spot_img
Home Blog Page 7086

ଠିକା ସଫେଇକୁ ନେଇ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ

ସୁନ୍ଦରଗଡ଼: ସହରର ସୁନାରୀପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଠିକା ସଫେଇକୁ କେନ୍ଦ୍ର କରି ସଫେଇ କର୍ମଚାରୀଙ୍କୁ ଗୋଟିଏ ଗୋଷ୍ଠୀର କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ଗୁରୁତର ଆହତ ଯୁବଙ୍କ ସମର୍ଥକ ଆକ୍ରମଣକାରୀଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣକାରୀଙ୍କ ଘର ଉପରକୁ ଟେକାପଥର ମାରିବା ସହ ୨ଟି ବାଇକ୍ ପୋଡି ଦେଇଥିବା ଅଭିଯୋଗ ହୋଇଛି । ପରେ ସେଠାରେ ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ଗୁରୁତର ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଟାଉନ ଥାନା ପୋଲିସ ତଦନ୍ତ କରୁଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର, ଜୁନ୍ ୧ରୁ ଗଡ଼ିବ ୨୦୦ ଟ୍ରେନ୍

ନୂଆଦିଲ୍ଲୀ: ଲକଡାଉନ୍ ନିୟମ କୋହଳ ହେବା ସହ ଦୌଡ଼ିବା ଆରମ୍ଭ କରିଛି ଦେଶ । ମେ ୧୨ରୁ ଦେଶରେ ଟ୍ରେନ୍ ସେବା ଆଂଶିକ ଭାବେ ଆରମ୍ଭ ହୋଇଛି । ଦିଲ୍ଲୀରୁ ଦେଶର ୧୫ଟି ସ୍ଥାନକୁ ଏସି ବା ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚଳାଚଳ କରୁଛି । ଏଥିସହ ରାଜ୍ୟମାନଙ୍କ ଅନୁରୋଧ କ୍ରମେ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ମଧ୍ୟ ଚଳାଉଛି । ଏବେ ଦୈନିକ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲିପାରିବ । ଏବଂ ଏହାକୁ ପରବର୍ତ୍ତୀ ସମୟରେ ଆସ୍ତେ ଆସ୍ତେ ବୃଦ୍ଧି କରାଯିବ । ଟ୍ୱିଟ୍ କରି ରେଲୱେ ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ସୂଚନା ଦେଇଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ନିକଟସ୍ଥ ମୁଖ୍ୟ ଷ୍ଟେସନରେ ରେଜିଷ୍ଟର କରିବା ସହ ଲିଷ୍ଟକୁ ରେଲୱେକୁ ଦେବାକୁ କହିଛନ୍ତି । ଫଳରେ ରେଲୱେ ସ୍ପେଶାଲ ଟ୍ରେନ୍ ଚାଲିପାରିବ ।

ପ୍ରବାସୀ ଶ୍ରମିକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭାରତୀୟ ରେଳବାଇ ଜୁନ୍ ୧ରୁ ଅତିରିକ୍ତ ଟ୍ରେନ୍ ଚଳାଇବ । ଦୈନିକ ସମୟ ସାରଣୀ ଅନୁସାରେ ୨୦୦ଟି ନନ୍ ଏସି ବା ଅଣଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ । ଯେଉଁଥିପାଇଁ ଖୁବଶୀଘ୍ର ବୁକିଂ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ତେବେ, ଜୁନ୍ ପହିଲାରୁ ଚାଲିବାକୁ ଥିବା ୨ ଶହ ଟ୍ରେନ୍ ପାଇଁ ଟିକେଟ୍ କେବଳ ଅନଲାଇନରେ ବୁକିଂ କରିହେବ ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

ଅଶ୍ୱଗନ୍ଧାରୁ ତିଆରି ହୋଇ ପାରିବ କରୋନା ଭାଇରସର ଔଷଧ

ନୂଆଦିଲ୍ଲୀ: ଆମେରିକାରୁ ନେଇ ୟୁରୋପ ସବୁଠି କରୋନାରୁ ମୁକୁଳିବା ପାଇଁ ଭ୍ୟାକ୍ସିନ୍ ଓ ଔଷଧ ଖୋଜା ଚାଲିଛି । ଦିଲ୍ଲୀ ଆଇଆଇଟି ଓ ଜାପାନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟିଆଲ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ସଂଯୁକ୍ତ ଭାବେ ଏକ ଅଧ୍ୟୟନ କରିଛନ୍ତି । ଅନୁସନ୍ଧାନ ଅନୁସାରେ ଭାରତରେ ଆୟୁର୍ବେଦିକ ଜଡ଼ି-ବୁଟି ଅଶ୍ୱଗନ୍ଧା କରୋନା ଚିକିତ୍ସାରେ ପ୍ରଭାବୀ ସାବ୍ୟସ୍ତ ହୋଇପାରେ । ରିସର୍ଚ୍ଚ ଟିମ୍ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଅଶ୍ୱଗନ୍ଧା ଓ ମହୁମାଛିରେ କରୋନା ଭାଇରସ୍ ପାଇଁ ଔଷଧ ତିଆରି ହୋଇପାରିବ ।

