spot_img
Home Blog Page 7091

ହାଫ୍ ସେଞ୍ଚୁରୀ ମାରିବ ସୁନା ! ଜାଣନ୍ତୁ କାହିଁକି ରେକର୍ଡ ଭାଙ୍ଗିବ ସୁନା ଦର

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂରା ଦୂନିଆରେ ଆର୍ଥିକ ଗତିବିଧିରେ ଏବେ ତାଲା ପଡ଼ିଯାଇଛି । ଯେ ପର୍ଯ୍ୟନ୍ତ କରୋନାର କୌଣସି ସଠିକ ଚିକିତ୍ସା ନ ବାହାରିଛି ସେପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ । ତେବେ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ବହୁତ ପ୍ରୟାସ କରାଯାଉଛି କିନ୍ତୁ ସବୁ ପ୍ରକାର ପ୍ରୟାସ ଫେଲ୍ ମାରୁଛି ।

ଅନ୍ୟପଟେ ଯେବେ ଯେବେ ଦୁନିଆରେ ଆର୍ଥିକ ବ୍ୟବସ୍ଥା ଅନ୍ଧାରକୁ ଟାଣି ହୋଇଯାଏ । ସେବେ ସେବେ ସୁନା ତାର ଚମକ ଦେଖାଇଛି । ଏବେ ପୁଣି ଥରେ ସୁନା ତାର ସବୁ ରେକର୍ଡ ଭାଙ୍ଗିଛି । ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ବୃଦ୍ଧି ପାଇଛି ।

ସୋମବାରରେ ଭାରତୀୟ ଶେୟାର ବଜାରରେ ଦର ନିମ୍ନକୁ ଖସିଆସିଛି,  ସରକାରଙ୍କ ୨୦ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ପରେ ବି ସୋମବାର ଦିନ ସେନସେକ୍ସ ୧୦୬୮ଅଙ୍କରୁ ଖସି ୩୦,୦୨୯ରେ ବନ୍ଦ ହୋଇଛି, ଯଦିଓ ନିଫ୍ଟି ୩୧୩ ଅଙ୍କରୁ ଖସି କରି ୮୮୨୩ରେ ବନ୍ଦ ହୋଇଛି ।

ଏହା ମଧ୍ୟରେ ସୋମବାର ଦିନ ଯେମିତ ଶେୟାର ବଜାର ତଳକୁ ତଳକୁ ଖସୁଥାଏ ଠିକ ସେହି ସମୟରେ ସୁନା ତା ରେକର୍ଡ ସ୍ଥରରେ ପହଞ୍ଚୁଥାଏ । କାରଣ ଲୋକେ ଏଭଳି ପରିସ୍ଥିତିରେ ସୁରକ୍ଷିତ ନିବେଶ ପାଇଁ ସୁନାରେ ଟଙ୍କା ଲଗାଉଛନ୍ତି ।

ତେଣୁ ସୁନା ବ୍ୟବସାୟରେ ସୁନାର ଦର ୪୭,୯୨୯ଟଙ୍କାରେ ପହଞ୍ଚିଛି । ତେବେ ଆପଣଙ୍କୁ କହି ରଖୁଛୁ ଯେ, ଆଗକୁ ଥିବା କିଛି ପର୍ଯ୍ୟାୟ ପରେ ସୁନାର ଦର ୫୦ହଜାର ଟଙ୍କା ଡେଇଁ ପାରେ ।

ଅନ୍ୟପଟେ ଏହି ଧାରାରେ ରୂପାଦର ମଧ୍ୟ ବୃଦ୍ଧି ପାଇଛି ଏବଂ ରୂପା ଦର କିଲୋ ପ୍ରତି ୪୮,୦୫୩ଟଙ୍କାରେ ପହଞ୍ଚିଛି । ଉଲ୍ଲେଖନୀୟ କଥା ହେଉଛି କରୋନା  ଭାଇରସ୍ ପାଇଁ  ଶେୟାର ବଜାର ୨୫ ପ୍ରତିଶତକୁ ଖସି ଯାଇଛି । ଯେଉଁଥିରେ ସୁନାରେ ନିବେଶ ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ୨୦୧୯ରୁ ଏବେ ପର୍ଯ୍ୟନ୍ତ ସୁନା ପାଖାପାଖି ୩୫ ପ୍ରତିଶତର ରିଟର୍ନ ଦେଇଛି । କାରଣ ସୁନା, ନିବେଶ ପାଇଁ ସବୁଠୁ ଭଲ ବିକଳ୍ପ ହୋଇଥାଏ ।

