spot_img
Home Blog Page 7131

ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ସାମାନ୍ୟ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ସାମାନ୍ୟ କମ୍ପନ ଅନୁଭୂତ ହୋଇଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ବୋଲି ଆକଳନ କରାଯାଇଛି। ଦିଲ୍ଲୀ-ୟୁପି ସୀମା ନିକଟରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ହୋଇଥିବା ସୂଚନା ମିଳିଛି। କିଛି ସପ୍ତାହ ପୂର୍ବରୁ ଏହି ସ୍ଥାନରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ପାଇଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଜାତୀୟ ରାଜଧାନୀରେ ଏହା ହେଉଛି ତୃତୀୟ ନିମ୍ନ ତୀବ୍ର ଭୂକମ୍ପ ।

ଗତ ମାସ ଆରମ୍ଭରେ ଦିଲ୍ଲୀ-ଏନସିଆରରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ୧୩ ଏପ୍ରିଲରେ ହୋଇଥିବା ଭୂକମ୍ପ ମଧ୍ୟ କମ୍ ତୀବ୍ରତାରେ ଥିଲା | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ରେ ମାପ କରାଯାଇଥିଲା | ଏହି ଭୂକମ୍ପର କେନ୍ଦ୍ରକୁ ଦିଲ୍ଲୀ କୁହାଯାଉଥିଲା। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ଘରୁ ବାହାରକୁ ଆସିଥିଲେ।

ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ୧୨ ଏପ୍ରିଲ (ରବିବାର) ଦିନ ପ୍ରାୟ ୬ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଦିଲ୍ଲୀ ନିକଟସ୍ଥ ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ଭୂକମ୍ପ ଅନୁଭୂତ ହୋଇଥିଲା। ଲୋକମାନେ ଘରୁ ବାହାରି ଆସିଲେ। ଯେଉଁମାନେ ବାହାରକୁ ନଥିଲେ, ସେମାନେ ନିଜ ବାଲକୋନୀକୁ ଆସିଥିଲେ | ଏହି ଭୂକମ୍ପର ତୀବ୍ରତା ୩.୫ ଥିବା ସୂଚନା ଦିଆଯାଇଥିଲା ।

ମାଆକୁ କରୋନା, ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ: ଶବ ପାଖେ ବସି କାନ୍ଦୁଛି ଛୁଆ

ଚେନ୍ନାଇ: ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ନେଇ ଆସେ । ଦୁନିଆ ମହାମାରୀ କରୋନା ସହ ଯୁଝୁଥିବା ବେଳେ ତାମିଲନାଡ଼ୁରୁ ସାମନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଦୁନିଆକୁ ଭଲ ଭାବେ ବୁଝିବା ଆଗରୁ ୧୦ ବର୍ଷର ବାଳକ ପେଷି ହୋଇଯାଇଛି ଜୀବନ ଚକ୍ରବ୍ୟୁହରେ । ବାପାଙ୍କ ମୃତଦେହ ପାଖରେ ବସି ସେ ଚାହିଁ ରହିଛି ତା’ନିକଟକୁ କେତେବେଳେ ଆସିବେ କରୋନା ପଜିଟିଭି ମାଆ ଓ ଜେଜେମାଆ । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଟି ପାଇଁ ଜୀବନର ସବୁଠୁ ଖରାପ ଦିନ ହୁଏତ ଆଉ କିଛି ହୋଇନପାରେ ।