ଆଇଆଇଟି ଦିଲ୍ଲୀ ବାୟୋକେମିକାଲ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି ବିଭାଗ ପ୍ରମୁଖ ଓ ଡିଏଆଇ ଲ୍ୟାବ କୋଅର୍ଡିନେଟର ପ୍ରଫେସର ଡି. ସୁନ୍ଦରଙ୍କ ଅନୁସାରେ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଭାରତରେ ଆୟୁର୍ବେଦ ହଜାରେ ବର୍ଷରୁ ପ୍ରଚଳିତ । ଦଶନ୍ଧି ଧରି ଆଇଆଇଟି ଦିଲ୍ଲୀ ଓ ଏଆଇଏସଟି ଆଧୁନିକ ଜ୍ଞାନକୌଶଳ ସହ ପାରମ୍ପରିକ ଜ୍ଞାନ ଉପରେ ଅଧ୍ୟୟନ କରୁଛନ୍ତି ।

ଅଧ୍ୟୟନ ଅନୁସାରେ ଅଶ୍ୱଗନ୍ଧାରେ କେମିକାଲ କମ୍ପାଉଣ୍ଡ ବିଥାନୋନରେ ଥିବାରୁ ଏହା ଶରୀରରେ କରୋନା ଭାଇରସକୁ ରୋକିପାରିବ । ଏହା ସହିତ ମହୁମାଛିରେ ଥିବା କେମିକାଲ କମ୍ପାଉଣ୍ଡ କ୍ୟାଫିକ ଏସିଡ୍ ଫେନେଥାଇଲ ଇଷ୍ଟର ସାର୍ସ ସିଓବି-୨ ଏମ୍ ଫ୍ରି ମଣିଷ ଶରୀରରେ ଗତିବିଧିକୁ ରୋକିପାରିବ ।

ସାଂର୍ସ ସିଓଭି-୨ର ମୁଖ୍ୟ ଏଞ୍ଜାଇମ୍ ମ୍ୟାନ୍ ପ୍ରୋଟିଏଜକୁ ଲକ୍ଷ୍ୟ କରି ଏହି ଅଧ୍ୟୟନ କରାଯାଇଥିଲା । ଯାହାକି ଶରୀରରେ ପ୍ରୋଟିନ୍ସକୁ ବିଭାଜିତ କରେ । ଭାଇରସକୁ ଶରୀରରୁ ମାରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ।

କରୋନା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍: ଅଫିସରେ ଛେପ ପକାଇଲେ ମିଳିବ ଦଣ୍ଡ, ଭରିବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ: ଦେଶରେ ଲକଡାଉନ ଜାରି ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭିନ୍ନ କାର୍ଯ୍ୟାସ୍ଥଳରେ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ଯଦି କୌଣସି ବ୍ୟକ୍ତି କାର୍ଯ୍ୟସ୍ଥଳରେ ଛେପ ପକାଉଥିବାର ଦେଖାଯାଏ ତେବେ ତାହାକୁ ଦଣ୍ଡ ମିଳିବା ସହ ଫାଇନ ମଧ୍ୟ ଦେବାକୁ ପଡ଼ିବ । ଲକଡାଉନର ୪ର୍ଥ ପର୍ଯ୍ୟାୟ ୧୫ରୁ ୩୧ ମେ ପର୍ଯ୍ୟନ୍ତ ଚାଲିବ । କେତେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକଡାଉନ ୪.୦ରେ ଅଧିକ କୋହଳ କରିନାହାଁନ୍ତି । କିନ୍ତୁ ଅନ୍ୟପଟେ କିଛି ଏମିତି ରାଜ୍ୟ ଅଛି ଯେଉଁମାନେ କାର୍ଯ୍ୟସ୍ଥଳରେ ୧୦୦ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବାର ଅନୁମତି ଦେଇଛନ୍ତି । ରାଜ୍ୟରେ ଗାଇଡଲାଇନ ଜାରି ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କାର୍ଯ୍ୟାଳୟ ଏବଂ କାର୍ଯ୍ୟସ୍ଥଳ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି । ଜାଣନ୍ତୁ ଏଥିସହ ଜଡ଼ିତ କିଛି ଜରୁରୀ ତଥ୍ୟ-