ସମୁଦ୍ରରେ ଗତି ବଢ଼ାଇଲା ‘ଅମ୍ଫାନ୍’, ଘଣ୍ଟା ପ୍ରତି ବେଗ ୧୫ କିମି

ଭୁବନେଶ୍ୱର: ସୁପରସାଇକ୍ଲୋନ୍ ‘ଅମ୍ଫାନ୍’ ସମୁଦ୍ର ଗର୍ଭରେ ତାର ଗତି ବୃଦ୍ଧି କରିଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର ଦିଗରେ ଗତି କରୁଛି । ଏବେ ‘ଅମ୍ଫାନ୍’ ପାରାଦୀପଠାରୁ ଦକ୍ଷିଣରେ ୬୪୦ କିମି ଦୂରରେ ଅଛି । ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୮୦୦ କିମି ଦୂରରେ ଓ ବାଂଲାଦେଶ ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୯୨୦ କିମି ଦୂରରେ ଅଛି ।

ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଗତି ବଦଳାଇ ପଶ୍ଚିମବଙ୍ଗ-ବାଂଲାଦେଶ ତଟ ଦେଇ ଅତିକ୍ରମ କରିବ । ପଶ୍ଚିମବଙ୍ଗର ଦୀଘା-ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ନିକଟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଲାଣ୍ଡଫଲ କରିବ । ଲାଣ୍ଡଫଲ ବେଳେ ‘ଅମ୍ଫାନ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିମି ରହିବା ସହ ବେଳେବେଳେ ୧୯୫ କିମି ହୋଇପାରେ ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

ଆଜି ରାତିରୁ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୯ ତାରିଖରେ ଉତ୍ତର ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ଅତି ପ୍ରବଳ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୯୫ କିମି ପର୍ଯ୍ୟନ୍ତ ରହିପାରେ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ବାରଣ କରାଯାଇଛି ।

ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’

ପ୍ରବାସୀଙ୍କ ଟ୍ରେନ୍‌ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରବାସୀଙ୍କ ଟ୍ରେନ୍‌ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କ ଘର ବାହୁଡା ଜାରି ରହିଛି । ଏଥିପାଇଁ ଦେଶରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ କରୁଛି । ଏହି ସବୁ ଟ୍ରେନ୍‌ରେ ଶ୍ରମିକ ନିଜ ଖର୍ଚ୍ଚରେ ଫେରୁଛନ୍ତି । ଶ୍ରମିକଙ୍କ ଏହି ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।

ଯଦି ପ୍ରବାସୀ ଫେରୁଥିବା ରାଜ୍ୟ ଏହି ଖର୍ଚ୍ଚ ବହନ ନକରେ ତାହା ହେଲେ ରାଜ୍ୟ ସରକାର ସମସ୍ତ ଟ୍ରେନ୍‌ ଖର୍ଚ୍ଚ ବହନ କରିବ । ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ମିଳିବାକୁ ଥିବା ଇନସେଣ୍ଟିଭରୁ ଏହି ଅର୍ଥକୁ କଟାଯିବ । ଏବେ ଦେଶର ବିଭିନ୍ନ ରାଜ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଶ୍ରମିକ ଟ୍ରେନ୍‌ ଆସୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଫେରି ସାରିଲେଣି । ସମସ୍ତଙ୍କ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କୋଭିଡ୍‌ ନିୟମ ଅନୁସାରେ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି ।

କେମିତି ନିଜ ଘରକୁ ଗଲେ ଯାତ୍ରୀ ? ଦେଖନ୍ତୁ ସ୍ପେଶାଲ ଟ୍ରେନ୍ ଭିତରର କିଛି ଫଟୋ

 

‘ଅମ୍ଫାନ୍’ ପାଇଁ ରାଜନଗର ବ୍ଲକରୁ ୬ ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

