spot_img
Home Blog Page 7082

ଲକଡାଉନରେ VIP ଏଣ୍ଟ୍ରି ? ଜରୁରୀକାଳୀନ କାମ ବାହାନାରେ ମହାବଳେଶ୍ୱର ବୁଲିଗଲେ କେଉଁ ଶିଳ୍ପପତି ?

କରୋନା ଭାଇରସଠୁ ଜିତିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରିକରାଯାଇଛି। ଲକଡାଉନ ପାଇଁ ୧୦୦ କୋଟିରୁ ଅଧିକ ଲୋକ ସେମାନଙ୍କ ଘରେ ଅଛନ୍ତି ଏବଂ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମହାରାଷ୍ଟ୍ରରେ ଏବେ ଲକଡାଉନ ସମୟରେ ଭିଆଇପି ଏଣ୍ଟ୍ରି ପାସ୍ ନେଇ ପୁରା ସିଷ୍ଟମ ଉପରେ  ପ୍ରଶ୍ନବାଚୀ ଘେରରେ। ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟରମାନେ କପିଲ ଏବଂ ଧୀରଜ ବଧାବନ ଲକଡାଉନ ଭାଙ୍ଗି ମହାବଲେଶ୍ୱର ବୁଲିବାକୁ  ଯାଇଥିଲେ। ଯାହାକୁନେଇ ପ୍ରଶାସନ ଏବେ ଅଡ଼ୁଆରେ ପଡ଼ିଛି।

ସୂଚନା ଅନୁଯାୟୀ, ଡିଏଚଏଫଏଲ ର ପ୍ରମୋଟର ତାଙ୍କ ପରିବାର ସହିତ ଏବଂ କିଛି ସାହାଯ୍ୟକାରୀଙ୍କ ସହିତ ମହାବଲେଶ୍ୱର ବୁଲିବା ପାଇଁ ଯାଇଥିଲେ । ଯେତେବେଳେ ସେ ମହାବାଲେଶ୍ୱରରେ ଥିବା ତାଙ୍କ ବଙ୍ଗଳାରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ଆସିବାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଯାହାପରେ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଲକଡାଉନ ସମୟରେ ଆସିବର କାରଣ ପଚାରିଥିଲେ।

ପଚରାଉଚରା ବେଳେ ପୋଲିସର ପ୍ରଶ୍ନ ଉପରେ ଧିରଜ ବଧାବନ ଡାକ୍ତରୀ ଜରୁରୀକାଳୀନ କାରଣ ଦର୍ଶାଇଥିଲେ। କିନ୍ତୁ ପରେ ପୋଲିସ ସମସ୍ତଙ୍କୁ କ୍ୱାରେଣ୍ଟାଇନକୁ ନେଇ ଯାଇଥିଲା ଏବଂ ଲକଡାଉନ ଉଲ୍ଲଂଘନ ପାଇଁ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ସମସ୍ତ ୨୩ଜଣଙ୍କ ବିରୁଦ୍ଧରେ ୧୮୮ ଏବଂ ୫୧ ଅନୁଯାଇ ମାମଲା ରୁଜୁ କରାଯାଇଛି।


ସେପଟେ ଏନେଇ ବିରୋଧୀଙ୍କ ପ୍ରଶ୍ନର ଶିକାର ହୋଇଛନ୍ତି ସରକାର । ବିରୋଧୀ ଦଳରୁ ଉଦ୍ଧବ ସରକାରଙ୍କ ଉପରେ ଆକ୍ରମଣ ତୀବ୍ର ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏଭଳି ଭିଆଇପି ଚିକିତ୍ସା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ସମୟରେ, ତଦନ୍ତ ବେଳେ ଜଣାପଡିଛି ​​ଯେ ସରକାରଙ୍କ ଅନୁମତି ପାଇବା ପରେ ବଧାବନ ଏବଂ ତାଙ୍କ ସାଙ୍ଗରେ ଆସିଥିବା ସଦସ୍ୟ ମାନେ ମହାବଲେଶ୍ୱରଙ୍କୁ ଦର୍ଶନ କରିବାକୁ ଆସିଥିଲେ।
ଯେତେବେଳେ ପୋଲିସ ବଧାବନ ମହାବଲେଶ୍ୱର ଆସିବାର କାରଣ ପଚାରିଲା, ସେତେବେଳେ ସେମାନଙ୍କ ତରଫରୁ ଏକ ଚିଠି ଦେଖାଯାଇଥିଲା। ଯେଉଁ ଚିଠି ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ (ଗୃହ) ଅମିତାଭ ଗୁପ୍ତାଙ୍କ ଦ୍ୱାରା ୮ ଏପ୍ରିଲରେ ଦିଆଯାଇଥିଲା ।