ତାମିଲନାଡ଼ୁ ବିଲ୍ଲୁପୁରମ ଜିଲ୍ଲାର ଏ ଘଟଣା ଯିଏ ଶୁଣୁଛି, ସିଏ କହୁଛି ‘ଭଗବାନ ଏମିତି ଦୁଃଖ ଆଉ କାହାକୁ ନଦିଅନ୍ତୁ’ । କିଛିମାସ ତଳେ ଛୁଆର ବାପା ୩୫ ବର୍ଷୀୟ ଅୟାନାର ଦୁର୍ଘଟଣାରେ ଆହତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସମ୍ପୂର୍ଣ୍ଣ ରୂପେ ଶଯ୍ୟାଶାୟୀ ଥିବାବେଳେ ହସ୍ପିଟାଲରେ ଦେଖାଶୁଣା କରୁଥିଲେ ମାଆ ଓ ଜେଜେମାଆ । କିନ୍ତୁ, କରୋନା ପାଇଁ କିଛିଦିନ ତଳେ ଅୟାନାରଙ୍କୁ ଘରକୁ ନେଇ ଆସିଥିଲେ ।

ଘରକୁ ଫେରିବା ପରେ ଜଣାପଡ଼ିଥିଲା ତାଙ୍କ ସ୍ତ୍ରୀ ଓ ମାଆଙ୍କୁ କରୋନା ହୋଇଛି । ଫଳରେ ସ୍ଥାନୀୟ ପ୍ରଶାସନ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାରି ଭିତରେ ବିଛଣାରେ ପଡ଼ି ରହିଥିବା ଅୟାନାରଙ୍କ ଗତ ୮ ତାରିଖରେ ମୃତ୍ୟୁ ହୋଇଥିଲା । ଏହାପରେ କଣ କରିବ କିଛି ବୁଝିପାରି ନଥିଲା ୧୦ ବର୍ଷୀୟ ବାଳକ ଯୁବା । ପିତାଙ୍କ ମୃତଦେହ ନିକଟରେ ବସି କାନ୍ଦୁଥିଲା । ପ୍ରଶାସନ ଏହି ଘଟଣା ଜାଣିବା ପରେ କରୋନା ସଂକ୍ରମିତ ମାଆ ଓ ଜେଜେମାଆଙ୍କୁ ପିପିଇ ପିନ୍ଧାଇ ସତର୍କତାର ସହ ଆଣି ଅନ୍ତିମ ସଂସ୍କାର କରିଥିଲା ।

ପୋଲିସର ପ୍ରତିଷେଧକମୂଳକ ପଦକ୍ଷେପ: ଜରିମାନା ଟଙ୍କାକୁ ସାନିଟାଇଜ୍‌ କରୁଛି ପୋଲିସ

ମଧ୍ୟପ୍ରଦେଶ: କରୋନା ମୁକାବିଲାରେ ସାଧାରଣ ଜନତାଙ୍କ ମୁଖ୍ୟ ଆୟୁଧ ହେଉଛି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାବୁନ କିମ୍ୱା ସାନିଟାଇଜ୍‌ରେ ହାତ ଧୋଇବା । କରୋନା ଭୂତାଣୁକୁ ପ୍ରତିହତ କରିବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ଔଷଧ ବାହାନଥିବା ବେଳେ ଏହି ସବୁ ନିୟମ ମାନି ହିଁ କରୋନାକୁ ପ୍ରତିହତ କରିହେବ ।

ଏଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଓ ସାବୁନରେ କିମ୍ୱା ସାନିଟାଇଜରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି । ଏହି ଭୟଙ୍କର ଭୂତାଣୁ ଯେକୌଣସି ଜିନିଷରେ କିଛି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବଞ୍ଚି ରହିଥାଏ । ଯାହା ସଂସ୍ପର୍ଶରେ ଆସିଲା ପରେ ଏହି ସୁସ୍ଥ ଲୋକ ସଂକ୍ରମିତ ହୋଇଥାନ୍ତି । ଏଣୁ ଲୋକେ ଯେକୌଣସି ଜିନିଷକୁ ଧରିବା ପୂର୍ବରୁ ବା ବ୍ୟବହାର କରିବା ପୂର୍ବରୁ ସାନିଟାଇଜ୍ କରୁଛନ୍ତି ।