ସ୍ୱାସ୍ଥ୍ୟ ମନ୍ତ୍ରଣାଲୟ ଦ୍ୱାରା ଜାରୀ କରାଯାଇଥିବା ଗାଇଡଲାଇନ୍

  • ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ଜରୁରୀ । ବସିବା ବ୍ୟବସ୍ଥା ସହିତ ଅନେକ ଜିନିଷ ପାଇଁ ୧ ମିଟରର ଦୂରତା ଆବଶ୍ୟକ ।
  • ମୁହଁକୁ ଏକ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇ ରଖନ୍ତୁ ।
  • ସାବୁନ କିମ୍ବା ସାନିଟାଇଜର ମାଧ୍ୟମରେ ବାରମ୍ବାର ହାତକୁ ସଫା କରନ୍ତୁ ।
  • ଯଦି ଆପଣ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଏ ବିଷୟରେ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ଆପଣ ବାଧ୍ୟ ।
  • ଛିଙ୍କିବା କିମ୍ବା କାଶିବା ସମୟରେ ପାଟିକୁ ଘୋଡାନ୍ତୁ ।
  • ଅଫିସକୁ ଯିବାବେଳେ ସାବଧାନ ରୁହନ୍ତୁ । ସର୍ବସାଧାରଣ ସ୍ଥାନରେ ଜିନିଷ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ ।
  • ଯଦି କୌଣସି କାର୍ଯ୍ୟାଳୟରେ କରୋନା ସଂକ୍ରମିତ ଥାନ୍ତି, ତେବେ ଗତ ୪୮ ଘଣ୍ଟା ମଧ୍ୟରେ ସଂକ୍ରମିତ ବ୍ୟକ୍ତି ଯେଉଁଆଡ଼େ ଗଲେ ଏହାକୁ ସାନିଟାଇଜ କରାଯିବା ଆବଶ୍ୟକ । ଅଫିସ୍ କିମ୍ବା କାର୍ଯ୍ୟସ୍ଥଳୀକୁ ସମ୍ପୂର୍ଣ୍ଣ ସିଲ୍ କରିବାର ଆବଶ୍ୟକତା ନାହିଁ ।
  • କୌଣସି ଅଫିସ୍ କିମ୍ବା ବିଲ୍ଡିଂରେ କରୋନା ମାମଲାରେ ଆସିଲେ, ପୂରା କାର୍ଯ୍ୟାଳୟକୁ ବା ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯିବ । ଯେପର୍ଯ୍ୟନ୍ତ ସେହି କାର୍ଯ୍ୟାଳୟକୁ ସାନିଟାଇଜ୍କ ରାଯାଇ ନାହିଁ, ସମସ୍ତଙ୍କୁ ଘରୁ କାମ କରିବାକୁ ପଡିବ ।

ଦେଶରେ ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବିଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୪ ହଜାର ୯୭୦ଟି ନୂଆ ମାମଲା ଆସିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୧୩୪ ଲୋକଙ୍କ ମୃତ୍ୟୁ ସହ ଦେଶରେ ମୃତ୍ୟୁସଂଖ୍ୟା ୩ ହଜାର ୧୬୩ରେ ପହଞ୍ଚିଛି ।

ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ଗାଡ଼ିର ବିଲ୍‌ କରାଇଦେବା କହି ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ଜାଲରେ ଫସିଲେ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ସରକାରୀ କର୍ମଚାରୀ । ବିଲ୍‌ କରାଇଦେବାକୁ କହି ଡିମାଣ୍ଡ କରିଥିଲେ ଟଙ୍କା । ୧୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲ୍ଲା ବିଜେପୁର ଏନଏସିର  ଦୁଇଜଣ କର୍ମଚାରୀ ।  ବିଜେପୁର ଏନଏସି ରେ ଭଡ଼ାରେ ଲାଗିଥିବା ବୋଲେରୋ ଗାଡ଼ିର ବିଲ କରିଦେବାକୁ ୧୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋ ହୋଇଥିଲା । ପରେ ବିଜେପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ  ରୁକମଣ ମେହେର ଏବଂ ଆକାଉଣ୍ଟାଣ୍ଟ  ମାନସ କୁମାର ଦାସ  ଆଜି ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଧମା ଗ୍ରାମର ମଦନ ମେହେର ତାଙ୍କର ଏକ ବୋଲେରୋ ଗାଡ଼ିକୁ ବିଜେପୁର ଏନଏସିରେ ଭଡା ସୂତ୍ରରେ ଲଗାଇଥିଲେ । ତେବେ ସେ ଗତ କିଛି ମାସର ଭଡା ଅର୍ଥ ପାଇଁ ବିଲ୍‌ ପାସ କରିଦେବାକୁ ଏନଏସିକୁ ବହୁ ବାର ଦୌଡିଥିଲେ ଶେଷରେ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆକାଉଣ୍ଟେଣ୍ଟ ୧୪ ହଜାର ଟଙ୍କା ଦାବି କରିବାରୁ ସେ ଭିଜିଲାନ୍ସ ର ଦ୍ଵାରସ୍ଥ ହୋଇଥିଲେ  ।  ଆଜି ପୂର୍ବ ପ୍ରସ୍ତୁତି ଯୋଜନା ମୁତାବକ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟ ଲାଞ୍ଚୁଆଙ୍କୁ ଭିଜିଲାନ୍ସ କାବୁ କରିଛି ଏବଂ କୋର୍ଟକୁ ଚାଲାଣ କରିଛି ।

‘ବୁଲବୁଲ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ ରହିବ ‘ଅମ୍ଫାନ’ ପ୍ରଭାବ: SRC

ଭୁବନେଶ୍ୱର: ‘ଅମ୍ଫାନ’ ପ୍ରଭାବରେ ଭିତରକନିକା, ଡାଙ୍ଗମାଳ ସହ ବାଲେଶ୍ୱର ଦୀଘା, ତାଳସାରୀରେ ପବନ ୧୦୦ରୁ ୧୨୦ କିମି ଘଣ୍ଟାପ୍ରତି ହେବା ଗଷ୍ଟିଂ ୱିଣ୍ଡ୍ ସ୍ପିଡ୍ ୧୨୫ କିମି ରହିବ । ଆସନ୍ତାକାଲି ଦିନ ୧୨ଟାରୁ ୨ଟା ଭିତରେ ଓଡ଼ିଶା ଉପକୂଳ ଉପର ଦେଇ ବାତ୍ୟା ଯାଇପାରେ । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିବ । ଅପରାହ୍ଣ ପରେ ବର୍ଷା ଓ ପବନ କମିବ ।