ଯେଉଁଥିରେ ଲେଖାଥିଲା ଯେ ୱାଧାବନ ପରିବାର ତାଙ୍କର ପରିଚିତ, ପରିବାରର କିଛି ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ସେ ମହାବଲେଶ୍ୱର ଯାଉଛନ୍ତି, ଏପରି ପରିସ୍ଥିତିରେ ତାଙ୍କୁ ଯିବାକୁ ଦିଅନ୍ତୁ। କିନ୍ତୁ ଯେତେବେଳେ ପୋଲିସ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲା ସେତେବେଳେ ସେପରି ପରିସ୍ଥିତି କିଛି ନଥିଲା।

ଏହାକୁ ନେଇ ବିବାଦ ବଢୁଥିବା ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଙ୍ଗେ ସଙ୍ଗେ ମହାରାଷ୍ଟ୍ର ପୋଲିସର ଡିଜିପିଙ୍କ ସହ କଥା ହୋଇ ସମଗ୍ର ଘଟଣା ବାବଦରେ ଜାଣିଥିଲେ ।

ଏହା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି ଯେ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ନହେବା ପର୍ଯ୍ୟନ୍ତ ଅମିତାଭ ଗୁପ୍ତାଙ୍କୁ ଛୁଟିରେ ପଠାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଚିଠିର ତଦନ୍ତ ଚାଲିଛି।

ବିଶ୍ୱରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଏବଂ ଦେଶରେ ୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଜାରି ରହିଛି କରୋନା ରାଜୁତି । ସାରା ବିଶ୍ୱରେ ଏଯାବତ୍ ମୋଟ ୧୬ ଲକ୍ଷ ୪ ହଜାର ୮୯୯ ଜଣଙ୍କ କବଳିତ କରିସାରିଲାଣି କରୋନା । ୯୫ ହଜାରରୁ ଊର୍ଦ୍ଦ୍ୱ ଲୋକ ମୃତ୍ୟୁବରଣ କଲେଣି । ଆଉ ୩ ଲକ୍ଷ ୫୬ ହଜାର ୬୭୩ ଜଣ ଲୋକ  କରୋନା କବଳରୁ ବର୍ତ୍ତିଗଲେ । ଯେଉଁମାନେ ଏବେ ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପାଲଟଛି ଆଶା ।

ଆମେରିକାରେ ହୁ ହୁ ହୋଇ ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ୪ଲକ୍ଷ ୬୮ ହଜାର ୮୮୭ ଜଣଙ୍କ ଲୋକେ ଆକ୍ରାନ୍ତ ହେଲେଣି । ଇତିମଧ୍ୟରେ ୧୬ ହଜାର ୬୯୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ସ୍ପେନ୍‌ ଓ ଇଟାଲୀରେ ମଧ୍ୟ ଜାରି ରହିଛି କରୋନାର ତାଣ୍ଡବ । ସ୍ପେନ୍‌ରେ ମୋଟ ୧ ଲକ୍ଷ ୫୩ ହଜାର ୨୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୪୪୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଏବେ ମଧ୍ୟ ଇଟାଲୀରେ ମୃତ୍ୟୁ ତାଣ୍ଡବ ଜାରି ରହିଛି । ସାରା ବିଶ୍ୱରେ କରୋନା ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଠାରେ ଏଯାବତ୍‌ ମୋଟ ୧୮ ହଜାର ୨୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧ ଲକ୍ଷ ୪୩ ହଜାର ୬୨୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଅପରପକ୍ଷରେ ଦେଶରେ ମୋଟ ୬ ହାଜର ୭୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୨୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଆଉ ୬୩୫ ଜଣ ସୁସ୍ଥ ହେଲେଣି ।

