spot_img
Home Blog Page 7084

ସୁନ୍ଦରବନ ମୁହାଁ ଶତାବ୍ଦୀର ସବୁଠୁ ଭୟଙ୍କର ବାତ୍ୟା, ଏହି ସବୁ ରାଜ୍ୟ ଉପରେ ପଡ଼ିବ ପ୍ରଭାବ

ସାଇକ୍ଲୋନ୍ ଆମ୍ଫାନ୍ ଓଡ଼ିଶା ଉପକୂଳରୁ ଏବେ ପଶ୍ଚିମବଙ୍ଗ ଆଡକୁ ଗତି କରୁଛି ।  ରାତି ପ୍ରାୟ ୮ଟା ପାଖାପାଖି  ପଶ୍ଚିବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡ୍ ଫଲ କରିବ ବୋଲି  ଅନୁମାନ କରାଯାଉଛି ।  ଚଳିତ ଶତାବ୍ଦୀର ଏହା ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି । ଏଥିପାଇଁ ଅମ୍ଫାନ ପ୍ରଭାବରେ  ଆସୁଥିବା ସମସ୍ତ ରାଜ୍ୟ ସଜାଗ ଅଛନ୍ତି । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ପ୍ରବ ପବନ ବୋହିବା ସଙ୍ଗେସଙ୍ଗେ ବର୍ଷା ହେବା ଜାରି ରହିଛି ।

୧୫ ମେ’ରେ ବିଶାଖପଟ୍ଟନମଠାରୁ ୯୦୦ କିମି ଦୂରରେ ବଙ୍ଗୋପସାଗରରେ ଦକ୍ଷୀଣରେ ଏହି ବାତ୍ୟାର ଜନ୍ମ ହୋଇଥିଲା । ୧୭ ମେ’ରେ ଏହା ଦୀଘାଠାରୁ ୧୨ ଶହ କିମି ଦୂରରେ ଥିବା ବେଳେ  ସାଇକ୍ଲୋନରେ ପରିଣତ ହୋଇଥିଲା ।   ମେ’ ୧୮ ତାରିଖ ଦିନ ବାତ୍ୟା ଅମ୍ଫାନ ମହାବାତ୍ୟା ରୂପ ନେଇଥିଲା । ୧୮ ମେ’ ଦ୍ୱିପ୍ରହରରେ ସମୁଦ୍ର ଭିତରେ ଏହାର ବେଗ ଘଣ୍ଟାପ୍ରତି ୨୦୦-୨୪୦ କିମି ହେବା ସହ ଏହାର ପ୍ରକୋପ ଚରମସୀମାରେ ପହଞ୍ଚିଥିଲା । ଏହି ସମୟରେ ବାତ୍ୟା ଅମ୍ଫାନ ଏହି ଶତାବ୍ଦୀର ସବୁଠୁ ଭୟଙ୍କର ବାତ୍ୟାର ରୂପ ନେଇଥିଲା ।

 

ବାତ୍ୟାର ରେକର୍ଡ ୧୮୯୦ ମସିହାରୁ ସଂଗ୍ରହ କରାଯାଉଛି । ୧୩୦ ବର୍ଷ ମଧ୍ୟରେ କେବଳ ୪ ଥର (୧୮୯୩, ୧୯୨୬, ୧୯୩୦, ୧୯୭୬) ରେ ୧୦ ଥର ବାତ୍ୟା ଆସିଥିଲା । । ସବୁଛୁ ଅଧିକ ୬୬ଟି ବାତ୍ୟା ୭୦ ଦଶକରେ ଆସିଥିଲା । ୧୯୬୭ ମସିହା ପରେ ସବୁଠୁ ଅଧିକ ୯ ଥର ବାତ୍ୟା ଗତ ବର୍ଷ ଆସିଥିଲା ।

ବାତ୍ୟା ଅମ୍ଫାନର ନାମ ୨୦୦୪ ମସିହାରେ ନାମକରଣ କରାଯାଇଥିଲା । ଭାରତ ମହାସାଗରର ଉତ୍ତରରେ  ଆସିଥିବା ବାତ୍ୟା ପାଇଁ ୬୪ଟି ନାମ ମଧ୍ୟରୁ ୬୩ଟି ନାମର ବ୍ୟବହାର ହୋଇସାରିଛି । କେବଳ ଅମ୍ଫାନର ନାମ ବଳିଥିଲା । ଏହି ନାମର ସମ୍ବଦ୍ଧ ଥାଇଲାଣ୍ଡ ସହିତ ରହିଛି ଏବଂ ଏହାକୁ ଥାଇଲାଣ୍ଡ ଦେଶର ଶବ୍ଦାବଳୀ ବ୍ୟବହାର କରି ଲେଖାଯାଇଛି ।