ପଟ୍ଟାମୁଣ୍ଡାଇ: ମହାବାତ୍ୟା ‘ଅମ୍ଫାନ୍’ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସମୁଦ୍ର ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜନଗର ବ୍ଲକ୍ ପ୍ରଶାସନ ଓ ତଳଚୁଆ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ଚାଲିଛି ସ୍ଥାନାନ୍ତରଣ । ରାଜନଗର ବ୍ଲକର ହାତିନଆ, କୁରୁଣ୍ଟି, ସାତଭାୟା, କେରୁଆପାଳ, ରଙ୍ଗଣୀ, ତାଳଚୁଆ, ବାଘମାରୀ ଇତ୍ୟାଦି ୭ଟି ପଞ୍ଚାୟତରେ ୬ଶହରୁ ଅଧିକ ଲୋକଙ୍କୁ ନେଇ ବାତ୍ୟା ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଛି ।

ସେପଟେ ବାତ୍ୟା ପାଇଁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ସମୁଦ୍ର ଉପକୂଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।

ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’

ସେହିପରି ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ରାସ୍ତା ସଫେଇ, ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ ଓ ବିଦ୍ୟୁତ୍ ସରବରାହ ପ୍ରଭୃତି ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ରାଜ୍ୟରେ ତଳିଆ ଓ ସମୁଦ୍ର କୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୫୬୭ଟି ବାତ୍ୟା ଆଶ୍ରୟସ୍ଥଳି ଓ ୭ ହଜାର କୋଠା ଘର ପ୍ରସ୍ତୁତ ରହିଛି ।ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼ିଶାରେ ବାତ୍ୟା ପ୍ରଭାବ ପଡ଼ିଲେ ୧୧ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’

ଭୁବନେଶ୍ୱର: ସୁପରସାଇକ୍ଲୋନ୍ ‘ଅମ୍ଫାନ୍’ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୧ କିମି ବେଗରେ ଉତ୍ତର ଦିଗରେ ଗତି କରୁଛି । ଏବେ ‘ଅମ୍ଫାନ୍’ ପାରାଦୀପଠାରୁ ଦକ୍ଷିଣରେ ୭୦୦ କିମି ଦୂରରେ ଅଛି । ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୮୬୦ କିମି ଦୂରରେ ଓ ବାଂଲାଦେଶ ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ଅଛି ।

ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଗତି ବଦଳାଇ ପଶ୍ଚିମବଙ୍ଗ-ବାଂଲାଦେଶ ତଟ ଦେଇ ଅତିକ୍ରମ କରିବ । ପଶ୍ଚିମବଙ୍ଗର ଦୀଘା-ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ନିକଟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଲାଣ୍ଡଫଲ କରିବ । ଲାଣ୍ଡଫଲ ବେଳେ ‘ଅମ୍ଫାନ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିମି ରହିବା ସହ ବେଳେବେଳେ ୧୯୫ କିମି ହୋଇପାରେ ।ଆଜି ରାତିରୁ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୯ ତାରିଖରେ ଉତ୍ତର ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ଅତି ପ୍ରବଳ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୯୫ କିମି ପର୍ଯ୍ୟନ୍ତ ରହିପାରେ ।

