spot_img
Home Blog Page 7150

ସଚେତନ କରିବାକୁ ଯାଇ ହଟହଟା ହେଲେ ତହସିଲଦାର

ଦିଗପହଣ୍ଡି: ଘୋଡ଼ା ହାଡ଼ ଡ଼୍ୟାମ ମୁଖ୍ୟ ରାସ୍ତା କଡ଼ରେ ଥିବା ବିଦେଶୀ ମଦ ଦୋକାନକୁ କରୋନା ସଚେତନତା କରିବାକୁ ଯାଇ ହଟହଟା ହେଲେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ । ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଗତ୧୪ ତାରିଖର ଏହି ଭିଡ଼ିଓ ।

ଏଥିରେ ତହସିଲଦାରଙ୍କ ସମେତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ କିଛି ମଦୁଆ ଓ ଫାଷ୍ଟ ଫୁଡ୍ ଦୋକାନୀ ଘେରିଛନ୍ତି ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏଭଳି କି ଧମକାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଚାରିଆଡ଼େ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ସଚେତନ କରିବା ସହ ସଫେଇ ଓ ଜନଗହଳି ନକରି ରହିବାକୁ ପରାମର୍ଶ ଦେଉଛି। ଏଭଳି ବାର୍ତ୍ତା ଦେବାକୁ ମିଳିତ ଭାବେ ଯାଉଥିବା ସମୟରେ ଏହି ମଦ ଦୋକାନ ନିକଟରେ ଗହଳି ଦେଖିଥିଲେ। ବାହାରେ ୫୦ରୁ ଊର୍ଦ୍ଧ୍ୱ ଲୋକ ମଦ ପିଉଥିଲେ । ଚାରିଆଡେ ଅଳିଆ, ମଦ ବୋତଲ ଓ ପ୍ଲାଷ୍ଟିକ ପାଣି ବୋତଲ ପଡ଼ିଥିଲା । ତା’ ସହ ବହୁ ଲୋକ ପାଖାପାଖି ଛିଡ଼ାହୋଇଥିଲେ  । କରୋନାର ସଂକ୍ରମଣ ଜନିତ ରୋଗ ହୋଇଥିବା ବେଳେ ଗୋଟିଏ ଜାଗାରେ ବହୁ ଲୋକଙ୍କ ସମାଗମକୁ ବାରଣ କରାଯାଇଛି । ଏଣୁ ଏଭଳି ସ୍ଥିତି ଦେଖି ଅଧିକାରୀମାନେ ଓହ୍ଲାଇ ମଦ ଦୋକାନ ସମ୍ମୁଖରେ ଉପସ୍ଥିତ ଥିବା ଗ୍ରାହକ ଓ ଦୋକାନୀଙ୍କୁ ଏଭଳି ଗହଳି ନକରିବାକୁ ପରାମର୍ଶ ଦେବା ଦେଇଥିଲେ। ଏତିକି ବେଳେ ଆଖପାଖ ଫାଷ୍ଟ ଫୁଡ଼ ଦୋକାନୀ ଓ କିଛି ମଦ୍ୟପ ମିଶି ଧମକ ଦେଇଥିଲେ। ପରେ ପୋଲିସକୁ ଖବର ଦେବା ପରେ ସେମାନେ ଛତ୍ର ଭଙ୍ଗ ଦେଇଥିଲେ। ତେବେ ସେହି ସମୟରର କିଛି ଲୋକ ଭିଡ଼ିଓ ଉତ୍ତୋଳନ କରିଥିଲେ। ଯାହା ଆଜି ଭାଇରଲ ହେଉଛି । ଭିଡିଓଟି ଭାଇରଲ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏବଂ ମଦ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

 

