spot_img
Home Blog Page 7126

କରୋନା ସଂକ୍ରମିତ ସତ୍ତ୍ୱେ ଘରକୁ ଫେରିଲେ ଏହି ଅଭିନେତ୍ରୀ…

ମୁମ୍ବାଇ: ଟିଭିର ଜଣାଶୁଣା ଅଭିନେତ୍ରୀ ମୋହିନା କୁମାରୀ ସିଂ ଅନେକ ଦିନରୁ ଡାକ୍ତରଖାନାରେ ଥିଲେ। ହେଲେ ବର୍ତ୍ତମାନ ସେ ତାଙ୍କ ଘରେ ପହଞ୍ଚିଛନ୍ତି। ମୋହିନା ନିଜେ ସୋସିଆଲ ମିଡିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି । ନିଜ ଇଷ୍ଟାଗ୍ରାମରେ ମୋହିନା ଲେଖିଛନ୍ତି ଯେ, ଏବେ ସେ ଘରେ ଅଛନ୍ତି କିନ୍ତୁ ଏବେ ବି ସେ କରୋନା ପଜିଟିଭ୍ ଅଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ, ଏବେ ସେ ପୁରାପୁରି ହୋମ୍ ଆଇସୋଲେସନ୍ ରେ ଅଛନ୍ତି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନା ସଂକ୍ରମିତ ଅଛନ୍ତି ।

https://www.instagram.com/p/CA-CNcAjWZo/?utm_source=ig_embed

କରୋନା ନେଗେଟିଭ୍ ଆସିବାକୁ କେତେ ସମୟ ଲାଗିବ ତାହା ସେ ଜାଣିନାହାନ୍ତି । ସେ ନିଜ ପରିବାର ସହ ୧୦ ଦିନ ହସ୍ପିଟାଲରେ ଥିଲେ ଏବଂ ବୋଧହୁଏ ଏହାର ୫ ଦିନ ପୂର୍ବରୁ ତାଙ୍କ ଶରୀରରେ ଭାଇରସ୍ ଆସିଥଲା ବୋଲି କହିଛନ୍ତି ମୋହିନା । ମୋହିନାଙ୍କ କହିବା ଅନୁସାରେ ସେ ଆଶା କରୁଛନ୍ତି ଯେ, ଖୁବ ଶୀଘ୍ର ସେ ଓ ତାଙ୍କ ପରିବାର ଏହି ଭୂତାଣୁକୁ ପରାସ୍ତ କରିବେ । କିନ୍ତୁ ଏବେ ତାଙ୍କୁ କଠୋର ନିୟମ ମାନିବାକୁ ପଡ଼ିବ। ଏହା ସହିତ, ଶାରୀରିକ ଏବଂ ମାନସିକ ସ୍ତରରେ ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି । ସମସ୍ତଙ୍କ ସପୋର୍ଟ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।

https://www.instagram.com/p/CAZ6DWmH3Y_/?utm_source=ig_embed

ଏହା ସହ ହୁଏତ ଜଣା ପଡିପାରେ ଯେ ମୋହିନା କୁମାରୀ ସିଂ ଏବଂ ତାଙ୍କ ସ୍ୱାମୀ ସୁୟଶ ରାୱତଙ୍କ ସମେତ ପୁରା ପରିବାର କିଛି ଦିନ ପୂର୍ବରୁ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହା ପରେ ତାଙ୍କୁ ଋଷିକେଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। “ୟେ ରିସ୍ତା କ୍ୟା କେହଲାତା ହେ” ଧାରାବାହିକ ଫେମ୍ ମୋହିନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି।  ଏହି ଭିଡିଓରେ ସେ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ରାଜ୍ୟରେ ଆଉ ୧୮୬ ଆକ୍ରାନ୍ତ ଚିହ୍ନଟ… ରାଜ୍ୟରେ ମୋଟ ୩ ହଜାର ୯୦୯ ସଂକ୍ରମିତ