 

ବୁଧବାର ସକାଳେ ପ୍ରବଳ ପବନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ହୋଇଥିଲା, ଯେଉଁଥିପାଇଁ ଅନେକ ଗଛ ଉପୁଡ଼ିଥିବାର ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସମୁଦ୍ର ନିକଟରେ ଉଚ୍ଚ ତରଙ୍ଗ ଉଠିଥିଲା । ଉପକୂଳବର୍ତ୍ତୀ ଅଞ୍ଚଳଠାରୁ ଦୂରରେ ରହିବାକୁ ସ୍ଥାନୀୟ ପ୍ରଶାସନ କ୍ରମାଗତ ଭାବରେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ।

ଓଡିଶାରେ ବାତ୍ୟା ଆମ୍ଫାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଶ୍ରୟସ୍ଥଳ ମଧ୍ୟ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦୦  ରୁ ଅଧିକ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି ଯେଉଁଥିରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ରଖାଯାଇଛି । ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ NDRF ର ୪୦ରୁ ଅଧିକ ଦଳ ନିୟୋଜିତ ହୋଇଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରୁ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । NDRF ସହିତ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ଜଡିତ ଅଛନ୍ତି । ମଙ୍ଗଳବାର ରାତିରୁ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି।

ଏହି ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ, ଓଡ଼ିଶା, ସିକ୍କିମ୍, ଆସାମ, ମେଘାଳୟ, କେରଳ, କର୍ଣ୍ଣାଟକ, ବିହାରରେ ଦେଖିବାକୁ ମିଳିବ । ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟା ଆମ୍ଫାନର ପ୍ରଭାବ ମେଦିନିପୁର, ଉତ୍ତର-ଦକ୍ଷିଣ ପରଗନା, କୋଲକାତା, ହାୱଡାରେ ଦେଖିବାକୁ ମିଳିବାର ପୂର୍ବନୁମାନ କରାଯାଇଛି ।

 

 

ବାତ୍ୟାର ପ୍ରକୋପ ଯୋଗୁଁ ପହଞ୍ଚିପାରିଲେନି ଡାକ୍ତରଖାନା, ଅଗ୍ନୀଶମ ଗାଡ଼ିରେ ହେଲା ପ୍ରସବ

ମହାକାଳୁଡ଼ା: ରାଜ୍ୟରେ ବାତ୍ୟା ଅମ୍ଫାନର ପ୍ରକୋପ ଜାରି ରହିଥିବାବେଳେ ଅଗ୍ନିଶମ ବାହିନୀ ଗାଡ଼ିରେ ଜଣେ ଗର୍ଭବତୀ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି ।

ବାତ୍ୟା ବେଳେ ଜହଁରା ଗାଁର ହାତିମ୍‌ ସେଠୀଙ୍କ ପତ୍ନୀ ଜାନକୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କିନ୍ତୁ ତାଙ୍କୁ ମେଡିକାଲ ନେବା ସମ୍ଭବ ହୋଇ ନଥିଲା । ପବନ ଓ ବର୍ଷା ସାଙ୍ଗକୁ ଗଛ ପଡ଼ି ଅବରୋଧ ହୋଇଯାଇଥିଲା ରାସ୍ତା ।

ଖବର ପାଇ ରାସ୍ତାରୁ ଗଛ ସଫା କରି ମହାକାଳପଡ଼ା ଅଗ୍ନିଶମ କର୍ମଚାରୀ ଜହଁରା ଗାଁରେ ପହଞ୍ଚିଥିଲେ । କିନ୍ତୁ ଜାନକୀଙ୍କୁ ମେଡିକାଲ ନେବା ସମ୍ଭବ ହୋଇ ନଥିଲା । ଅଗ୍ନିଶମ ବାହିନୀର ଗାଡ଼ିରେ ହିଁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପରେ ମା’ ଓ ଶିଶୁକୁ ମହାକାଳପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