ବୁଲବୁଲ୍ କ୍ଷତିଗ୍ରସ୍ତ ଅଞ୍ଚଳ ସହିତ ଅନ୍ୟ ଅଞ୍ଚଳରେ ପ୍ରଭାବ ରହିବ । ଏବେ ସୁଦ୍ଧା ୩୧ଗୋଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ବର୍ତ୍ତମାନ ଯାଏଁ ବର୍ଷା ଓ ପବନ ସାମାନ୍ୟ ରହିଛି । ଆଜି ରାତି ସୁଦ୍ଧା ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ । କଚ୍ଚା ଘର, ଆଜବେଷ୍ଟସ୍ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମଧ୍ୟରାତ୍ରୀ ପରେ ହଠାତ୍ ପବନର ବେଗ ବଢ଼ିବା ସହିତ ବର୍ଷା ବଢିପାରେ ।

ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସହ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କେତକ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ତେଣୁ, ବିଦ୍ୟୁତ ଉପକରଣ ନଷ୍ଟ ହେବାର ସମ୍ଭାବନା ରହିଛି । ସେଥିପାଇଁ କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ ଓ ପୁରୀରୁ ୨୫୦ଟି ସେଟ୍ ଟେଲିସ୍କୋପିକ୍ ଲାଇଟ୍ ଆଣିବାର ବ୍ୟବସ୍ଥା କରିଛୁ ।

ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ବେଳେ କୋଭିଡକୁ ଅଣଦେଖା କରିବା ନାହିଁ । ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ପବନ ଆରମ୍ଭ ପରେ ନଦୀ, ନାଳ ଓ ପୋଖରୀକୁ କେହି ଯାଆନ୍ତୁ ନାହିଁ ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ଫନି, ତିତଲି ଓ ଲୈଲା ପରେ ଅମ୍ଫାନ ଆତଙ୍କ, ଜାଣନ୍ତୁ କେମିତି ରଖାଯାଏ ନାଁ ?

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇସାରିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଆଲର୍ଟ ଜାରି କରିଛି । ଅମ୍ଫାନ ବାତ୍ୟାର ମୁକାବିଲା ପାଇଁ ପୂରା ପ୍ରସ୍ତୁତି ମଧ୍ୟ ସରିଛି । ଏହା ପୂର୍ବରୁ ଫନି, ତିତଲି, ଲୈଲା ଏବଂ ହେଲନ ଭଳି ବାତ୍ୟା ମଧ୍ୟ ତାହାର ଭୟଙ୍କର ରୂପ ଦେଖାଇଛି । ତେବେ  ଆପଣ ଜାଣିଛନ୍ତି କି ବାତ୍ୟାର ନାଁ କେମିତି ରଖାଯାଏ ଏବଂ ନାଁ ରଖିବା ପଛର ସତ କଣ ।

ବାତ୍ୟାଗୁଡ଼ିକର ନାଁ ସବୁବେଳେ ଫନି, ତିତଲି, ଲୈଲା,ହେଲେନ ଭଳି ଅଦ୍ଭୁତ ନାଁ ଦିଆଯାଇଥାଏ । ଏବଂ ଏହି ନାଁ ଗୁଡ଼ିକ ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ କିନ୍ତୁ ଏହାକୁ ବାଛିବାର ପ୍ରଣାଳୀ ଭିନ୍ନ ରହିଥାଏ । ଏହି ଧାରାରେ ଅମ୍ଫାନ (ଯାହାର ଉଚାରଣ ଉମ-ପୁନ ମଧ୍ୟ କରାଯାଉଛି) ୧୮ ମେ’ର ମଧ୍ୟ ରାତିରେ ଆସିଛି । ଅମ୍ଫାନ ୨୦୦୪ରେ ସଂକଳିତ ଚକ୍ରବାତ ନାଁ ଲିଷ୍ଟର ଶେଷ ନାଁ । ଏହାର ନାଁ ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବିତ କରାଯାଇଥିଲା ।

ନାମକରଣର ପରମ୍ପରା କଣ ?

ଆରମ୍ଭରୁ କୌଣସି ବି ବିଶେଷ ନାଁରେ ବାତ୍ୟାର ନାମକରଣ ହେଉ ନଥିଲା । କିନ୍ତୁ ଆଟଲାଣ୍ଟିକ ମହାସାଗରରେ ବାତ୍ୟାର ନାଁ ଦେବାର ପରମ୍ପରା ଆରମ୍ଭ ହୋଇଥିଲା । ଏଠାକୁ ଆସିଥିବା ବାତ୍ୟାକୁ ଏଂଟଜେ ନାଁ ଦିଆଗଲା । ସେବେଠୁ ୩୯କିମି ପ୍ରତିଘଣ୍ଟାର ନିରନ୍ତର ପବନର ଗତି ପର୍ଯ୍ୟନ୍ତ ପହଞ୍ଚୁଥିବା କୌଣସି ବି ଉଷ୍ଣକଟିବନ୍ଧୀୟ ବାତ୍ୟାକୁ କୌଣସି ବି ନାଁ ନାମିତ କରାଯାଉଛି  ।