ଭୁବନେଶ୍ୱର: ଦେଶ ସହ ତାଳ ମେଳାଇ ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କାଲି ଦୁଇ ଶହ ଟପିଥିଲା ସଂକ୍ରମିତଙ୍କ ସଂଖ୍ୟା । ତେବେ ୨୪ ଘଣ୍ଟାରେ ୧୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ୧୮୬ ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ସର୍ବାଧିକ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୨୧ଜଣ ଚିହ୍ନଟ ହେବା ସହ ଝାରସୁଗୁଡାରୁ ୨, କେନ୍ଦୁଝରରୁ ୧୧, ଯାଜପୁର ୧୨, ମାଲକାନଗିରିରୁ ୧,  କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୁଳରୁ ୧, ଝେଙ୍କନାଳରୁ ୨, ଭଦ୍ରକରୁ ୧, ଗଜପତିରୁ ୧୫, ବରଗଡରୁ ୧୬ କଳାହାଣ୍ଡିରୁ ୧୬, କନ୍ଧମାଳରୁ ୨୨, ଗଞ୍ଜାମରୁ ୪, ପୁରୀରୁ ୨, ସୁନ୍ଦରଗଡରୁ ୩, ବଲାଙ୍ଗିରରୁ ୨, ମୟୁରଭଞ୍ଜରୁ ୧୩, କେନ୍ଦ୍ରପଡାରୁ ୧ ଚିହ୍ନଟ ହୋଇଛନ୍ତି ।

ଏହାସହ ଆଜି ଗଞ୍ଜାମର ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଫଳରେ ୧୧ ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୯୦୯ରେ ପହଞ୍ଚିଛି । ସେଥି ମଧ୍ୟରୁ ୨୫୯୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୩୦୧ ଜଣ ସକ୍ରିୟ ରହିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

 

 

ବ୍ରାଉନ୍ ସୁଗର କାରବାରକୁ ନେଇ ଗୁଳିମାଡ଼ରେ ଯୁବକ ମୃତ !

ଭୁବନେଶ୍ୱର: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ । ମୃତକ ଜଣକ ହେଲେ ଲାଲ ପ୍ରଧାନ । ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଅଭିଯୁକ୍ତ ଜଣକ ପାଟଣାସାହି ରାଜା ଦଳେଇ ବୋଲି ପୋଲିସ କହିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟବସାୟୀକ ସତୃତା ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି  । ମୃତ ବ୍ୟକ୍ତିଙ୍କ ନାମରେ ରଧ୍ୟ ପୂର୍ବରୁ ଅନେକ ମାମଲା ରହିଛି  । ବିଭିନ୍ନ ମାଦକ ଦ୍ରବ୍ୟ କାରାବାରରେ ସେ ଲିପ୍ତ ଥିବା ସୂଚନା ରହିଛି ।

https://youtu.be/LWGGVwbQxbY

ସୂଚନା ଅନୁଯାୟୀ, ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଆଜି ସକାଳୁ ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସକାଳୁ ସକାଳୁ ମାନ ପ୍ରଧାନ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତ ମାନେ ୪ ରୁ ୫ ରାଉଣ୍ଡ ଗୁଳି ମାନ ମୁଣ୍ଡକୁ ମାରିଥିଲେ । ଦୁର୍ବୃତ୍ତଙ୍କୁ ଧରିବାକୁ ଗଲା ବେଳକୁ ଖସି ପଳାଇଥିଲେ  । ସେପଟେ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣା ସ୍ଥଳରେ ଏସ୍‌ଡିପିଓ, ଟାଉନ ଥାନା ଆଇଆଇସି, ସଦର ଥାନା ଆଇଆଇସି ଉପସ୍ଥିତ ରହିଛନ୍ତି । ସାଇଣ୍ଟିଫିକ ଟିମ ପହଞ୍ଚି ତାର ତଦନ୍ତ ଚଳାଇଛି ।