କଳାହାଣ୍ଡିରେ ଚିହ୍ନଟ ହେଲେ ଆଉ ଜଣେ କରୋନା ରୋଗୀ

କଳାହାଣ୍ଡି: ଆଉ ଜଣେ କରୋନା ରୋଗୀ ଚିହ୍ନଟ । କଳାହାଣ୍ଡିରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ରୋଗୀ । ପୂର୍ବରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁବାଇ ଫେରନ୍ତା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଆକ୍ରାନ୍ତ ସୂଚନା । ଟେଷ୍ଟ ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଯୁବକଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲସ୍ଥିତି କୋଭିଡ ହସ୍ପିଟାଲକୁ ଅଣାଯିବ । ଗତ ଚିହ୍ନଟ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ସେ ଜଣେ ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଳିଥିବା ସୂଚନା ମୁତାବକ ପ୍ରଥମ ଆକ୍ରାନ୍ତଙ୍କ ସହ ମିଶି କ୍ରିକେଟ୍ ଖେଳିଥିଲେ । ପ୍ରଥମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ କ୍ୱରେଣ୍ଟାଇନ୍‌ରେ ରଖାଯିବା ସହ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ରିପୋର୍ଟ ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ୱିିନୀ ହସ୍ପିଟାଲ ସ୍ଥିତ କୋଭିଡ ହସ୍ପିଟାଲକୁ ଅଣାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ପେନାଲ୍ଟି ସୁଟର ସସ୍ମିତା ମଲ୍ଲିକଙ୍କ ଆଜି ଜନ୍ମଦିନ

ଭୁବନେଶ୍ୱର: ଓଡ଼ିଆ ଝିଅ ସସ୍ମିତା ମଲ୍ଲିକ । ଭାରତୀୟ ମହିଳା ଫୁଟବଲ ଦଳର ଜଣେ ଭଲ ପେନାଲ୍ଟି ସୁଟର ।  ଆଜି ସବୁ ଓଡ଼ିଆ ଝିଅମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ମନରେ ବିପୁଳ ଉତ୍ସାହ ଓ ଦୃଢ଼ ବିଶ୍ୱାସ ତାଙ୍କୁ ଆଜି ଏତେ ସଫଳତା ଆଣି ଦେଇଛି । ଏତିକି ସଫଳତାରେ ସେ ଖୁସି ନାହାନ୍ତି । ଆଖିରେ ଆଖିଏ ସ୍ୱପ୍ନ ନେଇ ଆଗେଇ ଚାଲିଛନ୍ତି ଏଯାବତ୍‌ ।

ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ ସେ । ୧୦ ଏପ୍ରିଲ ୧୯୮୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଠାରେ ସସ୍ମିତା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଫୁଟବଲ ଖେଳ ପ୍ରତି ତାଙ୍କର ଥିଲା ଖୁବ୍‌ ଆଗ୍ରହ । ଗାଁ ପଡ଼ିଆରେ ଫୁଟବଲ ଖେଳୁଖେଳୁ ସେ ପହଞ୍ଚିଥିଲେ ଜାତୀୟ ସ୍ତରରେ । ଅବଶ୍ୟ ଏଥିପାଇଁ ସେ ଖୁବ୍‌ ନିଷ୍ଠାର ସହ ପରିଶ୍ରମ ବି କରିଛନ୍ତି । ସେ ଜଣେ ମିଡ଼ ଫିଲଡର ଭାବରେ ବାମ ପାଖରେ ଖେଳନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଖେଳାଳି ଯିଏ କି ଭାରତୀୟ ଦଳରେ ନିଜର ସ୍ଥାନକୁ ଅକ୍ତିଆର କରିପାରିଛନ୍ତି । ୨୦୧୭ ମସିହାରେ ସାଫ୍‌ କ୍ରୀଡ଼ା ଫାଇନାଲରେ ସେ ମାରିଥିବା ପେନାଲ୍‌ଟି ଷ୍ଟ୍ରେ।କ ଯୋଗୁଁ ଭାରତ ବଙ୍ଗଳା ଦେଶକୁ ହରାଇ ଚମ୍ପିୟାନ ହୋଇପାରିଥିଲା । ସସ୍ମିତା ଫୁଟବଲ ଖେଳି ଆଜି ଦେଶ ତଥା ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ଗୌରବ । ସସ୍ମିତାଙ୍କ ଜନ୍ମଦିନରେ ନନ୍ଦିଘୋଷ ଟିଭି ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ରାଜ୍ୟରେ ଆଉ ୪ ଜଣ କରୋନା ସଂକ୍ରମିତ, ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ମୋଟ୍‌ ୪୦୮ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬ଟି ରିପୋର୍ଟ ପଜିଟିଭ ଓ ୪୦୨ଟି ନେଗେଟିଭ୍‌ ଆସିଥିଲା ।  ଗୁରୁବାର ମୋଟ ୬ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ଗୁରୁବାର ଦିନରେ ଢେଙ୍କାନାଳର ଜଣେ ୫୧ ବର୍ଷ ବୟସ୍କା ମହିଳା ଏବଂ ଭୁବନେଶ୍ୱର ଆପୋଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମେଦିନିପୁରର ୬୯ ବର୍ଷ ବୟସ୍କ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ। ଦିଆଯାଇଥିଲା । ତେବେ ରାତିରେ ଆଉ ୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଏଥିସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଜଣେ କୋଭିଡ୍‌-19ରେ ପ୍ରାଣ ହରାଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି।