ଏଭଳି କି ଟଙ୍କାକୁ ମଧ୍ୟ ସାନିଟାଇଜ୍‌ କରିବାର ଦୃଶ୍ୟ ଦେଖିବାକୁ ମଳିଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ  । ଏଠାରେ ଭୋପାଳ ପୋଲିସ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ଟଙ୍କା ଜରିମାନା ଆଦାୟ କରୁଛି । ହେଲେ ତା’ ପୂର୍ବରୁ ସେହି ଟଙ୍କାକୁ ସାନିଟାଇଜ୍‌ କରୁଛି ପୋଲିସ ।

ଏଭଳି କି ସେହି ଜରିମାନା ଟଙ୍କାକୁ ସିଧା ସଳଖ ଲୋକଙ୍କ ଠାରୁ ସଂଗ୍ରହ ନ କରି ପଲଥିନ୍‌ ବ୍ୟାଗ୍ ମାଧ୍ୟମରେ ସଂଗ୍ରହ କରୁଛି । ଏଭିଳ କରି ସଂକ୍ରମଣରୁ ବର୍ତ୍ତିବାକୁ ଚେଷ୍ଟା କରୁଛି ଭୋପାଳ ପୋଲିସ । ଏସ୍‌ପି ଶୈଳେନ୍ଦ୍ର ସିଂହଙ୍କ କହିବା ହେଲା ଯେ କରୋନା ଦ୍ୱାରା ସଂକ୍ରମିତ ନହେବା ଲାଗି ପୋଲିସ ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଭଦ୍ରକରୁ ଆଉ ୬, ଯାଜପୁରରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୬ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଯାଜପୁର ଜିଲ୍ଲାରୁ ୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ନୂଆ ୬ଟି ମାମଲା ସହ ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ୪ ନୂଆ ପଜିଟିଭଙ୍କ ସହ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଛୁଇଁଛି । ଭଦ୍ରକରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି ।

କରୋନା ହଟସ୍ପଟ୍ ଯାଜପୁର ଜିଲ୍ଲାରେ ୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ୩୬୨ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜ୍ୟରେ ୨୯୧ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା କରାଯାଉଛି ।

ଲେବର୍‌ ରୁମ୍‌କୁ ନଛାଡ଼ିବାରୁ ଡାକ୍ତରଙ୍କ କାନକୁ କାମୁଡ଼ି ଦେଲେ ସମ୍ପର୍କୀୟ

ବ୍ରହ୍ମପୁର: ଏମ୍‌କେସିଜି ଲେବର ରୁମ୍‌କୁ ପଶିବାକୁ ନେଇ ଉତ୍ତେଜନା । ଜଣେ ରୋଗୀଙ୍କ ସମ୍ପର୍କୀୟ ଲେବର ରୁମ୍‌କୁ ପଶିବାକୁ ଚେଷ୍ଟା କରୁଥିଲେ । ତେବେ ତାଙ୍କୁ ଡାକ୍ତରମାନେ ଅଟକାଇବାରୁ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ସଂପର୍କୀୟ କାର୍ଯ୍ୟରତ ୫ଜଣ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଏମ୍‌କେସିଜି ମେଡିକାଲ ଫାଣ୍ଡିରେ ଏତଲା ଦିଆଯାଇଛି । ଆହତ ଡାକ୍ତରଙ୍କୁ ଚିକିତ୍ସା କରାଯାଇଛି । ଅଭିଯୁକ୍ତ ଥାନାରେ ଅଟକ ଥିବା ବେଳେ ଏସଡିପିଓ ଘଟଣା ନେଇ ତଦନ୍ତ କରୁଛନ୍ତି।