ଗଞ୍ଜାମରେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା… ଘରେ ପଶି ଲୁଟପାଟ ପରେ ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଗୋଷାଣୀ ନୂଆଗାଁ ଥାନା ହିଲପାଟଣାରେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା । ମୃତକ ହେଲେ ଲମ୍ବୋଦର ମୁନି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲମ୍ବୋଦରଙ୍କ ଘରେ ପଶି ଲୁଟପାଟ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟବସାୟୀ ହେରିଟେଜ୍‌ କ୍ଷୀର ଡିଲର ଥିଲେ । ଘଟଣାସ୍ଥଳରେ ପୋଲିସ ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବ ବୋଲି ସୂଚନା ମିଲିଛି । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ମଧ୍ୟ ଲୁଟ କରିଥିବା କହିଛନ୍ତି କମ୍ପାନୀର କର୍ମଚାରୀ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ଭିତ ରାତିରେ ଖିର ମାଲିକଙ୍କ ଘରକୁ କିଛି ଦୁର୍ବୃତ୍ତ ପଶିଥିଲେ । ବାହାରେ ଲାଗିଥିବା ସିସିଟିଭି ଅନୁଯାୟୀ ରାତି ପ୍ରାୟ ୧୨ଟା ୫୮ ମିନିଟରେ ୪ ଜଣ ଦୁର୍ବୃତ୍ତ ଘର ଭିତରକୁ ଝରକା ଭାଙ୍ଗି ପଶିଥିଲେ । ଘର ଭିତରେ ଉତ୍ପାତ କରିବା ପରେ ରକ୍ତାକ୍ତ କାଣ୍ଡ ଭିଆଇଥିଲେ । ଘଟଣା ସ୍ଥଳରେ ବ୍ରହ୍ମପୁର ଏସ୍‌ପି, ଏସଡିପିଓ ଆସି ପହଞ୍ଚିଛନ୍ତି । ଘର ଭିତରେ ଲାଗିଥିବା ୭ରୁ ଅଧିକ ସିସିଟିଭିର ହାର୍ଡ ଡିସ ବାହାର କରିନେଇଛନ୍ତି ଦୁର୍ବୃତ୍ତ । ସେପଟେ ବାହାରେ ଲାଗିଥିବା ସିସିଟିଭିକୁ ଦେଖି ପୋଲିସ ତଦନ୍ତ ଚଳାଇଛି । ହତ୍ୟା ନେଇ ଅନେକ ତଥ୍ୟ ମିଳିଛି ବୋଲି କହିଛି ପୋଲିସ ।

ଓଡ଼ିଶାରେ ପହଞ୍ଚିଲେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଓଡିଶା ଫେରିଛନ୍ତି ଓଲିଉଡର ଭେଟରାନ ଅଭିନେତା ବିଜୟ ମହାନ୍ତି । ଦୀର୍ଘଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ସେ ଭୁବନେଶ୍ୱର ଫେରିଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍‌ ଅଛି । ହାଇଦ୍ରାବାଦରେ ରହୁଥିବା ଝିଅ ପାଖକୁ ଯାଇ ଅଚାନକ ସେ ଅସୁସ୍ଥ ହୋଇପଡିଥିଲେ ।

ତେଣୁ ହାଇଦ୍ରାବାଦରେ ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଅସୁସ୍ଥତା ନେଇ ଅନେକ ଗୁଜବ ପ୍ରସାରିତ ହୋଇଥିଲା । ତେବେ ସେ ସୁସ୍ଥ ଅଛନ୍ତି ଓ ନିଜ ଜନ୍ମମାଟିକୁ ଫେରିବା ପରେ ଅଧିକ ଆଶ୍ୱସ୍ତ ଅନୁଭବ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, କାଜଧାନୀର ଏକ ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ଉଷସୀ ମିଶ୍ର, ପୁଷ୍ପା ପଣ୍ଡା ସେଠାରେ ଉପସ୍ଥିତ ଥିଲେ ।