ବ୍ୟାପକ କ୍ଷୟକ୍ଷତି ଘଟାଇବ ‘ଅମ୍ଫାନ୍’, ମୁକାବିଲା ପାଇଁ ପ୍ରସ୍ତୁତ NDRF

ନୂଆଦିଲ୍ଲୀ: ୨ ଦଶନ୍ଧିର ଦ୍ୱିତୀୟ ମହାବାତ୍ୟା । ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଆଉ ଏକ ମହାବାତ୍ୟା ‘ଅମ୍ଫାନ୍’ ସୃଷ୍ଟି ହୋଇଛି । ମହାବାତ୍ୟା ଫଳରେ ଓଡ଼ିଶାର ଉତ୍ତର-ପୂର୍ବ ସମୁଦ୍ର ଅଞ୍ଚଳ ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ପ୍ରଭାବିତ ହେବ ବୋଲି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ଲାଣ୍ଡଫଲ ବେଳେ ଅତି ଭୀଷଣ ରୂପରେ ‘ଅମ୍ଫାନ୍’ ରହିବ । ପବନ ଘଣ୍ଟା ପ୍ରତି ୧୯୫-୨୦୦ କିମି ବେଗରେ ବହିବ ।  କଚ୍ଚା ଘର, ନଡ଼ିଆ ଗଛ ନଷ୍ଟ ହେବ । ବିଦ୍ୟୁତ୍ ଖୁଣ୍ଟ, ଟେଲିକମ୍ ଟାୱାର ଖୁଣ୍ଟ ନଷ୍ଟ ହେବ । ରାଜ୍ୟ ସରକାର ଲୋକଙ୍କୁ ତଳିଆ, ସମୁଦ୍ର ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ କରିଛନ୍ତି । ଓଡ଼ିଶାରେ ୧୩ଟି ଟିମ୍ ମୁତୟନ ହୋଇଥିବା ବେଳେ ୧୭ଟି ଟିମ୍ ଷ୍ଟାଣ୍ଡବାଏରେ ରହିଛନ୍ତି । ବାୟୁସେନା ମଧ୍ୟ ପ୍ରସ୍ତୁତ ରହିଛି । ଆବଶ୍ୟକ ସ୍ଥଳେ ଏନଡିଆରଏଫ୍ ଟିମକୁ ସ୍ଥାନାନ୍ତର କରାଯାଇ ପାରିବ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମହାବାତ୍ୟା ‘ଅମ୍ଫାନ୍’ ଏବେ ଉତ୍ତର ଦିଗରେ ଗତି କରୁଛି । ଏହା ଧିରେ ଧିରେ ଉତ୍ତର ପୂର୍ବ ଦିଗରେ ଗତି କରିବ । ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ‘ଅମ୍ଫାନ୍’ ସୁନ୍ଦରବନ ନିକଟରେ ଦୀଘା ଓ ହାତିଆ ମଧ୍ୟରେ ଅତିକ୍ରମ କରିବ । ପବନ ଘଣ୍ଟା ପ୍ରତି ୧୬୫-୧୭୫ କିମି ଏବଂ ବେଳେବେଳେ ୧୯୫ କିମି ରହିବ । ଉପକୂଳ ଓଡ଼ିଶାରେ ପବନ ଜୋରରେ ବହିବ । ଆଜି ରାତିରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନ ଘଣ୍ଟାପ୍ରତି ୪୫-୫୫ କିମି ବେଗରେ ବହିବ । ପରେ ପବନର ବେଗ ବଢ଼ି ଉତ୍ତର ଓଡ଼ିଶାରେ ଘଣ୍ଟା ପ୍ରତି ୨୦ ତାରିଖରେ ୧୧୦-୧୨୦ରୁ କିମି ଏବଂ ବେଳେବେଳେ ୧୩୫ କିମି ରହିବ ।

କଚ୍ଚାଘର, ଆଜବେଷ୍ଟସ୍, ବସ୍ତି, ପୁରୁଣା ପକ୍କା ଘର ନଷ୍ଟ ହେବ । ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସହରାଞ୍ଚଳରେ ଥିବା ହୋର୍ଡିଂ ଧନଜୀବନ ହାନି କରିପାରେ । ଏହାକୁ ହଟାଇ ଦିଆଯିବା ଦରକାର । ଉପକୂଳ ଅଞ୍ଚଳରେ ଥିବା ନଡ଼ିଆ, ଆମ୍ବ ଗଛ ନଷ୍ଟ ହେବ । ଲୋକ ଘରେ ରହିବା ଦରକାର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

ବାତ୍ୟାକୁ ଆଦୌ ହାଲୁକା ଭାବରେ ନେଉନାହାଁନ୍ତି ସରକାର

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ‘ଅମ୍ଫାନ’ । ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।ବାତ୍ୟା ମୁକାବିଲା ପାଇଁ ସବୁ ପ୍ରୟାସ କରାଯାଉଛି । ସରକାର ଏହାକୁ ଆଦୌ ହାଲୁକା ଭାବରେ ନେଇ ନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବାତ୍ୟା ସତର୍କତା ନେଇ ସବୁ ଜିଲ୍ଲାପାଳଙ୍କ ସହ ଲଗାତାର ଯୋଗାଯୋଗରେ ରହିଛୁ । ଅମ୍ଫାନରେ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ।