ପୁଣି ୨ ଡ୍ରଗ୍ ମାଫିଆଙ୍କୁ ଗିରଫ କଲା ଏସଟିଏଫ, ୩ ମାସରେ ୭ କୋଟି ବ୍ରାଉନସୁଗର ଜବତ

ବାଲେଶ୍ୱର: ୨ କୋଟି ୭୦ ଲକ୍ଷ  ଟଙ୍କାର ବ୍ରାଉନସୁଗର ଜବତ । ବୁଧବାର ବାଲେଶ୍ଵର ନୀଳଗିରିରେ ଚଢ଼ାଉ କରି ଏସଟିଏଫକୁ ଏହି ସଫଳତା ମିଳିଛି । ଏହାସହ ୨ ହୋଲସେଲରଙ୍କୁ ଗିରଫ ବେଳେ ସେମାନଙ୍କ ନିକଟରୁ ୨୭୨୯ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି ।

ତେବେ ଏମାନଙ୍କ ପଛରେ କାହାର ହାତ ଅଛି ସେନେଇ ଖୋଲତାଡ଼ ଆରମ୍ଭ କରିଛି ଏସଟିଏଫ ଟିମ୍ । ଧଳାଜହର ବେପାରର ପର୍ଦ୍ଦା ଫାସ୍ କରିବାକୁ ଅନ୍ୟ ରାଜ୍ୟର ପୋଲିସଙ୍କ ସହ ଯୋଗାଯୋଗ କରାଯାଇଛି । ତେବେ ଗତ ୪ବର୍ଷ ଭିତରେ ରାଜ୍ୟ ପୋଲିସ ମୋଟ ୬ କିଲୋରୁ କମ ବ୍ରାଉନସୁଗର ଜବତ ହୋଇଥିବା ବେଳେ, ଚଳିତ ବର୍ଷ ୩ ମାସ ମଧ୍ୟରେରେ ୬ କୋଟି ୭୦ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଧରିବାରେ ସଫଳ ହୋଇଛି ଏସଟିଏଫ ।

କରୋନା ‘ଗୁଜବ’ ଏବଂ ଫେକ୍ ନ୍ୟୁଜ୍ ରୋକିବା ପାଇଁ ସୂଚନା ହବ୍ ପ୍ରସ୍ତୁତ କଲା ହ୍ୱାଟ୍ସଆପ୍

କରୋନା ଜୀବାଣୁ ସମଗ୍ର ବିଶ୍ୱରେ ଅସନ୍ତୋଷ ସୃଷ୍ଟି କରିଛି। ଏହି ଭାଇରସ୍ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ହ୍ୱାଟ୍ସଆପ୍ ମଧ୍ୟ ଏଥିପାଇଁ ନୂଆ ପଦକ୍ଷେପ ନେଇଛି। ଫେକ୍ ନ୍ୟୁଜ ଏବଂ କରୋନା ଜୀବାଣୁ ଜଡିତ ଗୁଜବ ପାଇଁ ଫ୍ୟାକ୍ଟ ଚେକିଂ ନେଟୱାର୍କ ଲଞ୍ଚ କରିଛି ହ୍ୱାଟ୍ସଆପ । ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ କରୋନା ଜୀବାଣୁ ସମ୍ବନ୍ଧରେ ଜାଣିବା ପାଇଁ ଏକ ୱେବ୍ ପେଜ୍ ପ୍ରସ୍ତୁତ କରିଛି। କମ୍ପାନୀ ଏହାର ନାମ କରୋନା ଭାଇରସ୍ ସୂଚନା ହବ୍ ରଖିଛି।

ଏଥିପାଇଁ ହ୍ୱାଟ୍ସଆପ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସହିତ ପାର୍ଟନରଶିପ୍ କରିଛି। ଏହି ନୂଆ ୱେବ ପେଜ୍ ରେ କରୋନା ନେଇ ସବୁ ତଥ୍ୟ ପବ୍ଲିସ୍ କରାଯିବ । କରୋନା ବିଷୟରେ ଲୋକଙ୍କ ଭୟ ବଢିବାରେ ଲାଗିଛି । ସେଥିପାଇଁ ମିଥ୍ୟା ଖବର କିମ୍ବା ଗୁଜବ ଲୋକମାନଙ୍କୁ ଅଧିକ ଭୟଭୀତ କରିପାରେ । ଏହି ୱେବପେଜ ପାଇଁ ହ୍ୱାଟ୍ସଆପ୍ UNICEF ଏବଂ UNDP ସହିତ ମଧ୍ୟ ପାର୍ଟନରଶିପ୍ କରିଛି।   । ଏଥିପାଇଁ କମ୍ପାନୀ ୧ମିଲିୟନ୍ ଡଲାର ଖର୍ଚ୍ଚ କରୁଛି।