ଭାଇ,ଭଉଣୀଙ୍କ ମଧ୍ୟରେ ସଂପର୍କ ଭଲ ରହିବ,ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ

ମେଷ-

ଅଶ୍ୱିନୀ ନକ୍ଷତ୍ର- ବ୍ୟବସାୟରେ ଲାଭ, ପ୍ରେମ ସଂପର୍କ ମଜବୁତ୍‌ ରହିବ

ଦ୍ୱିଜା ନକ୍ଷତ୍ର- ପରିବାରରେ ଅଶାନ୍ତି ଲାଗି ରହିବ

କୃତ୍ତିକା  ନକ୍ଷତ୍ର- ପ୍ରତି କାର୍ଯ୍ୟରେ ବିଜୟ ହେବ, ବନ୍ଧୁଙ୍କର ସାହାଯ୍ୟ ମିଳିବ

ସ୍ନ।ନ ପରେ ଦକ୍ଷିଣ ଦିଗକୁ ମୁହଁ କରି ଶ୍ରୀହନୁମାନଙ୍କୁ ପ୍ରଣାମ କରନ୍ତୁ

ବୃଷ-

ରୋହିଣୀ ନକ୍ଷତ୍ର-ଧନହାନି ସହିତ ଅଶୁଭ ଖବର ମିଳିପାରେ

କୃତ୍ତିକା ନକ୍ଷତ୍ର- ଆଜି କୈାଣସି ସ୍ଥାନରୁ ଋଣ ମିଳିପାରେ,ଶତ୍ରୁ ମଧ୍ୟ ପରାଜିତ ହେବ

ମୃଗଶିରା -ଚାକିରୀରେ ସନ୍ତୋଷଜନକ ଫଳ ମିଳିବ

ଶ୍ରୀଲକ୍ଷ୍ମୀଙ୍କୁ  ପୂଜା କରନ୍ତୁ

ମିଥୁନ

ମଗଶିରା ନକ୍ଷତ୍ର- କୈାଣସି ଶୁଭ ଖବର  ପାଇପାରନ୍ତି

ଆଦ୍ରା ନକ୍ଷତ୍ର- ମନ ଅସ୍ଥିର ରହିବ,ସଂପର୍କ କାହା ସହିତ ତୁଟିଯାଇପାରେ

ପୁନର୍ବସୁ ନକ୍ଷତ୍ର-ଯ଼ଦି କୈାଣସି ବ୍ୟବସାୟ କରୁଥନ୍ତି ତେବେ ସେଥିରେ ସଫଳ ରହିବେ

ଶ୍ରୀଗଣେଶଙ୍କୁ ଆଜି ଦିନରେ ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର-ଘର କିମ୍ବା ଯାନବାହନ କାମରେ ବ୍ୟସ୍ତ ରହିବେ

ପୁଷ୍ୟ। ନକ୍ଷତ୍ର-ଝଗଡା ଲାଗି ରହିବ, ଘରୁ ବାହାରିଲେ ରାସ୍ତାରେ ବିପଦ ରହିଛି

ଅଶ୍ଳଷା- କାହା ଠାରୁ କିଛି ଅର୍ଥ ପାଇପାରନ୍ତି

କଳା ରଙ୍ଗର କୈାଣସି ବି ଜିନିଷକୁ ତ୍ୟାଗ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର-ଭାଇ,ଭଉଣୀଙ୍କ ମଧ୍ୟରେ ସଂପର୍କ ଭଲ ରହିବ,ପରିବାରରେ ମାଙ୍ଗଳିକ କାଯ୍ୟ ହେବ