ଦୁଇଟି ଦେଶରେ ବିକ୍ରି ହେବନାହିଁ ଜନସନ୍ ଆଣ୍ଡ୍ ଜନସନର ବେବି ପାଉଡର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ:  ବେବି ପ୍ରଡକ୍ଟ ତିଆରି କରୁଥିବା ପ୍ରସିଦ୍ଧ ଆମେରିକୀୟ କଂପାନୀ ଜନସନ୍ ଆଣ୍ଡ୍ ଜନସନ୍ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ଆମେରିକା ଓ କାନାଡାରେ ଜନସନ ବେବି ପାଉଡର ବିକ୍ରି କରିବ ନାହିଁ ।

ଉପଭୋକ୍ତାଙ୍କ ଅଭ୍ୟାସରେ ପରିବର୍ତ୍ତନ ଓ ବେବି ପାଉଡରକୁ ନେଇ ଭୁଲ ପ୍ରଚାର କାରଣରୁ ବିକ୍ରି ପ୍ରଭାବିତ ହୋଇଛି, ତେଣୁ ଏହି ଦୁଇ ଦେଶରେ ପାଉଡର ବିକ୍ରି ହେବ ନାହିଁ । ତେବେ ଏହି ପ୍ରତିବନ୍ଧକ ଅସ୍ଥାୟୀ ବୋଲି ଜନସନ୍ କହିଛି । ଜନସନ୍ ତରଫରୁ କୁହାଯାଇଛି ଯେ, ଆଗାମୀ ମାସରେ ଉତ୍ପାଦନର ବିକ୍ରି କମ୍ କରାଯିବ । ଖୁଚୁରା ବିକ୍ରେତା ବର୍ତ୍ତମାନ ସେମାନଙ୍କ ପାଖରେ ଥିବା ପାଉଡରକୁ ବିକ୍ରି କରିପାରିବେ ।

 

ଜନସନର ଉତ୍ପାଦକୁ ନେଇ କିଛିଦିନ ହେବ ବାରମ୍ବାର ଅଭିଯୋଗ ଆସୁଥିଲା । ଏହା ବିରୋଧରେ ଅଲଗା ଅଲଗା ଅଭିଯୋଗ କ୍ରମରେ ୧୬ ହଜାରରୁ ଅଧିକ ମାମଲା ଅଦାଲତରେ ଦାଏର ହୋଇଛି । ଯଦିଓ ଜନସନ୍ ଆଣ୍ଡ୍ ଜନସନ ପକ୍ଷରୁ ସବୁବେଳେ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

 

୩୩ ହଜାର ଡବା ଫେରସ୍ତ ନେଇଥିଲା

ଗତବର୍ଷ ଅକ୍ଟୋବର ମାସରେ ଜନସନ୍ ଆଣ୍ଡ୍ ଜନସନ୍ ଆମେରିକାରେ ପରୀକ୍ଷଣ ପାଇଁ ସ୍ୱେଛାର ୩୩ ହଜାର ଡବା ବଜାରରୁ ଫେରସ୍ତ ନେଇଥିଲା । ଆମେରିକୀୟ ଫାର୍ମା କଂପାନୀ ତାରପ ବେବି ପାଉଡର, ସାମ୍ପୁ ଓ ସାବୁନକୁ ନେଇ ଦୁନିଆରେ ପରିଚିତ । ଭାରତରେ ଏହା ଏକ ପରିଚିତ ବ୍ରାଣ୍ଡ୍ ଅଟେ ।

ଭାରତରେ ବିବାଦ

ଭାରତରେ ଆଗରୁ ମଧ୍ୟ ଅନେକ ଥର ଜନସନର ଉତ୍ପାଦକୁ ନେଇ ବିବାଦ ସୃଷ୍ଟି ହୋଇଛି । ମେ ମାସ ୨୦୧୯ରେ ଦିଲ୍ଲୀ ହାଇକୋର୍ଟ ୬୭ ଜଣ ରୋଗୀଙ୍କୁ ୨୫-୨୫ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ଜନସନକୁ ଆଦେଶ ଦେଇଥିଲେ । ତୃଟିପୂର୍ଣ୍ଣ ମେଡିକାଲ ଉପକରଣ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ଆଦେଶ ଦେଇଥିଲେ ।  ସେହିଭଳି ଏପ୍ରିଲ ୨୦୧୯ରେ ଭାରତରେ ଜନସନର ବେବି ସାମ୍ପୁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଜନସନର ବେବି ପାଉଡର ଶିଶୁଙ୍କ ପାଇଁ କ୍ଷତିକାରକ ବୋଲି ସେତେବେଳେ ଅଭିଯୋଗ ଉଠିଥିଲା ।