ସୂଚନାଯୋଗ୍ୟ ଯେ, ଦେଶର ନାଗରୀକମାନଙ୍କୁ ଦୃଷ୍ଟିରେ ରଖି ଏହି ସୂଚନା ହବ୍ ଡିଜାଇନ୍ କରାଯାଇଛି। ଏହି ହବ୍ ରେ WHO ଦ୍ୱାରା ପ୍ରକାଶିତ ସୂଚନା ଏବଂ ଏହା ସହିତ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ମଧ୍ୟ ଦିଆଯାଇଛି। କମ୍ପାନୀ ଦାବି କରିଛି ଯେ ଇଣ୍ଡୋନେସିଆ, ଇସ୍ରାଏଲ, ସିଙ୍ଗାପୁର, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଜିଓ ସହ ଏହି ବିଷୟରେ ଆଲୋଚନା କରିସାରିଛନ୍ତି।

ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ । ୬୧ କେନ୍ଦ୍ରରେ ଚାଲିଛି ଖାତାଦେଖା, ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ । କରୋନା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ତିନି ପର୍ଯ୍ୟାୟରେ ମୂଲ୍ୟାୟନ କେନ୍ଦ୍ରରେ କରିବେ ପ୍ରବେଶ ।

ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ । ୬୧ କେନ୍ଦ୍ରରେ ଚାଲିଛି ଖାତାଦେଖା, ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ । କରୋନା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ତିନି ପର୍ଯ୍ୟାୟରେ ମୂଲ୍ୟାୟନ କେନ୍ଦ୍ରରେ କରିବେ ପ୍ରବେଶ ।

ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ଫେରିଲା ମହାପ୍ରଭୁଙ୍କ ଟଙ୍କା

ପୁରୀ: ଶ୍ରୀମନ୍ଦିର କର୍ପସ ଫଣ୍ଡ ଆକାଉଣ୍ଟକୁ ଟଙ୍କା ଫେରାଇଲା ୟେସ୍‌ ବ୍ୟାଙ୍କ । ଏ ନେଇ ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ପାଖକୁ ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ପତ୍ର ଲେଖିଛନ୍ତି । ୩୯୭ କୋଟି ୨୩ ଲକ୍ଷ ୨୭ହଜାର ୬୩୬ ଟଙ୍କା ପ୍ରଥମ ଫିକ୍ସ ଡିପୋଜିଟରୁ ଫେରାଯାଇଛି ।

Image

ଯାହାର ମୂଳ ୩୮୯ କୋଟି ଓ ସୁଧ ୮କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା । ଏହି ରାଶିକୁ ଶ୍ରୀମନ୍ଦିରର ପୁରୀ ମୁଖ୍ୟ ଶାଖା ଏସବିଆଇ ଆକାଉଣ୍ଟରେ ଜମା କରାଯାଇଛି ।

ଆଉ ୨ଟି ଫିକ୍ସ ଡିପୋଜିଟ ୧୫୬ କୋଟିର ବାକି ରହିଛି । ଯାହାର ସମୟସୀମା ୩୦ ମାର୍ଚ୍ଚରେ ସରିବା ପରେ ସୁଧ ସହ ଫେରସ୍ତ ହେବ । ଫଳରେ ମହାପ୍ରଭୁଙ୍କ ଟଙ୍କା ଫେରିପାଇବାରେ ନେଇ ଲାଗି ରହିଥିବା ଦୀର୍ଘ ଦିନର ଅନିଶ୍ଚିତତା ଦୂର ହୋଇଛି ।

ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍

କରୋନା ଭୟ । ଫିଲିପାଇନସ୍ରେ ଫସିଛନ୍ତି ୨ ଓଡିଆ ଛାତ୍ରଙ୍କ ସହ ୬୦ରୁ ଅଧିକ ଭାରତୀୟ । ଶୀଘ୍ର ଘରକୁ ଫେରାଇ ନେବାକୁ ଆକୁଳ ନିବେଦନ ।

କରୋନା ଭୟ । ଫିଲିପାଇନସ୍‌ରେ ଫସିଛନ୍ତି ୨ ଓଡିଆ ଛାତ୍ରଙ୍କ ସହ ୬୦ରୁ ଅଧିକ ଭାରତୀୟ । ଶୀଘ୍ର ଘରକୁ ଫେରାଇ ନେବାକୁ ଆକୁଳ ନିବେଦନ ।

ସଚେତନତା କରିବାକୁ ଯାଇ ତହସିଲଦାର ହଟହଟା । ଗଞ୍ଜାମ ଦିଗପହଣ୍ଡିରେ ସ୍ୱଚ୍ଛତା ପାଇଁ କହିବା ବେଳେ ଦୁର୍ବ୍ୟବହାର ଅଭିଯୋଗ । ଭିଡିଓ ଭାଇରାଲ୍

ସଚେତନତା କରିବାକୁ ଯାଇ ତହସିଲଦାର ହଟହଟା । ଗଞ୍ଜାମ ଦିଗପହଣ୍ଡିରେ ସ୍ୱଚ୍ଛତା ପାଇଁ କହିବା ବେଳେ ଦୁର୍ବ୍ୟବହାର ଅଭିଯୋଗ । ଭିଡିଓ ଭାଇରାଲ୍‌

କରୋନା କରୋନା ସହ ସଂଘର୍ଷ କରୁଛି ଭାରତ । ଗୋଟିଏ ଦିନରେ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭାଇରସ ମୁକାବିଲା ସମ୍ପର୍କରେ ରାତି ୮ରେ ଦେଶକୁ ଉଦବୋଧନ ଦେବେ ପ୍ରଧାନମନ୍

କରୋନା ସହ ସଂଘର୍ଷ କରୁଛି ଭାରତ । ଗୋଟିଏ ଦିନରେ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭାଇରସ ମୁକାବିଲା ସମ୍ପର୍କରେ ରାତି ୮ରେ ଦେଶକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

ୱେସ୍କୋ ଉପଭୋକ୍ତାଙ୍କଠାରୁ ବିଲ୍ ଟଙ୍କା ନେଇ ଆଦାୟକାରୀ ଫେରାର

କଳାହାଣ୍ଡି: ଉପଭୋକ୍ତଙ୍କଠାରୁ ବିଦ୍ୟୁତ୍ ବିଲ୍ ଟଙ୍କା ଆଦାୟ ହେଲା । କିନ୍ତୁ ଓସ୍କୋ ଖାତାକୁ ଟଙ୍କା ଗଲାନି । ଟଙ୍କା ଗଲା ଆଦାୟକାରୀଙ୍କ ପକେଟକୁ । ଏଭଳି ଚାଞ୍ଚଲ୍ୟକର ଘୋଟାଲ ଘଟିଛି କଳାହାଣ୍ଡି ଜିଲ୍ଲାରେ । ଆଭିଯୋଗ ଅନୁସାରେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍ ଦେୟ ବାବଦରେ  ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନିଜ ପକେଟ୍ ଗରମ କରିଛନ୍ତି  ରୂପେଶ ବେହେରା ନାମକ  ବିଲ୍ ଆଦାୟକାରୀ । କୁସୁମୁଖୁଣ୍ଟି ଡିଭିଜନ ବିଦ୍ୟୁତ ଏସଡିପି ପ୍ରଦୀପ କୁମାର ଦାସ ଥାନାରେ ଏତଲା ଦେବାପରେ ମାମଲା ସାମନାକୁ ଆସିଛି ।