 ଚକ୍ରବାତ, ବାତ୍ୟା ଓ ଟାଇଫୁନ ଭିତରେ କଣ ରହିଛି ଭିନ୍ନତା

ଏବେ ବି ଲୋକ ମାନନ୍ତି ଯେ, ଚକ୍ରବାତ, ବାତ୍ୟା ଏବଂ ଟାଇଫୁନ ସବୁ ଏକା ଭଳି । କିନ୍ତୁ ଉଷ୍ଣକାଟିବନ୍ଧୀୟ ବାତ୍ୟାକୁ ବିଶ୍ୱରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ଦେଖାଯାଏ । ଏହାକୁ କିଛି ଏହି ପ୍ରକାରରେ ପରିଭାଷିତ କରାଯାଇଥାଏ । ଯେମିତି ଆଟଲାଣ୍ଟିକାରେ ଏହା ବାତ୍ୟା, ପ୍ରଶାନ୍ତରେ ଟାଇଫୁନ୍, ଏବଂ ଭାରତ ମହାସାଗରରେ ଚକ୍ରବାତ କୁହାଯାଇଥାଏ । କୌଣସି ବି ବାତ୍ୟା ଯାହାର ପବନର ଗତି ଘଣ୍ଟା ପ୍ରତି ୭୪କିମିରେ ପହଞ୍ଚେ ତାହାକୁ ଚକ୍ରବାତ ରୂପରେ ବର୍ଗୀକୃତ କରାଯାଇଥାଏ ।

ଏମିତି ହୋଇଥିଲା ନାମକରଣ ପ୍ରକ୍ରିୟାର ଆରମ୍ଭ

ଚକ୍ରବାତର ନାମକରଣର ଆରମ୍ଭରେ କାରେବିଆନ୍ ଦ୍ୱିପପୁଞ୍ଜର ଲୋକ କିଛି ସ୍ଥାନୀୟ ନାମକୁ ବାତ୍ୟାର ନାଁ ଦେଉଥିଲେ । ଏହା ରୋମନ କ୍ୟାଥୋଲିକ୍ ଲିଟୁର୍ଜିକାଲ୍ କ୍ୟାଲେଣ୍ଡର ଦିନର ସାଧୁଙ୍କ ଉପରେ ଆଧାରିତ ଥିଲା । ପୁଣି ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ କାରେବିଆନ୍ ପରମ୍ପରା ଜାରି ରହିଲା  । ବାତ୍ୟାକୁ ଚିହ୍ନଟ କରିବା ପାଇଁ  ପାଣିପାଗ ବିଜ୍ଞାନୀମାନେ ମହିଳା ନାଁକୁ ପ୍ରୟୋଗ କରିବା ଆରମ୍ଭ କରିଦେଲେ ।

 

ଏହି ବାତ୍ୟାମାନଙ୍କର ନାଁ ପଛର ସତ

ସବୁ ବେଳେ ଚର୍ଚ୍ଚାରେ ରହୁଥିବା ହେଲେନ ବାତ୍ୟାର ନାଁ ବାଙ୍ଗଲାଦେଶ ପ୍ରସ୍ତାବିତ ଥିଲା । ନାନୁକକୁ ମିଆଁମାର , ହୁଡହୁଡକୁ ଓମାନ, ନିଲେଫର ଏବଂ ବରଦାକୁ ପାକିସ୍ତାନ, ମେକୁନର ମାଳଦ୍ୱିପ ଏବଂ ତିତଲିର ନାଁ ପାକିସ୍ତାନ ଦ୍ୱାରା ଦିଆଯାଇଥିଲା ।

ଫେସବୁକର ‘ଏକ ଟଙ୍କିଆ ବଜାର’, କେତେ ସତ ଏବଂ କେତେ ମିଛ ?

ଫେସବୁକରେ ଆପଣ କଣ କେବେ ଏକ ଟଙ୍କାରେ ଗୋଟିଏ ଲିଟର ସାନିଟାଇଡର୍ ଏବଂ PPE କିଣିବାକୁ ଚେଷ୍ଟା କରିଛନ୍ତି କି ? ଯଦି ହଁ, ତେବେ କଣ ଆପଣ ଏହି ମୂଲ୍ୟରେ ସାନିଟାଇଜର କି PPE ପାଇଛନ୍ତି କି ? ଏହି ଜିନିଷ ଉପରେ ଆପଣଙ୍କ ଆଗ୍ରହ ଦେଖିବା ପାଇଁ ଗୋଟିଏ ଟଙ୍କାର ମୂଲ୍ୟ ଏକ ଚାଲ ଥିଲା କି ? ତେବେ ଆମେ ଆଜି ଆପଣଙ୍କୁ କହିବୁ ଏହା ପଛର କାହାଣୀ । କାହିଁକି ଏଭଳି ବିଭିନ୍ନ ପ୍ରକାରର ବିଜ୍ଞାପନ ସହ ଆପଣ ବାରମ୍ବାର ମୁହାଁମୁହିଁ ହୋଇଥାନ୍ତି ?