ବଡ଼ ଖୁଲାସା: କରୋନା ତଥ୍ୟ ଲୁଚାଇବାକୁ WHO ମୁଖ୍ୟଙ୍କୁ କହିଥିଲେ ଚୀନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡୋନାମ୍‌ଙ୍କୁ କରୋନା ଭୂତାଣୁ ବିଷୟରେ ସୂଚନା ଲୁଚାଇବାକୁ ନିବେଦନ କରିଥିଲେ । ମନୁଷ୍ୟଠାରୁ ମନୁଷ୍ୟକୁ ଏହି ଭୂତାଣୁ ବ୍ୟାପୁଥିବା କଥା ଲୁଚାଇବାକୁ ସି ଜିନ୍‌ପିଙ୍ଗ୍‌ WHOର ମୁଖ୍ୟଙ୍କୁ କହିଥିଲେ । ଏହାସହ ମହାମାରୀ ସମ୍ପର୍କରେ ବିଶ୍ୱକୁ ସୂଚନା ଦେବାରେ ବିଳମ୍ବ କରିବାକୁ ଅନୁରୋଧ କରିଥିଲେ ।

ଡେଲି ମେଲ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜର୍ମାନୀର ପ୍ରକାଶନ ଡେ’ ସ୍ପାଇଗେଲ ଏନେଇ ସୂଚନା ପ୍ରକାଶ କରିଛି । ଦେଶର ଗୁପ୍ତଚର ଏଜେନ୍ସିଗୁଡ଼ିକର ଇନପୁଟ୍ ଆଧାରରେ ଜର୍ମାନୀ ଏହି ରିପୋର୍ଟ ପ୍ରକାଶ କରିଛି ।

ଜର୍ମାନୀର ଗୁପ୍ତଚର ଏଜେନ୍ସି ବିଏନଡି ଅନୁଯାୟୀ, ଜାନୁଆରୀ ୨୧ ତାରିଖରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଡୋନାମଙ୍କୁ କହିଥିଲେ ଯେ, କରୋନା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମଣ ହେଉଥିବା ଖବର ଏବଂ ମହାମାରୀ ବିଷୟରେ ବିଶ୍ୱକୁ ସଚେତନ କରାଇବାରେ ବିଳମ୍ବ କରାଯାଉ । ଜର୍ମାନୀର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଚୀନ୍ ଯୋଗୁଁ ସାରା ବିଶ୍ୱ କରୋନା ସହ ଲଢ଼ିବାରେ ୪ ରୁ ୬ ସପ୍ତାହ ବିଳମ୍ବ କରିଥିଲା ।

 WHO ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଥିଲା

ଜର୍ମାନୀର ଏହି ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଥିଲା । WHO ଏହି ରିପୋର୍ଟକୁ ମିଥ୍ୟା ଏବଂ ମନଗଢ଼ା ବୋଲି କହିଥିଲା ।

ବିବୃତ୍ତିରେ କୁହାଯାଇଛି ଯେ ସି ଜିନପିଙ୍ଗ ଏବଂ ଟେଡ୍ରୋସ ଜାନୁଆରୀ ୨୧ରେ କଥାବାର୍ତ୍ତା ହୋଇନାହାଁନ୍ତି । ଦୁହେଁ କେବେବି ଫୋନରେ କଥା ହୋଇନାହାନ୍ତି ।

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ମନୁଷ୍ୟ ଠାରୁ ମନୁଷ୍ୟକୁ ବ୍ୟାପିବାର ଖବର ଚୀନ୍‌ ୨୦ ଜାନୁଆରୀରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ପ୍ରଦାନ କରିସାରିଥିଲା ।

ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାନୁୟାରୀ ୨୨ରେ ଏକ ବିବୃତ୍ତି ଜାରି କରାଗଲା । ସେଥିରେ କୁହାଗଲା ଯେ, ଅନେକ ଅନୁସନ୍ଧାନ ପରେ ଏହି କରୋନା ଭୂତାଣୁ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ ବୋଲି ଜଣାପଡ଼ିଛି । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।

ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆରୋପ ଲଗାଇଛନ୍ତି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ WHOର ନୀତି ଚୀନ୍‌ ସମର୍ଥନରେ ହିଁ ରହୁଛି । ଏପ୍ରିଲରେ ଟ୍ରମ୍ପ ପ୍ରଶାସନ କହିଥିଲା ଯେ, ଚୀନ୍‌ର ପ୍ରଚାର ପ୍ରସାର ପାଇଁ WHO ଏକ ଅସ୍ତ୍ର ପାଲଟିଛି ।

ସିକ୍କିମ୍ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: ଉଭୟ ଦେଶର ସେନା ଆହତ

ଗ୍ୟାଙ୍ଗ୍‌ଟକ: ସୀମାରେ ଉତ୍ତେଜନା । ସିକ୍କିମ ସୀମାରେ ଭାରତ-ଚୀନ ସୈନିକ ମୁହାଁମୁହିଁ । ଉତ୍ତର ସିକ୍କିମର ନାକୁଲା ସେକ୍ଟରରେ ଭାରତ- ଚୀନ ସୈନିକ ମୁହାଁମୁହିଁ । ଉଭୟ ଦେଶର ସୈନିକଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଏହି ଘଟଣାରେ ଉଭୟ ପାର୍ଶ୍ୱରେ ଥିବା ସୈନିକମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ସ୍ତରର ହସ୍ତକ୍ଷେପ ପରେ ଏହି ଝଗଡ଼ାର ସମାଧାନ ହୋଇଥିଲା।

Indian And Chinese Troops Disengage After 'Incidents Of Face-off ...

ମଳିଥିବା ସୂଚନା ଅନୁଯାୟୀ, କିଛି ସମୟର କଥା ବାର୍ତ୍ତା ପରେ ଉଭୟ ପାର୍ଶ୍ୱର ସୈନିକମାନେ ନିଜ ନିଜ ପୋଷ୍ଟକୁ ଫେରିଥିଲେ। ସେନା ସୂତ୍ରରୁ ପ୍ରକାଶ ଯେ ସୀମା ବିବାଦ ଯୋଗୁଁ ସୈନିକମାନଙ୍କ ମଧ୍ୟରେ ଏଭଳି ଛୋଟ ବିବାଦ ପ୍ରାୟତ ଘଟେ। ତେବେ ଦୀର୍ଘ ସମୟ ପରେ ଉତ୍ତର ସିକ୍କିମ୍ ଅଞ୍ଚଳରେ ଭାରତ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ଏପରି ତିକ୍ତତା ଦେଖାଦେଇଥିଲା | ପ୍ରୋଟୋକଲ୍ ଅନୁଯାୟୀ ଯେତେବେଳେ ବି ଏପରି ବିବାଦ ଥାଏ, ଉଭୟ ଶକ୍ତି ଏହାକୁ ସମାଧାନ କରନ୍ତି |

୨୦୧୭ରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା

ପୂର୍ବରୁ ୨୦୧୭ରେ ସିକ୍କିମ ଅଞ୍ଚଳରେ ୨ ଦେଶ ମଧ୍ୟରେ ତୀବ୍ର ତିକ୍ତତା ଦେଖାଦେଇଥିଲା। ଏଣୁ ଭାରତର କିଛି ବରିଷ୍ଠ ମିଲିଟାରୀ ଅଧିକାରୀଙ୍କୁ ଏହି ଅଞ୍ଚଳରେ କ୍ୟାମ୍ପ କରିଥିଲେ। ଏହି ୨ ଦେଶର ସେନା ବାହିନୀଙ୍କ ମଧ୍ୟରେ ସେତେବେଳେ ତିକ୍ତତାର ପ୍ରଭାବ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ଦିଲ୍ଲୀର ସାମିରକ ମୁଖ୍ୟାଳୟକୁ ମଧ୍ୟ ବ୍ୟାପିଥିଲା