ବାଲେଶ୍ୱରରେ ପୋଲିସକୁ ଚକମା ଦେଲା ଅପରାଧୀ… ଗିରଫ କରିବାକୁ ଯାଇ ହଟହଟା ପୋଲିସ

ବାଲେଶ୍ୱର: ବାଲେଶ୍ୱର ରେମୁଣା ଥାନା ପୋଲିସ ନାକେଦମ୍‌ । ଅଭିଯୁକ୍ତକୁ ଧରିବାରେ ଝାଳନାଳ ହୋଇଗଲା ପୋଲିସ । ସାମରାଇପୁରରେ ପୋଲିସ ଓ ଅଭିଯୁକ୍ତ ମୁହାଁମୁହିଁ ହୋଇଛନ୍ତି । ଅଭିଯୁକ୍ତକୁ ଧରିବାକୁ ପୋଲିସ ତାର ଘର ପାଖରେ ପହଞ୍ଚିଥିଲା। ଏତିକିବେଳେ ଘର ଭିତରେ ରହି ପୋଲିସ ଉପରକୁ ବୋମା ଫିଙ୍ଗିଛି ଅଭିଯୁକ୍ତ। ଖାଲି ସେତିକି ନୁହେଁ ଘର ଭିତରୁ ପୋଲିସକୁ ପଥର ମାଡ଼ ବି କରିଛି ଅଭିଯୁକ୍ତି । ପ୍ରାୟ ୪ ଘଣ୍ଟା ଧରି ଏପରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ଜଣକ ହେଉଛି ଇଶ୍ୱର ମହାଳିକ ।

ଘରଭିତରୁ ଅପରାଧିର ପରିବାର ଲୋକେ ମଧ୍ୟ ତାକୁ ସହଯୋଗ କରୁଛନ୍ତି । ପୋଲିସ ଉପରକୁ ଏସିଡ ଠାରୁ ଆରମ୍ଭ କରି ମଦ ବୋତଲ ମଧ୍ୟ ପକାଉଛନ୍ତି । ଯାହାଫଳରେ କାବୁ କରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତ ଇଶ୍ୱର ନାଁରେ ହତ୍ୟା, ରାହାଜାନୀ, ଲୁଟ୍‌ ଭଳି ସଙ୍ଗୀନ ମାମଲା ରହିଛି । ପୂର୍ବରୁ ପୋଲିସ ଉପରକୁ ଗରମ ପାଣି ଛାଟି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଇଶ୍ୱର। ଅନେକ ସମୟରେ ତାଠଶରୁ ମାରଅସ୍ତ୍ର ବହୁ ମାତ୍ରାରେ ଜବତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍‌ ଅଧିକାରୀଙ୍କ ସହ ଜିଲ୍ଲା ମାଜେଷ୍ଟ୍ରଟ ଉପସ୍ଥିତ ରହିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଇଶ୍ୱରଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ସଙ୍ଗିନ ମାମଲା ମାନ ରହିଛି  । ଦୁଇଦିନ ତଳେ ତାଙ୍କ ନାମରେ ଏକ ବଡ଼ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାକୁ ଆଧାର କରି ରେମୁଣା ଓ ସହଦେବଖୁଣ୍ଟା ପୋଲିସ ତାକୁ ଧରିବା ପାଇଁ ମିଳିତ ଭାବରେ ଜାଲ ବିଛାଇଥିଲେ । ତେବେ ଆଜି ସକାଳୁ ସକାଳୁ ପୋଲି ସେ ଘରେ ଥିବା ଖବର ପାଇ ତା ଘରକୁ ଘେରି ଘରେ ପଶିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଅଭିଯୁକ୍ତ ପୂର୍ବରୁ ସତର୍କ ହୋଇଥିଲା । ପୋଲିସ ପଶିବା ମାତ୍ରେ ତାଙ୍କ ଉପରକୁ ବୋମା, ମଦ ବୋତଲ, ପଥର ପକାଇବାକୁ ଲାଗିଥିଲା । କିନ୍ତୁ ଏଥିରେ କୌଣଶି ପୋଲିସ ଆହତ ହୋଇଥିବା ସୂଚନା ମିଳିନାହିଁ  । ଏପର୍ଯ୍ୟନ୍ତି ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସଫଳ ହୋଇନଥିବା ବେଳେ ଅଭିଯୁକ୍ତକୁ ସମର୍ପଣ କରିବାପାଇଁ ବୁଝାଉଛି ପୋଲିସ ।