ଅମ୍ଫାନ ରେଲୱେକୁ ପହଞ୍ଚାଇ ପାରେ କ୍ଷତି, ହାୱଡାରେ ଲୁହା ଚେନରେ ବନ୍ଧାଗଲା ଟ୍ରେନ ବଗି

ନୂଆଦିଲ୍ଲୀ: ସୁପର ସାଇକ୍ଲୋନ୍ ଅମ୍ଫାନ ଆଜି ପଶ୍ଚିମବଙ୍ଗର ଉପକୂଳ ଛୁଇଁବାର ପୂର୍ବାନୁମାନ କରାଯାଉଛି । ଘଣ୍ଟାପ୍ରତି ୧୫୫ରୁ ୧୮୫ କିମି ବେଗରେ ଆସୁଥିବା ଏହି ବାତ୍ୟା ଯୋଗୁଁ ରେଳ ସେବା ଗୁଡ଼ିକୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ । ଏଥିପାଇଁ ହାୱଡ଼ାରେ ରେଳବଗି ଗୁଡ଼ିକୁ ଚେନ ଦ୍ୱାରା ବନ୍ଧାଯାଇଛି ଯାହାଦ୍ୱାରା ବାତ୍ୟାରେ ରେଳବଗି ଗୁଡ଼ିକର କୌଣସି କ୍ଷତି ହେବନାହିଁ ।

ରେଳ ବିଭାଗ ପକ୍ଷରୁ ହାୱଡ଼ାର ଶାଲିମାର ସାଇଣ୍ଡିଂରେ ଥିବ ରେଳବଗି ଗୁଡ଼ିକୁ ଲୁହା ଚେନ ସହ ତାଲା ଦ୍ୱାରା ବାନ୍ଧିବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦିଓ ସମଗ୍ର ଦେଶରେ କରୋନା ସଙ୍କଟ ଯୋଗୁଁ ରେଳ ସେବା ବନ୍ଦ ହୋଇପଡିଛି, କିନ୍ତୁ ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ଜାରି ରହିଛି, ତେଣୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଚେନ୍ ଦ୍ୱାରା ବାନ୍ଧିକି ରଖିବାକୁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଘଣ୍ଟାପ୍ରତି ୧୫୫ରୁ ୧୮୫ କିମି ବେଗରେ ବୋହିବ ପବନ

ଘୂର୍ଣ୍ଣିବଳୟ ସମୟରେ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିଲୋମିଟର ବେଗରେ ପବନ ଓ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ସମୟ ମଧ୍ୟରେ ବେଙ୍ଗାଲୁରୁର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ସମୁଦ୍ରରେ ଚାରି-ପାଞ୍ଚ ମିଟର ଉଚ୍ଚ ଲହଡି ଉଠିବ ।

ପଶ୍ଚିମବଙ୍ଗରେ NDRF ର ୧୯ଟି ଟିମ୍ ନିୟୋଜିତ

ଆମ୍ଫାନର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ୧୯ଟି ଟିମ୍ ଏବଂ ଓଡିଶାରେ ୧୫ ଟି ଟିମ୍ ନିୟୋଜିତ ହୋଇଛନ୍ତି। ୬ ଟି ଦଳ ଏପରି ଭାବରେ ପ୍ରସ୍ତୁତ କରି ରଖାଯାଇଛି ଯେ ଯେତେବେଳେ ଆବଶ୍ୟକ ହେବ,ସେତେବେଳେ ସେମାନଙ୍କୁ ବିମାନ ଦ୍ୱାରା ଅନ୍ୟସ୍ଥାନକୁ ପଠା ଯାଇପାରିବ ।

ଓଡ଼ିଶାରେ ବାଲି ଭର୍ତ୍ତି ଅଖା ଲଗାଯାଉଛି

ବାତ୍ୟା ଅମ୍ଫାନ ଭୟ ଏପରି ଯେ ହାୱଡା କର୍ପୋରେସନ୍ ୨୪ ଘଣ୍ଟା ପାଇଁ କଣ୍ଟ୍ରୋଲ୍ ରୁମ୍ କୁ କାର୍ଯ୍ୟକ୍ଷମ ରଖିଛି, ଯାହାଦ୍ୱାରା କୌଣସି ଅସୁବିଧା ହେଲେ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ | ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଲିରେ ଭର୍ତ୍ତି ବସ୍ତା ଲଗାଯାଉଛି । ଜଗତସିଂହପୁରର ଉପକୂଳବର୍ତ୍ତୀ ଅଞ୍ଚଳରୁ ବସ୍ତି ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଉଛି।