ସିକ୍କିମ୍‌ରେ ବିବାଦର ବଡ଼ କାରଣ

ବାସ୍ତବରେ ଚୀନ୍ ସେନା ଏହି ଅଞ୍ଚଳରେ ଏକ ରାସ୍ତା ନିର୍ମାଣ କରିବାକୁ ଚେଷ୍ଟା କରୁଛି। ଚମ୍ବି ଉପତ୍ୟକା ଅଞ୍ଚଳରେ ଚୀନ୍ ଏକ ରାସ୍ତା ନିର୍ମାଣ କରିସାରିଛି, ଯାହା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, ଯାହା ଆଗକୁ ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏହି ରାସ୍ତାଟି ସିଲିଗୁଡ଼ି କରିଡର କିମ୍ବା ଭାରତର ତଥାକଥିତ ‘ଚିକନ୍‌ ନେକ୍’ ଅଞ୍ଚଳଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ। ଏହି ସିଲିଗୁଡ଼ି କରିଡର ଭାରତକୁ ଉତ୍ତର ପୂର୍ବର ରାଜ୍ୟ ସହିତ ଯୋଡ଼ିଥାଏ । ଏହି କାରଣରୁ ଭାରତୀୟ ସେନିକ  ଏବଂ ଚୀନ୍ ସେନା ମଧ୍ୟରେ ବାରମ୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ।

୨୦୧୭ ମସିହାରେ ବିବାଦୀୟ ଅଞ୍ଚଳରେ ପିଏଲ୍‌ଏର ଯବାନଙ୍କୁ ନିର୍ମାଣ କାର୍ଯ୍ୟ କରିବାକୁ ରୋକାଯିବାରୁ ବିବାଦ ସୃଷ୍ଟି ହୋଇଥିଲା ।

Amid Army face-off with India, China sets up blood donation camps ...

ଚୀନ୍ ସହିତ ଭାରତର ପୁରୁଣା ସୀମା ବିବାଦ

ଚୀନ୍ ସହିତ ଭାରତର ସୀମା ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଛି। ପ୍ରାୟତ ଚୀନ ସେନୖକମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରନ୍ତି। ତେବେ ଭାରତୀୟ ସୈନିକମାନଙ୍କ ସତର୍କତା ହେତୁ  ଚୀନ ସୈନିକମାନେ ଏଥିରେ ବିଫଳ ହୁଅନ୍ତି । ଏବଂ ଏହି କାରଣରୁ ସୀମାରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏ। ଭାରତ ଏବଂ ଚୀନ୍ ମଧ୍ୟରେ ଚାରି ହଜାର କିଲୋମିଟରରୁ ଅଧିକ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) କୁ ତିନିଟି ବିଭାଗରେ ବିଭକ୍ତ କରାଯାଇଛି – ପୂର୍ବ, ମଧ୍ୟ ଏବଂ ପଶ୍ଚିମ ସେକ୍ଟର । ପୂର୍ବ ସେକ୍ଟର ଅରୁଣାଚଳପ୍ରଦେଶର ଅଞ୍ଚଳକୁ ନେଇ ଗଠିତ, ଯାହାର ଅଞ୍ଚଳ ଚୀନ୍ ଦ୍ୱାରା ୯୦ ହଜାର ବର୍ଗ କିଲୋମିଟର ବୋଲି ଦାବି କରାଯାଇଛି। କେନ୍ଦ୍ରୀୟ କ୍ଷେତ୍ର ଉତ୍ତରାଖଣ୍ଡ, ହିମାଚଳ ଏବଂ ସିକ୍କିମକୁ ନେଇ ଗଠିତ | ଏହି କ୍ଷେତ୍ରରେ ମଧ୍ୟ ଉତ୍ତରପ୍ରଦେଶର ବାରୁହୁତି ଅଞ୍ଚଳ ଉପରେ ଚୀନ୍ ଦାବି କରିଛି। ପଶ୍ଚିମ କ୍ଷେତ୍ର ଲଦାଖ ଏବଂ ଆକସାଇ ଚୀନ୍‌କୁ ନେଇ ଗଠିତ ।

ମା’ର ମମତାକୁ ଠେଙ୍ଗା ପାହାରରେ ସାର୍ଥକ କଲା ନୃଶଂସ ପୁଅ !