ଜୁନାଗଡ଼ ଥାନା ଅମ୍ବାଦଳା ଗାଁର ରୂପେଶ ୱେସ୍କୋ (WESCO)ର ଜୟପାଟଣା ଓ କୋକସରା ସେକ୍ସନ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରିବାର କାର୍ଯ୍ୟାଦେଶ ପାଇଥିଲେ। ସେ ସେଠାକାର ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ନିୟମିତ ଟଙ୍କା ମଧ୍ୟ ଆଦାୟ କରୁଥିଲେ । କିନ୍ତୁ ଆଦାୟ ଟଙ୍କାକୁ ବିଭାଗକୁ ଦେବା ବଦଳରେ ନିଜେ ରଖୁଥିଲେ ।  ସେ କେବଳ ଜାନୁଆରି ମାସର ଟଙ୍କା ଦେଇଥିଲେ । ଫେବୃଆରୀ ମାସର ୭ଲକ୍ଷ ୫ହଜାର ୮୯୩ ଟଙ୍କା ଜମା ନଦେଇ କୁଆଡେ ଚମ୍ପଟ ମାରିଥିଲେ।

ଫେବ୍ରୁଆରି ବିଲ୍ ପୈଠ ନହେବା ପରେ WESCO ପକ୍ଷରୁ ଛାନଭିନ୍ କରାଯାଇଥିଲା । ଖୋଲତାଡରୁ ରୁପେଶଙ୍କ କଳା କାରନାମା ଉପରୁ ପରଦା ଉଠିଥିଲା । ଏହା ମଧ୍ୟ ଜଣା ପଡିଥିଲା ଯେ, ସେ ବିଲକୁ ଛାଡି ଅନ୍ୟାନ୍ୟ କାରଣ ଦର୍ଶାଇ ଉପଭୋକ୍ତାଙ୍କଠାରୁ ମୋଟା ରକମର ଟଙ୍କା ଆଦାୟ କରିଛନ୍ତି ।  ଏଥିପାଇଁ ନକଲି ରସିଦ୍ ମଧ୍ୟ ଦେଇଥିବା ଜଣା ପଡିିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରୁପେଶ ଫେରାର ଅଛନ୍ତି ।

 

 

ସ୍ୱାସ୍ଥ୍ୟ ଏମରଜେନ୍ସି-ଲକ୍ ଡାଉନ୍ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ? କରୋନାକୁ ନେଇ ପିଏମଙ୍କ ସମ୍ବୋଧନ, ଅନୁମାନ ଓ ଆଶଙ୍କା ବଜାର ଗରମ

  • ଭାରତରେ କରୋନା ଭାଇରସ ମାମଲା ବଢିଛି
  • ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି
  • କରୋନା ମୁକାବିଲା ପାଇଁ ପ୍ଲାନ୍ !

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶ ବ୍ୟାପି ଆତଙ୍କର ବାତାବରଣ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ରାତିରେ ଦେଶକୁ ସମ୍ବୋଧନ କରିବେ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୭୦ କରୋନା ପଜିଟିଭ ମାମଲା ଆସିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହାରି ଭିତରେ ମୋଦି ରାଷ୍ଟ୍ରକୁ ସମ୍ବୋଧନ କରିବାକୁ ନେଇ ଅନୁମାନ ଓ ଅଟକଳ ମଧ୍ୟରେ ବଜାର ଗରମ ହୋଇଛି । ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ପାଇଁ ଘୋଷଣା କରି ପାରନ୍ତି, ଯେଉଁଥିରେ ସ୍ୱାସ୍ଥ୍ୟ.ଏମରଜେନସିଠାରୁ ଲକ୍ ଡାଉନ ଘୋଷଣା ସାମିଲ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।  ପ୍ରଧାନମନ୍ତ୍ରୀ କ’ଣ ଘୋଷଣା କରିବେ ତାକୁ ପୂରା ଦେଶ ଅପେକ୍ଷା କରିଛି ।