ବତ୍ୟାକୁ ନେଇ ପୁରୁଣା ଅଭିଜ୍ଞତା ଥିବା ୪ ଆଇଏସ୍‌ଙ୍କୁ ୪ଟି ଜିଲ୍ଲାକୁ ପଠାଯାଇଛି । କ୍ୟାବିନେଟ ସଚିବ, କେନ୍ଦ୍ର ଗୃହ ସଚିବ ମଧ୍ୟ ବାତ୍ୟା ନେଇ ସମୀକ୍ଷା କରିଛନ୍ତି । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ସମ୍ଭାବନା ଥିବାରୁ ତା ପାଇ ସଜାଗ ରହିଛନ୍ତି ପୁରା ଟିମ୍ । ତେବେ ଆମେ ବାତ୍ୟାକୁ ଗୁରୁତ୍ୱର ସହ ନେଇଛୁ, ପୂରା ସଜାଗ ଅଛୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

 ‘ଅମ୍ଫାନ୍’ ପାଇଁ ୪ ଜିଲ୍ଲା ଦାୟିତ୍ୱରେ ୮ ଅଫିସର

ଭୁବନେଶ୍ୱର: ସୁପରସାଇକ୍ଲୋନ୍ ‘ଅମ୍ଫାନ୍’ ମୁକାବିଲା ପାଇଁ ରାଜ୍ୟ ସରକାର ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ, ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଓ ଉଚ୍ଚଶିକ୍ଷା ବିଭାଗର କମିଶନର କମ୍ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ବାତ୍ୟା ସମୟରେ ଅଧିକାରୀମାନେ ଜିଲ୍ଲାରେ ରହି ସ୍ଥିତି ପରଖିବା ସହ ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବେ । ସେହିଭଳି ରାଜ୍ୟ ପୋଲିସ ପକ୍ଷରୁ ୪ ଆଇପିଏସ୍ ଅଫିସରଙ୍କୁ ଉକ୍ତ ୪ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ୱର, ଘନଶ୍ୟାମ ଉପାଧ୍ୟାୟଙ୍କୁ ଭଦ୍ରକ, ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାପଡ଼ା ଓ ଜୟନାରାୟଣ ପଙ୍କଜଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଅର୍ପଣ କରିଛନ୍ତି ଡିଜିପି ଅଭୟ ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

ଅରୁଣ ଗୋଭିଲଙ୍କୁ ରାମଙ୍କ ବେଶରେ ଷ୍ଟୁଡିଓ ଭିତରେ ପ୍ୟାରେଡ୍ କରାଇବାକୁ ଚାହୁଁଥିଲା BBC

ନୂଆଦିଲ୍ଲୀ: ଭାରତ ବିରୋଧୀ ମନୋଭାବ ରଖୁଥିବା ବିବିସି ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ପ୍ରସାରଣ ଅଧିକାର କିଣି ଭଗବାନ ରାମଙ୍କୁ ତାତ୍ସଲ୍ୟ କରିବାକୁ ଚାହୁଁଥିଲା । ଏଭଳି କଥା କହିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର । ନିକଟରେ ରାମାୟଣ ପୁନଃପ୍ରସାରଣ କାଳରେ ୱାସିଂଟନ୍ ପୋଷ୍ଟ ଏକ ଲେଖାରେ ଲକଡାଉନ୍ କାରଣରୁ ବନ୍ଧକ ଥିବା ଦର୍ଶକଙ୍କ ପାଇଁ ରାମାୟଣ ଟିଆରପିରେ ଏକ ନମ୍ବର ହୋଇଛି ବୋଲି ଲେଖିଥିଲା । ଯାହାର ଉତ୍ତରରେ ପ୍ରେମ ସାଗର କହିଛନ୍ତି ଯେ, ସେମିତି ହୋଇଥିଲେ ସବୁ ଚ୍ୟାନେଲ ଟିଆରପିରେ ଭଲ ପ୍ରଦର୍ଶନ କରିଥାନ୍ତେ । ସେ କହିଛନ୍ତି ଯେ,ରାମାୟଣର କୌଣସି ପ୍ରତିଯୋଗୀ ନାହାନ୍ତି ଓ ଏହା ନମ୍ବର ୱାନ୍ ।ଏହା ସହ ସେ ବିଦେଶୀ ମିଡିଆକୁ ପକ୍ଷପାତି ବୋଲି କହିଛନ୍ତି । ଏହାକୁ ନେଇ ସେ ଗୋଟିଏ ଘଟଣା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ,୯୦ ଦଶକରେ ୱାସିଂଟନ ପୋଷ୍ଟର ଦୁଇ ଜଣ ସାମ୍ବାଦିକ ତାଙ୍କ ସାକ୍ଷାତକାର ନେବାକୁ ଆସିଥିଲେ । ସେମାନେ ତାଙ୍କ ସହ ଭଲ କଥା ହୋଇଥିଲେ । କିନ୍ତୁ ଗଲାପରେ  ତାଙ୍କୁ ନିଚ କରି ଦେଖାଇବା ପାଇଁ ମନଇଛା ଲେଖିଥିଲେ ।