ପୂର୍ବାଫାଲଗୁନି-ବିବାଦ ରେ ଫସି ଯାଇପାରନ୍ତି, ସତର୍କ ରୁହନ୍ତୁ

ଉତ୍ତରାଫାଲଗୁନି-ବାହାରକୁ ଯିବା ପାଇଁ ସୁଯୋଗ ଆସିପାରେ

ଆଜି ସକାଳୁ ସୂର୍ଯ୍ୟ ନମସ୍କାର କରି ଘରୁ ବାହାରିବେ

କନ୍ୟା ରାଶି

ଉତ୍ତରାଫାଲଗୁନି -ଅର୍ଥ ସମସ୍ୟା ରହିଥିଲେ ତାହା ଦୁର ହେବ

ହସ୍ତା ନକ୍ଷତ୍ର-ମନ ଅସ୍ଥିର ରହିବ, ଯାହା କରିବେ ଜଗିରଖି କରନ୍ତୁ

ଚିତ୍ରା ନକ୍ଷତ୍ର-ବନ୍ଧୁ ସାହାଯ୍ୟ ପାଇବେ

ଗ୍ରାମଦେବୀଙ୍କୁ ପୂର୍ବ ମୁଖା ହୋଇ ପ୍ରଣାମ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର-ବହୁ ଦିନର ମନୋସ୍କାମନା ପୂରଣ ହେବ

ସ୍ୱାତୀ ନକ୍ଷତ୍ର-ଅର୍ଥ କଥାକୁ ନେଇ ଅନର୍ଥ ହେବ

ବିଶାଖା ନକ୍ଷତ୍ର-କିଛି ଶୁଭ ଖବର ପାଇପାରନ୍ତି

ଆଜି ମହାକାଳୀଙ୍କୁ ପୂଜା କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର-କୈାଣସି ଇଛା ଯଦି ରହିଥିବ ତାହା ପୂରଣ ହୋଇଯିବ

ଅନୁରାଧା ନକ୍ଷତ୍ର-ଘରେ କୈାଣସି କଥାକୁ ନେଇ ବାଦବିବାଦ ହୋଇପାରେ

ଜ୍ୟୋଷ୍ଠା ନକ୍ଷତ୍ର-ଦୂର ଯାତ୍ରା ପାଇଁ ଖବର ପାଇପାରନ୍ତି

ଲାଲ ମନ୍ଦାର ଫୁଲରେ ଦେବୀଙ୍କୁ ପୂଜା କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ଭାଇଭଉଣୀଙ୍କ ଠାରୁ ସାହାଯ୍ୟ ମିଳିପାରେ