ମାଲକାନାଗିରି: ରକ୍ତରେ ଭିଜିଲା ମା’ର ପଣତ । ମାତୃତ୍ୱ ଦିବସରେ ମା’କୁ ଉପାହାରରେ ମିଳିଲା ମୃତ୍ୟୁ । ଯେତେବେଳେ ସୋସିଆଲ ମିଡିଆରେ ସନ୍ତାନ ମାନେ ନିଜ ନିଜ ମା’ଙ୍କୁ ସମ୍ବର୍ଦ୍ଧନା କରୁଥିଲେ । ସେତେବେଳେ ଆଉ ଗୋଟିଏ ମା’ ନିଜ ସନ୍ତାନ ନୃଶଂସତାର ଶିକାର ହେଉଥିଲା । କ୍ରୋଧରେ ଜର୍ଜରିତ ପୁଅ ମା’ର ମମତାକୁ ନବୁଝି ମା’ର ମୁଣ୍ଡରେ ଥୋଇ ଚାଲିଥିଲା ଗୋଟେ ପରେ ଗୋଟେ ପାହାର । ପ୍ରତ୍ୟେକଟି ପାହାରରେ ପୁଅ ସାର୍ଥକ କରି ଚାଲିଥିଲା ମା’ର ମମତାକୁ । ଯେଉଁ ମା’ର ଆଖି ଦିନେ ପୁଅର ଦେହ ଖରାପରେ ସୋଉ ନଥିଲା, ସେହି ଆଖି ପୁଅର ମାଡ଼ରେ ସବୁଦିନଳ ପାଇଁ ସୋଇପଡ଼ିଛି । ପୁଅକୁ ନେଇ ମା’ର ଗର୍ବକୁ ଆଜି ମାତୃତ୍ୱ ଦିବସରେ ଗୌରବାନ୍ୱିତ କରିଛି ନୃଶଂସ ପୁଅ ।  

ଏଭଳି  ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ । ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି ମା’ କୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତ ମହିଳାଙ୍କ ନାଁ ରାମେ ମାଡକାମୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପ ଶୁକୁ ମାଡକାମୀ ଏବଂ ପୁଅ ସମା ମାଡକାମୀକୁ  ଗିରଫ କରିଛି ।