ପୁଣି କରୋନା କବଳରେ କୋଭିଡ ଯ଼ୋଦ୍ଧା… ଗଞ୍ଜାମରେ ୩ ଜଣ ଯ଼ୋଦ୍ଧା ସଂକ୍ରମିତ… ଟ୍ୱିଟ୍‌ କରି ସୂଚନା ଦେଲେ ଗଂଜାମ ଏସପି

ପୁଣି କରୋନା କବଳରେ କୋଭିଡ ଯ଼ୋଦ୍ଧା… ଗଞ୍ଜାମରେ ୩ ଜଣ ଯ଼ୋଦ୍ଧା ସଂକ୍ରମିତ… ଟ୍ୱିଟ୍‌ କରି ସୂଚନା ଦେଲେ ଗଂଜାମ ଏସପି

ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି… ଆଜି କେଜ୍ରିୱାଲଙ୍କ ସହ ଆଲୋଚନା କରିବେ ଅମିତ ଶାହା

ନୂଆ ଦିଲ୍ଲୀ: ଭାରତରେ କରୋନା ସ୍ଥିତି ସାଂଘାତିକ ହେଉଛି । ସଂକ୍ରମିତ ସଂଖ୍ୟା ୩ ଲକ୍ଷ ଟପି ସାରିଛି । ଚଳିତ ମାସ ଶେଷ ବେଳକୁ ପିକ୍‌ରେ ପହଁଚିବ ସଂଖ୍ୟା । ୧୭ ଦିନରେ ଆକ୍ରାନ୍ତ ସଂଖ୍ୟା ଦୁଇଗୁଣା ହେଉଛି ।  ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାରରୁ ଅଧିକ ମାମଲା ଆସିଛି । ୩୮୬ ଅଧିକ ଜଣଙ୍କର ଜୀବନ ନେଇଛି କରୋନା । ଆଜି ସୁଦ୍ଧା ୩ ଲକ୍ଷ ୨୨ ହଜାର ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ ହଜାର ପାର କରିସାରିଛି ମୃତ୍ୟୁ ସଂଖ୍ୟା ।

ପୂର୍ବ ଅନ୍ତର୍ଜାତୀୟ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା: ଟ୍ୱିଟ୍ କରି କହିଲେ କିଛି ଏଭଳି କଥା

ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହୋଇଛି । ସେପଟେ ଦିଲ୍ଲୀରେ ମଧ୍ୟ ପ୍ରତ୍ୟେକ ଦିନ ବଢୁଥିବା ସଂଖ୍ୟା ସରକାରଙ୍କୁ ଚିନ୍ତାରେ ପକାଇଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ଆଜି ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହା । ସେପଟେ ଆସନ୍ତା ୧୬ ଓ ୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ । ଅନ୍ୟପଟେ ସ୍ୱାଦ ଓ ବାସ୍ନ। ନବାରିବା ମଧ୍ୟ କରୋନା ଲକ୍ଷଣ ତାଲିକାରେ ଯୋଡ଼ିଛି ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ।

ଏହି ରାଶିର ଲୋକଙ୍କର ଆଜି ବ୍ୟବସାୟରେ ହେବ କ୍ଷତି… ଜାଣନ୍ତୁ

ଜୁନ ୧୪, ୨୦୨୦ ମସିହା, ବୃଷ ୩୨ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ କୃଷ୍ଣପକ୍ଷ ନବମୀ

ଉତ୍ତରଭାଦ୍ର ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମେଷ ରାଶିର

ଘାତଚନ୍ଦ୍ର- ଧନୁରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର

ଯୋଗିନୀ ପୂର୍ବେ ରହିବେ ରାତି ୩ ଟା ୨୨ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଉତ୍ତରେ