ଏହି କ୍ରମରେ ସେ ବିବିସି ଘଟଣା ମନେ ପକାଇଥିଲେ । ବିବିସି ସମଗ୍ର ଏସିଆରେ ରାମାୟଣର ପ୍ରସାରଣ ଅଧିକାର କିଣିବାକୁ ଚାହୁଁଥିଲା । ପ୍ରେମ ସାଗରଙ୍କ ଅନୁସାରେ ପ୍ରାରମ୍ଭିକ କଥାବାର୍ତ୍ତା ପାଇଁ ସେ ନିଜ ପିତା ରାମାନନ୍ଦ ସାଗରଙ୍କ ସହ ବିବିସି ଷ୍ଟୁଡିଓକୁ ଯାଇଥିଲେ । ସାଥିରେ ଥିଲେ ରାମ (ଅରୁଣ ଗୋଭିଲ) ଓ ରାବଣ( ଅରବିନ୍ଦ ତ୍ରିବେଦୀ) ।

ପ୍ରେମଙ୍କ ଅନୁସାରେ ବିବିସି ଚାହୁଁଥିଲା ଯେ, ଅରୁଣ ଗୋଭିଲ ରାମଙ୍କ ବେଶରେ ବିବିସି ଷ୍ଟୁଡିଓ ଭିତରେ ବୁଲନ୍ତୁ । ଯେମିତିକି ସେମାନେ ଏହି ଦୃଷ୍ୟକୁ ରେକର୍ଡ କରିପାରିବେ । ପ୍ରେମ ସାଗରଙ୍କ ଅନୁସାରେ ସେତେବେଳେ ତାଙ୍କୁ ଓ ତାଙ୍କ ପିତାଙ୍କୁ ଲାଗିଲା ଯେ, ଏହା କୌଣସି ବଡ ଷଡ଼ଯନ୍ତ୍ରର ଅଂଶ ହୋଇପାରେ । ଏହି ଷଡ଼ଯନ୍ତ୍ର କ୍ରମରେ ସେମାନେ ପ୍ରଭୁ ରାମଙ୍କ ଦିବ୍ୟ ଓ ପବିତ୍ର ଭାବମୁର୍ତ୍ତିକୁ ବଦନାମ କରିବାକୁ ଚାହୁଁଥିଲେ । ରାମାନନ୍ଦ ସାଗର କିନ୍ତୁ ସେମିତି ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ।

ଏହାପରେ ବିବିସି  ମୁଖ୍ୟାଳୟରେ ଅଧିକାରୀଙ୍କ ସହ ରାମାନନ୍ଦ ସାଗରଙ୍କ ମିଟିଂ ହୋଇଥିଲା । କିନ୍ତୁ ରାମାନନ୍ଦ ସାଗକ କଣ୍ଟ୍ରାକ୍ଟ ସାଇନ୍ କରିବାକୁ ମନା କରିଦେଇଥିଲେ । ପ୍ରେମ ସାଗରଙ୍କ ଅନୁସାରେ ରାମାନନ୍ଦ ପ୍ରକୃତ ଅର୍ଥରେ ରାମ ଭକ୍ତ ଥିଲେ । ପିଲାବେଳେ ତାଙ୍କ ନାମ ‘ରାମ ଆନନ୍ଦ’ ଥିଲା ।

 