ବର୍ଷା ଯୋଗୁଁ ଘରର କାନ୍ଥ ଭୁଷୁଡ଼ି ୩ ମାସର ଶିଶୁ ମୃତ, ମାଆ ଗୁରୁତର

ଭଦ୍ରକ: ରାଜ୍ୟରେ ବାତ୍ୟା ଅମ୍ଫାନର ପ୍ରଭାବ ଜାରି ରହିଛି । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ହେବାରେ ଲାଗିଛି । ତେବେ ଏଭଳି ସ୍ଥିତିରେ ଏକ ଦୁଃଖଦ ଖବର ସାମ୍ନାକୁ ଆଲିଛି । ବର୍ଷା ଯୋଗୁଁ ମାଟି ଘରର କାନ୍ଥ ପଡି ୩ ମାସର ଶିଶୁପୁତ୍ର ମୃତ୍ୟୁ ହୋଇଛି ।  ତିହିଡି ବ୍ଲକ କାଂପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି ।

ପ୍ରବଳ ବର୍ଷା ଯୋଗୁଁ ଗାଁର ବଳରାମ ଦାସଙ୍କ ମାଟି କାନ୍ଥ ଭୁଶୁଡି ପଡିଥିଲା । ରାତିରେ ମାଆ ଓ ୩ ମାସର ଶିଶୁ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏଥିରେ ମାଆ ସାମାନ୍ୟ ଆହତ ହୋଇଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ପ୍ରବଳ ବେଗରେ ସ୍ଥଳପଥକୁ ମାଡ଼ି ଆସୁଛି ବାତ୍ୟା ଅମ୍ପାନ । ଅମ୍ଫାନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା କାଲି ଠାରୁ ପବନ ହେବା ସହ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି । ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ କେନ୍ଦ୍ରର ସୂଚନା ରହିଛି । ତେବେ ବାତ୍ୟା ପ୍ରଭାବରେ ଭୋଗରାଇ, ତାଳସାରୀ ସମେତ ଉପକୂଳ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ ସମେତ ଉପକୂଳରରେ ବାତ୍ୟାର ପ୍ରଭାବ  ଅଧିକ ରହିବ । ଅନ୍ୟପଟେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

ଗତ ରାତି ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ରହିବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେହିପରି କରୋନା ସଂକ୍ରମଣରୁ ବଞ୍ଚିବାକୁ ମାସ୍କ ପିନ୍ଧିବାକୁ ଏସଆରସି ଅନୁରୋଧ କରିଛନ୍ତି । ସରକାରୀ ନିୟମ ମାନି ବାହାରକୁ ନଯିବା, ବାତ୍ୟାବେଳେ ଆମ୍ବ, ନଡିଆ ଗୋଟାଇବାକୁ ନ ଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁକାବିଲା ପାଇଁ ୧୫ ଟିମ ଓଡ୍ରାଫ, ୧୬ ଟିମ୍‌ ଏନଡିଆରଏଫ ଏବଂ ଅଗ୍ନୀଶମ ବିଭାଗର ୧୧୭ଟି ଟିମ ମୁତୟନ ଅଛନ୍ତି ।

ଅମ୍ଫାନ ପ୍ରଭାବରେ ଗଛ ଉପୁଡ଼ିଲା ଘର ଭାଙ୍ଗିଲା, ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ

ଭୁବନେଶ୍ୱର: ଅମ୍ଫାନରେ ବିଶେଷ ଭାବେ ଏବେ ପ୍ରଭାବିତ ହେଉଛି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ । ପାରାଦୀପଠାରୁ ବାତ୍ୟା ଏବେ ୧୧୫ କିମି ଦୂରରେ ଗତି କରୁଛି । ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଥିବା ବେଳେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗରୁ ଅନୁମାନ କରାଯାଉଥିଲା ଯେ, ଅମ୍ଫାନ ବାଲେଶ୍ୱରରେ ଲାଣ୍ଡଫାଲ କରିବ । କିନ୍ତୁ ଅମ୍ଫାନ ଏବେ ତା’ର ପୂର୍ବନିର୍ଦ୍ଧାରିତ ଗତିପଥରେ ଯିବ ବୋଲି ଆଇଏମଡି ତରଫରୁ ସୂଚନା ମିଳିଛି । ଯାହାର ଅର୍ଥ ହେଉଛି ଓଡ଼ିଶା ପ୍ରତି ଆପାତତଃ ବିପଦ ଟଳିଛି ।