କରୋନା ଉପରେ ବଡ ବୈଠକ, ଆଜି କରିବେ ସମ୍ବୋଧନ

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କରୋନା ଭାଇରସକୁ ନେଇ ବଡ଼ ବୈଠକ କରିଥିଲେ । ଯେଉଁଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାତି ୮ରେ ଦେଶକୁ ସମ୍ବୋଧନ କରିବେ ବୋଲି ଘୋଷଣା କରାଯାଇଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନୋଟ୍ ବ୍ୟାନ୍ ଓ ସ୍ପେସ୍ ଲଞ୍ଚ ପୂର୍ବରୁ ଦେଶକୁ ସମ୍ବୋଧନ କରିଥିଲେ ।

ଜାତୀୟ ଏମରଜେନ୍ସି – ଲକ୍ ଡାଉନ୍ କିମ୍ବା ଆଉ କିଛି ?

କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଘରେ ରହିବାକୁ ଓ ଗହଳି ବର୍ଜନ କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । କିଛି ରାଜ୍ୟ ମଧ୍ୟ ସ୍କୁଲ, କଲେଜ ଓ ସିନେମା-ମଲ ବନ୍ଦ କରିସାରିଲେଣି । ତେବେ ଏସବୁ ସୀମିତ କ୍ଷେତ୍ର ମଧ୍ୟରେ ହୋଇଛି । ଏମିତିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ୱେଛାକୃତ ଲକ୍ ଡାଉନରେ ରହିବାକୁ ଅପିଲ କରି ପାରନ୍ତି ।

ଯଦି ପ୍ରଧାନମନ୍ତ୍ରୀ ନିଜେ ଲକ୍ ଡାଉନ୍ ଅପିଲ କରିବେ ତେବେ ଦେଶ ଏହାକୁ ଗମ୍ଭୀରତାର ସହ ନେବ । ଏହାଛଡା ଏହି ମହାମାରୀକୁ ଦେଖି ସେ ଜାତୀୟ ଜରୁରୀକାଳୀନ ପରିସ୍ଥିତି କିମ୍ବା ସ୍ୱାସ୍ଥ୍ୟ ଏମରଜେନ୍ସୀ ଲାଗୁ କଥା ମଧ୍ୟ ଘୋଷଣା କରି ପାରନ୍ତି ।

ଆମେରିକା ଭଳି ନିର୍ଣ୍ଣୟ ନେବେ କି ?

ଆମେରିକାରରେ ୮୦୦ରୁ ଅଧିକ କରୋନା ପଜିଟିଭ୍ ମାମଲା ସାମନାକୁ ଆସିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ଜାତୀୟ ଏମରଜେନ୍ସୀ ଘୋଷଣା କରିଥିଲେ । ୧୦ରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକାଠି ନହେବା ପାଇଁ ଟ୍ରମ୍ପ ଅପିଲ କରିଥିଲେ । କେବଳ ଏତିକି ନୁହେଁ ଆମେରିକା ମଧ୍ୟ. ମେକ୍ସିକୋ ଓ ବାକି ପଡୋଶୀ ଦେଶଙ୍କ ସହ ନିଜ ସୀମାକୁ ସିଲ୍ କରିଦେଇଛି । ଏହାସହ କେବଳ ବ୍ରିଟେନକୁ ଛାଡି ବାକି ଦେଶରୁ ଆସୁଥିବା ବିଦେଶୀଙ୍କ ପ୍ରବେଶ ଉପରେ ରହିତାଦେଶ ଲାଗୁ କରିଛି । ଅନୁମାନ କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ସେହିଭଳି କିଛି ବଡ଼ ପଦକ୍ଷେପ ଘୋଷଣା କରି ପାରନ୍ତି । ତେବେ ପ୍ରଧାନମନ୍ତ୍ରୀ କ’ଣ ଘୋଷଣା କରୁଛନ୍ତି ତାହା ତାଙ୍କ ସମ୍ବୋଧନ ପରେ ହିଁ ଜଣା ପଡ଼ିବ । ସେ ପର୍ଯ୍ୟନ୍ତ ପୂରା ଦେଶ ରାତି ୮କୁ ଅପେକ୍ଷା କରିବା ଏଥିରେ ସନ୍ଦେହ ନାହିଁ ।