କରୋନା ସମୟରେ ଫେସବୁକର ‘ଏକ ଟଙ୍କିଆ’ ବଜାର । ଆପଣଙ୍କ ମଧ୍ୟରୁ ଅନେକ ଏହି ୧ ଟଙ୍କିଆ ଅଫରରେ ଅନେକଥର ଫସିଥିବେ ।  କେତେବେଳେ ଯଦି ଧ୍ୟାନ ଦେଇଥିବେ ତାହାଲେ ଦେଖିଥିବେ କି ଅଧିକ ଦାମ ଜିନିଷ ମାତ୍ର ଏକ ଟଙ୍କାରେ ମିଳିବ ବୋଲି ବିଜ୍ଞାପନ ଆସୁଥାଏ । ସେ ଏକ ଟଙ୍କାରେ ଗୋଟିଏ ଲିଟର ହ୍ୟାଣ୍ଡ ସାନିଟାଇଜର, PPE କିଟ୍, ବା ଶହ ଶହ ପକେଟ ହ୍ୟାଣ୍ଡ ସାନିଟାଇଜର ହେଉ । ଏହିଭଳି ଅଫର ବାରମ୍ବାର ଫେସବୁକର ମାର୍କେଟପ୍ଲେସରେ ଦେଖିବାକୁ ମିଳିଥାଏ । ହଜାର ହଜାର ବିକ୍ରେତା ସୋସିଆଲ ମିଡିଆ ଜିଆଣ୍ଟ୍ ଫେସବୁକ ମାର୍କେଟପ୍ଲେସରେ ନକଲି ବିଜ୍ଞାପନ ବ୍ୟବହାର କରି ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ଯାହା ଦ୍ୱାରା ସେମାନେ ଅନଲାଇନ ବିକ୍ରେତାଙ୍କ ତାଲିକାରେ ଶୀର୍ଷରେ ରହିପାରିବେ ।

FB  ବଜାର ନିୟନ୍ତ୍ରିତ ନୁହେଁ

ଇ-କମର୍ସ କମ୍ପାନୀଗୁଡିକ ପରି, ଫେସବୁକର ମାର୍କେଟପ୍ଲେସ୍ ନିୟନ୍ତ୍ରିତ ନୁହେଁ  । ଏଥିପାଇଁ କୌଣସି ନିର୍ଦ୍ଦେଶାବଳୀ ନାହିଁ  । ଫେସବୁକ ଏକ ଟଙ୍କିଆ ବଜାରର ସତ୍ୟତା  ଜାଣିବା ପାଇଁ ଏକ ଇଂରାଜୀ ଖବରକାଗଜ ଦ୍ୱାରା ଏକ ଷ୍ଟିଙ୍ଗ୍ ଅପରେସନ୍ କରାଯାଇଥିଲା । ଯାହାର

ଖବର କାଗଜ ପକ୍ଷରୁ  ୧୦ ଜଣ  ବିକ୍ରେତାଙ୍କ ସହ କଥା ହେଲା ପରେ ଏମିତି କିଛି ସତ୍ୟତା ସାମ୍ନାକୁ ଆସିଲା । ସେମାନଙ୍କ ସହ ବାର୍ତ୍ତାଳାପରେ ଏହା ପ୍ରକାଶ ପାଇଲା ଯେ ଅଧିକାଂଶ ଉତ୍ପାଦର ମୂଲ୍ୟ ସ୍ଥିର କରାଯାଏ ନାହିଁ  । ସେମାନେ ଗୋଟିଏ ଉତ୍ପାଦର ମୂଲ୍ୟକୁ ଏକ ଟଙ୍କା କରିବା ପରେ ଲୋକଙ୍କର ଆଗ୍ରହ ଦେଖି ତାକୁ ତାର ଦର ନିର୍ଦ୍ଧାରିତ କରିଥାନ୍ତି ।

କ୍ଲିକ୍‌ କଲା ପରେ ଏକ ଟଙ୍କା ସାନିଟାଇଜର ୭୮୦୦ ଟଙ୍କା ହୋଇଯାଏ !