ଅନ୍ୟ ପକ୍ଷରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡିଛି । ଘର ଉପରେ ଗଛ ଭାଙ୍ଗିପଡ଼ିଥିବାରୁ ଘର ମଧ୍ୟ ଭାଙ୍ଗିଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ମାଟି ଘରର କାନ୍ଥ ପଡି ୩ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ତିହିଡ଼ି ବ୍ଲକ କାଂପଡ଼ା ପଞ୍ଚାୟତ ଦକ୍ଷିଣପାରି ଗାଁରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ ଗାଁର ବଳରାମ ଦାସଙ୍କ ମାଟି କାନ୍ଥ ଭୁଶୁଡି ପଡ଼ିଥିଲା। ରାତିରେ ମାଆ ଓ ୩ମାସର ଶିଶୁ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଥିଲା । ମାଆ ସାମାନ୍ୟ ଆହତ ହୋଇଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।

ଢିଙ୍କିଆ ପଞ୍ଚାୟତର ପାନବରଜ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମୁଦ୍ର ଭିତରେ ବାତ୍ୟା ଏବେ ଯେଉଁଠାରେ ରହିଛି, ସେଠାରେ ପବନର ଗତି ଘଣ୍ଟାକୁ ୧୭୦ କିମି ରହିଛି । ପାରାଦୀପ ପରେ ପରେ କେନ୍ଦ୍ରାପଡାର ଡାଙ୍ଗମାଳ ଓ ଭଦ୍ରକର ଧାମରା ଅଞ୍ଚଳରେ ପବନର ଗତି ବଢିବ । ଏଠାରେ ପବନର ଝଟ୍‌କା ୧୨୫ କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ଏସଆରସି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏହି ୪ ଜିଲ୍ଲାରୁ ୧ଲକ୍ଷ ୩୭ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବର ଓ ମୟୂରଭଞ୍ଜରେ ଏବେବି ଲୋକେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସୁଛନ୍ତି । ଅପରାହ୍ନରେ ବାଲେଶ୍ବର ଜିଲ୍ଲାର ଭୋଗରାଇ, ତାଳସାରି, ଜଳେଶ୍ବର ଆଦି ଅଞ୍ଚଳରେ ପବନର ବେଗ ବଢିବ। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେବଳ କ୍ୱାରେଣ୍ଟାଇନରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି କରୋନା ସଂକ୍ରମଣ । ତେବେ ବୁଧବାର ସକାଳୁ ରାଜ୍ୟରେ ନୂଆ ୭୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ନୂଆ ୭୪ ଜଣ ପଜିଟିଭଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହିଥିବା ବେଳେ ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ।

ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ହୋଇଛି । ୧୦୫୨ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧରୁ ୨୮ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଠାରେ ଏବେ ୩୩ରେ ପହଞ୍ଚିଛି କରୋନା ସଂଖ୍ୟା । କଟକରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ କରୋନା ଗ୍ରାଫ ଏବେ ୩୬ରେ ପହଞ୍ଚିଛି । ଗଞ୍ଜାମରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩୧୩ରେ ପହଞ୍ଚିଛି କରୋନା ସଂଖ୍ୟା ।

ଯାଜପୁରରେ ୬ଜଣ କରୋନା ଚିହ୍ନଟ ପରେ ୧୭୪ ରହିଛି ପଜିଟିଭ ସଂଖ୍ୟା । ସେହିଭଳି କେନ୍ଦ୍ରାପଡ଼ା ଏବଂ ମାଲକାନଗିରିରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନା ତାଲିକାରେ ମାଲକାନଗିରି ଯୋଡ଼ି ହୋଇଛି । ସେପଟେ ବାଲେଶ୍ୱର, ଢ଼େଙ୍କାନାଳ ଏବଂ କନ୍ଧମାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୫୨ ଜଣଙ୍କ ମଧ୍ୟରୁ ୭୩୯ ଜଣ ସକ୍ରିୟ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୦୭ ଜଣ ଏବଂ ଜଣଙ୍କର ମୃତ୍ୟୁ ହେବା ସହ ମୃତକଙ୍କ ସଂଖ୍ୟା  ୬କୁ ବୃଦ୍ଧି ପାଇଛି ।