ପୂର୍ବାଷାଢା-ବାହାରକୁ ବାହାରନ୍ତୁ ନାହିଁ, ବିପଦ ରହିଛି

ଉତ୍ତରାଷାଢା-ଆଜି ଦିନରେ ବ୍ୟୟ ଅଧିକ ହୋଇପାରେ,ଜଗିରଖି ଚଳନ୍ତୁ

ହଳଦୀ ପାଣି ପିଅନ୍ତୁ , ସର୍ବକାର୍ଯ୍ୟ ସିଦ୍ଧି ହେବ

ମକର ରାଶି

ଉତ୍ତରାଷାଢା- ପ୍ରତିଟି କାର୍ଯ୍ୟ ସହଜରେ ପୂରଣ ହୋଇଯିବ

ଶ୍ରବଣା-ବ୍ୟବସାୟ କରୁଥିଲେ ସେଥିରେ କ୍ଷତି ହୋଇପାରେ

ଧନିଷ୍ଠା ନକ୍ଷତ୍ର-ନୂଆ କାମୃ କରିବା ପାଇଁ ଯୋଜନା କରିପାରନ୍ତି

ଶୁଦ୍ଧ ଜଳରେ ଘରେ ଦେବାଦେବୀଙ୍କୁ ପୂଜା କରନ୍ତୁ ଶୁଭ ଫଳ ପାଇବେ

କୁମ୍ଭ ରାଶି

ଧନିଷ୍ଠା-ବିବାହକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ

ଶତଭିଷା ନକ୍ଷତ୍ର-ଧୁର୍ଘଟଣାରେ ଯୋଗ ରହିଛି

ପୂର୍ବଭାଦ୍ର-ପ୍ରେମସଂପର୍କ ମଜବୁତ୍‌ ହୋଇପାରେ

ସ୍ନ।ନ ପରେ ଗୁଡ ଖାଆନ୍ତୁ

ମୀନ ରାଶି

ପୂର୍ବଭାଦ୍ର-ଶତ୍ରୁବାଧାରୁ ରକ୍ଷା ମିଳିବ, ଋଣ ବି ମିଳିପାରେ

ଉତ୍ତରଭାଦ୍ର-ଦେହ ଖରାପ ରହିପାରେ ସତର୍କ ହୁଅନ୍ତୁ

ରେବତୀ-ବିବାହ ପ୍ରସ୍ତାବ ଆସିପାରେ

ଭୋଜନରେ ସୈନ୍ଧବ ଲୁଣ ବ୍ୟବହାର କରନ୍ତୁ

 

                                                                                                 ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

                                                                                                    ଯୋଗାଯୋଗ-9897481973

 

କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା, ବିଶ୍ୱ ପାଇଁ ମାର୍ଗଦର୍ଶକ

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣା । ଦେଶ କାହିଁକି, ବିଶ୍ୱ ପାଇଁ ମାର୍ଗଦର୍ଶକ ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ନେଇଥିବା ପ୍ରତିଟି ପଦକ୍ଷେପ ପ୍ରଶଂସନୀୟ । ତାମିଲ ପତ୍ରିକା ଭିକାତନ ଏପ୍ରିଲ୍ ସଂଖ୍ୟାରେ ନବୀନଙ୍କୁ କଭର ପେଜରେ ସ୍ଥାନ ଦେବା ସହ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱ ପାଇଁ ମାର୍ଗଦର୍ଶକ ସାଜିଥିବା ଉଲ୍ଲେଖ କରିଛି ।

ଦେଶ ବିପଦ ସହ ଲଢ଼ୁଛି । କରୋନା ପାଇଁ ବିରୋଧ ପ୍ରଦର୍ଶନ, ବିକ୍ଷୋଭ, ଖେଳ, ସମାରୋହ ସବୁ କିଛି ବନ୍ଦ ହୋଇଯାଇଥିବା ବେଳେ ଘରେ ବନ୍ଦୀ ହୋଇ ରହିଛନ୍ତି ଲୋକେ । ଜୀବନରେ ଡର ମୁଖ୍ୟ ଚିନ୍ତାର ବିଷୟ ହୋଇଥିବା ବେଳେ ଅନ୍ୟ ସବୁ ସମସ୍ୟା ପଛରେ ପଡ଼ିଛି । ୨୦୧୯ରେ ଚୀନରୁ ଆରମ୍ଭ ମହମାରୀ କରୋନା ଆମେରିକା ସହ ବ୍ରିଟେନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ବି ଡରେଇ ରଖିଛି । ଦେଶର ପ୍ରଧାନମନ୍ତ୍ରୀ କେବେ ତାଳି ମାରିବାକୁ ତ ଆଉ କେବେ ଦୀପ ଜାଳିବାକୁ କହୁଛନ୍ତି ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

କରୋନା ପାଇଁ ଭ୍ୟାକ୍ସିନ୍ ବାହାରି ନାହିଁ । ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ଏକମାତ୍ର ପନ୍ଥା । ସବୁ ରାଜ୍ୟ କରୋନାକୁ ନେଇ ଶୋଇଥିବା ବେଳେ ଏକମାତ୍ର ରାଜ୍ୟ ଭାବେ ଏହାର ମୁକାବିଲା ପାଇଁ ପ୍ରଥମେ ଆଗେଇ ଆସିଥିଲା ଓଡ଼ିଶା ।

ଓଡ଼ିଶାର ପ୍ରସ୍ତୁତି ଦେଖି ଅନ୍ୟ ରାଜ୍ୟ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ । ଓଡ଼ିଶା ଏଭଳି ଏକ ରାଜ୍ୟ ଯିଏ ବହୁ ବାତ୍ୟା ଓ ବନ୍ୟାକୁ ସଫଳତାର ସହ ମୁକାବିଲା କରିଛି । ଆଉ ଏଥିରେ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ରହିଛି ଭାଗିଦାରୀ । ସମସ୍ତେ ହୋଇଛନ୍ତି ଏକାଠି । ଯାହାଫଳରେ ବିପଦ ପ୍ରଭାବହୀନ ହୋଇଛି ।

ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ମୋଦି କରୋନାର ସଂକ୍ରମଣ ରୋକିବାକୁ ସଂସଦରେ ମନ୍ତ୍ରିମଣ୍ଡଳ ସହ ବୈଠକ କରିଥିଲେ । ସେହିଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କୁ ହାତକୁ କିପରି ଜୀବାଣୁମୁକ୍ତ କରିବେ ତାକୁ ରାଜ୍ୟବାସୀଙ୍କୁ ଶିଖାଇବା ସହ ସଚେତନ କରିଥିଲେ । ସେହିଦିନ ରାଜ୍ୟରେ ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ମଧ୍ୟ ଲାଗୁ ହୋଇଥିଲା ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

ଏହାପରେ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଯାଇଥିଲା । ଗୁଜବ ରୋକିବାକୁ ସରକାର ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ପାଇଁ ସୁବ୍ରତ ବାଗଚୀଙ୍କୁ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ନିଯୁକ୍ତ କରିଥିଲେ । ଆଉ ସେ ପ୍ରତିଦିନ ଅପରାହ୍ଣ ୪ଟା ୩୦ରେ ମିଡିଆକୁ ସମ୍ବୋଧନ କରୁଛନ୍ତି । ବିଭିନ୍ନ ବିଭାଗର ପଦକ୍ଷେପ ଓ ତଥ୍ୟ ଲୋକଙ୍କୁ ଅବଗତ କରାଉଛନ୍ତି । ଓଡ଼ିଶା ସରକାର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ମାସର ଅଗ୍ରୀମ ଦରମା ଦେବା ସହ ବରିଷ୍ଠ ଓ ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ଦେଇଛନ୍ତି । ପିଡିଏସ ହିତାଧିକାରୀଙ୍କୁ ୩ ମାସର ସାମଗ୍ରୀ ସହ ଟଙ୍କା ବଣ୍ଟନ କରିଥିଲେ । ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଦେଶ ଜନତା କର୍ଫ୍ୟୁ ପାଳୁଥିବା ବେଳେ ଓଡ଼ିଶା ଆରମ୍ଭ କରିଥିଲା ଆଂଶିକ ଲକଡାଉନ୍ । ଆଉ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷ୍ଠା କରିଛି କୋଭିଡ୍-୧୯ ହସ୍ପିଟାଲ । ଏସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ତାମିଲ୍ ପ୍ରତିକା ପ୍ରଂଶସା କରିଛି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଆପୋଲ ହସ୍ପିଟାଲରେ ଥିଲେ ମେଦିନାପୁରର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗର ସଂକ୍ରମିତ ବ୍ୟକ୍ତିଙ୍କ ଯାତ୍ରା ବିବରଣୀକୁ ସରକାର ପ୍ରକାଶ କରିଛନ୍ତି । ମେଦିନାପୁର ଅଞ୍ଚଳର ୭୦ବର୍ଷୀୟ ବ୍ୟକ୍ତି ଗତ ୭ତାରିଖ ଦିନ ପଶ୍ଚିମ ମେଦିନାପୁରରୁ ଆସି ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସେ ବାଲେଶ୍ୱର ବାଇପାସ୍ ନିକଟରେ ଏକ ଚା ଦୋକାନାରେ ଓହ୍ଲାଇଥିଲେ । ତେବେ ୭ ତାରିଖ ରାତିରେ ଆପୋଲୋରେ ଭର୍ତ୍ତି ହେବା ପରେ ୮ ତାରିଖ ସକାଳୁ ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲେ । ୯ ଏପ୍ରିଲ୍‌ ଅର୍ଥାତ୍‌ ଆଜି ତାଙ୍କର କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିଥିଲା । ଏହାପରେ ତାଙ୍କୁ ତୁରନ୍ତ କିମ୍ସ ସ୍ଥିତ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