ଯେତେବେଳେ ଫେସବୁକରେ ଗୋଟିଏ ଉତ୍ପାଦକୁ ନେଇ ଅନୁସନ୍ଧାନ ଗମ୍ଭୀର ହୋଇଯାଏ, ସେତେବେଳେ ସେହି ଉତ୍ପାଦର ଏକ ନୂତନ ମୂଲ୍ୟ ହୋଇଯାଏ । ଅନେକ ବିକ୍ରେତା ଯିଏ ପୂର୍ବରୁ ଏକ ଟଙ୍କାରେ ସ୍ୱୟଂଚାଳିତ ସାନିଟାଇଜର ଡିସପେନସର୍ ବିକ୍ରି କରୁଥିଲେ । ସେ ଦେଖିଲେ ଯେ ଏହାକୁ ନେବାରେ ଲୋକଙ୍କର ବହୁତ ଆଗ୍ରହ ରହିଛି, ତେଣୁ ସେ ମୂଲ୍ୟକୁ ୭,୮୦୦ ଟଙ୍କାକୁ ବୃଦ୍ଧି କଲେ  । ପକେଟ ସାନିଟାଇଜର ସେଲରେ ମଧ୍ୟ ଏଭଳି କରିଥିଲେ । ଯେତେବେଳେ ଅଧିକ ଅନୁସନ୍ଧାନ କରାଯାଇଥିଲା, ତୁରନ୍ତ ଏହାର ମୂଲ୍ୟ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ବିଶେଷଜ୍ଞମାନେ କହିଛନ୍ତି ଯେ ନୂତନ ଗ୍ରାହକ ସୁରକ୍ଷା ଆଇନରେ ଜନସାଧାରଣଙ୍କୁ ଉତ୍ପାଦର ଭୁଲ ମୂଲ୍ୟ କହିବା ଭୁଲ ଅଟେ । ପରେ ଫେସବୁକ  ଏହିପରି ଲକ୍ଷ ଲକ୍ଷ ବିଜ୍ଞାପନ ହଟାଇ ଦେଇଥିଲା, ଯେଉଁଥିରେ ଏମିତି ଅବସ୍ତାବ ମୂଲ୍ୟ ଦେଇ ମାର୍କେଟିଂ କରାଯାଉଥିଲା ।

ଭାରତରେ ‘ଅମ୍ଫାନ’କୁ ଅପେକ୍ଷା, ଶନିବାର ଫ୍ଲୋରିଡାର ‘ଆର୍ଥର’ ସହ ମୁଲାକାତ୍

ନୂଆଦିଲ୍ଲୀ: ଦୁନିଆ ପାଇଁ ବଢ଼ୁଛି ବାତ୍ୟା ବିପତ୍ତି । ମହାମାରୀ କରୋନା କାଳରେ ବାତ୍ୟା ବଢ଼ାଇଛି ଚିନ୍ତା । ବଙ୍ଗୋପସାଗରରେ ମହାବାତ୍ୟା ‘ଅମ୍ଫାନ’ ଆଗକୁ ବଢୁଥିବା ବେଳେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼ ଆର୍ଥର । ତେବେ, ‘ଅମ୍ଫାନ’ ଭଳି ‘ଆର୍ଥର’ ସେତେ ଶକ୍ତିଶାଳୀ ନୁହେଁ ।

ବଙ୍ଗୋପସାଗରରେ ବଳ ଗୋଟାଇ ‘ଅମ୍ଫାନ’ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ୨୦ ତାରିଖରେ ‘ଅମ୍ଫାନ’ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ସୁନ୍ଦରବନ ନିକଟରେ ଦୀଘା ଓ ହତିଆ ମଝିରେ ଏହା ଅତିକ୍ରମ କରିବ । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫-୧୬୫ କିମି ଘଣ୍ଟା ପ୍ରତି ରହିବ । ଗଷ୍ଟିଙ୍ଗ ସ୍ପିଡ୍ ୧୮୫ କିମି ରହିବ ।

୨୦୨୦ ମସିହାରେ ଆଟଲାଣ୍ଟିକରେ ଆସିଥିବା ପ୍ରଥମ ଝଡ଼ ହେଉଛି ‘ଆର୍ଥର’ । ପ୍ରାୟ ୨ ସପ୍ତାହ ପୂର୍ବରୁ ଜୁନ୍ ୧ରେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିଲା ହୁରିକେନ୍ ‘ଆର୍ଥର’ । ଏହା ପ୍ରଭାବରେ ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ କିମି ବେଗରେ ବହିବ । ସବଟ୍ରପିକାଲ ହେବା ପୂର୍ବରୁ ‘ଆର୍ଥର’ ଦୁର୍ବଳ ହେଉଥିବା ଆମେରିକା ନ୍ୟାସନାଲ ହୁରିକେନ୍ ସେଣ୍ଟର ଆକଳନ କରିଛି ।

‘ଆର୍ଥର’ ଏବେ ପୂର୍ବ ଉତ୍ତର-ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୪ କିମି ବେଗରେ ଗତି କରୁଛି । ଶନିବାର ଏହା ଫ୍ଲୋରିଡା ଅତିକ୍ରମ କରିବାର ସମ୍ଭାବନା ରହିଛି । ସେତେବେଳେ ‘ଆର୍ଥର’ ପ୍ରଭାବରେ ଘଣ୍ଟା ପ୍ରତି ୫୦ କିମି ବେଗର ପବନ ବହିବ ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