ଶୁଭ ସମୟ- ସକାଳ ୭ ଟା ୪୮ ମଧ୍ୟରେ ଏବଂ ଦିନ ୧୧ ଟା ୨୦ ପରେ

ଅଶୁଭ ସମୟ- ଦିନ ୪ ଟା ୪୬ରୁ ସନ୍ଧ୍ୟା ୬ ଟା ୨୫ମଧ୍ୟରେ

ଆଜି ଲାଉ ଖାଇବା ମନା

ଆଜି ଓଡିଶାର ବିଶିଷ୍ଟ ପର୍ବ ରଜ ପର୍ବ

କୈାଣସି ଭୂମିଜନିତ କାର୍ଯ୍ୟ ହେବ ନାହିଁ

ତିନିଦିନ ଧରି କୃଷିକର୍ମ ବନ୍ଦ ରହିବ

ଗୃହରେ ହୋମ,ଯଜ୍ଞ କାର୍ଯ୍ୟ ନିଷେଧ

ମେଷ ରାଶି

ଅଶ୍ୱିନୀ – ପିତାଙ୍କ ସହ ଉତ୍ତମ ସଂପର୍କ ରହିବ, ଦୂର ଯାତ୍ରା କରିପାରନ୍ତି

ଦ୍ୱିଜା- ବିରୋଧିମାନେ ହଇରାଣ କରିପାରନ୍ତି

କୃତ୍ତିକା- କାହା ସହ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ

ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ ରାଶି

କୃତ୍ତିକା – ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରେ, ଶୁଭ ଖବର ପାଇବେ

ରୋହିଣୀ- କୈାଣସି ଦୁଃସାହସ କାର୍ଯ୍ୟ କରି ପ୍ରଶଂସିତ ହେବେ

ମୃଗଶିରା- ଇଛା କରିଥିବା କାର୍ଯ୍ୟରେ ସଫଳତା ପାଇବେ

ଓଁ ଗଣେଶାୟ ନମଃ ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା- ବ୍ୟବସାୟରେ କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ

ଆର୍ଦ୍ରା- ବନ୍ଧୁଙ୍କର ସହଯୋଗ ପାଇବେ

ପୁନର୍ବସୁ- ଅର୍ଥ ଦେବାନେବା କ୍ଷେତ୍ରରେ ସତର୍କ ରୁହନ୍ତୁ

ସୂର୍ଯ୍ୟଙ୍କୁ ଲାଲ ଫୁଲ ଓ ଗୁଡଜଳ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଭାଗ୍ୟ ଆଜି ଆପଣଙ୍କ ସପକ୍ଷରେ ରହିବ,ସବୁ କାମ ସହଜରେ ହେବ

ପୁଷ୍ୟା- ଅନେକ ଶୁଭ କାର୍ଯ୍ୟ ହାତକୁ ଆସିବ,ସଫଳତା ପାଇବେ

ଅଶ୍ଳେଷା- ସନ୍ତାନମାନଙ୍କର ସଫଳତା ହିଁ ଖୁସି ଆଣିଦେବ

ସୂର୍ଯ୍ୟଦେବଙ୍କର ଆଦିତ୍ୟସ୍ତୋତ୍ର ପାଠ କରନ୍ତୁ

ସିଂହ ରାଶି

ମଘା – ଆଜି କୈାଣସି ଗାଡିରେ ଯାତ୍ରା କରିବା ଶୁଭ ନୁହେଁ

ପୂର୍ବା ଫାଲଗୁନି- ଶରୀର ଅସୁସ୍ଥ ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ

ଉତ୍ତରାଫାଲଗୁନି- ଅର୍ଥ ସମସ୍ୟା ସହ, ସାମାଜିକ କ୍ଷେତ୍ରରେ ଅସଫଳତା ପାଇବେ

ଛୋଟ ଛୋଟ ଝିଅମାନଙ୍କୁ ମିଠା ଖୁଆଇବେ

କନ୍ୟା ରାଶି

ଉତ୍ତରଫାଲଗୁନି- ବ୍ୟବସାୟରେ ଲାଭକ୍ଷତି ସମାନ ରହିବ

ହସ୍ତା- କୈାଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ଓ ସହଯୋଗ ପାଇବେ

ଚିତ୍ରା- ନିଜର ଆର୍ଥିକସ୍ଥିତି ପୂର୍ବାପେକ୍ଷା ମଜବୁତ୍‌ ରହିବ

ଷଣ୍ଡକୁ ଗୁଡ,ରୁଟି ଖାଇବାକୁ ଦେବେ

 ତୁଳା ରାଶି

ଚିତ୍ରା – ପୁରୁଣା ବିବାଦ ଓ ଶତୃପିଡା ଚିନ୍ତାରେ ପକାଇବ

ସ୍ୱାତୀ- କର୍ମକ୍ଷେତ୍ରରେ ମାନସିକ ଚାପ ଅଧିକ ରହିବ

ବିଶାଖା- କୈାଣସି ଭୁଲ କାମ ଯୋଗୁଁ କର୍ମକ୍ଷେତ୍ରରେ ଅଶାନ୍ତି ରହିବେ

ହଳଦୀର ଟିକା ମଥାରେ ଲଗାନ୍ତୁ

ବିଛା ରାଶି

ବିଶାଖା – ନୂତନ ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ

ଅନୁରାଧା- ମାନ,ସମ୍ମାନ ବୃଦ୍ଧି ହେବ

ଜ୍ୟୋଷ୍ଠା – ନୂତନ ବନ୍ଧୁ, ନୂତନ କାର୍ଯ୍ୟକୁ ନେଇ ଖୁସି ରହିବେ

ମା’ଦୁର୍ଗାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ ରାଶି

ମୂଳା – ବନ୍ଧୁଙ୍କର ସହଯାଗରେ ଆୟର ନୂତନ ପନ୍ଥା ବାହାରିବ

ପୂର୍ବାଷାଢା- ପରିବାରରେ ଏକତା ଓ ମାନସିକ ଶାନ୍ତି ରହିବ

ଉତ୍ତରାଷାଢା- ରାଜନୀତି କରୁଥିଲେ ସେଥିରେ ଆଧିପତ୍ୟ ବଢିବ

ଅଶୋକା ବୃକ୍ଷକୁ ପରିକ୍ରମା କରନ୍ତୁ

ମକର ରାଶି

ଉତ୍ତରାଷାଢା- କଳାକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଯଶ ଅର୍ଜନ କରିବେ

ଶ୍ରବଣା- ଘରେ କୈାଣସି ମାଙ୍ଗଳିକ କାମ ହୋଇପାରେ

ଧନିଷ୍ଠା- ଆର୍ଥିକଚିନ୍ତାରୁ ମୁକ୍ତି ପାଇବେ

ଓସ୍ତଗଛ ମୂଳରେ କ୍ଷୀର ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- କୈାଣସି ମହତ୍ତ୍ଵପୂର୍ଣ୍ଣ କାମରେ ବ୍ୟସ୍ତ ରହିବେ

ଶତଭିଷା- ଧନପ୍ରାପ୍ତିର ସୁଯୋଗ ରହିଛି

ପୂର୍ବଭାଦ୍ରପଦ- ନିଜର କଥା ଦ୍ଵାରା ଅନ୍ୟମାନଙ୍କୁ ଆକର୍ଷିତ କରିବେ

ଗାୟତ୍ରୀ ମନ୍ତ୍ର ୩ ଥର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଅର୍ଥ ସମସ୍ୟା କିଛି ମାତ୍ରାରେ ଦୁର ହେବ

ଉତ୍ତରଭାଦ୍ରପଦ- ରାଜନୀତି କରୁଥିବା ବ୍ୟକ୍ତିମାନଙ୍କର ଆଧିପତ୍ୟ ବଢିବ

ରେବତୀ- ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାକୁ ନେଇ ପ୍ରଶଂସା ପାଇବେ

ହନୁମାନ ଚାଳିଶା ପାଠ କରନ୍ତୁ

 

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ-8984684801

ଆଜି ପହିଲି ରଜ… ସାମାଜିକ ଦୂରତାକୁ ରକ୍ଷା କରି କୁମାରୀ ପାଳୁଛନ୍ତି ରଜ

ଭୁବନେଶ୍ୱର: ବନସ୍ତେ ଡ଼ାକିଲା ଗଜ… ବରଷକେ ଥରେ ଆସିଛି ରଜ… ଆସିଛି ରଜଲୋ… ଘେନି ନୂଆ ସଜବାଜ । ଆଜି ହେଉଛି ପହିଲି ରଜ । ଓଡ଼ିଶାର ଗଣପର୍ବ ରଜ । ଏହି ଦିନ ସବୁ କୁମାରୀ ମାନେ ପାଦରେ ସରୁ ଅଳତା, ନୂଆ ପୋଷାକ ପିନ୍ଧି ଖିଲିପାନ ଖାଇ ଗାଁ ଦାଣ୍ଡରେ ବୁଲିଥାନ୍ତି । କିନ୍ତୁ… ଏଥର ରଜ ତ ଆସିଲା ହେଲେ ଟିକେ ଭିନ୍ନ ଢ଼ଙ୍ଗରେ ଆସିଲା। ସବୁ କୁମାରୀ ମାନେ ସଜବାଜ ହେଲେ । ଘରେ ଘରେ ପୋଡ଼ ପିଠା ହେଲା ।

ଦୋଳି ଲାଗିଲା, କୁମାରୀ ଦୋଳୀରେ ମଧ୍ୟ ଝୁଲିଲେ ହେଲେ କରୋନା କଟକଣା ସହ । ସତରେ ଜେମିତି କରୋନା ରଜର ମହକ ଛଡ଼େଇ ନେଇଛି । ସବୁ କିଛି କରୋନା କଟକଣା ସହ ହୋଇଛି  । ପହିଲି ରଜରେ ଫିକା ପଡିଛି ମଉଜ । ଗାଁ ଦାଣ୍ଡରେ କୁମାରୀ ଆଜି ବୁଲୁନି କି ଆମ୍ବ ତୋଟାରେ ଦୋଳୀ ଲାଗିନି । ସେପଟେ ଯେଉଁଠି ରାଜଧାନୀର ରାସ୍ତା ଆଜି କୁମାରୀ ମାନଙ୍କର ମନ ଖୋଲା ହସରେ ଫୁଟି ପଡ଼ୁଥାଏ ଆଜି ସବୁଥିରେ ଯେମିତି କରୋନା ରୋକ ଲଗାଇଚି ।

ରଜରେ ଧଉଳି ହାତ ମେଲାଇ ସବୁ କୁମାରୀଙ୍କୁ ସ୍ୱାଗତ କରୁଛି ହେଲେ କରୋନା ଜଗୁଆଳ ହୋଇ ଆଗରେ ଛିଡ଼ା ହୋଇଛି । କରୋନା କଟକଣା ପାଇଁ ସମସ୍ତଙ୍କୁ ଘରେ ରହି ରଜ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସମସ୍ତେ ନିଜ ନିଜ ଘରେ ରଜ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି  । ଛୋଟରୁ ବଡ ସମସ୍ତେ ଆଜି ନୂଆ ଡ୍ରେସ୍‌ ପିନ୍ଧି ଲୁଡୁ ଖେଳ ସହ ପିଠା ପଣାର ମଜା ଉଠାଉଛନ୍ତି । ଘରେ ଘରେ ଦୋଳି ସାଙ୍ଗକୁ ବିଭିନ୍ନ ପିଠା ପଣାର ଆୟୋଜନ କରାଯାଇଛି । ସେପଟେ ହାତରେ ମେହେନ୍ଦି, ନେଲପଲିସ ଲଗାଇ ରଜ ଉତ୍ସବକୁ ସ୍ୱାଗତ କରୁଛନ୍ତି କୁମାରୀ । ଆଉ କେଉଁଠି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି କରୋନା ଭୂତାଣୁ ଠାରୁ ଦୂରେଇ ରହି ମୁହଁରେ ମାସ୍କ ପିନ୍ଧି ପାଳନ କରାଯାଉଛି ରଜ ।