ଏହିସବୁ ଜିଲ୍ଲାରେ ଦୁର୍ବଳ ହେଉଛି ଅମ୍ଫାନ, ଗୋପାଳପୁରରେ ପବନର ବେଗ ଘଣ୍ଟା ପ୍ରତି ୪ କିଲୋମିଟର…

ଭୁବନେଶ୍ୱର: ଓଡ଼ିଶା ଉପରୁ ଟଳିଲା ଅମ୍ଫାନର ଭୟ । ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ ଅମ୍ଫାନ । ଆଇଏମଡିର ପୂର୍ବ ସୂଚନା ମୁତାବକ ପଶ୍ଚିମବଙ୍ଗରେ କରିବ ଲ୍ୟାଣ୍ଡଫଲ । ତେବେ ବର୍ତ୍ତମାନ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲା ବାତ୍ୟା ଅମ୍ଫାନ କବଳରୁ ମୁକ୍ତ ହୋଇଥିବା ଏସଆରସି କହିଛନ୍ତି । ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଏବେ ମାତ୍ର ଘଣ୍ଟାକୁ ୪କିମି ବେଗରେ ପବନ ବହୁଛି । ଗତ ୨୪ଘଣ୍ଟା ମଧ୍ୟରେ ଗୋପାଳପୁରରେ ମାତ୍ର ୮.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବାତ୍ୟାର ବିଶେଷ ପ୍ରଭାବ ନାହିଁ । ଯଦିଓ ଆଜି ସକାଳେ ରାଜଧାନୀ ଭୁବନେଶ୍ବରରେ ଗୋଟିଏ ସମୟରେ ପବନର ବେଗ ଘଣ୍ଟାକୁ ୫୬ କିମି ରହିଥିଲା । ତେବେ ପରବର୍ତ୍ତନ ସମୟରେ ତାହା ଘଣ୍ଟାପ୍ରତି ୪୦ କିମିକୁ ଖସିଆସିଥିଲା । ଭୁବନେଶ୍ବରରେ ପବନର ବେଗ ଆହୁରି କମିବ ବୋଲି ଏସଆରସି କହିଛନ୍ତି । ପୁରୀରେ ମଧ୍ୟ ଅମ୍ଫାନର ପ୍ରଭାବ ବିଶେଷ ପଡିବନି। ଜିଲ୍ଲାରେ ୮୭ ମିମି ବର୍ଷା ହୋଇଛି । ପବନର ବେଗ ଘଣ୍ଟାକୁ ୪୦କିମିରୁ କମ୍‌ ରହିଛି ।

ବିଶେଷ ଭାବେ ଏବେ ପ୍ରଭାବିତ ହେଉଛି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ। ପାରାଦୀପଠାରୁ ବାତ୍ୟା ଏବେ ୧୧୫ କିମି ଦୂରରେ ଗତି କରୁଛି । ପାରାଦୀପରେ ସର୍ବାଧିକ ୧୦୨ କିମି ବେଗରେ ପବନ ବହିଥିବା ବେଳେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ଆଗରୁ ଅନୁମାନ କରାଯାଉଥିଲା ଯେ, ଅମ୍ଫାନ ବାଲେଶ୍ୱରରେ ଲାଣ୍ଡଫାଲ କରିବ । କିନ୍ତୁ ଅମ୍ଫାନ ଏବେ ତା’ର ପୂର୍ବନିର୍ଧାରିତ ଗତିପଥରେ ଯିବ ବୋଲି ଆଇଏମଡି କହିଛି । ଯାହାର ଅର୍ଥ ହେଉଛି ଓଡ଼ିଶା ପ୍ରତି ଆପାତତଃ ବିପଦ ଟଳିଛି ।