ସେହିପରି ଢେଙ୍କାନାଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ମହିଳାଙ୍କ ବୟସ ୫୧ ବର୍ଷ । ମାର୍ଚ୍ଚ ମାସ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଥିଲେ । ଏହି ସମୟରେ ସେ ନିଜାମୁଦ୍ଦିନ୍ ତବିଲିଗରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ୧୮ ମାର୍ଚ୍ଚରୁ ୨ ଏପ୍ରିଲ୍‌ ପର୍ଯ୍ୟନ୍ତ ସେ ଢ଼େଙ୍କାନାଳ ମୀନାବଜାରସ୍ଥିତ ନିଜ ଘରେ ରହିଛନ୍ତି । ଏପ୍ରିଲ୍‌ ୩ ତାରିଖରୁ ତାଙ୍କୁ ଘରୁ ନେଇ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରର ୯ ନମ୍ବର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେହି ସମୟ ଭିତରେ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅଶ୍ୱିନୀ ହସ୍ପିଟାଲସ୍ଥିତ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଲକଡାଉନ୍ ବେଳେ ଗାଡ଼ି ଜବତ କରିପାରିବେନି ପୋଲିସ

କଟକ: ଲକଡାଉନ୍ ବେଳେ ଗାଡ଼ି ଜବତ କରିପାରିବେନି ପୋଲିସ । ଅଣ୍ଡରଟେକିଂ ଲେଖି ଗାଡ଼ି ଫେରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କରୋନା ଲକଡାଉନ୍ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଲକଡାଉନ୍ ବେଳେ ପୋଲିସ ମାନବିକତା ଭୁଲି ନଯାଉ ବୋଲି କହିଛନ୍ତି କୋର୍ଟ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ପାଦଚଲା ଦୂରତାରେ ଜରୁରୀ ସାମଗ୍ରୀ ସବୁଠି ମିଳୁନାହିଁ । ଏଣୁ ଜବତ କାର ଏବଂ ମୋଟର ସାଇକେଲ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ

ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗାଇଡଲାଇନ୍ ନଆସିବା ଯାଏଁ ଗାଡ଼ି ବ୍ୟାନର ପୁନର୍ବିଚାର କରାଯାଉ । ସେହିପରି ନୋ ମାସ୍କ ନୋ ପେଟ୍ରୋଲକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କ୍ରିକେଟ୍ ମ୍ୟାଚ୍ ନୁହେଁ କରୋନା, ମାସ୍କ ନପିନ୍ଧିଲେ ଗଣିବେ ଜରିମାନା

ଭୁବନେଶ୍ୱର: ରାଜ୍ୟ ସରକାର ଅଧ୍ୟାଦେଶ ଆଣିଛନ୍ତି । ରାଜ୍ୟ ମହାମାରୀ ନିୟମ ସଂଶୋଧନ ଅନୁସାରେ ଦଣ୍ଡକୁ ବଢ଼ାଇ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ୨ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଆଜିଠୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ । ପ୍ରଥମ ୩ ଥର ପାଇଁ ୨୦୦ ଟଙ୍କା ଲେଖାଏଁ ଜରିମାନା । ତୃତୀୟ ଥର ସମାନ ଭୁଲ୍ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାକୁ ସାରା ରାଜ୍ୟରେ ଲାଗୁ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଜରୁରୀକାଳୀନ ପାଣ୍ଠିକୁ ୨ ହଜାର କୋଟିକୁ ବୃଦ୍ଧି କରାଯାଇଛି ।

ରାଜ୍ୟର ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ରାଜ୍ୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍-୧୯ ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । ଦୟାକରି ପ୍ରତି ବଲ୍ ଭଳି ତଥ୍ୟ ଖୋଜନ୍ତୁ ନାହିଁ । ଆବେଗ ନୁହେଁ ଏହା ପ୍ରତ୍ୟୟର ସମୟ । ପ୍ରତିଦିନ ଆମେ ବ୍ୟବହାର୍ଯ୍ୟ ତଥ୍ୟ ସଠିକ୍ ସମୟରେ ପହଞ୍ଚାଇବୁ ।

ଘଟଣାଟି ଘଟିବା କ୍ଷଣି ସବୁ ଖବର ଦିଆଯାଇ ପାରିବ ନାହିଁ । ଜନହିତରେ କୌଣସି ଆକ୍ରାନ୍ତଙ୍କ ବିବରଣୀ ଦେବା ଦରକାର ଥିଲେ ଦିଆଯିବ । ଜନହିତ ପ୍ରତି ଆଶଙ୍କା ନଥିଲେ ବ୍ୟକ୍ତିଗତ ବିବରଣୀ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କୋଭିଡ୍-୧୯ ଯୁଦ୍ଧ କେବଳ ସରକାରଙ୍କ ଯୁଦ୍ଧ ନୁହେଁ, ଏହା ସାମୁହିକ ଯୁଦ୍ଧ । ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାକୁ ପଡ଼ିବ ।