ହାଫ୍ ସେଞ୍ଚୁରୀ ମାରିବ ସୁନା ! ଜାଣନ୍ତୁ କାହିଁକି ରେକର୍ଡ ଭାଙ୍ଗିବ ସୁନା ଦର

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂରା ଦୂନିଆରେ ଆର୍ଥିକ ଗତିବିଧିରେ ଏବେ ତାଲା ପଡ଼ିଯାଇଛି । ଯେ ପର୍ଯ୍ୟନ୍ତ କରୋନାର କୌଣସି ସଠିକ ଚିକିତ୍ସା ନ ବାହାରିଛି ସେପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ । ତେବେ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ବହୁତ ପ୍ରୟାସ କରାଯାଉଛି କିନ୍ତୁ ସବୁ ପ୍ରକାର ପ୍ରୟାସ ଫେଲ୍ ମାରୁଛି ।

ଅନ୍ୟପଟେ ଯେବେ ଯେବେ ଦୁନିଆରେ ଆର୍ଥିକ ବ୍ୟବସ୍ଥା ଅନ୍ଧାରକୁ ଟାଣି ହୋଇଯାଏ । ସେବେ ସେବେ ସୁନା ତାର ଚମକ ଦେଖାଇଛି । ଏବେ ପୁଣି ଥରେ ସୁନା ତାର ସବୁ ରେକର୍ଡ ଭାଙ୍ଗିଛି । ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ବୃଦ୍ଧି ପାଇଛି ।

ସୋମବାରରେ ଭାରତୀୟ ଶେୟାର ବଜାରରେ ଦର ନିମ୍ନକୁ ଖସିଆସିଛି,  ସରକାରଙ୍କ ୨୦ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ପରେ ବି ସୋମବାର ଦିନ ସେନସେକ୍ସ ୧୦୬୮ଅଙ୍କରୁ ଖସି ୩୦,୦୨୯ରେ ବନ୍ଦ ହୋଇଛି, ଯଦିଓ ନିଫ୍ଟି ୩୧୩ ଅଙ୍କରୁ ଖସି କରି ୮୮୨୩ରେ ବନ୍ଦ ହୋଇଛି ।

ଏହା ମଧ୍ୟରେ ସୋମବାର ଦିନ ଯେମିତ ଶେୟାର ବଜାର ତଳକୁ ତଳକୁ ଖସୁଥାଏ ଠିକ ସେହି ସମୟରେ ସୁନା ତା ରେକର୍ଡ ସ୍ଥରରେ ପହଞ୍ଚୁଥାଏ । କାରଣ ଲୋକେ ଏଭଳି ପରିସ୍ଥିତିରେ ସୁରକ୍ଷିତ ନିବେଶ ପାଇଁ ସୁନାରେ ଟଙ୍କା ଲଗାଉଛନ୍ତି ।

ତେଣୁ ସୁନା ବ୍ୟବସାୟରେ ସୁନାର ଦର ୪୭,୯୨୯ଟଙ୍କାରେ ପହଞ୍ଚିଛି । ତେବେ ଆପଣଙ୍କୁ କହି ରଖୁଛୁ ଯେ, ଆଗକୁ ଥିବା କିଛି ପର୍ଯ୍ୟାୟ ପରେ ସୁନାର ଦର ୫୦ହଜାର ଟଙ୍କା ଡେଇଁ ପାରେ ।

ଅନ୍ୟପଟେ ଏହି ଧାରାରେ ରୂପାଦର ମଧ୍ୟ ବୃଦ୍ଧି ପାଇଛି ଏବଂ ରୂପା ଦର କିଲୋ ପ୍ରତି ୪୮,୦୫୩ଟଙ୍କାରେ ପହଞ୍ଚିଛି । ଉଲ୍ଲେଖନୀୟ କଥା ହେଉଛି କରୋନା  ଭାଇରସ୍ ପାଇଁ  ଶେୟାର ବଜାର ୨୫ ପ୍ରତିଶତକୁ ଖସି ଯାଇଛି । ଯେଉଁଥିରେ ସୁନାରେ ନିବେଶ ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ୨୦୧୯ରୁ ଏବେ ପର୍ଯ୍ୟନ୍ତ ସୁନା ପାଖାପାଖି ୩୫ ପ୍ରତିଶତର ରିଟର୍ନ ଦେଇଛି । କାରଣ ସୁନା, ନିବେଶ ପାଇଁ ସବୁଠୁ ଭଲ ବିକଳ୍ପ ହୋଇଥାଏ ।