ଦିଗ ବଦଳାଇଲା ବାତ୍ୟା ଅମ୍ଫାନ… ପାଣିପାଗ କେନ୍ଦ୍ର ନିର୍ଦ୍ଦେଶଙ୍କ ସୂଚନା… ଦିଗରେ ସାମାନ୍ୟ ପରିବର୍ତ୍ତନ… ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବକୁ ଗତି କରୁଛି ବାତ୍ୟା ଅମ୍ଫାନ… ସଂଧ୍ୟା ଭିତରେ ପଶ୍ଚିମବଙ୍ଗ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ

ଦିଗ ବଦଳାଇଲା ବାତ୍ୟା ଅମ୍ଫାନ… ପାଣିପାଗ କେନ୍ଦ୍ର ନିର୍ଦ୍ଦେଶଙ୍କ ସୂଚନା… ଦିଗରେ ସାମାନ୍ୟ ପରିବର୍ତ୍ତନ… ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବକୁ ଗତି କରୁଛି ବାତ୍ୟା ଅମ୍ଫାନ… ସଂଧ୍ୟା ଭିତରେ ପଶ୍ଚିମବଙ୍ଗ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ

ଓଡ଼ିଶା ଉପକୂଳରେ ନୁହେଁ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ହିଁ ଲ୍ୟାଣ୍ଡଫଲ୍‌ କରିବ

ଭୁବନେଶ୍ୱର: ଅମ୍ଫାନ ବାରମ୍ବାର ତାର ବେଗରେ ପରିବର୍ତ୍ତନ କରୁଛି । କେତେବେଳେ ଧିମେଇ ଯାଉଛି ତ ପୁଣି କେତେବେଳେ ପ୍ରଖର ଗତିରେ ମାଡ଼ିଆସୁଛି । ଯାହା ଫରେ ଅମ୍ଫାନ ଲ୍ୟାଣ୍ଡଫଲରେ ବାରମ୍ବାର ପରିବର୍ତ୍ତନ ହେଉଛି । ଏବେ ପୁଣି ନୂଆ ସୂଚନା ଅନୁଯାୟୀ ଅମ୍ଫାନ ତାର ଗତିପଥରେ ପୁଣି ପରିବର୍ତ୍ତନ କରିଛି । ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ ବାତ୍ୟା ଅମ୍ଫାନ୍‌ ଲ୍ୟାଣ୍ଡଫଲ କରିବ ନାହିଁ । ଆଇଏମ୍‌ଡିର ପୂର୍ବ ଅନୁମାନ ଅନୁସାରେ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ହିଁ ଲ୍ୟାଣ୍ଡଫଲ୍‌ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ରାତି ୨ଟା ବେଳେ ଜେଟି ଡବ୍ଲୁସି ଓ ୟୁଏସ ନେଭିର ମ୍ୟାପ୍‌ ଅନୁସାରେ ଅମ୍ଫାନ୍‌ ଗତିପଥ ବଦଳାଇ ଓଡିଶା ଆଡକୁ ମୁ୍ହାଁଉଥିବା ଜଣାପଡୁଥିଲା। ଏହା ଆଧାରରେ କିଛି ପାଣିପାଗ ବିଶେଷଜ୍ଞ ଆଶଙ୍କା କରୁଥିଲେ, ଅମ୍ଫାନ୍‌ ସମ୍ଭବତଃ ବାଲେଶ୍ବର ଜିଲ୍ଲା ସୀମାରେ ଲ୍ୟାଣ୍ଡଫଲ୍‌ କରିପାରେ।

କିନ୍ତୁ ସକାଳ ୮ଟା ପରେ ଜେଟିଡବ୍ଲୁସି ମ୍ୟାପ୍‌ରେ ପୁଣି ପରିବର୍ତ୍ତନ ଆସିଥିଲା। ବାତ୍ୟାର ଗତିପଥ ନେଇ ଆଇଏମ୍‌ଡି କରିଥିବା ପୂର୍ବାନୁମାନ ସହ ଜେଟିଡବ୍ଲୁସିର ଅନୁମାନ ମେଳ ଖାଇଥିଲା। ତେଣୁ ବର୍ତ୍ତମାନ ଓଡିଶା ଉପକୂଳରେ ଅମ୍ଫାନ୍‌ ଲ୍ୟାଣ୍ଡଫଲ୍‌ କରୁନଥିବା ସ୍ପଷ୍ଟ ହେବା ସହ ଏହା ସୁନ୍ଦରବନ ଅଞ୍ଚଳରେ ବିଳମ୍ବିତ ସଂଧ୍ୟା ଅର୍ଥାତ ସାଢେ ୮ରୁ ସାଢେ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…