ଚୀନ୍‌ ଲ୍ୟାବର ବଡ଼ ଦାବି: କରୋନା ପାଇଁ ତିଆରି ସରିଛି ଔଷଧ

କରୋନା ସମୟରେ ଚାଇନା ଏକ ବଡ଼ ଦାବି କରିଛି । ଚାଇନାର ଏକ ଲ୍ୟାବ ଦାବି କହିଛି ଯେ ସେମାନେ ଏକ ଔଷଧ ପ୍ରସ୍ତୁତ କରିଛନ୍ତି ଯାହା କରୋନା ଭାଇରସ ସଙ୍କଟରୁ ସାରା ବିଶ୍ୱକୁ ଦୂର କରିପାରିବ । ଏହି ଲ୍ୟାବଟି ହେଉଛି ପେକିଙ୍ଗ ବିଶ୍ୱବିଦ୍ୟାଳୟର । ଖାଲି ସେତିକି ନୁହେଁ ଚାଇନାର ଅନେକ ଲ୍ୟାବରେ ନୂଆ କରୋନା ଓୌଷଧ ତିଆରି ପାଇଁ ପ୍ରସ୍ତୁତି ଚାଲିଛି  । ଲ୍ୟାବର ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଔଷଧ କେବଳ କରୋନା ଭାଇରସରୁ ଲୋକଙ୍କୁ ଶୀଘ୍ର ଆରୋଗ୍ୟ କରିପାରିବା ସହିତ ରୋଗ ପ୍ରମତିରୋଧକ ଶକ୍ତି ମଧ୍ୟ ବଢ଼ାଇବ ।

ପଶୁମାନଙ୍କ ଉପରେ ପରୀକ୍ଷା ସଫଳ ହୋଇଛି

ଲ୍ୟାବ ନିର୍ଦ୍ଦେଶକ ସନ୍ନି ସି ପଶୁମାନଙ୍କ ଉପରେ ଔଷଧର ସଫଳ ପରୀକ୍ଷଣ କରିଛନ୍ତି । ଏହି ଔଷଧରେ ଆଣ୍ଟିବଡି ବ୍ୟବହାର କରାଯାଇଛି, ଯାହା କରୋନାରୁ ଉଦ୍ଧାର ହୋଇଥିବା ୬୦ ରୋଗୀଙ୍କ ରକ୍ତରୁ ବାହାର କରାଯାଇଥିଲା।

ଡିସେମ୍ବରରୁ ଏହି ମହାମାରୀ ଆରମ୍ଭ ହୋଇଥିଲା

ଗତ ଡିସେମ୍ବରରେ ଚାଇନାରେ କରୋନା ଭାଇରସର ସଙ୍କଟ ଆରମ୍ଭ ହୋଇଥିଲା । ଜାନୁଆରୀରୁ ଏହା ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିବା ଆରମ୍ଭ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଏହି ଜୀବାଣୁ ସଂକ୍ରମଣ ହେତୁ ତିନି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ପ୍ରାୟ ୪୮ ଲକ୍ଷ ଲୋକ ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । କରୋନା ଭୂତାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛି ଆମେରିକା, ଯେଉଁଠାରେ ମୃତ୍ୟୁ ସଂଖ୍ୟା ୯୦ ହଜାରରୁ ଅଧିକ ହୋଇଛି । ମୋଟ ମାମଲା ୧୫ ମିଲିୟନରୁ ଅଧିକ ହୋଇଛି ।

ଚାଇନାର ଲ୍ୟାବ ଯୁକ୍ତି ବାଢ଼ିଛି କି ଏହି  ଔଷଧ ସାରା ବିଶ୍ୱରେ କରୋନା ମହାମାରୀକୁ ବନ୍ଦ କରିବ । ଲ୍ୟାବ ନିର୍ଦ୍ଦେଶକ କହିଛନ୍ତି ଯେ ସେ ପ୍ରଥମେ ସଂକ୍ରମିତ ମୂଷାଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଇଥିଲେ । ମାତ୍ର ପାଞ୍ଚ ଦିନ ମଧ୍ୟରେ ମୂଷା ଦେହର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଥିଲା । ଯାହା ରବିବାର ଦିନ ଏକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି । ସି ଜିନପିଙ୍ଗ କହିଛନ୍ତି, ତାଙ୍କର ବୈଜ୍ଞାନିକ ଦଳ ଆଣ୍ଟିବାଡି ସନ୍ଧାନରେ ଦିନରାତି କାମ କରୁଥିଲେ । ସେମାନେ କହିଛନ୍ତି ଯେ ଏହି ଔଷଧ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବା ଉଚିତ ଯାହା ଦ୍ୱାରା ଆସନ୍ତା ଶୀତରେ  ମହାମାରୀ କରାଳ ରୂପ ଦେଖାଇବ ନାହିଁ ।

ଚାଇନାରେ ଅଧିକ ଟିକା ପ୍ରସ୍ତୁତ

ଗତ ସପ୍ତାହରେ ଚାଇନାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଚୀନ୍ ପୂର୍ବରୁ ଆହୁରି ପାଞ୍ଚଟି ଟିକା ପ୍ରସ୍ତୁତ କରିଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ, ଏପରି ଟୀକା ପ୍ରସ୍ତୁତ ହେବାକୁ ୧୨-୧୮ ମାସ ସମୟ ଲାଗିପାରେ  । ତେବେ ଚୀନ୍ ପ୍ଲାଜମା ଥେରାପି ମାଧ୍ୟମରେ ଦେଶରେ ୭୦୦ ରୁ ଅଧିକ ଲୋକଙ୍କୁ ଆରୋଗ୍ୟ କରିଛି । ଚାଇନାର ଅଧିକାରୀମାନେ କହିଛନ୍ତି ଯେ ପ୍ଲାଜମା ଥେରାପିରେ ସେମାନେ ବହୁତ ଭଲ ଫଳାଫଳ ପାଇଛନ୍ତି ।

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି