା ନକ୍ଷତ୍ର- ସୁସମ୍ବାଦ ପାଇବେ, ଦାମ୍ପତ୍ୟ ଜୀବନରେ ଖୁସି ରହିବ

ଚିତ୍ରା ନକ୍ଷତ୍ର- ଆର୍ଥିକ ସହାୟତା ମିଳିବ, କାମରେ ସଫଳତା ପାଇବେ

ଦେବୀ ଦୁର୍ଗାଙ୍କୁ ଧଳା ରଙ୍ଗ ଫୁଲରେ ପୂଜା କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ବିବାଦ ଠାରୁ ଦୁରେଇ ରୁହନ୍ତୁ, ଯାନବାହନ ଚଳାନ୍ତୁ ନାହିଁ

ସ୍ବାତୀ ନକ୍ଷତ୍ର- ଖର୍ଚ୍ଚ ଭାର ବଢିବ, ରୋଗରୁ ମୁକ୍ତି ପାଇବେ

ବିଶାଖା ନକ୍ଷତ୍ର- ବନ୍ଧୁ ବିବାଦର ସମାଧାନ ହେବ

ଶ୍ରୀ ଲକ୍ଷ୍ମୀଙ୍କୁ ହଳଦୀ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର-ବିବାଦ ଦେଖାଦେବ, ଯାତ୍ରା ସ୍ଥଗିତ ରହିବ

ଅନୁରାଧା ନକ୍ଷତ୍ର-ଭାଇଭଉଣୀମାନେ ମାଙ୍ଗଳିକ କାମରେ ଯୋଗ ଦେବେ

ଜ୍ୟୋଷ୍ଠା ନକ୍ଷତ୍ର- ସୁସମ୍ବାଦ ମିଳିବ, ଯାନବାହନ ସମସ୍ୟା ଦୁର ହେବ

ଶ୍ରୀହନୁମାନଙ୍କୁ ସିନ୍ଦୁର  ଅର୍ପଣ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ପରିବାରରେ ଝଗଡା ଲାଗି ରହିବ,କାମ ସବୁ ଅଟକି ଯିବ

ପୂର୍ବାଷାଢା- ଆର୍ଥିକ ସଙ୍କଟରେ କିଛି ପରବର୍ତ୍ତନ ଆସିପାରେ

ଉତ୍ତରାଷାଢା- ଦେହ ସୁସ୍ଥ ରହିବ, କାମ ସବୁ ସଫଳତାରେ ଆଗେଇଯିବ

ମହାଦେବଙ୍କୁ ପୂଜା କରନ୍ତୁ, ଶୁଭ ରହିବ

ମକର ରାଶି

ଉତ୍ତରାଷାଢା- ମନ ବିଚଳିତ ରହିବ, କୈାଣସି କାମ ହେବ ନାହିଁ

ଶ୍ରବଣା-ଭବିଷ୍ୟତ ଯୋଜନାରେ ସମୟ କାଟିବେ

ଧନିଷ୍ଠା ନକ୍ଷତ୍ର- କାର୍ଯ୍ୟ ସିଦ୍ଧିର ଯୋଗ ରହିଛି

ମହାଦେବଙ୍କୁ ବେଲ ପତ୍ରରେ ପୂଜା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଦେହ ଅସୁସ୍ଥ ରହିବ, ଦୁର ଯାତ୍ରାରେ ସମସ୍ୟା ଦେଖାଦେବ

ଶତଭିଷା ନକ୍ଷତ୍ର- ଶତୃବାଧାରୁ ରକ୍ଷା ମିଳିବ, ଆର୍ଥିକ ସହଯୋଗ ପାଇବେ

ପୂର୍ବଭାଦ୍ର- ବ୍ୟବସାୟରେ ଲାଭ ପାଇବେ, ଦୁର ଯାତ୍ରା ପାଇଁ ମଧ୍ୟ ସୁଯୋଗ ଆସିବ

ମା’ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ଅର୍ଥ ଆସିବାରେ ବାଧା ରହିବ

ଉତ୍ତରଭାଦ୍ର- ସବୁ କାମରେ ସଫଳତା ପାଇବେ

ରେବତୀ ନକ୍ଷତ୍ର- ସୁସମ୍ବାଦ ମିଳିବ, କେହି ଅର୍ଥ ସାହାଯ୍ୟ କରିପାରନ୍ତି

ମା’ଦୁର୍ଗାଙ୍କୁ ଲାଲ ବସ୍ତ୍ର ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍‌ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ- 9937343533

 

 

ଲକଡାଉନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅର ବାହାଘର

ବେଙ୍ଗଳୁରୁ: ଦେଶରେ ତାଲାବନ୍ଦ । ବାହା ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ପୁଅ ନିଖିଳଙ୍କ ବାହାଘର ହେବାକୁ ଯାଉଛି । ତା’ପୁଣି ଲକଡାଉନରେ । ଆସନ୍ତା ୧୭ ତାରିଖରେ ନିଡ଼ାମ୍ବର ଭାବେ ନିଖିଳଙ୍କ ବାହଘର ହେବ । ପୂର୍ବରୁ ଫିଲ୍ମରେ ଅଭିନୟ କରି ସାରିଥିବା ନିଖିଳି ଏବେ ଯୁବ ଜନତା ଦଳ (ଜେଡିଏସ୍)ର ଅଧ୍ୟକ୍ଷ ଅଛନ୍ତି । ତାଙ୍କ  ବାହାଘର ଖୁବ୍ ସାଧାରଣ ଭାବେ ହେବ ।

ଲକଡାଉନ୍ ଯୋଗୁଁ ବାହାଘର ୧୦ରୁ ୧୫ ଜଣ ଲୋକଙ୍କୁ ନେଇ ହେବ ବୋଲି କୁହାଯାଉଛି । ଯେଉଁଥିରେ ପୁଅ ଓ ଝିଅ ପରିବାରର ୧୦ରୁ ୧୫ ଜଣ ଉପସ୍ଥିତ ରହିବେ । ବିବାହ ଏକ ଫାର୍ମ ହାଉସରେ ହେବ ବୋଲି ଜଣାପଡ଼ିଛି । ଲକଡାଉନ୍ ପୂର୍ବରୁ କୁମାରସ୍ୱାମୀଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ବିବାହ ମଣ୍ଡପ ବି ବୁକିଂ ସରିଥିଲା । ଯେଉଁଥିରେ କୁମାରସ୍ୱାମୀଙ୍କ ପତ୍ନ ଅନୀତାଙ୍କ ନିର୍ବାଚନ ମଣ୍ଡଳିର ପ୍ରତିନିଧିଙ୍କ ସମେତ କିଛି ସାମିଲ୍ ହୋଇଥାନ୍ତେ ।

କିନ୍ତୁ, ବର୍ତ୍ତମାନ ପରିସ୍ଥିତି ସାମନ୍ୟ ନଥିବାରୁ ସ୍ଥିତି ଠିକ୍ ହେଲେ ସର୍ବସାଧାରଣଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁମାରସ୍ୱାମୀ ସୂଚନା ଦେଇଛନ୍ତି । ଫଳରେ ଶୁଭଚିନ୍ତକ ମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇପାରିବେ ।

 

ଲକଡାଉନରେ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଲା ଏସବିଆଇ

ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଟିଏମ୍ ସର୍ଭିସରେ ଦେବାକୁ ପଡ଼ବନି ଦେୟ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିର୍ମଳା ସୀତାରମଣ କରିଥିବା ଘୋଷଣା ପରେ ଏସବିଆଇ ନେଇଛି ବଡ଼ ନିଷ୍ପତ୍ତି । ଦେଶର ଏହି ବଡ଼ ବ୍ୟାଙ୍କ ଆଗାମୀ ୩ ମାସ ଯାଏଁ ଗ୍ରାହକଙ୍କ ଠାରୁ ଏଟିଏମ୍ ଟ୍ରାଞ୍ଜାକ୍ସନ ଉପରେ ଶୁଳ୍କ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।

ସମସ୍ତ ଏଟିଏମ ଟ୍ରାଞ୍ଜାକ୍ସନ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ମାଗଣା ରହିବ । ଏସବିଆଇ ଏଟିଏମରେ ଫ୍ରି ଟ୍ରାଞ୍ଜାକ୍ସନ ପରେ ଅତିରିକ୍ତ ନେଣଦେଣ ପାଇଁ ପୂର୍ବରୁ ଟଙ୍କା ଦେବାକୁ ପଡ଼ୁଥିଲା । କିନ୍ତୁ, କରୋନା ପାଇଁ ଏସବିଆଇ ନିୟମକୁ ୩ ମାସ ପାଇଁ କୋହଳ କରିଛି । ଅତିରିକ୍ତ ନେଣଦେଣ ପାଇଁ ଗ୍ରାହକଙ୍କୁ ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ । ବ୍ୟାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି

ଏଥିସହ ଆବଶ୍ୟକ ସ୍ଥଳେ ଏଟିଏମ ଗଲେ ସାମାଜିକ ଦୂରତା ରକ୍ଷା କରିବା ସହ ହାତ ଧୋଇବା ଉପରେ ବ୍ୟାଙ୍କ ଗୁରୁତ୍ୱ ଦେଇଛି ।

କରୋନା ସଙ୍କଟରେ ଖୁସି ଖବର, ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା

ଭୁବନେଶ୍ୱର: କରୋନା ସଙ୍କଟରେ ଖୁସି ଖବର । ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା । ସମୟରେ ଛୁଇଁବ କେରଳ, ବିଳମ୍ବରେ ଓଡ଼ିଶା । କରୋନା ଲକଡାଉନ ଖରିଫ ଚାଷରେ କଣ୍ଟା ସାଜିଥିଲା । ହେଲେ ରବି ଚାଷ ପାଇଁ ଆଇଏମଡି ଦେଇଛି ଏ ଖୁସିଖବର ।

ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ । ଏଥର ଦକ୍ଷିଣ ପଶ୍ଚିମ ମୌସମୀ ବର୍ଷା ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଜୁନ୍‌ ପହିଲା ସୁଦ୍ଧା ମୌସୁମୀ କେରଳ ଛୁଇଁବ । ମାତ୍ର ଓଡ଼ିଶାରେ ୩ରୁ ୭ ଦିନ ବିଳମ୍ବରେ ପହଞ୍ଚିବ । ତେବେ ୧୩ ଜୁନ ସୁଦ୍ଧା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ଖରିଫ ଚାଷ ଅମଳ ସରିଛି, ଏବେ ରବି ଚାଷ ପାଇଁ ତରତର ହେଉଛି ଚାଷୀ । ଏ ମଧ୍ୟରେ ଆଇଏମଡିର ପୂର୍ବାନୁମାନ ଉପରେ ଆଶାବାଦୀ ଅଛି ଚାଷୀକୂଳ ।

୪୧.୫ ଡିଗ୍ରୀ ସହ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର, ୪ ଦିନ ଯାଏଁ ଜାରି ରହିବ ତାତି

ଭୁବନେଶ୍ୱର: ବୈଶାଖ ଆରମ୍ଭରୁ ଅସ୍ୟହ ହେଲାଣି ଖରା । ଆଜି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ୪୧ ଡିଗ୍ରୀ ଉପରେ ରହିଛି ୪ ସହର । ସର୍ବାଧିକ ୪୧.୫ ଡିଗ୍ରୀ ସହ ବଲାଙ୍ଗିର ଉତ୍ତପ୍ତ ସହର ପାଲଟିଛି । ୪୧.୨ ଡିଗ୍ରୀ ସହ ଦ୍ୱିତୀୟରେ ରହିଛି ରାଜଧାନୀ ଭୁବନେଶ୍ୱର । ତାଳଚେର ୪୧.୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ଅନୁଗୁଳ ଓ ବୌଦ୍ଧ ୪୦.୫ ଡିଗ୍ରୀ, ନୟାଗଡ଼ରେ ପାରଦ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

୪୦ଂ ଉପରେ ୧୨ ସହର, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା

ଆସନ୍ତା ୨ରୁ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଏଥିସହ କିଛି ଜିଲ୍ଲା ଗୁଡ଼ିକରେ ଆଗାମୀ ୩ରୁ ୪ ଦିନ ଯାଏ  ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।