ସୂଚନାନୁଯାୟୀ, ଦିନ ତଳେ ପୁରା ପରିବାର ଜଞକଗଲରୁ ମହୁଲ ଫୁଲ ସଂଗ୍ରହ କରିଥିଲେ । ମହୁଲ ଫୁଲକୁ ୨୭୦୦ ଟଙ୍କାରେ ବିକ୍ରି କରିଥିଲେ ପୁରା ପରିବାର । ବିକ୍ରି ଟଙ୍କା ରାମେଙ୍କ ପାଖରେ ରହିଥିଲା । ତେବେ ଏହି ଟଙ୍କାକୁ ଆଜି ଉଭୟ ବାପା ଏବଂ ପୁଅ ମାଗିଥିଲେ । କିନ୍ତୁ ରାମେ ଟଙ୍କା ଦେବାକୁ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବାପାର ସାହାର୍ଯ୍ୟରେ ପୁଅ ଠେଙ୍ଗାରେ ମାଆକୁ ପିଟି ପିଟି ହତ୍ୟା କରିଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ  ପୁଲିସ୍  ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଲକ୍‌ଡାଉନ୍‌ ପରେ କାର୍ଯ୍ୟକ୍ଷମ ହେବ ଶିଳ୍ପାନୁଷ୍ଠାନ: ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ କାର୍ଯ୍ୟ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ । ଠପ୍‌ ହୋଇଯାଇଛି ଆର୍ଥକ କାରବାର । ଦୋହଲି ଯାଇଛି ଦେଶର ଆର୍ଥିକ ମେରୁଦଣ୍ଡ । ଏଭଳି ପରିସ୍ଥିତିରେ ସ୍ଥିତି ସ୍ୱାଭାବିକ କରିବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଲକ୍‌ଡାଉନ୍‌ ପରେ ଶିଳ୍ପାନୁଷ୍ଠାନ ଖୋଲିବାକୁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଗାଇଡଲାଇନ୍‌ରେ ଲକ୍‌ଡାଉନ୍‌ ପରର ପ୍ରଥମ ସପ୍ତାହରେ ପରୀକ୍ଷାମୂଳକ ଭାବେ ଉତ୍ପାଦ ଶିଳ୍ପ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ନିରାପତ୍ତା ନିୟମ ସହ ଅଧିକ ଉତ୍ପାଦନ ଟାର୍ଗେଟ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିଳ୍ପାନୁଷ୍ଠାନରେ ଖୋଲା ଥିବା ଷ୍ଟୋରେଜ୍‌ ଭେସେଲ୍‌, କଣ୍ଟେନର ଯାଞ୍ଚ ନିର୍ଦ୍ଦେଶ । ସାଇତା ହୋଇଥିବା ବିଷାକ୍ତ ରାସାୟନିକ ପଦାର୍ଥ ସ୍ଥାନକୁ ସୁରକ୍ଷିତ ରଖ । ଉକ୍ତ ଅଞ୍ଚଳକୁ ପ୍ରବେଶ ପାଇଁ ଭେଣ୍ଟିଲେସନ୍‌, ଉପଯୁକ୍ତ ଆଲୋକ ବ୍ୟବସ୍ଥା କର । କୌଣସି ଗନ୍ଧ, ଧୂଆଁ ବାହାରିଲେ କିମ୍ୱା ବିଦ୍ୟୁତ ତାର ଛିଡ଼ିଥିଲେ ମରାମତି କର । ପାଇପ୍‌ ଲାଇନ୍‌/ଭାଲ୍‌ବ ସ୍ୱାଭାବିକ କାର୍ଯ୍ୟ କରୁଛି କି ନାହିଁ ନିୟମିତ ଯାଞ୍ଚ କର । କୌଣସି ଅଘଟଣ ନ ଘଟିବା ଦିଗରେ ନ ଘଟିବା ଦିଗରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ।

କ୍ୱାରେଣ୍ଟାଇନ କେନ୍ଦ୍ର ନିକଟକୁ ନ ଯିବା ଲାଗି ଜିଲ୍ଲାପାଳଙ୍କ ବାରଣ

ଗଞ୍ଜାମ: ବଢୁଛି ଗଞ୍ଜାମ ଜିଲ୍ଲାରେ କରୋନା ଗ୍ରାଫ୍‌ । ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗଞ୍ଜାମରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୧୮ ଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ  ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି । ସଙ୍ଗରୋଧ କେନ୍ଦ୍ର/ଟିଏମ୍‌ସିକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସଙ୍ଗରୋଧରେ ଥିବା ସମସ୍ତେ ହଟସ୍ପଟ୍‌ ଅଞ୍ଚଳରୁ ଆସିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରରେ ଥିବା ଆକ୍ରାନ୍ତଙ୍କ ଉପଯୁକ୍ତ ଯତ୍ନ ନିଆଯାଉଛି । କିଛିଲୋକ ନିଜ ନିଜର ସଂପର୍କୀୟଙ୍କୁ ଭେଟିବା ସହ ବାହାରୁ ଖାଦ୍ୟ ଦେଉଛନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ର ନିକଟକୁ ନ ଯିବା ଲାଗି ବାରଣ କରାଯାଇଛି । କୋଭିଡ ନିୟମକୁ ଉଲଘଂନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ  ।